Dharitri News
ଖେଳ |

ଶୀର୍ଷ ସ୍ଥାନ ହରାଇଲେ ବିରାଟ

ଶୀର୍ଷ ସ୍ଥାନ ହରାଇଲେ ବିରାଟ ନୂଆଦିଲ୍ଲୀ, ୨୬।୧୨- ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଭାରତୀୟ କ୍ରିକେଟ ଦଳ ୩-୦ରେ ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ କ୍ଲିନ୍‌ ସୁଇପ୍‌ କରିବାରେ ସକ୍ଷମ ହୋଇଛି। ବିରାଟ ନିଜର ବାହାଘର ଲାଗି ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଓ ଟି୨୦ ସିରିଜରୁ ଓହରିଯାଇଥିଲେ। ତେବେ ଏହାର ମୂଲ୍ୟ ବିରାଟଙ୍କୁ ଦେବାକୁ ପଡ଼ିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ସଦ୍ୟ ପ୍ରକାଶିତ ଟି୨୦ ର଼୍ୟାଙ୍କିଙ୍ଗରେ ୨୯ ବର୍ଷୀୟ ବିରାଟ ବ୍ୟାଟିଂ ତାଲିକାର ଶୀର୍ଷ ସ୍ଥାନ ହରାଇଛନ୍ତି। କୋହଲିଙ୍କୁ ହଟାଇ ଅଷ୍ଟ୍ରେଲିଆ ଓପନର୍‌ ଆରୋନ୍‌ ଫିଞ୍ଚ୍‌ ଏକ ନମ୍ବର ସ୍ଥାନ ଦଖଲ କରିଛନ୍ତି। ଆଇସିସି ନିୟମ ଅନୁଯାୟୀ ଯଦି ଜଣେ ଖେଳାଳି ଗୋଟିଏ ମ୍ୟାଚ୍‌ ନ ଖେଳନ୍ତି ତେବେ ସେ ତାଙ୍କ ରେଟିଂ ପଏଣ୍ଟର ୨ ପ୍ରତିଶତ ହରାଇବେ। ଏହିକ୍ରମରେ ବିରାଟ ସିରିଜର ୩ଟି ଯାକ ମ୍ୟାଚ୍‌ ନ ଖେଳିବାରୁ ତାଙ୍କ ମୋଟ୍‌ ପଏଣ୍ଟ ବର୍ତ୍ତମାନ ୭୭୬କୁ ଖସି ଆସିଛି। ବ୍ୟାଟିଂ ତାଲିକାରେ ସେ ବତ୍ତର୍ମାନ ୩ୟ ସ୍ଥାନରେ ରହିଛନ୍ତି। ଫିଞ୍ଚ୍‌ (୭୮୪) ଓ ଓ୍ବେଷ୍ଟଇଣ୍ଡିଜ ଓପନର ଏଭିନ୍‌ ଲୁଇସ୍‌ (୭୮୦) ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି। ଏହି ସିରିଜରେ ଉନ୍ନତ ବ୍ୟାଟିଂ ପ୍ରଦର୍ଶନ କରିଥିବା ଦୁଇ ଭାରତୀୟ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ଓ ରୋହିତ୍‌ ଶର୍ମାଙ୍କ ମାନ୍ୟତାରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇଛି। ଲଗାତର ୨ଟି ଅର୍ଦ୍ଧଶତକ ସହ ୩ଟି ମ୍ୟାଚ୍‌ରୁ ମୋଟ୍‌ ୧୫୪ ରନ ସଂଗ୍ରହ କରିଥିବା ରାହୁଲ ଏକାଥରକେ ୨୩ଟି ପାହାଚ ଉପରକୁ ଉଠି ୪ର୍ଥ ସ୍ଥାନ ହାସଲ କରିଛନ୍ତି। ସେହିପରି ଇନ୍ଦୋରରେ ଅନୁଷ୍ଠିତ ୨ୟ ମ୍ୟାଚ୍‌ରେ ୧୧୮ ରନ କରିଥିବା ରୋହିତ୍‌ ଚତୁଃଦଶ ସ୍ଥାନରେ ରହିଛନ୍ତି। ପରି ବୋଲିଂ ତାଲିକାରେ ମଧ୍ୟ ଭାରତକୁ ଶୀର୍ଷ ସ୍ଥାନ ହରାଇବାକୁ ପଡ଼ିଛି। ଏକ ନମ୍ବର ସ୍ଥାନରେ ରହିଥିବା ଯଶ୍‌ପ୍ରୀତ୍‌ ବୁମ୍‌ରା ୨ଟି ସ୍ଥାନ ହରାଇ ୩ୟ ସ୍ଥାନରେ ରହିଛନ୍ତି। ବୁମ୍‌ରା ପ୍ରଥମ ୨ଟି ମ୍ୟାଚ୍‌ରେ ଉଇକେଟ୍‌ଶୂନ୍ୟ ରହିଥିବାବେଳେ ଅନ୍ତିମ ତଥା ୩ୟ ମ୍ୟାଚ୍‌ ଖେଳି ନ ଥିଲେ। ପାକିସ୍ତାନ ସ୍ପିନର ଇମାଦ୍‌ ଓ୍ବାସିମ ଓ ଆଫଗାନିସ୍ତାନ ସ୍ପିନର ରଶିଦ୍‌ ଖାଁ ଯଥାକ୍ରମେ ପ୍ରଥମ ଓ ୨ୟ ସ୍ଥାନ ହାସଲ କରିଛନ୍ତି। ଭାରତର ଯୁବ ତାରକା ୟୁଜବେନ୍ଦ୍ର ଚହଲ ୧୪ଟି ସ୍ଥାନ ଉପରକୁ ଉଠି ୧୬ତମ ସ୍ଥାନରେ ରହିଛନ୍ତି। ତେବେ ସିରିଜ କ୍ଲିନ୍‌ ସୁଇପ୍‌ କରିଥିବା ଯୋଗୁ ଭାରତ (୧୨୧ ପଏଣ୍ଟ)ଟି୨୦ ଟିମ୍‌ ତାଲିକାର ୨ୟ ସ୍ଥାନ ଲାଭ କରିଛି। ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଓ୍ବେଷ୍ଟଇଣ୍ଡିଜକୁ ପଛରେ ପକାଇ ଭାରତ ଏହି ସଫଳତା ପାଇଛି। ୧୨୪ ପଏଣ୍ଟ ସହ ପାକିସ୍ତାନ ତାଲିକାର ଶୀର୍ଷରେ ରହିଛି।

ଖେଳ |

ଫୁଟ୍‌ବଲ୍‌ରୁ ରୋନାଲ୍ଡିନୋଙ୍କ ସନ୍ନ୍ୟାସ

ଫୁଟ୍‌ବଲ୍‌ରୁ ରୋନାଲ୍ଡିନୋଙ୍କ ସନ୍ନ୍ୟାସ

ବ୍ରାସିଲା, ୧୭।୧- ବିଶ୍ୱକପ୍‌ ବିଜୟୀ ବ୍ରାଜିଲ ଦଳର ସଦସ୍ୟ ରୋନାଲ୍ଡିନୋ ଫୁଟ୍‌ବଲ ଖେଳାଳି ଭାବେ ମଙ୍ଗଳବାର ସନ୍ନ୍ୟାସ ଘୋଷଣା କରିଛନ୍ତି। ପେସାଦାର ଫଟ୍‌ବଲରୁ ଦୀର୍ଘ ୨ ବର୍ଷ କାଳ ଦୂରେଇ ରହିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ୩୭ ବର୍ଷୀୟ ଷ୍ଟାର ଖେଳାଳି ପ୍ୟାରିସ ସେଣ୍ଟ ଜର୍ମାନ (ପିଏସ୍‌ଜ) ଓ ବ୍ରାଜିଲ ପକ୍ଷରୁ ଖେଳିଥିଲେ।

ଅଷ୍ଟ୍ରେଲିଆନ୍‌ ଓପନ୍‌: ୩ୟ ରାଉଣ୍ଡରେ ନାଡାଲ

ଅଷ୍ଟ୍ରେଲିଆନ୍‌ ଓପନ୍‌: ୩ୟ ରାଉଣ୍ଡରେ ନାଡାଲ

ମେଲବୋର୍ନ, ୧୭।୧- ପୁରୁଷ ସିଙ୍ଗଲ୍ସ ବର୍ଗର ଶୀର୍ଷ ର଼୍ୟାଙ୍କଧାରୀ ଟେନିସ୍‌ ଖେଳାଳି ରାଫାଲ ନାଡାଲ ଏଠାରେ ଚାଲିଥିବା ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ର ୩ୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ବୁଧବାର ଖେଳାଯାଇଥିବା ୨ୟ ରାଉଣ୍ଡ ମୁକାବିଲାରେ ସେ ସିଧାସଳଖ ସେଟ୍‌ରେ ଲିଓନାର୍ଡୋ ମେୟରଙ୍କୁ ହରାଇଛନ୍ତି।

ଝାଡ଼ଖଣ୍ଡଠାରୁ ହାରି ଓଡ଼ିଶା ନକ୍‌ଆଉଟ୍‌ରୁ ବାଦ୍‌

କଟକ ଅଫିସ,୧୬ା୧ ରାଞ୍ଚି ଜେଏସ୍‌ସିଏ ଅର୍ଜାତୀୟ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଅନୁଷ୍ଠିତ ସୟଦ ମୁସ୍ତାକ ଅଲି ଟି୨୦ ପୂର୍ବାଞ୍ଚଳ କ୍ରିକେଟ ଲିଗ୍‌ର ଅନ୍ତିମ ମ୍ୟାଚ୍‌ରେ ଝାଡ଼ଖଣ୍ଡଠାରୁ ହାରି ଓଡ଼ିଶା ନକ୍‌ଆଉଟ୍‌ ପର୍ଯ୍ୟାୟରୁ ବାଦ୍‌ ପଡ଼ିଛି।

ଏକ ରନ୍‌ରେ ହାରିଲା ଓଡ଼ିଶା

କଟକ ଅଫିସ,୧୬ା୧: ମାଡ୍ରାସର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ଚାଲିଥିବା ସିନିୟର ମହିଳା ଟି୨୦ ଟୁର୍ନାମେଣ୍ଟର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚ୍‌ରେ ଓଡ଼ିଶା ମାତ୍ର ୧ରନ୍‌ରେ ଛତିଶଗଡ଼ଠାରୁ ପରାସ୍ତ ହୋଇଛି।

ଶାରାପୋଭା, ଫେଡେରର, ଜୋକୋଭିଚ୍‌ ବିଜୟୀ

ଶାରାପୋଭା, ଫେଡେରର, ଜୋକୋଭିଚ୍‌ ବିଜୟୀ

ମେଲବୋର୍ନ, ୧୬ା୧ (ଏଏଫ୍‌ପି) ପୂର୍ବତନ ଚାମ୍ପିୟନ ମାରିଆ ଶାରାପୋଭା ଓ ଆଞ୍ଜେଲିକ୍‌ କର୍ବର ଅଷ୍ଟ୍ରେଲିଆନ ଓପନ ମହିଳା ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପୁରୁଷ ବିଭାଗରେ ୬ଥର ଚାମ୍ପିୟନ ନୋଭାକ ଜୋକୋଭିଚ୍‌ ତାଙ୍କ ପ୍ରଥମ ରାଉଣ୍ଡ ମ୍ୟାଚରେ ସହଜ ବିଜୟ ହାସଲ କରିଛନ୍ତି।

ନିର୍ଣ୍ଣାୟକ ସ୍ଥିତିରେ ସେଞ୍ଚୁରିଅନ ଟେଷ୍ଟ

ନିର୍ଣ୍ଣାୟକ ସ୍ଥିତିରେ ସେଞ୍ଚୁରିଅନ ଟେଷ୍ଟ

ସେଞ୍ଚୁରିଅନ, ୧୬।୧- ଏଠାରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚତ୍ଛି। ଭାରତ ସମ୍ମୁଖରେ ୨୮୭ ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବାବେଳେ ଦଳ ମଙ୍ଗଳବାର ୪ର୍ଥ ଦିବସ ଶେଷସୁଦ୍ଧା ୩୫ ରନ ମଧ୍ୟରେ ୩ଟି ଉଇକେଟ ହରାଇ ବିପଦରେ ପଡ଼ିଛି।

ନ୍ୟୁଜିଲାଣ୍ଡର କ୍ରମାଗତ ୪ର୍ଥ ବିଜୟ

ନ୍ୟୁଜିଲାଣ୍ଡର କ୍ରମାଗତ ୪ର୍ଥ ବିଜୟ

ହାମିଲଟନ୍‌, ୧୬।୧(ଏଏଫ୍‌ପି)- କଲିନ୍‌ ଡି ଗ୍ରାଣ୍ଡହୋମଙ୍କ ଅପରାଜିତ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ନ୍ୟୁଜିଲାଣ୍ଡ ଏଠାରେ ଅନୁଷ୍ଠିତ ୪ର୍ଥ ଦିନିକିଆ ମ୍ୟାଚ୍‌ରେ ପାକିସ୍ତାନକୁ ୫ ଉଇକେଟ୍‌ରେ ପରାସ୍ତ କରିଛି।

୮ ବର୍ଷ ପରେ କାର୍ତ୍ତିକଙ୍କୁ ଟେଷ୍ଟ ସୁଯୋଗ

୮ ବର୍ଷ ପରେ କାର୍ତ୍ତିକଙ୍କୁ ଟେଷ୍ଟ ସୁଯୋଗ

ସେଞ୍ଚୁରିୟନ, ୧୬।୧(ପି.ଟି.)- ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ ଟେଷ୍ଟ ଦଳର ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହା ଅନ୍ତିମ ତଥା ୩ୟ ଟେଷ୍ଟରୁ ବାଦ୍‌ ପଡ଼ିଛନ୍ତି। ମାଂସପେଶୀଜନିତ ସମସ୍ୟା ଲାଗି ଶାହାଙ୍କୁ ବାଦ୍‌ ଦିଆଯାଇଛି। ଶାହାଙ୍କ ବଦଳ ଖେଳାଳିଭାବେ ଅନ୍ୟତମ ଉଇକେଟ୍‌କିପର ଦୀନେଶ କାର୍ତ୍ତିକଙ୍କୁ ଦଳରେ ଯୋଗ ଦେବା ଲାଗି ଡାକରା ମିଳିଛି।

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: କ୍ୱାର୍ଟରଫାଇନାଲରେ ଭାରତ

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: କ୍ୱାର୍ଟରଫାଇନାଲରେ ଭାରତ

ମାଉଣ୍ଟ ମାଉନଗାନୁଇ, ୧୬।୧(ପି.ଟି.)- ତିନିଥର ଚାମ୍ପିୟନ ଭାରତ ଚଳିତ ଆଇସିସି ୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ୱକପ୍‌ର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି।

ଅଷ୍ଟ୍ରେଲିଆନ ଓପନ: ନାଡାଲଙ୍କ ବିଜୟ ଅଭିଯାନ, ଭେନସଙ୍କ ବିପର୍ଯ୍ୟୟ

ଅଷ୍ଟ୍ରେଲିଆନ ଓପନ: ନାଡାଲଙ୍କ ବିଜୟ ଅଭିଯାନ, ଭେନସଙ୍କ ବିପର୍ଯ୍ୟୟ

ମେଲବୋର୍ନ,୧୬ ା୧(ଏ.ଏଫ.ପି.)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆ ଓପନ ଟେନିସ ଟୁର୍ନାମେଣ୍ଟ ସୋମବାରଠାରୁ ଆରମ୍ଭ ହୋଇଛି। ଉଭୟ ପୁରୁଷ ଓ ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ସିଡେଡ ଖେଳାଳିମାନେ ବିଜୟ ଅଭିଯାନ ଆରମ୍ଭ କରିଛନ୍ତି।

ଆଇସିସି ବିଶ୍ୱକପ୍‌:  କ୍ୱାଲିଫାୟର ଖେଳିବ ଓ୍ବେଷ୍ଟଇଣ୍ଡିଜ

ଆଇସିସି ବିଶ୍ୱକପ୍‌: କ୍ୱାଲିଫାୟର ଖେଳିବ ଓ୍ବେଷ୍ଟଇଣ୍ଡିଜ

ଦୁବାଇ, ୧୫ା୧ (ପି.ଟି.)-ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି) କ୍ରିକେଟ ବିଶ୍ୱକପ୍‌ ୨୦୧୯ ପାଇଁ ଦୁଇଥର ବିଶ୍ୱ ଚାମ୍ପିୟନ ଓ୍ବେଷ୍ଟଇଣ୍ଡିଜ ଅନ୍ୟ ୯ଟି ଦଳ ସହିତ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟ ଖେଳିବ।

ଓଡ଼ିଶାର ଶ୍ରୀକାନ୍ତ, ସତ୍ୟବ୍ରତଙ୍କୁ ସଫଳତା

ଓଡ଼ିଶାର ଶ୍ରୀକାନ୍ତ, ସତ୍ୟବ୍ରତଙ୍କୁ ସଫଳତା

ଭୁବନେଶ୍ୱର, ୧୫।୧(ସ୍ପୋଟର୍‌ସ ବ୍ୟୁରୋ)- ବମ୍ବେର ପ୍ରଦର୍ଶନୀ ସେଣ୍ଟରଠାରେ ଅନୁଷ୍ଠିତ ହୋଇଥିବା ଭାରତର ସର୍ବବୃହତ ଫିଟ୍‌ନେସ ଏକ୍ସପୋ ଏବଂ ସାମରିକ କଳା ପ୍ରତିଯୋଗିତାର ମିକ୍ସଡ୍‌ ମାର୍ଶାଲ ଆର୍ଟ ଓ ସବ୍‌ମିଶନ ଗ୍ରାପଲିଂରେ ଓଡ଼ିଶା ବୃହତ ସଫଳତା ହାସଲ କରି