ଫୁରସତ |

ସ୍ତନକର୍କଟ ନିଦାନ କରିବ ନୂତନ ଔଷଧ

ସ୍ତନକର୍କଟ ନିଦାନ କରିବ ନୂତନ ଔଷଧ
ହଷ୍ଟନ୍‌, : ଗବେଷକମାନେ ନୂତନ ସ୍ତନକର୍କଟ ଔଷଧ ଚିହ୍ନଟ କରିଛନ୍ତି। ଏହି ଔଷଧ ସ୍ତନକର୍କଟ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ। ଏହାକୁ ଇଆର୍‌ଏକ୍ସ-୧୧ ଭାବେ ନାମକରଣ କରାଯାଇଛି। ଓଷ୍ଟ୍ରୋଜେନ୍‌ ରିସେପ୍ଟର କୋଷିକାରେ ସକାରାତ୍ମକ ପ୍ରଭାବ ପକାଇବାରେ ଏହା ସକ୍ଷମ ହୋଇଥାଏ। ଫଳରେ ଟ୍ୟୁମର ବୃଦ୍ଧିରେ ବାଧା ସୃଷ୍ଟି ହୋଇଥାଏ ବୋଲି ଦକ୍ଷିଣ-ପଶ୍ଚିମ ଟେକ୍ସାସ୍‌ ବିଶ୍ୱଦ୍ୟାଳୟର ଭାରତୀୟ ବଂଶୋଦ୍ଭବ ପ୍ରଫେସର ଗଣେଶ ରାଜ କହିଛନ୍ତି। ପରୀକ୍ଷା ସମୟରେ କର୍କଟ ହୋଇଥିବା ସ୍ଥାନରେ ଓଷ୍ଟ୍ରୋଜେନ୍‌ କୋଷର ବିକାଶ କରାଯାଇଥିଲା। ଏଥିରୁ ଜଣାପଡିଥିଲା ପ୍ରାୟ ୮୦ପ୍ରତିଶତ କର୍କଟ ଗ୍ରସ୍ତ କୋଷ ଦୂରୀଭୁତ ହୋଇ ପାରିଥିଲା। ଏହି ଗବେଷଣାରୁ ମିଳିଥିବା ତଥ୍ୟକୁ ସ୍ତନ୍ୟପାୟୀଙ୍କଠାରେ ପ୍ରୟୋଗ କରାଯିବ। ଏଥିରେ ସଫଳତା ମିଳିଲେ ମନୁଷ୍ୟଙ୍କଠାରେ ଏହାର ଉପଯୋଗ କରାଯିବ। ଏହା ସମ୍ଭବ ହେଲେ ସ୍ତନକର୍କଟର ନିଦାନ ବିନା ଔଷଧରେ ହରମୋନ୍‌ ଥେରାପି ଦ୍ୱାରା କରାଯାଇପାରିବ। ପାରମ୍ପରିକ ହରମୋନାଲ ଔଷଧ ଟାମୋକ୍ସିଫେନ୍‌ ଓଷ୍ଟ୍ରୋଜେନ ରିସେପ୍ଟର କର୍କଟ କୋଷରେ ସଂଯୁକ୍ତ ହୋଇଥାଏ। ଏହା କର୍କଟ କୋଷିକାର ବୃଦ୍ଧିକୁ ବନ୍ଦ କରିଥାଏ। ତେବେ ଏହାର ପ୍ରୟୋଗ କରା ନ ଗଲେ ପୁଣି କର୍କଟ କୋଷିକା ବୃଦ୍ଧି ହୋଇଥାଏ। ମାତ୍ର ଏହି ନୂତନ ଔଷଧ ଦ୍ୱାରା ସୃଷ୍ଟି ହେଉଥିବା କୋ-ରେଗୁଲେଟର ପ୍ରୋଟିନ୍‌ ଟ୍ୟୁମର ବୃଦ୍ଧିକୁ ରୋକିଥାଏ ବୋଲି ଦକ୍ଷିଣ-ପଶ୍ଚିମ ଟେକ୍ସାସ୍‌ ବିଶ୍ୱଦ୍ୟାଳୟର ପ୍ରଫେସର ଡେଭିଡ୍‌ ମ୍ୟାଞ୍ଜେଲ୍‌ଡ୍ରୋଫ୍‌ କହିଛନ୍ତି।
All Right Reserved By

ଫୁରସତ |

ଅତିଥିଙ୍କୁ ସ୍ବାଗତ କରୁଛି ଡାଇନୋସର

ଅତିଥିଙ୍କୁ ସ୍ବାଗତ କରୁଛି ଡାଇନୋସର

ଜାପାନର ପୂର୍ବ ଟୋକିଓରେ ଥିବା ଏକ ହୋଟେଲକୁ ଆସୁଥିବା ଅତିଥିମାନଙ୍କୁ ସ୍ବାଗତ କରିଥାଏ ଏକ ଡାଇନୋସର । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ତେବେ ଏହା ଅସଲି ନୁହେଁ, ଇଏ ହେଉଛି ଏକ ରୋବଟ୍‌  ଡାଇନୋସର।

ଯେଉଁଠି ୨୦ ଟଙ୍କାରେ ବିକ୍ରି ହୁଅନ୍ତି ଯୁବତୀ

ଯେଉଁଠି ୨୦ ଟଙ୍କାରେ ବିକ୍ରି ହୁଅନ୍ତି ଯୁବତୀ

ମଧ୍ୟପ୍ରଦେଶ ଶିବପୁରୀ ଦେଶର ସବୁଠାରୁ ବଡ଼ ରେଡ ଲାଇଟ୍‌ ଏରିଆ ଭାବେ ପରିଚିତି ହାସଲ କରିଛି। ଏଠାରେ ଘରେ ଘରେ ଯୁବତୀଙ୍କୁ ପରିବାର ଲୋକେ ଦେହବେପାର ପାଇଁ ଶିକ୍ଷା ଦିଅନ୍ତି। 

ପରଫ୍ୟୁମ୍‌ ,ହେୟାର ସ୍ପ୍ରେ କରୁଛି ବାୟୁ ପ୍ରଦୂଷଣ

ପରଫ୍ୟୁମ୍‌ ,ହେୟାର ସ୍ପ୍ରେ କରୁଛି ବାୟୁ ପ୍ରଦୂଷଣ

ବାୟୁ ପ୍ରଦୂଷଣ ପାଇଁ ପରଫ୍ୟୁମ୍‌, ହେୟାର ସ୍ପ୍ରେ ଏବଂ ରିଫ୍ରେସର ଦାୟୀ ବୋଲି ବେଜିଂ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। 

ସର୍ବସ୍ବାନ୍ତ କରିଛି କୋହୀନୂର...

ସର୍ବସ୍ବାନ୍ତ କରିଛି କୋହୀନୂର...

କୋହୀନୂର ହୀରା। ନୀଳ ରଙ୍ଗର ଏହି ହୀରା ସଭିଙ୍କୁ କରେ ଆକର୍ଷିତ। ଉର୍ଦ୍ଦୁ ଭାଷାରେ ଏହାର ଅର୍ଥ ଔଜ୍ଜଲ୍ୟର ପାହାଡ଼। 

ଯେଉଁ ଦ୍ୱୀପ ସେଠାକୁ ଗଲେ କେହି ଫେରନ୍ତି ନାହିଁ...

ଯେଉଁ ଦ୍ୱୀପ ସେଠାକୁ ଗଲେ କେହି ଫେରନ୍ତି ନାହିଁ...

ଇଟାଲୀରେ  ରହିଛି ଏପରି ଏକ ଦ୍ୱୀପ। ଏଠାକୁ ଯାଉଥିବା କୌଣସି ପ୍ରାଣୀ ଫେରି ଆସି ନ ଥାନ୍ତି। ଏହାକୁ ଆଇଲ୍ୟାଣ୍ଡ ଅଫ୍‌ ଡେଡ୍‌ ବା ମୃତ୍ୟୁର ଦ୍ୱୀପ କୁହାଯାଏ । 

ଶ୍ମଶାନ ଚଣ୍ଡୀ ମା’ ନାରାୟଣୀ

ଶ୍ମଶାନ ଚଣ୍ଡୀ ମା’ ନାରାୟଣୀ

କଳା, ସଂସ୍କୃତି ଓ ଭାସ୍କର୍ଯ୍ୟରେ ପୂର୍ଣ୍ଣ ଓଡ଼ିଶାରେ ସର୍ବତ୍ର ଶକ୍ତି ପୀଠମାନ ରହିଛି। ପ୍ରତ୍ୟେକ ଶକ୍ତିପୀଠର ସ୍ବତନ୍ତ୍ରତା ଭିନ୍ନ। ସ୍ବତନ୍ତ୍ର ପ୍ରତିମୂର୍ତ୍ତିକୁ ପୂଜାର୍ଚ୍ଚନା କରାଯାଉଛି। ହେଲେ ମା’ ଓ ପୁଅଙ୍କ ପୂଜାର୍ଚ୍ଚନା ଶକ୍ତିପୀଠ ହୁଏତ ବିରଳ। ଗଞ୍ଜାମ ଜିଲା କଙ୍କୋରଡାରେ ରହିଛି ମା’ନାରାୟଣୀ ଶକ୍ତିପୀଠ, ଯେଉଁଠି ମାତା ଅମ୍ବିକା ଏବଂ ପୁତ୍ର ଗଣେଶ ରହିଛନ୍ତି।

ଷ୍ଟଣ୍ଟ୍‌ ଦେବାକୁ ଯାଇ ଶିଡିରୁ ପଡ଼ିଥିଲି: ଭୂମିକା ଦାଶ

ଷ୍ଟଣ୍ଟ୍‌ ଦେବାକୁ ଯାଇ ଶିଡିରୁ ପଡ଼ିଥିଲି: ଭୂମିକା ଦାଶ

ଅଳ୍ପ ବୟସରୁ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ଷ୍ଟାଇଲିଷ୍ଟ ଆଉ ଚୁଲ୍‌ବୁଲି ନାୟିକା ଭୂମିକା ଦାଶ। 

ସେହି ମହିଳାଙ୍କ କଥା ସବୁବେଳେ ମନେପଡ଼େ: ଡାକ୍ତର ଶ୍ରୀପ୍ରସାଦ ମହାନ୍ତି

ସେହି ମହିଳାଙ୍କ କଥା ସବୁବେଳେ ମନେପଡ଼େ: ଡାକ୍ତର ଶ୍ରୀପ୍ରସାଦ ମହାନ୍ତି

୧୯୮୮-୮୯ ମସିହା ଘଟଣା। ପିଜି ପ୍ରବେଶିକା ପରୀକ୍ଷା ଦେବା ପାଇଁ ସମ୍ବଲପୁରର ବୁର୍ଲା ମେଡିକାଲ କଲେଜକୁ ଯାଇଥାଏ। ସେଠାରୁ ଫେରିଲା ବେଳକୁ ରାତି ୩ଟା ବାଜିଯାଇଥାଏ। 

ନଭେମ୍ବର ୨୩ରେ ସାଥୀ ତୁ ଫେରିଆ

ନଭେମ୍ବର ୨୩ରେ ସାଥୀ ତୁ ଫେରିଆ

ମନ ପସନ୍ଦର ସାଥୀଟିଏ ମିଳିଗଲେ ତା’ ସହ ସୁଖଦୁଃଖ ଶେୟାର କରିହୁଏ। ବେଳେବେଳେ ଠିକ୍‌ ବାଟରେ ଯିବାକୁ ସାଥୀ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ। ତେଣୁ ଜୀବନରେ ଭଲ ସାଥୀଟିଏ ନିହାତି ଲୋଡା। 

ପକେଟରେ ରଖନ୍ତୁ ମୟୂର ପର...

ପକେଟରେ ରଖନ୍ତୁ ମୟୂର ପର...

ପକେଟରେ ମୟୂର ପର ରଖିଲେ ଅନେକ ବାଧାବିଘ୍ନ କଟିଯାଇଥାଏ। ଏନେଇ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ମୟୂର ପର ବୁଧ ମହାଗ୍ରହଙ୍କୁ ପ୍ରତିନିଧିତ୍ୱ କରେ। 

ନବରାତ୍ରୀରେ କାହିଁକି ପିଆଜ-ରସୁଣ ମନା...

ନବରାତ୍ରୀରେ କାହିଁକି ପିଆଜ-ରସୁଣ ମନା...

ନବରାତ୍ରୀରେ ଦଶମହାବିଦ୍ୟାଙ୍କ ଉପାସନା କରାଯାଏ। ତେଣୁ ଏହି ସମୟରେ ସାଧକ ପ୍ରାୟତଃ ତାମସିକ ଭୋଜନଠାରୁ ଦୂରେଇ ରୁହନ୍ତି। ପିଆଜ ରସୁଣ ତାମସିକ ଖାଦ୍ୟ। 

ମନପସନ୍ଦ କନ୍ୟା ପାଇଁ ପରୀକ୍ଷା ଦେଲେ ୨୫୦ ଯୁବକ

ମନପସନ୍ଦ କନ୍ୟା ପାଇଁ ପରୀକ୍ଷା ଦେଲେ ୨୫୦ ଯୁବକ

ସାଧାରଣତଃ ଚାକିରି ଖଣ୍ଡେ ପାଇଁ ବାରମ୍ବାର ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଥାଏ। କିନ୍ତୁ ବିବାହ ପୂର୍ବରୁ ମନପସନ୍ଦର କନ୍ୟା ପାଇବା ପାଇଁ କେବେ ବର ପରୀକ୍ଷା ଦେବା କଥା ଶୁଣିଛନ୍ତି କି?