ଅନ୍ତର୍ଜାତୀୟ |

୬୫ ହାଉତି ବିଦ୍ରୋହୀ ନିହତ

୬୫ ହାଉତି ବିଦ୍ରୋହୀ ନିହତ

ସାନା,୨୬।୧୨: ୟେମେନର ହାଉତି ବିଦ୍ରୋହୀଙ୍କ ଉପରେ ସୌଦି ଯୁଦ୍ଧ ବିମାନ ବୋମାବର୍ଷା କରିଛି। ଏହି ଘଟଣାରେ ୬୫ ଜଣଙ୍କ ମୃତ୍ୟୁ ଘଟିଥିବା ସୌଦି ପକ୍ଷରୁ ସୂଚିତ କରାଯାଇଛି। ୟେମେନ ହୋଦେଇଦାର ଦକ୍ଷିଣରେ ଥିବା ଆଦେନ୍‌, ତାହିତା ଓ ହାଇସ୍‌ ଅଞ୍ଚଳରେ ହାଉତି ବିଦ୍ରୋହୀଙ୍କ ଉପରେ ଆକ୍ରମଣ ଜାରି ରହିଛି। ଏଥିରେ ୧୨ଜଣ ସୁରକ୍ଷାକର୍ମୀଙ୍କର ମୃତ୍ୟୁ ଘଟିଥିବାବେଳେ ୧୯ରୁ ଅଧିକ ଆହତ ହୋଇଥିବା ସୈନ୍ୟ ବିଭାଗ ପକ୍ଷରୁ ସୂଚିତ କରାଯାଇଛି।

All Right Reserved By

Model This Week

ନିକିତା

ଅନ୍ତର୍ଜାତୀୟ |

ପୂର୍ଣ୍ଣ ଆଣବିକ ନିରସ୍ତ୍ରୀକରଣ ଚାହେଁ ଦକ୍ଷିଣକୋରିଆ: ମୁନ୍‌

ପୂର୍ଣ୍ଣ ଆଣବିକ ନିରସ୍ତ୍ରୀକରଣ ଚାହେଁ ଦକ୍ଷିଣକୋରିଆ: ମୁନ୍‌

ସିଓଲ, ୧୯।୪ : ଦକ୍ଷିଣକୋରିଆ ପୂର୍ଣ୍ଣ ଆଣବିକ ନିରସ୍ତ୍ରୀକରଣ ଚାହେଁ ବୋଲି ରାଷ୍ଟ୍ରପ୍ରତି ମୁନ୍‌ ଜେ-ଇନ୍‌ ଗୁରୁବାର ସୂଚିତ କରିଛନ୍ତି। ଉତ୍ତରକୋରିଆ ସହିତ ସମ୍ପର୍କରେ କ୍ରମଶଃ ସୁଧାର ହେଉଛି ଏବଂ ତାହାର ସୁଫଳ ଆଗାମୀ ଦିନରେ ମିଳିବ। ଦୁଇ କୋରିଆ ରାଷ୍ଟ୍ରଙ୍କ ମଧ୍ୟରେ ଏନେଇ ମିଳିତ ବୈଠକ ଊଦ୍ୟମ କରାଯାଉଥିବା ମୁନ୍‌ କହିଛନ୍ତି।

ପବନରେ ଜହର: ପ୍ରଦୂଷିତ ବାୟୁ ଦ୍ୱାରା ବ୍ୟତିବ୍ୟସ୍ତ ୯୫ ପ୍ରତିଶତ ଜନସଂଖ୍ୟା

ପବନରେ ଜହର: ପ୍ରଦୂଷିତ ବାୟୁ ଦ୍ୱାରା ବ୍ୟତିବ୍ୟସ୍ତ ୯୫ ପ୍ରତିଶତ ଜନସଂଖ୍ୟା

ନୂଆଦିଲ୍ଲୀ/ଓ୍ବାଶିଂଟନ, ୧୯।୪ : ବିଶ୍ୱର ୯୫ ପ୍ରତିଶତ ଜନସଂଖ୍ୟା ପ୍ରଦୂଷିତ ବାୟୁ ଦ୍ୱାରା ବ୍ୟତିବ୍ୟସ୍ତ। ଏନେଇ ଆମେରିକା ହେଲଥ୍‌ ଇଫେକ୍ଟସ୍‌ ପ୍ରତିଷ୍ଠାନ ପକ୍ଷରୁ ସମ୍ପନ୍ନ ହୋଇଥିବା ଏକ ସର୍ଭେ ରିପୋର୍ଟରେ ସୂଚିତ କରାଯାଇଛି। ୨୦୧୬ରେ ପ୍ରଦୂଷିତ ବାୟୁ ଯୋଗୁ ପ୍ରାୟ ୬୦ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି।

ମଲାଲାଙ୍କ ନାଁରେ ନାମିତ ହେଲା ପାକିସ୍ତାନର ଗାଁ

ମଲାଲାଙ୍କ ନାଁରେ ନାମିତ ହେଲା ପାକିସ୍ତାନର ଗାଁ

ରାଓ୍ବଲପିଣ୍ଡି,୧୯।୪: ପାକିସ୍ତାନର ରାଓ୍ବଲପିଣ୍ଡି ଜିଲାର ଏକ ଗାଁ ଏବେ ନୋବେଲ ବିଜେତା ମଲାଲା ୟୁସୁଫ ଜଇଙ୍କ ନାଁରେ ନାମିତ କରାଯାଇଛି। ସମାଜସେବୀ ବସିର ମଲ୍ଲିକ ଟୁଇଟର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ୬ ବର୍ଷ ବିଦେଶରେ ରହିବା ପରେ ଗତ ମାସରେ ମଲାଲା ପାକିସ୍ତାନ ଭ୍ରମଣରେ ଆସିଥିଲେ।

୩୨ ହଜାର ଫୁଟରେ ରହି ସାହସ ଦେଖାଇଲେ ମହିଳା ପାଇଲଟ

୩୨ ହଜାର ଫୁଟରେ ରହି ସାହସ ଦେଖାଇଲେ ମହିଳା ପାଇଲଟ

ଓ୍ବାଶିଂଟନ,୧୯।୪: ନ୍ୟୁୟର୍କରୁ ଡେଲାସ୍‌ ଅଭିମୁଖେ ଯାଉଥିବା ସାଉଥ୍‌ଓ୍ବେଷ୍ଟ ଏୟାର ଲାଇନ୍ସର ଏକ ବିମାନରେ ବିସ୍ଫୋରଣ ଘଟିଥିବା ବେଳେ ମହିଳା ପାଇଲଟଙ୍କ ସାହସିକତା ଯୋଗୁ ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାପଡିଛି।

୬ ଦଶକ ପରେ କାସ୍ତ୍ରୋ ଯୁଗ ସମାପ୍ତି: ମିଗେଲ ଡିୟାଜ୍‌ଙ୍କ ହାତରେ ଶାସନ ଡୋର

୬ ଦଶକ ପରେ କାସ୍ତ୍ରୋ ଯୁଗ ସମାପ୍ତି: ମିଗେଲ ଡିୟାଜ୍‌ଙ୍କ ହାତରେ ଶାସନ ଡୋର

ଜାମାଇକା, ୧୯।୪ : ଦୀର୍ଘ ୬ ଦଶକ ଧରି କ୍ୟୁବାରେ କାସ୍ତ୍ରୋ ପରିବାରର ଏକଚାଟିଆ ଶାସନ ଶେଷ ହୋଇଛି। ରାଷ୍ଟ୍ରପତି ପଦରୁ ରାଉଲ କାସ୍ତ୍ରୋ ଇସ୍ତଫା ଦେଇଛନ୍ତି। ତାଙ୍କର ବିଶ୍ୱସ୍ତ ସହକର୍ମୀ ମିଗେଲ୍‌ ଡିୟାଜ୍‌ କନେଲ ନୂଆ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। କ୍ୟୁବା ସଂସଦ ମିଗେଲଙ୍କ ନାମକୁ ସମର୍ଥନ କରିଛି।

୩୫ ବର୍ଷ ପରେ ସୌଦୀରେ ଖୋଲିବ ସିନେମା ହଲ: ଶୁକ୍ରବାର ପ୍ରଥମ ଶୋ’

୩୫ ବର୍ଷ ପରେ ସୌଦୀରେ ଖୋଲିବ ସିନେମା ହଲ: ଶୁକ୍ରବାର ପ୍ରଥମ ଶୋ’

ରିୟାଦ୍‌, ୧୯।୪ : ସୌଦୀରେ ଦୀର୍ଘ ୩୫ ବର୍ଷ ପରେ ଶୁକ୍ରବାର ପ୍ରଥମ ସିନେମା ହଲ୍‌ ଉଦ୍‌ଘାଟିତ ହେବ। ଏହା ସହିତ ପ୍ରଥମ ଶୋ’ ପ୍ରଦର୍ଶିତ ହେବ। ସୌଦୀର ମୌଳବାଦୀ ଶାସକ ସିନେମା ହଲ୍‌ ସ୍ଥାପନ ଉପରେ ଦୀର୍ଘଦିନର ନିଷେଦ୍ଧାଜ୍ଞା ହଟାଇବା ପରେ ଏହା ସମ୍ଭବ ହୋଇଛି। ଏହି ସିନେମା ହଲ୍‌କୁ ଆମେରିକା କମ୍ପାନୀ ଏଏମ୍‌ସି ନିର୍ମାଣ କରିଛି।

ଇଣ୍ଡୋନେସିଆରେ ଭୂକମ୍ପ

ଇଣ୍ଡୋନେସିଆରେ ଭୂକମ୍ପ

ଜାକର୍ତ୍ତା, ୧୯।୪ : ଇଣ୍ଡୋନେସିଆ କେନ୍ଦ୍ରୀୟ ଜାଭାର ବଞ୍ଜରନେଗର ଜିଲାରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ଥିଲା ବୋଲି ଆମେରିକା ଭୂବିଜ୍ଞାନ ସଂସ୍ଥା ପକ୍ଷରୁ ସୂଚିତ କରାଯାଇଛି। ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଦିନକୁ ୨ କିଲୋ ଗାଳି ଖାଉଥିବାରୁ ମୋଦି ଫିଟ୍‌

ଦିନକୁ ୨ କିଲୋ ଗାଳି ଖାଉଥିବାରୁ ମୋଦି ଫିଟ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫିଟ୍‌ନେସ୍‌କୁ ନେଇ ଅନେକ ସମୟରେ ଉଠିଛି ପ୍ରଶ୍ନ। ନିୟମିତ ଯୋଗ କରି ସେ ଫିଟ୍‌ ଥିବା ଆଲୋଚନା ହେଉଥିବା ବେଳେ ଏବେ ଏହାର ରାଜ୍‌ ଖୋଲିଛନ୍ତି ନିଜେ ପ୍ରଧାନମନ୍ତ୍ରୀ।

ଏସିଡ୍‌ ଆକ୍ରମଣ: ୩ ଯୁବତୀ ଆହତ

ଏସିଡ୍‌ ଆକ୍ରମଣ: ୩ ଯୁବତୀ ଆହତ

ଇସଲାମାବାଦ୍‌, ୧୯।୪ : ପାକିସ୍ତାନ ପଞ୍ଜାବ ପ୍ରଦେଶ ଡାଙ୍ଗ୍‌ ଜିଲା ଗୁଜରାଟରେ ଏସିଡ୍‌ ଆକ୍ରମଣରେ ୩ ଯୁବତୀ ଆହତ ହୋଇଛନ୍ତି। ରାସ୍ତାରେ ଯାଉଥିବା ୩ ଯୁବତୀଙ୍କ ଉପରେ କିଛି ଯୁବକ ମୋଟରସାଇକେଲରେ ଆସି ଏସିଡ୍‌ ଆକ୍ରମଣ କରିଥିଲେ। ଆହତ ଯୁବତୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଭାରତ ସପକ୍ଷରେ ମତ ଦେଲେ ଆମେରିକା ଆଡମିରାଲ

ଭାରତ ସପକ୍ଷରେ ମତ ଦେଲେ ଆମେରିକା ଆଡମିରାଲ

ନୂଆଦିଲ୍ଲୀ/ଓ୍ବାଶିଂଟନ, ୧୯।୪ : ରୁଷିଆଠାରୁ ସାମରିକ ଉପକରଣ କିଣିବା ନେଇ ଭାରତ ସପକ୍ଷରେ ମତ ଦେଇଛନ୍ତି ଆମେରିକା ଆଡମିରାଲ ଫିଲିପ୍‌ ଏସ୍‌. ଡାଭିଡ୍‌ସନ୍‌। ରୁଷିଆଠାରୁ ଦୀର୍ଘଦିନ ଧରି ଭାରତ ବିଭିନ୍ନ ପ୍ରତିରକ୍ଷା ସରଞ୍ଜାମ କିଣୁଛି। ଆମେରିକା ସହିତ ରୁଷିଆର ସମ୍ପର୍କ ଭଲ ନାହିଁ। ତେବେ ରୁଷିଆଠାରୁ ଆସ୍ତ୍ରଶସ୍ତ୍ର କିଣୁଥିବା ଇଣ୍ଡୋନେସିଆ ଏବଂ ଭାରତ ଭଳି ଦେଶ ଉପରେ କୌଣସି କଟକଣା ଲାଗୁ କରାଗଲେ ଏହା ଆମେରିକା ପାଇଁ ଉପଯୋଗୀ ହେବନାହିଁ ବୋଲି ଡାଭିଡ୍‌ସନ୍‌ ସୂଚିତ କରିଛନ୍ତି।

ସେନାର ଅପରେଶନ: ୩୧ ଆତଙ୍କବାଦୀ ମୃତ, ୩୭ ଆହତ

ସେନାର ଅପରେଶନ: ୩୧ ଆତଙ୍କବାଦୀ ମୃତ, ୩୭ ଆହତ

କାବୁଲ,୧୯।୪: ଆଫଗାନିସ୍ତାନ ସେନା ପକ୍ଷରୁ ଉଭୟ ସ୍ଥଳପଥ ଓ ଆକାଶ ମାର୍ଗରେ କରାଯାଇଥିବା ଭିନ୍ନ ଭିନ୍ନ ଅପରେଶନରେ ୨୪ ଘଣ୍ଟା ମଧ୍ୟରେ ୩୧ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିବା ସହ ୩୭ ଜଣ ଆହତ ହୋଇଥିବା ପ୍ରତିରକ୍ଷା ବିଭାଗ ସୂଚନା ଦେଇଛି।

ସ୍ପାଇଡର ମ୍ୟାନଙ୍କୁ ୧୦୫ ବର୍ଷ ଜେଲ

ସ୍ପାଇଡର ମ୍ୟାନଙ୍କୁ ୧୦୫ ବର୍ଷ ଜେଲ

ଓ୍ବାଶିଂଟନ,୧୯।୪: ସ୍ପାଇଡର ମ୍ୟାନ ରୂପରେ ହସ୍ପିଟାଲରେ ସଫାଇ କାମ କରୁଥିବା ଜଣେ ବ୍ୟକ୍ତିଙ୍କୁ କୋର୍ଟ ୧୦୫ ବର୍ଷର ସଜା ଶୁଣାଇଛନ୍ତି। ତେବେ ସେ ସ୍ପାଇଡର ମ୍ୟାନଙ୍କୁ କପି କରୁଥିବା ଅଭିଯୋଗରେ ନୁହେଁ ବରଂ ଛୋଟପିଲାମାନଙ୍କ ସହ ଅଶ୍ଳୀଳ ବ୍ୟବହାର କରିଥିବାରୁ ତାଙ୍କୁ ଏହି ଦଣ୍ଡ ମିଳିଛି।