Dharitri News
ଜୀବନଚର୍ଯ୍ୟା |

ଶୀତଦିନେ ସ୍ବାସ୍ଥ୍ୟପ୍ରଦ କମଳା

ଶୀତଦିନେ ସ୍ବାସ୍ଥ୍ୟପ୍ରଦ କମଳା ଶୀତଦିନେ ମିଳୁଥିବା ଫଳମାନଙ୍କ ମଧ୍ୟରେ କମଳା ଅନ୍ୟତମ। ଏହା ଶୀତଋତୁରେ ହିଁ ପ୍ରଚୁର ପରିମାଣରେ ମିଳିଥାଏ। ଅନେକଙ୍କର ଧାରଣା ରହିଛି ଶୀତଦିନେ କମଳା ଖାଇଲେ ଥଣ୍ଡାସର୍ଦ୍ଦି ବଢି ଯାଇଥାଏ। ଏହା ସମ୍ପୂର୍ଣ୍ଣ ରୂପେ ଭୂଲ୍‌। କମଳାରେ ରହିଛି ୮୦ ପ୍ରତିଶତ କ୍ୟାଲୋରୀ, ପୋଟାସିୟମ୍‌, କାର୍ବୋହାଇଡ୍ରେଟସ୍‌ ଓ ପ୍ରୋଟିନ୍‌। -କମଳାରେ ପ୍ରଚୁର ପରିମାଣରେ ଆଣ୍ଟି ଅକ୍ସିଡାଣ୍ଟ ଓ ଭିଟାମିନ୍‌-ସି ରହିଛି। ଯାହା ଆପଣଙ୍କ ତ୍ୱଚାକୁ ସତେଜ ଓ ସୁନ୍ଦର ରଖିବାରେ ସହାୟକ ହୋଇଥାଏ। ଏହାକୁ ନିୟମିତ ବ୍ୟବହାର କଲେ ତ୍ୱଚାରେ ଚମକ ଆସିବା ସହ ଶରୀରରେ ଦେଖାଯାଉଥିବା ଦାଗ ଦୂର ହୋଇଥାଏ। -କମଳାରେ ଆଣ୍ଟି ଅକ୍ସିଡାଣ୍ଟର ପରିମାଣ ଭରପୂର ରହିଛି। ସବୁଠାରୁ ବଡ କଥା ହେଲା ଏହାକୁ ନିୟମିତ ଖାଇଲେ କ୍ୟାନସର ହେବାର ସମ୍ଭାବନା କମ୍‌ ଥାଏ। -ନିୟମିତ କମଳା ଖାଇବା ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ବେଶ ଲାଭଦାୟକ ବୋଲି କୁହାଯାଏ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନିୟମିତ କମଳା ଖାଇଲେ ଉଚ୍ଚ ରକ୍ତଚାପରୁ ମୁକ୍ତି ମିଳିଥାଏ। -ଶୀତଦିନେ ସାଧାରଣତଃ ଥଣ୍ଡା ସର୍ଦ୍ଦି, ଛୋଟ ଠାରୁ ବଡ ସମସ୍ତଙ୍କୁ ଅସୁବିଧାରେ ପକାଇଥାଏ। ହେଲେ ଯେଉଁମାନେ ନିୟମିତ କମଳା ଖାଉଛନ୍ତି ଶୀତଦିନେ ସେମାନେ ଥଣ୍ଡା ସର୍ଦ୍ଦିଠାରୁ ଦୂରେଇ ରୁହନ୍ତି। କାରଣ ଏଥିରେ ଥିବା ଭିଟାମିନ୍‌-ସି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ଥଣ୍ଡା ସର୍ଦ୍ଦିରୁ ଦୂରେଇ ରଖିଥାଏ। -କମଳାରେ ଆଣ୍ଟି ଅକ୍ସିଡାଣ୍ଟ ଓ ଫ୍ଲେବୋନଏଡ୍‌ ଭରପୂର ମାତ୍ରାରେ ରହିଛି। ଏହାକୁ ନିୟମିତ ଖାଇଲେ ଭଲ ନିଦ ହେବା ସହ, ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ ଓ ସବୁ କାମ କରିବାକୁ ଆଗ୍ରହ ପ୍ରକାଶ ପାଇଥାଏ। ଶୀତଋତୁରେ ନିୟମିତ କମଳା ଖାଆନ୍ତୁ ଓ ନିରୋଗ ରୁହନ୍ତୁ।

ଜୀବନଚର୍ଯ୍ୟା |

ରକ୍ତ କର୍କଟର ସହଜ ଚିକିତ୍ସା ସମ୍ଭବ

ରକ୍ତ କର୍କଟର ସହଜ ଚିକିତ୍ସା ସମ୍ଭବ

ଓ୍ବାଶିଂଟନ: ରକ୍ତ କର୍କଟ ବା ଆକ୍ୟୁଟ୍‌ ମାୟୋଲୋଏଡ୍‌ ଲ୍ୟୁକୋମିଆ (ଏଏମ୍‌ଏଲ୍‌)ର ଚିକିତ୍ସା ଏବେ ସହଜରେ ହୋଇପାରିବ ବୋଲି ଗବେଷକ ସୂଚିତ କରିଛନ୍ତି। ରକ୍ତ କର୍କଟରେ ଶ୍ୱେତ ରକ୍ତ କୋଷିକା ସଂଖ୍ୟାରେ ଅନିମୟିତ ବୃଦ୍ଧି ଦୃଷ୍ଟି ଗୋଚର ହୋଇଥାଏ।

 ପକ୍ଷୀଙ୍କ ରାବ ସହିତ ମନୁଷ୍ୟ ସ୍ବରର ସାମଞ୍ଜସ୍ୟ ରହିଛି

ପକ୍ଷୀଙ୍କ ରାବ ସହିତ ମନୁଷ୍ୟ ସ୍ବରର ସାମଞ୍ଜସ୍ୟ ରହିଛି

ଓ୍ବାଶିଂଟନ: ପକ୍ଷୀର ରାବ ସହିତ ମନୁଷ୍ୟ ସ୍ବରର ସାମଞ୍ଜସ୍ୟ ରହିଥିବା ସମ୍ପର୍କରେ ବୈଜ୍ଞାନିକ ରୋଚକ ତଥ୍ୟ ପ୍ରକାଶ କରିଛନ୍ତି। ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ଜଣାପଡିଛି ଯେ, ପକ୍ଷୀଙ୍କ ରାବଯନ୍ତ୍ର ଓ ମନୁଷ୍ୟଙ୍କ ସ୍ବରଯନ୍ତ୍ର ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି

ସୁସ୍ଥ ରହିବା ପାଇଁ ବଦଳାନ୍ତୁ ଜୀବନଶୈଳୀ

ସୁସ୍ଥ ରହିବା ପାଇଁ ବଦଳାନ୍ତୁ ଜୀବନଶୈଳୀ

ସନ୍ତୁଳିତ ଜୀବନଶୈଳୀ ସୁସ୍ଥ ଓ ନୀରୋଗ ଜୀବନର ଆଧାର। ଏହାଦ୍ୱାରା ଆପଣ ବିଭିନ୍ନ ପ୍ରକାର ରୋଗ ଦାଉରୁ ରକ୍ଷାପାଇପାରିବେ। ଏଥିପାଇଁ ଠିକ୍‌ ସମୟରେ ଖାଦ୍ୟପେୟ କରିବା, ଶୋଇବା ନିତାନ୍ତ ଆବଶ୍ୟକ। ଆସନ୍ତୁ ଜାଣିବା ସୁସ୍ଥ ରହିବାର କିଛି ଉପାୟ ସମ୍ପର୍କରେ:

ଏକାଗ୍ରତା ବଢ଼ାଏ ଚନ୍ଦନ

ଏକାଗ୍ରତା ବଢ଼ାଏ ଚନ୍ଦନ

ଭାରତୀୟ ପରମ୍ପରା ଅନୁଯାୟୀ ଚନ୍ଦନକୁ ଔଷଧୀୟ ଏବଂ ଧାର୍ମିକ ଭାବନା ସହ ଯୋଡାଯାଇଥାଏ। ଏଥିପାଇଁ ପ୍ରାଚୀନ କାଳରୁ ମଥାରେ ଚନ୍ଦନ ଲଗାଇବା ପରମ୍ପରା ରହିଆସିଛି। ଏହାଦ୍ୱାରା ଏକାଗ୍ରତା ବଢ଼ିବା ସହ ମସ୍କିଷ୍କ ଥଣ୍ଡା ରହିଥାଏ ବୋଲି କୁହାଯାଏ। ଏତଦ୍‌ବ୍ୟତୀତ ଚନ୍ଦନ ଲଗାଇବା ଦ୍ୱାରା ଅନେକ ଉପକାର ମିଳିଥାଏ।

ଫୋନ୍‌ରେ ହେବ ମଧୁମେହ ନିୟନ୍ତ୍ରଣ

ଫୋନ୍‌ରେ ହେବ ମଧୁମେହ ନିୟନ୍ତ୍ରଣ

ଓ୍ବାଶିଂଟନ: ଆଗାମୀ ଦିନରେ ମଧୁମେହ ରୋଗ ଫୋନ୍‌ ଦ୍ୱାରା ନିୟନ୍ତ୍ରିତ ହୋଇପାରିବ। ଏନେଇ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି। ଫୋନ୍‌ ପାନ୍‌କ୍ରିଜ୍‌କୁ ରକ୍ତରେ ଶର୍କରାସ୍ତରକୁ ସାଧାରଣ କରିବାକୁ ନିର୍ଦ୍ଦେଶ ଦେବ।

ଲବଙ୍ଗ ତେଲର ଉପକାରିତା

ଲବଙ୍ଗ ତେଲର ଉପକାରିତା

ଭାରତରେ ପ୍ରଚୁର ପରିମାଣରେ ଲବଙ୍ଗ ଉତ୍ପାଦନ ହୋଇଥାଏ। ଏହାକୁ ଖାଦ୍ୟ ପ୍ରସ୍ତୁତିଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ରୋଗର ଉପଶମ କ୍ଷେତ୍ରରେ ବ୍ୟବହାର କରାଯାଇଥାଏ। ଲବଙ୍ଗରୁ ପ୍ରସ୍ତୁତ ଲବଙ୍ଗ ତେଲ ଔଷଧୀୟ ଗୁଣରେ ଭରପୂର। ଏହା ବ୍ରଣ ଦୂର କରିବା, କାଶ, ଆସ୍ତମା ଆଦିର ଉପଚାରରେ ବିଶେଷକରି ବ୍ୟବହୃତ ହୋଇଥାଏ। ଏହି ତେଲରେ ଅନେକ ପ୍ରକାରର ଖଣିଜ ପଦାର୍ଥ ସହ କ୍ୟାଲସିୟମ୍‌, ଆଇରନ୍‌, ସୋଡିୟମ୍‌, ପୋଟାସିୟମ୍‌, ଭିଟାମିନ୍‌ ଏ ଏବଂ ଭିଟାମିନ ସି ଆଦି ପର୍ଯ୍ୟାପ୍ତ ମାତ୍ରାରେ ମିଳିଥାଏ।

ଅତ୍ୟଧିକ ଶର୍କରା ନିୟନ୍ତ୍ରଣ ବିପଦ ଜନକ

ଅତ୍ୟଧିକ ଶର୍କରା ନିୟନ୍ତ୍ରଣ ବିପଦ ଜନକ

ଓ୍ବାଶିଂଟନ: ମଧୁମେହ ରୋଗରେ ଖାଦ୍ୟରେ ଶର୍କରା ଉପରେ ନିୟନ୍ତ୍ରଣ ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି। ତେବେ ସମ୍ପ୍ରତି କିଛି ଗବେଷକ ଅଧ୍ୟୟନ କରି ଜାଣିପାରିଛନ୍ତି ଯେ, ଅତ୍ୟଧିକ ଶର୍କରା ନିୟନ୍ତ୍ରଣ କଲେ ବିପଦ ଜନକ ସ୍ଥିତି ସୃଷ୍ଟି ହୋଇଥାଏ।

ପିଲାଙ୍କୁ ଅଧିକ ପ୍ରଶଂସା କରିବା ଅନୁଚିତ

ପିଲାଙ୍କୁ ଅଧିକ ପ୍ରଶଂସା କରିବା ଅନୁଚିତ

ଓ୍ବାଶିଂଟନ: ଛୋଟ ପିଲାଙ୍କର କାର୍ଯ୍ୟକୁ ପ୍ରଶଂସା କଲେ ସେମାନଙ୍କର ଉତ୍ସାହ ବୃଦ୍ଧି ହୋଇଥାଏ ବୋଲି ଅନେକ ବିଶ୍ୱାସ କରିଥାନ୍ତି। ମାତ୍ର ଏବେ ଗବେଷକ ଜାଣିପାରିଛନ୍ତି ଯେ, ଏହାଦ୍ୱାରା ସେମାନଙ୍କ ମଧ୍ୟରେ ଠକାମି ପ୍ରବୃତ୍ତି ଜାଗ୍ରତ ହୋଇଥାଏ।

ବଜାର ପରିବା କୀଟନାଶକଯୁକ୍ତ ହୋଇପାରେ, ବ୍ୟବହାର ପୂର୍ବରୁ ଜାଣନ୍ତୁ ଧୋଇବା ପଦ୍ଧତି

ବଜାର ପରିବା କୀଟନାଶକଯୁକ୍ତ ହୋଇପାରେ, ବ୍ୟବହାର ପୂର୍ବରୁ ଜାଣନ୍ତୁ ଧୋଇବା ପଦ୍ଧତି

ଚାଷୀମାନେ ନିଜ ଫସଲ ରକ୍ଷା କରିବା ପାଇଁ କୀଟନାଶକ ପ୍ରୟୋଗ କରିଥାନ୍ତି। ଏହାର ପ୍ରଭାବ ଅନେକ ଦିନ ପର୍ଯ୍ୟନ୍ତ ରହିଥାଏ। ଏହାକୁ ଆମେ ବଜାରରୁ କିଣିଥାଉ। ଏପରିସ୍ଥଳେ ଯଦି ପରିବା ଅଥବା ଫଳକୁ ଭଲ ଭାବେ ନ ଧୋଇ ଖିଆଯାଏ, ତେବେ ଏହା ସ୍ବାସ୍ଥ୍ୟ ପ୍ରତି ବେଶ୍‌ ହାନିକାରକ। ଏହାଦ୍ୱାରା ଫଳରେ ଥିବା କୀଟନାଶକ ଆମ ପେଟକୁ ଯାଇ ପାଚନକ୍ରିୟା ଏବଂ ଆଭ୍ୟନ୍ତରୀଣ ଅଙ୍ଗପ୍ରତ୍ୟଙ୍ଗକୁ କ୍ଷତି ପହଞ୍ଚାଇଥାଏ। ତେଣୁ ଏହାକୁ ବ୍ୟବହାର କରିବା ପୂର୍ବରୁ ଠିକ୍‌ ଭାବେ ଧୋଇବା ବେଶ୍‌ ଜରୁରୀ। ଯେପରିକି:

ସନ୍ତୁଳିତ ଶରୀର ମନକୁ ଚାପମୁକ୍ତ ରଖେ

ସନ୍ତୁଳିତ ଶରୀର ମନକୁ ଚାପମୁକ୍ତ ରଖେ

ଲଣ୍ଡନ: ଶରୀରର ଓଜନ ମାନସିକ ଅବସ୍ଥା ଉପରେ ପ୍ରଭାବ ପକାଇଥାଏ ବୋଲି ବୈଜ୍ଞାନିକ ଜାଣିପାରିଛନ୍ତି। ଓଜନରେ ସମନ୍ବୟ ରଖୁଥିବା ବ୍ୟକ୍ତିଙ୍କ ମନ ଚାପମୁକ୍ତ ରହିଥାଏ। ସାଧାରଣତଃ କଲେଜ ଶିକ୍ଷାର୍ଥୀ ଶରୀରକୁ ଫିଟ୍‌ ଓ ସନ୍ତୁଳିତ ରଖିବାର ପ୍ରୟାସ କରିଥାନ୍ତି।

ସ୍ବାସ୍ଥ୍ୟପାଇଁ ହିତକର ବ୍ରୋକଲି

ସ୍ବାସ୍ଥ୍ୟପାଇଁ ହିତକର ବ୍ରୋକଲି

ସ୍ବାଦ ଓ ସ୍ବାସ୍ଥ୍ୟ ଉପରେ ବ୍ରୋକଲିର ରହିଛି ଅନେକ ପ୍ରଭାବ। ଏବେ ଏହା ବଜାରରେ ପ୍ରଚୁର ପରିମାଣରେ ମିଳୁଛି। ଖାଦ୍ୟରେ ସାମିଲ କଲେ ଏହା ଆମକୁ ସୁସ୍ଥ ରଖିବାରେ ସହାୟକ ହେବ।

ସ୍ତନ୍ୟପାନ ଶିଶୁ ଓ ମା’ ମଧ୍ୟରେ ସମ୍ପର୍କ ସୁଦୃଢ଼ କରେ

ସ୍ତନ୍ୟପାନ ଶିଶୁ ଓ ମା’ ମଧ୍ୟରେ ସମ୍ପର୍କ ସୁଦୃଢ଼ କରେ

ଟରୋଣ୍ଟୋ: ସ୍ତନ୍ୟପାନ କରୁଥିବା ଶିଶୁ ଓ ମା’ ମଧ୍ୟରେ ସମ୍ପର୍କ ସୁଦୃଢ଼ ହୋଇଥାଏ ବୋଲି ବୈଜ୍ଞାନିକ ଜାଣିପାରିଛନ୍ତି। ଅଧିକ ଦିନ ଧରି ସ୍ତନ୍ୟପାନ କରିଥିବା ଶିଶୁ ମା’ଠାରୁ ଦୂରେଇ ରହିପାରେ ନାହିଁ।