Dharitri News
ଅନଗୁଳ-ଢେଙ୍କାନାଳ

ପୃଥକ୍‌ ଦୁର୍ଘଟଣା, ୪ ଗୁରୁତର

ପୃଥକ୍‌ ଦୁର୍ଘଟଣା, ୪ ଗୁରୁତର ବଇଣ୍ଡା, ୨୬।୧୨(ଡି.ଏନ.ଏ.)- ହଣ୍ଡପା ଥାନା ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟାରେ ଦୁଇଟି ପୃଥକ୍‌ ବାଇକ ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି। ବଇଣ୍ଡା-ଆଠମଲ୍ଲିକ ପୂର୍ତ୍ତ ବିଭାଗ ରାସ୍ତାର କରଡାବଣି ନିକଟରେ ଏକ ବାଇକ୍‌(ନଂ. ଏକ ଓଡି ୧୯ କେ ୩୯୫୮) ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଥିଲା। ଏହି ଦୁର୍ଘଟଣାରେ ବାଇକ୍‌ରେ ବସିଥିବା ଠାକୁରଗଡ ଅଞ୍ଚଳର ସୁବ୍ରତ ରାଉତ, ଅଜିତ ବିଶ୍ୱାଳ, ପୁରୁଷୋତ୍ତମ ଦେହୁରୀ ଗୁରୁତର ହେଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଗ୍ରାମବାସୀ ଉଦ୍ଧାର କରି ଚିକିତ୍ସା ପାଇଁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ୩ ଜଣ ଯାକ ଅନୁଗୋଳରୁ ଠାକୁରଗଡ ଅଭିମୁଖେ ଯାଉଥିଲେ। ହଣ୍ଡପା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ୍‌ଟିକୁ ଜବତ କରିଛି। ସେହିପରି ନାକିଚି-ଠାକୁରଗଡ ପୂର୍ତ୍ତ ବଭାଗ ରାସ୍ତାର ହଣ୍ଡପା ଥାନା ଜାମ୍ବୁଝରୀ ନିକଟରେ ଏକ ବାଇକ୍‌ (ନଂ. ଓଆର୍‌ ୧୯ ୮୧୨୨) ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବାଇକ୍‌ ଚାଳକ କିଶୋରନଗର ଥାନା ନତଡା ଗ୍ରାମର ଯଶୋବନ୍ତ ଦେହୁରୀ ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ଅଞ୍ଚଳବାସୀ କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟନ୍ଦ୍ରେରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ରେଢାଖୋଲ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଯଶୋବନ୍ତ ଆଠମଲ୍ଲିକୁ ନତଡା ଅଭିମୁଖେ ଆସୁଥିବାବେଳେ ଦୁର୍ଘଟଣା ଘଟିଥିଲା।

ଅନଗୁଳ-ଢେଙ୍କାନାଳ

ସ୍କୁଲ ପ୍ରତିଷ୍ଠାର ୩୩ ବର୍ଷ ପରେ ପ୍ରଥମ ସରସ୍ବତୀ ପୂଜା

ସ୍କୁଲ ପ୍ରତିଷ୍ଠାର ୩୩ ବର୍ଷ ପରେ ପ୍ରଥମ ସରସ୍ବତୀ ପୂଜା

ବଅଁରପାଳ,୨୨।୧(ଡି.ଏନ୍‌.ଏ.): ନାଲକୋ ଡିପିଏସ୍‌ ସ୍କୁଲ ପ୍ରତିଷ୍ଠା ହେବାର ୩୩ ବର୍ଷ ପରେ ସୋମବାର ପ୍ରଥମ କରି ସ୍କୁଲରେ ସରସ୍ବତୀ ପୂଜା ଆରମ୍ଭ ହୋଇଛ। ଏହି ସ୍କୁଲ ୧୯୮୪ ମସିହାରେ ପ୍ରତିଷ୍ଠା ହୋଇଥିଲେ ମଧ୍ୟ କେବେହେଲେ ଗଣେଶ ପୂଜା କିମ୍ବା ସରସ୍ବତୀ ପୂଜା ଆୟୋଜିତ ହୋଇ ନ ଥିଲା।

ଠିକା ଶ୍ରମିକଙ୍କ ବିକ୍ଷୋଭ

ଠିକା ଶ୍ରମିକଙ୍କ ବିକ୍ଷୋଭ

ବଅଁରପାଳ,୨୨।୧(ଡି.ଏନ୍‌.ଏ.): ନାଲକୋ ସ୍ମେଲ୍‌ଟର ପ୍ଲାଣ୍ଟରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଅର୍ଦ୍ଧ କୁଶଳୀ ଶ୍ରମିକଙ୍କୁ କୁଶଳୀ ମାନ୍ୟତା ଦାବି ନେଇ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଓଲଟିଲା ଗୋରୁ ବୋଝେଇ ଟ୍ରକ: ୧ ଗୋରୁ ମୃତ

ଓଲଟିଲା ଗୋରୁ ବୋଝେଇ ଟ୍ରକ: ୧ ଗୋରୁ ମୃତ

ଭୁବନ,୨୨।୧(ଡି.ଏନ୍‌.ଏ.): ଭୁବନ ଥାନା ଅନ୍ତର୍ଗତ ନୀଳକଣ୍ଠପୁର ଗ୍ରାମ ନିକଟରେ ସୋମବାର ଏକ ଗୋରୁ ବୋଝେଇ ଟ୍ରକ ଓଲଟି ପଡ଼ିଛି। ଫଳରେ ଟ୍ରକରେ ଥିବା ଗୋଟିଏ ଗୋରୁର ମୃତ୍ୟୁ ହୋଇଥିବାବେଳେ ୩ଟି ଗୁରୁତର ଆହତ ହୋଇଛନ୍ତି।

୭ମ ରାଜ୍ୟସ୍ତରୀୟ ଫୁଟବଲ୍‌ କପ୍‌ ଉଦ୍‌ଘାଟିତ

୭ମ ରାଜ୍ୟସ୍ତରୀୟ ଫୁଟବଲ୍‌ କପ୍‌ ଉଦ୍‌ଘାଟିତ

ଅନୁଗୋଳ ଅଫିସ,୨୧।୧- ଅନୁଗୋଳ ଟାଉନ ହାଇସ୍କୁଲ ଖେଳ ପଡ଼ିଆରେ ରବିବାର ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ ତରଫରୁ ୭ମ ରାଜ୍ୟସ୍ତରୀୟ ହେମସୁରପଡ଼ା ଫୁଟବଲ କପ୍‌ ୨୦୧୮ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ମ୍ୟାଚ ଅନୁଗୋଳ ମା’ ବୁଢ଼ୀ ଫୁଟବଲ କ୍ଲବ ଓ ଢେଙ୍କାନାଳ ନରଣପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ଯୁବକଙ୍କ ମୃତଦେହ ଉଦ୍ଧାର

ଅନୁଗୋଳ ଅଫିସ,୨୧।୧- ଅନୁଗୋଳ ଥାନା ଆଙ୍କୁଲା ଗ୍ରାମର ପ୍ରଶାନ୍ତ ସାହୁଙ୍କ ଝୁଲନ୍ତା ମୃତଦେହ ରବିବାର ପୋଲିସ ଉଦ୍ଧାର କରିଛି।

ଚାନ୍ଦା ନ ଦେବାରୁ ଚାଳକଙ୍କୁ ମାଡ଼ ଅଭିଯୋଗ

ଅନୁଗୋଳ ଅଫିସ,୨୧।୧- ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ନୂଆପଡ଼ା ଗଁାରେ ରବିବାର ଏକ ଟ୍ରକ୍‌ (ନଂ. ଓଡି୧୬ସି-୬୨୯୮) ଅଟକାଇ ଗ୍ରାମର ରିତେଶ ମହାପାତ୍ରଙ୍କ ସହିତ ୧୫ ଜଣ ଯୁବକ ଚାନ୍ଦା ମାଗିବା ସହ ମାଡ଼ ମାରିଥିବା ଚାଳକ କୁଣ୍ଢେଇଗୋଳା ଥାନା ଉଟୁସିଆ ଗ୍ରାମର ବିଷ୍ଣୁଚରଣ ସାହୁ ଅଭିଯୋଗ କରିଛନ୍ତି।

୨ ବାଇକ୍‌ ଧକ୍କା, ୩ ଗୁରୁତର

ବଅଁରପାଳ,୨୧।୧(ଡି.ଏନ.ଏ.)- ୫୫ନଂ. ଜାତୀୟ ରାଜପଥର ନାଲ୍‌କୋ ଥାନା କୁଲାଡ଼ ହାଇସ୍କୁଲ ସମ୍ମୁଖରେ ରବିବାର ରାତି ୯ଟାରେ ୨ ବାଇକ୍‌ ମଧ୍ୟରେ ମୁହଁାମୁହିଁ ଧକ୍କା ହୋଇଥିଲା।

ଧାନଗଦା ଜଳିଗଲା

ଧାନଗଦା ଜଳିଗଲା

ଛେଣ୍ଡିପଦା, ୨୧ା୧(ଡି.ଏନ.ଏ.)- ଛେଣ୍ଡିପଦା ଥାନା ବରପଦା ଗ୍ରାମରେ ରବିବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ତ୍ରିଲୋଚନ ନାଏକଙ୍କ ଧାନଗଦା ସହ ପାଳଗଦା ଜଳିଯାଇଛି।

ଲୋକଙ୍କ ସହଯୋଗରେ ଅପରାଧ କମିବ

ଲୋକଙ୍କ ସହଯୋଗରେ ଅପରାଧ କମିବ

ବଇଣ୍ଡା,୨୧।୧(ଡି.ଏନ.ଏ.)- ଦିନକୁ ଦିନ ସମାଜରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେଉଥିବାବେଳେ ଅପରାଧ ବଢିବାରେ ଲାଗିଛି। ତେଣୁ ଏଥିରେ ରୋକ ଲଗାଇବା ଦିଗରେ ପୋଲିସ ପ୍ରଶାସନ ସର୍ବଦା ସଜାଗ ରହିବା ଆବଶ୍ୟକ। ଏଥିସହ ପୋଲିସ ସହ ଜନତାଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଲେ ଲୋକଙ୍କ ସହଯୋଗରେ ଅପରାଧ ବହୁ ପରିମାଣରେ କମିପାରିବ ବୋଲି ରବିବାର କିଶୋରନଗର ବ୍ଲକ ନାକିଚି ଗ୍ରାମରେ ହଣ୍ଡପା ପୋଲିସ ପକ୍ଷରୁ ଅନୁଷ୍ଠିତ ଆମ ପୋଲିସ ସମିତି ବୈଠକରେ ମତ ପ୍ରକାଶ ପାଇଛି।

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ

ଭୁବନ, ୨୧ା୧(ଡି.ଏନ୍‌.ଏ.)-ଭୁବନ ଥାନା ନୀଳକଣ୍ଠପୁର ଛକରେ ଶନିବାର ରାତିରେ ଟ୍ରାକ୍ଟର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

ଜାଡ଼ରେ ଥରିଲେ ୧୪ ଚକ୍ଷୁ ରୋଗୀ

ଜାଡ଼ରେ ଥରିଲେ ୧୪ ଚକ୍ଷୁ ରୋଗୀ

ଢେଙ୍କାନାଳ ଅଫିସ, ୨୧ା୧-ଢେଙ୍କାନାଳ ଦକ୍ଷିଣକାଳୀ ରୋଡସ୍ଥିତ କଳିଙ୍ଗ ଘରୋଇ ଚକ୍ଷୁ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ପାଇଁ କଟକ ଜିଲା ଆଠଗଡ଼ ଉପଖଣ୍ଡ ଅଞ୍ଚଳରୁ ଆସିଥିବା ୧୪ ରୋଗୀ ରବିବାର ହୀନସ୍ତା ହୋଇଛନ୍ତି। ବିନା ରହିବା ବ୍ୟବସ୍ଥାରେ ସେମାନଙ୍କୁ ଅଣାଯାଇଥିଲା। ଫଳରେ ରାତିରେ ପ୍ରବଳ ଜାଡ଼ରେ ଥରିଥରି ସେମାନଙ୍କୁ ନିରାଶରେ ଘରକୁ ଫେରିବାକୁ ପଡ଼ିଛି।

ପ୍ରଶାସନ, ପୋଲିସର ମିଳିତ ଚଢ଼ାଉ: ସିଲ୍‌ ହେଲା ନର୍ସିଂ ହୋମ୍‌

ପ୍ରଶାସନ, ପୋଲିସର ମିଳିତ ଚଢ଼ାଉ: ସିଲ୍‌ ହେଲା ନର୍ସିଂ ହୋମ୍‌

ଢେଙ୍କାନାଳ ଅଫିସ, ୨୧ା୧-ଢେଙ୍କନାଳ ସହରସ୍ଥିତ ବିଭିନ୍ନ ନର୍ସିଂହୋମ୍‌ରେ ରବିବାର ପୋଲିସ ଏବଂ ପ୍ରଶାସନ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି।