ବାଣିଜ୍ୟ |

କ୍ଷତି ସହୁଥିବା ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଶାଖାର ପୁନର୍ବିଚାର ହେବ

କ୍ଷତି ସହୁଥିବା ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଶାଖାର ପୁନର୍ବିଚାର ହେବ
ବମ୍ବେ,୨୬-୧୨,(ପିଟି)- ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ବିଭିନ୍ନ ଆର୍ଥତ୍କ ସମସ୍ୟା ଦେଇ ବର୍ତ୍ତମାନ ଚାଲୁଥିବା ବେଳେ ବ୍ୟାଙ୍କଗୁଡିକ ସାମ୍ନାରେ ଅନାଦାୟ ଋଣ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ବିଭିନ୍ନ ସଂସ୍କାର ପ୍ରକ୍ରିୟା ଦ୍ୱାରା ବ୍ୟାଙ୍କଗୁଡିକର ସ୍ଥିତିକୁ ଦୃଢୀକରଣ ଲାଗି ସରକାର ପ୍ରୟାସ କରୁଛନ୍ତି। ଏହି ପ୍ରକ୍ରିୟା ଅନ୍ତର୍ଗତ ରାଷ୍ଟ୍ରାୟତ୍ତ ବ୍ୟାଙ୍କର କ୍ଷତି ସହୁଥିବା ବିଭିନ୍ନ ବ୍ୟାଙ୍କ ଶାଖାର ପୁନର୍ବିଚାର ହେବ। ଉଭୟ ଘରୋଇ ତଥା ବିଦେଶରେ ଥିବା ଶାଖାଗୁଡିକୁ ପୁନର୍ବିଚାର କରିବାକୁ ଅର୍ଥ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ଏହି ପଦକ୍ଷେପ ଅନ୍ତର୍ଗତ କ୍ଷତି ସହୁଥିବା ଶାଖାଗୁଡିକ ବନ୍ଦ ଲାଗି ପରାମର୍ଶ ରହିଛି। ଏହା ଦ୍ୱାରା ଅନେକ ମାତ୍ରାରେ ପୁଞ୍ଜି ସଞ୍ଚୟ ହୋଇ ପାରିବ ବୋଲି ଜଣା ଯାଇଛି। କ୍ଷତିରେ ଚାଲୁଥିବା ଶାଖା ଗୁଡିକ ଚଲାଇ ବ୍ୟାଙ୍କର ବାଲାନ୍ସ ସିଟ ଉପରେ ଚାପ ପକାଇବାର କୌଣସି ଯଥାର୍ଥତା ନାହିଁ। ଏହି ଭଳି ଛୋଟ ଛୋଟ ପଦକ୍ଷେପ ଦ୍ୱାରା ବ୍ୟାଙ୍କଗୁଡିକ ସେମାନଙ୍କ ଅବସ୍ଥାରେ ସୁଧାର ଦିଗରେ ଯୋଗଦାନ କରି ପାରିବେ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ବ୍ୟାଙ୍କଗୁଡିକୁ ଏହି ପ୍ରକ୍ରିୟାକୁ ଗ୍ରହଣ କରିବାକୁ ନିର୍ଦ୍ଦେଶ ମିଳିଥିବା ବର୍ତ୍ତମାନ ସୁଦ୍ଧା ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ), ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଭଳି କେତେକ ବ୍ୟାଙ୍କ ଏହି ପଦକ୍ଷେପକୁ ଗ୍ରହଣ କରି ସାରିଛନ୍ତି। ଘରୋଇ ବଜାରରେ ଆଞ୍ଚଳିକ କାର୍ଯ୍ୟାଳୟଗୁଡିକ କ୍ଷେତ୍ରରେ ଏହି ଧାରାକୁ ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ ଗ୍ରହଣ କରି ସାରିଛି। ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ ଏହାର ୫୯ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ୧୦ଟି କାର୍ଯ୍ୟାଳୟକୁ ବାଦ ଦେଇଛି। ସମ୍ବଳର ଉପଯୁକ୍ତ ବିନିଯୋଗ ଏବଂ ପ୍ରଶାସନିକ ଖର୍ଚ୍ଚ କାଟ କରିବା ଲାଗି ବ୍ୟାଙ୍କ ଏହି ଭଳି ପଦକ୍ଷେପ ନେଇଛି। ଅପର ପକ୍ଷରେ ବିଦେଶରେ ରହିଥିବା ଶାଖାଗୁଡିକର ମିଶ୍ରଣ ତଥା କ୍ଷତିରେ ଚାଲୁଥିବା ଶାଖାଗୁଡିକ ବନ୍ଦ ଲାଗି ଅନ୍ତିମ ନିଷ୍ପତି ନେବାକୁ ପରାମର୍ଶ ରହିଛି। କୌଣସି ଦେଶ ଲାଗି ଅନେକ ଗୁଡିଏ ବ୍ୟାଙ୍କ ନ ରହିବା ଆବଶ୍ୟକ ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି। ବ୍ୟାଙ୍କଗୁଡିକ ଏକକ ତଥା ସହଯୋଗୀ ଭିତ୍ତିରେ କାର୍ଯ୍ୟ କରି ପାରିବେ ବୋଲି ନିର୍ଦ୍ଦେଶ ରହିଛି। ଏହା ଦ୍ୱାରା ପୁଞ୍ଜିର ସଞ୍ଚୟ ହୋଇ ପାରିବ ବୋଲି ପରାମର୍ଶ ରହିଛି। ପୁନର୍ବିଚାର ପଦକ୍ଷେପ ଅନ୍ତର୍ଗତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଇଂଲଣ୍ଡରେ ଥିବା ଏହାର ସହଯୋଗୀ ବ୍ୟାଙ୍କ ପିଏନବି ଇଣ୍ଟରନ୍ୟାଶନାଲର ଅଂଶଧନ ବିକ୍ରି ଲାଗି ସୁଯୋଗ ଅପେକ୍ଷାରେ ରହିଛି। ବ୍ୟାଙ୍କ ଅଫ୍‌ ବରୋଦା, ଏସବିଆଇ ଶାଖାଗୁଡିକର ମିଶ୍ରଣ ପ୍ରସଙ୍ଗକୁ ତର୍ଜମା କରୁଛନ୍ତି। ବର୍ତ୍ତମାନ ବ୍ୟାଙ୍କ ଅଫ୍‌ ବରୋଦା ୨୪ଟି ଦେଶରେ ୧୦୭ ଶାଖା ତଥା କାର୍ଯ୍ୟାଳୟ ସହ କାର୍ଯ୍ୟ କରୁଛି। ୧୫ଟି ଦେଶରେ ଏହାର ୫୯ ଶାଖା ରହିଛି। ୪୭ଟି ଶାଖା ୮ ବିଦେଶୀ ସହଯୋଗୀ ସଂସ୍ଥା ଦ୍ୱାରା ପରିଚାଳିତ ହେଉଛି। ସେହିଭଳି ଏସବିଆଇ ୩୬ଟି ଦେଶର ୧୯୫ଟି ବିଦେଶୀ କାର୍ଯ୍ୟାଳୟ ସହ କାର୍ଯ୍ୟକରୁଛି।
All Right Reserved By

ବାଣିଜ୍ୟ |

ରାଜ ଇଲେକଟ୍ରୋନିକ୍ସର ୨୨ତମ ଶୋ’ରୁମ ଶୁଭାରମ୍ଭ

ରାଜ ଇଲେକଟ୍ରୋନିକ୍ସର ୨୨ତମ ଶୋ’ରୁମ ଶୁଭାରମ୍ଭ

ଭୁବନେଶ୍ୱର,୧୬-୧୦: ଇଲେକଟ୍ରୋନିକ୍ସର ପ୍ରମୁଖ ରିଟେଲ ଚେନ୍‌ ରାଜ ଇଲେକଟ୍ରୋନିକ୍ସ ପକ୍ଷରୁ ଏହାର ୨୨ତମ ମେଗା ଶୋ’ରୁମ ଯାଜପୁର ରୋଡ୍‌ଠାରେ ଖୋଲିଛି। ନୂଆ ଷ୍ଟୋରକୁ ଟାଟା ଷ୍ଟିଲର ଜେନେରାଲ ମ୍ୟାନେଜର ପ୍ରଶାନ୍ତ କୁମାର ମଲ୍ଲିକ ଏବଂ ଶୋ’ରୁମର ସ୍ବତ୍ୱାଧିକାରୀ  ପ୍ରକାଶ ବିଶ୍ୱାଳ ଶୁଭାରମ୍ଭ କରିଛନ୍ତି। 

ସୌଭାଗ୍ୟ ଯୋଜନାରେ ରାଜ୍ୟଗୁଡିକୁ ମିଳିବ ୧୦୦ କୋଟି ପୁରସ୍କାର

ସୌଭାଗ୍ୟ ଯୋଜନାରେ ରାଜ୍ୟଗୁଡିକୁ ମିଳିବ ୧୦୦ କୋଟି ପୁରସ୍କାର

ନୂଆଦିଲ୍ଲୀ,୧୬-୧୦: କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର୍‌.କେ.ସିଂ ସୋମବାର ଏଠାରେ ଘରୋଇ ବିଦ୍ୟୁତୀକରଣ କାର୍ଯ୍ୟ ନେଇ ରାଜ୍ୟଗୁଡିକର ପ୍ରତିନିଧିଙ୍କ ସହ ଏକ ସମୀକ୍ଷା ବୈଠକରେ ବସିଥିଲେ। ଘରୋଇ ବିଦୁ୍ୟୁତୀକରଣ କାର୍ଯ୍ୟରେ ଶତପ୍ରତିଶତ ସଫଳତା ହାସଲ କରିଥିବା ରାଜ୍ୟଗୁଡିକୁ ସୌଭାଗ୍ୟ ଯୋଜନା ଅଧୀନରେ କେନ୍ଦ୍ର ସରକାର ୧୦୦ କୋଟି ଟଙ୍କାର ପୁରସ୍କାର ଦେବେ ବୋଲି ସେ ଘୋଷଣା କରିଛନ୍ତି। 

ପାଇକାରୀ ମୁଦ୍ରାସ୍ଫୀତି ୫.୧୩%କୁ ବୃଦ୍ଧି

ନୂଆଦିଲ୍ଲୀ,୧୬-୧୦: ପେଟ୍ରୋଲ ଓ ଡିଜେଲର ଦାମ୍‌ ବଢ଼ିବା ତଥା ଖାଦ୍ୟ ପଦାର୍ଥ ମହଙ୍ଗା ହେବା କାରଣରୁ ପାଇକାରୀ ମୂଲ୍ୟ ସୂଚକାଙ୍କ(ଡବ୍ଲ୍ୟୁପିଆଇ) ଆଧାରିତ ମୁଦ୍ରାସ୍ପୀତି ସେପ୍ଟେମ୍ବରରେ ବୃଦ୍ଧି ପାଇ ଦୁଇ ମାସର ସର୍ବୋଚ୍ଚ ସ୍ତର ୫.୧୩%ରେ ପହଞ୍ଚତ୍ ଯାଇଛି।

ଇରାନ ତେଲ ନ ମିଳିଲେ ଚିନ୍ତା ନାହିଁ

ଇରାନ ତେଲ ନ ମିଳିଲେ ଚିନ୍ତା ନାହିଁ

ନୂଆଦିଲ୍ଲୀ,୧୬-୧୦: ନଭେମ୍ବର ୪ରୁ ଇରାନ ବିରୋଧରେ ଆମେରିକାର କଟକଣା ଲାଗୁ ହୋଇଯିବ। ଏହାକୁ ଦୃଷ୍ଟିରେ ରଖି ଭାରତ ବିକଳ୍ପ ବ୍ୟବସ୍ଥା କରିସାରିଛି। କଟକଣା ପରେ ଟଙ୍କା ମାଧ୍ୟମରେ ଇରାନରୁ ତେଲ କିଣିବା ଲାଗି ଭାରତ ପ୍ରସ୍ତୁତ ହେଉଛି। 

ପିସି ଜୁଏଲର୍ସର ଉତ୍ସବ ଅଫର

ପିସି ଜୁଏଲର୍ସର ଉତ୍ସବ ଅଫର

ନୂଆଦିଲ୍ଲୀ,୧୫-୧୦: ପ୍ରମୁଖ ଜୁଏଲେରୀ ବ୍ରାଣ୍ଡ ପିସି ଜୁଏଲର୍ସ ପକ୍ଷରୁ ଉତ୍ସବ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ମାଧ୍ୟମରେ ଗ୍ରାହକ ହୀରା, ସୁନା ଏବଂ ରୂପା ଗହଣାର ଗଢାମୂଲ୍ୟ ଉପରେ ୩୦% ପର୍ଯ୍ୟନ୍ତ ରିହାତି ପାଇ ପାରିବେ। 

ଏସରର ମ୍ୟାଜିକ୍‌ ବକ୍ସ ଅଫର

ଏସରର ମ୍ୟାଜିକ୍‌ ବକ୍ସ ଅଫର

ନୂଆଦିଲ୍ଲୀ,୧୫-୧୦: ପ୍ରମୁଖ ଟେକ୍ନୋଲୋଜି ବ୍ରାଣ୍ଡ ଏସର ଇଣ୍ଡିଆ ପକ୍ଷରୁ ପାର୍ବଣକୁ ଧ୍ୟାନରେ ରଖି ମ୍ୟାଜିକ ବକ୍ସ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। 

ଟିଭିଏସ୍‌ ଜୁପିଟର ଗ୍ରାଣ୍ଡେ ଉନ୍ମୋଚିତ

ଟିଭିଏସ୍‌ ଜୁପିଟର ଗ୍ରାଣ୍ଡେ ଉନ୍ମୋଚିତ

ନୂଆଦିଲ୍ଲୀ,୧୫-୧୦: ପାର୍ବଣକୁ ଦୃଷ୍ଟିରେ ରଖି ଟିଭିଏସ୍‌ ମୋଟର କମ୍ପାନୀ ପକ୍ଷରୁ ଟିଭିଏସ୍‌ ଜୁପିଟର ଗ୍ରାଣ୍ଡେକୁ ଉନ୍ମୋଚନ କରାଯାଇଛି। ଏହା ଜୁପିଟରର ସ୍ବତନ୍ତ୍ର ଏଡିଶନ ହୋଇଥିବା ବେଳେ ଏଥିରେ ଅନେକ ନୂଆ ବୈଶିଷ୍ଟ୍ୟ ସାମିଲ କରାଯାଇଛି।

ସ୍ବତନ୍ତ୍ର ସେବା ଯୋଗାଣରେ ବିଶ୍ୱାସ ରଖିଛି ସ୍ପେକ୍ଟ୍ରା ଭିଜନ୍‌

ସ୍ବତନ୍ତ୍ର ସେବା ଯୋଗାଣରେ ବିଶ୍ୱାସ ରଖିଛି ସ୍ପେକ୍ଟ୍ରା ଭିଜନ୍‌

ଇଲେକଟ୍ରୋନିକ୍ସ ସାମଗ୍ରୀ ରିଟେଲିଂ ବ୍ୟବସାୟରେ ଏବେ ୩୬୦% ପ୍ରତିଦ୍ୱନ୍ଦ୍ୱିତା। ସଙ୍ଗଠିତ ଷ୍ଟୋଗୁଡିକ ଗ୍ରାହକଙ୍କୁ ନିଜ ସହ ଯୋଡି ରଖିବା ଦିଗରେ ବିଭିନ୍ନ ପଦକ୍ଷେପକୁ ଦୃଷ୍ଟି ଦେଉଛନ୍ତି। ଏହି ଧାରାରେ ଜାତୀୟ ସ୍ତରର ଲାର୍ଜ ଫର୍ମାଟ ଷ୍ଟୋର  ସେମାନଙ୍କ କୌଶଳରେ ପରିବର୍ତ୍ତନ ଆଣିଛନ୍ତି। ଏହା ସହ ଯୁବବର୍ଗଙ୍କ ମଧ୍ୟରେ ସ୍ମାର୍ଟଫୋନ ଏବଂ ସ୍ମାର୍ଟ ଡିଭାଇସର ଚାହିଦା ବଢୁଥିବାରୁ ଇଲେକଟ୍ରୋନିକ୍ସ ରିଟେଲିଂ ଷ୍ଟୋରଗୁଡିକର କଳେବରରେ ଏବେ ଢେର ପରିବର୍ତ୍ତନ ଆସିଛି। 

କୋଇଲା ଯୋଗାଣରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ପ୍ରାଥମିକତା

କୋଇଲା ଯୋଗାଣରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ପ୍ରାଥମିକତା

ନୂଆଦିଲ୍ଲୀ,୧୫-୧୦: ତାପଜ ବିଦ୍ୟୁତ୍‌ ଉତ୍ପାଦନ କରୁଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡିକ ପ୍ରଥମେ କୋଇଲା ଯୋଗାଣ ଲାଗି କେନ୍ଦ୍ର ସରକାର କୋଲ୍‌ ଇଣ୍ଡିଆ ଲିମିଟେଡ୍‌(ସିଆଇଏଲ୍‌)କୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଗଚ୍ଛିତ କମ୍‌ ଥିବା ଘରୋଇ ବିଦ୍ୟୁତ୍‌ ଉତ୍ପାଦନକାରୀଙ୍କ ମଧ୍ୟରେ ଏବେ ଭାଳେଣି ପଡିଛି। 

ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌କୁ ଝଟ୍‌କା : ମାମଲାରୁ ବର୍ତ୍ତିବାକୁ ସମୟ ଦେଲେନି ଏନ୍‌ସିଏଲ୍‌ଟି

ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌କୁ ଝଟ୍‌କା : ମାମଲାରୁ ବର୍ତ୍ତିବାକୁ ସମୟ ଦେଲେନି ଏନ୍‌ସିଏଲ୍‌ଟି

ନୂଆଦିଲ୍ଲୀ,୧୫-୧୦: କେନ୍ଦ୍ର ସରକାର ଓ ଇନଫ୍ରାଷ୍ଟ୍ରକ୍‌ଚର ଲିଜିଂ ଆଣ୍ଡ୍‌ ଫାଇନାନ୍ସିଆଲ ସର୍ଭିସେସ୍‌(ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌)କୁ ଏନ୍‌ସିଏଲ୍‌ଟିରୁ ଜୋରଦାର ଝଟ୍‌କା ଲାଗିଛି।

ଆପ୍‌ ଜରିଆରେ ଟ୍ରେନ ଯାତ୍ରୀ ‘ଶୂନ୍‌ ଏଫଆଇଆର’ ଦାଏର କରିପାରିବେ

ଆପ୍‌ ଜରିଆରେ ଟ୍ରେନ ଯାତ୍ରୀ ‘ଶୂନ୍‌ ଏଫଆଇଆର’ ଦାଏର କରିପାରିବେ

ନୂଆଦିଲ୍ଲୀ,୧୫-୧୦:ଚୋରି, ଦୁର୍ବ୍ୟହାର, ମହିଳାଙ୍କ ବିରୋଧରେ ଅପରାଧ ଭଳି ଘଟଣାର ଅଭିଯୋଗ କରିବା ଲାଗି ଟ୍ରେନ ଯାତ୍ରୀଙ୍କୁ ଏଣିକି ପରବର୍ତ୍ତୀ ଷ୍ଟେଶନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବନି। ଯାତ୍ରା କାଳରେ ଟ୍ରେନ ଯାତ୍ରୀ ମୋବାଇଲ ଆପ୍‌ ଜରିଆରେ ଯେକୌଣସି ଅପରାଧିକ ପ୍ରସଙ୍ଗରେ ଅଭିଯୋଗ କରିପାରିବେ।

ବିମୁଦ୍ରୀକରଣ ପରେ ୧୦ ହଜାର ଜମାକାରୀଙ୍କୁ ନୋଟିସ୍‌

ବିମୁଦ୍ରୀକରଣ ପରେ ୧୦ ହଜାର ଜମାକାରୀଙ୍କୁ ନୋଟିସ୍‌

ନୂଆଦିଲ୍ଲୀ,୧୫-୧୦: କେନ୍ଦ୍ର ସରକାର ୨୦୧୬ରେ ବିମୁଦ୍ରୀକରଣ ଘୋଷଣା କରିବା ପରେ ସାଧାରଣ ଜନତା ଅଚଳ ହୋଇଯାଇଥିବା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌କୁ ବ୍ୟାଙ୍କରେ ଜମା ରଖିଲେ। କିନ୍ତୁ ଆୟ ବହିର୍ଭୂତ ଟଙ୍କା ଜମା ରଖିବା ନେଇ ଏବେ ଆୟକର ବିଭାଗ ପକ୍ଷରୁ ବେନାମୀ ଆଇନ ଅଧୀନରେ ୧୦ ହଜାର ଜମାକାରୀଙ୍କୁ ନୋଟିସ ଜାରି କରାଯାଇଛି।