Dharitri News
ମେଟ୍ରୋ |

ନୂଆବର୍ଷ ପାଇଁ ନୂଆ ପ୍ରସ୍ତୁତି: ଜିରୋ ଆୱାର୍‌ ସେଲିବ୍ରେଶନ

ନୂଆବର୍ଷ ପାଇଁ ନୂଆ ପ୍ରସ୍ତୁତି:  ଜିରୋ ଆୱାର୍‌ ସେଲିବ୍ରେଶନ ଭୁବନେଶ୍ୱର,୨୫ା୧୨(ବ୍ୟୁରୋ)- ୨୦୧୮କୁ ସ୍ବାଗତ କରିବାକୁ ଏବେଠାରୁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ୍‌। ପୁରୁଣାବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ଧୁମ୍‌ଧାମରେ ସ୍ବାଗତ କରିବା ପାଇଁ ଚାରିଆଡେ ସପ୍ତାହେ ପୂର୍ବରୁ ଦେଖିବାକୁ ମିଳିଲାଣି ଉତ୍ସବର ମାହୋଲ। ବାସ୍‌ ଅପେକ୍ଷା ଆଉ କିଛିଦିନ। ଏହାପରେ ଆରମ୍ଭ ହୋଇଯିବ ଜିରୋ ଆଓ୍ବାର ଓ ତା’ପରେ ବହୁ ପ୍ରତିକ୍ଷିତ ନବବର୍ଷ। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଜିରୋ ଆଓ୍ବାରକୁ ସେଲିବ୍ରେଶନ କରିବାକୁ ଭୁବନେଶ୍ୱରରେ ଚାଲିଛି ଜୋର୍‌ଦାର ପ୍ରସ୍ତୁତି। ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥାଗୁଡିକଠାରୁ ଆରମ୍ଭକରି ଛୋଟବଡ଼ ହୋଟେଲ, କାଫେ ଓ କ୍ଲବ୍‌ରେ ସ୍ବତନ୍ତ୍ର ନୂଆବର୍ଷ ପାର୍ଟି ଆୟୋଜନ ଚାଲିଛି। ଏଥିପାଇଁ ଅଧିକାଂଶ ସ୍ଥାନରେ ଟିକେଟ ବୁକିଂ ଆରମ୍ଭ ହୋଇଯାଇଛି। ବିଭିନ୍ନ ବର୍ଗଙ୍କୁ ଆକର୍ଷିତ କରିବା ପାଇଁ ଲାଗିପଡିଛନ୍ତି ଆୟୋଜକ। କେଉଁଠି କପଲ୍‌ ଏଣ୍ଟ୍ରିରେ ରିହାତି ମିଳୁଛି ତ କେଉଁଠି ଆଗୁଆ ବୁକିଂ ଓ ଅନଲାଇନ୍‌ ବୁକିଂର ଅଫର ରହିଛି। ଏଥିପାଇଁ ସର୍ବନିମ୍ନ ପ୍ରବେଶ ଶୁଳ୍କ ୫୯୯ରୁ ସର୍ବାଧିକ ୮ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ଜିରୋ ଆଓ୍ବାର ସେଲିବ୍ରେଶନ ଓ ନ୍ୟୁଇୟର ପାର୍ଟି ସମ୍ପର୍କରେ ଆମର ସ୍ବତନ୍ତ୍ର ରିପୋର୍ଟ। ସେଲିବ୍ରିଟି ଡିଜେ ସହ ଲାଇଭ୍‌ ବ୍ୟାଣ୍ଡ୍‌: ଭୁବନେଶ୍ୱରର ଅନ୍ୟତମ ପ୍ରମୁଖ ହୋଟେଲ ମେ’ଫେୟାରରେ ଚଳିତବର୍ଷ ୩ଟି ନୂଆବର୍ଷ ପାର୍ଟି ଆୟୋଜିତ ହେବ। ମେ’ ଫେୟାର କନ୍‌ଭେନ୍‌ସନ୍‌ ସହ ‘ଦି ସେଲାର’ ଏବଂ ମଣ୍ଡପରେ ଧୁମ୍‌ଧାମରେ ଜିରୋ ନାଇଟ୍‌ ସେଲିବ୍ରେଶନ କରାଯିବ। ଏହାସହ ଲେମନ ଗ୍ରାସ ଓ ନକଲି ଢାବାରେ ମଧ୍ୟ ଲୋକେ ସୁସ୍ବାଦୁ ଖାଦ୍ୟ ଓ ମନପସନ୍ଦର ମ୍ୟୁଜିକ୍‌ ସହ ନୂଆବର୍ଷର ମଜା ନେଇପାରିବେ। ସବୁବର୍ଗର ଲୋକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଏଠାରେ ଭିନ୍ନ ଥିମ୍‌ରେ କାର୍ଯ୍ୟକ୍ରମ କରାଯିବ। କେଉଁଠି ସ୍ଲୋ ମ୍ୟୁଜିକ୍‌ ତ କେଉଁଠି ସେଲିବ୍ରିଟି ଡିଜେ ଓ ଲାଇଭ୍‌ ବ୍ୟାଣ୍ଡ୍‌ର ମଜା ନେଇପାରିବେ ସହରବାସୀ। ଏଥିପାଇଁ ପ୍ରବେଶ ଶୁକ୍ଳ ରହିଥିବାବେଳେ ଖାଦ୍ୟ ଓ ପାନୀୟର ସ୍ବତନ୍ତ୍ର ବ୍ୟବସ୍ଥା ରହିବ। ଏହାସହ ସର୍‌ପ୍ରାଇଜ୍‌ ଗିଫ୍ଟ, ଆକର୍ଷଣୀୟ ବଫେଟ୍‌, ଡ୍ୟାନ୍ସ ସହ ଗୀତ୍‌ ସାଗର, ରିୟା ଭଟ୍ଟାଚାର୍ଯ୍ୟ ଓ ସୋ’ ମେକର୍ସ ଡ୍ୟାନ୍ସ ଟ୍ରୁପ୍‌ ଏଥର ମେ’ଫେୟାରର ଆକର୍ଷଣ ରହିବ। ଏଥିପାଇଁ ଭିନ୍ନ ଭିନ୍ନ ଏଣ୍ଟ୍ରି ଫି’ ରହିଛି। ‘ସ୍କାଏ ଲିମିଟ’, ‘ସିମର’: ନୂତନ ବର୍ଷକୁ ସ୍ବାଗତ କରିବାକୁ ସ୍ବସ୍ତି ପ୍ରିମିୟମ୍‌ର ପ୍ଲାଜା କ୍ଲବ୍‌ରେ ‘ସ୍କାଏ ଲିମିଟ ୨୦୧୮’ ଅନୁଷ୍ଠିତ ହେଉଥିବା ବେଳେ ଚାଣକ୍ୟ ହଲ୍‌ରେ ‘ସିମର୍‌ ୨୦୧୮’ ଆୟୋଜିତ ହେବ। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ‘ସ୍କାଏ ଲିମିଟ’ ଓ ‘ସିମର’ର ଦମ୍‌ଦାର ଡିଜେ ଓ ଡ୍ୟାନ୍ସ ଶୋ’ ମୁଖ୍ୟ ଆକର୍ଷଣ ସାଜିବ। ଅନ୍‌ଲିମିଟେଡ୍‌ ସ୍ନାକ୍‌ସ ଓ ପାନୀୟ ବ୍ୟବସ୍ଥା ସହ ବଫେଟ୍‌ ଡିନର ଏଠାକାର ଆଉ ଏକ ଆକର୍ଷଣ ରହିବ। ସିଙ୍ଗଲ ଓ କପୁଲଙ୍କ ପାଇଁ ଅଲଗା ପ୍ରବେଶ ଶୁଳ୍କ ରହିଥିବା ବେଳେ ‘ସ୍କାଏ ଲିମିଟ୍‌’ର ଷ୍ଟାଗ୍‌ ଏଣ୍ଟ୍ରି ୩୫୦୦ଟଙ୍କା ଏବଂ କପୁଲ ଏଣ୍ଟ୍ରି ୫୦୦୦ ଟଙ୍କା ରହିଛି। ସେହିଭଳି ‘ସିମର’ ପାଇଁ କପୁଲ ଟିକେଟ୍‌ ୬୫୦୦ ଟଙ୍କା ରହିଥିବା ବେଳେ ସ୍ବତନ୍ତ୍ର ପ୍ୟାକେଜ୍‌ ମଧ୍ୟ ରହିଛି। ମୁଖ୍ୟ ଆକର୍ଷଣ ସୁବୁହୀ ଯୋଶୀ: ଖଣ୍ଡଗିରିସ୍ଥିତ ପ୍ରାଚୀ ରିସର୍ଟରେ ହେବାକୁ ଥିବା ଜିରୋ ଆଓ୍ବାର ସେଲିବ୍ରେଶନ ‘ମ୍ୟାସ୍‌ମେଲୋ ହ୍ୟାଙ୍ଗ୍‌ଓଭର ନ୍ୟୁ ଇୟର ୨୦୧୮’ର ମୁଖ୍ୟ ଆକର୍ଷଣ ସାଜିବେ ସ୍ପ୍ଲିଟ୍‌ସ ଭିଲା ଫେମ୍‌ ସୁବୁହୀ ଯୋଶୀ। ସୁବୁହୀଙ୍କ ସହ ବମ୍ବେରୁ ଆସିବାକୁ ଥିବା ଡିଜେ ଅଙ୍କିତ୍‌ଙ୍କ ଧୁମ୍‌ଧଡାକ ଗୀତର ମଜା ନେଇପାରିବେ ଲୋକେ। ସେହିଭଳି ଡିଜେ ନାଇଟ୍‌ ସହ ଫ୍ୟାଶନ୍‌ ଶୋ’ ଏଠାକାର ଭିନ୍ନ ଆକର୍ଷଣ ରହିବ। ସନ୍ଧ୍ୟା ୬ଟାରୁ ରାତି ୧୨ଟା ମଧ୍ୟରେ ଲୋକେ ବିରିୟାନୀ, ଅନ୍‌ଲିମିଟେଡ୍‌ ଷ୍ଟାର୍ଟର ଓ ସ୍ନାକ୍‌ସ, ମକ୍‌ଟେଲ୍‌ ଓ ଆଇସ୍‌କ୍ରିମ୍‌ର ମଜା ମଧ୍ୟ ନେଇପାରିବେ ବୋଲି ଆୟୋଜକ ସୌମ୍ୟରଞ୍ଜନ ଦାସ କହିଛନ୍ତି। ଇନ୍‌ଡୋର ଲେଜର ପାର୍ଟି: ନୟାପଲ୍ଲୀସ୍ଥିତ ହୋଟେଲ ପ୍ରେସିଡେନ୍ସିରେ ହେବାକୁ ଥିବା ‘ଜଙ୍କସନ୍‌ ନାଇଟ୍‌’ ସହରର ଆଉଏକ ଜିରୋ ଆଓ୍ବାର ସେଲିବ୍ରେଶନ ଡେଷ୍ଟିନେଶନ। ଇନ୍‌ଡୋର୍‌ ଲେଜର ପାର୍ଟି ଏଠାକାର ମୁଖ୍ୟ ଆକର୍ଷଣ ହୋଇଥିବାବେଳେ ଡିଜେ ମାହି, ଡିଜେ ସ୍ମୋକ୍‌, ଡିଜେ ସ୍ପାର୍କଙ୍କ ଭଳି ଲୋକପ୍ରିୟ ଡିଜେଙ୍କ ହଲ୍‌ଚଲ୍‌ ଟ୍ରାକ୍‌ରେ ଭରପୁର ନାଚିପାରିବେ ଲୋକେ। ଏହାସହ ଡାର୍କ ଲେଜର, ବେଲି ଡ୍ୟାନ୍ସ, ଏଲ୍‌ଇଡି ହାଉସ୍‌, ଅନ୍‌ଲିମିଟେଡ୍‌ ଷ୍ଟାର୍ଟର ଓ ବଫେଟ୍‌ ମଧ୍ୟ ଏଠାରେ ଉପଲବ୍ଧ ହେବ। ଆକାଶଙ୍କ ସହ ସେଲ୍‌ଫି: ପଟିଆସ୍ଥିତ କିଟ୍‌ ଛକରେ ଥିବା ବ୍ଲୁ ଅର୍କିଡ୍‌ରେ ଆଉଟ୍‌ଡୋର୍‌ ଲେଜର ସହ ସେଲିବ୍ରିଟି ଡିଜେ ଓ ସେଲିବ୍ରିଟି କଣ୍ଠଶିଳ୍ପୀ ଜିରୋ ଆଓ୍ବାର ପାର୍ଟିର ଆକର୍ଷଣ ସାଜିବେ। ‘ନକ୍‌ ଆଉଟ୍‌ ୨୦୧୮’ ପାର୍ଟିରେ ବମ୍ବେର ମହିଳା ଡିଜେ ଜେନୀ, ସେଲିବ୍ରିଟି ଅଭିନେତା ତଥା କଣ୍ଠଶିଳ୍ପୀ ଆକାଶ କର ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହାସହ ର଼୍ୟାମ୍ପ୍‌ ଓ୍ବାକ୍‌ ଏବଂ ସରପ୍ରାଇଜିଂ ଗିଫ୍ଟର ମଧ୍ୟ ବ୍ୟବସ୍ଥା ରହିଛି। ସୁସ୍ବାଦୁ ଖାଦ୍ୟ ଓ ପାନୀୟ ସହ ଲୋକେ ଆକାଶଙ୍କ ସହ ସେଲ୍ଫି ଉଠାଇବାର ସୁଯୋଗ ପାଇବେ। ଅନ୍ୟାନ୍ୟ ପ୍ରମୁଖ ସ୍ଥାନ : ନନ୍ଦନକାନନ ନିକଟରେ ଥିବା ଲାଲ୍‌କିଲା ହୋଟେଲରେ ଲାଇଭ୍‌ ଡିଜେ ସହ ବିଭିନ୍ନ ଗେମ୍‌, ସୁସ୍ବାଦୁ ଖାଦ୍ୟ ଓ ମକ୍‌ଟେଲ୍‌ ଏବଂ କଟକ ରୋଡ୍‌ସ୍ଥିତ ଭିଟ୍‌ସ ହୋଟେଲରେ ଡିଜେ ଓ ଡ୍ୟାନ୍ସ ଟ୍ରୁପ୍‌ ସହ ଡିନର୍‌, ଲକି ଡ୍ର’ ଆଦିର ବ୍ୟବସ୍ଥା ରହିବ। ପଟିଆର ବ୍ଲାକ୍‌ ଫରେଷ୍ଟ ରିସର୍ଟରେ ଏକାଧିକ ସେଲିବ୍ରିଟି ସିଙ୍ଗର, ସେଲିବ୍ରିଟି ଡିଜେ, ସୁସ୍ବାଦୁ ଖାଦ୍ୟ, ଚନ୍ଦ୍ରଶେଖରପୁରସ୍ଥିତ ୧୦ ଡିସି ଲଞ୍ଜ୍‌ ବାର୍‌ରେ ହେବାକୁ ଥିବା ଜିରୋ ଆଓ୍ବାର ପାର୍ଟି ‘ମ୍ୟାକ୍ସିମସ୍‌’ରେ ଲାଇଭ୍‌ ବ୍ୟାଣ୍ଡ୍‌, ଲାଇଭ୍‌ ଡିଜେ, ସ୍ନାକ୍‌ସ ଏବଂ ହୋଟେଲ ଜେଡ୍‌ ଇଣ୍ଟରନ୍ୟାଶନାଲରେ ହେବାକୁ ଥିବା ‘ଫାଇନାଲ କାଉଣ୍ଟଡାଉନ୍‌’ରେ କଲିକତାର ଡିଜେ ଡକ୍ଟର ମୁଖ୍ୟ ଆକର୍ଷଣ ରହିବ। ବିଭିନ୍ନ ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ ସଂସ୍ଥା ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଜିରୋ ନାଇଟ୍‌ ସେଲିବ୍ରେଶନ କରାଯିବ। ଏହାବ୍ୟତୀତ ହୋଟେଲ ଟ୍ରାଇଡେଣ୍ଟ, ହାଟେଲ ଏଚ୍‌ଏଚ୍‌ଆଇ, ହୋଟେଲ ଏମ୍ପାୟାର୍ସ, ହୋଟେଲ ପୁଷ୍ପକ ଏବଂ ଚନ୍ଦ୍ରଶେଖରପୁର, ପଟିଆ ଅଞ୍ଚଳରେ ଥିବା ଏକାଧିକ ଛୋଟବଡ ହୋଟେଲରେ ଜିରୋ ନାଇଟ୍‌ ସେଲିବ୍ରେଶନ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ ହୋଇଛି।

ମେଟ୍ରୋ |

ପୁରୀ ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ

ପୁରୀ ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ

ସାକ୍ଷୀଗୋପାଳ,୨୩।୧(ଡି.ଏନ୍‌.ଏ.): ପୁରୀ ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ମଙ୍ଗଳବାର ସାକ୍ଷୀଗୋପାଳ ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ମନ୍ତ୍ରୀ ପ୍ରଦୀପ ମହାରଥୀ ଯୋଗଦେଇ ଜଳସମ୍ପଦର ସୁବିନିଯୋଗ ପାଇଁ ଉପସ୍ଥିତ କୃଷକ ଓ ପାଣି ପଞ୍ଚାୟତ କର୍ମକର୍ତ୍ତାମାନଙ୍କୁ ଆହ୍ବାନ ଦେଇଥିଲେ।

ସଡ଼କ ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ

ସଡ଼କ ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ

ଚୌଦ୍ୱାର,୨୩।୧(ଡି.ଏନ୍‌.ଏ.): କଟକ ଚୌଦ୍ୱାର ଥାନା ଅନ୍ତର୍ଗତ କୁସ୍‌ପାଙ୍ଗୀ ନିକଟରେ ମଙ୍ଗଳବାର ଏକ ଟ୍ରକ୍‌ ଧକ୍କାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟଛି। ମୃତ ଶିକ୍ଷକ ହେଲେ ଜମ୍ବେଶ୍ୱର ଦାସ।

ନେତାଜୀ ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ପତାକା ଉତ୍ତୋଳନ

ନେତାଜୀ ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ପତାକା ଉତ୍ତୋଳନ

କଟକ ଅଫିସ,୨୩।୧: ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟରେ ଆୟୋଜିତ ନେତାଜୀ ଜୟନ୍ତୀ ସମାରୋହରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପତାକା ଉତ୍ତୋଳନ କରିବାସହ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି।

ନେତାଜୀ ମ୍ୟୁଜିୟମ ସମ୍ମୁଖରେ ବିକ୍ଷୋଭ

ନେତାଜୀ ମ୍ୟୁଜିୟମ ସମ୍ମୁଖରେ ବିକ୍ଷୋଭ

ପୁରୀ ଅଫିସ,୨୩।୧: ନେତାଜୀ ସୁଭାଷ ବୋଷ ମ୍ୟୁଜିୟମ ଖୋଲିବା ଦାବି ନେଇ ସ୍ଥାନୀୟ ଗୋପାଳବଲ୍ଲଭ ରେଡ୍‌ସ୍ଥିତ ନେତାଜୀ ସ୍ମୃତି ମ୍ୟୁଜିୟମ ସମ୍ମୁଖରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନେତାଜୀ ଜୟନ୍ତୀ କମିଟି ପକ୍ଷରୁ ମ୍ୟୁଜିୟମ ଫାଟକ ସମ୍ମୁଖରେ ଏହି ବିକ୍ଷୋଭ କରାଯିବା ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି।

ହୋଟେଲ ଅନନ୍ୟାରେ ଅଗ୍ନିକାଣ୍ଡ

ହୋଟେଲ ଅନନ୍ୟାରେ ଅଗ୍ନିକାଣ୍ଡ

ପୁରୀ ଅଫିସ,୨୩।୧: ସ୍ଥାନୀୟ ଭିଆଇପି ରୋଡସ୍ଥିତ ହୋଟେଲ ପ୍ରାଇଡ଼୍‌ ଅନନ୍ୟାରେ ମଙ୍ଗଳବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟିଛି। ହୋଟେଲର ଚତୁର୍ଥ ମହଲାରେ ଥିବା ପ୍ୟାଣ୍ଟ୍ରି ଷ୍ଟୋରରେ କୌଣସି କାରଣରୁ ନିଆଁ ଲାଗିଯିବାରୁ ଏହି ଅଘଟଣ ଘଟିଛି।

ମହାପ୍ରଭୁଙ୍କ ବେଣ୍ଟ ନୀତି ସମ୍ପନ୍ନ

ମହାପ୍ରଭୁଙ୍କ ବେଣ୍ଟ ନୀତି ସମ୍ପନ୍ନ

ପୁରୀ ଅଫିସ, ୨୨।୧: ଶ୍ରୀମନ୍ଦିରରେ ସୋମବାର ମହାପ୍ରଭୁଙ୍କ ଚାଚେରି ବେଶ ଓ ଭୋଗ ପରେ ଶ୍ରୀଦେବୀ, ଭୂଦେବୀ ଏବଂ ଦୋଳଗୋବିନ୍ଦ ଆଜ୍ଞାମାଳ ପାଇ ବେଣ୍ଟ(ଶିକାର) ନୀତି ନିମନ୍ତେ ବିମାନରେ ବିଜେ ହୋଇଥିଲେ।

ଛତିଶା ନିଯୋଗ ବୈଠକ: ଚନ୍ଦ୍ରଗ୍ରହଣ ନୀତି ଚୂଡ଼ାନ୍ତ

ଛତିଶା ନିଯୋଗ ବୈଠକ: ଚନ୍ଦ୍ରଗ୍ରହଣ ନୀତି ଚୂଡ଼ାନ୍ତ

ପୁରୀ ଅଫିସ, ୨୨।୧: ଆସନ୍ତା ୩୧ ତାରିଖରେ ମାଘ ପୂର୍ଣ୍ଣିମା। ଏହିଦିନ ମହାପ୍ରଭୁଙ୍କ ଗଜଉଦ୍ଧାରଣ ବେଶ ସାଙ୍ଗକୁ ରାହୁ ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ ମଧ୍ୟ ପଡୁଛି। ତେଣୁ ସୋମବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏହିଦିନର ନୀତି ନିର୍ଘଣ୍ଟ କରାଯାଇଛି।

ପଲିଥିନଜନିତ ପ୍ରଦୂଷଣକୁ ନେଇ ଏନ୍‌ଜିଟିଙ୍କ ଅସନ୍ତୋଷ

ପଲିଥିନଜନିତ ପ୍ରଦୂଷଣକୁ ନେଇ ଏନ୍‌ଜିଟିଙ୍କ ଅସନ୍ତୋଷ

ପୁରୀ ଅଫିସ, ୨୨।୧: ପୁରୀ ସହରରେ ପଲିଥିନ ଏବଂ ପ୍ରଦୂଷଣକୁ ନେଇ ଅସନ୍ତୋଷ ବ୍ୟକ୍ତି କରିଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି)। ପଲିଥିନ ବ୍ୟବହାର ରୋକିବା ସହ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ ପଦକ୍ଷେପ ନେବାକୁ ପୁରୀ ପୌରସଂସ୍ଥାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି।

ଆପଣଙ୍କ ଭଲପାଇବା ମୋତେ ଋଣୀ କରିଛି: ମୁଖ୍ୟମନ୍ତ୍ରୀ

ଆପଣଙ୍କ ଭଲପାଇବା ମୋତେ ଋଣୀ କରିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨।୧(ବ୍ୟୁରୋ)- ପୁନେର ଏମ୍‌ଆଇଟି-ଡବ୍ଲ୍ୟୁପିୟୁ କ୍ୟାମ୍ପସ୍‌ରେ ୮ମ ଭାରତୀୟ ଛାତ୍ର ସଂସଦ ଅବସରରେ ରବିବାର ଦେଶର ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଫେରିଛନ୍ତି।

ନିର୍ବାଚନ କମିଶନଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପ୍ରଶ୍ନ: କାହିଁକି ପ୍ରକାଶ ପାଉନାହିଁ ବିଜେପୁର ଉପନିର୍ବାଚନ ବିଜ୍ଞପ୍ତି

ନିର୍ବାଚନ କମିଶନଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପ୍ରଶ୍ନ: କାହିଁକି ପ୍ରକାଶ ପାଉନାହିଁ ବିଜେପୁର ଉପନିର୍ବାଚନ ବିଜ୍ଞପ୍ତି

ନୂଆଦିଲ୍ଲୀ,୨୨।୧(ସ୍ବ.ପ୍ର.): ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ପାଇଁ ଏ ପର୍ଯ୍ୟନ୍ତ କାହିଁକି ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ଏହି ଉପନିର୍ବାଚନକୁ କାହିଁକି ବିଳମ୍ବିତ କରାଯାଉଛି ବୋଲି ସୋମବାର ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କରିଛନ୍ତି ଦିଲ୍ଲୀ ହାଇକୋର୍ଟ।

କୋକେଇ ହଲିଲା, ଶୁଣାଗଲା କଥା: ୧୧ ଘଣ୍ଟା ପରେ ଆଖି ବୁଜିଲେ

କୋକେଇ ହଲିଲା, ଶୁଣାଗଲା କଥା: ୧୧ ଘଣ୍ଟା ପରେ ଆଖି ବୁଜିଲେ

କଟକ ଅଫିସ, ୨୨।୧- କୋକେଇ ବନ୍ଧା ସରିଥିଲା। ପରିଜନଙ୍କ ମଧ୍ୟରେ କାନ୍ଦ ବୋବାଳି ପଡ଼ିଯାଇଥିଲା। ହେଲେ ଶ୍ମଶାନ ଅଭିମୁଖେ କୋକେଇ ଉଠିଲା ବେଳକୁ ତାହା ହଲିବା ସହ କଥାସ୍ବର ଶୁଣାଯାଇଥିଲା।

ମହାପ୍ରଭୁଙ୍କ ଚାଚେରି ବେଶ

ମହାପ୍ରଭୁଙ୍କ ଚାଚେରି ବେଶ

ପୁରୀ ଅଫିସ, ୨୨।୧: ପବିତ୍ର ବସନ୍ତ ପଞ୍ଚମୀରେ ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚାଚେରି ବେଶ ଅନୁଷ୍ଠିତ ହୋଇଛି। ହଜାର ହଜାର ଭକ୍ତ ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ମଇଲମ ହୋଇଥିଲା।