ଅନଗୁଳ-ଢେଙ୍କାନାଳ

ବୋରୱେଲ୍‌ରୁ ରାଧାରାଣୀ ଉଦ୍ଧାର ଘଟଣା: ତଦନ୍ତ ରିପୋର୍ଟରେ ଛତିଶଗଡ଼ ସଂସ୍ଥା, କନିଷ୍ଠ ଯନ୍ତ୍ରୀଙ୍କୁ ଦୋଷ

ବୋରୱେଲ୍‌ରୁ ରାଧାରାଣୀ ଉଦ୍ଧାର ଘଟଣା: ତଦନ୍ତ ରିପୋର୍ଟରେ ଛତିଶଗଡ଼ ସଂସ୍ଥା, କନିଷ୍ଠ ଯନ୍ତ୍ରୀଙ୍କୁ ଦୋଷ

ଅନୁଗୋଳ ଅଫିସ,୨୬।୧୨- ଅନୁଗୋଳ ଜିଲା କିଶୋରନଗର ବ୍ଲକ ଜାମ୍ବୁନାଳି ପଞ୍ଚାୟତ ଗୋଳାସର ଗ୍ରାମର ଏକ ଅସମ୍ପୂର୍ଣ୍ଣ ବୋରଓ୍ବେଲ ମଧ୍ୟରେ ସୋମବାର ସକାଳେ ଖସିପଡ଼ିଥିବା ୨ ବର୍ଷର ଶିଶୁକନ୍ୟା ରାଧାରାଣୀଙ୍କୁ ଦୀର୍ଘ ସାଢ଼େ ୭ ଘଣ୍ଟା ପରେ ଉଦ୍ଧାର କରାଯାଇଥିଲା। ଜିଲାପାଳ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ମଙ୍ଗଳବାର ଉଠା ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ତାଙ୍କ ତଦନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି। ଏଥିରେ ଛତିଶଗଡ଼ର ଗଣେଶ ବୋରୱେଲ୍‌ ସଂସ୍ଥା ଓ କିଶୋରନଗର କନିଷ୍ଠ ଯନ୍ତ୍ରୀଙ୍କ ଅବହେଳାକୁ ଦାୟୀ କରାଯାଇଥିବା ଜଣାପଡ଼ିଛି।
ତଦନ୍ତକାରୀ ଅଧିକାରୀ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ, ବିଜୁ କୃଷକ କଲ୍ୟାଣ ଯୋଜନାରେ ୨୦୧୬-୧୭ ବର୍ଷରେ ରାଧାରାଣୀଙ୍କ ଜେଜେ ଧୁବେଇ ସାହୁଙ୍କ ନାମରେ ଏହି ବୋରୱେଲ ଖନନ କରାଯାଇଥିଲା। ୧୦୦ ଫୁଟ ଖୋଳାଯିବା ପରେ ପଥର ପଡ଼ିବାରୁ କାମ ବନ୍ଦ କରାଯିବା ସହ ଉକ୍ତ ଗାତକୁ ପଥର, ଅଖା ଦେଇ ଖନନକାରୀ ସଂସ୍ଥା ପୋତି ଦେଇଥିଲା। ସରକାରୀ ନିୟମ ଅନୁସାରେ ବୋରୱେଲ ଖନନ ହୋଇ ନ ପାରିଲେ କିମ୍ବା ଅଧାରୁ କାମ ବନ୍ଦ ହୋଇଥିଲେ ତାହାକୁ ସମ୍ପୂର୍ଣ୍ଣ ଭାବେ ପୋତି ଦିଆଯିବ। ଏହାକୁ ଉକ୍ତ ଅଞ୍ଚଳର ଉଠାଜଳସେଚନ ବିଭାଗ କନିଷ୍ଠଯନ୍ତ୍ରୀ ତଦାରଖ କରିବେ। ଯଦି ପୋତାଯାଇ ନ ଥିବ ତେବେ କନିଷ୍ଠଯନ୍ତ୍ରୀ ସୁରକ୍ଷା ଦୃଷ୍ଟିରୁ ତାହାକୁ ପୋତିଦେବେ। କିନ୍ତୁ ଧୁବେଇଙ୍କ ବଗିଚାରେ ପୋତାଯାଇଥିବା ବୋରଓ୍ବେଲ କାର୍ଯ୍ୟକୁ ପରବର୍ତ୍ତୀ ସମୟରେ କିଶୋରନଗର ଉଠା ଜଳସେଚନ ବିଭାଗ କନିଷ୍ଠଯନ୍ତ୍ରୀ ସରୋଜ କୁମାର ମହାନ୍ତି ତଦାରଖ କରି ନ ଥିଲେ। ତେଣୁ ଘଟିଯାଇଥିବା ଅଘଟଣ ପାଇଁ ଉଭୟ ଛତିଶଗଡ଼ର ସଂସ୍ଥା ଏବଂ ସ୍ଥାନୀୟ କନିଷ୍ଠ ଯନ୍ତ୍ରୀ ଦାୟୀ ବୋଲି ଉଠାଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ପ୍ରସାଦ ମିଶ୍ର ଜିଲାପାଳଙ୍କୁ ତଦନ୍ତ ରିପୋର୍ଟ ଦେଇଥିବା ଅତିରିକ୍ତ ଜିଲାପାଳ ଶ୍ରୀନିବାସ ବେହେରା ପ୍ରକାଶ କରିଛନ୍ତି। ରିପୋର୍ଟ ଆଧାରରେ ସମ୍ପୃକ୍ତ ସଂସ୍ଥାକୁ କଳା ତାଲିକାଭୁକ୍ତ ସହ କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲାପାଳ ଅନିଲ କୁମାର ସାମଲ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ରାଧାରାଣୀଙ୍କ ଅବସ୍ଥା ଭଲ ଥିବା ଜିଲା ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ ଲକ୍ଷ୍ମୀନାରାୟଣ ବିଶୋଇ କହିଛନ୍ତି। ଝିଅଟି ଖେଳାବୁଲା କରୁଥିଲେ ବି ଆଉ ୧୨ଘଣ୍ଟା ତାଙ୍କୁ ନଜରରେ ରଖାଯିବ ବୋଲି ସେ କହିଛନ୍ତି।

All Right Reserved By

Model This Week

Model This Week

ଅନଗୁଳ-ଢେଙ୍କାନାଳ

ଲତାଦେଇପୁର ଗ୍ରାମରେ ଦନ୍ତା ଆତଙ୍କ, ଆକ୍ରମଣରେ ୩ ଆହତ

ଲତାଦେଇପୁର ଗ୍ରାମରେ ଦନ୍ତା ଆତଙ୍କ, ଆକ୍ରମଣରେ ୩ ଆହତ

ଢେଙ୍କାନାଳ ଅଫିସ,୨୬।୪: ଢେଙ୍କାନାଳ ଷଢ଼ଙ୍ଗୀ ରେଞ୍ଜର ଲତାଦେଇପୁର ଗ୍ରାମରେ ଗୁରୁବାର ସକାଳ ୬ଟାରେ ଏକ ଦନ୍ତାହାତୀ ଆକ୍ରମଣେରେ ୩ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ଗ୍ରାମର ସଞ୍ଜୀବ କର(୪୨), ଭୂତ ମଲିକ(୬୫), ସବିତା ଶତପଥୀ(୫୨)। ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସଞ୍ଜୀବଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ବିଦ୍ୟୁତ୍‌ କାଟ ପ୍ରତିବାଦରେ ଧାରଣା

ବିଦ୍ୟୁତ୍‌ କାଟ ପ୍ରତିବାଦରେ ଧାରଣା

ବନ୍ତଳା, ୨୫ା୪(ଡି.ଏନ.ଏ.)- ବାରମ୍ବାର ବିଦ୍ୟୁତ୍‌ କାଟ ପତିବାଦରେ ଅନୁଗୋଳ ଜିଲା ବନ୍ତଳା ଥାନା ବଡକେରା ଗ୍ରାମବାସୀ ବୁଧବାର ରାତି ପ୍ରାୟ ସାଢେ ୯ଟାରୁ ଷ୍ଟ୍ରକଚର ସମ୍ମୁଖରେ ଧାରଣାରେ ବସିଛନ୍ତି। ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ଷ୍ଟ୍ରକଚରଠାରୁ ମାତ୍ର ୨ଶହ ମିଟର ଦୂରରେ ଗ୍ରାମ ରହିଛି। ହେଲେ ବଡକେରା ଛକରେ ବିଦ୍ୟୁତ୍‌ ରହୁଥିବାବେଳେ ଛକକୁ ଲାଗି ଥିବା ନୂଆ ବଡକେରା ଗ୍ରାମରେ ବାରମ୍ବାର ବିଦ୍ୟୁତ୍‌ କାଟ ହେଉଛି।

ବଜରଙ୍ଗ କ୍ଲବର ପାଠାଗାର କକ୍ଷ ଉଦ୍‌ଘାଟିତ

ବଜରଙ୍ଗ କ୍ଲବର ପାଠାଗାର କକ୍ଷ ଉଦ୍‌ଘାଟିତ

ଢେଙ୍କାନାଳ ଅଫିସ, ୨୫।୪-ଢେଙ୍କାନାଳ ଶ୍ରୀବଳରାମ ମନ୍ଦିର ନିକଟରେ ଏମ୍‌ପିଙ୍କ ହାତପାଣ୍ଠିରୁ ନବନିର୍ମିିତ ବଜରଙ୍ଗ କ୍ଲବର ପାଠାଗାର କକ୍ଷ ବୁଧବାର ଅପରାହ୍ନରେ ଲୋକାର୍ପିତ ହୋଇଛି। ଏମ୍‌ପି ତଥାଗତ ସତପଥୀ ମୁଖ୍ୟଅତିଥି ଭାବେ ଉପସ୍ଥିତ ରହି ଏହାକୁ ଉଦ୍‌ଘାଟନ କରିଥିଲେ।

ଟ୍ରକ୍‌-ଅଟୋ ମୁହାଁମୁହିଁ, ୫ ଗୁରୁତର;  ନୋ ଏଣ୍ଟ୍ରି ଦାବିରେ ରାସ୍ତାରୋକୋ

ଟ୍ରକ୍‌-ଅଟୋ ମୁହାଁମୁହିଁ, ୫ ଗୁରୁତର; ନୋ ଏଣ୍ଟ୍ରି ଦାବିରେ ରାସ୍ତାରୋକୋ

ଛେଣ୍ଡିପଦା, ୨୫ା୪(ଡି.ଏନ.ଏ.)- ଛେଣ୍ଡିପଦା-ଅନୁଗୋଳ ୬୩ ନଂ. ରାଜ୍ୟ ରାଜପଥର କୋଶଳା ପଞ୍ଚାୟତ ଅଫିସ୍‌ ନିକଟରେ ବୁଧବାର ଅପରାହ୍ନ ପ୍ରାୟ ୩ଟାରେ ଏକ ଟ୍ରକ୍‌ ଓ ଅଟୋ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।

ଯୁବତୀଙ୍କୁ ବଳାତ୍କାର ଘଟଣା, ୪ ଗିରଫ

ଯୁବତୀଙ୍କୁ ବଳାତ୍କାର ଘଟଣା, ୪ ଗିରଫ

ତାଳଚେର, ୨୫ା୪(ନି.ପ୍ର)- ଜଣେ ଆଦିବାସୀ ଯୁବତୀଙ୍କୁ ବଳାତ୍କାର କରାଯିବା ଘଟଣାରେ ତାଳଚେର ପୋଲିିସ ବୁଧବାର ହରିଜନସାହିର ବାଘା ଓରଫ ସୌଭାଗ୍ୟ ନାଏକ, ଭାଲୁ ଓରଫ ପ୍ରସନ୍ନ ନାଏକ, ନାହିଆ ନାଏକ ଓ ଯୋଗୀ ନାଏକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ା

ଚୋରା କୋଇଲା ଟ୍ରକ ଜବତ

ଚୋରା କୋଇଲା ଟ୍ରକ ଜବତ

ତାଳଚେର,୨୫ା୪(ନି.ପ୍ର.)- କଲିୟାରୀ ପୋଲିିସ ବୁଧବାର ସନ୍ଧ୍ୟାରେ ଏକ ଚୋରା କୋଇଲା ବୋଝେଇ ଟ୍ରକ୍‌(ନଂ. ଓଆର୧୯ଏମ-୪୨୨) ଜବତ କରିଛି। ଏହାସହ ଚାଳକ ପରଜଙ୍ଗ ଥାନା ଗତରେଇ ଗ୍ରାମର ଡିଲେଶ୍ୱର ସାହୁକୁ ଗିରଫ କରିଛି ା

ମୃତ୍ତିକା ଦିବସରେ ବୃକ୍ଷରୋପଣ

ମୃତ୍ତିକା ଦିବସରେ ବୃକ୍ଷରୋପଣ

ତାଳଚେର, ୨୫ା୪(ନି.ପ୍ର.)- କଣିହାଁସ୍ଥିତ ଡିଏଭି ସ୍କୁଲ ପରିସରରେ ଏନ୍‌ଟିପିସି ପକ୍ଷରୁ ମୃତ୍ତିକା ଦିବସ ପାଳିତ ହୋଇଯାଇଛି। ଏନ୍‌ଟିପିସିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାମ କୁବେର, ତନଭି ସଙ୍ଗମର ସଭାପତି ଦୀପ୍ତି କୁବେର, ଜେନେରାଲ ମ୍ୟାନେଜର ଏ.କେ ତ୍ରିପାଠୀ, ଏଜିଏମ କେ.ଏସ୍‌ ଶର୍ମା, ଡିଜିଏମ ପି.କେ. ସାହୁଙ୍କ ସମେତ ସ୍କୁଲର ଅଧ୍ୟକ୍ଷ, କର୍ମଚାରୀ ଛାତ୍ରୀଛାତ୍ର ଯୋଗ ଦେଇଥିଲେ। ଏହି ଅବସରରେ ସ୍କୁଲ ପରିସରରେ ବୃକ୍ଷରୋପଣ କରାଯାଇଥିଲା ା

ଅବକାରୀ ଚଢ଼ାଉ, ୪ ଗିରଫ

ବଇଣ୍ଡା, ୨୫ା୪(ଡି.ଏନ.ଏ.)- ଅନୁଗୋଳ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ବୁଧବାର ହଣ୍ଡପା ଓ ଆଠମଲ୍ଲିକ ଥାନାର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯାଇ ୧୪୦ ଲିଟର ମହୁଲି ମଦ, ୪୮୦ କେଜି ମହୁଲ ପୋଚ ଜବତ କରିଛି। ଏହାସହ ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି।

ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି

ବଇଣ୍ଡା,୨୫।୪(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା ଛକର ପ୍ରସିଦ୍ଧ ଚନ୍ଦନ ଯାତ୍ରା ମେ ୬ରେ ଅନୁଷ୍ଠିତ ହେବ। ଏ ନେଇ ବଇଣ୍ଡା ବଜାର କମିଟି ପକ୍ଷରୁ ରାଧାକୃଷ୍ଣ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ନିର୍ବାଚନ ଅସିଦ୍ଧ ଘୋଷଣା ମାମଲା ଖାରଜ

ନିର୍ବାଚନ ଅସିଦ୍ଧ ଘୋଷଣା ମାମଲା ଖାରଜ

ଢେଙ୍କାନାଳ ଅଫିସ,୨୫।୪-ଢେଙ୍କାନାଳ ସଦର ବ୍ଲକ ୩ନଂ. ଜୋନ୍‌ ଜିଲା ପରିଷଦ ସଭ୍ୟ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ପାଇଁ ହୋଇଥିବା ମାମଲା ଜିଲା ଦୌରାଜଜ୍‌ଙ୍କ ଅଦାଲତରେ ଖାରଜ ହୋଇଛି। ଫଳରେ ନିର୍ବାଚିତ ଜିଲା ପରିଷଦ ସଦସ୍ୟ ଅର୍ଚ୍ଚନା ସାହୁ ଆଶ୍ୱସ୍ତ ହୋଇଛନ୍ତି।

ଜିଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତା

ଢେଙ୍କାନାଳ ଅଫିସ, ୨୫ା୪-ଢେଙ୍କାନାଳ ବ୍ରଜନାଥ ବଡ଼ଜେନା ହାଇସ୍କୁଲ ପରିସରରେ ସଡ଼କ ସୁରକ୍ଷା ସମ୍ପର୍କିତ ଜିଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଁଦିଆ, ସଦର, ଓଡ଼ାପଡ଼ା, ହିନ୍ଦୋଳ, ଭୁବନ, କାମାକ୍ଷାନଗର, କଙ୍କଡ଼ାହାଡ଼ ବ୍ଲକରୁ ହାଇସ୍କୁଲ୍‌ସ୍ତରୀୟ ୧୩ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।

ଦନ୍ତା ପାଇଁ ରାତି ଉଜାଗର

ଦନ୍ତା ପାଇଁ ରାତି ଉଜାଗର

ପରଜଙ୍ଗ, ୨୫ା୪(ଡି.ଏନ୍‌.ଏ.)-ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ ଦୀର୍ଘଦିନ ହେବ ଏକ ଦନ୍ତାହାତୀ ବ୍ୟାପକ ଉପଦ୍ରବ ସୃଷ୍ଟି କରିଚାଲିଛି। ହାତୀଟି ରାତିରେ ଜନବସତିରେ ପଶି ଘରଦ୍ୱାରା ଭାଙ୍ଗିପକାଉଛି। ଲୋକଙ୍କୁ ଆକ୍ରମଣ ମଧ୍ୟ କରୁଛି। ଦନ୍ତା ଆତଙ୍କରେ ଅଞ୍ଚଳବାସୀ ରାତି ଉଜାଗର ରହୁଛନ୍ତି।