
ଭୁବନେଶ୍ୱର, ୨୬-୧୨(ବ୍ୟୁରୋ)
ଚାଇନାଭିତ୍ତିକ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ କମ୍ପାନୀ ଏମ୍ଆଇ ଓଡିଶାରେ ଏହାର ଦ୍ୱିତୀୟ ଏକ୍ସକ୍ଲୁସିଭ୍ ଶୋ’ରୁମ୍ ସୋମବାର ସ୍ଥାନୀୟ ଝାରପଡା ଅଞ୍ଚଳରେ ଉଦ୍ଘାଟନ କରିଛି। ବର୍ତ୍ତମାନ କମ୍ପାନୀର ଓଡିଶାରେ ୭୦ ଜଣ ଡିଲର ରହିଥିବା ବେଳେ ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ବୃଦ୍ଧି କରିବା ଲକ୍ଷ୍ୟ ରହିଛି ବୋଲି ଏହାର ଅଲ୍ ଓଡିଶା ଡିଷ୍ଟ୍ରିବ୍ୟୁଟର ଜୟ କୁମାର ସଦନୀ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଖୁବ କମ୍ ସମୟ ବ୍ୟବଧାନରେ କମ୍ପାନୀ ସାରା ଭାରତରେ ଦୃତ ଅଭିବୃଦ୍ଧି ହାସଲ କରୁଥିବା ବେଳେ ଓଡିଶାରେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ମୋଟ ୧୦୦ଟି ଶୋରୁମ୍ ଖୋଲିବା ଲକ୍ଷ୍ୟ ରଖିଛି। ବର୍ତ୍ତମାନର ଖ୍ରୀଷ୍ଟମାସ ଓ ନୂଆବର୍ଷ ଉପଲକ୍ଷେ ଏମ୍ଆଇର ଏ୧, ନୋଟ୍ ୪, ରେଡ୍ମି ୪, ମାକ୍ସ ୨ ମଡେଲ୍ ମୂଲ୍ୟରେ ୧୦୦୦ ଟଙ୍କା ରିହାତି ପ୍ରଦାନ କରାଯାଉଛି। ସେହିପରି ମିକ୍ସ ୨ରେ ୩ ହଜାର ଟଙ୍କା ରିହାତି ସୁବିଧା ରହିଛି। ଏହି ଅଫର ୨୦୧୮ ଜାନୁୟାରୀ ୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଦ୍ୱିତୀୟ ଶୋ’ରୁମ୍ର ସ୍ବତ୍ୱାଧିକାରୀ ତଥା ମା ମୋବାଇଲ୍ର ମୁଖ୍ୟ ଡି. ବିନିତା ପ୍ରକାଶ କରିଛନ୍ତି। ଏହି ଅବସରରେ ଅନ୍ୟ ଅତିଥି ବୃନ୍ଦ ଉପସ୍ଥିତ ଥିଲେ।