ରାଜ୍ୟ | ବାଲେଶ୍ୱର

ଉଜୁଡିଗଲା ଧାନ ଚାଷ: ଜୀବନ ହାରିଲେ ଚାଷୀ

ଉଜୁଡିଗଲା ଧାନ ଚାଷ: ଜୀବନ ହାରିଲେ ଚାଷୀ

ତିହିଡି, ୨୬।୧୨(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡି ବ୍ଲକ ବାରସର ପଞ୍ଚାୟତ ଅଧୀନ କେଳାସାହି ଗ୍ରାମର ଭାବଗ୍ରାହୀ ଦାସ(୬୦) ନାମକ ଚାଷୀ ସୋମବାର ରାତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ସକାଳେ ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇଛି। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୬୯/୧୭) ରୁଜୁ କରାଯାଇଛି। ତଦନ୍ତ ପରେ ଆତ୍ମହତ୍ୟାର କାରଣ ଜଣାପଡିବ ବୋଲି ପୋଲିସ କହିଛି। ଲଘୁଚାପ ଜନିତ ବର୍ଷା ଓ ପୋକ ଲାଗିବା କାରଣରୁ ଧାନ ଚାଷ ଉଜୁଡିଯିବାରୁ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ମୃତ ଚାଷୀଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଗ୍ରାମବାସୀ ଭଦ୍ରକ-ଚାନ୍ଦବାଲି ରାସ୍ତାର ବିନ୍ଧା ବଜାରଠାରେ ମୃତଦେହ ରଖି ରାସ୍ତାରୋକୋ କରିଥିଲେ। ମଙ୍ଗରାଜ ନାୟକ, ମୃତ୍ୟୁଞ୍ଜୟ ବଳ, ପୂର୍ବତନ ସରପଞ୍ଚ ରାଜାରାମ ମହାକୁଡ଼, ଶଶିକାନ୍ତ ବିଶ୍ୱାଳ, ପ୍ରଶାନ୍ତ ଦାସ, ନିରଞ୍ଜନ ବାରିକ, ଶାନ୍ତନୁ ଦାସ ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ। ପରେ ଭାବଗ୍ରାହୀଙ୍କ ପରିବାର ପକ୍ଷରୁ ତହସିଲଦାରଙ୍କ ନିକଟରେ ଅଭିଯୋଗ ହେବା ପରେ ତହସିଲଦାର ଅଜିତ କୁମାର ପ୍ରଧାନ କେଳାସାହି ଗ୍ରାମକୁ ଯାଇ ଏହି ଘଟଣାର ତଦନ୍ତ କରିଛନ୍ତି । ସୂଚନା ଅନୁଯାୟୀ, ଭାବଗ୍ରାହୀ ଏଥର ୧୦ ଏକର ଜମିରେ ଧାନ ଚାଷ କରିଥିଲେ। ଧାନକଟା ମେଶିନରେ ଧାନ କାଟିବା ପରେ ଭଲ ଅମଳ ନ ମିଳିବାରୁ ସେ ଦୁଃଖରେ ଭାଙ୍ଗି ପଡିଥିଲେ। ଧାର କରଜ ଶୁଝି ନ ପାରିବା ଆଶଙ୍କାରେ ସେ କେଳାସାହି ପୋଲ ନିକଟସ୍ଥ ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ।

All Right Reserved By

Model This Week

ନିକିତା

ରାଜ୍ୟ | ବାଲେଶ୍ୱର

ବନ୍ଦ ହୋଇଛି ୧୫,୩୧୫ ଶିଳ୍ପ

ଭୁବନେଶ୍ୱର,୨୦ା୪(ବ୍ୟୁରୋ): ରାଜ୍ୟରେ ପଞ୍ଜିକୃତ ୧୫, ୩୧୫ଟି ଶିଳ୍ପ ବିଭିନ୍ନ କାରଣରୁ ବନ୍ଦ ଅଛି। ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରଫୁଲ ସାମଲ ଶୁକ୍ରବାର ଗୃହରେ ଏହି ତଥ୍ୟ ରଖିଛନ୍ତି।

ଭିଜିଲାନ୍ସ ହାତରେ ଧରା ପଡ଼ିଲେ କିରାଣି

ଭିଜିଲାନ୍ସ ହାତରେ ଧରା ପଡ଼ିଲେ କିରାଣି

ବାଲେଶ୍ୱର ଅଫିସ, ୨୦।୪-ଦଲିଲ ପାସ୍‌ କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜଣେ କିରାଣି ବାଲେଶ୍ୱର ଭିଜିଲାନ୍ସ ହାତରେ ଶୁକ୍ରବାର ଧରାପଡ଼ିଛନ୍ତି। ସେ ହେଲେ ବାଲିଆପାଳ ଉପପ୍ରବନ୍ଧକ ଅଫିସରେ କାର୍ଯ୍ୟରତ ନବକୁମାର ଦାସ।

ଭୂ-ତଳ ଜଳ ଲବଣାକ୍ତକୁ ନେଇ ଏନ୍‌ଜିଟି କ୍ଷୁବ୍ଧ: ଜଳ ନମୁନା ଯାଞ୍ଚ ପାଇଁ ନିର୍ଦ୍ଦେଶ

ଭୂ-ତଳ ଜଳ ଲବଣାକ୍ତକୁ ନେଇ ଏନ୍‌ଜିଟି କ୍ଷୁବ୍ଧ: ଜଳ ନମୁନା ଯାଞ୍ଚ ପାଇଁ ନିର୍ଦ୍ଦେଶ

ପୁରୀ ଅଫିସ, ୨୦।୪: ପୁରୀ ସହରର ଭୂ-ତଳ ଜଳସ୍ତର ହ୍ରାସ ପାଇବା ସହିତ ସମୁଦ୍ର ଜଳ ଭୂ-ତଳ ଜଳ ସ୍ତରରେ ମିଶିଛି। କେତେକ ଅଞ୍ଚଳରେ ଜଳସ୍ତର ଲବଣାକ୍ତ ହୋଇଗଲାଣି। ତେଣୁ ଏକ ଉଚ୍ଚସ୍ତରୀୟ କମିଟି ଗଠନକରି ପୁରୀ ସହରର ସମସ୍ତ ଅଞ୍ଚଳର ଭୂତଳ ଜଳସ୍ତରର ମାନ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଯୁବକଙ୍କୁ ହତ୍ୟା: ଅଖାରେ ବାନ୍ଧି ପିଙ୍ଗିଦେଲେ

ଯୁବକଙ୍କୁ ହତ୍ୟା: ଅଖାରେ ବାନ୍ଧି ପିଙ୍ଗିଦେଲେ

ଜଗତସିଂହପୁର ଅଫିସ୍‌,୨୦ା୪: ଜଗତସିଂହପୁର ଜିଲା ଏରସମା ଥାନା ଆମ୍ବିକି ଗ୍ରାମପଞ୍ଚାୟତ ସ୍ଥିତ ଗଙ୍ଗବେଲାରୀର ବିକାଶ ସେନାପତି ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି।

ଶିକ୍ଷକଙ୍କୁ ସମୂହ ଅବସରକାଳୀନ ସମ୍ବର୍ଦ୍ଧନା

ଶିକ୍ଷକଙ୍କୁ ସମୂହ ଅବସରକାଳୀନ ସମ୍ବର୍ଦ୍ଧନା

କୃଷ୍ଣପ୍ରସାଦ, ୨୦।୪(ଡ଼ି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଉଦୟଗିରି ପ୍ରାଥମିକ ବିଦ୍ୟାଳୟରେ ୩ ଶିକ୍ଷକ ଓ ଜଣେ ଶିକ୍ଷୟତ୍ରୀଙ୍କୁ ଶୁକ୍ରବାର ସମୂହ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ସେମାନେ ହେଲେ ଅନିରୁଦ୍ଧ ମହାରଣା, ପ୍ରକାଶ ଚନ୍ଦ୍ର ରଥ, ବିଜୟ କୁମାର ନନ୍ଦ ଏବଂ ଗୀତାଞ୍ଜଳି ଦାସ।

ଏଟିଏମ୍‌ରୁ ଟଙ୍କା ମିଳୁନି: ଶନିବାର ବିଜେଡିର ୨ ଘଣ୍ଟିଆ ଧାରଣା

ଏଟିଏମ୍‌ରୁ ଟଙ୍କା ମିଳୁନି: ଶନିବାର ବିଜେଡିର ୨ ଘଣ୍ଟିଆ ଧାରଣା

ଭୁବନେଶ୍ୱର, ୨୦।୪(ବ୍ୟୁରୋ): ଭାରତର ବିଭିନ୍ନ ରାଜ୍ୟରେ ଏବେ ନଗଦ ଅଭାବ ଦେଖାଦେଇଛି। ଏଟିଏମ୍‌ ଗୁଡିକରୁ ଟଙ୍କା ମିଳୁନାହିଁ। ଏହି ଅବସ୍ଥା ମଧ୍ୟ ଓଡ଼ିଶାରେ ଦେଖାଦେଲାଣି। ଏହାର ପ୍ରତିବାଦରେ ବିଜୁ ଜନତା ଦଳ(ବିଜେଡି) ଶନିବାର ବିଭିନ୍ନ ରିଜର୍ଭ ବ୍ୟାଙ୍କର ଭୁବନେଶ୍ୱର କାର୍ଯ୍ୟାଳୟ ସମେତ ରାଜ୍ୟର ବିଭିନ୍ନ ବ୍ୟାଙ୍କ ସମ୍ମୁଖରେ ୨ ଘଣ୍ଟିଆ ଧାରଣା ଦେବ।

ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ: ଜେଲରୁ ମୁକୁଳିବେ ରାଜା ଆଚାର୍ଯ୍ୟ

ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ: ଜେଲରୁ ମୁକୁଳିବେ ରାଜା ଆଚାର୍ଯ୍ୟ

କଟକ ଅଫିସ, ୨୦।୪: ଗ୍ୟାଙ୍ଗଷ୍ଟାର ରାଜା ଓରଫ ସନ୍ଦିପ ଆଚାର୍ଯ୍ୟଙ୍କୁ ଶୁକ୍ରବାର ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ନିମ୍ନ ଅଦାଲତ ତାଙ୍କ ଉପରେ ସର୍ତ୍ତାରୋପ କରିବେ। ପୂର୍ବରୁ ସମସ୍ତ ମାମଲାରେ ରାଜାଙ୍କୁ ଜାମିନ ମିଳିସାରିଛି।

 ବଗପାଟିଆକୁ ଆସିଲେ ମା’ପଞ୍ଚୁବରାହି

ବଗପାଟିଆକୁ ଆସିଲେ ମା’ପଞ୍ଚୁବରାହି

ରାଜନଗର, ୨୦।୪(ଡି.ଏନ୍‌.ଏ.): କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକର ବଙ୍ଗୋପସାଗର କୂଳରେ ଥିବା ମା’ପଞ୍ଚୁବରାହି ଠାକୁରାଣୀଙ୍କୁ ସ୍ଥାନାନ୍ତରିତ କରାଯାଇଛି। ମା’ଙ୍କ ପାଇଁ ବଗପାଟିଆଠାରେ ନିର୍ମାଣ କରାଯାଇଥିବା ନୂତନ ମନ୍ଦିରରେ ଶୁକ୍ରବାର ସନ୍ଧ୍ୟାରେ ପୂଜାର୍ଚ୍ଚନା କରି ଠାକୁରାଣୀଙ୍କୁ ସ୍ଥାପନ କରାଯିବ।

୬ ଜିଲାରେ ନିର୍ମାଣ ହେବ କର୍ମଜୀବୀ ମହିଳା ନିବାସ

୬ ଜିଲାରେ ନିର୍ମାଣ ହେବ କର୍ମଜୀବୀ ମହିଳା ନିବାସ

ଭୁବନେଶ୍ୱର, ୨୦।୪(ବ୍ୟୁରୋ): କର୍ମଜୀବୀ ମହିଳାଙ୍କ ପାଇଁ ରାଜ୍ୟରେ ୧୩ଟି କର୍ମଜୀବୀ ମହିଳା ନିବାସ ରହିଛି। ଏଥିରେ ୮୧୦ଟି ସଜ୍ୟା ରହିଛି। ଏହି ସବୁ ନିବାସରେ ୫୬୩ କର୍ମଜୀବୀ ମହିଳା ରହୁଛନ୍ତି। ଆହୁରୀ ୨୪୭ଟି ସଜ୍ୟା ଫାଙ୍କା ରହିଛି। କର୍ମଜୀବୀ ମହିଳାଙ୍କ ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାର ଆଉ ୬ଟି ଜିଲାରେ ନୂତନ କର୍ମଜୀବୀ ମହିଳା ନିବାସ ନିର୍ମାଣ କରିବାକୁ ନିସ୍ପତ୍ତି ନେଇଛନ୍ତି।

ପୁରୀ ସହର ମାମଲା: ଶୁକ୍ରବାର ଏନ୍‌ଜିଟିରେ ଶୁଣାଣି

ପୁରୀ ସହର ମାମଲା: ଶୁକ୍ରବାର ଏନ୍‌ଜିଟିରେ ଶୁଣାଣି

ପୁରୀ ଅଫିସ, ୨୦।୪: ପୁରୀ ସହରର ବିଭିନ୍ନ ସମସ୍ୟା ଓ ପ୍ରଦୂଷଣକୁ ନେଇ କଲିକତାର ସୁବାସ ଦତ୍ତ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ ଏକ ମାମଲା ରୁଜୁ କରିଥିଲେ। ୨୦୧୩ ମସିହାରୁ ଏହି ମାମଲା ବିଚାରାଧିନ ଥିବାବେଳେ ଶୁକ୍ରବାର ମାମଲାର ଶୁଣାଣି ହେବାର ରହିଛି।

ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦୀପଦାନ

ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦୀପଦାନ

ପୁରୀ ଅଫିସ, ୨୦।୪: ହାଇକୋର୍ଟଙ୍କ ରାୟକୁ ସ୍ବାଗତକରି ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ପୁରୀ ସିଂହଦ୍ୱାର ସମ୍ମୁଖରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୀପଦାନ କରାଯାଇଛି। ଶ୍ରୀମନ୍ଦିର ନୀତିକାନ୍ତିରେ ହାଇକୋର୍ଟ ହସ୍ତଖେପ କରିବେ ନାହିଁ ବୋଲି ଯେଉଁ ରାୟ ଦେଇଛନ୍ତି ତାହାକୁ ଜଗନ୍ନାଥ ସେନା ପକ୍ଷରୁ ସ୍ବାଗତ କରାଯାଇଛି।

ସରକାର ନ ଚେତିଲେ ଛତିଶଗଡ଼ରେ ମିଶିଯିବ ଲଖନପୁରର ୧୯ ମୌଜା

ଭୁବନେଶ୍ୱର,୨୦ ।୪(ବ୍ୟୁରୋ)-ଓଡ଼ିଶାର ଦକ୍ଷିଣ ସୀମାରେ ରହିଥିବା ଜିଲାଗୁଡ଼ିକ ଉପରେ ଏବେ ପଡ଼ୋଶୀ ରାଜ୍ୟର ନଜର ରହିଛି। ରାଜ୍ୟର ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ସେମାନେ କବ୍‌ଜା କରିବାକୁ ପ୍ରଚେଷ୍ଟା ଚଳାଇଛନ୍ତି। ପ୍ରଥମେ କୋରାପୁଟ ଜିଲାର କୋଟିଆ ଓ ତା’ ପରେ ଗଜପତି ଜିଲାରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ବଳପୂର୍ବକ ରାସ୍ତା ନିର୍ମାଣ କରିଥିବା ବେଳେ ମାଲକାନଗିରି ଜିଲାର ଅଧିବାସୀ ଛତିଶଗଡ଼ ରାଜ୍ୟମୁହଁ। ହେବା ଓଡ଼ିଶା ପାଇଁ ବିପଦ ସୃଷ୍ଟି କରିଛି।