ମେଟ୍ରୋ |

ବିଜେଡି ପ୍ରତିଷ୍ଠା ଦିବସ: ଫଟୋ ପ୍ରଦର୍ଶନୀ ଉଦ୍‌ଘାଟିତ

ବିଜେଡି ପ୍ରତିଷ୍ଠା ଦିବସ: ଫଟୋ ପ୍ରଦର୍ଶନୀ ଉଦ୍‌ଘାଟିତ
ପୁରୀ ଅଫିସ, ୨୫।୧୨: ମଙ୍ଗଳବାର ବିଜେଡିର ପ୍ରତିଷ୍ଠା ଦିବସ। ଏହାର ଅବ୍ୟବହିତ ପୂର୍ବରୁ ଦିଗବାରେଣୀ ବେଳାଭୂମିରେ ବିଜେଡି ପକ୍ଷରୁ ଆୟୋଜିତ ହୋଇଛି ଫଟୋଚିତ୍ର ପ୍ରଦର୍ଶନୀ। ପ୍ରଦର୍ଶନୀରେ ସ୍ଥାନ ପାଇଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ଫଟୋଚିତ୍ର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ଫଟୋଚିତ୍ର। ପରାଦ୍ୱୀପ ବନ୍ଦର ଉଦ୍‌ଘାଟନ, ବିଜୁ ବାବୁଙ୍କ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ଠାରୁ ଆରମ୍ଭ କରି ଶେଷଯାତ୍ରାର ଫଟୋ ମଧ୍ୟ ସ୍ଥାନିତ ହୋଇଛି। ସେହିପରି ନବୀନ ପଟ୍ଟନାୟକଙ୍କ କେନ୍ଦ୍ରମନ୍ତ୍ରୀ ସମୟର ଫଟୋ ସହିତ ମୁଖ୍ୟମନ୍ତ୍ରୀ ସମୟର ବିଭିନ୍ନ ଫଟୋ ପ୍ରଦର୍ଶନୀରେ ସ୍ଥାନ ପାଇଛି। ସମୁଦାୟ ୭୭ଟି ଫଟୋ ଏହି ପ୍ରଦର୍ଶନୀରେ ସ୍ଥାନୀତ ହୋଇଛି। ଏହାକୁ ପୁରୀ ଜିଲା ବିଜେଡି ସଭାପତି ତଥା ରାଜସ୍ବ ମନ୍ତ୍ରୀ ମହେଶ୍ୱର ମହାନ୍ତି ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଧାୟକ ସଞ୍ଜୟ କୁମାର ଦାସବର୍ମା, ପୁଷ୍ପେନ୍ଦ୍ର ସିଂ ଦେଓ, ଅରୁଣ ସାହୁ, ବ୍ୟୋମକେଶ ରାୟ, ପ୍ରଣବ କୁମାର ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।
All Right Reserved By

ମେଟ୍ରୋ |

କଟକଣା ପ୍ରହସନ, ସହରରେ ମାଳ ମାଳ ପଲିଥିନ:ପୁଣି ଚିଠି ଲେଖିଲା ପରିବେଶ ବିଭାଗ

କଟକଣା ପ୍ରହସନ, ସହରରେ ମାଳ ମାଳ ପଲିଥିନ:ପୁଣି ଚିଠି ଲେଖିଲା ପରିବେଶ ବିଭାଗ

ଭୁବନେଶ୍ୱର,୨୩।୧(ବ୍ୟୁରୋ)-ରାଜ୍ୟ ସରକାର ୫ ମହାନଗର ନିଗମ ସମେତ ପୁରୀ ସହରରେ ପଲିଥିନ ବ୍ୟବହାରକୁ ୨୦୧୮ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ନିଷେଧ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ସମେତ କଟକ, ବ୍ରହ୍ମପୁର,  ସମ୍ବଲପୁର, ରାଉରକେଲା ଏବଂ ପୁରୀ ସହରେ ଏହି କଟକଣା ଲାଗୁ କରାଯାଇଛି। ତେବେ କିଛି ଦିନ ଲୋକ ଦେଖାଣିଆ ଚଢାଉ ପରେ ମହାନଗର ନିଗମ କର୍ତ୍ତୃପକ୍ଷମାନେ ଶୋଇ ପଡିଛନ୍ତି । ସହର ସାରା ପଲିଥିନ ମୟ ହେବାରେ ଲାଗିଛି।

ସେଲଫି ୱିଥ୍‌ ସିଏମ୍‌ କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ  ମୁଖ୍ୟମନ୍ତ୍ରୀ

ସେଲଫି ୱିଥ୍‌ ସିଏମ୍‌ କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧(ବ୍ୟୁରୋ)- ରାଜ୍ୟରେ ୫ ଲକ୍ଷ ନୂଆ ଭୋଟର । ଏମାନେ ସମସ୍ତେ ଯୁବବର୍ଗର। ଏଥିସହିତ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହୁଥିବା ସମାଜର ଏକ ବଡ ଅଂଶ। ଏମାନଙ୍କୁ ଟାର୍ଗେଟ କରିଛି ବିଜେଡି।

ଲୁଟ୍‌ବେଳେ ବାଇକରୁ ଖସିପଡ଼ିଲେ ୨ ଲୁଟେରା

ଲୁଟ୍‌ବେଳେ ବାଇକରୁ ଖସିପଡ଼ିଲେ ୨ ଲୁଟେରା

ଭୁବନେଶ୍ୱର, ୨୩ା୧(ବ୍ୟୁରୋ)- ଚନ୍ଦ୍ରଶେଖରପୁର ଥାନା ଅଧୀନ ଡମଣା ଛକରେ ଜଣେ ଯୁବକଙ୍କଠାରୁ ମୋବାଇଲ ଏବଂ ବ୍ୟାଗ ଲୁଟ୍‌ କରିବାବେଳେ ବାଇକ୍‌ରୁ ଖସି ଦୁର୍ଘଟଣାର ଶିକାର ହୋଇଛନ୍ତି ୨ ଲୁଟେରା। 

ପଟ୍ଟନାୟକ ପରିବାର ଯୋଗୁ ରାହୁଲ ଅପଦସ୍ଥ: ଶ୍ରୀକାନ୍ତ

ପଟ୍ଟନାୟକ ପରିବାର ଯୋଗୁ ରାହୁଲ ଅପଦସ୍ଥ: ଶ୍ରୀକାନ୍ତ

ଭୁବନେଶ୍ୱର,୨୩।୧(ବ୍ୟୁରୋ)- ପିସିସି ସଭାପତି ନିଜର ଖଣି କାରବାର ପାଇଁ ମ୍ୟାନେଜର ଜରିଆରେ ଲାଞ୍ଛ ଦେଉଥିଲେ। ଏକଥା ସିଏ ସ୍ବୟଂ ସତ୍ୟପାଠ ଦାଖଲ କରି ସ୍ବୀକାର କରିଛନ୍ତି। ଏଥିପାଇଁ ଓଡ଼ିଶା ହାଇକୋର୍ଟ ତାଙ୍କୁ ଅଭ୍ୟାସଗତ ଲାଞ୍ଚଦାତା ବୋଲି ଅଭିହିତ କରିଥିଲେ। ତେଣୁ ଯେଉଁ ପ୍ରଦେଶ କଂଗ୍ରେସର ନେତୃତ୍ୱ ଏକଦା ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସଙ୍କ ଭଳି ବ୍ୟକ୍ତି ହାତରେ ରହିସାରିଛି। ସେହି କଂଗ୍ରେସର ନେତୃତ୍ୱ ଜଣେ ଅଭ୍ୟାସଗତ ଲାଞ୍ଚଦାତା ହାତରେ କିପରି ରହିବ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି। 

ନେତାଜୀ ଜୟନ୍ତୀରେ ସ୍ବତନ୍ତ୍ର ଲଫାପା ଉନ୍ମୋଚିତ

ନେତାଜୀ ଜୟନ୍ତୀରେ ସ୍ବତନ୍ତ୍ର ଲଫାପା ଉନ୍ମୋଚିତ

କଟକ ଅଫିସ୍‌, ୨୩।୧: ନେତାଜୀ ଜୟନ୍ତୀ ଅବସରରେ କଟକ ଜିପିଓ ଡାକ ଘରେ ସାଇକେଲ ରିକ୍ସା ବାହିତ ସ୍ବତନ୍ତ୍ର ଲଫାପା ଉନ୍ମୋଚିତ ହୋଇଛି।

ବିଧାୟକଙ୍କୁ ଗିରଫ ଦାବି: ବେଗୁନିଆ ଥାନାରେ ଭଙ୍ଗାରୁଜା

ବିଧାୟକଙ୍କୁ ଗିରଫ ଦାବି: ବେଗୁନିଆ ଥାନାରେ ଭଙ୍ଗାରୁଜା

ଖୋର୍ଦ୍ଧା ଅଫିସ/ବେଗୁନିଆ, ୨୩।୧(ଡି.ଏନ୍‌.ଏ.): ବେଗୁନିଆ ବିଧାୟକ ପ୍ରଶାନ୍ତ କୁମାର ଜଗଦେବଙ୍କୁ ଗିରଫ ଦାବିରେ ବୁଧବାର ବେଗୁନିଆ ଥାନାରେ ପଶି ଲୋକେ ଭଙ୍ଗାରୁଜା କରିଛନ୍ତି।  ଏଥିସହ ସେମାନେ ବେଗୁନିଆ ଦେଇ ଯାଇଥିବା ୫୭ ନଂ. ଜାତୀୟ ରାଜପଥକୁ ଅବରୋଧ କରିଥିବା ଜଣାପଡ଼ିଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେନାବନୀ ଦେଇଛନ୍ତି।

ସଂଗ୍ରହାଳୟରେ ନେତାଜୀ ଜୟନ୍ତୀ

ସଂଗ୍ରହାଳୟରେ ନେତାଜୀ ଜୟନ୍ତୀ

ପୁରୀ ଅଫିସ,୨୩ା୧: ନେତାଜୀ ସୁଭାଷ ବୋଷଙ୍କ ୧୨୨ତମ ଜୟନ୍ତୀ ବୁଧବାର ସ୍ଥାନୀୟ ନେତାଜୀ ସଂଗ୍ରହାଳୟ ପରିସରରେ ପାଳିତ ହୋଇଯାଇଛି । ଏଥିରେ ଜିଲାପାଳ ଜ୍ୟୋତିପ୍ରକାଶ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ନେତାଜୀଙ୍କ ସଂଗ୍ରାମୀ ଜୀବନୀ ଉପରେ ଆଲୋକପାତ କରିଥିଲେ । 

ଘନ କୁହୁଡ଼ିରେ ବୁଡ଼ିଯିବ ଉପକୂଳ,  ୧୨ ଜିଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଘନ କୁହୁଡ଼ିରେ ବୁଡ଼ିଯିବ ଉପକୂଳ, ୧୨ ଜିଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୩।୧(ବ୍ୟୁରୋ)-ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉପକୂଳ ଓଡିଶାକୁ ଘନ କୁହୁଡି ଘେରିଯିବ। ୧୦୦ ମିଟର ଯାଏ ମଧ୍ୟ ଦେଖିବା ସମ୍ଭବ ହେବ ନାହିଁ।  ଯାନବାହନ ଚଳାଇବା ବେଳେ ସାବଧାନତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ୧୨ ଜିଲାକୁ ସତର୍କ ସୂଚନା ଜାରି କରିଛି। ଦୁଇଦିନ ପର୍ଯ୍ୟନ୍ତ କୁହୁଡିର ପ୍ରଭାବ ଜାରି ରହିବ।

 କୋଷ୍ଟାଲ ହାଇୱେ ବାବଦରେ ଧର୍ମେନ୍ଦ୍ରଙ୍କ ଖବରଦାତା ସମ୍ମିଳନୀ  ପ୍ରାୟୋଜିତ, ‘ନିର୍ବାଚନୀ ଚାନ୍ଦା ପାଇଁ ଭାଜପାର ଅଭିସନ୍ଧି’: ପ୍ରତାପ ଜେନା

କୋଷ୍ଟାଲ ହାଇୱେ ବାବଦରେ ଧର୍ମେନ୍ଦ୍ରଙ୍କ ଖବରଦାତା ସମ୍ମିଳନୀ ପ୍ରାୟୋଜିତ, ‘ନିର୍ବାଚନୀ ଚାନ୍ଦା ପାଇଁ ଭାଜପାର ଅଭିସନ୍ଧି’: ପ୍ରତାପ ଜେନା

ଭୁବନେଶ୍ୱର,୨୩।୧(ବ୍ୟୁରୋ)- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଦିଲ୍ଲୀରେ ଓଡ଼ିଶାର ଉପକୂଳ ରାଜପଥ (କୋଷ୍ଟାଲ ହାଇୱେ) ବାବଦରେ କରିଥିବା ଖବରଦାତା ସମ୍ମିଳନୀ କେତେକ ଠିକାଦାରଙ୍କ ଦ୍ୱାରା ପ୍ରାୟୋଜିତ। ଭାଜପା ଏବଂ କେନ୍ଦ୍ରମନ୍ତ୍ରୀ ଅଭ୍ୟାସଗତ ଭାବେ ମିଛୁଆ। ତାଙ୍କ ଦ୍ୱାରା କୋଷ୍ଟାଲ ହାଇୱେ ସମ୍ପର୍କରେ ଦିଲ୍ଲୀରେ ରଖାଯାଇଥିବା ମନ୍ତବ୍ୟ ତାହା ଅମୂଳକ ଓ ଭିତ୍ତିହୀନ।

ସାଧାରଣ ନିର୍ବାଚନ ୨୦୧୯; ବିଜେଡି ବହୁତ ଭଲ ପ୍ରଦର୍ଶନ କରିବ:ମୁଖ୍ୟମନ୍ତ୍ରୀ

ସାଧାରଣ ନିର୍ବାଚନ ୨୦୧୯; ବିଜେଡି ବହୁତ ଭଲ ପ୍ରଦର୍ଶନ କରିବ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧(ବ୍ୟୁରୋ)- ସାଧାରଣ ନିର୍ବାଚନକୁ ପ୍ରାୟ ୧୦୦ ଦିନରୁ କମ୍‌ ସମୟ ରହିଛି। ମାର୍ଚ୍ଚ ପ୍ରଥମ ସପ୍ତାହରେ ନିର୍ବାଚନ ତାରିଖ ଘୋଷଣା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ୨୦୦୪ରୁ ଓଡ଼ିଶାରେ ଲୋକସଭା ସଙ୍ଗରେ ବିଧାନସଭା ନିର୍ବାଚନ ହୋଇଆସୁଛି। ତେଣୁ ରାଜ୍ୟରେ ନିର୍ବାଚନକୁ ନେଇ ଉତ୍ସାହ ଦେଖିବାକୁ ମିଳିଥାଏ। 

ଆଜି ନେତାଜୀ ଜୟନ୍ତୀ: ଝଲସୁଛି ସ୍ମୃତି ସୌଧ

ଆଜି ନେତାଜୀ ଜୟନ୍ତୀ: ଝଲସୁଛି ସ୍ମୃତି ସୌଧ

କଟକ ଅଫିସ,୨୩|୧- ବୁଧବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଦିବସ। ଏହି ଉପଲକ୍ଷେ ନେତାଜୀଙ୍କ ଅନ୍ତୁଡ଼ିଶାଳ କୁହାଯାଉଥିବା ଓଡ଼ିଆ ବଜାରସ୍ଥିତ ତାଙ୍କ ବାସଭବନ କୋଠା ପରିସର ସହରର ସବୁଠାରୁ ଆକର୍ଷଣୀୟ ସ୍ଥାନ ପାଲଟିଛି। 

ଜେଲ୍‌ ସଂସ୍କାର ମାମଲା: କ୍ଷେତ୍ର ପରିଦର୍ଶନ କରିବେ ନ୍ୟାୟିକ ଅଧିକାରୀ

କଟକ ଅଫିସ, ୨୩।୧- ରାଜ୍ୟର ଦୁଇ ପ୍ରମୁଖ ଜେଲ୍‌ ଚୌଦ୍ୱାର ମଣ୍ଡଳ କାରାଗାର ଓ ଭୁବନେଶ୍ୱରର ଝାରପଡ଼ା ଜେଲ୍‌ରେ ଭିତ୍ତିଭୂମିର ଘୋର ଅଭାବ ରହିଛି।  ଏହାବ୍ୟତୀତ କଏଦୀମାନଙ୍କୁ ସରକାର ସର୍ବନିମ୍ନ ସୁବିଧା ଯୋଗାଇଦେବାରେ ବିଫଳ ହୋଇଛନ୍ତି।