ଖେଳ |

ସିନିୟର ଥ୍ରୋ-ବଲ୍‌- ଓଡ଼ିଶା ମହିଳା ଦଳ ସେମିରେ

ସିନିୟର ଥ୍ରୋ-ବଲ୍‌- ଓଡ଼ିଶା ମହିଳା ଦଳ ସେମିରେ
ଭୁବନେଶ୍ୱର,୨୬ା୧୨(ସ୍ପୋଟର୍‌ସ ବ୍ୟୁରୋ)-ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡ଼ାଠାରେ ଚାଲିଥିବା ୪୦ତମ ସିନିୟର ଥ୍ରୋ-ବଲ ପ୍ରତିଯୋଗିତାରେ ଓଡ଼ିଶା ପୁରୁଷ ଓ ମହିଳା ଦଳ ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ମହିଳା ଦଳ କ୍ୱାର୍ଟର ଫାଇନାଲରେ କର୍ନାଟକକୁ ୧୫-୮, ୧୫-୭ ପଏଣ୍ଟରେ ପରାସ୍ତ କରି ସେମିକୁ ଉଠିଛି। ବୁଧବାର ସେମିରେ ଓଡ଼ିଶା ମହିଳା ଦଳ ତାମିଲନାଡୁକୁ ଭେଟିବ। ଅପରପକ୍ଷରେ ଓଡ଼ିଶା ପୁରୁଷ ଦଳ କ୍ୱାର୍ଟର ଫାଇନାଲରେ ୬ଥର ଚାମ୍ପୟନ ମଧ୍ୟପ୍ରଦେଶଠାରୁ ୨-୧ ସେଟରେ ସେମି ଖେଳିବାରେ ବଞ୍ଚିତ ହୋଇଛି ବୋଲି ଓଡ଼ିଶା ଥ୍ରୋ-ବଲ୍‌ ଆସୋସିଏଶନ ସମ୍ପାଦକ ଯଶୋବନ୍ତ ପରମଗୁରୁ ସୂଚନା ଦେଇଛନ୍ତି।
All Right Reserved By

ଖେଳ |

ହେଟମେୟରଙ୍କ ଶତକ: ଭାରତର ଟାର୍ଗେଟ ୩୨୩

ହେଟମେୟରଙ୍କ ଶତକ: ଭାରତର ଟାର୍ଗେଟ ୩୨୩

ଗୁଆହାଟୀ,୨୧।୧୦(ପି.ଟି.)- ଭାରତ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ୍‌ ଦମ୍‌ଦାର ବ୍ୟାଟିଂ ପ୍ରଦର୍ଶନ କରିଛି। ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଶିମରନ ହେଟମେୟରଙ୍କ ୧୦୬ ରନର ଶତକୀୟ ପାଳି ବଳରେ ଓ୍ବେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ ହରାଇ ୩୨୨ ରନ ସଂଗ୍ରହ କରିଛି। ଟସ୍‌ ହାରି ଭାରତ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ୟୁଥ୍‌ ଅଲିମ୍ପିକ୍ସ ଗେମ୍ସ ପଦକ ବିଜେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ୟୁଥ୍‌ ଅଲିମ୍ପିକ୍ସ ଗେମ୍ସ ପଦକ ବିଜେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୧।୧୦(ପି.ଟି.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୟୁଥ୍‌ ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ଭେଟି ବିଚାର ବିମର୍ଶ କରିଛନ୍ତି। ଏହି ମେଗା ଇଭେଣ୍ଟରେ ଭାରତୀୟ ଖେଳାଳିମାନେ ମୋଟ ୧୩ଟି ପଦକ ହାସଲ କରି ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ଏ ସଂକ୍ରାନ୍ତରେ ମୋଦି ବିଭିନ୍ନ ଫଟୋ ଟୁଇଟ୍‌ କରିଛନ୍ତି। 

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ତୃତୀୟ ସ୍ଥାନରେ ଆବାସ

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ତୃତୀୟ ସ୍ଥାନରେ ଆବାସ

ଦୁବାଇ,୨୧।୧୦(ଏଏଫପି)- ସଦ୍ୟସମାପ୍ତ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଦମ୍‌ଦାର ପ୍ରଦର୍ଶନ କରିଥିବା ପାକିସ୍ତାନ ଦ୍ରୁତ ବୋଲର ମହମ୍ମଦ ଆବାସ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଉନ୍ନତି କରିଛନ୍ତି। ୧୪ତମ ସ୍ଥାନରୁ ଉପରକୁ ଉଠି ସେ ବୋଲିଂ ତାଲିକାର ତୃତୀୟ ସ୍ଥାନ ଅକ୍ତିଆର କରିଛନ୍ତି।

କାନେରିଆଙ୍କ ସ୍ପଟ୍‌ ଫିକ୍ସିଂ ସ୍ବୀକାରୋକ୍ତି: ପିସିବି ନୂଆ ତଦନ୍ତ ଆରମ୍ଭ କରିବ

କାନେରିଆଙ୍କ ସ୍ପଟ୍‌ ଫିକ୍ସିଂ ସ୍ବୀକାରୋକ୍ତି: ପିସିବି ନୂଆ ତଦନ୍ତ ଆରମ୍ଭ କରିବ

କରାଚି,୨୧।୧୦(ପି.ଟି.)- ଦୀର୍ଘ ୬ ବର୍ଷ ଧରି ମନା କରିଆସୁଥିଲେ ମଧ୍ୟ ପାକିସ୍ତାନ ପୂର୍ବତନ ସ୍ପିନର ଡାନିସ୍‌ କାନେରିଆ ଶେଷରେ ସ୍ପଟ୍‌ ଫିକ୍ସିଂ କରିଥିବା ନେଇ ସ୍ବୀକାର କରିଛନ୍ତି। ଫଳରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏବେ ତାଙ୍କ ବିରୋଧରେ ନୂଆ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିପାରେ ବୋଲି କୁହାଯାଇଛି।

ମେସି ଆହତ: ୩ ସପ୍ତାହ ଖେଳିବେନି, ବାର୍ସିଲୋନା ବିଜୟୀ

ମେସି ଆହତ: ୩ ସପ୍ତାହ ଖେଳିବେନି, ବାର୍ସିଲୋନା ବିଜୟୀ

ବାର୍ସିଲୋନା,୨୧।୧୦(ଏଏଫପି)- ଆର୍ଜେଣ୍ଟିନା ସୁପରଷ୍ଟାର ଲିଓନେଲ ମେସି ଆହତ ହୋଇଛନ୍ତି ଓ ଏହି କାରଣରୁ ସେ ୩ ସପ୍ତାହ ଫୁଟବଲରୁ ଦୂରେଇ ରହିବେ। ଲା ଲିଗାରେ ଶନିବାର ସେଭିଲା ବିପକ୍ଷ ମ୍ୟାଚ୍‌ ଖେଳିବା ଅବସରରେ ସେ ଫ୍ରାଙ୍କୋ ଭାଜକ୍ୱେଜଙ୍କ ସହ ଧକ୍କା ଖାଇଥିଲେ। ଫଳରେ ସେ ଡାହାଣ ହାତରେ ଆଘାତ ପାଇଥିଲେ ଓ ଏହା ଭାଙ୍ଗିଯାଇଥିବା କୁହାଯାଇଛି। ତେବେ ଏହି ମ୍ୟାଚ୍‌ରେ ବାର୍ସିଲୋନ ୪-୨ ଗୋଲରେ ବିଜୟୀ ହୋଇଛି।

ପ୍ରଥମ ଦିନିକିଆ: ଟସ୍‌ ଜିତି ଭାରତର ଫିଲ୍ଡିଂ, ରିଷଭଙ୍କ ପଦାର୍ପଣ

ପ୍ରଥମ ଦିନିକିଆ: ଟସ୍‌ ଜିତି ଭାରତର ଫିଲ୍ଡିଂ, ରିଷଭଙ୍କ ପଦାର୍ପଣ

ଗୁଆହାଟୀ,୨୧।୧୦(ପି.ଟି.)- ସ୍ଥାନୀୟ ବର୍ଷପରା ଷ୍ଟାଡିୟମରେ ଭାରତ ଓ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ଆରମ୍ଭ ହୋଇଛି। ଟସ୍‌ ଜିତି ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ ଟେଷ୍ଟ ସିରିଜ୍‌ରେ ୨-୦ରେ ସିରିଜ କ୍ଲିନ୍‌ ସୁଇପ୍‌ କରିଥିବା ଭାରତ ଏହି ପ୍ରଦର୍ଶନ ଦିନିକିଆ ସିରିଜ୍‌ରେ ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି।

ଦିଲ୍ଲୀ ହାଫ୍‌ ମାରାଥନ:  ବେଲିହୁ ପୁରୁଷ, ଗେମେଚୁ ମହିଳା ଚାମ୍ପିୟନ

ଦିଲ୍ଲୀ ହାଫ୍‌ ମାରାଥନ: ବେଲିହୁ ପୁରୁଷ, ଗେମେଚୁ ମହିଳା ଚାମ୍ପିୟନ

ନୂଆଦିଲ୍ଲୀ,୨୧।୧୦(ପି.ଟି.)-  ଇଥିଓପିଆ ସ୍ବଳ୍ପ ବୟସ୍କ ଧାବକ ଆଣ୍ଡାମାଲାକ ବେଲିହୁ ଏଠାରେ ଅନୁଷ୍ଠିତ ହୋଇଥିବା ଦିଲ୍ଲୀ ହାଫ୍‌ ମାରାଥନରେ ପୁରୁଷ ବିଭାଗ ଚାମ୍ପିୟନ ବିବେଚିତ ହୋଇଛନ୍ତି। ସେହିପରି ସେହେ ଗେମେଚୁ ମହିଳା ବିଭାଗରେ ବାଜି ମାରିଛନ୍ତି। ଇଥିଓପିଆର ଏହି ଦୁଇ ଧାବକ, ଧାବିକା ପ୍ରଥମଥର ପାଇଁ କୌଣସି ମାରାଥନରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି। 

କ୍ରେମଲିନ୍‌ କପ୍‌: କସଟକିନା ଚାମ୍ପିୟନ

କ୍ରେମଲିନ୍‌ କପ୍‌: କସଟକିନା ଚାମ୍ପିୟନ

ମସ୍କୋ,୨୧।୧୦(ଏ.ଏଫ.ପି)- ଏଠାରେ ଖେଳାଯାଇଥିବା କ୍ରେମଲିନ୍‌ କପ୍‌ ଟେନିସ୍‌ ଟୁର୍ନାଣ୍ଟେରେ ରୁଷିଆର ଡାରିଆ କସଟକିନା ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ହୋମ ଫେଭରାଇଟ୍‌ ତଥା ଷଷ୍ଠସିଡ୍‌ ଖେଳାଳି କସଟକିନା ୨-୬, ୭-୬, ୬-୪ ସେଟରେ ଟ୍ୟୁନିସିଆ କ୍ୱାଲିଫାୟର ଓନ୍ସ ଜାବେଉରଙ୍କୁ ପରାସ୍ତ କରି ପ୍ରଥମ ଡବ୍ଲ୍ୟୁଟିଏ ଟାଇଟଲ ହାସଲ କରିଛନ୍ତି। 

ଭିନୁ ମଙ୍କଡ ଟ୍ରଫି:  ମେଘାଳୟର ବୃହତ ବିଜୟ

ଭିନୁ ମଙ୍କଡ ଟ୍ରଫି: ମେଘାଳୟର ବୃହତ ବିଜୟ

ଭୁବନେଶ୍ୱର, ୨୧।୧୦(ସ୍ପୋଟର୍‌ସ ବ୍ୟୁରୋ)- ଭୁବନେଶ୍ୱରର ବିଭିନ୍ନ ଗ୍ରାଉଣ୍ଡରେ ବିସିସିଆଇ ଆନୁକୂଲ୍ୟରେ ଚାଲିଥିବା ୧୯ ବର୍ଷରୁ  କମ୍‌ ଭିନୁ ମଙ୍କଡ ଟ୍ରଫି କ୍ରିକେଟ ପ୍ରତିଯୋଗିତାରେ ଶନିବାର ୩ଟି ମ୍ୟାଚ୍‌ ଖେଳାଯାଇଛି। କିଟ୍‌ ଗ୍ରାଉଣ୍ଡରେ ଖେଳାଯାଇଥିବା ଏକ ମ୍ୟାଚ୍‌ରେ ମେଘାଳୟ ୧୯୮ ରନର ବୃହତ ବ୍ୟବଧାନରେ ସିକିମକୁ ପରାସ୍ତ କରିଛି। ଅନ୍ୟ ଦୁଇଟି ମ୍ୟାଚ୍‌ରେ ବିହାର ଓ ଅରୁଣାଚଳ ପ୍ରଦେଶ ବିଜୟ ଲାଭ କରିଛନ୍ତି।

ଦେଓଧର ଟ୍ରଫି:  ଇଣ୍ଡିଆ-ସି ଦଳରେ ଓଡ଼ିଶାର ପପୁ ରାୟ

ଦେଓଧର ଟ୍ରଫି: ଇଣ୍ଡିଆ-ସି ଦଳରେ ଓଡ଼ିଶାର ପପୁ ରାୟ

କଟକ ଅଫିସ,୨୧।୧୦- ଗତ ବିଜୟ ହଜାରେ ଟ୍ରଫିରେ ଓଡ଼ିଶା ନିମନ୍ତେ ପଦାର୍ପଣ କରିଥିବା ପପୁ ରାୟ ଆସନ୍ତା ପ୍ରଫେସର ଡି.ବି. ଦେଓଧର ଟ୍ରଫି ନିମନ୍ତେ ଇଣ୍ଡିଆ-ସି ଦଳରେ ସ୍ଥାନ ପାଇଛନ୍ତି। ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱାଧୀନ ଇଣ୍ଡିଆ-ସି ଦଳରେ ରାଜ୍ୟର ଏହି ପ୍ରତିଭାବାନ ବାମହାତୀ ସ୍ପିନର ଜଣଙ୍କୁ ଦେଖିବାକୁ ମିଳିବ। ଗତ ବିଜୟ ହଜାରେ ଟ୍ରଫିରେ ଲିଗ୍‌ ପର୍ଯ୍ୟାୟର ପପୁ ୮ଟି ଯାକ ମ୍ୟାଚ୍‌ ଖେଳିଥିବା ବେଳେ ଓଡ଼ିଶା ପକ୍ଷରୁ ସର୍ବାଧିକ ଉଇକେଟ ଦଖଲକାରୀ ହୋଇଥିଲେ। ଟୁର୍ନାମେଣ୍ଟରେ ସେ ୧୮.୪୨ ଆଭରେଜରେ ୧୪ଟି ଉଇକେଟ ଅକ୍ତିଆର କରିଛନ୍ତି। ହାଇଦ୍ରାବାଦ ବିପକ୍ଷରେ ୩୮ ରନ୍‌ରେ ୩ଟି ଉଇକେଟ ପପୁଙ୍କର ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା। 

 ପ୍ରାଜନେଶ ଫାଇନାଲରେ

ପ୍ରାଜନେଶ ଫାଇନାଲରେ

ନୂଆଦିଲ୍ଲୀ, ୨୧ା୧୦ (ପି.ଟି.)- ଭାରତୀୟ ଡେଭିସ୍‌ କପ୍‌ ଖେଳାଳି ପ୍ରାଜନେଶ ଗୁଣେଶ୍ୱରନଙ୍କ ପାଇଁ ସିଜନରେ ଦ୍ୱିତୀୟ ଚ୍ୟାଲେଞ୍ଜର ଟାଇଟଲ ଜିତିବା ସୁଯୋଗ ଆସିଛି। ଚାଇନାରେ ଚାଲିଥିବା  ନିଙ୍ଗ୍‌ବୋ ଚ୍ୟାଲେଞ୍ଜର ଟେନିସ ଟୁର୍ନାମେଣ୍ଟରେ ସେ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ସେମିଫାଇନାଲରେ ସେ ୫ମ ସିଡ୍‌ ତଥା ସର୍ବିୟାର ମିଓମିର୍‌ କେକ୍‌ମାନୋଭିଚ୍‌ଙ୍କୁ ୬-୨, ୬-୨ ସିଧାସଳଖ ସେଟ୍‌ରେ ହରାଇ ଦେଇଛନ୍ତି।

  ଭାରତ ଏ’ ମହିଳା ଟି୨୦ ଦଳ ଘୋଷିତ

ଭାରତ ଏ’ ମହିଳା ଟି୨୦ ଦଳ ଘୋଷିତ

ମୁମ୍ବାଇ, ୨୧।୧୦ (ପି.ଟି.)-ସୋମବାରଠାରୁ ଏଠାରେ ଖେଳାଯିବାକୁଥିବା  ଅଷ୍ଟ୍ରେଲିଆ ଏ’ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶନିବାର ୧୫ଜଣିଆ ଭାରତ ଏ’ ମହିଳା ଟି୨୦ ଦଳ ଘୋଷଣା କରିଛି। ଏଥିରେ ସିନିୟର ଦଳର ଅଧିକାଂଶ ଖେଳାଳି ସ୍ଥାନ ପାଇଛନ୍ତି। ହରମନପ୍ରୀତ କୌରଙ୍କୁ ଅଧିନାୟିକା ଏବଂ ସ୍ମୃତି ମନ୍ଧାନାଙ୍କୁ ତାଙ୍କ ଡେପୁଟି ଭାବେ ନିଯୁକ୍ତି ଦିଆଯାଇଛି