ସମ୍ବଲପୁର

ଧର୍ମଗଡ କେନ୍ଦ୍ର ସମବାୟ ବ୍ୟାଙ୍କରୁ ଚୋରି ଉଦ୍ୟମ

ଧର୍ମଗଡ କେନ୍ଦ୍ର ସମବାୟ ବ୍ୟାଙ୍କରୁ ଚୋରି ଉଦ୍ୟମ
ଧର୍ମଗଡ,୨୬।୧୨(ଡି.ଏନ.ଏ.)-କଲାହାଣ୍ଡି ଜିଲା ଧର୍ମଗଡ ବସ୍ତିପଡାଠାରେ ଥିବା ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ (ବିସିସି)ରେ ସୋମବାର ରାତିରେ ଚୋରି ଉଦ୍ୟମ ହୋଇଛି । ବ୍ୟାଙ୍କର ପିଆନ ମଙ୍ଗଳବାର ସକାଳ ୧୦ଟାରେ ଗେଟ୍‌ ଖୋଲି ଭିତରକୁ ପ୍ରବେଶ କରିବା ପରେ ପଛପଟ ଗେଟ ଖୋଲା ରହିଥିବା ଦେଖିବାକୁ ପାଇଥିଲେ । ସେ ପାଖକୁ ଯାଇ ଦେଖିଲା ବେଳକୁ ପଛପଟ ଗ୍ରୀଲ ଓ କବାଟର ତାଲା ଭାଙ୍ଗି କେହି ଭିତରକୁ ପ୍ରବେଶ କରିଥିବା ଜାଣି ପରିଥିଲେ । ଏହା ସହିତ ପାଖରେ ଥିବା ଲକର ରୁମ୍‌ ଭିତରେ କେହି ପଶିଥିବା ଜଣାଯାଇଛି । ଏ ସଂପର୍କରେ ସେ ତୁରନ୍ତ ବ୍ୟାଙ୍କ ଅଧିକାରୀ ଏବଂ ପୋଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚତ୍ବା ସହିତ ଛାନଭିନ ଆରମ୍ଭ କରିଛି । ଭିତରେ ଥିବା ଲକରକୁ ଚୋର ଭାଙ୍ଗିବାକୁ ଚେଷ୍ଟା କରିଥିବା ବେଳେ ତାହାକୁ ଭାଙ୍ଗି ନ ପାରି ଚାଲିଯାଇଛନ୍ତି। ତେବେ ପ୍ରାଥମିକ ତଦନ୍ତରୁ କିଛି ଚୋରି ହୋଇ ନ ଥିବା ଜଣାପଡିଛି।
All Right Reserved By

ସମ୍ବଲପୁର

ସାନପୋଡାଗୁଡା ଦୁର୍ଗାପୂଜା ରୌପ୍ୟ ଜୟନ୍ତୀ, ଘୁମୁରା ପ୍ରତିଯୋଗୀତା ଅନୁଷ୍ଠିତ

ସାନପୋଡାଗୁଡା ଦୁର୍ଗାପୂଜା ରୌପ୍ୟ ଜୟନ୍ତୀ, ଘୁମୁରା ପ୍ରତିଯୋଗୀତା ଅନୁଷ୍ଠିତ

କୋକସରା,୧୬।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ସାନପୋଡାଗୁଡାଠାରେ ଦୁର୍ଗାପୂଜାର ୨୫ ବର୍ଷ ପୂର୍ତ୍ତି ଅବସରରେ ଦଶାବତାର ଦୁର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୂଜା କମିଟି ପକ୍ଷରୁ ଘୁମୁରା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଦୁର୍ଗା ପୂଜା କମିଟି ସଭାପତି ହରେକୃଷ୍ଣ ନାଏକଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଜିଲା ଭାଜପା ଉପସଭାପତି ବଦ୍ରୀନାରାୟଣ ପଟ୍ଟନାୟକ ଯୋଗଦେଇ ଘୁମୁରା ପ୍ରତିଯୋଗୀତା ଉଦ୍‌ଘାଟନ କରିଥିଲେ ।

ନଦୀବାଲିରୁ ନିଖୋଜ ବାଳକର ମୁଣ୍ଡ ଗଣ୍ଡି ଅଲଗା ମୃତଦେହ ଉଦ୍ଧାର: ବଳି ଚର୍ଚ୍ଚା ଜୋର ଧରିଲା

ନଦୀବାଲିରୁ ନିଖୋଜ ବାଳକର ମୁଣ୍ଡ ଗଣ୍ଡି ଅଲଗା ମୃତଦେହ ଉଦ୍ଧାର: ବଳି ଚର୍ଚ୍ଚା ଜୋର ଧରିଲା

ବଲାଙ୍ଗୀର ଅଫିସ/ବଙ୍ଗୋମୁଣ୍ଡା, ୧୬ା୧୦(ଡି.ଏନ୍‌.ଏ.): ତିନିଧରି ନିଖୋଜ ଥିବା ଜଣେ ୯ ବର୍ଷର ବାଳକଙ୍କ ମୁଣ୍ଡ ଗଣ୍ଡି ଅଲଗା ଥିବା ମୃତଦେହ ଉନ୍ଦେର ନଦୀ ବାଲିରେ ଅଧା ପୋତା ଅବସ୍ଥାରେ ମଙ୍ଗଳବାର ଉଦ୍ଧାର ହୋଇଛି ।  ଟିଟିଲାଗଡ ଏସଡିପିଓଙ୍କ ଉପସ୍ଥିତିରେ ସିନ୍ଧେକେଲା ପୋଲିସ ଟିମ୍‌ ଉକ୍ତ ମୃତଦେହକୁ ଉଦ୍ଧାର କଲାପରେ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ପାଟଖଣ୍ଡା ଯାତରା : ତେଲନଦୀ ପଠା ହେଲା ରକ୍ତ ରଞ୍ଜିତ

ପାଟଖଣ୍ଡା ଯାତରା : ତେଲନଦୀ ପଠା ହେଲା ରକ୍ତ ରଞ୍ଜିତ

ରିଷିଡ଼ା,୧୬।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲାଠାରେ ସୋମବାର ପ୍ରସିଦ୍ଧ ପାଟଖଣ୍ଡା ଯାତରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୭ଟି ବୋଦା ଓ ଗରରା ବଳି ଦିଆଯାଇଛି ।

ମୋଟର ପମ୍ପ ଚୋରି ଅଭିଯୋଗ: ୩ ଯୁବକ ଗିରଫ

ମୋଟର ପମ୍ପ ଚୋରି ଅଭିଯୋଗ: ୩ ଯୁବକ ଗିରଫ

ବିଜେପୁର,୧୬।୧୦(ଡି.ଏନ.ଏ.): ବରଗଡ ଜିଲା ବିଜେପୁର ପୋଲିସ ମୋଟର ପମ୍ପ ଚୋରି ଅଭିଯୋଗରେ ୩ଜଣ ଯୁବକଙ୍କୁ ଗିରଫ କରି ମଙ୍ଗଳବାର ସୋହେଲା କୋର୍ଟଙ୍କୁ ଚାଲାଣ କରିଛି । 

ଗଛମୂଳରୁ ମୃତଦେହ ଉଦ୍ଧାର

ଗଛମୂଳରୁ ମୃତଦେହ ଉଦ୍ଧାର

ବରଗଡ଼ ଅଫିସ୍‌,୧୬।୧୦: ବରଗଡ଼ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁରର ଏକ ରାଇସ ମିଲ ନିକଟ ଗଛମୂଳରୁ ମଙ୍ଗଳବାର ପୋଲିସ ଏକ ଗଳିତ ଶବ ଉଦ୍ଧାର କରିଛି । ମୃତଦେହଟି ପଚିଯାଇ ଥିବାବେଳେ ଏପର୍ଯ୍ୟନ୍ତ ପରିଚୟ ମିଳି ପାରି ନାହିଁ । 

ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବରଗଡ଼ ଅଫିସ୍‌,୧୬।୧୦: ବରଗଡ଼ ସଦର ଥାନା ଅନ୍ତର୍ଗତ ଏସ.ଡୁମ୍ବେରପାଲି ନିକଟ ଏକ ବିଲରୁ ମଙ୍ଗଳବାର ସକାଳୁ ଜଣେ ଲୋକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି ।

ପାଣିରେ ଭାସି ଜୀବନ ହାରିଲେ ଯୁବକ

ପାଣିରେ ଭାସି ଜୀବନ ହାରିଲେ ଯୁବକ

ବରଗଡ଼ ଅଫିସ୍‌,୧୬।୧୦: ବରଗଡ଼ ସହରର ଘରୋଇ ବସଷ୍ଟାଣ୍ଡ କଡରେ ବହି ଯାଇଥିବା କେନାଲ ପାଣିରେ ଭାସି ଯାଇ ମଙ୍ଗଳବାର ସକାଳେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।

କାନଭାସରେ ମା’ ଦୁର୍ଗାଙ୍କ ଛବି

କାନଭାସରେ ମା’ ଦୁର୍ଗାଙ୍କ ଛବି

ସମ୍ବଲପୁର, ୧୬।୧୦ (ବ୍ୟୁରୋ): ଗୋବିନ୍ଦତୋଲା ପୂଜା ମଣ୍ଡପ ପରିସରରେ କାନଭାସରେ ମା’ ଦଶଭୁଜାଙ୍କ ଚିତ୍ର ଦେଖିବାକୁ ମିଳିଛି। 

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼

ସମ୍ବଲପୁର,୧୬।୧୦(ବ୍ୟୁରୋ): ସମ୍ବଲପୁର ସହର ଅଇଁଠାପାଲି ଥାନା ଅନ୍ତର୍ଗତ ଫାଟକ ଡେଲି ମାର୍କେଟରେ ସୋମବାର ସକାଳ ସାଢ଼େ ୭ଟାରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି।

୨୦ ହଜାର ହେକ୍ଟର ଜମିରେ ମରୁଡ଼ି

୨୦ ହଜାର ହେକ୍ଟର ଜମିରେ ମରୁଡ଼ି

ଝାରସୁଗୁଡ଼ା ଅଫିସ,୧୬।୧୦: ଜିଲାରେ ମରୁଡ଼ି ସ୍ଥିତି ଗମ୍ଭୀର। ଢିପ ଜମିରେ ହୋଇଥିବା ଧାନ ଫସଲ ମରୁଡ଼ି ସମ୍ମୁଖୀନ ହୋଇଥିବା ବେଳେ ବର୍ତ୍ତମାନ ଖାଲୁଆ ଜମି ମଧ୍ୟ ମରୁଡ଼ି ଆଶଙ୍କା ଦେଖାଦେଲାଣି। 

୨୫ ଏକର ଧାନଚାଷ ନଷ୍ଟ

୨୫ ଏକର ଧାନଚାଷ ନଷ୍ଟ

ଦେଓଗାଁ,୧୬।୧୦(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉପରଝର ପଞ୍ଚାୟତ ଅଧୀନ ନୂଆଁପାଲିର ଜନୈକ ଚାଷୀଙ୍କ ୨୫ ଏକର ଧାନ ତିତ୍‌ଲି ପ୍ରଭାବରେ ତଳେ ପଡି ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି। 

ତିତ୍‌ଲି  ପ୍ରଭାବରେ ଆଖୁଚାଷ କ୍ଷତିଗ୍ରସ୍ତ

ତିତ୍‌ଲି ପ୍ରଭାବରେ ଆଖୁଚାଷ କ୍ଷତିଗ୍ରସ୍ତ

ଗୁଡ଼ଭେଲା,୧୬।୧୦(ଡି.ଏନ୍‌.ଏ.): ତିତଲି ପ୍ରଭାବରେ ଗୁଡ଼ଭେଲା ବ୍ଳକରେ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି।