ଫୁରସତ |

ଭଲ ଶ୍ରବଣ ଶକ୍ତି ମାନସିକ ରୋଗ ଆଶଙ୍କା ବଢ଼ାଏ

 ଭଲ ଶ୍ରବଣ ଶକ୍ତି ମାନସିକ ରୋଗ ଆଶଙ୍କା ବଢ଼ାଏ

ଲଣ୍ଡନ: ଭଲ ଶ୍ରବଣ ଶକ୍ତି ଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ମାନସିକ ରୋଗ ହେବାର ଆଶଙ୍କା ବୃଦ୍ଧି ପାଇଥାଏ ବୋଲି ଗବେଷକ କହିଛନ୍ତି। ଅତିଭଲ ଶ୍ରବଣ ଶକ୍ତି ଥିବା ବ୍ୟକ୍ତିଙ୍କୁ କିଛି କାଳ୍ପନିକ ଶବ୍ଦ ଶୁଭିଥାଏ। ଏହାକୁ ଆଲୋସିନାଟୋରୀ ଶବ୍ଦ କୁହାଯାଇଥାଏ। ମନୁଷ୍ୟ ମସ୍ତିଷ୍କରେ ଶ୍ରବଣ ଇନ୍ଦିୟ ଦ୍ୱାରା ଗ୍ରହଣ ହେଉଥିବା ଶବ୍ଦ ଡିକୋଡିଂ ହୋଇଥାଏ। ତେବେ ବୟସ ବଢ଼ିଗଲେ ମସ୍ତିଷ୍କର ଏହି ଅଂଶ ଅଧିକ ସକ୍ରିୟ ହେଉଥିବା ଲକ୍ଷ୍ୟ କରାଯାଇଥାଏ। ଫଳରେ କୌଣସି ଶବ୍ଦ ନ ଥିଲେ ମଧ୍ୟ ମସ୍ତିଷ୍କର ଏହି ଅଂଶ କାଳ୍ପନିକ ଶବ୍ଦର ତରଙ୍ଗ ସୃଷ୍ଟି କରିଥାଏ। ଚିକିତ୍ସା ବିଜ୍ଞାନରେ ଏହାକୁ ସିଜୋଫୋର୍ଣ୍ଣିଆ କୁହାଯାଇଥାଏ ବୋଲି ଲଣ୍ଡନ ଡୁରହାମ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର ଡାକ୍ତର ବେନ୍‌ ଅଲଡେରସନ୍‌ ଡାଏ କହିଛନ୍ତି। କିଛି ବ୍ୟକ୍ତିଙ୍କ ଏମ୍‌ଆର୍‌ଆଇ ସ୍କାନ୍‌ କରି ସେ ଏହା ଜାଣିପାରିଛନ୍ତି। କାଳ୍ପନିକ ଶବ୍ଦ ଦ୍ୱାରା ସମ୍ପୃକ୍ତ ବ୍ୟକ୍ତିଙ୍କ ସାଧାରଣ ହାବଭାବରେ ପରିବର୍ତ୍ତନ ହୋଇଥାଏ। ତେଣୁ ଭଲ ଶ୍ରବଣ ଶକ୍ତି ବେଳେବେଳେ ଆଶୀର୍ବାଦ ନ ହୋଇ ଅଭିଶାପ ସାବ୍ୟସ୍ତ ହୋଇଥାଏ ବୋଲି ପ୍ରଫେସର ଶୋଫି ସ୍କଟ୍‌ କହିଛନ୍ତି।

All Right Reserved By

ଫୁରସତ |

ବଳି ଦେବା ପରେ ବି’ ଜୀବନ୍ତ ହୋଇଯାଏ ଛେଳି

ବଳି ଦେବା ପରେ ବି’ ଜୀବନ୍ତ ହୋଇଯାଏ ଛେଳି

ବିହାରର କୈମୁର ଜିଲାର ଭଗବାନପୁରରେ ରହିଛି ମୁଣ୍ଡେଶ୍ୱରୀ ଦେବୀଙ୍କ ମନ୍ଦିର। ପଓ୍ବରା ପାହାଡ଼ର ୬୦୮ ଫୁଟ ଉଚ୍ଚରେ ରହିଛି ଏହି ପ୍ରସିଦ୍ଧ ମନ୍ଦିର।

ପୃଥିବୀର ବୟସ ସମ୍ପର୍କରେ ଭୂତତ୍ତ୍ୱବିତ୍‌ଙ୍କ ମତ

ପୃଥିବୀ ଇତିହାସରେ ଅନେକ ସ୍ମରଣୀୟ ଘଟଣାବଳୀ ଘଟିଯାଇଛି। ଏହିସବୁ ଘଟଣାକ୍ରମକୁ ଭିତ୍ତିକରି ପୃଥିବୀର ବୟସକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି। ହାଡିଅନ୍‌ ଇୟନ୍‌ ହେଉଛି ଏକ ଯୁଗ। ଏହା ଫସିଲ୍‌ ରେକର୍ଡ ପୂର୍ବ ସମୟର ବୋଲି ନିର୍ଦ୍ଧାରଣ କରାଯାଇଛି।

ମେଘାଳୟାନ ଯୁଗରେ ପୃଥିବୀ

ମେଘାଳୟାନ ଯୁଗରେ ପୃଥିବୀ

ବୈଜ୍ଞାନିକମାନେ ପୃଥିବୀର ବୟସକୁ ବିଭିନ୍ନ ଭାଗରେ ବିଭକ୍ତ କରିଛନ୍ତି। ସେଗୁଡିକ ମଧ୍ୟରେ ମେଘାଲୟାନ୍‌ ଏଜ୍‌ ଅନ୍ୟତମ, ଯେଉଁ ସମୟ ମଧ୍ୟରେ ଆମେ ବାସ କରିଆସୁଛୁ। ଏହି ସମୟ ୪,୨୦୦ବର୍ଷ ତଳେ ଆରମ୍ଭ ହୋଇଥିଲା।

ମେଘାଳୟାନ ଯୁଗରେ ପୃଥିବୀ

ମେଘାଳୟାନ ଯୁଗରେ ପୃଥିବୀ

ବୈଜ୍ଞାନିକମାନେ ପୃଥିବୀର ବୟସକୁ ବିଭିନ୍ନ ଭାଗରେ ବିଭକ୍ତ କରିଛନ୍ତି। ସେଗୁଡିକ ମଧ୍ୟରେ ମେଘାଲୟାନ୍‌ ଏଜ୍‌ ଅନ୍ୟତମ, ଯେଉଁ ସମୟ ମଧ୍ୟରେ ଆମେ ବାସ କରିଆସୁଛୁ। ଏହି ସମୟ ୪,୨୦୦ବର୍ଷ ତଳେ ଆରମ୍ଭ ହୋଇଥିଲା।

କେବେଠୁ ଡାଇନୋସର୍‌ଙ୍କ ଉତ୍ପତ୍ତି

କେବେଠୁ ଡାଇନୋସର୍‌ଙ୍କ ଉତ୍ପତ୍ତି

ଡାଇନୋସର୍‌ଙ୍କ ଉତ୍ପତ୍ତିକାଳ ସମ୍ପର୍କରେ ବୈଜ୍ଞାନିକମାନେ ଅନେକ ମତ ଉପସ୍ଥାପନ କରିଛନ୍ତି। ସେମାନଙ୍କ କହିବାନୁଯାୟୀ, ଡେଣା ବିହୀନ ଡାଇନୋସର୍‌ ପାଖାପାଖି ୨୪୫ ନିୟୁତରୁ ୬୬ନିୟୁତ ବର୍ଷ ମଧ୍ୟରେ ତିଷ୍ଠି ରହିଥିଲେ।

ଧରିତ୍ରୀ ଆଳାପ: ‘ଫେମିନିଜିମ୍‌’କୁ ଲୋକେ ଭୁଲ୍‌ ବୁଝୁଛନ୍ତି-ମୈତ୍ରୀ ମୋନାଲି ପ୍ରଧାନ

ଧରିତ୍ରୀ ଆଳାପ: ‘ଫେମିନିଜିମ୍‌’କୁ ଲୋକେ ଭୁଲ୍‌ ବୁଝୁଛନ୍ତି-ମୈତ୍ରୀ ମୋନାଲି ପ୍ରଧାନ

ଗତ ଜୁଲାଇ ୬ରେ ବ୍ୟାଙ୍କକ୍‌ରେ ଅନୁଷ୍ଠିତ ‘ମିସ୍‌ ଟିନ୍‌ ଇଣ୍ଟରନ୍ୟାଶନାଲ-୨୦୧୮’ରେ ଦୁଇ ଦୁଇଟି ଟାଇଟଲ ଜିତି ଓଡ଼ିଶା ପାଇଁ ଗୌରବ ଆଣିଥିଲେ ଭୁବନେଶ୍ୱରର ମୈତ୍ରୀ ମୋନାଲି ପ୍ରଧାନ। କେବଳ ଏତିକି ନୁହେଁ, ପୂର୍ବରୁ ୨୦୧୬ରେ କିଟ୍‌ ‘ନହ୍ନିପରୀ- ଲିଟିଲ୍‌ ମିସ୍‌ ଇଣ୍ଡିଆ’ ଟାଇଟଲ ଜିତି ସେ ଜାତୀୟସ୍ତରରେ ନିଜ ପ୍ରତିଭା ଓ ଦକ୍ଷତାର ପ୍ରମାଣ ଦେଖାଇଥିଲେ।

ମୋ ଅନୁଭୂତି: ଦର୍ପଣ ଭାଙ୍ଗି ହାତସାରା କାଚ ପଶି ଯାଇଥିଲା -ଲିପ୍‌ସା ମିଶ୍ର

ମୋ ଅନୁଭୂତି: ଦର୍ପଣ ଭାଙ୍ଗି ହାତସାରା କାଚ ପଶି ଯାଇଥିଲା -ଲିପ୍‌ସା ମିଶ୍ର

ଅଭିନେତ୍ରୀ ଲିପ୍‌ସା ମିଶ୍ର, ନିଜ ନାମରେ ସେ ଯେତିକି ପରିଚିତ ନୁହନ୍ତି ତା’ ଠାରୁ ଅଧିକ ପରିଚିତ ‘ତୁଳସୀ’ ନାମରେ। ଘରୋଇ ଚ୍ୟାନେଲରେ ପ୍ରସାରିତ ମେଗା ଧାରାବାହିକ ‘ତୋ ଅଗଣାର ତୁଳସୀ ମୁଁ’ ର ମୁଖ୍ୟ ଚରିତ୍ରରେ ଅଭିନୟ କରି ଅଗଣିତ ଦର୍ଶକଙ୍କ ପାଇଁ ସେ ପାଲଟିଛନ୍ତି ଜଣେ ଶାନ୍ତ, ସରଳ ଏବଂ ଆଦର୍ଶ ବୋହୂ, ଯିଏକି ନିଜ ପରିବାର ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ।

ନିଜ କଥା: କ୍ରିକେଟର ହେବା ବଦଳରେ ଡାକ୍ତର ହୋଇଗଲି -ପ୍ରଫେସର ଡା. ବିଦ୍ୟୁତ୍‌ ଦାଶ

ନିଜ କଥା: କ୍ରିକେଟର ହେବା ବଦଳରେ ଡାକ୍ତର ହୋଇଗଲି -ପ୍ରଫେସର ଡା. ବିଦ୍ୟୁତ୍‌ ଦାଶ

ପ୍ରଫେସର ଡା. ବିଦ୍ୟୁତ୍‌ ଦାଶ। ଏସ୍‌ସିବି ମେଡିକାଲର ଏହି ଡାକ୍ତରଙ୍କ ନାମ ରାଜ୍ୟରେ ବେଶ୍‌ ପରିଚିତ। ଆର୍ଥାଇଟିସ୍‌ ରୋଗୀମାନଙ୍କୁ ସଫଳ ଚିକିତ୍ସା ଦେବାରେ ଡାକ୍ତର ଦାଶ ବେଶ୍‌ ଲୋକପ୍ରିୟ ମଧ୍ୟ।

ବୃହସ୍ପତିର ଆଉ ୧୨ ଚନ୍ଦ୍ର

ବୃହସ୍ପତିର ଆଉ ୧୨ ଚନ୍ଦ୍ର

ଓ୍ବାଶିଂଟନ୍‌: ସୌରମଣ୍ଡଳର ସର୍ବବୃହତ୍‌ ଗ୍ରହ ବୃହସ୍ପତି କକ୍ଷରେ ଠାବ ହେଲା ଆଉ ୧୨ଟି ଚନ୍ଦ୍ର। ୧୨ଟି ଯାକ ନୂଆ ଚନ୍ଦ୍ର ବୃହସ୍ପତି କକ୍ଷପଥରେ ଘୂରି ବୁଲୁଛନ୍ତି। ଏହାସହ ‘କିଙ୍ଗ୍‌ ଅଫ୍‌ ପ୍ଲାନେଟ୍‌’ର ମୋଟ ଚନ୍ଦ୍ର ସଂଖ୍ୟା ୭୯ରେ ପହଞ୍ଚିଛି। କେବଳ ସେତିକି ନୁହେଁ, ବୃହସ୍ପତି ନିକଟରେ ୧୧ଟି ଆଉଟର୍‌ ମୁନ୍‌ ଏବଂ ଏକ ଖଗୋଳୀୟ ପିଣ୍ଡ ଠାବ କରାଯାଇଛି।

ଜନ୍ମଦିନରେ ମଣ୍ଡେଲାଙ୍କୁ ଶ୍ରଦ୍ଧାଞ୍ଜଳି

ଜନ୍ମଦିନରେ ମଣ୍ଡେଲାଙ୍କୁ ଶ୍ରଦ୍ଧାଞ୍ଜଳି

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ତଥା ମହାନ୍‌ ବର୍ଣ୍ଣବିଦ୍ୱେଷ ନିରୋଧୀ ନେତା ନେଲ୍‌ସନ ମଣ୍ଡେଲାଙ୍କ ୧୦୦ତମ ଜୟନ୍ତୀ ବୁଧବାର ପାଳିତ ହୋଇଛି। ଦକ୍ଷିଣ ଆଫ୍ରିକାର ଗାନ୍ଧୀଙ୍କୁ ଏହି ଅବସରରେ ମନେପକାଇଛି ସମଗ୍ର ବିଶ୍ୱ। ସମଗ୍ର ବିଶ୍ୱରେ ଜୁଲାଇ ୧୮କୁ ‘ମଣ୍ଡେଲା ଦିବସ’ ଭାବେ ପାଳନ କରାଯାଉଛି।

ଯେଉଁଠି ଅକ୍ଷୟ ତୃତୀୟକୁ କୁହାଯାଏ ଅଶୁଭ

ଯେଉଁଠି ଅକ୍ଷୟ ତୃତୀୟକୁ କୁହାଯାଏ ଅଶୁଭ

ସାଧାରଣତଃ ଅକ୍ଷୟ ତୃତୀୟାକୁ ଶୁଭ ବୋଲି ଗ୍ରହଣ କରାଯାଇଥାଏ। ସେଥିଲାଗି ଏହି ଦିନ ବିଭିନ୍ନ କାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ। କିନ୍ତୁ ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ସୀମାରେ ଥିବା ଲଳିତପୁରରେ ଅକ୍ଷୟ ତୃତୀୟାକୁ ଅଶୁଭ ବୋଲି କୁହାଯାଇଥାଏ। ଏହି ଗାଁରେ ୧୬୮ବର୍ଷ ତଳେ ଘଟିଥିଲା ଏକ ଦୁଃଖଦ ଘଟଣା।

ଜଳବାୟୁ ପରିବର୍ତ୍ତନ ଦ୍ୱାରା ପ୍ରଭାବିତ ହେବ ଇଣ୍ଟରନେଟ୍‌

ଜଳବାୟୁ ପରିବର୍ତ୍ତନ ଦ୍ୱାରା ପ୍ରଭାବିତ ହେବ ଇଣ୍ଟରନେଟ୍‌

ଓ୍ବାଶିଂଟନ: ଜଳବାୟୁ ପରିବର୍ତ୍ତନ ଦ୍ୱାରା ସମୁଦ୍ରର ଜଳପତ୍ତନ ବୃଦ୍ଧିପାଇବ। ଏହାଦ୍ୱାରା ବିଶ୍ୱ ସ୍ତରୀୟ ଇଣ୍ଟରନେଟ୍‌ ଭିତ୍ତିଭୂମି ଗୁରୁତର ଭାବେ ପ୍ରଭାବିତ ହେବ ବୋଲି ବୈଜ୍ଞାନିକମାନେ ସତର୍କବାଣୀ ଶୁଣାଇଛନ୍ତି। ସେମାନଙ୍କ କହିବାନୁଯାୟୀ, ହଜାର ହଜାର ମାଇଲ୍‌ ଦୀର୍ଘ ଫାଇବର ଅପ୍‌ଟିକ୍‌ କେବୁଲ ଉପକୂଳ ଅଞ୍ଚଳରେ ପୋତିହୋଇ ରହିଛି। ସମୁଦ୍ରର ଜଳପତ୍ତନ ବୃଦ୍ଧିପାଇବା ଫଳରେ ଏହି ଅଞ୍ଚଳ ବନ୍ୟାପ୍ଳାବିତ ହୋଇପାରେ।

Model This Week

ରୂପେଶ