ମନୋରଞ୍ଜନ |

ବିରୁଷ୍କାଙ୍କ ଭୋଜି ପାଇଁ ପ୍ରସ୍ତୁତି ଶେଷ, ଅତିଥିଙ୍କୁ ଅପେକ୍ଷା

ବିରୁଷ୍କାଙ୍କ ଭୋଜି ପାଇଁ ପ୍ରସ୍ତୁତି ଶେଷ, ଅତିଥିଙ୍କୁ ଅପେକ୍ଷା

ବମ୍ବେ: ଇଟାଲୀରେ ଅତି ଗୋପନୀୟ ଭାବେ ବିବାହ କରିବା ପରେ ଦିଲ୍ଲୀରେ ବିବାହ ଭୋଜିର ଆୟୋଜନ କରିଥିଲେ ବିରୁଷ୍କା। ଅନୁରୂପ ଭାବେ ମଙ୍ଗଳବାର ଅର୍ଥାତ ଆଜି ବମ୍ବେରେ ଅନ୍ୟ ଏକ ଭୋଜିର ଆୟୋଜନ କରୁଛନ୍ତି ଉଭୟେ। ଏଥିପାଇଁ ଲୋୟର ପରେଲସ୍ଥିତ ସେଣ୍ଟ ରେଜିସ୍‌ ହୋଟେଲକୁ ବୁକ୍‌ କରାଯାଇଛି। ହୋଟେଲର ଛାତ ଉପରେ ଏହି ପାର୍ଟି ରଖାଯାଇଛି। ଫୁଲ, ଚିକ୍‌ମିକ୍‌ ଆଲୋକ ଓ କ୍ୟାଣ୍ଡେଲରେ ହୋଟେଲକୁ ସଜାଯାଇଛି। ଏଥିରେ ଖେଳ, ରାଜନୀତି, ବ୍ୟବସାୟ ତଥା ଚଳଚ୍ଚିତ୍ର ଜଗତର ତିନିଶହରୁ ଅଧିକ ନାମିଦାମି ବ୍ୟକ୍ତିବିଶେଷ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତେବେ ଏଥିରେ ଚଳଚ୍ଚିତ୍ର ଜଗତର କିଙ୍ଗ ଖାନ ଶାହରୁଖ୍‌ ଖାନ୍‌, ସଲମାନ୍‌ ଖାନ୍‌, ଆମିର ଖାନ୍‌, କରଣ ଜୋହର, କଟ୍ରିନା କୈଫ, ରାଣି ମୁଖାର୍ଜି ତଥା ଅନ୍ୟ କଳାକାରମାନେ ସାମିଲ ହେବେ। ଯେଉଁ କ୍ରିକେଟ ତାରକା ଦିଲ୍ଲୀରେ ହୋଇଥିବା ଭୋଜିକୁ ଯାଇ ନ ଥିଲେ ସେମାନେ ବମ୍ବେରେ ଯୋଗ ଦେବେ। ସଚିନ, ଯୁବରାଜ ଏହି ତାଲିକାରେ ରହିଛନ୍ତି। ସେହିଭଳି ଅମ୍ବାନୀ ପରିବାରର ମୁକେଶ ଅମ୍ବାନୀ ଏବଂ ନିତା ଅମ୍ବାନୀଙ୍କ ସହିତ ଅନେକ ପ୍ରତିଷ୍ଠିତ ବ୍ୟବସାୟୀ ବିରୁଷ୍କାଙ୍କୁ ଶୁଭେଚ୍ଛା ଜଣାଇବାକୁ ପହଞ୍ଚିବେ ବୋଲି ଆଶା କରାଯାଉଛି। ବିରୁଷ୍କାଙ୍କ ଦିଲ୍ଲୀ ଭୋଜି ବିରାଟଙ୍କ ଆତ୍ମୀୟଙ୍କ ପାଇଁ ଥିବା ବେଳେ ଏହି ଭୋଜିରେ ଅନୁଷ୍କାଙ୍କ ଆତ୍ମୀୟ ଯୋଗ ଦେବେ ବୋଲି କୁହାଯାଉଛି।

All Right Reserved By

Model This Week

Model This Week

ମନୋରଞ୍ଜନ |

କଶ୍ମୀରରେ ସଲମାନ

କଶ୍ମୀରରେ ସଲମାନ

ବମ୍ବେ: ବଲିଉଡ ଷ୍ଟାର ସଲମାନ ଖାନ୍‌ ତାଙ୍କ ଆଗାମୀ ଫିଲ୍ମ ଶୁଟିଂ ପାଇଁ ଏବେ ଜମ୍ମୁ-କଶ୍ମୀରରେ ଅଛନ୍ତି। ସୋମବାର ସେଠାରେ ପହଞ୍ଚିବା ପରେ ସେ ତାଙ୍କର ଆଗାମୀ ଫିଲ୍ମ ରେସ୍‌-୩ର ଶୁଟିଂ କାମ ଆରମ୍ଭ କରିଦେଇଛନ୍ତି।

ଅପେରା ହାଲ୍‌ଚାଲ: ରୀନାଙ୍କ ପସନ୍ଦ ନେଗେଟିଭ୍‌ ଭୂମିକା

ଅପେରା ହାଲ୍‌ଚାଲ: ରୀନାଙ୍କ ପସନ୍ଦ ନେଗେଟିଭ୍‌ ଭୂମିକା

”ନିଜର ଇଚ୍ଛା ନ ଥାଇ ବି ମା’ର ବାଧ୍ୟବାଧକତାରେ ଝିଅଟି ବାହାହୁଏ ଘରର ଚାକରକୁ। ମାତ୍ର ସେ ତାକୁ ଗ୍ରହଣ କରିପାରେନା ସ୍ବାମୀ ଭାବରେ। ଅକଥନୀୟ ଅତ୍ୟାଚାର କରେ। ସେ ଚାହେଁ ସ୍ବାମୀ ସାଜିଥିବା ସେ ଚାକରଟା ମରିଯାଉ। ସତକୁ ସତ ତାହା ହିଁ ହୁଏ। ସ୍ବାମୀ ବିଷ ପିଇ ମରିଯାଏ।

ଡ୍ରେସ୍‌ ପାଇଁ ଚର୍ଚ୍ଚାରେ

ଡ୍ରେସ୍‌ ପାଇଁ ଚର୍ଚ୍ଚାରେ

ବେଶ୍‌ କିଛିବର୍ଷ ହେଲା କରିନା କପୁର ନାୟିକା ଦୌଡ଼ରେ ନିଜକୁ ସାମିଲ କରିସାରିଛନ୍ତି। ତାଙ୍କ ଅଭିନୀତ ଅନେକ ସିନେମା ଯୁବପିଢ଼ିଙ୍କୁ ବେଶ୍‌ ପ୍ରଭାବିତ କରିଛି। ଏହି ଅଭିନେତ୍ରୀଙ୍କ ଫିଲ୍ମୋଗ୍ରାଫି ମଧ୍ୟରେ ରହିଛି ‘ହିରୋଇନ୍‌’।

ଫ୍ଲପ୍‌ ଷ୍ଟାର କିଡ୍‌ସ

ଫ୍ଲପ୍‌ ଷ୍ଟାର କିଡ୍‌ସ

ବଲିଉଡ୍‌ରେ ଭାଗ୍ୟ ପରୀକ୍ଷା କରିବା ପାଇଁ ଅନେକ ଷ୍ଟାର କିଡ୍‌ ମଇଦାନକୁ ଓହ୍ଲାଇଛନ୍ତି। ହେଲେ ସେମାନଙ୍କ ମଧ୍ୟରୁ କେତେକଙ୍କର ଭାଗ୍ୟ ହାତଗଣତି ସିନେମାରେ ସୀମିତ ହୋଇଯାଇଛି। ହିନ୍ଦୀ ସିନେମାରେ ନିଜ କ୍ୟାରିୟରକୁ ନେଇ ଦେଖୁଥିବା ସୁନେଲି ସ୍ବପ୍ନ ପାଣି ଫୋଟକା ପରି ମିଳେଇ ଯାଇଛି। ସେପରି କେତେଜଣ ପ୍ରମୁଖ ଷ୍ଟାର କିଡ୍‌ସଙ୍କ ସମ୍ପର୍କରେ...

ଗୋଟିଏ ବର୍ଷରେ ୯୨ ଆଓ୍ବାର୍ଡ

ଗୋଟିଏ ବର୍ଷରେ ୯୨ ଆଓ୍ବାର୍ଡ

କୌଣସି ସିନେମାଟିଏ ନିର୍ମାଣ କରିବା ସମୟରେ ଏହାର ସଫଳତାକୁ ନେଇ ପ୍ରଯୋଜକ, ନିର୍ଦ୍ଦେଶକ, କଳାକାର ବେଶ୍‌ ଆଶାବାଦୀ ଥାଆନ୍ତି। ଯଦି ଏହା ଦର୍ଶକଙ୍କୁ ପୂରାଦମ୍‌ରେ ପ୍ରଭାବିତ କଲା ତେବେ ପ୍ରଶଂସିତ ହେବା ସହ ପୁରସ୍କାର ସାଉଁଟିଥାଏ। ବଲିଉଡ୍‌ରେ ଏଭଳି କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଥିଲା ‘କହୋ ନା ପ୍ୟାର୍‌ ହୈ’ ।

୭୦ ବର୍ଷରେ ମୌସୁମୀ

୭୦ ବର୍ଷରେ ମୌସୁମୀ

ବମ୍ବେ, ୨୬।୪ : ନିଜ ଅଭିନୟ ଯାଦୁରେ ୭୦ ତଥା ୮୦ ଦଶକରେ ଦର୍ଶକଙ୍କୁ ବାନ୍ଧି ରଖିଥିବା ଅଭିନେତ୍ରୀ ମୌସମୀ ଚାଟାର୍ଜୀ ଗୁରୁବାର ୭୦ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୪୮ ମସିହା ଏପ୍ରିଲ୍‌ ୨୬ରେ ସେ କଲିକତାଠାରେ ଜନ୍ମଗ୍ରହଣ କରିଥିଲେ। ୧୯୬୭ରେ ପ୍ରଥମ କରି ସେ ବଙ୍ଗାଳୀ ଫିଲ୍ମ ବାଳିକା ବଧୂରେ ଅଭିନୟ କରି ଦର୍ଶକ ମହଲରେ ଅନେକ ପ୍ରଶଂସା ସାଉଁଟିବା ସହିତ ବଲିଉଡ୍‌ ନିର୍ଦ୍ଦେଶକଙ୍କୁ ଆକର୍ଷିତ କରିଥିଲେ। ୧୯୭୨ରେ ଶକ୍ତି ସାମନ୍ତଙ୍କ ହିନ୍ଦୀ ଫିଲ୍ମ ଅନୁରାଗ ତାଙ୍କ ପାଇଁ ବଲିଉଡ୍‌ରେ ଆଣିଦେଇଥିଲା ଏକ ସ୍ବତନ୍ତ୍ର ପରିଚୟ।

କେନ୍ସରେ ପାଦ ଦେବେ କଙ୍ଗନା

କେନ୍ସରେ ପାଦ ଦେବେ କଙ୍ଗନା

ବମ୍ବେ: ଫ୍ରାନ୍ସର କେନ୍ସରେ ପ୍ରତିବର୍ଷ ଅନୁଷ୍ଠିତ ହେଉଛି ଅନ୍ତର୍ଜାତୀୟ ସ୍ତରର ଫିଲ୍ମ ଉତ୍ସବ। ଏଥିରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ସୋନମ୍‌ କପୁର, ପ୍ରିୟଙ୍କା ଚୋପ୍ରା ଏବଂ ଦୀପିକା ପାଦୁକୋନ୍‌ ପ୍ରମୁଖ ନିଜ ଜଲଓ୍ବା ଦେଖାଇସାରିଛନ୍ତି। ଏବେ କେନ୍ସ ଫିଲ୍ମ ଉତ୍ସବର ରେଡ୍‌ କାର୍ପେଟ୍‌ରେ ଚାଲିବାର ପ୍ରଥମ ସୁଯୋଗ ପାଇବେ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌।

ଛୋଟପରଦା ଅଭିନେତ୍ରୀ ଅମିତାଙ୍କ ପରଲୋକ

ଛୋଟପରଦା ଅଭିନେତ୍ରୀ ଅମିତାଙ୍କ ପରଲୋକ

ନୂଆଦିଲ୍ଲୀ, ୨୫।୪ : ଛୋଟପରଦାର ଲୋକପ୍ରିୟ ଅଭିନେତ୍ରୀ ଅମିତା ଉଦ୍‌ଗାତାଙ୍କ ପରଲୋକ ହୋଇଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ଜି ଟିଭି ଧାରାବାହିକ କୁଛ୍‌ ରଙ୍ଗ ପ୍ୟାର୍‌ କିରେ ତାଙ୍କର ଅଭିନୟ ଅତି ଉଚ୍ଚକୋଟୀର ଥିଲା। ଜି ଟିଭିରେ ପ୍ରସାରିତ ହେଉଥିବା ମନ୍‌ କି ଆଓ୍ବାଜ ପ୍ରତିଜ୍ଞା, ଡୋଲି ଅରମାନ୍‌ କି, ବାଜିଗର୍‌ ଆଦି ଧାରାବାହିକରେ ଅଭିନୟ କରିଥିଲେ।

‘ଟିଙ୍ଗ୍‌ସ୍‌ ଲଣ୍ଡନ’ରେ ଦୀପିକା

‘ଟିଙ୍ଗ୍‌ସ୍‌ ଲଣ୍ଡନ’ରେ ଦୀପିକା

ନୂଆଦିଲ୍ଲୀ: ଟାଇମ୍ସ ପତ୍ରିକାର ୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ ସ୍ଥାନ ପାଇବା ପରେ ଦୀପିକା ପାଦୁକୋନ୍‌ ଆଉ ଏକ ଗୌରବ ହାସଲ କରିଛନ୍ତି।

ବିଳାସପୂର୍ଣ୍ଣ ମହଲରେ ହେବ ସୋନମ୍‌ଙ୍କ ବିବାହ ଉତ୍ସବ

ବିଳାସପୂର୍ଣ୍ଣ ମହଲରେ ହେବ ସୋନମ୍‌ଙ୍କ ବିବାହ ଉତ୍ସବ

ବମ୍ବେ, ୨୪।୪ : ଆସନ୍ତା ମେ’ ମାସରେ ସୋନମ୍‌ କପୁରଙ୍କ ବିବାହ ଆନନ୍ଦ ଆହୂଜାଙ୍କ ସହିତ ହେବାକୁ ଯାଉଛି। ତାଙ୍କର ମେହନ୍ଦୀ ଓ ସଙ୍ଗୀତ ଉତ୍ସବ ମେ’ ୭ଓ ୮ ତାରିଖରେ ହେବ। ସୋନମ୍‌ଙ୍କ ବିବାହ ହେଉଥିବା ମହଲର ମୂଲ୍ୟ ୭୦ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି। ଏହି ବିଳାସପୂର୍ଣ୍ଣ ମହଲର ପ୍ରବେଶ ଦ୍ୱାରରେ ରହିଛି ପ୍ରଭୁ ଗଣପତିଙ୍କ ଭବ୍ୟ ମୂର୍ତ୍ତି।

୪୫ ବର୍ଷରେ ପଦାର୍ପଣ କଲେ ସଚିନ୍‌

୪୫ ବର୍ଷରେ ପଦାର୍ପଣ କଲେ ସଚିନ୍‌

ବମ୍ବେ, ୨୪।୪ : କ୍ରିକେଟର ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ମଙ୍ଗଳବାର ୪୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୩ ମସିହା ଏପ୍ରିଲ୍‌ ୨୪ ତାରିଖରେ ସଚିନ ବମ୍ବେଠାରେ ଜନ୍ମଗ୍ରହଣ କରିଥିଲେ। ରିୟଲ ଲାଇଫ୍‌ରେ ସଚିନ୍‌ଙ୍କ ବ୍ୟକ୍ତିତ୍ୱ ବେଶ୍‌ ପ୍ରଭାବଶାଳୀ। ସେ ରାଜ୍ୟସଭାରେ ଅନୁପସ୍ଥିତ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ତେବେ ତାଙ୍କର ୯୦ ଲକ୍ଷ ଟଙ୍କା ଦରମା ସେ ଅନାଥାଶ୍ରମକୁ ଦାନ କରିଥିଲେ।

ରାଜପାଲଙ୍କୁ ଜେଲ୍‌ଦଣ୍ଡ

ରାଜପାଲଙ୍କୁ ଜେଲ୍‌ଦଣ୍ଡ

ନୂଆଦିଲ୍ଲୀ: ହିନ୍ଦୀ ସିନେମା ଜଗତର ହାସ୍ୟ ଅଭିନେତା ରାଜପାଲ ଯାଦବଙ୍କୁ ସୋମବାର ଅଦାଲତୀ ଝଟ୍‌କା ଲାଗିଛି। ଚେକ୍‌ ବାଉନ୍ସ ମାମଲାରେ କାରକରଦୁମା କୋର୍ଟ ତାଙ୍କୁ ୬ ମାସ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି।