ବାଣିଜ୍ୟ |

ବିଏସ୍‌ଏନ୍‌ଏଲ୍‌ର ସ୍ବତନ୍ତ୍ର ଅଫର

ବିଏସ୍‌ଏନ୍‌ଏଲ୍‌ର ସ୍ବତନ୍ତ୍ର ଅଫର

ଭୁବନେଶ୍ୱର,୨୬-୧୨
ରାଷ୍ଟ୍ରାୟାତ ଟେଲିକମ୍‌ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍‌(ବିଏସ୍‌ଏନ୍‌ଏଲ୍‌) ଖ୍ରୀଷ୍ଟମାସ ଓ ନବ ବର୍ଷ ଉପଲକ୍ଷେ ଗ୍ରାହକମାନଙ୍କ ପାଇଁ ୭୪ ଟଙ୍କାରେ ପ୍ରିପେଡ୍‌ ତଥା ଭାଉଚର ମାଧ୍ୟମରେ ଆକର୍ଷଣୀୟ ଅଫର ଘୋଷଣା କରିଛି। ଏହା ଦ୍ୱାରା ଗ୍ରାହକ ପ୍ରତିଦିନ ୧ ଜିବି ଡାଟା, ସହିତ ୧୦୦ ଏସ୍‌ଏମ୍‌ଏସ୍‌ ଏବଂ ୧୦ ଟଙ୍କାର ଟକ୍‌ ଭାଲ୍ୟୁ ପାଇପାରିବେ। ଏହି ଅଫର ଡିସେମ୍ବର ୨୪ ତାରିଖରୁ ଆରମ୍ଭ ହୋଇଥିବା ବେଳେ ୨୦୧୮ ଜାନୁୟାରୀ ୧ ପର୍ଯ୍ୟନ୍ତ ଉପଲବ୍ଧ ହେବ ବୋଲି ବିଏସ୍‌ଏନ୍‌ଏଲ୍‌ର ମୁଖ୍ୟ ମହାପ୍ରବନ୍ଧକ(ଓଡିଶା) ସତ୍ୟାନନ୍ଦ ନାଏକ କହିିଛନ୍ତି।

All Right Reserved By

ବାଣିଜ୍ୟ |

ଗୁଗୁଲ୍‌ ଉପରେ ୩୪ ହଜାର କୋଟି ଜରିମାନା;ଆଣ୍ଡ୍ରଏଡ୍‌ ଅପରେଟିଂ ସିଷ୍ଟମ୍‌କୁ ବେଆଇନ ଭାବେ ବ୍ୟବହାର କରିଥିବା ଅଭିଯୋଗ

ଗୁଗୁଲ୍‌ ଉପରେ ୩୪ ହଜାର କୋଟି ଜରିମାନା;ଆଣ୍ଡ୍ରଏଡ୍‌ ଅପରେଟିଂ ସିଷ୍ଟମ୍‌କୁ ବେଆଇନ ଭାବେ ବ୍ୟବହାର କରିଥିବା ଅଭିଯୋଗ

ବ୍ରସେଲ୍ସ,୧୯-୭: ୟୁରୋପୀୟ ସଂଘ(ଇୟୁ) ଇଣ୍ଟର୍‌ନେଟ୍‌ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲ୍‌ ଉପରେ ରେକର୍ଡ ୪.୩୪ ବିଲିୟନ୍‌ ୟୁରୋ(ପାଖାପାଖି ୩୪,୩୦୮ କୋଟି ଟଙ୍କା)ର ଜରିମାନା ଲଗାଇଛି। ନିଜ ସର୍ଚ୍ଚ ଇଞ୍ଜିନ୍‌ର ଫାଇଦା ପାଇଁ ଆଣ୍ଡ୍ରଏଡ୍‌ ଅପରେଟିଂ ସିଷ୍ଟମ୍‌କୁ ଗୁଗୁଲ୍‌ ବେଆଇନ ଭାବେ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ୟୁରୋପୀୟ ସଂଘର କମିଶନର ମାର୍‌ଗ୍ରେଥ୍‌ ବେଷ୍ଟେଜର କହିଛନ୍ତି ଯେ, ଗୁଗୁଲ୍‌ ନିଜର ସର୍ଚ୍ଚ ଇଞ୍ଜିନ୍‌କୁ ମଜଭୂତ କରିବା ପାଇଁ ଆଣ୍ଡ୍ରଏଡ୍‌ର ଫାଇଦା ଉଠାଇଛି।

ତୈଳ ଦର, ମୁଦ୍ରା ମୂଲ୍ୟ ସୁଧୁରିବା ପରେ ଏୟାର୍‌ ଇଣ୍ଡିଆ ବିକ୍ରି ନେଇ ବିଚାର ହେବ

ତୈଳ ଦର, ମୁଦ୍ରା ମୂଲ୍ୟ ସୁଧୁରିବା ପରେ ଏୟାର୍‌ ଇଣ୍ଡିଆ ବିକ୍ରି ନେଇ ବିଚାର ହେବ

ନୂଆଦିଲ୍ଲୀ,୧୯-୭(ପି.ଟି.): ତୈଳ ଦର, ମୁଦ୍ରାର ବିନିମୟ ମୂଲ୍ୟ ଏବଂ ବିଶ୍ୱ ଅର୍ଥନୈତିକ ସ୍ଥିତି ସୁଧୁରିବା ପରେ ଯାଇ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର୍‌ ଇଣ୍ଡିଆର ବିକ୍ରି ଉପରେ ପୁନର୍ବିଚାର କରାଯିବ। ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା ବୁଧବାର ଏହି ସୂଚନା ଦେଇଛନ୍ତି।

ଅନିୟନ୍ତ୍ରିତ ଜମା ନିୟନ୍ତ୍ରଣ ପାଇଁ ବିଲ୍‌ ଉପସ୍ଥାପିତ: ଠକ ସଂସ୍ଥାଗୁଡିକୁ ହୋଇପାରେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍‌

ଅନିୟନ୍ତ୍ରିତ ଜମା ନିୟନ୍ତ୍ରଣ ପାଇଁ ବିଲ୍‌ ଉପସ୍ଥାପିତ: ଠକ ସଂସ୍ଥାଗୁଡିକୁ ହୋଇପାରେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍‌

ନୂଆଦିଲ୍ଲୀ,୧୯-୭(ପି.ଟି.): ଅନିୟନ୍ତ୍ରିତ ଜମା ଉପରେ ରୋକ ଲଗାଇବା ପାଇଁ ଉଦ୍ଦିଷ୍ଟ ଏକ ବିଲ୍‌କୁ ବୁଧବାର ଲୋକ ସଭାରେ ଉପସ୍ଥାପିତ କରାଯାଇଛି। ଏହା ଅନ୍ତର୍ଗତ ପୋଞ୍ଜି ସ୍କିମ୍‌ ଅପରାଧୀମାନଙ୍କ ପାଇଁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍‌ଦଣ୍ଡ ପ୍ରସ୍ତାବ ରଖାଯାଇଛି। ଅର୍ଥ ରାଷ୍ଟ୍ରମନ୍ତ୍ରୀ ପୋନ୍‌ ରାଧାକ୍ରିଷ୍ଣନ୍‌ ‘ବ୍ୟାନିଙ୍ଗ୍‌ ଅଫ୍‌ ଅନ୍‌ରେଗୁଲେଟେଡ୍‌ ଡିପୋଜିଟ୍‌ ସ୍କିମ୍ସ ବିଲ୍‌-୨୦୧୮’କୁ ଉପସ୍ଥାପନ କରିବା ଅବସରରେ ଏହା କହିଛନ୍ତି।

ସରକାରଙ୍କ ନିୟନ୍ତ୍ରଣାଧିନ ନୁହେଁ ସୋସିଆଲ ମିଡିଆ କଣ୍ଟେଣ୍ଟ

ସରକାରଙ୍କ ନିୟନ୍ତ୍ରଣାଧିନ ନୁହେଁ ସୋସିଆଲ ମିଡିଆ କଣ୍ଟେଣ୍ଟ

ନୂଆଦିଲ୍ଲୀ, ୧୯-୭(ପି.ଟି): ସୋସିଆଲ ମିଡିଆରେ ଆସୁଥିବା କଣ୍ଟେଟ ଉପରେ ସରକାର ନିୟନ୍ତ୍ରଣ ଜାରି କରୁ ନାହାନ୍ତି। ଲୋକଙ୍କ ଗୋପନୀୟତା, ମତ ବ୍ୟକ୍ତ କରିବା ତଥା ବାକ୍‌ ସ୍ବାଧିନତା ଭଳି ପ୍ରସଙ୍ଗ ସହ ଜଡିତ ଥିବାରୁ ସୋସିଆଲ ମିଡିଆ କଣ୍ଟେଣ୍ଟ ନିୟନ୍ତ୍ରଣାଧିନ ନୁହେଁ ବୋଲି ଇଲେକଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଏସ୍‌.ଏସ୍‌ ଆହଲୁଓ୍ବାଲିଆ ସଂସଦକୁ ସୂଚନା ଦେଇଛନ୍ତି।

ପ୍ରତ୍ୟାହାର ହୋଇପାରେ ବିବାଦୀୟ ଏଫ୍‌ଆର୍‌ଡିଆଇ ବିଲ୍‌

ପ୍ରତ୍ୟାହାର ହୋଇପାରେ ବିବାଦୀୟ ଏଫ୍‌ଆର୍‌ଡିଆଇ ବିଲ୍‌

ନୂଆଦିଲ୍ଲୀ, ୧୯-୭(ପି.ଟି): ବିବାଦୀୟ ଫାଇନାନସିଆଲ ରିଜଲ୍ୟୁଶନ ଆଣ୍ଡ ଡିପୋଜିଟ ବିିଲ୍‌ ୨୦୧୭କୁ ସରକାର ପ୍ରତ୍ୟାହାର କରିନେଇ ପାରନ୍ତି। ଉକ୍ତ ବିଲ୍‌ ଯୋଗୁ ଜମାକାରୀଙ୍କୁ ସ୍ବାର୍ଥରେ ବାଧା ଉପୁଜିଛି। ଏହାକୁ ଧ୍ୟାନରେ ରଖି ସରକାର ଉକ୍ତ ବିଲ୍‌କୁ ବାଦ୍‌ ଦେଇ ପାରନ୍ତି।

ବଜାରରେ ବିଏମ୍‌ଡବ୍ଳ୍ୟୁ ମୋଟୋରାଡର ନୂଆ ବାଇକ

ବଜାରରେ ବିଏମ୍‌ଡବ୍ଳ୍ୟୁ ମୋଟୋରାଡର ନୂଆ ବାଇକ

ନୂଆଦିଲ୍ଲୀ, ୧୯-୭(ପି.ଟି): ଜର୍ମାନ ଭିତ୍ତିକ ପ୍ରମୁଖ ପ୍ରିମିୟମ ବାଇକ ନିର୍ମାତା କମ୍ପାନୀ ବିଏମ୍‌ଡବ୍ଲ୍ୟୁ ମୋଟୋରାଡ ପକ୍ଷରୁ ଘରୋଇ ବଜାରରେ ସବ୍‌-୫୦୦ ସିସି ବର୍ଗରେ ୨ ନୂଆ ବାଇକ ପ୍ରବେଶ କରିଛି। ଏହି ମଡେଲ ଗୁଡିକ ହେଲା ଜି୩୧୦ଆର ଏବଂ ଜି୩୧୦ ଜିଏସ୍‌। ଉକ୍ତ ମଡେଲଗୁଡିକର ମୂଲ୍ୟ ୩.୪୯ ଲକ୍ଷ ଟଙ୍କା ମଧ୍ୟରେ ରହିଛି।

ବିଭିନ୍ନ ରାଜ୍ୟରେ ୧୮୦ ନୂଆ ରେଳ ଲାଇନ କାର୍ଯ୍ୟ ତ୍ୱରାନ୍ବିତ

ବିଭିନ୍ନ ରାଜ୍ୟରେ ୧୮୦ ନୂଆ ରେଳ ଲାଇନ କାର୍ଯ୍ୟ ତ୍ୱରାନ୍ବିତ

ନୂଆଦିଲ୍ଲୀ, ୧୯-୭(ପି.ଟି): ଭାରତୀୟ ରେଳ ପକ୍ଷରୁ ବିଭିନ୍ନ ରାଜ୍ୟରେ ୧୮୦ ରେଳ ଲାଇନର କାର୍ଯ୍ୟ ଜାରି ରହିଛି। ଉକ୍ତ ପ୍ରକଳ୍ପଗୁଡିକ ମଧ୍ୟରେ ଓଡିଶାରେ ଓଡିଶାରେ ୧୦ଟି ପ୍ରକଳ୍ପ ରହିଛି।

ଚାଇନା ବିରୋଧରେ ୨୧୪ ଆଣ୍ଟି ଡମ୍ପିଂ ତଦନ୍ତ

ଚାଇନା ବିରୋଧରେ ୨୧୪ ଆଣ୍ଟି ଡମ୍ପିଂ ତଦନ୍ତ

ନୂଆଦିଲ୍ଲୀ, ୧୯-୭(ପି.ଟି): ଚାଇନା ବିରୋଧରେ ଡିସେମ୍ବର ସୁଦ୍ଧା ୨୧୪ ଆଣ୍ଟି ଡମ୍ପି ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଚାଇନା ସହ ଘରୋଇ ବଜାରର ବାଣିଜ୍ୟ କ୍ଷେତ୍ରରେ ନିଅଣ୍ଟ ମାତ୍ରଧିକ ରହିଛି।

ଏଚ୍‌୧-ବି ଭିଜା ପ୍ରୋଗ୍ରାମ ନେଇ ୟୁଏସ୍‌ ସହ କାର୍ଯ୍ୟ କରୁଛନ୍ତି ସରକାର

ଏଚ୍‌୧-ବି ଭିଜା ପ୍ରୋଗ୍ରାମ ନେଇ ୟୁଏସ୍‌ ସହ କାର୍ଯ୍ୟ କରୁଛନ୍ତି ସରକାର

ନୂଆଦିଲ୍ଲୀ, ୧୯-୭(ପି.ଟି): ଏଚ୍‌୧-ବି ଭିଜା ପ୍ରସଙ୍ଗ ନେଇ ଆମେରିକା ସରକାରଙ୍କ ସହ ମିଳିତ ହୋଇ ସରକାର କାର୍ଯ୍ୟ କରୁଛନ୍ତି। ଉକ୍ତ ଭିଜାଧାରୀ ପ୍ରଫେଶନାଲଙ୍କ ବିଭିନ୍ନ ପ୍ରସଙ୍ଗ ସହ ଦୁଇ ଦେଶ ମଧ୍ୟରେ ଯେପରି ଭାବେ ଭଲ ସମ୍ପର୍କ ରହିପାରିବ ତାକୁ ବିଚାର କରାଯାଉଛି।

ନୂଆ ଜାଜ୍‌ ଆଣିଲା ହୋଣ୍ଡା କାର୍‌ସ

ନୂଆ ଜାଜ୍‌ ଆଣିଲା ହୋଣ୍ଡା କାର୍‌ସ

ନୂଆଦିଲ୍ଲୀ,୧୯-୭(ପି.ଟି.) ପ୍ରମୁଖ କାର ନିର୍ମାତା ହୋଣ୍ଡା କାର୍‌ସ ଇଣ୍ଡିଆ ଏହାର ପ୍ରିମିୟମ୍‌ ହ୍ୟାଚ୍‌ବ୍ୟାକ୍‌ ଜାଜ୍‌ର ନୂଆ ଭର୍ସନ ବଜାରକୁ ଆଣିଛି। ଏହାର ପ୍ରାରମ୍ଭିକ ଏକ୍ସଶୋ’ରୁମ୍‌ ଦିଲ୍ଲୀ ମୂଲ୍ୟ ୭.୩୫ ଲକ୍ଷ ଟଙ୍କାରୁ ଆରମ୍ଭ।

ଭାରତ ଏସିଆର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି

ଭାରତ ଏସିଆର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି

ନୂଆଦିଲ୍ଲୀ,୧୯-୭(ପି.ଟି.) ଭାରତ ଏସିଆ ମହାଦେଶର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି। ଏସିଆ ଏବଂ ପାସିଫିକ୍‌ ରିଜିୟନ୍‌ରେ ବାଣିଜି୍ୟକ ସମସ୍ୟା ସତ୍ତ୍ୱେ ଭାରତ ନେତୃତ୍ୱରେ ଦକ୍ଷିଣ ଏସିଆ ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅଞ୍ଚଳର ମାନ୍ୟତା ବଜାୟ ରଖିବ ବୋଲି ଏସିଆନ୍‌ ଡେଭଲପ୍‌ମେଣ୍ଟ ବ୍ୟାଙ୍କ(ଏଡିବି) ଏକ ନୂଆ ରିପୋର୍ଟରେ ପ୍ରକାଶ କରିଛି।

ଓଡିଶାରେ ବ୍ୟବସାୟ ଆରମ୍ଭ କଲା ବିଏନ୍‌ଆଇ

ଓଡିଶାରେ ବ୍ୟବସାୟ ଆରମ୍ଭ କଲା ବିଏନ୍‌ଆଇ

କଟକ,୧୯-୭: ପ୍ରମୁଖ ବିଜ୍‌ନେସ୍‌ ନେଟ୍‌ଓ୍ବର୍କିଂ ଆଣ୍ଡ୍‌ ରେଫରାଲ ଜେନେରେଶନ ଅର୍ଗାନାଇଜେଶନ ବିଜ୍‌ନେସ୍‌ ନେଟ୍‌ଓ୍ବର୍କ ଇଣ୍ଟରନ୍ୟାଶ୍‌ନାଲ୍‌(ବିଏନ୍‌ଆଇ) ଓଡିଶାରେ ଏହାର ବ୍ୟବସାୟ ଆରମ୍ଭ କରିଛି। ଏ ସମ୍ପର୍କରେ ବିଏନ୍‌ଆଇର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଦୀପ ଅଗ୍ରଓ୍ବାଲ୍‌ କହିଛନ୍ତି, ବିଭିନ୍ନ ପ୍ରତିଷ୍ଠିତ ତଥା ସଫଳ ବ୍ୟବସାୟୀଙ୍କୁ ନେଇ ଏକ୍ସକ୍ଲୁଶିଭ୍‌ ଗ୍ରୁପ୍‌ ପ୍ରତିଷ୍ଠା କରିବା ହେଉଛି ଆମର ଲକ୍ଷ୍ୟ।

Model This Week

ରୂପେଶ