Dharitri News
ଅନଗୁଳ-ଢେଙ୍କାନାଳ

କ୍ଷତିପୂରଣ ଦାବିରେ ଆନ୍ଦୋଳନ: ଏନ୍‌ଟିପିସିକୁ କୋଇଲା ଯୋଗାଣ ବାଧାପ୍ରାପ୍ତ

କ୍ଷତିପୂରଣ ଦାବିରେ ଆନ୍ଦୋଳନ: ଏନ୍‌ଟିପିସିକୁ କୋଇଲା ଯୋଗାଣ ବାଧାପ୍ରାପ୍ତ ତାଳଚେର, ୨୬।୧୨(ନି.ପ୍ର.)- ଦୁର୍ଘଟଣା ଜନିତ କ୍ଷତିପୂରଣ ଦାବିରେ ଏମ୍‌ସିଏଲ୍‌ର ଏଠାରେ ଥିବା ଲିଙ୍ଗରାଜ ଖଣିରେ ୨ ଦିନ ହେବ ଅନ୍ଦୋଳନ ଜାରି ରହିଛି। ଫଳରେ ଖଣିର ସମସ୍ତ କାର୍ଯ୍ୟ ବନ୍ଦ ରହିଛି। ଏଥିଯୋଗୁ ଏନ୍‌ଟିପିସିକୁ କୋଇଲା ଯୋଗାଣ ବାଧାପ୍ରାପ୍ତ ହେଉଛି ବୋଲି ଏମ୍‌ସିଏଲ୍‌ ପକ୍ଷରୁ ଏକ ପ୍ରେସ୍‌ ଇସ୍ତାହାରେ କୁହାଯାଇଛି। ଉକ୍ତ ପ୍ରେସ୍‌ ଇସ୍ତାହାରରେ ଉଲ୍ଲେଖ କରାଯାଇଛି ଯେ, ଗତ ୨୪ ତାରିଖ ରାତିରେ ଲିଙ୍ଗରାଜ ଖଣି ଭିତରେ ୨ଟି ହାଇୱା ମଧ୍ୟରେ ଧକ୍କା ହୋଇଥିଲା। ଏଥିରେ ପରଜଙ୍ଗ ଥାନା ଖାଲପାଳ ଗ୍ରାମର ସୁନୀଲ ରାଉତ (୨୭) ଆହତ ହୋଇଥିଲେ। ଖବର ପାଇଁ ଖଣି କର୍ତ୍ତୃପକ୍ଷ ଓ ଅନ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଚାଳକଙ୍କୁ ଆମ୍ରି ହ୍‌ସ୍ପିଟାଲ ପଠାଇ ଥିଲେ। ତାଙ୍କ ଚିକିତ୍ସା ଖର୍ଚ୍ଚ କୋଅପରେଟିଭ ସୋସାଇଟି ବହନ କରିଛି। କିନ୍ତୁ ରବିବାର ରାତିରେ ତାଳଚେର ବିଧାୟକ ୫୦ ସମର୍ଥକଙ୍କ ସହ ଲିଙ୍ଗରାଜ ଖଣି ଜେନେରାଲ ମ୍ୟାନେଜରଙ୍କ ଚାମ୍ବରରେ ପହଞ୍ଚି କ୍ଷତିପୂରଣ ବାବଦରେ ୨୦ ଲକ୍ଷ ଟଙ୍କା ଦାବି କରିଥିଲେ। ପରେ ଏ ନେଇ ଖଣି ବନ୍ଦ କରାଇ ଥିଲେ। ଏହି ଖଣିରୁ ଦୈନିକ ୫୨ ହଜାର ଟନ କୋଇଲା ଉତ୍ତୋଳନ ହୋଇ ଏନ୍‌ଟିପିସିକୁ ଯୋଗାଣ କରାଯାଇଥାଏ। କିନ୍ତୁ ଆନ୍ଦୋଳନ ଯୋଗୁ ୨ଦିନ ହେଲା କୋଇଲା ଯୋଗାଣ ହୋଇପାରି ନାହିଁ ଓ ଏହା ଦ୍ୱାରା ପ୍ଲାଣ୍ଟ କ୍ଷତିଗ୍ରସ୍ତ ହୋଇ ପାରେ ବୋଲି ଏମ୍‌ସିଏଲ୍‌ ଜନସମ୍ପର୍କ ଅଧିକାରୀ ପ୍ରେସ୍‌ ଇସ୍ତହାରେ ଜଣାଇଛନ୍ତି।

ଅନଗୁଳ-ଢେଙ୍କାନାଳ

ଗଡ଼ ରକ୍ଷା କଲା ବିଜେଡି: ଉପନିର୍ବାଚନରେ ଜିତିଲେ ଅଜିତ

ଗଡ଼ ରକ୍ଷା କଲା ବିଜେଡି: ଉପନିର୍ବାଚନରେ ଜିତିଲେ ଅଜିତ

ଅନୁଗୋଳ ଅଫିସ,୧୭।୧- ଅନୁଗୋଳ ପୌରପରିଷଦ ୧୦ନଂ. ୱାର୍ଡ ଉପନିର୍ବାଚନରେ ବାଜି ମାରିଛନ୍ତି ବିଜେଡି ପ୍ରାର୍ଥୀ ଅଜିତ କୁମାର ପ୍ରଧାନ। ସେ ୧୮୫ ଭୋଟରେ ଭାଜପାର ପାର୍ଥସାରଥି ରାୟଙ୍କୁ ପରାସ୍ତ କରିଛନ୍ତି। ଅଜିତ ୪୭୬ ଖଣ୍ଡ ଭୋଟ ପାଇଥିବା ବେଳେ ପାର୍ଥସାରଥି ୨୯୧ ଭୋଟ ପାଇଥିଲେ।

ମାମଲା ବଢ଼ିଛି, ଅପରାଧ କମିଛି

ମାମଲା ବଢ଼ିଛି, ଅପରାଧ କମିଛି

ଅନୁଗୋଳ ଅଫିସ,୧୭।୧- ଅନୁଗୋଳ ଜିଲାରେ ଅପରାଧ ହ୍ରାସ ପାଇଛି। ବୁଧବାର ଏକ ଖବରଦାତା ସମ୍ମିଳନୀରେ ଅନୁଗୋଳ ଏସ୍‌ପି ବ୍ରିଜେଶ କୁମାର ରାୟ ଏହି ସୂଚନା ଦେଇଛନ୍ତି। ଏହି ଅବସରରେ ଏସ୍‌ପି ଗତ ୨୦୧୬-୧୭ ବର୍ଷରେ ହୋଇଥିବା ବିଭିନ୍ନ ଅପରାଧର ବିବରଣୀ ପ୍ରଦାନ କରିଥିଲେ।

ଅକ୍ଳାନ୍ତ ପରିଶ୍ରମ ସଫଳତାର ଚାବିକାଠି

ଅକ୍ଳାନ୍ତ ପରିଶ୍ରମ ସଫଳତାର ଚାବିକାଠି

ଛେଣ୍ଡିପଦା,୧୭।୧(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ ଦୁର୍ଗାପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ବୁଧବାର ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ହୃଦାନନ୍ଦ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଯୋଗ ଦେଇଥିଲେ।

ଅକ୍ଳାନ୍ତ ପରିଶ୍ରମ ସଫଳତାର ଚାବିକାଠି

ଛେଣ୍ଡିପଦା,୧୭।୧(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ ଦୁର୍ଗାପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ବୁଧବାର ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ହୃଦାନନ୍ଦ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଯୋଗ ଦେଇଥିଲେ।

ଟ୍ରକ୍‌ ଧକ୍କାରେ ଜଳିଗଲା ବାଇକ୍‌, ୩ ଗୁରୁତର

ଟ୍ରକ୍‌ ଧକ୍କାରେ ଜଳିଗଲା ବାଇକ୍‌, ୩ ଗୁରୁତର

ପାଲଲହଡ଼ା,୧୭।୧(ଡି.ଏନ.ଏ.)- ପାଲଲହଡ଼ା ବ୍ଲକ ଖମାର ଥାନା ନୁଥୁରିପଶି ଛକ ପେଟ୍ରୋଲ ପମ୍ପ ନିକଟରେ ବୁଧବାର ଏକ ବାଇକ୍‌କୁ ଏକ ଟ୍ରକ୍‌ ଧକ୍କା ଦେବାରୁ ୩ ବାଇକ୍‌ ଆରୋହୀ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଜଣେ ୮ ବର୍ଷର ବାଳିକା ରହିଛି। ଏହି ଦୁର୍ଘଟଣାରେ ବାଇକ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଛି।

କଣିହାଁ ବ୍ଲକ: ୧୯ରେ ଉପନିର୍ବାଚନ

କଣିହାଁ,୧୭।୧(ଡି.ଏନ.ଏ.)- କଣିହାଁ ବ୍ଲକରେ ଖାଲିପଡ଼ିଥିବା ଓ୍ବାର୍ଡ଼ସଭ୍ୟ ପଦବୀ ପାଇଁ ଆସନ୍ତା ୧୯ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ।

ହାତୀ ଆକ୍ରମଣରେ ବାପା ମୃତ, ପୁଅ ଆହତ: ମୃତଦେହ ରଖି ରାସ୍ତାରୋକୋ

ହାତୀ ଆକ୍ରମଣରେ ବାପା ମୃତ, ପୁଅ ଆହତ: ମୃତଦେହ ରଖି ରାସ୍ତାରୋକୋ

ଢେଙ୍କାନାଳ ଅଫିସ,୧୭।୧- ଢେଙ୍କାନାଳ ସଦର ଥାନା ଗେଙ୍ଗୁଟିଆ ଗ୍ରାମରେ ହାତୀ ଆକ୍ରମଣରେ ଚାଷୀ ପୂର୍ଣ୍ଣଚନ୍ଦ୍ର ସାହୁ(୬୨)ଙ୍କ ବୁଧବାର ଅପରାହ୍ନ ସାଢେ ୫ଟାରେ ମୃତ୍ୟୁ ହୋଇଛି। ଏହାସହ ତାଙ୍କ ପୁଅ ଯୁଧିଷ୍ଠିର ସାହୁ(୩୮) ଆହତ ହୋଇଛନ୍ତି। ଘଟଣାରେ ଉତ୍ତେଜିତ ହୋଇ ମୃତକଙ୍କ ସମ୍ପର୍କୀୟ ଓ ଅଞ୍ଚଳବାସୀ ମୃତଦେହକୁ ରଖି ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ। ଫଳରେ ଢେଙ୍କାନାଳ-କାମାକ୍ଷାନଗର ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଯାନବାହନ ଅଟକି ରହିଥିଲା।

‘ଦେଶର ବିକାଶରେ ନାଗରିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

‘ଦେଶର ବିକାଶରେ ନାଗରିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ଢେଙ୍କାନାଳ ଅଫିସ,୧୭।୧- ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଅଞ୍ଚଳର ରୟାଲ କ୍ଲବ ପରିସରରେ ବୁଧବାର ଶିଶିର ମହୋତ୍ସବ ଉଦଘାଟିତ ହୋଇଯାଇଛି।

ଦାୟିତ୍ୱ ନେଲେ ନୂତନ ଜିଲାପାଳ:‘କୃଷିକୁ ଅଗ୍ରାଧିକାର ଦିଆଯିବ’

ଦାୟିତ୍ୱ ନେଲେ ନୂତନ ଜିଲାପାଳ:‘କୃଷିକୁ ଅଗ୍ରାଧିକାର ଦିଆଯିବ’

ଢେଙ୍କାନାଳ ଅଫିସ,୧୭।୧- ଢେଙ୍କାନାଳ ଜିଲାର ନୂତନ ଜିଲାପାଳ ଭାବେ ନିଖିଲ ପବନ କଲ୍ୟାଣ ବୁଧବାର ଅପରାହ୍ନରେ ଜିଲା କାର୍ଯ୍ୟାଳୟକୁ ଆସି ଦାୟିତ୍ୱ ଗ୍ରହଣ କରିଛନ୍ତି। ଜିଲାସ୍ତରୀୟ ଅଧିକାରୀ ଏବଂ ଜିଲା କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ସ୍ବାଗତ କରିଥିଲେ।

ଘରଡିହ ପଟ୍ଟା ପାଇଁ ଉପଜିଲାପାଳଙ୍କ ଦ୍ୱାରସ୍ଥ

ଘରଡିହ ପଟ୍ଟା ପାଇଁ ଉପଜିଲାପାଳଙ୍କ ଦ୍ୱାରସ୍ଥ

କାମାକ୍ଷାନଗର,୧୭।୧(ଡି.ଏନ.ଏ)- ଢେଙ୍କାନାଳ ଜିଲା କାମାକ୍ଷାନଗର ପଞ୍ଚାୟତ ଭାଲୁମୁଣ୍ଡା ଗ୍ରାମର ମହିଳାମାନେ ଘରଡିହ ପଟ୍ଟା ପ୍ରଦାନ ଦାବିରେ ବୁଧବାର ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବାସୋପଯୋଗୀ ଜାଗା ନ ଥିବା ଲୋକଙ୍କୁ ସରକାରଙ୍କ ପକ୍ଷରୁ ଗୁଣ୍ଠିକିଆ ଜାଗା ଯୋଗାଇ ଦେବାର ବ୍ୟବସ୍ଥା ରହିଛି।

ଦୁର୍ଘଟଣାରେ ଗୁରୁତର ବ୍ୟକ୍ତିଙ୍କ ମୃତ୍ୟୁ

ବଇଣ୍ଡା,୧୭।୧(ଡି.ଏନ.ଏ.)- ହଣ୍ଡପା ଥାନା ନିକଟରେ ମଙ୍ଗଳବାର ଏକ କାର-ବାଇକ ଧକ୍କାରେ ଗୁରୁତର ହୋଇଥିବା ବାଇକ୍‌ ଚାଳକ ବଣିନାଳୀ ଗ୍ରାମର ବାଜପେୟୀ ବେହେରାଙ୍କ ବୁଧବାର ମୃତ୍ୟୁ ଘଟିଛି।

୨ ବଖରା ଜଳିଗଲା

ବଇଣ୍ଡା, ୧୭। ୧(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ ପଟାପଥର ଗ୍ରାମରେ ବୁଧବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ଲକ୍ଷ୍ମୀଧର ପ୍ରଧାନଙ୍କ ୨ ବଖରା ଚାଳଘର ଜଳିଯାଇଛି।