ଉପକୂଳ ଓଡିଶା

ଗୋମିତ୍ର ମହାସଂଘର ଅନଶନ

ଗୋମିତ୍ର ମହାସଂଘର ଅନଶନ
କେନ୍ଦ୍ରାପଡା,୨୬।୧୨-ନିଖିଳ ଓଡ଼ିଶା ଗୋମିତ୍ର ମହାସଂଘ କେନ୍ଦ୍ରାପଡା ଜିଲା ଶାଖା ପକ୍ଷରୁ ୪ ଦଫା ଦାବିନେଇ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନ ଆରମ୍ଭ ହୋଇଛି। ଏସମ୍ପର୍କରେ ମହାସଂଘର ଜିଲା ସଭାପତି ତୁଷାର ରଞ୍ଜନ ନାୟକ କହିଛନ୍ତି ଯେ, ପ୍ରାଣୀ ଧନ ନିରୀକ୍ଷକ ନିଯୁକ୍ତିରେ ୫୦ ଭାଗ ଗୋମିତ୍ରଙ୍କୁ ସ୍ଥାନ ମିଳିବା ପାଇଁ ନିର୍ଦ୍ଦେଶ ଅଛି। ସାରା ଓଡିଶାରେ ଏହା କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ କେନ୍ଦ୍ରାପଡା ଜିଲାରୁ ଅଦ୍ୟାବଧି ଏହା ଲାଗୁ ହୋଇନାହିଁ। ସେହିପରି ଆବଶ୍ୟକୀୟ ମହିଳା ପ୍ରାର୍ଥୀ ନଥିଲେ ପୁରଷ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବା, ଗୋମିତ୍ରଙ୍କ କ୍ଷେତ୍ରରେ ଜାତି ଭିତ୍ତିକ ନିଯୁକ୍ତି କୋହଳ କରିବା ଓ ଗୋମିତ୍ରମାନଙ୍କୁ ଏକକାଳୀନ ନିଯୁକ୍ତି ଦେବା ଆଦି ଦାବି ନେଇ ଏହି ଅନଶନ କରାଯାଇଛି ବୋଲି ନାୟକ କହିଛନ୍ତି।
All Right Reserved By

ଉପକୂଳ ଓଡିଶା

ଗାଈଚରା କେନାଲ ବନ୍ଧରାସ୍ତା ଶୋଚନୀୟ

ଗାଈଚରା କେନାଲ ବନ୍ଧରାସ୍ତା ଶୋଚନୀୟ

ବିରିଡ଼ି,୨୩ା୧୦(ଡି.ଏନ.ଏ.): ଜଗତ୍‌ସିଂହପୁର ଜଳସେଚନ ଡିଭିଜନ ଅନ୍ତର୍ଗତ ବିଲୁଆଖାଇ କେନାଲ ସବଡିଭିଜନ ବାଲିଆ ଅଧୀନରେ ଥିବା ଶଙ୍ଖାରୀସାହି ସେକ୍ସନର ଗାଈଚରା କେନାଲର ବାମପଟ ବନ୍ଧରାସ୍ତା ଶୋଚନୀୟ ହୋଇପଡିଛି। 

ଯୁବତୀଙ୍କ ମୃତଦେହ ଉଦ୍ଧାର

ଯୁବତୀଙ୍କ ମୃତଦେହ ଉଦ୍ଧାର

ନିରାକାରପୁର, ୨୩।୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତ  ଚିତ୍ରକୁଟ ପାହାଡ଼ ପାଦଦେଶରେ ଥିବା ଖଣି ଭିତରୁ ମଙ୍ଗଳବାର ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ପରିଚୟ ଜଣାପଡ଼ି ନାହିଁ। ତେବେ ଯୁବତୀଙ୍କ ମୁହଁକୁ କେହି ଦୁର୍ବୃତ୍ତ ପଥରରେ ଛେଚି କ୍ଷତବିକ୍ଷତ କରି 

ମଣିଶ୍ରୀ ଡାଇଗ୍ନୋସିସ୍‌ ଉପରେ ଚଢ଼ାଉ

ମଣିଶ୍ରୀ ଡାଇଗ୍ନୋସିସ୍‌ ଉପରେ ଚଢ଼ାଉ

ଯାଜପୁର ରୋଡ଼, ୨୩।୧୦(ନି.ପ୍ର.): ଯାଜପୁର ଜିଲା ଯାଜପୁର ରୋଡ କହ୍ନେଇପୁରରେ ଥିବା ମଣିଶ୍ରୀ ଡାଇଗ୍ନୋସିସ୍‌ ଉପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ  ଓ ଜିଲା ପ୍ରଶାସନ ପକ୍ଷରୁ ମିଳିତ ଭାବେ ମଙ୍ଗଳବାର ଚଢ଼ାଉ କରାଯାଇଛି। ମଣିଶ୍ରୀ ଡାଇଗ୍ନୋସିସ୍‌ରେ ରକ୍ତ, ମଳ, ମୂତ୍ର, କଫ, ଧାତୁ ଅଲ୍‌ଟ୍ରାସାଉଣ୍ଟ ପ୍ରଭୃତି ତ୍ରୁଟିପୂର୍ଣ୍ଣ ପରୀକ୍ଷଣ ରିପୋର୍ଟ ପ୍ରଦାନ କରାଯାଉଥିବା ବହୁବାର ଅଭିଯୋଗ ହୋଇଥିଲା। 

ପୋଖରୀରେ ବୁଡି ଶିଶୁ ମୃତ

ପୋଖରୀରେ ବୁଡି ଶିଶୁ ମୃତ

ମହାକାଳପଡା, ୨୩।୧୦(ଡି.ଏନ.ଏ.): ମହାକାଳପଡା ବ୍ଲକର ସୁନିତି ପଞ୍ଚାୟତର ସୁନିତି ଖୋକନ ମାନାଙ୍କ ଦୁଇ ବର୍ଷର ପୁଅ ରାମ(୨ବର୍ଷ) ନିକଟସ୍ଥ ଗାଡିଆ ପାଖରେ ଖେଳୁଥିବାବେଳେ ଅସାବଧାନତାବଶତଃ ପୋଖରୀରେ ବୁଡିଯାଇଥିଲେ।

ଜାତୀୟ ରାଜପଥ କଡ଼ରୁ ଗଳିତ ଶବ ଉଦ୍ଧାର

ଜାତୀୟ ରାଜପଥ କଡ଼ରୁ ଗଳିତ ଶବ ଉଦ୍ଧାର

ଚଣ୍ଡିଖୋଲ, ୨୩।୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ. ୫(କ)ର ଭାକୁଡ଼ ଛକ ନିକଟରୁ ମଙ୍ଗଳବାର ସକାଳେ ଜଣେ ମହିଳାଙ୍କ ଗଳିତ ଶବ ଉଦ୍ଧାର ହୋଇଛି। 

ଶିବ ମନ୍ଦିରରୁ  ଚୋରି

ଶିବ ମନ୍ଦିରରୁ ଚୋରି

ରଣପୁର, ୨୩।୧୦(ସ୍ବ.ପ୍ର.)-ନୟାଗଡ ଜିଲା ରଣପୁର ଥାନା ଅନ୍ତର୍ଗତ ନରସିଂହପୁର ପଞ୍ଚାୟତର ନରସିଂହପୁର ଗ୍ରାମରେ ଥିବା ବାଲୁଙ୍କେଶ୍ୱର ଦେବ ଶିବ ମନ୍ଦିରରୁ ରବିବାର ମଧ୍ୟରାତ୍ରରେ ଚୋରି ହୋଇଛି। 

‘ଶିକ୍ଷା ହିଁ ବିକାଶର ଚାବିକାଠି’

‘ଶିକ୍ଷା ହିଁ ବିକାଶର ଚାବିକାଠି’

ଖଣ୍ଡପଡା,୨୩ା୧୦(ସ୍ବ.ପ୍ର.)-ଶିକ୍ଷା ହିଁ ବିକାଶର ଚାବିକାଠି। ପୁରପଲ୍ଲୀଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଶିକ୍ଷା ଅପରିହାର୍ଯ୍ୟ ।  

 ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଆଶାକର୍ମୀ ସଂଘର ପ୍ରତିବାଦ ସଭା

ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଆଶାକର୍ମୀ ସଂଘର ପ୍ରତିବାଦ ସଭା

ରାଜକନିକା,୨୩ା୧୦(ଡି.ଏନ୍‌.ଏ.)- ନିଖିଳ ଓଡ଼ିଶା ଆଶାକର୍ମୀ ସଂଘ, ରାଜକନିକା ସିଏଚ୍‌ସି କମିଟି ପକ୍ଷରୁ ସୋମବାର ରାଜକନିକା ସ୍ବାସ୍ଥ୍ୟ କେନ୍ଦ୍ର ଆଗରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। 

ଜିଲା ମହିଳା ଭାଜପାର ଖବରଦାତା ସମ୍ମିଳନୀ:ମହିଳାଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ

ଜିଲା ମହିଳା ଭାଜପାର ଖବରଦାତା ସମ୍ମିଳନୀ:ମହିଳାଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ

କେନ୍ଦ୍ରାପଡା ଅଫିସ, ୨୩ା୧୦- କେନ୍ଦ୍ରାପଡା ସହରର ଗୋପସ୍ଥିତ ଭାଜପା କାର୍ଯ୍ୟାଳୟରେ ଜିଲା ମହିଳା ଭାଜପା ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ସୋମବାର ଆୟୋଜିତ ହୋଇଯାଇଛି ା

ମହିଳା ସଶକ୍ତୀକରଣ ରାଜ୍ୟକୁ ସମୃଦ୍ଧ କରିଛି

ମହିଳା ସଶକ୍ତୀକରଣ ରାଜ୍ୟକୁ ସମୃଦ୍ଧ କରିଛି

କେନ୍ଦ୍ରାପଡ଼ା ଅଫିସ, ୨୩ା୧୦- ରାଜ୍ୟର ବିଜେଡି ସରକାର ମହିଳାଙ୍କୁ ସର୍ବଦା ଗୁରୁତ୍ୱ ଦେଇଛି ା ବିଭିନ୍ନ ଯୋଜନା ପ୍ରଣୟନ କରି ମହିଳାଙ୍କୁ ସ୍ବାବଲମ୍ବୀ କରିଛି ା ଏହା ଦ୍ୱାରା ରାଜ୍ୟ ସମୃଦ୍ଧ ହୋଇଥିବା କେନ୍ଦ୍ରାପଡା ବିଧାନସଭା ମଣ୍ଡଳୀସ୍ତରୀୟ ବିଜେଡିର ମହିଳା ସମାବେଶରେ ମତ ପ୍ରକାଶ ପାଇଛି ା

ଅବଧି ପରେ ମଧ୍ୟ ସରୁନି ରାସ୍ତା କାମ:ଆନ୍ଦୋଳନ ପାଇଁ ଅଞ୍ଚଳବାସୀଙ୍କ ଚେତାବନୀ

ଅବଧି ପରେ ମଧ୍ୟ ସରୁନି ରାସ୍ତା କାମ:ଆନ୍ଦୋଳନ ପାଇଁ ଅଞ୍ଚଳବାସୀଙ୍କ ଚେତାବନୀ

ଡୁବୁରୀ,୨୩ା୧୦(ଡି.ଏନ୍‌.ଏ.)- ମଙ୍ଗରାଜପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମିତ ରାସ୍ତା ଅଧାପନ୍ତରିଆ ହୋଇ ପଡିରହିଛି ା ଏକ ବର୍ଷରୁ ଊର୍ଦ୍ଧ୍ୱ ହେବ ରାସ୍ତା କାମର ଅବଧି ପୂରିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ରାସ୍ତା ଓ କଲର୍ଭଟ ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇ ପାରି ନାହଁି।

ବଜ୍ରପଲ୍ଲୀ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ

ବଜ୍ରପଲ୍ଲୀ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ

ଡୁବୁରୀ, ୨୩ା୧୦(ଡି.ଏନ୍‌.ଏ.)- ଜୟ ମା’ ଦୁର୍ଗା ଆଦିବାସୀ କ୍ଲବ ଓ ବଜ୍ରପଲ୍ଲୀ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ସ୍କୁଲ ଖେଳ ପଡ଼ିଆରେ ଆୟୋଜିତ ୨୬ତମ ଫୁଟବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି ା