ସମ୍ପାଦକୀୟ |

ସମ୍ପାଦକୀୟ/କରଦାତାଙ୍କୁ ସମ୍ମାନ

ସମ୍ପାଦକୀୟ/କରଦାତାଙ୍କୁ ସମ୍ମାନ
୧୨୫କୋଟିରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଭାରତରେ ଆୟକର ସଂଗ୍ରହ ଅତ୍ୟନ୍ତ ନଗଣ୍ୟ ସ୍ଥିତିରେ ରହିଛି। ନିକଟରେ ଆୟକର ବିଭାଗ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି ଯେ, ମୋଟ ଜନସଂଖ୍ୟାର ମାତ୍ର ୧.୭ ଶତାଂଶ ଅର୍ଥାତ୍‌ ୨.୦୬ କୋଟି ଲୋକ ୨୦୧୫-୧୬ ଆକଳନ ବର୍ଷ (ଏ.ଓ୍ବାଇ.)ରେ ଟିକସ ପୈଠ କରିଛନ୍ତି। ପୂର୍ବବର୍ଷ ତୁଳନାରେ ଆୟକର ରିଟର୍ନ ଦାଖଲ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୩.୬୫ କୋଟିରୁ ବୃଦ୍ଧିପାଇ ୪.୦୭ କୋଟି ହୋଇଥିଲେ ମଧ୍ୟ ପ୍ରକୃତ ଟିକସ ପୈଠକାରୀଙ୍କ ସଂଖ୍ୟା ୨.୦୬ କୋଟି। ଅନ୍ୟମାନେ ସେମାନଙ୍କର ଆୟ ଟିକସ ସୀମା ଭିତରେ ଆସୁନାହିଁ ବୋଲି ଦର୍ଶାଇଛନ୍ତି। ଏଥିରୁ ଦୁଇଟି କଥା ସ୍ପଷ୍ଟ ହେଉଛି। ପ୍ରଥମତଃ ଲୋକଙ୍କ ମୁଣ୍ଡପିଛା ବାର୍ଷିକ ଆୟ ଟିକସଯୋଗ୍ୟ ହେଉନାହିଁ । ଦ୍ୱିତୀୟତଃ ଟିକସଯୋଗ୍ୟ ଆୟ କରୁଥିଲେ ମଧ୍ୟ କୌଣସି ନା କୌଣସି ବାଟରେ ଟିକସ ଫାଙ୍କି ହେଉଛି। ଦ୍ୱିତୀୟ କଥାଟି ଅଧିକ ବିଶ୍ୱାସଯୋଗ୍ୟ ମନେହେବା ସ୍ବାଭାବିକ। ଦେଶର ପ୍ରତ୍ୟକ୍ଷ ଟିକସ ବ୍ୟବସ୍ଥାକୁ ସରଳ କରି ଅଧିକ ଟିକସଦାତାଙ୍କୁ ଏହାର ପରିସରଭୁକ୍ତ କରିବା ସକାଶେ ସରକାର ଉଦ୍ୟମ ଅବ୍ୟାହତ ରଖିଥିବା ଦାବି କରୁଛନ୍ତି। ପ୍ରତିବର୍ଷ ବଜେଟ୍‌ରେ ବ୍ୟକ୍ତିଗତ ଟିକସ କ୍ଷେତ୍ରରେ ରିହାତି ସୀମା ଓ ସ୍ଲାବ୍‌ରେ ପରିବର୍ତ୍ତନ କରାଯାଉଛି। ଏହାସତ୍ତ୍ୱେ କର ଆଦାୟ ନେଇ ଜଟିଳତାର ଅନ୍ତ ଘଟୁନାହିଁ, ଯାହାର ଫାଇଦା ଧନିକଙ୍କ ସମେତ ଟିକସ ପରିସରରୁ ଦୂରେଇ ରହୁଥିବା ଅନେକ କୋଟି ଜନସାଧାରଣ ନେଉଛନ୍ତି। ଫଳରେ ଟିକସ ପ୍ରଦାନକାରୀଙ୍କ ସଂଖ୍ୟାରେ ଆଖିଦୃଶିଆ ବୃଦ୍ଧି ଘଟୁନାହିଁ। ଏହା ସତ୍ୟ ଯେ, ଆମ ବ୍ୟବସ୍ଥା ଏପରି ହୋଇଛି, କେହି ସ୍ବତଃପ୍ରବୃତ୍ତ ଭାବେ ସରକାରଙ୍କୁ ଟିକସ ପୈଠ କରିବାକୁ ଚାହୁଁନାହାନ୍ତି । ଯେଉଁ କରଦାତାମାନେ ବାଧ୍ୟବାଧକତାରେ ଟିକସ ପୈଠ କରୁଛନ୍ତି, ସେମାନେ ଏ ବାବଦରେ କେତେ କମ୍‌ ଅର୍ଥ ଦିଆଯାଇପାରିବ ସେହି ବାଟ ଦେଖୁଛନ୍ତି। ସମସ୍ୟା ହେଲା ଭାରତର ଆୟକର ବିଭାଗ କେବଳ ମାତ୍ର ସେହି ୨.୦୬ କୋଟି କରଦାତାଙ୍କ ଉପରେ ଜୁଲମ କରିଆସୁଛି । ମନେରଖିବାକୁ ହେବ ଯେ ଯେଉଁମାନେ ସ୍ବତଃପ୍ରବୃତ୍ତ ଭାବେ କର ଦେଉଛନ୍ତି ସେମାନେ ଆୟର ମାତ୍ର କିଛି ଅଂଶ ଦେଖାଉଛନ୍ତି । ଏହି ୨.୦୬ କୋଟି ଲୋକଙ୍କ ପାଇଁ ସରକାରୀ ସ୍ତରରେ କୌଣସି ବିଶେଷ ସୁବିଧା ବା ସମ୍ମାନର ବ୍ୟବସ୍ଥା ନାହିଁ। ବରଂ ଏହି କରଦାତାଙ୍କ ଉପରେ ଅଧିକରୁ ଅଧିକ ବୋଝ, ଇ-ମେଲ୍‌ ଓ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଧମକ, ସରକାରୀ ଅଫିସରଙ୍କ ଦାଉ ବୃଦ୍ଧି ପାଇ ଚାଲିଛି । ଯେଉଁମାନେ ଆୟକର ବିଭାଗର ଜାଲରୁ ଦୂରେଇ ରହିଛନ୍ତି ସେମାନଙ୍କୁ ବରଂ ସବୁ ସରକାରୀ ସାହାଯ୍ୟ ଦିଆଯାଉଛି । ଭାରତର ଏହି ଅଦ୍ଭୁତ ବ୍ୟବସ୍ଥା ଯୋଗୁ ସଚ୍ଚୋଟ ଭାବେ ଆୟକରଦାତା ହେବାଠାରୁ ବିପିଏଲ୍‌ ତାଲିକାଭୁକ୍ତ ହେବାର ଅଭିଳାଷ ଅଧିକ ରହୁଛି । ମାଗଣା ଚାଉଳ, ଘର, ପାଇଖାନା, ପିଲାଙ୍କ ପାଇଁ ବହି, ଖାଦ୍ୟ, ମାଗଣା ପାଠପଢା ବ୍ୟବସ୍ଥାଠାରୁ ଆରମ୍ଭ କରି ଆଖିବୁଜିବା ଯାଏ ଅନେକ ଯୋଜନା ଟିକସ ଦେଉ ନ ଥିବା ଅସଂଖ୍ୟ ଭାରତୀୟଙ୍କୁ ମୁଷ୍ଟିମେୟ କରଦାତାଙ୍କଠାରୁ ଶୋଷିଆଣି ଦିଆଯାଉଛି । ଦୀର୍ଘଜୀବନ ଖଟି ସରକାରଙ୍କୁ ଟିକସ ଦେବା ପରେ କାର୍ଯ୍ୟକାଳ ସରିଲେ ଏହି ଦେଶର କରଦାତାମାନେ ଅଲୋଡ଼ା ହୋଇଯାଆନ୍ତି । ଆମେରିକା, ୟୁରୋପ ଭଳି ଦେଶରେ କରଦାତାଙ୍କୁ ଅବସର ପରେ ସାମାଜିକ ସୁରକ୍ଷା ବ୍ୟବସ୍ଥା ମାଧ୍ୟମରେ ସମ୍ମାନର ସହ ବଞ୍ଚିବା ପାଇଁ ପେନ୍‌ସନ ସମେତ ସବୁ ସାହାଯ୍ୟ ଯୋଗାଇ ଦିଆଯାଉଛି। ମାତ୍ର ଭାରତରେ ସେହିଭଳି ସୁବିଧା ଟିକସଦାତାମାନେ ପାଉନାହାନ୍ତି। ବରଂ ଏହି ଦେଶର ପେନ୍‌ସନଧାରୀ, ବରିଷ୍ଠ ନାଗରିକ ମଧ୍ୟ ଟିକସ ପରିସରରେ ରହିଛନ୍ତି। ଯେଉଁ ସମୟରେ ସେମାନଙ୍କ ଜୀବନଧାରଣ ପାଇଁ ସରକାରଙ୍କର କୌଣସି କର୍ତ୍ତବ୍ୟ ରହିବା କଥା ସେହି ସମୟରେ ସେମାନଙ୍କ ଉପରେ ଟିକସ ବୋଝ ରହୁଛି। ସବୁଠାରୁ ଦୟନୀୟ ପରିସ୍ଥିତି ସୃଷ୍ଟିହେଉଛି ଘରୋଇ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କ ସକାଶେ। ସେମାନଙ୍କ ପାଇଁ ଅବସରକାଳୀନ ପେନ୍‌ସନ ବ୍ୟବସ୍ଥା ଅତ୍ୟନ୍ତ ନଗଣ୍ୟ ସ୍ଥିତିରେ ରହିଛି। ସେମାନେ ରୋଜଗାରକ୍ଷମ ଥିବା ସମୟରେ ସରକାରଙ୍କୁ ଟିକସ ଗଣୁଥିଲେ ମଧ୍ୟ ଅବସର ପରେ କୌଣସି ପ୍ରାପ୍ତିର ଆଶା ରହୁନାହିଁ। ଏଭଳି ପରିସ୍ଥିତିରେ ଟିକସ ଧାର୍ଯ୍ୟ କରୁଥିବା ଆୟକର ବିଭାଗର ଅଧିକାରୀ, ଅର୍ଥନୀତିଜ୍ଞ, ସରକାରରେ ଥିବା ବ୍ୟକ୍ତିମାନଙ୍କୁ ପ୍ରତ୍ୟକ୍ଷ ଟିକସ ବ୍ୟବସ୍ଥାର ସଂସ୍କାର ସମ୍ପର୍କରେ ଚିନ୍ତା କରିବାର ସମୟ ଆସିଛି। ଅଳ୍ପ କିଛି ଲୋକଙ୍କ ଉପରେ ଟିକସ ବୋଝ ନ ଲଦି କିଭଳି ଅଧିକରୁ ଅଧିକ ବ୍ୟକ୍ତିଙ୍କୁ ଏହି ବ୍ୟବସ୍ଥା ପରିସରକୁ ଅଣାଯାଇପାରିବ ସେନେଇ ଉଦ୍ୟମ ହେବା ଆବଶ୍ୟକ। ବିଶେଷ କରି ଟିକସ ସ୍ଲାବ୍‌ରେ ହ୍ରାସ, ପାନ୍‌କାର୍ଡଧାରୀଙ୍କୁ ବିଭିନ୍ନ କ୍ଷେତ୍ରରେ ଅଧିକ ସୁବିଧା, ଟିକସ ପୈଠ କରୁ ନ ଥିବା କିମ୍ବା ଜିରୋ ରିଟର୍ନ ଦାଖଲ କରୁଥିବା ଲୋକଙ୍କୁ ପାନ୍‌କାର୍ଡରୁ ବଞ୍ଚିତ କରିବା ଭଳି ପଦକ୍ଷେପ ନିଆଯିବା ଉଚିତ । କରଦାତାଙ୍କ ସଂଖ୍ୟା ବଢିଲେ ଟିକସ ଦେଉଥିବା ବ୍ୟକ୍ତିଙ୍କ ଉପରୁ ଭାର କମିବ। ଆୟକର ବିଭାଗର ଟିକସ ସଂଗ୍ରହ ପରିମାଣ ମଧ୍ୟ ବୃଦ୍ଧି ଘଟିବ। ସରକାର ଟିକସଦାତାଙ୍କୁ ସମ୍ମାନର ସହ ବଞ୍ଚତ୍ବାର ସୁଯୋଗ ସୃଷ୍ଟିକରିବା ଆବଶ୍ୟକ।
All Right Reserved By

ସମ୍ପାଦକୀୟ |

ମିଶ୍ରିତ ଦ୍ୱନ୍ଦ୍ୱ

ମିଶ୍ରିତ ଦ୍ୱନ୍ଦ୍ୱ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

ଜାତୀୟ ନମୁନା ସର୍ଭେ କାର୍ଯ୍ୟାଳୟ (ଏନ୍‌ଏସ୍‌ଏସ୍‌ଓ)ର ଲେବର ସର୍ଭେ ରିପୋର୍ଟ ଏକ ଡ୍ରାଫ୍ଟ ମାତ୍ର, ଏହା ସର୍ବଶେଷ ରିପୋର୍ଟ ନୁହେଁ ବୋଲି ମୋଦି ସରକାର ଦାବି କରିବାର କେଇଦିନ ପରେ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗଓ୍ବାର ଲୋକ ସଭା..

ପ୍ରବାସୀ ଓ ଆପ୍ରବାସୀ

ପ୍ରବାସୀ ଓ ଆପ୍ରବାସୀ

ଶରତ ଚନ୍ଦ୍ର ମିଶ୍ର

ପ୍ରତ୍ୟେକ ଦେଶରେ ଅଳ୍ପବହୁତ ବିଦେଶାଗତ ବ୍ୟକ୍ତି ଥାଆନ୍ତି ଓ କେତେକ ସ୍ଥାନରେ ସେମାନେ ନାଗରିକତ୍ୱ ଲାଭକରି ପୁରୁଷାନୁକ୍ରମେ ସେଠାରେ ବାସ କରନ୍ତି। ଯେଉଁମାନେ ବିଦେଶରେ ଯାଇ ରହନ୍ତି ଆମେ ସେମାନଙ୍କୁ ପ୍ରବାସୀ କହୁ, ଆଉ ସେ ଦେଶର ଲୋକମାନେ ସେମାନଙ୍କୁ ଆପ୍ରବାସୀ କହନ୍ତି। ଧନୀ ଓ ଉନ୍ନତ ରାଷ୍ଟ୍ର, ବିକାଶଶୀଳ ଓ ଜନବହୁଳ ରାଷ୍ଟ୍ରଗୁଡ଼ିକର ଆପ୍ରବାସୀ..

ମହାଦାନୀ

ମହାଦାନୀ

ଶିବରାମ ଶତପଥୀ

ପୁରାଣ ପୃଷ୍ଠା ଓଲଟାଇଲେ ଆମେ କେତେଜଣ ମହାଦାନୀଙ୍କ ବିଷୟରେ ଅବଗତ ହେଉ। ସୂର୍ଯ୍ୟବଂଶର ପ୍ରାତଃସ୍ମରଣୀୟ ସମ୍ରାଟ୍‌ ହରିଶ୍ଚନ୍ଦ୍ର ନିଜର ରାଜ୍ୟ ସହ ସର୍ବସ୍ବ ଦାନ କରିବା ପରେ ଦକ୍ଷିଣା ଦେବା ପାଇଁ ନିଜର ପତ୍ନୀ ଓ ପୁତ୍ରକୁ ବିକ୍ରିକରି ପରିଶେଷରେ ନିଜକୁ ଚଣ୍ଡାଳ ହାତରେ ବିକିଦେଇ ଶ୍ମଶାନ ରକ୍ଷକ ସାଜିଥିଲେ। ବିଷ୍ଣୁଭକ୍ତ ବଳିରାଜା ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ଉପଦେଶ ନ ମାନି ବାମନଙ୍କୁ ତ୍ରିପାଦ ଭୂମିଦାନ କରି ପାତାଳଗାମୀ ହୋଇଥିଲେ। ମହାରାଜା ଶିବି ଶରଣାଗତ କପୋତକୁ ରକ୍ଷା..

ଏଇ ଭାରତରେ

ଏଇ ଭାରତରେ

ଭାରତବର୍ଷ ଏକ ମନ୍ଦିରମାଳିନୀ ଦେଶ। ଅନେକ ମନ୍ଦିରରେ ଅଲୌକିକ ଘଟଣା ଘଟୁଥିବା ଦେଖିବାକୁ ମିଳେ। ଏଭଳି ଘଟଣାମାନ କାହିଁ କେତେ ବର୍ଷରୁ ଚଳିଆସୁଛି, ଯାହାର ଉତ୍ତର ଦେବାକୁ ଆଧୁନିକ ବିଜ୍ଞାନ ମଧ୍ୟ ସକ୍ଷମ ହୋଇପାରି ନାହିଁ। ଆମ ଦେଶରେ ଏପରି ମନ୍ଦିର ରହିଛି, ଯେଉଁଠାରେ ଏକ ଅଖଣ୍ଡ ଦୀପ ଦୀର୍ଘ ୫୫୦ ବର୍ଷ ଧରି ଜଳିଆସୁଛି। ମଧ୍ୟପ୍ରଦେଶର ମନାସା ସହରଠାରୁ ପ୍ରା..

ଆଜିର ଅର୍ଥନୀତି/ସନ୍ଦେହଘେରରେ ଟିକସଦାତା

ଆଜିର ଅର୍ଥନୀତି/ସନ୍ଦେହଘେରରେ ଟିକସଦାତା

ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ବାର୍ଷିକ ପାଞ୍ଚଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକାରୀମାନଙ୍କ ଆୟକରରେ ଯେଉଁ ରିହାତି ଘୋଷଣା କରିଥିଲେ ତାକୁ ନେଇ ଉପୁଜିଥିବା ଦ୍ୱନ୍ଦ୍ୱ ୧୦ ଦିନ ପରେ ବି ଦୂର ହୋଇପାରିଲା ନାହିଁ। ଫେବୃୟାରୀ ପହିଲାରେ ଉପସ୍ଥାପିତ ଅନ୍ତରୀଣ ବଜେଟରେ ଗୋୟଲ ଘୋଷଣା କରିଥିଲେ ଯେ, ଯେଉଁମାନଙ୍କର ବ୍ୟକ୍ତିଗତ ବାର୍ଷିକ ମୋଟ ଆୟ ୫ ଲକ୍ଷ ଟଙ୍କାରୁ ଅଧିକ ହୋଇ ନ ଥିବ, ତାଙ୍କୁ ଆୟକରରେ ରିହାତି ମିଳିବ। ଏହି ଘୋଷଣା ପରେ କିଏ ପ୍ରକୃତରେ ଟିକସ ସୁବିଧା ପାଇବ ଓ କିଏ ପାଇବ ନା..

 ରାଜ୍ୟ ସରକାରଙ୍କ ଅନ୍ତରୀଣ ବଜେଟ

ରାଜ୍ୟ ସରକାରଙ୍କ ଅନ୍ତରୀଣ ବଜେଟ

ଡ. ସନ୍ତୋଷ କୁମାର ମହାପାତ୍ର

ଫେବୃୟାରୀ ୭ ତାରିଖରେ ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଲେଖାନୁଦାନ ଉପସ୍ଥାପନ କରିଛନ୍ତି। ବଜେଟରେ ମୋଟ ବ୍ୟୟ ଅଟକଳ ୧,୩୨,୬୬୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା ବେଳେ ଏପ୍ରିଲରୁ ଜୁଲାଇ ୨୦୧୯ ପାଇଁ ୫୬,୯୨୧କୋଟି ଟଙ୍କାର ଲେଖାନୁଦାନ ଉପସ୍ଥାପନ କରାଯାଇଛି। ଏହା ବେହେରାଙ୍କ ଜୀବନର ଦ୍ୱିତୀୟ ବଜେଟ ହୋଇଥିଲା ବେଳେ ନିର୍ବାଚନ ପୂର୍ବର ଶେଷ ଅନ୍ତରୀଣ ବଜେଟ। ଅର୍ଥମନ୍ତ୍ରୀଙ୍କ କହିବା ଅନୁଯାୟୀ ଯେହେତୁ ନିର୍ବାଚନ ଆଗକୁ ଅଛି ତେଣୁ ସେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ନ କରି ଏପ୍ରିଲରୁ ଜୁଲାଇ ପର୍ଯ୍ୟନ୍ତ ବ୍ୟୟ ପାଇଁ ଲେଖାନୁଦାନ ଉପସ୍ଥାପ..

 ପ୍ରଶାସନିକ ନା ପ୍ରାଶାସନିକ

ପ୍ରଶାସନିକ ନା ପ୍ରାଶାସନିକ

ଡ. ସଦାନନ୍ଦ ନାୟକ

ଖବରକାଗଜ କେବଳ ଖବର ପରିବେଷଣ କରେନାହିଁ, ତାହା ସମ୍ପୃକ୍ତ ଭାଷାର ସମୃଦ୍ଧି ସାଧନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ନିର୍ଦ୍ଦିଷ୍ଟ ସମୟରେ ଭାଷା ଏତେସଂଖ୍ୟକ ପାଠକଙ୍କ ପାଖରେ ପହଞ୍ଚିବାର ଏହା ହେଉଛି ସର୍ବୋତ୍କୃଷ୍ଟ ମାଧ୍ୟମ। ଖବରକାଗଜର ଭାଷାକୁ ଲୋକମାନେ ମାନକ ଭାଷା ରୂପେ ଗ୍ରହଣ କରିଥାନ୍ତି। ଶବ୍ଦଜ୍ଞାନ ବୃଦ୍ଧି ନିମନ୍ତେ ଅନେକେ ଖବରକାଗଜକୁ ହିଁ ଆଶ୍ର..

ଏଇ ଭାରତରେ

ଏଇ ଭାରତରେ

ଶିକ୍ଷାର୍ଥୀଙ୍କ ଜୀବନରେ ପରୀକ୍ଷା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ପରୀକ୍ଷା ଦେବାରୁ ବଞ୍ଚତ୍ତ ହେଲେ ଗୋଟିଏ ବର୍ଷ ନଷ୍ଟ କରିବାକୁ ପଡେ। ତେଣୁ ସବୁ କିଛି ପ୍ରତିବନ୍ଧକକୁ ଏଡାଇ ପରୀକ୍ଷା ହଲ୍‌ରେ ପହଞ୍ଚତ୍ବା ଜରୁରୀ। ଜଣେ ବ୍ୟକ୍ତି ତାଙ୍କ ଝିଅକୁ ପରୀକ୍ଷାକେନ୍ଦ୍ରକୁ ନେଉଥିବା  ବେ..

 ବୁଦ୍ଧିଆ ପ୍ରାଣୀ ଛେଳି

ବୁଦ୍ଧିଆ ପ୍ରାଣୀ ଛେଳି

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଜଣେ ବ୍ୟକ୍ତି ଏକ କଂସେଇଖାନାରୁ ଗୋଟିଏ ଅଣ୍ଡିରା ଛେଳିକୁ ଉଦ୍ଧାର କରି ସଞ୍ଜୟ ଗାନ୍ଧୀ ଆନିମଲ କେୟାର ସେଣ୍ଟରରେ ଦେଲେ। ଆମେ ତାକୁ ମୁକ୍ତ ଭାବରେ ପରିସରରେ ଦୌଡ଼ିବା ପାଇଁ ଅନୁମତି ଦେଲୁ। ଦେଖାଗଲା ଅଳ୍ପ ସମୟ ଭିତରେ ସେ ଦଳେ କୁକୁରଙ୍କର ଦଳପତି ହୋଇଗଲା ଏବଂ କୁକୁରମାନେ ସମ୍ମାନଜନକ ଦୂରତାରେ ରହି ତାକୁ ଅନୁସରଣ କରିବାକୁ ଲାଗିଲେ।..

ଆଦିବାସୀ ମେଳା

ଆଦିବାସୀ ମେଳା

ବିଚିତ୍ର ବିଶ୍ୱାଳ

ନିକଟ ଅତୀତରେ ରାଜଧାନୀ ଭୁବନେଶ୍ୱରରେ ସରକାରଙ୍କ ତରଫରୁ ରାଜ୍ୟସ୍ତରୀୟ ଆଦିବାସୀ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳା ଯୋଗୁ କିଛି ସମୟ ପାଇଁ ରାଜଧାନୀର ପ୍ରଦର୍ଶନୀପଡ଼ିଆ ଆଦିବାସୀ ଗାଁର ଭ୍ରମ ସୃଷ୍ଟି କରେ। ରାଜଧାନୀର ବଡ଼ବଡ଼ିଆ ବାବୁମାନେ ମେଳା ବୁଲିବୁଲି ଆଦିବାସୀମାନଙ୍କୁ ଦେଖନ୍ତି ଓ ସେମାନଙ୍କ ଉପତ୍ାଦିତ ସାମଗ୍ରୀ କିଣିଥାନ୍ତି। ଏହି ମେଳାରେ ଭିନ୍ନ ଭିନ୍ନ ସମ୍ପ୍ରଦାୟର ଆଦିବାସୀମାନଙ୍କ ପାଇଁ ଘର ତିଆରି କରି ଲୋକଙ୍କ ଦର୍ଶନ ପାଇଁ ସେମାନଙ୍କୁ ଯେମିତି ରଖାଯାଇଥାଏ, ଦୂ..

 ପ୍ରେମ ଏକ ପାଟମଠାଶାଢ଼ି

ପ୍ରେମ ଏକ ପାଟମଠାଶାଢ଼ି

ଡ. ଭାଗ୍ୟଲିପି ମଲ୍ଲ

ଆଜି ଭାଲେଣ୍ଟାଇନ୍‌ ଡ଼େ’। ପ୍ରେମ ଦିବସ। ପ୍ରେମର ସ୍ମୃତିରେ ସମଗ୍ର ବିଶ୍ୱ ପାଳନ କରୁଛି ଏହି ଦିବସ। ତେବେ ପ୍ରେମର ଜନ୍ମ କ’ଣ ଆଜି ଓ ଆଜି ହିଁ ତା’ର ମୃତ୍ୟୁ? ପ୍ରେମକୁ ନେଇ କେତେ କଥା। ପ୍ରେମ କାଳେ ପ୍ରାପ୍ତିରେ ମିଳେନା, ମିଳେ ଅପ୍ରାପ୍ତିରେ। ପୁଣି ମିଳନଠୁ ବେଶି ମିଳେ ବିରହରେ। ପୂର୍ଣ୍ଣତା ଅପେକ୍ଷା ଶୂନ୍ୟତାରେ ହୁଏ ଅଧିକ ଗାଢ଼ ଏବଂ ଏହି ପ୍ରେ..

ଏଇ ଭାରତରେ

ଏଇ ଭାରତରେ

ହରିଦ୍ୱାରରେ ଏପରି ଏକ ଆଶ୍ରମ ରହିଛି, ଯେଉଁଠି ଏହାର  ଯଜ୍ଞଶାଳାରେ ଦୀର୍ଘ ୪୫ ବର୍ଷ ଧରି ଅଖଣ୍ଡ ଅଗ୍ନି ପ୍ରଜ୍ୱଳିତ  ହୋଇରହିଛି। ଏଠାରେ ପ୍ରତିଦିନ ସକାଳେ ଦୁଇ ଘଣ୍ଟା ଧରି ଯଜ୍ଞ ହୋଇଥାଏ। ଯଜ୍ଞ ପରେ ଲୁହା ପ୍ଲେଟ୍‌ରେ  ଏହାକୁ ଢାଙ୍କି ଦିଆଯାଏ। ପରବର୍ତ୍ତୀ ଦିନ ସକାଳେ ପୁଣି  ଲୁହା ପ୍ଲେଟ୍‌କୁ ହଟାଇ ଦିଆଯାଇ ସେଥିରେ ଶୁଖିଲା କାଠ ରଖି ଦିଆଯାଏ। କାଠ ରଖାଯିବା ପରେ ସ୍ବତଃ ଅଗ୍ନି ପ୍ରଜ୍ୱ..