
ବଅଁରପାଳ,୨୬।୧୨(ଡି.ଏନ.ଏ.)- ବଅଁରପାଳ ବ୍ଲକ ଗିରାଙ୍ଗଛକଠାରେ ନାଲ୍କୋ ତରଫରୁ ଏକ ଉଜ୍ୱଳ ଆଲୋକ ଲଗାଯାଇଥିଲା। ତେବେ ଏହା ଦୀର୍ଘଦିନ ହେଲା ଅଚଳ ଅବସ୍ଥାରେ ରହିଥିବାରୁ ମଙ୍ଗଳବାର ମରାମତି କାର୍ଯ୍ୟ କରାଯାଉଥିଲା। ହେଲେ ଏହି ସମୟରେ ଖୁଣ୍ଟ ଉପରୁ ଲାଇଟ୍ ତଳକୁ ଖସିପଡ଼ିଥିଲା। ସୌଭାଗ୍ୟବଶତଃ ତଳେ କାମ କରୁଥିବା ଶ୍ରମିକମାନେ ଏହା ଜାଣିପାରି ଘଟଣା ସ୍ଥଳରୁ ଦଉଡି ପଳାଇଥିଲେ। ଫଳରେ ଏକ ନିଶ୍ଚିତ ଦୁର୍ଘଟଣାରୁ ସେମାନେ ବର୍ତ୍ତି ଯାଇଥିଲେ।