ବାଲେଶ୍ୱର

ପିଡିଏସ୍‌ ଚାଉଳ ଜବତ, ଜଣେ ଅଟକ

ପିଡିଏସ୍‌ ଚାଉଳ ଜବତ, ଜଣେ ଅଟକ
ଚାନ୍ଦବାଲି, ୨୬।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ବୈତରଣୀ ନଦୀ ବିଜୁ ସେତୁ (ଗ୍ୟାମନ ପୋଲ) ନିକଟରୁ ସୋମବାର ବିଳମ୍ବିତ ରାତିରେ ୬୦୦ ବସ୍ତା ପିଡିଏସ୍‌ ଚାଉଳ ଜବତ କରାଯାଇଛି। ୨ଟି ଟ୍ରକ ଯୋଗେ ଏହି ଚାଉଳ କେନ୍ଦ୍ରାପଡ଼ାକୁ ଚାଲାଣ ହେଉଥିଲା। ପୋଲିସ ଟ୍ରକ ଦୁଇଟିକୁ ଜବତ କରିଥିବା ବେଳେ ଜଣେ ଡ୍ରାଇଭରଙ୍କୁ ଅଟକ ରଖିଛି। ଅନ୍ୟ ଡ୍ରାଇଭର ଫେରାର ଅଛନ୍ତି।
All Right Reserved By

ବାଲେଶ୍ୱର

୧୯ ବର୍ଷରୁ କମ୍‌ ଓଡ଼ିଶା କ୍ରିକେଟ ଦଳରେ ସତ୍ୟକାମ

୧୯ ବର୍ଷରୁ କମ୍‌ ଓଡ଼ିଶା କ୍ରିକେଟ ଦଳରେ ସତ୍ୟକାମ

ଭଦ୍ରକ ଅଫିସ,୧୭।୧୦-ରାଜସ୍ଥାନର ଜୟପୁରଠାରେ ଆରମ୍ଭ ହୋଇଥିବା ୧୯ ବର୍ଷରୁ କମ୍‌ ଜାତୀୟ କ୍ରିକେଟ ପ୍ରତିଯୋଗିତା ଲାଗି ଘୋଷିତ ୧୯ ବର୍ଷରୁ କମ୍‌ ଓଡ଼ିଶା କ୍ରିକେଟ ଦଳରେ ଭଦ୍ରକର ସତ୍ୟକାମ ଭରଦ୍ୱାଜ ସାମିଲ ହୋଇଛନ୍ତି। 

ନିରଞ୍ଜନ କିଶାନ କ୍ଷେତ ମଜଦୁର କଂଗ୍ରେସ ଜିଲା ସଭାପତି

ନିରଞ୍ଜନ କିଶାନ କ୍ଷେତ ମଜଦୁର କଂଗ୍ରେସ ଜିଲା ସଭାପତି

ରେମୁଣା,୧୭।୧୦(ଡି.ଏନ.ଏ.)-କିଷାନ କ୍ଷେତ ମଜଦୁର କଂଗ୍ରେସର ବାଲେଶ୍ୱର ଜିଲା ସଭାପତି ଭାବେ ନିରଞ୍ଜନ ବେହେରାଙ୍କୁ ନିଯୁକ୍ତି ମିଳିଛି। ଜିଲା ଓ ନିର୍ବାଚନମଣ୍ଡଳୀସ୍ତରୀୟ ନେତୃବୃନ୍ଦଙ୍କ ସୁପାରିଶ ଓ ଓଡ଼ିଶା ପ୍ରଦେଶ କିଷାନ କ୍ଷେତ ମଜଦୁର କଂଗ୍ରେସ ଅଧ୍ୟକ୍ଷ ଅମିୟ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି।

ଗାଡ଼ି ସହ ୬୦ ବସ୍ତା କୋଇଲା ଜବତ, ୩ ଗିରଫ

ଗାଡ଼ି ସହ ୬୦ ବସ୍ତା କୋଇଲା ଜବତ, ୩ ଗିରଫ

ତିହିଡ଼ି,୧୭।୧୦(ଡି.ଏନ୍‌.ଏ.): ଭଦ୍ରକ-ଚାନ୍ଦବାଲି ରାସ୍ତାର କାନପୁର ନିବଟରୁ ବୁଧବାର ସକାଳେ ତିହିଡ଼ି ପୋଲିସ ଏକ ଡେଲିଭରି ଭ୍ୟାନ୍‌ରୁ ୬୦ ବସ୍ତା କୋଇଲା ଜବତ କରିଛି। ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ୩ଜଣଙ୍କୁ ଗିରଫ କରିଛି। 

ପାଟଣାରେ ଝଲସୁଛି ଦେବୀ ମଣ୍ଡପ

ପାଟଣାରେ ଝଲସୁଛି ଦେବୀ ମଣ୍ଡପ

ପାଟଣା,୧୭।୧୦(ସ୍ବ.ପ୍ର): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟଠାରେ ପାଟଣା ଦୁର୍ଗାପୂଜା କମିଟି ପକ୍ଷରୁ ଦେବୀ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ଶାସ୍ତ୍ରୀୟ ମତେ  ପୂଜାର୍ଚ୍ଚନା ହେଉଛି। ସୁନ୍ଦର ଆଲୋକ ସହ ତୋରଣରେ ଦେବୀ ମଣ୍ଡପ  ଝଲସି ଉଠିଛି।

କୋହ୍ଲ ରୁଡକେଲା ଗ୍ରାମରେ ହାତୀ ଆତଙ୍କ: ଦନ୍ତାହାତୀ ପାଦତଳେ ବୃଦ୍ଧାଙ୍କ ଜୀବନ ଗଲା

କୋହ୍ଲ ରୁଡକେଲା ଗ୍ରାମରେ ହାତୀ ଆତଙ୍କ: ଦନ୍ତାହାତୀ ପାଦତଳେ ବୃଦ୍ଧାଙ୍କ ଜୀବନ ଗଲା

ବଡବିଲ,୧୭।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ବନାଞ୍ଚଳ ତଥା ରୁଗୁଡି ଥାନା ଅନ୍ତର୍ଗତ କୋହ୍ଲ ରୁଡକେଲା ଗ୍ରାମରେ ୨୨ହାତୀ ଥିବା ପଲ ଆତଙ୍କ ଦେଖିବାକୁ ମିଳିଛି। ମଙ୍ଗଳବାର ରାତିରେ ଏକ ଦନ୍ତାହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ଗୁରୁବାରୀ ମୁଣ୍ଡା (୬୫)। ବନବିଭାଗ ଦ୍ୱାରା ହାତୀପଲକୁ ଘଉଡାଇବାବେଳେ ଏହି ଅଘଟଣ ଘଟିଥିବା ଜଣାପଡିଛି। 

ଚାଷୀଙ୍କୁ ଦାଉ ସାଧିଲା ବନ୍ୟା ଉଜୁଡିଛି  ଶତାଧିକ ହେକ୍ଟର ଧାନ ଫସଲ

ଚାଷୀଙ୍କୁ ଦାଉ ସାଧିଲା ବନ୍ୟା ଉଜୁଡିଛି ଶତାଧିକ ହେକ୍ଟର ଧାନ ଫସଲ

ପଦ୍ମପୁର,୧୭ା୧୦(ଡି.ଏନ.ଏ.)-  ତିତ୍‌ଲି ବାତ୍ୟା ଜନିତ ବର୍ଷା ପ୍ରଭାବରେ ଭଦ୍ରକ ଜିଲାର ଧଳା, କଞ୍ଚୁଡି, ମନ୍ତେଇ, ଧନୁତ୍ରୀ, ଗହ୍ମେଇ ନଦୀରେ ଆସିଥିବା ବନ୍ୟା ଚାଷୀଙ୍କ ଉପରେ ଦାଉ ସାଧିଛି। ଚଳିତ ବର୍ଷର ଏହା ଥିଲା ୪ର୍ଥ ବନ୍ୟା।  ଭଦ୍ରକ ବ୍ଲକ ଦେଇ ପ୍ରଭାହିତ ଏସବୁ ନଦୀରେ ବନ୍ୟା ସ୍ଥିତି ଯୋଗୁ ସାବରଙ୍ଗ, ସାହାଡା, ଗୋରାମାଟି, ବାସୁଦେବପୁର ବ୍ଲକର ପଦ୍ମପୁର, ଏଡତାଳ, ସୁଗୋ, ଲୁଙ୍ଗା, ଜଗନ୍ନାଥ ପ୍ରସାଦ ପଞ୍ଚାୟତରେ ଶହ ଶହ ହେକ୍ଟର ଚାଷଜମି ବନ୍ୟାଜଳରେ ବୁଡି ରହିଥିଲା।  ଧାନ ଫସଲ ଥୋଡ ଧରିବା ସମୟରେ ପାଣିରେ ବୁଡି ରହିବାରୁ ଜମିରୁ ଭଲ ଫସଲ ଆଶା ମଉଳି ଯାଇଛି। 

୧୧୬ ମଣ୍ଡପରେ ସାର୍ବଜନୀନ ପୂଜା ସହରରେ ୨୦ ମଣ୍ଡପ, ହୋଇନି ତୋରଣ

୧୧୬ ମଣ୍ଡପରେ ସାର୍ବଜନୀନ ପୂଜା ସହରରେ ୨୦ ମଣ୍ଡପ, ହୋଇନି ତୋରଣ

ଭଦ୍ରକ ଅଫିସ,୧୭ା୧୦- ଭଦ୍ରକ ଜିଲାର ମୁଖ୍ୟାଳୟ ସମେତ ବିଭିନ୍ନ ବ୍ଲକ ଓ ଗ୍ରାମାଞ୍ଚଳରେ ଚଳିତ ବର୍ଷ ୧୧୬ ମଣ୍ଡପରେ ମା’ ଦୁର୍ଗାଙ୍କୁ ଆବାହନ କରି ପୂଜାର୍ଚ୍ଚନା କରାଯାଇଛି। ସ୍ଥାନୀୟ ସହରରେ ପ୍ରାୟ ୨୦ ମଣ୍ଡପରେ ପୂଜା ଅନୁଷ୍ଠିତ ହେଉଛି। ମଙ୍ଗଳବାର ମହାସପ୍ତମୀ ପୂଜା ପରେ ବୁଧବାର ମହାଷ୍ଟମୀ ପୂଜା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସହରର ଗାନ୍ଧିପଡିଆ, ବାଇପାସ, ବଙ୍କବାସୁଳୀ ମନ୍ଦିର, ଚରମ୍ପା ସ୍କୁଲ ରୋଡ, ଆରଡି ରୋଡ ପ୍ରାଚୀନଗର, ଚରମ୍ପା ଏରେଇଁ, ଷ୍ଟେଶନ ରୋଡ ବଜାର କମିଟି, ପୁରୁଣା ଓଏସଆରଟିସି କ୍ୟାମ୍ପସ, ଚରମ୍ପା ଡଗରାସାହି, ଜାନୁଗଞ୍ଜ, ଗବସାହି, ସଙ୍ଗତ, ପୁରୁଣାବଜାର, ଗରଦପୁର ଭଳି ବିଭିନ୍ନ ସ୍ଥାନ ସାର୍ବଜନୀନ ପୂଜା ପାଇଁ ଉତ୍ସବମୁଖର ହୋଇଉଠିଛି। ପ୍ରଶାସନିକ କଟକଣା ଯୋଗୁ ସହରରେ ମୁଖ୍ୟ ରାସ୍ତା ଉପରେ ଚଳିତ ବର୍ଷ କୌଣସି ତୋରଣ ହୋଇ ନାହିଁ।

ମହାସପ୍ତମୀ ପୂଜା: ବାରିପଦା ଉତ୍ସବମୁଖର

ମହାସପ୍ତମୀ ପୂଜା: ବାରିପଦା ଉତ୍ସବମୁଖର

ବାରିପଦା ଅଫିସ,୧୭।୧୦- ସାର୍ବଜନୀନ ଶାରଦୀୟ ପୂଜା ପାଇଁ ବାରିପଦା ସହର ଉତ୍ସବମୁଖର ହୋଇଉଠିଛି। ଚଳିତ ବର୍ଷ ସହରରେ  ବହୁ ସ୍ଥାନରେ ନିର୍ମିତ   ପୂଜା ମଣ୍ଡପରେ  ମଙ୍ଗଳବାର ମହାସପ୍ତମୀ ପୂଜା ଆରମ୍ଭ ହୋଇଛି। ପବିତ୍ର ମନ୍ତ୍ରଧ୍ୱନି ସାଙ୍ଗକୁ ଶଙ୍ଖ, ଢୋଲ, ଘଣ୍ଟ ନାଦରେ   ପରିବେଶ ପ୍ରକମ୍ପିତ ହେଉଛି । ଦୁର୍ଗାଙ୍କ ସହିତ ବିଭିନ୍ନ ସ୍ଥାନରେ ହରପାର୍ବତୀ ଓ ହନୁମାନଙ୍କୁ ପୂଜା କରାଯାଉଛି। ତୁଳସୀଚଉରା ମେଢ ଆଗରେ ମୁମ୍ବାଇସ୍ଥିତ ଶିବାଜୀ ଛତ୍ରପତି ଟର୍ମିନାଲ ଓ ପାଳବଣି ଗୋଲେଇ ମେଢଠାରେ କାଳ୍ପନିକ ବୁଦ୍ଧ ମନ୍ଦିର ସଦୃଶ ତୋରଣ ଏଥର ଅଧିକ ଆକର୍ଷଣ ସୃଷ୍ଟି କରିଛି। ରଙ୍ଗିନ ଆଲୋକମାଳା ସାଜସଜ୍ଜାରେ ପୂଜା ମଣ୍ଡପଗୁଡିକ ସହରର ଶୋଭା ବଢାଉଛି।  ତୁଳସୀଚଉରା, ପାଳବଣି, ବଡ଼ବଜାର ଅଞ୍ଚଳର ପୂଜା ମଣ୍ଡପରେ ପ୍ରଥମ ଦିନରେ ଭକ୍ତଙ୍କର ବେଶ ଭିଡ଼  ଜମିଥିଲା। 

ସାହସିକତା ଦେଖାଇଲେ ମହିଳା କର୍ମଚାରୀ: ଧରିଲେ କାଠ ବୋଝେଇ ଗାଡି

ସାହସିକତା ଦେଖାଇଲେ ମହିଳା କର୍ମଚାରୀ: ଧରିଲେ କାଠ ବୋଝେଇ ଗାଡି

ବାରିପଦା ଅଫିସ,୧୭।୧୦-ବେତନଟି ରେଞ୍ଜର ଜଣେ ମହିଳା ଫରେଷ୍ଟ ଗାର୍ଡ ପିଠାବଟା ରେଞ୍ଜରେ ଯାଉଥିବା ଏକ କାଠ ବୋଝେଇ ଗାଡିକୁ ଏକା ଧରିବାରେ ସଫଳ ହୋଇଛନ୍ତି।  ମହିଳାଜଣକ  ବ୍ୟକ୍ତିଗତ କାମରେ ଯାଉଥିବା ବେଳେ ସନ୍ଦେହ ହେବାରୁ ଉକ୍ତ ଗାଡିକୁ ଅଟକାଇଥିଲେ।  ସେଥିରେ ଚୋରା କାଠ ନେଇ ଯାଉଥିବା ୮ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଥଲେ। ପରେ ପିଠାବଟା ରେଞ୍ଜର ପହଞ୍ଚତ୍ ୩୩.୬୫ ସିଏଫଟିର   ଶାଳ କାଠ ଜବତ କରିଛନ୍ତି। ଏ ନେଇ ଏକ ମାମଲା (ନଂ.୩୭/୨୦୧୮-୧୯) ରୁଜୁ କରାଯାଇଛି। ତେବେ ବେତନଟି ରେଞ୍ଜ କର୍ମଚାରୀ ହୋଇଥିଲେ ସୁଦ୍ଧା ନିଜ ଦାୟିତ୍ୱକୁ ନ ଭୁଲି ଅନ୍ୟ ରେଞ୍ଜରେ ହେଉଥିବା ବେଆଇନ କାଠ ଚାଲାଣକୁ ଧରିବାରେ ସକ୍ଷମ ହୋଇଥିବା ପଦ୍ମାବତୀଙ୍କୁ ବିଭାଗ ତରଫରୁ ଓ ବିଭିନ୍ନ ମହଲରୁ ପ୍ରଶଂସା  କରାଯାଇଛି। 

୧୯ ଘଣ୍ଟା ପରେ ହେଲା ମା’ଙ୍କ ଅନ୍ତିମ ସତ୍କାର ଜେଲରେ ଥିବା ବଡପୁଅଙ୍କୁ ମିଳିଲାନି ପାରୋଲ

୧୯ ଘଣ୍ଟା ପରେ ହେଲା ମା’ଙ୍କ ଅନ୍ତିମ ସତ୍କାର ଜେଲରେ ଥିବା ବଡପୁଅଙ୍କୁ ମିଳିଲାନି ପାରୋଲ

ବାରିପଦା ଅଫିସ,୧୭।୧୦-ବଡପୁଅ ଘରକୁ ଆସି ମା’ଙ୍କୁ ମୁଖାଗ୍ନି ଦେବ। ପରିବାର ଲୋକେ  ଅପେକ୍ଷା କରିଥିଲେ।  ସେମାନେ ମୃତଦେହକୁ ସତ୍କାର ନ କରି ୧୯ ଘଣ୍ଟା ପକାଇ ରଖିଥିଲେ। ଚୋରାମଦ କାରବାରରେ ଗିରଫ ହୋଇ ଜେଲରେ ଥିବା  ବଡପୁଅଙ୍କୁ  ପାରୋଲରେ ଛାଡିବା ସକାଶେ କୋର୍ଟଙ୍କ ଅନୁମତି ଆବଶ୍ୟକ ରହିଥିଲା। ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ  ଜାରି ରହିଥିବାରୁ ତାଙ୍କୁ  ଅନୁମତି ମିଳିପାରି ନ ଥିଲା। ଶବ ପଚିଶଢି ଯିବା ଭଳି  ଅବସ୍ଥା ସୃଷ୍ଟି ହେବାରୁ ଶେଷରେ ସାନପୁଅ ମୁଖାଗ୍ନି ଦେଇ ମା’ଙ୍କ ଅନ୍ତିମ ସଂସ୍କାର ଶେଷ କରିଥିବା ସୂଚନା ମିଳିଛି। 

ରାୟମହାଶୟ ଗଡ଼ର ସାର୍ବଜନୀନ ଦୁର୍ଗାପୂଜା, ମନେ ପକାଇଦିଏ ୫୧୧ବର୍ଷ ଇତିହାସ

ରାୟମହାଶୟ ଗଡ଼ର ସାର୍ବଜନୀନ ଦୁର୍ଗାପୂଜା, ମନେ ପକାଇଦିଏ ୫୧୧ବର୍ଷ ଇତିହାସ

ଭୋଗରାଇ,୧୭।୧୦(ଡି.ଏନ.ଏ.)-ଜମିଦାରୀ ଶାସନ ସମୟରେ ଆରମ୍ଭ ହୋଇଥିବା ବାଲେଶ୍ୱର ଜିଲା ଭୋଗରାଇ ବ୍ଲକରୁ ଦେହୁର୍ଦ୍ଦା ରାୟମହାଶୟ ଗଡ଼ର ଶାରଦୀୟ ଦୁର୍ଗାପୂଜା ବର୍ତ୍ତମାନ ସାର୍ବଜନୀନ ରୂପ ନେଇଛି। ଅତୀତର ମହକ ବିତରଣ କରିବା ସାଙ୍ଗକୁ ଏହା ଅଞ୍ଚଳବାସୀଙ୍କୁ ସାଂସ୍କୃତିକ ଐକ୍ୟ ଓ ସଂହତିର ବାର୍ତ୍ତା ଦେଉଛି। ଚଳିତବର୍ଷ ପୂଜା ବଜେଟ୍‌ ରହିଛି ୩ଲକ୍ଷ। ପୂଜାମଣ୍ଡପ ସାଙ୍ଗକୁ ସୁଦୃଶ୍ୟ ତୋରଣ ଓ ରଙ୍ଗିନ ଆଲୋକ ସାଜସଜା ପରିବେଶକୁ ଉତ୍ସବମୁଖର କରିଛି। ଶିଳ୍ପୀ ସୁଧାଂଶୁ ପ୍ରଧାନ, ସୁଶାନ୍ତ ଦାସ ଓ ବୈକୁଣ୍ଠ ଦାସ  ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରି କରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ ସପ୍ତମୀ ପୂଜାରେ ଭକ୍ତଙ୍କ ଭିଡ ଜମିଛି। ଦଶହରା ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ପୂଜା କମିଟି କର୍ମକର୍ତ୍ତା ସୂଚନା ଦେଇଛନ୍ତି।

ମଦ ବେପାରୀଙ୍କ ଆକ୍ରମଣରେ ଅବକାରୀ କର୍ମଚାରୀ ଲହୁଲୁହାଣ

ନୀଳଗିରି, ୧୬ା୧୦(ଡି.ଏନ.ଏ.)-ଚୋରା ମଦ ବେପାରୀଙ୍କ ସଂଘବଦ୍ଧ ଆକ୍ରମଣରେ ନୀଳଗିରି ଅବକାରୀ ବିଭାଗ କର୍ମଚାରୀ ଲହୁଲୁହାଣ ହୋଇଥିବା ମଙ୍ଗଳବାର ସ୍ଥାନୀୟ ଥାନାରେ ଉପନିରୀକ୍ଷକ ଲକ୍ଷେସାଧବ ପ୍ରଧାନ ଅଭିଯୋଗ କରିଛନ୍ତି। ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଉପନିରୀକ୍ଷକ ପ୍ରଧାନଙ୍କ ନେତୃତ୍ୱରେ ସହକାରୀ ଉପନିରୀକ୍ଷକ ଭାସ୍କର ଚନ୍ଦ୍ର ବେହେରାଙ୍କ ସମେତ  ଅବକାରୀ ଟିମ୍‌ ପୂର୍ବାହ୍ନରେ ପାଟ୍ରୋଲିଂରେ ଯାଇଥିଲେ।