ସମ୍ବଲପୁର

ରାସ୍ତା ନାହିଁ: ୬ କି.ମି ପାହାଡ ତଳକୁ ଭାରାରେ ବୁହା ହେଲେ ପ୍ରସୂତି

ରାସ୍ତା ନାହିଁ: ୬ କି.ମି ପାହାଡ ତଳକୁ ଭାରାରେ ବୁହା ହେଲେ ପ୍ରସୂତି


ଜୁନାଗଡ,୨୬।୧୨(ଡି.ଏନ୍‌.ଏ.)-ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଖରେ ଗମନାଗମନ, ସ୍ବାସ୍ଥ୍ୟ, ପାନୀୟ ଜଳ, ଶିକ୍ଷା ଭଳି ବିଭିନ୍ନ ସର୍ବନିମ୍ନ ସୁବିଧା ଯୋଗାଇ ଦେବା ପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ତେବେ ଏସବୁ ଯୋଜନା କେବଳ କାଗଜ କଲମରେ ସୀମିତ ରହିଯାଉଥିବା ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲାର ଦୁର୍ଗମ ଅଞ୍ଚଳରେ ଥିବା ନିରିହ ଆଦିବାସୀମାନଙ୍କ ପାଖରେ ଏବେ ବି ଏହି ଯୋଜନା ଗୁଡିକ ପହଞ୍ଚି ପାରୁନାହଁ। ଏମାନେ ଏବେ ଅପହଞ୍ଚ ଇଲାକାର ଅପହଞ୍ଚ କାହାଣୀ ସାଜିଛନ୍ତି। ରାସ୍ତା ନ ଥିବାରୁ ଗର୍ଭବତୀ ମହିଳା, ରୋଗୀକୁ ଭାରରେ ବୋହି ନେବା ଭଳି ଦୃଶ୍ୟ, ପାନୀୟ ଜଳ ଅଭାବରୁ ଝରଣା ପାଣି ପିଇବା ଭଳି ଦୃଶ୍ୟ ପ୍ରତିଦିନ ଏମାନଙ୍କ ଠାରେ ଦେଖିବାକୁ ମିଳୁଛି । ସ୍ବାଧୀନତାର ୭୧ ବର୍ଷ ପରେ ବି ସରକାରୀ ଯୋଜନା ସତେ ଯେପରି ଏମାନଙ୍କ ପାଖରେ ସାତ ସପନ ହୋଇଯାଇଛି। ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଜୁନାଗଡ ବ୍ଲକର ଦୁର୍ଗମ ଅଞ୍ଚଳରେ ଥିବା ଦୁନ୍ଦେଲମାଲ ପଞ୍ଚାୟତର ଉପରଡୁଣ୍ଡା ଗ୍ରାମରେ।
ସୋମବାର ମଧ୍ୟାହ୍ନରେ ଗ୍ରାମର ସୁରୁ ମାଝିଙ୍କ ପତ୍ନୀ କାଳେନ୍ଦ୍ରୀ ମାଝ ଗର୍ଭବତୀ ଥିବାରୁ ତାଙ୍କୁ ପ୍ରସବ ନିମନ୍ତେ ଜୁନାଗଡ ମେଡିକାଲକୁ ଆଣିବା ପାଇଁ ଆବଶ୍ୟକ ହୋଇଥିଲା। ତେବେ ରାସ୍ତା ନ ଥିବାରୁ ପରିବାର ଲୋକେ ଏକ ଭାରରେ ବୋହି ୬ କିମି ପାହାଡ ତଳକୁ ଆଣିଥିଲେ। ପୂର୍ବରୁ ଆଶାକର୍ମୀ ୧୦୨କୁ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଘାଟିତଳେ ପହଞ୍ଚିବା ପରେ ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ଯୋଗେ ଜୁନାଗଡ ମେଡିକାଲକୁ ନିଆଯାଇଥିଲା। ପରେ ତାଙ୍କ ଅବସ୍ତା ଗୁରୁତର ହେବାରୁ ଅପରାହ୍ନରେ ଭବାନୀପାଟଣା ଜିଲା ମୁଖ୍ୟ ଚକିତ୍ସାଳୟକୁ ସ୍ତାନାନ୍ତର କରାଯାଇଥିଲା। ରାତିରେ ତାଙ୍କର ଝିଅଟିଏ ଜନ୍ମ ହୋଇଥିବା ଜଣାପଡିଛି। ତେବେ ଏହି ଘଟଣାଟି ଅଞ୍ଚଳରେ ନୂଆ ନୁହେଁ। ଏଠାକାର ଗର୍ଭବତି ମହିଳା ତଥା ରୋଗୀମାନଙ୍କୁ ଚିକିତ୍ସା ପାଇଁ ବିଭିନ୍ନ ସମୟରେ ଏପରି ଭାରରେ ବୁହାହୋଇ ପାହାଡ ତଳକୁ ନିଆଯାଇଥାଏ। ସେଠାରୁ ଗାଡି ଯୋଗେ ଜୁନାଗଡକୁ ନିଆଯାଇଥାଏ। ଉପରଡୁଣ୍ଡା ଗ୍ରାମର ଜନସଂଖ୍ୟା ପ୍ରାୟ ୪ଶହ। ଏହି ୪ଶହ ଲୋକଙ୍କ ପାଇଁ ଏଠାରେ ଗୋଟିଏ ମାତ୍ର ନଳକୂଅ ରହିଛି । ଫଳରେ ବିଭିନ୍ନ ସମୟରେ ଏଠାରେ ଜଳର ଅଭାବ ଦେଖାଯାଉଥିବାରୁ ଲୋକମାନେ ଝରଣା ପାଣି ବ୍ୟବହାର କରିଥାନ୍ତି। ଏଠାକାର ପ୍ରାଥମିକ ବିଦ୍ୟାଳୟରେ ନଳକୂଅ ନ ଥିବାରୁ ଛାତ୍ରୀଛାତ୍ର ପିଇବା ପାଇଁ ତଥା ମଧ୍ୟାହ୍ନ ଭୋଜନ ରନ୍ଧନର ପାଣି ଆଣିବା ପାଇଁ ୨ଶହ ମିଟର ଯିବାକୁ ପଡିଥାଏ। ଏହି ଗଁାକୁ ରାସ୍ତା ପାଇଁ ଗ୍ରାମ ସଭାରେ ପ୍ରସ୍ତାବ ଗୃହିତ ହୋଇଛି। ତେବେ ଜଙ୍ଗଲ ବିଭାଗ ରାସ୍ତା ନିର୍ମାଣରେ ବାଧକ ସାଜିଛି। ଗତ କିଛି ମାସତଳେ ଜୁନାଗଡ ବିଧାୟକ ଦିବ୍ୟଶଙ୍କର ମିଶ୍ର ମଧ୍ୟ ଏହି ଗଁାକୁ ପରିଦର୍ଶନ କରିବା ସହ ଖୁବ ଶିଘ୍ର ରାସ୍ତାଟିଏ କରିବାକୁ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

All Right Reserved By

Model This Week

Model This Week

ସମ୍ବଲପୁର

ପ୍ରବେଶିକା ପରୀକ୍ଷାରୁ ଛାତ୍ରୀଛାତ୍ର ବଞ୍ଚିତ ଘଟଣା:ଡିଇଓଙ୍କୁ ମିଳିନି ରିପୋର୍ଟ, କାର୍ଯ୍ୟାନୁଷ୍ଠାନ ବିଳମ୍ବ

ପ୍ରବେଶିକା ପରୀକ୍ଷାରୁ ଛାତ୍ରୀଛାତ୍ର ବଞ୍ଚିତ ଘଟଣା:ଡିଇଓଙ୍କୁ ମିଳିନି ରିପୋର୍ଟ, କାର୍ଯ୍ୟାନୁଷ୍ଠାନ ବିଳମ୍ବ

ବରଗଡ଼ ଅଫିସ୍‌,୨୫।୪:ବରଗଡ଼ ଜିଲା ଭେଡ଼େନ ବ୍ଲକ ଅନ୍ତର୍ଗତ ଲୁହାଖଣ୍ଡି, ଅରେଇଗୁଡ଼ି ଏବଂ ରେଶମ ସ୍କୁଲରେ ୮ଜଣ ଛାତ୍ରୀଛାତ୍ର ବିଭାଗୀୟ ଶିକ୍ଷା ଅଧିକାରୀଙ୍କ ଅବହେଳା ଯୋଗୁ ଆଦର୍ଶ ବିଦ୍ୟାଳୟ ପରୀକ୍ଷାରୁ ବଞ୍ଚିତ ହେବା ଘଟଣାକୁ ଜିଲା ଶିକ୍ଷା ବିଭାଗ ଗୁରୁତ୍ୱର ସହିତ ନେଇଛି । ଜିଲା ଶିକ୍ଷା ଅଧିକାରୀ(ଡିଇଓ) ପ୍ରକାଶ କୁମାର ଯୋଶୀ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ କଳ୍ପନା ନାଏକଙ୍କୁ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ନାଏକ ଶନିବାର ଭେଡ଼େନ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ପହଞ୍ଚି ଏହାର ତଦନ୍ତ କରିଥିଲେ ।

ହାଇଦ୍ରାବାଦରେ ଦାଦନ ଶ୍ରମିକଙ୍କୁ ନିର୍ଯାତନା

ହାଇଦ୍ରାବାଦରେ ଦାଦନ ଶ୍ରମିକଙ୍କୁ ନିର୍ଯାତନା

ବରଗଡ଼ ଅଫିସ୍‌,୨୫।୪:ବରଗଡ଼ ଜିଲାରେ ଦାଦନ ସମସ୍ୟା ବଢ଼ି ଚାଲିଛି । ଜିଲାର ଅଣଜଳସେଚିତ ତଥା ଚିର ମରୁଡ଼ି ପ୍ରପୀଡ଼ିତ ପଦ୍ମପୁର ଉପଖଣ୍ଡରେ ଏହି ସମସ୍ୟା ଅଧିକ ରହିଛି । କର୍ମ ଅନ୍ବେଷଣରେ ଜିଲା ତଥା ରାଜ୍ୟ ବାହାରକୁ ଅନେକ ଶ୍ରମିକ କାମ କରିବାକୁ ଯାଉଛନ୍ତି । ସେଠାକୁ ଯାଇ କିଏ ନିର୍ଯାତିତ ହେଉଛି ତ ସେଠାରୁ ଆଉ କାହାର ଶବ ଘରକୁ ଫେରୁଛି । ସେହିପରି କେତେକ ଗୋଡ଼, ହାତ ହରାଇ ଭିନ୍ନକ୍ଷମ ପାଲଟି ଯାଉଛନ୍ତି । ତଥାପି ପଦ୍ମପୁର ଉପଖଣ୍ଡରୁ ଦାଦନ ଚାଲାଣ ବନ୍ଦ ହୋଇ ପାରିନାହିଁ । ଅନ୍ୟପଟେ ସମ୍ପୃକ୍ତ ଅଞ୍ଚଳରେ ଦାଦନ ଦୁଃଖ ବୃଦ୍ଧି ପାଇବାରେ ଲାଗିଛି। ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅଞ୍ଚଳରୁ ହାଇଦ୍ରାବାଦର ଏକ ଇଟାଭାଟିକୁ ଦାଦନ ଖଟିବାକୁ ଯାଇ ସେଠାରେ ୧୭ଜଣ ନିର୍ଯାତିତ ହେଉଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ସେଠାରେ ଶାଳୀ ବଦଳରେ ତାଙ୍କ ଭିଣୋଇ ବନ୍ଧା ପଡ଼ିଛନ୍ତି।

ଘରୋଇ ଇସ୍‌କୁଲେ ପିଲାକର ସମସିଆ: ପଢ଼ାବହି ଲାଗି ଯିବାକେ ପଡ଼ୁଛେ ସମ୍ବଲପୁର

ରେଢ଼ାଖୋଲ,୨୫।୪(ଡିଏନଏ) : ରେଢ଼ାଖୋଲ ଶିକ୍ଷାଜିଲା ଅଧିନ୍‌ରେ ଥିବାର ଘରୋଇ ଶିକ୍ଷାନୁଷ୍‌ଠାନ୍‌ରେ ପର୍‌ଥମ୍‌ରୁ ଅଷ୍‌ଟମ୍‌ ଶ୍ରେଣୀ ତକ୍‌ ଛାତ୍ରୀଛାତ୍ରକୁଁ ସରକାରକଁର ତରଫୁ ପଢ଼ାବହି ନାଇଁ ଯୁଗେଇ ଦିଆଯାଇ। ଇ ଶିକ୍ଷାଜିଲା ଅଧିନ୍‌ରେ ଥିବାର ଘରୋଇ ଶିକ୍ଷାନୁଷ୍‌ଠାନ୍‌ର ଚାତ୍ରୀଛାତ୍ରକଁର ଲାଗି ଚଲ୍‌ତି ବଛର ୨୦୧୮-୧୯ ଲାଗି ସମ୍ବଲପୁରର ଆଶାପାଲି ନୋଡାଲ ଉ.ପ୍ରା.ସ୍କୁଲ ଆର୍‌ ବିଆରସି କାର୍ଯ୍ୟାଳୟରେ ୨୦.୪.୨୦୧୮ରୁ ପଢ଼ାବହି ମିଲ୍‌ବା। ଇ ବାବ୍‌ଦେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଓଡ଼ିଶା ସରକାରକଁର ତର୍‌ଫୁ ଗୁଟେ ବିଜ୍ଞପ୍ତି ଭିଲ୍‌ ପର୍‌କାଶ ପାଇଥିଲା। ହେଲେ ରେଢ଼ାଖୋଲ ଅଂଚଲକେ ଇଥ୍‌ରୁ ବାଦ୍‌ ଦିଆଯାଇଛେ।

ଅଜଣା ଗାଡ଼ି ଧକ୍କାରେ ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ

ରେଢ଼ାଖୋଲ,୨୫।୪(ଡି.ଏନ.ଏ.) ୫୫ ନଂ ଜାତୀୟ ରାଜପଥର ବୈଷ୍ଣବଝୁଲି ଗ୍ରାମ ନିକଟରେ ଥିବା ଏକ ଢାବା ସମ୍ମୁଖରେ ସୋମବାର ରାତିରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତ ଟ୍ରକ୍‌ ଡ୍ରାଇଭର ହେଲେ କେନ୍ଦୁଝର ଜିଲା ହରିଚନ୍ଦନପୁରର ଦେବାନନ୍ଦ ନାଏକ (୩୦)। ପୋଲିସ ସୂତ୍ରରୁ ପ୍ରକାଶ ଯେ ଓଡି ୦୪ ଜେ ୬୫୮୮ ନଂ ଟ୍ରକଟି ଝାରସୁଗୁଡାରୁ କେନ୍ଦ୍ରାପଡା ଅଭିମୁଖେ ଯାଉଥିଲା।

ଅବକାରୀ ଚଢାଉ: ଜଣେ ମହିଳାଙ୍କ ସମେତ ୩ ଗିରଫ

ରେଢ଼ାଖୋଲ,୨୫।୪(ଡି.ଏନ.ଏ.) ରେଢ଼ାଖୋଲ ଅବକାରୀ ବିଭାଗ ପକ୍ଷରୁ ନାକ୍ଟିଦେଉଳ ଥାନା ଜାମଜୁରୀ ଓ ବୁଢାକଟା ଗ୍ରାମରେ ଚଢାଉ କରାଯାଇଛି। ବେଆଇନ ମଦ ଓ ତାଡି ବିକ୍ରି କରୁଥିବା ଅଭିଯୋଗରେ ୩ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଜାମଜୁରୀ ଗ୍ରାମର ପଦ୍ମାବତୀ ବେହେରା (୬୦), ଶେଷଦେବ ବେହେରା (୪୭) ଓ ବୁଢାକାଟା ଗ୍ରାମର ପହଲି ମାଟିଆରି(୨୭)।

ମୋବାଇଲ ମରାମତି ଦୋକାନରୁ ଚୋରି କରି ଦୁଇ ଯୁବକ ଗିରଫ

ରେଙ୍ଗାଲି, ୨୫।୪ (ଡି.ଏନ.ଏ)- ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଲଇଡା ସାପ୍ତାହିକ ବଜାରଠାରେ ଥିବା ଏକ ମୋବାଇଲ ମରାମତି ଦୋକାନରୁ ଚୋରି କରି ଦୁଇ ଜଣ ଚୋର ଗିରଫ ହୋଇଛନ୍ତି।

ଚାପ ଖେଳିଲେ ସାକ୍ଷୀପଡା ରାଧାମଦନ ଗୋପାଳ ଠାକୁର

ଚାପ ଖେଳିଲେ ସାକ୍ଷୀପଡା ରାଧାମଦନ ଗୋପାଳ ଠାକୁର

ସମ୍ବଲପୁର, ୨୫।୪ (ବ୍ୟୁରୋ)- ସାକ୍ଷୀପଡା ରାଧାମଦନ ଗୋପାଳ ଠାକୁରଙ୍କ ଚନ୍ଦନ ଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟା ୭ଟାରେ ଆଳତୀ ଓ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ଠାକୁରଙ୍କୁ ସୁସଜ୍ଜିତ ନୌକାରେ ବସାଯାଇଥିଲା । ପୂଜକମାନେ ଠାକୁରଙ୍କୁ ପୁଷ୍କରିଣୀରେ ଚାପ ଖେଳାଇଥିଲେ। ଘଣ୍ଟ, ଶଙ୍ଖ, ହରିବୋଲ ହୁଳହୁଳିରେ ଉଛୁଳି ପଡିଥିଲା ଉତ୍ସବ ସ୍ଥଳ ।

୧୪ ଦିନ ପରେ ରାୟଗଡାରୁ ଘରକୁ ଫେରିଲେ ଶୁଭମ

୧୪ ଦିନ ପରେ ରାୟଗଡାରୁ ଘରକୁ ଫେରିଲେ ଶୁଭମ

ସମ୍ବଲପୁର, ୨୫।୪ (ବ୍ୟୁରୋ)- ସମ୍ବଲପୁର ମହାନଗର ନିଗମ ଅଧୀନ ସାହୁ କଲୋନୀରେ ରହୁଥିବା ୧୦ବର୍ଷର ଶୁଭମ ସାହୁ ଗତ ୧୦ ତାରିଖ ବାହାରକୁ ଖେଳିବାକୁ ଯାଇ ନିଖୋଜ ହୋଇଥିଲେ । ଏପ୍ରିଲ ୧୧ତାରିଖରେ ଛତିଶଗଡ ରାୟଗଡା ରେଳବାଇ ପୋଲିସ ଦ୍ୱାରା ଉଦ୍ଧାର ହେବା ପରେ ଘରକୁ ଫେରିଛନ୍ତି। ସେଠାରେ ତାଙ୍କୁ ପଚରାଉଚୁରା କରି ସମ୍ବଲପୁର ଟାଉନ ଥାନା ସହ ଯୋଗାଯୋଗ କରାଯାଇଥିଲା। ଏହାପରେ ରାୟଗଡା ଜିଲା ଶିଶୁ କଲ୍ୟାଣ ସମିତି ଏବଂ ସମ୍ବଲପୁର ଜିଲା ଶିଶୁ କଲ୍ୟାଣ ସମିତି ମଧ୍ୟରେ ଆଲୋଚନା ହୋଇଥିଲା।

ପୋଲିସ ଶାନ୍ତ ସ୍ବଭାବର ହେବା ଆବଶ୍ୟକ-ଏସ୍‌ପି

ପୋଲିସ ଶାନ୍ତ ସ୍ବଭାବର ହେବା ଆବଶ୍ୟକ-ଏସ୍‌ପି

ସମ୍ବଲପୁର,୨୫।୪(ବ୍ୟୁରୋ)- ପୋଲିସ ଅଧିକାରୀ ହେଉ କିମ୍ବା କର୍ମଚାରୀ, ନିଜ ସ୍ବଭାବକୁ ଶାନ୍ତ ରଖିବା ନିହାତି ଆବଶ୍ୟକ। ଅଭିଯୋଗ କରିବାକୁ ଆସୁଥିବା ମହିଳାମାନଙ୍କୁ ସମ୍ମାନର ସହ ବ୍ୟବହାର କଲେ ପୋଲିସ ପ୍ରତି ଲୋକଙ୍କ ବିଶ୍ୱାସ ବଢ଼ିବ। ପୀଡ଼ିତାଙ୍କୁ ସହାହନୁଭୂତି ଦେଖାଇ ତଦନ୍ତ କର ବୋଲି ସମ୍ବଲପୁର ଜିଲା ପୋଲିସ ପ୍ରେକ୍ଷାଳୟରେ ରେଞ୍ଜସ୍ତରୀୟ ଦିନିକିଆ ମହିଳା ଓ ଶିଶୁ ସୁରକ୍ଷା କର୍ମଶାଳାରେ ଯୋଗଦେଇ ଏସ୍‌ପି ସଞ୍ଜୀବ ଆରୋରା କହିଛନ୍ତି। ଏଥିରେ ମୁଖ୍ୟଅତିଥି ଭାବେ ଉତ୍ତରାଞ୍ଚଳ ପୋଲିସ ଡିଆଇଜି ସତ୍ୟବ୍ରତ ଭୋଇ ଯୋଗଦେଇ କହିଲେ,

ଟ୍ରେନ୍‌ରୁ ମିଳିଥିବା ଭ୍ୟାନିଟି ମହିଳାଙ୍କୁ ଫେରାଇଲା ଆରପିଏଫ୍‌

ଟ୍ରେନ୍‌ରୁ ମିଳିଥିବା ଭ୍ୟାନିଟି ମହିଳାଙ୍କୁ ଫେରାଇଲା ଆରପିଏଫ୍‌

ସମ୍ବଲପୁର,୨୫।୪(ବ୍ୟୁରୋ) ସମ୍ବଲପୁର ରେଳ ସୁରକ୍ଷା ବଳ (ଆରପିଏଫ) ମଙ୍ଗଳବାର ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟରସିଟି ଟ୍ରେନରୁ ଏକ ଭ୍ୟାନିଟି ବ୍ୟାଗ ଉଦ୍ଧାର କରି ସମ୍ପୃକ୍ତ ମହିଳାଙ୍କୁ ଫେରାଇଛି।

ବାକି ରହିଗଲା ମାନେଶ୍ୱର ମାନଧାତା ବାବାଙ୍କୁ ଦର୍ଶନ: ଜନ୍ମଦିନ ହେଲା ଶେଷ ଦିନ

ବାକି ରହିଗଲା ମାନେଶ୍ୱର ମାନଧାତା ବାବାଙ୍କୁ ଦର୍ଶନ: ଜନ୍ମଦିନ ହେଲା ଶେଷ ଦିନ

ସମ୍ବଲପୁର,୨୫।୪(ବ୍ୟୁରୋ)-ମଙ୍ଗଳବାର ଥିଲା ଜନ୍ମଦିନ। ଏଣୁ ସକାଳୁ ଉଠି ଗାଧୁଆପାଧୁଆ ସାରି ନୂଆ ଲୁଗା ପିନ୍ଧିଥିଲେ। ଏହାପରେ ସ୍କୁଟିରେ ମାନେଶ୍ୱର ମାନଧାତା ବାବା ମନ୍ଦିର ଦର୍ଶନ ପାଇଁ ବାହାରିଥିଲେ। ସାଙ୍ଗରେ ଯିବାକୁ ବାହାରିଥିଲେ ସାନ ଭଉଣୀ ଆଉ ଝିଆରୀ । ହେଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ହେଲାନି। ଦୁର୍ଘଟଣା ଯୋଗୁ ଜନ୍ମଦିନ ଜୀବନର ଶେଷ ଦିନ ପାଲଟିଗଲା। ସବୁ ଦିନ ପାଉଁ ଆରପାରିକୁ ଚାଲିଗଲେ। ହେଲେ ମରଣ ମୁହଁରୁ ଭଉଣୀ ଆଉ ଝିଆରୀ ବଞ୍ଚି ଯାଇଛନ୍ତି। ସମ୍ବଲପୁର ଜିଲା ଧନୁପାଲି ଛକରେ ମଙ୍ଗଳବାର ଏମିତି ଏକ ମର୍ମନ୍ତୁଦ ଦୁର୍ଘଟଣ ଘଟିଛି। ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ମରଣ ମୁହଁରୁ ବର୍ତ୍ତି ଯାଇଛନ୍ତି।

କେନ୍ଦୁପତ୍ର ତୋଳିବାକୁ ମନା କରିଦେଲେ ତୋଳାଳି

କେନ୍ଦୁପତ୍ର ତୋଳିବାକୁ ମନା କରିଦେଲେ ତୋଳାଳି

ନାକଟିଦେଉଳ, ୨୫।୪ (ଡି.ଏନ.ଏ)- ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ସାହେବୀ ଗ୍ରାମରେ କେନ୍ଦୁପତ୍ର ଶୁଖାଇବା ସ୍ଥାନକୁ କେତେଜଣ ଜବରଦଖଲ କରି ରଖିଛନ୍ତି । ଚଳିତ ବର୍ଷ କେନ୍ଦୁପତ୍ର ଶୁଖାଇବା ପାଇଁ ସ୍ଥାନର ଅଭାବ ଦେଖାଦେଇଛି ।