Dharitri News
ବାଲେଶ୍ୱର

ଶାଗୁଣା ପ୍ରଜାତିର ପକ୍ଷୀ ବିଲୁପ୍ତ ପ୍ରାୟ

ଶାଗୁଣା ପ୍ରଜାତିର ପକ୍ଷୀ ବିଲୁପ୍ତ ପ୍ରାୟ ବଡସାହି,୨୬।୧୨(ସ୍ବ.ପ୍ର.)-ପ୍ରକୃତି ଓ ପରିବେଶକୁ ସଫାସୁତୁରା ରଖୁଥିବା ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତ ପ୍ରାୟ। କ୍ରମବର୍ଦ୍ଧିଷ୍ଣୁ ଜଙ୍ଗଲ କ୍ଷୟ, ଉତ୍ତପ୍ତ ପରିବେଶ ଓ ସହରୀକରଣ ଯୋଗୁ ବିଭିନ୍ନ ପ୍ରଜାତିର ପକ୍ଷୀକୁଳଙ୍କ ବଂଶ ଲୋପ ପାଇବାକୁ ବସିଛି। ସେଥି ମଧ୍ୟରୁ ଶାଗୁଣା ଅନ୍ୟତମ। ଆଗରୁ ମୟୂରଭଞ୍ଜ ଜିଲା ବଡସାହି ଅଞ୍ଚଳରେ ବହୁ ସଂଖ୍ୟାରେ ଶାଗୁଣା ଦେଖିବାକୁ ମିଳୁଥିଲେ। ବର୍ତ୍ତମାନ ଏହି ପକ୍ଷୀ ଆଉ ଦେଖିବାକୁ ମିଳୁ ନାହାନ୍ତି। ଗାଁ ଓ ସହରରେ ମୃତ୍ୟୁବରଣ କରୁଥିବା ଗୃହପାଳିତ ପଶୁଙ୍କ ମଢକୁ ଖାଇ ପରିବେଶକୁ ଏମାନେ ସଫା ରଖୁଥିଲେ। ମଢଖିଆ ଶେଷ ହୋଇଗଲେ ସେମାନେ ଅନ୍ୟତ୍ର ଆହାର ସନ୍ଧାନରେ ଚାଲିଯାଉଥିଲେ। ପରିବେଶର ବନ୍ଧୁ କୁହାଯାଉଥିବା ଏହି ପକ୍ଷୀ ଗତ କିଛିବର୍ଷ ହେବ ଆଉ ଦୃଷ୍ଟି ଗୋଚର ହେଉ ନାହାନ୍ତି। ଫଳରେ ମଲା ଜୀବଜନ୍ତୁଙ୍କ ମୃତ ଶରୀର ଦୀର୍ଘଦିନ ପଡି ରହି ପରିବେଶ ଦୁର୍ଗନ୍ଧମୟ ହେଉଛି। ଶାଗୁଣାମାନେ ମୁଖ୍ୟତଃ ଉଚ୍ଚ ବୃକ୍ଷରେ ବାସ କରିଥାନ୍ତି। ଦୁଇ ଦଶନ୍ଧି ପୂର୍ବରୁ ସେମାନେ ଦଳବଦ୍ଧ ଭାବେ ବଡ ବଡ ଝଙ୍କାଳିଆ ଗଛ ଓ ତାଳଗଛରେ ଆଶ୍ରୟ ନେଉଥିବା ଦେଖିବାକୁ ମିଳୁଥିଲା। ଗଁା ଗହଳିରେ ଥିବା ବଡ ବଡ ପୁରୁଣା ଗଛକୁ କାଟି କୋଠା,ରାସ୍ତାଘାଟ ନିର୍ମାଣ କରାଯିବାରୁ ଏହି ପକ୍ଷୀମାନେ ବସାବାନ୍ଧି ରହିବାକୁ ସ୍ଥାନ ନ ପାଇ ଦିଗହରା ହୋଇଯାଉଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ସହିତ ପ୍ରତିକୂଳ ପରିବେଶ ଶାଗୁଣା ଓ ଚିଲଙ୍କ ଭଳି ପକ୍ଷୀ ବଂଶ ହ୍ରାସର କାରଣ ବୋଲି ପରିବେଶବିତମାନେ ମତପ୍ରକାଶ କରୁଛନ୍ତି। ଜୀବ ବିଜ୍ଞାନ ଅଧ୍ୟାପକ ଡ. ଜୀବନ କୁମାର ପଣ୍ଡିତ କହନ୍ତି, ଜମିରେ ମାତ୍ରାଧିକ ପରିମାଣର କୀଟନାଶକ ଔଷଧ ପ୍ରୟୋଗ ଯୋଗୁ ଗୃହପାଳିତ ପଶୁଙ୍କ ଉପରେ ପ୍ରଭାବ ପଡୁଛି। ଏହି ମୃତ ପଶୁଙ୍କ ମାଂସ ଖାଇବା ଦ୍ୱାରା କେତେକ ରାସାୟନିକ ପ୍ରକ୍ରିୟା କାରଣରୁ ଶାଗୁଣାଙ୍କ ଅଣ୍ଡା ଖୋଳପା ତିଆରି କରୁଥିବା ଗ୍ରନ୍ଥି ନଷ୍ଟ ହୋଇଯିବାରୁ ପରବର୍ତ୍ତୀ ପିଢି ଧ୍ୱଂସ ପାଉଛି। ଏଭଳି କାରଣରୁ ମଧ୍ୟ ଏମାନଙ୍କ ବଂଶ ଲୋପ ପାଇଛି। ସେହିପରି ପଶୁଙ୍କ ଦେହରେ ଫୁଲା ରୋଗ ହେଲେ ପ୍ରାଣୀ ଚିକିତ୍ସକମାନେ ଡାଇକ୍ଲୋଫେନାକ ଔଷଧ ଦେଇଥାନ୍ତି। ଏହି ଔଷଧ ଖାଇ ଯେଉଁ ପଶୁପକ୍ଷୀ ମରନ୍ତି ସେମାନଙ୍କ ପଚା ମାଂସ ଖାଇବା ଯୋଗୁ ଶାଗୁଣାଙ୍କ ବୃକ୍‌କ ଅଚଳ ହେବାରୁ ସେମାନେ ରୋଗରେ ଆକ୍ରାନ୍ତ ହୋଇ ମତ୍ୟୁ ବରଣ କରୁଛନ୍ତି। ସରକାର ଏହି ଔଷଧ ବିକ୍ରି ଉପରେ ନିଷେଧାଦେଶ ଜାରି କରିଥିଲେ ମଧ୍ୟ ଏହାର ବିକ୍ରିକୁ ସମ୍ପୂର୍ଣ୍ଣ ରୋକାଯାଇ ପାରି ନାହିଁ। ଅନ୍ୟପକ୍ଷେ ଭୂତାଣୁ ଜନିତ ରୋଗରେ ଆକ୍ରାନ୍ତ ହେଲେ ଶାଗୁଣାମାନେ ଦୁର୍ବଳ ହୋଇ ମୃତ୍ୟୁବରଣ କରୁଥିବା ପରିବେଶବିତ ଡାକ୍ତର ସନତ କୁମାର ଦାଶ କହିଛନ୍ତି। ଗାଡିମୋଟର ଓ କାରଖାନାରୁ ନିର୍ଗତ ପ୍ରଦୂଷଣକାରୀ ରାସାୟନିକ ପଦାର୍ଥର ସଂସ୍ପର୍ଶରେ ଆସିବା ଶାଗୁଣାଙ୍କ ମତ୍ୟୁର ଅନ୍ୟତମ କାରଣ ବୋଲି ପରିବେଶବିତ୍‌ମାନେ କହୁଛନ୍ତି। ବିଲୁପ୍ତପ୍ରାୟ ଶାଗୁଣାଙ୍କ ବଂଶ ରକ୍ଷା କରିବା ସହିତ ଦେଶୀ ପକ୍ଷୀଙ୍କ ସଂରକ୍ଷଣ ଓ ସୁରକ୍ଷା ପାଇଁ ସରକାର ଉଦ୍ୟମ କରିବା ଉଚିତ ବୋଲି ପରିବେଶବିତ୍‌ ଓ ବୁଦ୍ଧିଜୀବୀମାନେ ମତପ୍ରକାଶ କରୁଛନ୍ତି।

ବାଲେଶ୍ୱର

୨୨କୁଇଣ୍ଟାଲ ଚୋରା କୋଇଲା ସହ ପିକ୍‌ଅପ୍‌ ଜବତ

ବାସୁଦେବପୁର,୨୩।୧(ଡି.ଏନ.ଏ.)-ବାସୁଦେବପୁରର ବାଲିମେଦ ପଞ୍ଚାୟତ ଚାରିବାଟିଆ ଘାଟ ନିକଟରୁ ନାୟକାଣିଡିହୀ ପୋଲିସ ୨୨ କୁଇଣ୍ଟାଲ ଚୋରା କୋଇଲା ସହ ଏକ ପିକ୍‌ଅପ୍‌କୁ ଜବତ କରିଛି।

ଭଲିବଲ ଟୁର୍ନାମେଣ୍ଟ: ପଞ୍ଚମ ବାଟାଲିୟନ ବାରିପଦା ଚାମ୍ପିୟନ

ଭଲିବଲ ଟୁର୍ନାମେଣ୍ଟ: ପଞ୍ଚମ ବାଟାଲିୟନ ବାରିପଦା ଚାମ୍ପିୟନ

ବାରିପଦା ଅଫିସ,୨୩।୧-ମୟୂରଭଞ୍ଜ ୟୁନାଇଟେଡ ସ୍ପୋଟର୍ସ କଲଚର ଓ ଆର୍ଟ ଆସୋସିଏଶନ(ମୁସ୍କାନ) ଓ ମୟୂରଭଞ୍ଜ ଆଥଲେଟିକ ଆସୋସିଏଶନ ଆନୁକୂଲ୍ୟରେ ୧୩ତମ ଗ୍ରାମାଞ୍ଚଳ ଭଲିବଲ ପ୍ରତିଯୋଗିତା ସ୍ଥାନୀୟ କଲେଜ ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି।

ପାଳବଣି ଗୁଳିକାଣ୍ଡ ଘଟଣା: ଆଜି ବାରିପଦା ବନ୍ଦ

ବାରିପଦା ଅଫିସ,୨୩।୧- ବାରିପଦା ସହର ପାଳବଣି ଗୋଲେଇ ନିକଟରେ ଗୁରୁବାର ରାତିରେ ବାରିପଦା ନହରପଦା ଅଞ୍ଚଳର ପାର୍ଥସାରଥୀ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାକୁ ୫ ଦିନ ବିତିଯାଇଥିଲେ ବି ପୋଲିସ ଅପରାଧିଙ୍କ ସମ୍ପର୍କରେ ଟେର ପାଇପାରି ନାହିଁ।

 ୭୦ ଫୁଟ କାନଭାସରେ ଚିତ୍ରକଳା

୭୦ ଫୁଟ କାନଭାସରେ ଚିତ୍ରକଳା

ବାରିପଦା ଅଫିସ,୨୩।୧- ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ ଅବସରରେ ମଙ୍ଗଳବାର ବାରିପଦାର ଅଗ୍ରଣୀ ଚିତ୍ରକଳା ଅନୁଷ୍ଠାନ ସ୍କୁଲ ଅଫ ଆର୍ଟ ଏଣ୍ଡ କ୍ରାଫ୍ଟସ୍‌ ତରଫରୁ ଏକ ୭୦ ଫୁଟର କାନଭାସରେ ଆତଙ୍କବାଦର ମୁକାବିଲା ଶୀର୍ଷକ ଏକ ମିଳିତ ଚିତ୍ରକଳା ଅଙ୍କନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି।

ଆସ୍‌କଟଇଗଲ ବିଜୟୀ

ଆସ୍‌କଟଇଗଲ ବିଜୟୀ

ଝୁମ୍ପୁରା, ୨୩।୧(ଡି.ଏନ.ଏ.)-ଝୁମ୍ପୁରା ବ୍ଲକ ଖୁଣ୍ଟାପଡ଼ା ଉଚ୍ଚ ବିଦ୍ୟାଳୟ ପଡ଼ିଆଠାରେ ୬ଦିନ ଧରି ଚାଲିଥିବା ନକଆଉଟ ପର୍ଯ୍ୟାୟ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି।

ଅଗ୍ନିକାଣ୍ଡରେ ୧୧ଗୋରୁ ଜୀବନ୍ତ ଦଗ୍ଧ

ଅଗ୍ନିକାଣ୍ଡରେ ୧୧ଗୋରୁ ଜୀବନ୍ତ ଦଗ୍ଧ

ସିମୁଳିଆ,୨୩।୧(ଡି.ଏନ.ଏ.)- ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମାର୍କୋଣା ବଜାର ସାହିର ଦାମୋଦର ବେହେରାଙ୍କ ପରିବାରରେ ଲଗାତର ଅଘଟଣ ଘଟି ଚାଲିଛି। ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୪ ଗାଈ, ୨ ବଳଦଙ୍କ ସମେତ ୫ଟି ବାଛୁରୀ ମୋଟ ୧୧ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଛନ୍ତି।

ଗ୍ରାମାଞ୍ଚଳ ପରିବେଶ ଶିକ୍ଷାରେ ସହାୟକ ହୋଇଥାଏ

ଗ୍ରାମାଞ୍ଚଳ ପରିବେଶ ଶିକ୍ଷାରେ ସହାୟକ ହୋଇଥାଏ

ସିମୁଳିଆ,୨୩।୧(ଡି.ଏନ.ଏ.)- ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଅଧୀନ ଦୋଳଗୋବିନ୍ଦ ଉଚ୍ଚ ବିଦ୍ୟାଳୟର ୩୮ତମ ବାର୍ଷିକ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ଅଭିଯୁକ୍ତ ଗିରଫ

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ଅଭିଯୁକ୍ତ ଗିରଫ

ରୂପ୍‌ସା,୨୩।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅନ୍ତର୍ଗତ ବାରାପାଳ ଗ୍ରାମର ଜଗବନ୍ଧୁ ବାଡ଼ିଙ୍କୁ ପୋଲିସ ମଙ୍ଗଳବାର ଗିରଫ କରିଛି। ବାଲିଆପାଳ ଥାନା ଅନ୍ତର୍ଗତ କରଞ୍ଜ ଗ୍ରାମର ଅଶୋକ କୁମାର ଗିରିଙ୍କୁ ଗତ ୧୬ ତାରିଖରେ ମରଣାନ୍ତକ ଆକ୍ରମଣ ଘଟଣାରେ ତାଙ୍କୁ ଗିରଫ କରାଯାଇଛି।

ଚୋରା ବାଇକ ଜବତ : ଯୁବକ ଗିରଫ

ବନ୍ତ,୨୨।୧ : ବନ୍ତ ପୋଲିସ ପୂର୍ବରୁ ଚୋରି ଯାଇଥିବା ଏକ ବାଇକକୁ ସୋମବାର ଜବତ କରିବା ସହ ଏଥିରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି।

୨ ବଖରା ଜଳିଗଲା

ଭଦ୍ରକ ଅଫିସ,୨୨।୧-ବାସୁଦେବପୁର ବ୍ଲକ ଜଗନ୍ନାଥ ପ୍ରସାଦ ପଞ୍ଚାୟତର ମିଶ୍ରପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ହରେକୃଷ୍ଣ ଦତ୍ତଙ୍କ ୨ବଖରା ଘର ଜଳିଯାଇଛି।

ଯୋଜନାରେ ଅଟକିଯାଉଛି ପ୍ରକଳ୍ପ

ଯୋଜନାରେ ଅଟକିଯାଉଛି ପ୍ରକଳ୍ପ

ଭଦ୍ରକ ଅଫିସ, ୨୨।୧-ଭଦ୍ରକ ସ୍ବତନ୍ତ୍ର ଜିଲାର ମାନ୍ୟତା ପାଇବାର ୨୫ବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏ ଜିଲା ପ୍ରଶାସନ ପକ୍ଷରୁ ସେଭଳି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ। ନିକଟରେ ଜିଲାପାଳଙ୍କ ନୂତନ କାର୍ଯ୍ୟାଳୟ ଗୃହ ଉଦ୍‌ଘାଟନ ହୋଇ ସ୍ଥାନାନ୍ତର ହୋଇଛି। ଏହାକୁ ବାଦ୍‌ ଦେଲେ ସେମିତି ବଡ଼ ପ୍ରକଳ୍ପ କାର୍ଯ୍ୟକାରୀ ହୋଇନାହିଁ। ନୂତନ ପ୍ରକଳ୍ପ ପାଇଁ ଯୋଜନା କରାଯାଉଛି ସତ, କାର୍ଯ୍ୟକାରୀ କରାଯାଉନାହିଁ।

ସ୍ବମ୍ପପମ୍ପ ଲଗାଇ ବାଲି ଉତ୍ତୋଳନ: ସ୍କୁଲ ଛାତରୁ ପ୍ଲାଷ୍ଟର ଖସିଲା

ସ୍ବମ୍ପପମ୍ପ ଲଗାଇ ବାଲି ଉତ୍ତୋଳନ: ସ୍କୁଲ ଛାତରୁ ପ୍ଲାଷ୍ଟର ଖସିଲା

ଜଳେଶ୍ୱର, ୨୨।୧(ଡି.ଏନ.ଏ./ସ୍ବ.ପ୍ର.)-ସୁବର୍ଣ୍ଣରେଖା ନଦୀପଠାରୁ ସ୍ବମ୍ପପମ୍ପ ଲଗାଇ ବେଆଇନ ଭାବେ ବାଲି ଉତ୍ତୋଳନ ଉପକୂଳବାସୀଙ୍କ ପାଇଁ ବିପଦ ସାଜିଛି। ସୋମବାର ନଦୀକୂଳରୁ ୪ଶହ ମିଟର ଦୂରରେ ଥିବା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ମାକିଡ଼ିଆ ପଞ୍ଚାୟତ କୁଅଁରପୁର ଗ୍ରାମ ବିଶ୍ୱେଶ୍ୱର ନୋଡାଲ ୟୁପି ସ୍କୁଲର ଛାତରୁ ହଠାତ୍‌ ପ୍ଲାଷ୍ଟର ଖସିପଡ଼ିଥିଲା।