ରାଜ୍ୟ | ସମ୍ବଲପୁର

ଋଣ ବୋଝ: ବିଷ ପିଇ ଜୀବନ ହାରିଲେ ବରଗଡ ଟୁକୁର୍ଲାର ଚାଷୀ

ଋଣ ବୋଝ: ବିଷ ପିଇ ଜୀବନ ହାରିଲେ ବରଗଡ ଟୁକୁର୍ଲାର ଚାଷୀ
ଭଟଲି/ବୁର୍ଲା,୨୬।୧୨(ଡି.ଏନ.ଏ.)-ଭାତହାଣ୍ଡି ଭାବେ ନାଁ କରିଥିବା ବରଗଡ଼ ଜିଲା ଏବେ ଚାଷୀ ଆତ୍ମହତ୍ୟାକୁ ନେଇ ନାଁ କରୁଛି। ଜଣକ ପରେ ଜଣେ ଚାଷୀ ଜୀବନ ହାରୁଛନ୍ତି। ମଙ୍ଗଳବାର ଏଭଳି ଏକ ଦୁଃଖଦ ଘଟଣା ଘଟଛି ବରଗଡ଼ ଜିଲା ଭଟଲି ବ୍ଲକ୍‌ ଅନ୍ତର୍ଗତ ଟୁକୁର୍ଲା ଗ୍ରାମରେ । ଗ୍ରାମର ଚାଷୀ ଗରିବ ଆଚାର୍ଯ୍ୟ ଋଣ ବୋଝ ସହି ନ ପାରି କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହାସହିତ ଚକଡ଼ା ପୋକ ଏବଂ ବର୍ଷାଭାବ ଯୋଗୁ ନିଜ ଚାଷ ଜମିରେ କ୍ଷତି ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି । ଏ ନେଇ ବୁର୍ଲା ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ-୩୭୫/୧୭) ରୁଜୁ ହୋଇଛି। ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ମିଳିଥିବା ଖବର ଅନୁଯାୟୀ ଗରିବ ସୋମବାର ରାତିରେ କୀଟନାଶକ ଖାଇଥିବା ଜାଣିବା ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ସେଠାରେ ଚିକତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ସକାଳ ପ୍ରାୟ ୮ଟାରେ ତାଙ୍କର ମୃତ୍ୟୁ ହୋଇଥିଲା। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଗରିବ ନିଜର ଦେଢ଼ ଏକର ଚାଷ ଜମିରେ ଧାନ ଚାଷ କରିବା ସହିତ ୫ ଏକର ଜମି ଭାଗ ସୂତ୍ରରେ ନେଇ ଚାଷ କରିଥିଲେ । ତେବେ ଚଳିତ ଖରିଫ ଋତୁରେ ବର୍ଷାଭାବ ସହିତ ଚକଡ଼ା ପୋକ ଯୋଗୁ ତାଙ୍କ ଧାନ ଫସଲ ନଷ୍ଟ ହୋଇଥିଲା । ପୂର୍ବରୁ ଏକର ପ୍ରତି ୨୨ ବସ୍ତା ଧାନ ଅମଳ ହେଉଥିବାବେଳେ ଚଳିତ ଋତୁରେ ତାହା ୧୨ ବସ୍ତାକୁ ଖସି ଆସିଛି । ଚାଷ କାର୍ଯ୍ୟ ସମ୍ପାଦନ କରିବା ପାଇଁ ବ୍ୟାଙ୍କରୁ ଗରିବ ଦେଢ଼ ଲକ୍ଷ ଟଙ୍କାର ଋଣ କରିଥିବାବେଳେ ସମବାୟ କେନ୍ଦ୍ରରୁ ୩୦ହଜାର ଟଙ୍କାର ଋଣ କରିଥିଲେ । ତେବେ ଫସଲ କ୍ଷତି ସହ ିନ ପାରି ସେ ବହୁଦିନରୁ ନିରୁତ୍ସାହିତ ଥିଲେ। ଶେଷରେ ଆତ୍ମହତ୍ୟା କଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏ ନେଇ ଭଟଲି ତହସିଲଦାର ବିଶ୍ୱନାଥ ସାହୁଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ, ଆମେ ତଦନ୍ତ ଜାରି ରଖିଛୁ, ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ।
All Right Reserved By

ରାଜ୍ୟ | ସମ୍ବଲପୁର

ଆଇଆଇଓ୍ବାଇଡି ପକ୍ଷରୁ ପ୍ଳାଷ୍ଟିକ ମୁକ୍ତ ଅଭିଯାନ

ଆଇଆଇଓ୍ବାଇଡି ପକ୍ଷରୁ ପ୍ଳାଷ୍ଟିକ ମୁକ୍ତ ଅଭିଯାନ

କୋଣାର୍କ, ୧୫।୧୦(ଡି.ଏନ୍‌.ଏ.)-  କୋଣାର୍କ ଏନଏସି ଅଧିନସ୍ଥ ଚନ୍ଦ୍ରଭାଗା ନୋଳିଆ ବସ୍ତିଠାରେ ସୋମବାର ଆଇଆଇୱାଇଡି ସାମାଜିକ ସଂଗଠନ ପକ୍ଷରୁ ପ୍ଳାଷ୍ଟିକ ମୁକ୍ତ ସର୍ଭେ ଅଭିଯାନ ଆରମ୍ଭ କରାଯାଇଛି। 

ଗର୍ଭବତୀ, ନବଜାତ ଶିଶୁଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନ କରିବେ କିନ୍ନର

ଗର୍ଭବତୀ, ନବଜାତ ଶିଶୁଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନ କରିବେ କିନ୍ନର

ଭୁବନେଶ୍ୱର, ୧୫।୧୦(ବ୍ୟୁରୋ)- କିନ୍ନରଙ୍କୁ ସମାଜରେ ଅଧିକ ଗ୍ରହଣୀୟ କରାଇବା ଏବଂ ସମାଜସେବାରେ ସେମାନଙ୍କୁ ସାମିଲ କରାଇବା ପାଇଁ କିସ୍‌, ଅଜିମ୍‌ ପ୍ରେମଜୀ ଫିଲାନ୍‌ଥ୍ରୋପିକ ଇନିସିଏଟିଭ୍‌ ଓ ସଖା ମଳିତ ଭାବେ ପ୍ରୟାସ ଆରମ୍ଭ କରିଛି। 

ଯାଜପୁୁର ଏକତା ମଞ୍ଚର ସତ୍ୟାଗ୍ରହ: ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ଯାଜପୁୁର ଏକତା ମଞ୍ଚର ସତ୍ୟାଗ୍ରହ: ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ଭୁବନେଶ୍ୱର, ୧୫।୧୦(ବ୍ୟୁରୋ)- ପାଣିକୋଇଲିଠାରେ ମେଡ଼ିକାଲ କଲେଜ ଓ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ନିର୍ମାଣ, ପୁଷ୍ପଗିରିଠାରେ ଅନ୍ତର୍ଜାତୀୟ ବିଶ୍ୱ ବିଦ୍ୟାଳୟ ସ୍ଥାପନ, କଳିଙ୍ଗନଗର କଳକାରଖାନାରେ ସ୍ଥାନୀୟ ବେକାର ଯୁବତୀଯୁବକଙ୍କୁ ନିଯୁକ୍ତି, ଜିଲାର ସମସ୍ତ ଭୂମିହୀନଙ୍କୁ ଜମି ଓ ବାସହୀନଙ୍କୁ ଗୃହ ପ୍ରଦାନ, ଚଣ୍ଡିଖୋଲଠାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ଅଶୋଧିତ ତୈଳ ବିଶୋଧନାଗାରକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଆଦି ୫ ଦଫା ଦାବି ନେଇ ସୋମବାର ରାଜଭବନ ସମ୍ମୁଖରେ ଯାଜପୁର ଏକତା ମଞ୍ଚ ପକ୍ଷରୁ ଏକ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି।

ପୂଜା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟ୍ରାଫିକ୍‌ ବ୍ୟବସ୍ଥା: ୨୦ ପ୍ଲାଟୁନ ଫୋର୍ସଙ୍କ ଫ୍ଲାଗ୍‌ମାର୍ଚ୍ଚ

ପୂଜା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟ୍ରାଫିକ୍‌ ବ୍ୟବସ୍ଥା: ୨୦ ପ୍ଲାଟୁନ ଫୋର୍ସଙ୍କ ଫ୍ଲାଗ୍‌ମାର୍ଚ୍ଚ

ବାଲେଶ୍ୱର ଅଫିସ,୧୫।୧୦-ବାଲେଶ୍ୱର ସହର ଦୁର୍ଗା ପୂଜା ପାଇଁ ଚଳଚଞ୍ଚଳ ହୋଇପଡିଛି। ଚଳିତବର୍ଷ ସହରରେ ୭୦ ମେଢ଼ରେ ଦୁର୍ଗତୀନାଶିନୀ ମା’ ଦୁର୍ଗା ପୂଜା ପାଉଛନ୍ତି।

ବାଣ ଫୁଟାଉଥିବା ବେଳେ ବିସ୍ଫୋରଣ: ଜେଜେ ମୃତ, ନାତି ଗୁରୁତର

ବାଣ ଫୁଟାଉଥିବା ବେଳେ ବିସ୍ଫୋରଣ: ଜେଜେ ମୃତ, ନାତି ଗୁରୁତର

ସାଲେପୁର,୧୫ା୧୦(ଡି.ଏନ.ଏ.): କଟକ ଜିଲା ସାଲେପୁର ବ୍ଲକ ଅଧୀନ ରଟିଲୋ ପଞ୍ଚାୟତ ବୋଇଲୋ ଗ୍ରାମରେ ସୋମବାର ଏକ ଦୁଃଖଦ ଘଟଣା ଘଟିଛି। ବାଣ ଫୁଟାଉଥିବା ସମୟରେ ବିସ୍ଫୋରଣ ଘଟି ଜେଜେ ବାପାଙ୍କ ମୃତ୍ୟୁ ଘଟିଥିବାବେଳେ ନାତି ଗୁରୁତର ହୋଇଛନ୍ତି। 

ମାଛ ହାଟ ଆବର୍ଜନାରେ ପୋତି ହେଉଛି ନାଳ: ଲୋକେ ଅଣନିଃଶ୍ୱାସୀ

ମାଛ ହାଟ ଆବର୍ଜନାରେ ପୋତି ହେଉଛି ନାଳ: ଲୋକେ ଅଣନିଃଶ୍ୱାସୀ

ଔପଦା,୧୫।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକ ସଦର ବଜାର ତଳି ମାଛ ହାଟର ଆବର୍ଜନା ଏବେ ସ୍ଥାନୀୟ ଲୋକଙ୍କ ଚିନ୍ତାର କାରଣ ହୋଇଛି। ମାଛ ବ୍ୟବସାୟୀଙ୍କ  ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରେ ମୁଖ୍ୟ ନାଳ ପୋତି ହୋଇପଡ଼ିଛି। 

କାର୍ଯ୍ୟବନ୍ଦ ଆନ୍ଦୋଳନରେ ମ୍ୟୁନିସିପାଲିଟି କର୍ମଚାରୀ

କାର୍ଯ୍ୟବନ୍ଦ ଆନ୍ଦୋଳନରେ ମ୍ୟୁନିସିପାଲିଟି କର୍ମଚାରୀ

ଖୋର୍ଦ୍ଧା ଅଫିସ,୧୫।୧୦:ସୋମବାର ଖୋର୍ଦ୍ଧା ମ୍ୟୁନିସିପାଲଟି କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତ। ସେପ୍ଟେମ୍ବରର ଦରମା, ପୂଜା ଅଗ୍ରିମ ୨୦ ହଜାର ଟଙ୍କା ଓ ପେନ୍‌ସନଧାରୀଙ୍କୁ ପ୍ରତିମାସରେ ପେନ୍‌ସନ ଯୋଗାଇବା ଦାବିରେ ସୋମବାରଠାରୁ ଏହି ଆନ୍ଦୋଳନ ଚାଲୁ ରହିଛି । ଖୋର୍ଦ୍ଧା ମ୍ୟୁନିସିପାଲିଟିର ୧୦୨ ସ୍ଥାୟୀ କର୍ମଚାରୀ, ଡିଏଲ୍‌ଆର ୩୪ ଓ ମ୍ୟାଣ୍ଡେଜ ୩୦ ଜଣ ଏଥିରେ ସାମିଲ ହୋଇଛନ୍ତି। 

ଗଛ ସହ ପିଟି ହୋଇ ବ୍ରିଜ ତଳକୁ ଖସିଲା ବସ୍‌ : ୩୦ ଆହତ

ଗଛ ସହ ପିଟି ହୋଇ ବ୍ରିଜ ତଳକୁ ଖସିଲା ବସ୍‌ : ୩୦ ଆହତ

ମାଥିଲି,୧୫।୧୦(ଡି.ଏନ୍‌.ଏ)-ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ଗୋବିନ୍ଦପାଲି ଫାଣ୍ତି ନିକଟ ବ୍ରିଜରେ ଭାରସାମ୍ୟ ହରାଇ ସୋମବାର ଏକ ଘରୋଇ ବସ୍‌ ବ୍ରିଜର ଏକ ପାଶର୍‌ବ ଗଛକୁ ପିଟି ହୋଇ ବସ୍‌ ତଳକୁ ଖସିପଡିଛି। ଫଳରେ ବସ୍‌ରେ ଥିବା ୩୦ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ଏବଂ ଦମକଳ ବାହିନୀ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଆହତମାନଙ୍କୁ ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଗୋବିନ୍ଦପାଲି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଆହତମାନଙ୍କ ମଧ୍ୟରେ ଅଧିକାଂଶ ଶିଶୁ ରହିଥିବା ସୂଚନା ମିଳିଛି ।

 ଜୟପୁରରେ କାର୍ଯ୍ୟକ୍ଷମ ହେଲା ଜିଲା ଚିକିତ୍ସାଳୟ

ଜୟପୁରରେ କାର୍ଯ୍ୟକ୍ଷମ ହେଲା ଜିଲା ଚିକିତ୍ସାଳୟ

ଜୟପୁର,୧୫।୧୦(ନି.ପ୍ର.)-ଜୟପୁରରେ ଜିଲା ଚିକିତ୍ସାଳୟ ସୋମବାରଠାରୁ ଆରମ୍ଭ ହୋଇଛି । ଜୟପୁର ନିକଟସ୍ଥ ଫୁଲବାଡ଼ଠାରେ ୨୭ ଏକର ଜମିରେ ଏହି ଜିଲା ଚିକିତ୍ସାଳୟ ନିର୍ମିତ ହୋଇଛି । କୋରାପୁଟରେ ଥିବା ଜିଲା ଚିକିତ୍ସାଳୟ ଜୟପୁରକୁ ସ୍ଥାନାନ୍ତର କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଘୋଷଣାର ୧୫ ମାସ ପରେ ସୋମବାର କାର୍ଯ୍ୟକ୍ଷମ ହୋଇଛି । ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି। ଏଠାରେ ନୂତନ ଯନ୍ତ୍ରପାତି ଲାଗିଥିବା ବେଲେ ଲିଫ୍ଟ ମଧ୍ୟ ଲାଗିଛି ।

ସାଧାରଣ ନିର୍ବାଚନ: ଆଭିମୁଖ୍ୟ ସ୍ପଷ୍ଟକଲା ସିପିଏମ୍‌

ସାଧାରଣ ନିର୍ବାଚନ: ଆଭିମୁଖ୍ୟ ସ୍ପଷ୍ଟକଲା ସିପିଏମ୍‌

ଭୁବନେଶ୍ୱର, ୧୫।୧୦(ବ୍ୟୁରୋ): ଓଡ଼ିଶାରେ ଆଗାମୀ ସାଧାରଣ ନିର୍ବାଚନରେ କାହା ସହ ମେଣ୍ଟ ହେବ ନାହିଁ। ଯଥା ସମ୍ଭବ ଅଣଭାଜପା ଭୋଟ ବିଭାଜନକୁ ଦଳ ରୋକିବାକୁ ଚେଷ୍ଟା କରିବ।  କଂଗ୍ରେସ କିମ୍ବା ବିଜେଡି କାହା ସହ ମେଣ୍ଟ ହେବ  ନାହିଁ ବୋଲି କହିଛନ୍ତି ସିପିଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ। 

ଆୟୁଷ୍ମାନ ଯୋଜନା: ରାଜ୍ୟପାଳଙ୍କୁ ୧ କୋଟି ଦସ୍ତଖତ ସମ୍ବଳିତ ଦାବିପତ୍ର

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟ ସରକାର ଗ୍ରହଣ କରି ନ ଥିଲେ। ରାଜ୍ୟ ସରକାର ନିଜସ୍ବ ବିଜୁ କଲ୍ୟାଣ ଯୋଜନା ଓଡ଼ିଶାରେ ଲାଗୁ କରିଛନ୍ତି।  ମାତ୍ର କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ଶାସକ ଦଳ ଅଗ୍ରାହ୍ୟ କରିବା ପଛରେ ରାଜନୈତିକ ଉଦ୍ଦେଶ୍ୟ ଥିବା ଭାଜପା ଅଭିଯୋଗ କରିଥିଲା। 

ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି

ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାର ପୂଜାଭେଟି ଦେଇଛନ୍ତି। କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ସରକାର ୨ ପ୍ରତିଶତ ବୃଦ୍ଧି କରିଛନ୍ତି। ଏହାପରେ ମହଙ୍ଗା ଭତ୍ତାର ପରିମାଣ ୯ ପ୍ରତିଶତରେ ପହଞ୍ଚିଛି।