ରାଜ୍ୟ | ସମ୍ବଲପୁର

ବରଗଡ ଧନୁଯାତ୍ରାର ୪ର୍ଥ ଦିବସ, ଗୋପପୁରରେ କୃଷ୍ଣଙ୍କ ବାଲ୍ୟଲୀଳା ଆରମ୍ଭ ହେଲା

ବରଗଡ ଧନୁଯାତ୍ରାର ୪ର୍ଥ ଦିବସ, ଗୋପପୁରରେ କୃଷ୍ଣଙ୍କ ବାଲ୍ୟଲୀଳା ଆରମ୍ଭ ହେଲା


ମଥୁରାନଗରୀ/ଗୋପପୁର, ୨୬।୧୨-ବରଗଡ ବର୍ତ୍ତମାନ ମଥୁରାନଗରୀରେ ପରିଣତ ହୋଇଛି। ମଥୁରାନଗରୀର ପ୍ରବଳପ୍ରତାପି ମହାରାଜ କଂସଙ୍କ ଶାସନରେ ରାଜ୍ୟବାସୀ ଥରହର ହୋଇ ପଡିଛନ୍ତି। କୃଷ୍ଣବଳରାମଙ୍କୁ ହତ୍ୟା କରିବାକୁ ଆଜି ଗୋପପୁରକୁ ଅସୁରଗଣଙ୍କୁ ମହାରାଜ କଂସ ପଠାଇଛନ୍ତି। ସେପଟେ ଗୋପପୁର ଗୋପପୁର ଆଜି କୃଷ୍ଣ କୃଷ୍ଣ ବାସୁଛି। ସମଗ୍ର ଗୋପପୁରରେ କୃଷ୍ଣଙ୍କ ବାଲ୍ୟଲୀଳା ଆରମ୍ଭ ହୋଇଛି। ନନ୍ଦ ଭବନରୁ ବେନିଭାଇ କୃଷ୍ଣବଳରାମଙ୍କୁ ମା’ ଯଶୋଦା ମେଲାଣି ଦେଇଛନ୍ତି। ଗଉଡ ବାଳକମାନଙ୍କ ସହ ଗୋପପୁର ପରିକ୍ରମା କରୁଛନ୍ତି କୃଷ୍ଣ ଆଉ ବଳରାମ। ଦୁଇ ଭାଇଙ୍କୁ ସ୍ବାଗତ ଆଉ ପୂଜାର୍ଚ୍ଚନା କରିବାକୁ ପ୍ରତି ଘର ଆଗରେ ଝୋଟି ପଡିଛି। ମା’, ଭଉଣୀ ତଥା ମହିଳାମାନେ ହରିବୋଲ, ହୁଳହୁଳି ଦେଇ ଦୁଇ ଭାଇଙ୍କୁ ପୂଜାର୍ଚ୍ଚନା କରୁଛନ୍ତି। ଗୋପପୁରବାସୀଙ୍କ ମନରେ ଆଜି ଅପୂର୍ବ ଶିହରଣ ଦେଖିବାକୁ ମିଳିଛି। ଆଉ କିଛି ସମୟ ପରେ କଂସ ମହାରାଜ ପଠାଇଥିବା ଅସୁରଗଡ ଗୋପପୁରରେ ପହଞ୍ଚତ୍ବେ। ହେଲେ ସେମାନେ ଯୋଜନାବଦ୍ଧ ଭାବେ କୃଷ୍ଣବଳରାମଙ୍କୁ ମାରିବା ପରିବର୍ତ୍ତେ କୃଷ୍ଣଙ୍କ ଦ୍ୱାରା ନିହତ ହେବେ। ଏହି ଦୃଶ୍ୟ ଦେଖିବାକୁ ଗୋପପୁରବାସୀ ଅପଲକ ନୟନରେ ଚାହିଁ ବସିଛନ୍ତି।

All Right Reserved By

ରାଜ୍ୟ | ସମ୍ବଲପୁର

ପୁଣି ବିବାଦରେ ସୋନା:‘ଆହେ ନୀଳଶଇଳ’କୁ ବିକୃତ କରିଥିବା ଅଭିଯୋଗ

ପୁଣି ବିବାଦରେ ସୋନା:‘ଆହେ ନୀଳଶଇଳ’କୁ ବିକୃତ କରିଥିବା ଅଭିଯୋଗ

ଭୁବନେଶ୍ୱର,୧୮।୬(ବ୍ୟୁରୋ)- ଓଡ଼ିଶାର ଘରେ ଘରେ ପରିଚିତ ଲୋକପ୍ରିୟ ଭଜନ ‘ଆହେ ନୀଳଶଇଳକୁ’ ବିକୃତ ଭାବେ ଗାଇ ବିବାଦରେ ଫସିଛନ୍ତି କଣ୍ଠଶିଳ୍ପୀ ସୋନା ମହାପାତ୍ର। ଭକ୍ତ ସାଲବେଗଙ୍କ ଦ୍ୱାରା ଲିଖିତ ଏହି ପ୍ରସିଦ୍ଧ ଓଡ଼ିଆ ଭଜନର କେତୋଟି ଶବ୍ଦକୁ ସୋନା ଭିନ୍ନ ଭାବେ ଉଚ୍ଚାରଣ କରି ଗାଇବା ପରେ ବିବାଦ ସୃଷ୍ଟି ହୋଇଛି।

ସ୍ବଚ୍ଛ ହେବ ସିବିଏସ୍‌ଇ ପରୀକ୍ଷା:ଖୋଲିବ ସେଣ୍ଟର ଅଫ୍‌ ଏକ୍ସଲେନ୍ସ, ଶିକ୍ଷକଙ୍କୁ ଦିଆଯିବ ପ୍ରଶିକ୍ଷଣ

ସ୍ବଚ୍ଛ ହେବ ସିବିଏସ୍‌ଇ ପରୀକ୍ଷା:ଖୋଲିବ ସେଣ୍ଟର ଅଫ୍‌ ଏକ୍ସଲେନ୍ସ, ଶିକ୍ଷକଙ୍କୁ ଦିଆଯିବ ପ୍ରଶିକ୍ଷଣ

ଭୁବନେଶ୍ୱର, ୧୮ ।୬(ବ୍ୟୁରୋ)- ନୂତନ ଟେକ୍ନୋଲୋଜି ବ୍ୟବହାର କରାଯାଇ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ୱାରା ପରିଚାଳିତ ପରୀକ୍ଷାକୁ ଆହୁରି ସ୍ବଚ୍ଛ କରାଯିବ। ଏଥିପାଇଁ ଖୁବ୍‌ଶୀଘ୍ର ସେଣ୍ଟର ଅଫ୍‌ ଏକ୍ସଲେନ୍ସ ୟୁନିଟ୍‌ ଖୋଲାଯିବ। ଏଥିରେ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ସାରା ଦେଶରେ ୪ଟି ସେଣ୍ଟର ଅଫ୍‌ ଏକ୍ସଲେନ୍ସ ଖୋଲିବା ପାଇଁ ସ୍ଥିର କରାଯାଇଛି।

ଘର ଜାଳିଦେଇ ଜେଲ୍‌ ପଠାଇଲା ବନ ବିଭାଗ

ଭୁବନେଶ୍ୱର,୧୮ା୬(ବ୍ୟୁରୋ)- ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଗାଙ୍ଗପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁମୁଣ୍ଡି ମୌଜାରେ ରହୁଥିବା ୧୨ ଆଦିବାସୀ ପରିବାର ସୋମବାର ନ୍ୟାୟ ପାଇଁ ରାଜ୍ୟ ମାନବାଧିକାର କମିଶନ (ଓଏଚ୍‌ଆର୍‌ସି)ଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବନ ବିଭାଗ ସେମାନଙ୍କ ଘର ପୋଡ଼ିବା, ଗୃହ ଉପୋକରଣ ଲୁଟ୍‌ କରିବା, ମାଡ଼ ମାରିବା ସହ ପରିବାର ସଦସ୍ୟଙ୍କୁ ଜେଲ୍‌ ପଠାଇଥିବା ଅଭିଯୋଗ ଆଣି ସେମାନେ ଘଟଣାର ନିରପେକ୍ଷ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଛନ୍ତି।

୨୦ରୁ ଭୁବନେଶ୍ୱରରୁ ରାୟପୁର ଉଡ଼ିବ ବିମାନ: ଦେଢ଼ଘଣ୍ଟାରେ ପହଞ୍ଚତ୍ବେ ଯାତ୍ରୀ

୨୦ରୁ ଭୁବନେଶ୍ୱରରୁ ରାୟପୁର ଉଡ଼ିବ ବିମାନ: ଦେଢ଼ଘଣ୍ଟାରେ ପହଞ୍ଚତ୍ବେ ଯାତ୍ରୀ

ଭୁବନେଶ୍ୱର, ୧୮ ।୬(ବ୍ୟୁରୋ)- ଆସନ୍ତା ବୁଧବାର ୨୦ ତାରିଖରୁ ଭୁବନେଶ୍ୱରରୁ ରାୟପୁର ବିମାନସେବା ଆରମ୍ଭ ହେବ। ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବାବେଳେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଉଦ୍‌ଘାଟନ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ଯୁକ୍ତ୨ ନାମଲେଖା ଆବେଦନ ଅବଧି ବଢ଼ିଲା

ଯୁକ୍ତ୨ ନାମଲେଖା ଆବେଦନ ଅବଧି ବଢ଼ିଲା

ଭୁବନେଶ୍ୱର, ୧୮ । ୬(ବ୍ୟୁରୋ)- ଯୁକ୍ତ୨ ନାମଲେଖା ପାଇଁ ରହିଥିବା ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଚଳିତ ମାସ ୧୭ ତାରିଖ ଆବେଦନ କରିବାର ଶେଷ ଦିନ ଧାର୍ଯ୍ୟ ହୋଇଥିଲାବେଳେ ଏବେ ତାହାକୁ ୫ଦିନ ଅର୍ଥାତ୍‌ ୨୨ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

ବିଦ୍ୟାଳୟ ବାରଣ୍ଡାରେ ଅସହାୟ ବୃଦ୍ଧ

ବିଦ୍ୟାଳୟ ବାରଣ୍ଡାରେ ଅସହାୟ ବୃଦ୍ଧ

ବାରିପଦା ଅଫିସ,୧୮।୬- ବାରିପଦା ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ଖେଳପଡିଆ ସ୍ଥିତ ଏକ ସ୍କୁଲ ବାରଣ୍ଡାରେ ଦୀର୍ଘ ଦିନ ହେବ ଜଣେ ବୃଦ୍ଧ ଅସହାୟ ଅବସ୍ଥାରେ ପଡି ରହିଛନ୍ତି। ତାଙ୍କ ପରିଚୟ ନେବାରୁ ୧୦ ନଂ. ୱାର୍ଡର ଦୀପ୍ତି ପ୍ରୟାସ ଘୋଷ ବୋଲି କହିଛନ୍ତି।

ପୋଖରୀରୁ କୁମ୍ଭୀର ଉଦ୍ଧାର

ପୋଖରୀରୁ କୁମ୍ଭୀର ଉଦ୍ଧାର

ଦିଗପହଣ୍ଡି,୧୮ା୬(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ନିମଖଣ୍ଡି ପେଣ୍ଠ ପଞ୍ଚାୟତ ଲୁଣୁଲୁଣିଆ ଲକ୍ଷ୍ମୀନାରାୟଣପୁର ଗ୍ରାମ ପୋଖରୀରୁ ସୋମବାର ଏକ କୁମ୍ଭୀର ଉଦ୍ଧାର କରାଯାଇଛି ା ଗ୍ରାମବାସୀ ପୋଖରୀରୁ ମାଛ ଧରିବା ବେଳେ କୁମ୍ଭୀରଟି ଜାଲରେ ପଡିଥିଲା।

ଅଟୋକୁ ରକ୍ଷା କରିବାକୁ ଯାଇ ଘରକୁ ଧକ୍କା ଦେଲା ଟ୍ରେଲର

ଅଟୋକୁ ରକ୍ଷା କରିବାକୁ ଯାଇ ଘରକୁ ଧକ୍କା ଦେଲା ଟ୍ରେଲର

ଛତ୍ରପୁର,୧୮।୬(ଡି.ଏନ.ଏ)- ସୋମବାର ଅପରାହ୍ନରେ ଏକ ଅଟୋ ବେନିୟମ ଭାବେ ହଠାତ୍‌ ଛତ୍ରପୁରଠାରେ ଜାତୀୟ ରାଜପଥ ପାର ହେବା ପାଇଁ ଉଦ୍ୟମ କରୁଥିବା ବେଳେ ତାହାକୁ ରକ୍ଷା କରିବାକୁ ଯାଇ ଏକ କଣ୍ଟେନର ବୋଝେଇ ଟ୍ରେଲର ଭାରସାମ୍ୟ ହରାଇ ଜଣଙ୍କ ଘରକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି।

ପାରିବାରିକ କଳହରୁ ସ୍ତ୍ରୀ, ସ୍ବାମୀ ଅର୍ଦ୍ଧଦଗ୍ଧ

ଧରାକୋଟ,୧୭ା୬(ଡି.ଏନ୍‌.ଏ.)- ଧରାକୋଟ ବ୍ଲକ ବରଡ଼ାବାଲି ପଞ୍ଚାୟତ କହିରାପଲ୍ଲୀ ଗ୍ରାମରେ ରବିବାର ମଧ୍ୟରାତ୍ରରେ ପାରିବାରିକ କହଳକୁ ନେଇ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଉଗ୍ରରୂପ ନେଇଛି ା ଉଭୟେ କିରୋସିନ ଢାଳି ଅଗ୍ନି ସଂଯୋଗ କରିବାରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ବ୍ରହ୍ମପୁର ବଡମେଡିକାଲରେ ଭର୍ତ୍ତି ହୋଇଛନ୍ତି ା

୧୨ ଜାଷୀଙ୍କ ଜମି ଛତିଶଗଡ଼ ରାଜସ୍ବ ବିଭାଗ ଛଡ଼ାଇ ନେବା ଘଟଣା

୧୨ ଜାଷୀଙ୍କ ଜମି ଛତିଶଗଡ଼ ରାଜସ୍ବ ବିଭାଗ ଛଡ଼ାଇ ନେବା ଘଟଣା

ନୂଆପଡା ଅଫିସ/ସିନାପାଲି,୧୮।୬(ଡି.ଏନ.ଏ.)- ନୂଆପଡା ଜିଲା ସିନାପାଲି ତହସିଲ ଅନ୍ତର୍ଗତ ନୂଆମାଲପଡା ଗ୍ରାମପଞ୍ଚାୟତ ସୀମାରେ ଥିବା ଚାଷୀଙ୍କ ପଟ୍ଟାଭୁକ୍ତ ଜମିକୁ ଛତିଶଗଡ଼ ରାଜସ୍ବ ବିଭାଗ ଜବରଦଖଲ କରିଛି । ସେହି ଜମିକୁ ଛତିଶଗଡ଼ର ଭୂମିହୀନ ଚାଷୀଙ୍କୁ ବାଣ୍ଟି ଦିଆଯାଇଛି। ଛତିଶଗଡ଼ ଚାଷୀମାନେ ଠେଙ୍ଗା ବାଡି ଧରି ପାଇଥିବା ଜମିକୁ ଜଗି ବସିଛନ୍ତି ।

ଛୁଟିଦିନରେ ଖୋଲିଲା ବିଦ୍ୟାଳୟ, ଅଭିଭାବକ ମହଲରେ ଅସନ୍ତୋଷ

ଛୁଟିଦିନରେ ଖୋଲିଲା ବିଦ୍ୟାଳୟ, ଅଭିଭାବକ ମହଲରେ ଅସନ୍ତୋଷ

ନୟାଗଡ଼ ଅଫିସ,୧୮।୬- ଗ୍ରୀଷ୍ମପ୍ରବାହକୁ ଆଖିରେ ରଖି ରାଜ୍ୟର ସମସ୍ତ ବିଦ୍ୟାଳୟକୁ ସରକାରଙ୍କ ତରଫରୁ ଛୁଟି ଅବଧି ୩ ଦିନ ବଢ଼ାଯାଇଥିଲା। ୧୮ ତାରିଖରେ ସ୍କୁଲ ଖୋଲିବାକୁ ଥିବା ବେଳେ ୨୧ ତାରିଖରେ ଖୋଲା ହେବା ପାଇଁ ଘୋଷଣା କରାଯାଇଛି।

ଓଡ଼ିଶାର କଳାହାଣ୍ଡିରୁ ହିଁ କଂଗ୍ରେସ ବିଜୟ ଯାତ୍ରା ଆରମ୍ଭ କରିବ

ଓଡ଼ିଶାର କଳାହାଣ୍ଡିରୁ ହିଁ କଂଗ୍ରେସ ବିଜୟ ଯାତ୍ରା ଆରମ୍ଭ କରିବ

ଭବାନୀପାଟଣା,୧୮।୬(ଡି.ଏନ.ଏ.)- କଂଗ୍ରେସ କର୍ମୀ ଓ ନେତାଙ୍କ ଏହି ଉତ୍ସାହ ଓ ମନବଳ ସୁଦୃଢ ରହିଲେ ୨୦୧୯ ସାଧାରଣ ନିର୍ବାଚନ କଂଗ୍ରେସ କଳାହାଣ୍ଡିରୁ ହିଁ ବିଜୟ ଯାତ୍ରା ଆରମ୍ଭ କରିବ ।

Model This Week

ପ୍ରଭାତ