ରାଜ୍ୟ |

ଆଜି ବିଜେଡିକୁ ପୂରିବ ୨୦: ଶ୍ରୀକ୍ଷେତ୍ରରେ ପ୍ରସ୍ତୁତ ହେବ ଆଗାମୀ ଓଡ଼ିଶାର ରୂପରେଖ

ଆଜି ବିଜେଡିକୁ ପୂରିବ ୨୦: ଶ୍ରୀକ୍ଷେତ୍ରରେ ପ୍ରସ୍ତୁତ ହେବ ଆଗାମୀ ଓଡ଼ିଶାର ରୂପରେଖ

ପୁରୀ ଅଫିସ, ୨୫।୧୨: ଡିସେମ୍ବର୨୬ ମଙ୍ଗଳବାର ବିଜୁ ଜନତା ଦଳ (ବିଜେଡି)କୁ ପୂରିବ ୨୦ବର୍ଷ। ଶ୍ରୀକ୍ଷେତ୍ର ମାଟିରେ ଦଳ ପାଳିବ ୨୦ବର୍ଷ ପୂର୍ତ୍ତି ତଥା ପ୍ରତିଷ୍ଠା ଦିବସ। ଏହାସହିତ ଏକ ନୂଆ ଇତିହାସ ସୃଷ୍ଟି କରିବ ବିଜେଡି। ପ୍ରଥମଥର ଲାଗି ସଚିବାଳୟ ବାହାରେ ପୁରୀରେ ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ। ସର୍କିଟ ହାଉସ ପାଲଟିବ ଅଦିନିଆ ସଚିବାଳୟ। ଏଠି ବସି ମନ୍ତ୍ରୀ, ସଚିବ ପ୍ରସ୍ତୁତ କରିବେ ଆଗାମୀ ଓଡ଼ିଶା ଗଠନର ରୂପରେଖ। ଏଥିଲାଗି ବିଜେଡି ନେତା, ମନ୍ତ୍ରୀ ଓ ଦଳୀୟ କର୍ମକର୍ତ୍ତା ପୁରୀରେ ଡେରା ପକାଇଛନ୍ତି। ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି।
ତାଳବଣିଆସ୍ଥିତ ଇନ୍‌ଡୋର ଷ୍ଟାଡିୟମ ପଡିଆରେ ଆୟୋଜିତ ହେବ ବିଜେଡିର ଏହି ମେଗା କାର୍ଯ୍ୟକ୍ରମ। ୨୦ ବର୍ଷର ପୂର୍ତ୍ତିକୁ ସ୍ମରଣୀୟ କରିବା ଲାଗି ଶ୍ରୀକ୍ଷେତ୍ରକୁ ସଜେଇ ଦିଆଯାଇଛି। ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଦଳୀୟ ପତାକା ଛାଇଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଲାଗିଛି ସ୍ବାଗତ ତୋରଣ। ଇନ୍‌ଡୋର ଷ୍ଟାଡିୟମ୍‌ରେ ପ୍ରସ୍ତୁତ ହୋଇଯାଇଛି ମଞ୍ଚ ଓ ସମାବେଶ ସ୍ଥଳ। ଏଥିଲାଗି ଅତ୍ୟାଧୁନିକ ଢାଞ୍ଚାରେ ଟେଣ୍ଟ ପ୍ରସ୍ତୁତି ହୋଇଛି। ଦଳର ରାଜ୍ୟସ୍ତରୀୟ ନେତୃବୃନ୍ଦଙ୍କ ସହ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ୱ କର୍ମୀଙ୍କ ବସିବା ଲାଗି ବ୍ୟବସ୍ଥା କରାଯାଇଛି। ପ୍ରତିଷ୍ଠା ଦିବସରେ ଯେପରି ସାମାନ୍ୟତମ ତ୍ରୁଟି ନ ଘଟେ ସେଥିଲାଗି ଦାୟିତ୍ୱରେ ଥିବା ତୁଙ୍ଗନେତାମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରୁଛନ୍ତି। ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ପୂର୍ବାହ୍ନ ୧୦ଟାରେ ଉଦ୍‌ଘାଟିତ ହେବ। ଏହାପରେ ଦଳର ପ୍ରମୁଖ ନେତାମାନେ ନିଜର ବକ୍ତବ୍ୟ ରଖିବେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ସଡ଼କ ପଥରେ ଆସି ପୂର୍ବାହ୍ନ ସାଢେ ୧୦ଟାରେ ଶ୍ରୀମନ୍ଦିରରେ ପହଞ୍ଚତ୍ବେ। ମହାପ୍ରଭୁଙ୍କୁ ଦର୍ଶନ ପରେ ସେଠାରୁ ସ୍ବର୍ଗଦ୍ୱାର ଯିବେ। ପ୍ରବାଦ ପୁରୁଷ ବିଜୁବାବୁଙ୍କ ସମାଧି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରି ବେଳାଭୂମି ମାର୍ଗ ଦେଇ ସର୍କିଟ ହାଉସରେ ପହଞ୍ଚତ୍ବେ। ପୂର୍ବାହ୍ନ ୧୧ଟାରେ ସର୍କିଟ ହାଉସରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ। ସର୍କିଟ ହାଉସର ତୃତୀୟ ମହଲାସ୍ଥିତ ସମ୍ମିଳନୀ କକ୍ଷରେ କ୍ୟାବିନେଟ ବସିବ। କ୍ୟାବିନେଟ ପରେ ମୁଖ୍ୟମନ୍ତ୍ରୀ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ।
ବିଜେଡିର ପ୍ରତିଷ୍ଠା ଦିବସ ପାଇଁ ଜିଲା ପ୍ରଶାସନ ଏବଂ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିଲାଗି ସାଧାରଣ ଜନତା ଯେପରି ହଇରାଣ ନ ହେବେ ତାହା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଦୈନନ୍ଦିନ ଭଳି ସ୍ବାଭାବିକ ରହିବ ଯାତ୍ରୀବାହୀ ବସ୍‌ ଚଳାଚଳ। ପୂର୍ବପରି ଟୁରିଷ୍ଟ ବସ୍‌ଗୁଡ଼ିକ ମାଳତିପାଟପୁର ବସ୍‌ଷ୍ଟାଣ୍ଡରେ ପାର୍କିଂ କରିବେ। କିନ୍ତୁ ସମାବେଶ ପାଇଁ ଆସୁଥିବା ବସ୍‌ଗୁଡ଼ିକ ତାଳବଣିଆ ଥାନା ସମ୍ମୁଖ ଭୂଦାନ ପଡ଼ିଆ, ବାଲିଘାଟ ପଡ଼ିଆ ଏବଂ ନାଗପାଟଣାଠାରେ ପାର୍କିଂ କରିବେ। କାର ଏବଂ ଅନ୍ୟାନ୍ୟ ଚାରିଚକିଆ ଗାଡି ଆଇଟିଆଇ ପଡିଆରେ ପାର୍କିଂ କରିବ। ଭିଆଇପି ଓ ଭିଭିଆଇପି ଗାଡିଗୁଡ଼ିକ ସଭାସ୍ଥଳ ସମ୍ମୁଖ ପଡ଼ିଆରେ ରହିବ। ସମସ୍ତ ଦୁଇଚକିଆ ଯାନ ହେଲିପ୍ୟାଡ୍‌ରେ ପାର୍କିଂ କରିବା ଲାଗି ସ୍ଥିର ହୋଇଛି। କାର୍ଯ୍ୟକ୍ରମ ଲାଗି ମୋଟ ୨୭ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଅତିରିକ୍ତ ଏସ୍‌ପି ପାହ୍ୟାର ୫ ଜଣ, ଡିଏସ୍‌ପି ୮, ଇନ୍ସପେକ୍ଟର ୨୩, ସବ୍‌ଇନ୍ସପେକ୍ଟର ଏବଂ ଏଏସ୍‌ଆଇ ୧୦୩, କନଷ୍ଟେବଳ ଓ ହାବିଲଦାର ୭୪ ଏବଂ ୨୮୨ ହୋମ୍‌ଗାର୍ଡ ମୁତୟନ ହେବେ।

All Right Reserved By

ରାଜ୍ୟ |

ଅଗଷ୍ଟ ୭ରେ ୨୪ ଘଣ୍ଟିଆ ପରିବହନ ଧର୍ମଘଟ

ଅଗଷ୍ଟ ୭ରେ ୨୪ ଘଣ୍ଟିଆ ପରିବହନ ଧର୍ମଘଟ

ଭୁବନେଶ୍ୱର, ୨୨।୭(ବ୍ୟୁରୋ)- ଡ଼ିଜେଲ, ଯନ୍ତ୍ରପାତି ଦରବୃଦ୍ଧି ଓ ଥାର୍ଡ ପାର୍ଟି ଇନ୍‌ସ୍ୟୁରାନ୍ସ ରାଶି ବୃଦ୍ଧି ବିରୋଧରେ ଆସନ୍ତା ଅଗଷ୍ଟ ୭ରେ ଦେଶବ୍ୟାପୀ ୨୪ ଘଣ୍ଟିଆ ପରିବହନ ଧର୍ମଘଟ ହେବ। ଏହି ଧର୍ମଘଟ ପାଇଁ ସାରା ଭାରତ ସଡ଼କ ପରିବହନ ମହାସଂଘ ସମୂହ ଓ ସିଆଇଟିୟୁ, ଏଚ୍‌ଏମ୍‌ଏସ୍‌,

ମହାପ୍ରଭୁଙ୍କୁ ଭେଟିଲେ ଲକ୍ଷ୍ମୀ ଠାକୁରାଣୀ: ଭେଟ କରାଇଲେ ଗଜପତି

ମହାପ୍ରଭୁଙ୍କୁ ଭେଟିଲେ ଲକ୍ଷ୍ମୀ ଠାକୁରାଣୀ: ଭେଟ କରାଇଲେ ଗଜପତି

ପୁରୀ ଅଫିସ,୨୨ା୭: ଜନ୍ମବେଦୀରେ ଲୀଳାଖେଳା ସାରି ଭାଇ ଭଉଣୀକୁ ସାଥୀରେ ଧରି ସିଂହଦ୍ୱାର ଅଭିମୁଖେ ଯାଉଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ । ଶ୍ରୀମନ୍ଦିର ଆନନ୍ଦ ବଜାର ନିକଟସ୍ଥ ଚାହାଣି ମଣ୍ଡପରେ ରହି ସ୍ବାମୀ ଆସୁଥିବା ବାଟକୁ ଚାହିଁ ରହିଥିଲେ ମହାଲକ୍ଷ୍ମୀ ।

ଡକାୟତି ଯୋଜନା, ୪ ଗିରଫ, ଦେଶୀ ବନ୍ଧୁକ, ଖଣ୍ଡା ଜବତ

ଡକାୟତି ଯୋଜନା, ୪ ଗିରଫ, ଦେଶୀ ବନ୍ଧୁକ, ଖଣ୍ଡା ଜବତ

ରାଉରକେଲା ଅଫିସ,୨୨।୭- ଡକାୟତି ଯୋଜନା କରୁଥିବାବେଳେ ପ୍ଲାଣ୍ଟ ସାଇଟ୍‌ ଥାନା ପୋଲିସ ଶନିବାର ଚଢ଼ାଉ କରି ୪ଜଣଙ୍କୁ କାବୁ କରିଛି। ଏମାନେ ହେଲେ ରାଜଗାଙ୍ଗପୁର ଇଦଗା ମୋହଲ୍ଲାର ଏମ୍‌ଡି ଜଲିଲ (୪୨), ଗୋପବନ୍ଧୁପାଲିର ମହମ୍ମଦ ଅଫତାବ (୨୪), ମହତାବ ରୋଡ୍‌ର ମହମ୍ମଦ ରାଜା (୩୪) ଓ ପ୍ଲାଣ୍ଟ ସାଇଟ୍‌ ପୋଷ୍ଟ ଅଫିସ ଗଳିର ମହମ୍ମଦ ଚାନ୍ଦ (୩୦)। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଏମାନେ ଏକ ବଡ଼ ଧରଣର ଡକାୟତି ଯୋଜନା କରୁଥିଲେ ବୋଲି ପୋଲିସ କହିଛି। ଗିରଫ ଅଭିୟୁକ୍ତମାନଙ୍କଠାରୁ ପୋଲିସ ଏକ ଦେଶୀ ବନ୍ଧୁକ, ୫ ଖଣ୍ଡା, ଦୁଇଟି ମୋବାଇଲ, ଗୋଟିଏ ବାଇକ (ନଂ. ଓଆର୍‌୧୪-ଟି୦୩୦୧) ଜବତ କରିଛି।

ହୀରାକୁଦ ଡ୍ୟାମ ଜଳସ୍ତର ୬୧୨.୯୨

ହୀରାକୁଦ ଡ୍ୟାମ ଜଳସ୍ତର ୬୧୨.୯୨

ସମ୍ବଲପୁର,୨୨।୭(ବ୍ୟୁରୋ): ହୀରାକୁଦ ଜଳଭଣ୍ଡାର ଜଳସ୍ତର ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ୬୧୨.୯୨ ଫୁଟ ରହିଛି। ଜଳଭଣ୍ଡାରକୁ ବିଗତ ୩ଘଣ୍ଟା ଧରି ପ୍ରତି ସେକେଣ୍ଡରେ ୧,୬୪,୮୭୪ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି । ସେହିପରି ଜଳଭଣ୍ଡାରରୁ ବିଭିନ୍ନ କେନାଲ ମାଧ୍ୟମରେ ପ୍ରତି ସେକେଣ୍ଡରେ ୩୭୦ କ୍ୟୁସେକ୍‌ ନିଷ୍କାସିତ ହେଉଛି। ୨୪ ଘଣ୍ଟା ମଧ୍ୟରେ ଉପରମୁଣ୍ଡରେ ୨୯.୮୯ ମିମି ବର୍ଷା ହୋଇଛି। ସେହିପରି ତଳମୁଣ୍ଡରେ ୧୩୦.୬୧ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ବୁର୍ଲାଠାରେ ୬୨୧. ୪୦ ମିମି ବର୍ଷା ହୋଇଥିବା ହୀରାକୁଦ ଡ୍ୟାମ କଣ୍ଟ୍ରୋଲ ରୁମ ପକ୍ଷରୁ ସୂଚିତ କରାଯାଇଛି ।

ଆସିକା : ବିପଦ ସଙ୍କେତ ଉପରେ ବଡ଼ନଦୀ

ଆସିକା : ବିପଦ ସଙ୍କେତ ଉପରେ ବଡ଼ନଦୀ

ଆସିକା,୨୨ା୭ (ଡି.ଏନ୍‌.ଏ.): ଆସିକା ଅଞ୍ଚଳରେ ଗୁରୁବାର ରାତିରୁ ଲଗାଣ ବର୍ଷା ହେଉଥିଲା। ରବିବାର ବର୍ଷା କମିଛି। ଉପରମୁଣ୍ଡରେ ବର୍ଷା ଯୋଗୁ ଋଷିକୁଲ୍ୟା, ବଡ଼ନଦୀ ଓ ବାଘୁଆରେ ବନ୍ୟାଜଳ ପ୍ରବେଶ କରିଛି । ରବିବାର ସକାଳେ ଆସିକାଠାରେ ବଡ଼ନଦୀରେ ବନ୍ୟାଜଳ ବିପଦସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ଋଷିକୁଲ୍ୟା ଓ ବାଘୁଆ ନଦୀରେ ବିପଦ ସଙ୍କେତଠାରୁ ବହୁ ତଳକୁ ରହିଥିଲା। ଆସିକାଠାରେ ବଡ଼ନଦୀର ବିପଦ ସଙ୍କେତ ୧୧ ଫୁଟ ରହିଥିବା ବେଳେ ରବିବାର ୧୧.୫ରେ ଜଳ ପ୍ରବାହିତ ହେଉଥିଲା ।

ଜଳକା ନଦୀର ଜଳସ୍ତର ବୃଦ୍ଧି: ଚାଷ ଜମିରେ ପଶିଲା ବନ୍ୟାଜଳ

ଜଳକା ନଦୀର ଜଳସ୍ତର ବୃଦ୍ଧି: ଚାଷ ଜମିରେ ପଶିଲା ବନ୍ୟାଜଳ

ରୂପ୍‌ସା, ୨୨।୭(ଡି.ଏନ.ଏ.)-ବାଲେଶ୍ୱର ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବସ୍ତା ବ୍ଲକର ମଥାନୀଠାରେ ଜଳକା ନଦୀର ଜଳସ୍ତର ବୃଦ୍ଧି ଘଟୁଥିବାରୁ ଚାଷ ଜମି ଜଳମଗ୍ନ ହୋଇଛି। ମଥାନୀଠାରେ ଜଳକା ନଦୀର ବିପଦ ସଙ୍କେତ ୫.୫୦ ମି.। ଶନିବାର ରାତି ସୁଦ୍ଧା ଏଠାରେ ୫.୭୮ ମି.ରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ରବିବାର ସନ୍ଧ୍ୟା ସୁଦ୍ଧା ଏହା ୫.୯୦ମି.ରେ ପ୍ରବାହିତ ହେଉଛି।

ଦାଉ ସାଜିଲା ବର୍ଷା: ପରୀକ୍ଷା ଦେଇପାରିଲେନି ପରୀକ୍ଷାର୍ଥୀ

ଦାଉ ସାଜିଲା ବର୍ଷା: ପରୀକ୍ଷା ଦେଇପାରିଲେନି ପରୀକ୍ଷାର୍ଥୀ

କେନ୍ଦୁଝର, ୨୨ା୭(ସ୍ବ.ପ୍ର.): ରବିବାର ଜେଇଇ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ପ୍ରବଳ ବର୍ଷା ଯୋଗୁଁ ଦୂରଦୁରାନ୍ତରୁ ବହୁ ପରୀକ୍ଷାର୍ଥୀ ଆସି ପାରିନାହାନ୍ତି। ସ୍ଥାନୀୟ ଧରଣୀଧର ସ୍ବଂୟ ଶାସିତ ମହାବିଦ୍ୟାଳୟ ପରୀକ୍ଷା କେନ୍ଦ୍ରକୁ ଅନେକ ପରୀକ୍ଷାର୍ଥୀ ଆସିଥିଲେ ହେଁ ବିଳମ୍ବରେ ପହଞ୍ଚିବା କାରଣରୁ ପରୀକ୍ଷା ଦେବା ପାଇଁ ଅନୁମତି ନ ମିଳିବାରୁ ନିରାଶ ହୋଇ ଫେରିଛନ୍ତି।

ଖଣିଜ ଚୋରି ରୋକିପାରୁନି ବିଭାଗ: ଝାଡଖଣ୍ଡକୁ  ହେଉଛି ଚୋରା ଚାଲାଣ

ଖଣିଜ ଚୋରି ରୋକିପାରୁନି ବିଭାଗ: ଝାଡଖଣ୍ଡକୁ ହେଉଛି ଚୋରା ଚାଲାଣ

ଯୋଡା,୨୨।୭(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ଖଣିମଣ୍ଡଳ ତଥା ୨୧୫ ନଂ ଜାତୀୟ ରାଜପଥର ରଣାଶାଳ ଘାଟି ନିକଟରେ ନିର୍ମାଣ ହେଉଥିବା ରାସ୍ତାରୁ ବିପୁଳ ପରିମାଣର ମାଙ୍ଗାନିଜ ଖଣିଜ ବାହାରୁଛି। ମୂଲ୍ୟବାନ ମାଙ୍ଗାନିଜ ଖଣିଜକୁ ରାତିରେ ଅନାୟାସରେ ଚୋରି ହେଉଛି।

ସାରବସା-କାଳ ଡ୍ୟାମ୍‌ ରାସ୍ତା ମରଣଯନ୍ତା

ସାରବସା-କାଳ ଡ୍ୟାମ୍‌ ରାସ୍ତା ମରଣଯନ୍ତା

କପ୍ତିପଦା,୨୨ା୭(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଜେ.ଏସ୍‌. ଜାମଡିିହା ପଞ୍ଚାୟତର ପୋଡ଼ାଡ଼ିହା ଛକଠାରୁ କାଳବନ୍ଧ ଦେଇ ଯାଇଥିବା ସାରବସା-କାଳଡ୍ୟାମ ରାସ୍ତା ମରଣଯନ୍ତ୍ରା ପାଲଟିଛି । କପ୍ତିପଦା ବ୍ଲକ୍‌ ସଦର ମହକୁମାକୁ ଯିବା ପାଇଁ ଦେବଳା, ଜେ.ଏସ୍‌. ଜାମଡ଼ିହା, ଚକ୍ରଧରପୁର ଓ କୁଳିଅଳମ୍‌ ଆଦିି

ଦିନକର ବର୍ଷାରେ ବୀମରହାରାଜପୁର ଉପଖଣ୍ଡ ଜଳାର୍ଣ୍ଣବ, ଯୋଗାଯୋଗ ବିଚ୍ଛିନ୍ନ

ଦିନକର ବର୍ଷାରେ ବୀମରହାରାଜପୁର ଉପଖଣ୍ଡ ଜଳାର୍ଣ୍ଣବ, ଯୋଗାଯୋଗ ବିଚ୍ଛିନ୍ନ

ବୀରମହାରାଜପୁର, ୨୨ା୭(ଡି.ଏନ.ଏ.): ଦୁଇଦିନର ଲଗାଣ ବର୍ଷାରେ ସୁବର୍ଣ୍ଣପୁର ଜିଲା ବୀମରହାରାଜପୁର ଉପଖଣ୍ଡର ଅବସ୍ଥା ବେହାଲ ହୋଇଛି। କେବଳ ଗୋଟିଏ ଦିନ (ଶନିବାର)ର ବୃଷ୍ଟିପାତ ୪୧୩ ମିମି ରେକର୍ଡ କରାଯାଇଛି। ଏହାର ପ୍ରଭାବରେ ଦେଖାଦେଇଛି ବନ୍ୟାଜନିତ ପରିସ୍ଥିତି।

ଜଗତ୍‌ସିଂହପୁରରେ ଶିକ୍ଷା ବିଭାଗର ପ୍ରଥମ ପେନ୍‌ସନ୍‌ ଅଦାଲତ, ସମାଧାନ ହେଲା ୨୮ ମାମଲା

ଜଗତ୍‌ସିଂହପୁର ଅଫିସ, ୨୨ା୭: ଜଗତ୍‌ସିଂହପୁର ଜିଲା ଶିକ୍ଷା ବିଭାଗ ପକ୍ଷରୁ ରବିବାର ସ୍ଥାନୀୟ ଶ୍ରୀକୃଷ୍ଣ ଏକାଡେମୀ ପରିସରରେ ଅନୁଷ୍ଠିତ ହୋଇଛି ପ୍ରଥମ ପେନ୍‌ସନ୍‌ ଅଦାଲତ। ଏଥିରେ ମୋଟ ୧୦୩ ମାମଲା ପଞ୍ଜିକୃତ ହୋଇଥିବାବେଳେ ଫଏସଲା ହୋଇଥିଲା ମାତ୍ର ୨୮ଟି। ସଂଖ୍ୟା ଦୃଷ୍ଟିରୁ ଫଏସଲା କମ୍‌ ହୋଇଥିଲେ ସୁଦ୍ଧା ଯଥାଶୀଘ୍ର ଅବଶିଷ୍ଟ ଅଭିଯୋଗ ସମାଧାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ୧ ସପ୍ତାହ ମଧ୍ୟରେ ଆଉ ୫୦ ମାମଲା ଫଏସଲା ହେବ। ଏଭଳି ଏକ ଅଦାଲତ ଦ୍ୱାରା ମାମଲା ସମାଧାନ ହୋଇ ପାରିଥିବାରୁ ଅନେକଙ୍କ ମନରେ ହସ ଫୁଟିଛି।

ସଅଳ ବାହୁଡ଼ିଲେ ମହାପ୍ରଭୁ: ସିଂହଦ୍ୱାରରେ ଚତୁର୍ଦ୍ଧାବିଗ୍ରହ

ସଅଳ ବାହୁଡ଼ିଲେ ମହାପ୍ରଭୁ: ସିଂହଦ୍ୱାରରେ ଚତୁର୍ଦ୍ଧାବିଗ୍ରହ

ପୁରୀ ଅଫିସ,୨୨ା୭: ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ଶେଷ ହୋଇଛି। ସିଂହଦ୍ୱାରରେ ପହଞ୍ଚତ୍ଛନ୍ତି ତିନିରଥ। ବାହୁଡା ନୀତିକାନ୍ତି ଓ ପହଣ୍ଡି ବି ସଅଳ ହୋଇଥିଲା। ନିର୍ଘଣ୍ଟ ସମୟର ପ୍ରାୟ ଅଢେଇ ଘଣ୍ଟା ପୂର୍ବରୁ ଆରମ୍ଭ ହେଲା ରଥଟଣା। ସିଂହଦ୍ୱାରରେ ପହଞ୍ଚତ୍ଥିବା ଚତୁର୍ଦ୍ଧାବିଗ୍ରହ ସୋମବାର ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ। ତେବେ ଚଳିତ ବର୍ଷର ବାହୁଡା ଯାତ୍ରାର ସଅଳ ପହଣ୍ଡି ଓ ରଥଟଣା ଏକ ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି ।

Model This Week

ଚିଣ୍ଟୁ