ସମ୍ବଲପୁର

ନୂଆପଡା ଲାଜିଂରେ ଚାଷୀ ମୃତ୍ୟୁ

ନୂଆପଡା ଲାଜିଂରେ ଚାଷୀ ମୃତ୍ୟୁ
ଖଡିଆଳ, ୨୬।୧୨ (ଡି.ଏନ.ଏ)- ନୂଆପଡା ଜିଲା ଖଡିଆଳ ଥାନା ଲାଜିଂ ଗାଁରେ ମଙ୍ଗଳବାର ଫସଲହାନୀ ଓ ଋଣ ବୋଝ ସହି ନ ପାରି ଗାଁର ଜଣେ ଚାଷୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଚାଷୀଙ୍କ ନାମ ମକରଧ୍ୱଜ ବେହେରା (୬୨) । ଘଟଣାସ୍ଥଳରେ ପୋଲିସ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ସ୍ତ୍ରୀ ରାମାଦେଇ ଓ ପୁଅ କ୍ଷିରପ୍ରସାଦଙ୍କ କହିବାନୁସାରେ ମକରଧ୍ୱଜ ନିଜ ୫ ଏକର ଚାଷ ଜମିରେ ସାହୁକାରଙ୍କଠାରୁ ପ୍ରାୟ ଲକ୍ଷାଧିକ ଟଙ୍କା ମହାଜନୀ ଋଣ ଆଣି ଧାନ ଚାଷ କରିଥିଲେ । ଭାବିଥିଲେ ଫସଲ ଭଲ ହେଲେ ମହାଜନୀ ଋଣ ସୁଝିବେ। ୩ଝିଅ ଓ ଗୋଟିଏ ପୁଅ ମଧ୍ୟରେ ବଡ ଝିଅ ଓ ପୁଅକୁ ବାହା କରିସାରିଥିବା ବେଳେ ଦ୍ୱିତୀୟ ଝିଅକୁ ବିବାହ ଦେବେ । ହେଲେ ଫଳ ହେଲା ଓଲଟା । ବର୍ଷା ଅଭାବରୁ ଧାନ ଚାଷ ସଂପୂର୍ଣ୍ଣ ଉଜୁଡି ଯାଇଥିଲା । ଫଳରେ ଫସଲ ହାନୀ ଏବଂ ଋଣବୋଝକୁ ନେଇ ସେ ମାନସିକ ଚିନ୍ତାରେ ଥିଲେ। ସଦାବେଳେ ଗୋଟିଏ କଥା କହୁଥିଲେ ଆଣିଥିବା ମହଜନୀ ଋଣ କିପରି ସୁଝିବେ ତା ସହ ଆସନ୍ତା ମାସରେ ଦ୍ୱିତୀୟ ଝିଅର ବାହାଘର କିପରି କରିବେ। ସେହି ଚିନ୍ତାରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣା ପରେ ସ୍ଥାନୀୟ ଗାଁ ଲୋକଙ୍କ ସହ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ପକ୍ଷରୁ ମୃତଦେହ ରଖି ଖଡିଆଳ ଥାନା ସମ୍ମୁଖରେ ୩୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା । ଦାବି ଥିଲା ମୃତକଙ୍କ ପରିବାରକୁ ୨୦ଲକ୍ଷ ଟଙ୍କାର ଆର୍ଥତ୍କ ସହଯୋଗ ସାଙ୍ଗକୁ ସରକାରୀ ସୁବିଧା ସୁଯୋଗ । ଖବର ପାଇ ଖଡିଆଳ ତହସିଲଦାର ଅନୀଲ କୁମାର ପଟ୍ଟନାୟକ ଘଟଣା ସ୍ଥଳରେ ପହଞ୍ଚତ୍ ଥିଲେ। ଆନ୍ଦୋଳନକାରୀମାନଙ୍କ ସହ ବୁଝାସୁଝା କରି ରେଡକ୍ରସ ପାଣ୍ଠିରୁ ୧୦ହଜାର ସହ ହରିଶ୍ଚନ୍ଦ୍ର ଯୋଜନାରୁ ୨ହଜାର ଟଙ୍କା ଦେଇଥିଲେ। ଚାଷ ପାଇଁ ଆତ୍ମହତ୍ୟା କରିଥିବା ପ୍ରମାଣିତ ହେଲେ ସରକାରୀ ସହାୟତା ପ୍ରଦାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଲା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଏଥିରେ ଯୁବ କଂଗ୍ରେସ ରାଜ୍ୟ ଉପସଭାପତି କମଳ ତାଣ୍ଡି, ଜୟସିଂ ବକ୍ସି, ପ୍ରଦୀପ ବେହେରା, ଜନକରାମ ନାଏକ, ସଞ୍ଜିବ ବାରିକ, ଭାଜପାର ସର୍ଜୁ ତିୱାରୀ, ପୃଥିରାଜ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
All Right Reserved By

ସମ୍ବଲପୁର

ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତକୁ ବିରୋଧ: ଭାଜପା ପକ୍ଷରୁ ବିକ୍ଷୋଭ, ୨୦ ଗିରଫ

ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତକୁ ବିରୋଧ: ଭାଜପା ପକ୍ଷରୁ ବିକ୍ଷୋଭ, ୨୦ ଗିରଫ

ବଲାଙ୍ଗୀର ଅଫିସ, ୨୪ା୧- ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଗସ୍ତରେ ଆସିବେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ବିରୋଧ କରି ଭାଜପା ନେତା ଗୋପାଲଜୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ବହୁ ଭାଜପା କର୍ମୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। 

ପୁଣି ପୁଞ୍ଜିଲାଲଙ୍କ ମାଷ୍ଟର ପ୍ଲାନ୍‌, ୬ ଅଭିଯୁକ୍ତଙ୍କ ସହ ପାଟଣାଗଡ଼ ଜେଲରୁ ଖସି ପଳାଇବା ଉଦ୍ୟମ

ପୁଣି ପୁଞ୍ଜିଲାଲଙ୍କ ମାଷ୍ଟର ପ୍ଲାନ୍‌, ୬ ଅଭିଯୁକ୍ତଙ୍କ ସହ ପାଟଣାଗଡ଼ ଜେଲରୁ ଖସି ପଳାଇବା ଉଦ୍ୟମ

ବଲାଙ୍ଗୀର ଅଫିସ/ପାଟଣାଗଡ଼, ୨୪ା୧ (ଡି.ଏନ୍‌.ଏ.)- ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମାଷ୍ଟରମାଇଣ୍ଡ ତଥା ଅଭିଯୁକ୍ତ ପୁଞ୍ଜିଲାଲ ମେହେର, ଅନ୍ୟ ଆପରାଧିକ ମାମଲାରେ ପାଟଣାଗଡ଼ ଉପକାରାଗାରରେ ୬ଜଣ ବିଚାରାଧୀନ ବନ୍ଦୀଙ୍କୁ ଧରି ଗୁରୁବାର ଜେଲରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଛନ୍ତି। 

ବିଜେଡିରେ ଯୋଗଦେଲେ ନବ ଦାସ

ବିଜେଡିରେ ଯୋଗଦେଲେ ନବ ଦାସ

ଝାରସୁଗୁଡା ଅଫିସ୍‌/ଭୁବନେଶ୍ୱର, ୨୪।୧(ବ୍ୟୁରୋ): ଝାରସୁଗୁଡାର କଂଗ୍ରେସ ବିଧାୟକ ନବ ଦାସ ଓ ତାଙ୍କ ସମର୍ଥକମାନେ ବିଜେଡିରେ ଯୋଗଦେଇଛନ୍ତି।

ଛାତ୍ରୀଙ୍କୁ ଆତ୍ମସୁରକ୍ଷା ତାଲିମ

ଛାତ୍ରୀଙ୍କୁ ଆତ୍ମସୁରକ୍ଷା ତାଲିମ

ଅତାବିରା, ୨୪।୧(ଡି.ଏନ.ଏ): ବରଗଡ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ କାଦୋବାହାଲ କଲେଜରେ ୧୭ଦିନ ଧରି ଚାଲିଥିବା ଛାତ୍ରୀଙ୍କ ଆତ୍ମସୁରକ୍ଷା ଓ କୋଶଳ ତାଲିମ ଶିବିର ଉଦଯାପିତ ହୋଇଯାଇଛି। 

‘ନାରୀର ପ୍ରଗତି ହେଲେ ଦେଶର ପ୍ରଗତି ସମ୍ଭବ’

‘ନାରୀର ପ୍ରଗତି ହେଲେ ଦେଶର ପ୍ରଗତି ସମ୍ଭବ’

ଅତାବିରା, ୨୪।୧(ଡି.ଏନ.ଏ): ବରଗଡ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ପୋଡବାଡି ନେତାଜୀ କ୍ଲବ ପରିସରରେ ୪୦ତମ କ୍ଲବର ବାର୍ଷିକୋତ୍ସବ ଓ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। 

ଅଧାକଟା ଗଛ ଉପରେ ଚଢ଼ି ଓଲଟିଲା ବୋଲେରୋ: ବୌଦ୍ଧ ଜିଲା କୃଷି ଉପନିର୍ଦ୍ଦେଶକଙ୍କ ମୃତ୍ୟୁ; ଡ୍ରାଇଭର, ପିଅନ ଗୁରୁତର

ଅଧାକଟା ଗଛ ଉପରେ ଚଢ଼ି ଓଲଟିଲା ବୋଲେରୋ: ବୌଦ୍ଧ ଜିଲା କୃଷି ଉପନିର୍ଦ୍ଦେଶକଙ୍କ ମୃତ୍ୟୁ; ଡ୍ରାଇଭର, ପିଅନ ଗୁରୁତର

ବୌଦ୍ଧ,୨୪।୧(ସ୍ବ.ପ୍ର.): ବୌଦ୍ଧ ଜିଲା କୃଷି ଉପନିର୍ଦ୍ଦେଶକଙ୍କ ବୁଧବାର ରାତିରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଡ୍ରାଇଭର ଓ ପିଅନ ଗୁରୁତର ହୋଇଥିବା ଜଣାପଡ଼ିଛି। 

ଜୋଙ୍କ ଜଳ ସେଚନ ବିବାଦ ତୁଟିଲା:  ୩୦ ଦିନ ପରେ ଧାରଣା ହଟିଲା;  ତଳମୁଣ୍ଡ ପାଇଁ ପାଣି ଛଡାଗଲା

ଜୋଙ୍କ ଜଳ ସେଚନ ବିବାଦ ତୁଟିଲା: ୩୦ ଦିନ ପରେ ଧାରଣା ହଟିଲା; ତଳମୁଣ୍ଡ ପାଇଁ ପାଣି ଛଡାଗଲା

ନୂଆପଡା ଅଫିସ,୨୪ା୧: ନୂଆପଡା ଜିଲାର ଭାତହାଣ୍ଡି କୁହାଯାଉଥିବା ଜୋଙ୍କ ଜଳ ସେଚନ ପ୍ରକଳ୍ପରୁ ରବି ଚାଷ ସକାଶେ ପାଣି ବଣ୍ଟନକୁ ନେଇ ଲାଗି ରହିଥିବା ବିବାଦର ସମାଧାନ ହୋଇଛି । ମଙ୍ଗଳବାର ବିଳମ୍ବିତ ରାତିର ନିଷ୍ପତ୍ତି ପରେ ଜିଲାପାଳ, ଏସପି ଦୁହେଁ ବୁଧବାର ମଧ୍ୟାହ୍ନରେ ଧାରଣାସ୍ଥଳରେ ପହଞ୍ଚତ୍ ନିର୍ଭର ପ୍ରତିଶ୍ରୁତି ପରେ ଚାଷୀମାନେ ଆନ୍ଦୋଳନରୁ ଓହରିଛନ୍ତି । 

ପଞ୍ଚାୟତ ଜମି ଜବରଦଖଲ:  ସରକାରୀ କୂଅ, ନଳକୂଅ ବି ଜବରଦଖଲରେ

ପଞ୍ଚାୟତ ଜମି ଜବରଦଖଲ: ସରକାରୀ କୂଅ, ନଳକୂଅ ବି ଜବରଦଖଲରେ

ନୂଆଗାଁ, ୨୪।୧ (ଡି.ଏନ.ଏ)- ସୁନ୍ଦରଗଡ ଜିଲାର ଉପାନ୍ତ ତଥା ଆଦିବାସୀ ବହୁଳ ନୂଆଗାଁ ବ୍ଲକରେ ରହିଛି ମୋଟ ୨୦ଟି ପଞ୍ଚାୟତ। ସେଥିମଧ୍ୟରୁ ସଦର ନୂଆଗାଁ ପଞ୍ଚାୟତ ଅନ୍ୟତମ। ସଦର ପଞ୍ଚାୟତ ହୋଇଥିବାରୁ ଏହା ନିଶ୍ଚିତ ରୂପେ ବ୍ଲକରେ ଏକ ପ୍ରମୁଖ ପଞ୍ଚାୟତ ଭାବରେ ରହିଛି।

ହାତୀ ଆକ୍ରମଣରେ ମହିଳା ମୃତ

ହାତୀ ଆକ୍ରମଣରେ ମହିଳା ମୃତ

ସୁନ୍ଦରଗଡ଼,୨୪।୧(ଡି.ଏନ୍‌.ଏ.) ସୁନ୍ଦରଗଡ଼ ସଦର ବ୍ଲକ ଅନ୍ତର୍ଗତ କଇଁସରା ଗ୍ରାମରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତା ମହିଳାଙ୍କ ନାମ କିଆବତୀ ଭୈଁଷାଲ (୬୫)। ମଙ୍ଗଳବାର ବିଳମ୍ବିତ ରାତିରେ ନିକଟସ୍ଥ ଜାମତଲିଆ ଜବତି ଜଙ୍ଗଲରୁ ଏକ ବଣୁଆ ଦନ୍ତା ହାତୀ ଗାଁକୁ ଚାଲିଆସିଥିଲା।

ଟ୍ରକ୍‌ ଧକ୍କାରେ ବାଇକ୍‌ ଚାଳକ ମୃତ

ଟ୍ରକ୍‌ ଧକ୍କାରେ ବାଇକ୍‌ ଚାଳକ ମୃତ

ଜମନକିରା,୨୩।୧(ଡି.ଏନ୍‌.ଏ):ସମ୍ବଲପୁର ଜିଲା ଜମନକିରା ଥାନା ଅଧୀନ ଟିକିଲିପଡ଼ା ନିକଟରେ ବୁଧବାର ଅପରାହ୍ନ ସାଢ଼େ ୨ଟାରେ ଦୁର୍ଘଟଣା ଘଟି ଜଣକର ମୃତ୍ୟୁ ଘଟିଛି। ଏକ ଟ୍ରକ୍‌ ଜଣେ ବାଇକ୍‌ ଚାଳକଙ୍କୁ ଧକ୍କା ଦେଇ ଖସି ପଳାଇଛି। 

ଭୟାବହ ଅଗ୍ନିକାଣ୍ଡ: ଯୁବକ ଜୀବନ୍ତ ଦଗ୍ଧ

ଭୟାବହ ଅଗ୍ନିକାଣ୍ଡ: ଯୁବକ ଜୀବନ୍ତ ଦଗ୍ଧ

ବୀରମହାରାଜପୁର,୨୩।୧(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଲୁଟୁପଙ୍କ ପଞ୍ଚାୟତ ଘିଚାପାଲି ଗ୍ରାମରେ ମଙ୍ଗଳବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର  ରଞ୍ଜନ ବିଭାର(୨୯) ଶୋଇଥିବା ବେଳେ କୌଣସି କାରଣରୁ  ଘରେ ନିଆଁ ଲାଗିଯାଇଥିଲା।

ମଠଖାଇ ମହୋତ୍ସବ: ନାଟକ ଏକ ଧୋତ୍ରାଚି ଗୋଷ୍ଠ ମଞ୍ଚସ୍ଥ

ମଠଖାଇ ମହୋତ୍ସବ: ନାଟକ ଏକ ଧୋତ୍ରାଚି ଗୋଷ୍ଠ ମଞ୍ଚସ୍ଥ

ବଲାଙ୍ଗୀର ଅଫିସ, ୨୩ା୧-ବଲାଙ୍ଗୀର କୋଶଳକଳା ମଣ୍ଡଳ ନୂଆ ରଙ୍ଗମଞ୍ଚରେ ଅନୁଷ୍ଠିତ ସର୍ବଭାରତୀୟ ବହୁଭାଷୀ ନାଟକ ସମାରୋହ ମଠଖାଇ ମହୋତ୍ସବର ମଙ୍ଗଳବାର  ତୃତୀୟ ସନ୍ଧ୍ୟାରେ  ମୁମ୍ବାଇର ସଲାମ ବମ୍ବେ ଫାଉଣ୍ଡେଶନ୍‌ ରଙ୍ଗମଣ୍ଡଳ ଏବଂ ସୃଜନ ଫାଉଣ୍ଡେଶନ୍‌ ତରଫରୁ ମରାଠୀ ଓ ହିନ୍ଦୀ ନାଟକ ଏକ ଧୋତ୍ରାଚି ଗୋଷ୍ଠ ମଞ୍ଚସ୍ଥ ହୋଇଥିଲା|