ମେଟ୍ରୋ |

ଦଳୀୟ କାର୍ଯ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳିଲେ ମୁଖ୍ୟମନ୍ତ୍ରୀ

ଦଳୀୟ କାର୍ଯ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୬।୧୨(ବ୍ୟୁରୋ): ବିଜୁ ଜନତା ଦଳର ୨୦ତମ ପ୍ରତିଷ୍ଠା ଦିବସ ମଙ୍ଗଳବାର ଦଳୀୟ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ପୁର୍ବାହ୍ନରେ ଶୋଭାଯାତ୍ରାରେ ଆସି ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଛନ୍ତି। ପୁରୀରେ ରାଜ୍ୟସ୍ତରୀୟ ସମାବେଶ ଥିବାରୁ କାର୍ଯ୍ୟାଳୟରେ ବେଶି ସମୟ ମୁଖ୍ୟମନ୍ତ୍ରୀ ରହି ନ ଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ବିଜୟ କୁମାର ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ଏମ୍‌ପି ପ୍ରସନ୍ନ ପାଟଶାଣୀ ଏବଂ ଛାତ୍ରନେତା ଚିନ୍ମୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

All Right Reserved By

Model This Week

ନିକିତା

ମେଟ୍ରୋ |

୩ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

୩ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

କାକଟପୁର, ୨୪।୪(ଡି.ଏନ୍‌.ଏ.): ପୁରୀ ଜିଲା କାକଟପୁର ବ୍ଲକ ଜଳେଶ୍ୱରପଡ଼ା ପଞ୍ଚାୟତର ସୁନାରିବସ୍ତ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନସ ମିଶ୍ର ବିଦ୍ୟାଳୟର ୩ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ମଙ୍ଗଳବାର କାକଟପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି।

ପୁରୀ କ୍ଲବ୍‌ ନିର୍ବାଚନକୁ ନେଇ ଅନିଶ୍ଚିତତା

ପୁରୀ କ୍ଲବ୍‌ ନିର୍ବାଚନକୁ ନେଇ ଅନିଶ୍ଚିତତା

ପୁରୀ ଅଫିସ, ୨୪।୪: ଆସନ୍ତା ୨୫ ତାରିଖରେ ପୁରୀ କ୍ଲବ୍‌ର ନିର୍ବାଚନ ଲାଗି ସ୍ଥିତ ହୋଇଥିଲା। ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ବୁଧବାର ହେବାକୁ ଥିବା ଏହି ନିର୍ବାଚନ ହେବ ନାହିଁ।

ପାର୍ସଲ ବୋମା ବିସ୍ଫୋରଣ: ମାଷ୍ଟର ମାଇଣ୍ଡ ଗିରଫ

ପାର୍ସଲ ବୋମା ବିସ୍ଫୋରଣ: ମାଷ୍ଟର ମାଇଣ୍ଡ ଗିରଫ

କଟକ ଅଫିସ୍‌/ବଲାଙ୍ଗୀର ଅଫିସ୍‌,୨୪।୪: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣରେ ୨ଜଣଙ୍କ ମୃତ୍ୟୁ ଘଟଣାର ମାଷ୍ଟର ମାଇଣ୍ଡଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ। ଏ ନେଇ ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ମଙ୍ଗଳବାର ସୂଚନା ଦେଇଛନ୍ତି।

ବ୍ୟାଙ୍କ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ୟାଙ୍କ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କଟକ ଅଫିସ, ୨୪।୪: ବ୍ୟାଙ୍କିଙ୍ଗ ଆସିଷ୍ଟାଣ୍ଟ ଶିରିଶ ଚନ୍ଦ୍ର ମହାନ୍ତିଙ୍କ ଘର ଓ ଅଫିସରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି। ଶିରିଶ କରଞ୍ଜିଆସ୍ଥିତ ଏମସିସି ବ୍ୟାଙ୍କରେ କାର୍ଯ୍ୟରତ ଅଛନ୍ତି।

ସାଲେପୁର ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ଉଦ୍‌ବେଗଜନକ

ସାଲେପୁର ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ଉଦ୍‌ବେଗଜନକ

କଟକ ଅଫିସ, ୨୪।୪: ବଳାତ୍କାରର ଶିକାର ହୋଇ ଏସ୍‌ସିବି ଶିଶୁରୋଗ ବିଭାଗ ଆଇସିୟୁରେ ଚିକିତ୍ସିତ ହେଉଥିବା ୬ ବର୍ଷର ଶିଶୁ କନ୍ୟାଙ୍କ ସ୍ବାସ୍ଥ୍ୟାବସ୍ଥା ଉଦ୍‌ବେଗଜନକ ରହିଛି।

ମନ୍ଦିର ପ୍ରତିଷ୍ଠା, ତ୍ରିନାଥ ଦେବଙ୍କ ବାର୍ଷିକୋତ୍ସବ

ମନ୍ଦିର ପ୍ରତିଷ୍ଠା, ତ୍ରିନାଥ ଦେବଙ୍କ ବାର୍ଷିକୋତ୍ସବ

କୃଷ୍ଣପ୍ରସାଦ, ୨୪।୪(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଖୋଲଗନ୍ଦ ଗାଁରେ ମା’ବୁଢୀ ଠାକୁରାଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଏଥିପାଇଁ ନିକଟ ବଙ୍ଗୋପସାଗରରୁ ୧୦୮ କଳସରେ ଜଳ ଅଣାଯାଇଛି।

ବଢୁଛି ଦୁର୍ଘଟଣା, ଶୁଣୁନି ପ୍ରଶାସନ

ବଢୁଛି ଦୁର୍ଘଟଣା, ଶୁଣୁନି ପ୍ରଶାସନ

ଗୋପ, ୨୪।୪(ଡି.ଏନ୍‌.ଏ.)ନାଗପୁର-ନୟାହାଟ ରାସ୍ତାର ଭଇରିପୁର ସ୍କୁଲ ନିକଟରେ ଦୀର୍ଘ ଦିନ ଧରି ଏକ କଲଭର୍ଟ ବିପଦସଙ୍କୁଳ ଅବସ୍ଥାରେ ରହିଛି। କଲଭର୍ଟଟି ପୁରୁଣା ହୋଇଯାଇଥିବାରୁ ଯେକୌଣସି ସମୟରେ ଭୁଶୁଡ଼ି ପଡ଼ିବାର ଆଶଙ୍କା ଦେଖାଯାଇଛି। ଏହି ସ୍ଥାନରେ ଦିନକୁ ଦିନ ଦୁର୍ଘଟଣା ବଢ଼ିବାରେ ଲାଗିଥିବାବେଳେ ବାରମ୍ବାର ଅଭିଯୋଗ ପରେ ବି ପୂର୍ତ୍ତ ବିଭାଗ ଏଥି ପ୍ରତି ସାମାନ୍ୟତମ ଦୃଷ୍ଟି ଦେଉନାହିଁ।

ଫସଲ ବିବିଧକରଣକୁ ଆପଣେଇଲେ ଲାଭବାନ ହେବେ ଚାଷୀ

ଫସଲ ବିବିଧକରଣକୁ ଆପଣେଇଲେ ଲାଭବାନ ହେବେ ଚାଷୀ

କଟକ ଅଫିସ, ୨୩।୪- ୨୦୨୨ ସୁଦ୍ଧା ଚାଷୀମାନଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ଏ ଦିଗରେ ସରକାରଙ୍କ ପ୍ରୟାସକୁ ତ୍ୱରିତ କରିବା ପାଇଁ ଚାଷୀମାନେ ଆଗେଇ ଆସିବା ଦରକାର। ତେବେ ଫସଲ ବିବିଧକରଣକୁ ଆପଣେଇଲେ ଚାଷୀମାନେ ଅଧିକ ଲାଭବାନ ହେବେ। ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ(ଏନ୍‌ଆରଆରଆଇ)ର ୭୨ତମ ପ୍ରତିଷ୍ଠା ଦିବସ ଅବସରରେ ସୋମବାର ପ୍ରତିଷ୍ଠାନ ପରିସରରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାରତ ସରକାରଙ୍କ କୃଷି ଗବେଷଣା ଏବଂ ଶିକ୍ଷା ବିଭାଗର ସଚିବ ତଥା ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ମହାନିର୍ଦ୍ଦେଶକ ଡ. ତ୍ରିଲୋଚନ ମହାପାତ୍ର ଏହା କହିଥିଲେ।

କୋମାରେ ସାଲେପୁର ପୀଡ଼ିତା

କୋମାରେ ସାଲେପୁର ପୀଡ଼ିତା

କଟକ ଅଫିସ, ୨୩।୪- ବଳାତ୍କାର ଶିକାର ହେବା ପରେ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ସାଲେପୁର ଅଞ୍ଚଳର ୬ ବର୍ଷ ବୟସର ଶିଶୁକନ୍ୟାଙ୍କ ସ୍ବାସ୍ଥ୍ୟାବସ୍ଥା ଉଦ୍‌ବେଗଜନକ ରହିଛି। ମେଡିକାଲର ଶିଶୁ ରୋଗ ବିଭାଗ ଆଇସିୟୁରେ ପୀଡ଼ିତା କୋମାରେ ଅଛନ୍ତି। ଭେଣ୍ଟିଲେଟର ମଧ୍ୟରେ ରଖାଯାଇ ତାଙ୍କର ଚିକିତ୍ସା ଜାରି ରହିଛି।

୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ: ପରିବାରରୁ ଆରମ୍ଭ ହେଉ ସଡ଼କ ସୁରକ୍ଷା

୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ: ପରିବାରରୁ ଆରମ୍ଭ ହେଉ ସଡ଼କ ସୁରକ୍ଷା

ଭୁବନେଶ୍ୱର, ୨୩।୪(ବ୍ୟୁରୋ) - ଦେଶର ସର୍ବାଧିକ ସଡ଼କ ଦୁର୍ଘଟଣା ଓଡ଼ିଶାରେ ଘଟୁଛି। ଲୋକେ ଟ୍ରାଫିକ ନିୟମକୁ ପାଳନ କରୁନାହାନ୍ତି। ବାଇକ୍‌ ଚାଳକମାନେ ହାତରେ ଓ ଗାଡ଼ି ହ୍ୟାଣ୍ଡେଲ୍‌ରେ ହେଲ୍‌ମେଟ୍‌ ରଖି ଗାଡ଼ି ଚଳାଉଛନ୍ତି। କାର ଚଳାଇବା ସମୟରେ ଚାଳକ ସିଟ୍‌୍‌ ବେଲ୍ଟ ପିନ୍ଧୁ ନାହାନ୍ତି। ଚେକିଂ ହେଉଥିବା ବା ଟ୍ରାଫିକ ପୋଷ୍ଟ ଦେଖିଲେ ସେମାନଙ୍କର ନିୟମ କଥା ମନେ ପଡୁଛି।

ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସ୍‌ପି ଅଫିସ ଘେରିଲେ ମହିଳା

ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସ୍‌ପି ଅଫିସ ଘେରିଲେ ମହିଳା

ପୁରୀ ଅଫିସ, ୨୩।୪: ବାସେଳି ସାହି ଥାନା ଅଧୀନ ଗୋଖା ସାହି ମହିଳା ସମିତି ସଭାନେତ୍ରୀ ସତ୍ୟଭାମା ବେହେରାଙ୍କୁ ଗୁଳିମାଡ଼ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବି ହୋଇଛି।

ଏରିୟର ଟଙ୍କା ପ୍ରଦାନରେ ପାତରଅନ୍ତର: ନିର୍ବାହୀ ଅଧିକାରୀଙ୍କୁ ଅଟକ ରଖି ବିକ୍ଷୋଭ

ଏରିୟର ଟଙ୍କା ପ୍ରଦାନରେ ପାତରଅନ୍ତର: ନିର୍ବାହୀ ଅଧିକାରୀଙ୍କୁ ଅଟକ ରଖି ବିକ୍ଷୋଭ

ଖୋର୍ଦ୍ଧା ଅଫିସ,୨୩।୪: ଏରିୟର ଟଙ୍କା ପ୍ରଦାନରେ ପାତରଅନ୍ତରକୁ ନେଇ ଖୋର୍ଦ୍ଧା ପୌର କର୍ମଚାରୀ ସଂଘ ପକ୍ଷରୁ ସୋମବାର ନିର୍ବାହୀ ଅଧିକାରୀଙ୍କୁ ଅଟକ ରଖି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରାପ୍ତ ସୂଚନାନୁଯାୟୀ, ଏରିୟର ଟଙ୍କା ପାଇଁ ଖୋର୍ଦ୍ଧା ପୌର କର୍ମଚାରୀ ସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା।