ଅନଗୁଳ-ଢେଙ୍କାନାଳ

ରୋଗୀଙ୍କୁ ସହାୟତାର ପ୍ରଲୋଭନ : ଦଲାଲ ଗିରଫ

ରୋଗୀଙ୍କୁ ସହାୟତାର ପ୍ରଲୋଭନ : ଦଲାଲ ଗିରଫ
ଅନୁଗୋଳ ଅଫିସ,୨୬।୧୨- ଜଣେ ରୋଗୀଙ୍କୁ ସରକାରୀ ସହାୟତା କରାଇଦେବାର ପ୍ରଲୋଭନ ଦେଖାଇ ଟଙ୍କା ଠକିନେବାକୁ ଉଦ୍ୟମ କରୁଥିବା ଅଭିଯୋଗରେ ଅନୁଗୋଳ ଥାନା ପୋଲିସ ମଙ୍ଗଳବାର ରାଇଝରଣ ଅଞ୍ଚଳର ବିପିନି ବିହାରୀ ନାୟକ(୩୦)ଙ୍କୁ ଗିରଫ କରିଛି। ଛେଣ୍ଡିପଦା ଅଞ୍ଚଳର କୁମାରୀ କିଷାନ ନାମକ ଜଣେ ମହିଳା ବିପିନଙ୍କ ଦ୍ୱାରା ଏପରି ଠକେଇର ଶିକାର ହୋଇଥିବା ନେଇ ମଙ୍ଗଳବାର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ବିଭିନ୍ନ ରୋଗରେ ଆକ୍ରାନ୍ତ ଗରିବ ଶ୍ରେଣୀର ଲୋକମାନଙ୍କୁ ବିପିନ ସରକାରୀ ସହାୟତା ଯୋଗାଇ ଦେବାରେ ସହଯୋଗ କରିବାକୁ କହି ପ୍ରଲୋଭିତ କରିଥାନ୍ତି। ତେବେ ସାହାଯ୍ୟ କରିବା ନଁାରେ ସେମାନଙ୍କଠାରୁ ଅଗ୍ରିମ ଆକାରରେ ସେ ଟଙ୍କା ନେଇଥାନ୍ତି। ବହୁ ଗରିବ ଲୋକ ପୂର୍ବରୁ ଏପରି ଠକେଇର ଶିକାର ହୋଇଛନ୍ତି। ତାଙ୍କୁ ମଧ୍ୟ ଜିଲା ପ୍ରଶାସନଠାରୁ ଚିକିତ୍ସା ସହାୟତା ଯୋଗାଇଦେବେ ଆଶା ଦେଖାଇଥିଲେ। ମାତ୍ର କାଗଜପତ୍ର କରିବା ନଁାରେ ସେ ତାଙ୍କୁ ୧୨ଶହ ଟଙ୍କା ମାଗିଥିଲେ। ଏ ନେଇ ବିପିନିଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଲୋକେ ଗଦା ହୋଇଯିବା ପରେ କଥା ପଦାକୁ ଆସିଥିଲା ବୋଲି କୁମାରୀ କିଷାନ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଅଭିଯୋଗ ପାଇ କୁମାରୀଙ୍କ ପୋଲିସ ବିପିନିଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି।
All Right Reserved By

ଅନଗୁଳ-ଢେଙ୍କାନାଳ

ଅନୁଗୋଳ ପୌରପାଳିକାରେ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କଲେ ଏମ୍‌ପି

ଅନୁଗୋଳ ପୌରପାଳିକାରେ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କଲେ ଏମ୍‌ପି

ଅନୁଗୋଳ ଅଫିସ,୧୬।୧: ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀ ବୁଧବାର ଅନୁଗୋଳ ପୌରପାଳିକା ଅଧୀନରେ ଥିବା ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। 

ଜିଲା ରେଡ୍‌କ୍ରସ୍‌ ଶାଖା ସାଧାରଣ ବୈଠକ: ପୂରଣ ହେଲାନି ପାଣ୍ଠି ସଂଗ୍ରହ ଧାର୍ଯ୍ୟ ଲକ୍ଷ୍ୟ

ଜିଲା ରେଡ୍‌କ୍ରସ୍‌ ଶାଖା ସାଧାରଣ ବୈଠକ: ପୂରଣ ହେଲାନି ପାଣ୍ଠି ସଂଗ୍ରହ ଧାର୍ଯ୍ୟ ଲକ୍ଷ୍ୟ

ଢେଙ୍କାନାଳ ଅଫିସ, ୧୬ା୧-ରେଡ୍‌କ୍ରସ୍‌ ପାଣ୍ଠି ସଂଗ୍ରହ ଧାର୍ଯ୍ୟ ଲକ୍ଷ୍ୟଠାରୁ ବହୁ ପଛରେ ଢେଙ୍କାନାଳ ଜିଲା। ଗତ ୩ ବର୍ଷ ମଧ୍ୟରେ ସଂଗୃହୀତ ହୋଇଥିବା ପାଣ୍ଠି ଧାର୍ଯ୍ୟ ପରିମାଣଠାରୁ ୫୬% କମ୍‌। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ରବିବାର ଆୟୋଜିତ ରେଡ୍‌କ୍ରସ୍‌ ଶାଖା ସାଧାରଣ ଏବଂ କାର୍ଯ୍ୟ ନିର୍ବାହୀ ପରିଷଦର ବୈଠକରେ ଏହି ସୂଚନା ଦିଆଯାଇଛି। 

‘ହୋପ୍‌’ ଆଣିଲା ଗୌରବ

‘ହୋପ୍‌’ ଆଣିଲା ଗୌରବ

କାମାକ୍ଷାନଗର, ୧୬।୧(ଡି.ଏନ୍‌.ଏ.)-ଜାତୀୟସ୍ତରରେ ପୁଣିଥରେ ଚର୍ଚ୍ଚାରେ ଢେଙ୍କାନାଳ। ଜାତୀୟ ବିଜ୍ଞାନ ନାଟକ ମହୋତ୍ସବରେ ପୂର୍ବ ଭାରତ ଜୋନ୍‌ରୁ ପ୍ରତିନିଧିତ୍ୱ କରୁଥିବା ନାଟକ ‘ହୋପ୍‌: ଏ ସିମ୍ବଲ ସବ୍‌ମିଶନ’ ଦିଲ୍ଲୀରେ ସାଉଁଟିଛି ଅଜସ୍ର ପ୍ରଶଂସା। 

ଭତ୍ତା ଆଣିବାକୁ ଯାଇ ବୃଦ୍ଧ ମୃତ, ବୃଦ୍ଧା ମେଡିକାଲରେ

ଭତ୍ତା ଆଣିବାକୁ ଯାଇ ବୃଦ୍ଧ ମୃତ, ବୃଦ୍ଧା ମେଡିକାଲରେ

ଛେଣ୍ଡିପଦା/ ପାଲଲହଡ଼ା,୧୬।୧ (ସ୍ବ.ପ୍ର.)-ଭତ୍ତା ଆଣିବାକୁ ଯାଇଥିବା ବେଳେ ମଙ୍ଗଳବାର ଅନୁଗୋଳ ଜିଲା ଛେଣ୍ଡିପଦା ଥାନା କୋଶଳା ଚନ୍ଦନନଗର ଅଞ୍ଚଳର ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେହିପରି ପାଲଲହଡ଼ା ବ୍ଲକ ଭୀମକାଣ୍ଡ ଗ୍ରାମର ଜଣେ ବୃଦ୍ଧା ସଂଜ୍ଞାହୀନ ହୋଇ ଏବେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଫେସ୍‌ବୁକରେ ଯୁବତୀଙ୍କ ଫଟୋ ଛାଡ଼ି ଯୁବକ ଗିରଫ

ଫେସ୍‌ବୁକରେ ଯୁବତୀଙ୍କ ଫଟୋ ଛାଡ଼ି ଯୁବକ ଗିରଫ

ବଅଁରପାଳ,୧୬।୧(ଡି.ଏନ.ଏ.)-ବଅଁରପାଳ ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ଫୋଟୋ ତାଙ୍କ ବିନା ଅନୁମତିରେ ଫେସ୍‌ବୁକ ଓ ଇନ୍‌ଷ୍ଟାଗ୍ରାମରେ ଛାଡିବା ଅଭିଯୋଗରେ ସୋମବାର ବଲାଙ୍ଗୀର ଜିଲା ଲାଇସୁଆଁ ଗ୍ରାମର ସୂର୍ଯ୍ୟକାନ୍ତ ମାଛକୁଣ୍ଡ (୨୩)ଙ୍କୁ ପୋଲିସ ଗିରଫ କରିଛି।

ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପ୍ରଦୂଷଣ ବିଭାଗ ଅଧିକାରୀ: ପରିଦର୍ଶନ କଲେ ବାୟୋ ବର୍ଜ୍ୟ ପୋଡ଼ା ସ୍ଥାନ

ଅନୁଗୋଳ ଅଫିସ, ୧୬।୧-ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ବାୟୋ ବର୍ଜ୍ୟବସ୍ତୁ ଖୋଲାରେ ଜଳାଯାଉଛି। ଏ ସମ୍ପର୍କିତ ଏକ ଖବର ଗତ ୧୪ ତାରିଖରେ ‘ଧରିତ୍ରୀ’ରେ ପ୍ରକାଶ ପରେ ମଙ୍ଗଳବାର ଅନୁଗୋଳ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ଦୁଇଜଣ ଅଧିକାରୀ ମେଡିକାଲରେ ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି।

ଜିଲା ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା: ଲୁପ୍ତ କଳା ମଞ୍ଚରେ ଉଜ୍ଜୀବିତ ହୋଇଛି

ଜିଲା ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା: ଲୁପ୍ତ କଳା ମଞ୍ଚରେ ଉଜ୍ଜୀବିତ ହୋଇଛି

ଅନୁଗୋଳ ଅଫିସ, ୧୬।୧-ଅନୁଗୋଳ ଜିଲା ମହୋତ୍ସବ ପ୍ରଶଂସନୀୟ। ଜୀବନରେ ବହୁ ମଞ୍ଚରେ ଅତିଥି ଭାବେ ଯୋଗ ଦେଇଛି। କିନ୍ତୁ ଏଭଳି ମଞ୍ଚ ପ୍ରଥମ ଥର ପାଇଁ ଦେଖୁଥିବାରୁ ଖୁସି ଅନୁଭବ ହେଉଛି। ଏହି ମଞ୍ଚରେ ଲୁପ୍ତ ହେବାକୁ ବସିଥିବା କଳାକୁ ଦେଖି ବେଶ୍‌ ଆନନ୍ଦ ଲାଭ କରୁଛି। 

ବାଇକ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ବାଇକ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

 ଛେଣ୍ଡିପଦା,୧୫।୧(ସ୍ବ.ପ୍ର)- ଛେଣ୍ଡିପଦା ଥାନା କୋଶଳା ଚନ୍ଦନ ନଗର ଛକଠାରେ ମଙ୍ଗଳବାର ଏକ ବାଇକ୍‌ ଧକ୍କାରେ କୋଶଳା ଚନ୍ଦନ ନଗରର ବୃଦ୍ଧ ଅଭିମନ୍ୟୁ ବେହେରାଙ୍କ ମୃତ୍ୟୁ ଘଟିଛି।

ବିଧବା ଭାଉଜଙ୍କୁ ବିବାହ ଜିଦ୍‌:  ବିଫଳ ହେବାରୁ ଗୋଡ଼ାଇ ହାଣିଲା ଦିଅର

ବିଧବା ଭାଉଜଙ୍କୁ ବିବାହ ଜିଦ୍‌: ବିଫଳ ହେବାରୁ ଗୋଡ଼ାଇ ହାଣିଲା ଦିଅର

କାମାକ୍ଷାନଗର, ୧୫।୧(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା ଅଞ୍ଚଳରେ ମଙ୍ଗଳବାର ଅଭାବନୀୟ ଘଟଣା ଘଟିଛି। ବିଧବା ଭାଉଜଙ୍କୁ ବିବାହ କରିବାକୁ ଜିଦ୍‌ କରି ବିଫଳ ହେବାପରେ ପ୍ରତିଶୋଧ ପରାୟଣ ଦିଅର ଭୁଜାଲିରେ ହାଣି ଦେଇଛି। ମହିଳାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର କ୍ଷତ ସୃଷ୍ଟି ହୋଇଛି। ପରିବାର ଲୋକଙ୍କ ସହାୟତାରେ ତାଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଅଭିଯୁକ୍ତ ସିପୁ ନାୟକଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

‘କଳାସଂସ୍କୃତି ସମାଜର ଅଧାରଶିଳା’

‘କଳାସଂସ୍କୃତି ସମାଜର ଅଧାରଶିଳା’

ପରଜଙ୍ଗ, ୧୫।୧(ଡି.ଏନ୍‌.ଏ.)-ପରଜଙ୍ଗ ବ୍ଲକ ସରାଙ୍ଗସ୍ଥିତ  ସରସତୀ ଶିଶୁ ବିଦ୍ୟା ମନ୍ଦିରର ୨୧ତମ ବାର୍ଷିକ ଉତ୍ସବ ମଙ୍ଗଳବାର ମହାସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟଅତିଥିଭାବେ ରାଜ୍ୟସଭା ସଦସ୍ୟ ତଥା ଶିଳ୍ପୀଗୁରୁ ପଦ୍ମଶ୍ରୀ ରଘୁନାଥ ମହାପାତ୍ର ଯୋଗଦେଇ କହିଲେ, କଳାସଂସ୍କୃତି ସମାଜର ଅଧାରଶିଳା। ଏହାକୁ ବଞ୍ଚାଇ ରଖିବାରେ ସମସ୍ତେ ଏକାଠି ହୋଇ ଆଗେଇ ଆସିବା ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ସେ ସ୍କୁଲକୁ ନିଜସ୍ବ ହାତପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି।

ଧାନ  ଓଜନରେ ଠକେଇ, ମଣ୍ଡିରେ  ଉତ୍ତେଜନା

ଧାନ ଓଜନରେ ଠକେଇ, ମଣ୍ଡିରେ ଉତ୍ତେଜନା

ଛେଣ୍ଡିପଦା,୧୫।୧(ସ୍ବ.ପ୍ର)- ଛେଣ୍ଡିପଦା ବ୍ଲକ ପାତ୍ରପଡା ପଞ୍ଚାୟତ ପାତ୍ରପଡା ସମବାୟ ଅଫିସଠାରେ ମଙ୍ଗଳବାର ଖୋଲାଯାଇଥିବା ଧାନ ମଣ୍ଡିରେ ଓଜନରେ ଠକେଇ ହେଉଥିବା ଅଭିଯୋଗ ହୋଇଛି। ଏଥିଯୋଗୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଘଟଣାରୁ ଜଣାପଡିଛି, ପାତ୍ରପଡା ଧାନ ମଣ୍ଡିରେ ଚାଷୀଙ୍କଠାରୁ  ଓଜନରେ ବସ୍ତା ପିଛା ୩କି.ଗ୍ରା କଟାଯାଇଥିଲା। 

ତାଳଚେର ଥର୍ମାଲ (ଟିଟିପିଏସ୍‌)ରେ ସ୍ଥାୟୀ ନିଯୁକ୍ତି ଦାବି ନେଇ ଗଣଧାରଣା

ତାଳଚେର ଥର୍ମାଲ (ଟିଟିପିଏସ୍‌)ରେ ସ୍ଥାୟୀ ନିଯୁକ୍ତି ଦାବି ନେଇ ଗଣଧାରଣା

ତାଳଚେର,୧୫।୧(ନି.ପ୍ର.): ଅନୁଗୋଳ ଜିଲା ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ (ଟିଟିପିଏସ୍‌)ରେ ସ୍ଥାୟୀ ନିଯୁକ୍ତି ଦାବି ନେଇ ୬୫ ଏସ୍‌ଏପି ପ୍ଲାଣ୍ଟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି।