Dharitri News
ମେଟ୍ରୋ |

ମୋବାଇଲ କଟକଣା: ତିକ୍ତ ଅନୁଭୂତି ସାଉଣ୍ଟୁଛନ୍ତି ଭକ୍ତ

ମୋବାଇଲ କଟକଣା: ତିକ୍ତ ଅନୁଭୂତି ସାଉଣ୍ଟୁଛନ୍ତି ଭକ୍ତ ପୁରୀ ଅଫିସ,୨୫।୧୨: ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ପାଇଁ ଏବେ ଅଡୁଆ ସାଜିଛି ମୋବାଇଲ ଫୋନ। ଜାଣତରେ ହେଉ କିମ୍ବା ଅଜାଣତରେ ମୋବାଇଲ ଫୋନ ସହ ଭିତରେ ଧରାପଡିଲେ ମିଳୁଛି ମାନସିକ ଯନ୍ତ୍ରଣା। ମହାପ୍ରଭୁଙ୍କୁ ଦର୍ଶନ କରିବାର ଭକ୍ତି ଭାବନାରେ ଲାଗୁଛି ଆଘାତ। ଏଥିପାଇଁ ମନ୍ଦିର ଭିତରେ ସେମାନଙ୍କୁ ଖରାପ ବ୍ୟବହାର ମଧ୍ୟ କରାଯାଉଛି, ଯାହାକୁ ନେଇ ଅତିଷ୍ଠ ହୋଇପଡୁଛନ୍ତି ଅନେକ ଭକ୍ତ। ଖୁସି ମନରେ ଜଗନ୍ନାଥଙ୍କୁ ଦର୍ଶନ ପାଇଁ ଆସି ତିକ୍ତ ଅନୁଭୂତି ସାଉଁଣ୍ଟି ଫେରୁଛନ୍ତି ବାହାର ରାଜ୍ୟର ଶ୍ରଦ୍ଧାଳୁ। ବିଗତ କିଛିଦିନ ହେବ ଏକାଧିକଥର ଏଭଳି ଘଟଣା ଦେଖିବାକୁ ମିଳିଛି। ସୋମବାର ମଧ୍ୟ ମୋବାଇଲ ଫୋନ ପାଇଁ ଝାଡଖଣ୍ଡର ଏକ ପରିବାର ହୀନସ୍ଥା ହୋଇଛନ୍ତି। ଘଣ୍ଟା ଘଣ୍ଟା ଧରି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସେମାନଙ୍କୁ ଲୁହ ଗଡାଇବାକୁ ପଡିଛି। କେବଳ ଏତିକି ନୁହେଁ, ଅଜାଣତରେ କରିଥିବା ଭୁଲ ପାଇଁ ତାଙ୍କୁ ମନ୍ଦିର ଭିତରେ ଖରାପ ବ୍ୟବହାର କରାଯାଇଛି ବୋଲି ଅଭିଯୋଗ କରିଛନ୍ତି। ଶ୍ରୀମନ୍ଦିର ଭିତରକୁ କୌଣସି ଭକ୍ତ ମୋବାଇଲ ଫୋନ ନେବେ ନାହିଁ ବୋଲି କଡ଼ା କଟକଣା ରହିଛି। ଏଥିପାଇଁ ଚାରିଦ୍ୱାରରେ ଯାଞ୍ଚ କରାଯାଉଛି। ବିଭିନ୍ନ ସ୍ଥାନରେ ସୂଚନା ଫଳକ ମଧ୍ୟ ଲାଗିଛି। ଏହାସତ୍ତ୍ବେ ଭକ୍ତଙ୍କ ଜାଣତରେ ହେଉ ଅବା ଅଜାଣତରେ ମନ୍ଦିର ଭିତରକୁ ଯାଉଛି ମୋବାଇଲ ଫୋନ। ଭିତରେ ଯଦି କେହି ଧରାପଡୁଛନ୍ତି ତେବେ ସେମାନଙ୍କ ପ୍ରତି ବ୍ୟବହାର ଠିକ୍‌ କରାଯାଉ ନ ଥିବା ଅଭିଯୋଗ ହେଉଛି। ସୋମବାର ଝାଡଖଣ୍ଡ ଚାଇଁବସାରୁ ଆସିଥିବା ହରୀଶ ଶେଖର ମହାତୋଙ୍କ ପରିବାରକୁ ଏମିତି ସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି। ହରୀଶ ସପରିବାର ଶ୍ରୀମନ୍ଦିରକୁ ଆସିଥିଲେ। ସାଥୀରେ ଥିଲେ ସ୍ତ୍ରୀ ଗୀତା, ସାନ ଭାଇ ହିମାଂଶୁ ଓ ତାଙ୍କ ସ୍ତ୍ରୀ ସୀମା ଏବଂ ୪ଜଣ ଛୋଟ ପିଲା। ତେବେ ମୋବାଇଲ ପାଇଁ ବେଢା ଭିତରେ ସେମାନଙ୍କୁ ଦୁର୍ବ୍ୟବହାର କରାଯାଇଛି ବୋଲି କାନ୍ଦିକାନ୍ଦି କହିଛନ୍ତି ଗୀତା। ସେ କହିଛନ୍ତି, ଆମେ ପ୍ରଥମଥର ଲାଗି ଖୁସି ମନରେ ଶ୍ରୀମନ୍ଦିରକୁ ଆସିଥିଲୁ। ପ୍ରବେଶ ଦ୍ୱାରରେ ଆମକୁ ସେଭଳି ଯାଞ୍ଚ କରାଯାଇ ନ ଥିଲା କି ମୋବାଇଲ ଫୋନ ସଂକ୍ରାନ୍ତରେ କିଛି କୁହାଯାଇ ନ ଥିଲା। ଆମେ ମଧ୍ୟ ମନ୍ଦିର ଭିତରକୁ ମୋବାଇଲ ଫୋନ ବାରଣ ସମ୍ପର୍କରେ ଜାଣି ନ ଥିଲୁ। ବେଢା ଭିତରେ ମୋର ଛୋଟ ପୁଅ ଗେମ୍‌ ଖେଳିବା ପାଇଁ ମୋବାଇଲ ଫୋନ ମାଗିଥିଲା। ସ୍ବାମୀ ପୁଅକୁ ମୋବାଇଲ ଫୋନ ଦେବା ବଳେ ଜଣେ ପଣ୍ଡା ଦେଖି ଫୋନଟିକୁ ପୁଅ ହାତରୁ ଝାମ୍ପି ନେଇଥିଲେ। ମୁଁ ପଚାରିବା ପୂର୍ବରୁ ଚାଲ କହି ମୋ ହାତ ଧରି ଟାଣି ଟାଣି ନେଇଥିଲେ। ପରେ ହିଂମାଶୁଙ୍କ ପକେଟରୁ ଆଉ ଏକ ମୋବାଇଲ ଫୋନ ଛଡାଇ ନେଇଥିଲେ। ୩୦ ହଜାର ଟଙ୍କା ଜରିମାନା ଦେଲେ ଠିକ୍‌ ବୁଝିପାରିବ ବୋଲି କହି ମୋ ସ୍ବାମୀଙ୍କୁ ଖରାପ ବ୍ୟବହାର କରିଥିଲେ। ଛୋଟ ପୁଅ ଏହା ଦେଖି ପ୍ରତିବାଦ କରିବାକୁ ତାକୁ ମଧ୍ୟ ଧକ୍କା ମାରିଥିଲେ ବୋଲି ଗୀତା କହିଛନ୍ତି। ମୋବାଇଲ ପାଇଁ ଏଭଳି ବ୍ୟବହାର ସେମାନଙ୍କୁ ମାନସିକ ଆଘାତ ଦେଇଛି ବୋଲି ସୀମା ମଧ୍ୟ କହିଛନ୍ତି। ପ୍ରଥମଥର ପାଇଁ ପିଲାଛୁଆଙ୍କୁ ଧରି ପୁରୀ ବୁଲିବାକୁ ଆସିଥିଲୁ। ପୂର୍ବରୁ ଓଡ଼ିଶାର ଲୋକଙ୍କ ବିଷୟରେ ଭଲ କଥା ଶୁଣିଥିଲୁ। କିନ୍ତୁ ଶ୍ରୀମନ୍ଦିର ଭିତରେ ଏଭଳି ସ୍ଥିତିର ସାମ୍ନା କରିବୁ କେବେ ଭାବି ନ ଥିଲୁ ବୋଲି କହିଛନ୍ତି ସୀମା। ମୋବାଇଲ ଫୋନ ନେବା ଲାଗି ସପରିବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପ୍ରାୟ ୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଅପେକ୍ଷା କରିଥିଲେ। ଶ୍ରୀମନ୍ଦିର ପ୍ରଶାସନ ଆଇଟି ବିଭାଗରେ ମୋବାଇଲ ଯାଞ୍ଚ କରାଯାଇଥିଲା। ଭବିଷ୍ୟତରେ ଆଉ କେବେ ଶ୍ରୀମନ୍ଦିର ଭିତରକୁ ଫୋନ ନେବେ ନାହିଁ ବୋଲି ଅଣ୍ଡରଟେକିଂ ଲେଖିବା ପରେ ସେମାନଙ୍କୁ ମୋବାଇଲ ଫେରସ୍ତ ଦିଆଯାଇଥିବା ଜଣାପଡିଛି। ସେହିପରି ଗତ ୧୬ ତାରିଖରେ ଉତ୍ତରପ୍ରଦେଶର ଉପେନ୍ଦ୍ର କୁମାର ତ୍ରିବେଦୀ, ସ୍ତ୍ରୀ ଇନ୍ଦୁ ତ୍ରିବେଦୀ ଏବଂ ପୁଅ ହିଂମାଶୁ ତ୍ରିବେଦୀଙ୍କୁ ମଧ୍ୟ ମୋବାଇଲ ପାଇଁ ଅଟକ ରଖାଯାଇଥିଲା। ଅଣ୍ଡରଟେକିଂ ଲେଖିବା ପରେ ସେମାନଙ୍କୁ ମୋବାଇଲ ଦେଇ ଛାଡି ଦିଆଯାଇଥିଲା। ଏ ସମ୍ପର୍କରେ ଶ୍ରୀମନ୍ଦିର ସୂଚନା ଅଧିକାରୀ ସୁଦୀପ ଚାଟାର୍ଜୀ କହିଛନ୍ତି, ବହୁ ପୂର୍ବରୁ ଶ୍ରୀମନ୍ଦିର ଭିତରକୁ ଭକ୍ତ ମୋବାଇଲ ନେବା ଉପରେ କଟକଣା କରାଯାଇଛି। କିନ୍ତୁ ନିକଟରେ ମନ୍ଦିର ଭିତର ଫଟୋ ଏକାଧିକଥର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି କଟକଣାକୁ ଆହୁରି କଡାକଡା କରିଦିଆଯାଇଛି। ମନ୍ଦିର ଭିତରେ କୌଣସି ଭକ୍ତଙ୍କଠାରୁ ମୋବାଇଲ ଫୋନ ମିଳିଲେ ଜବତ କରାଯିବ ବୋଲି ପ୍ରତି ଦ୍ୱାରରେ ସୂଚନା ଫଳକ ଲଗାଯାଇଛି। ଏହାସତ୍ତ୍ବେ ଶ୍ରଦ୍ଧାଳୁମାନେ ମୋବାଇଲ ନେଇ ଭିତରକୁ ଯାଉଛନ୍ତି। ଭକ୍ତଙ୍କ ପାଖରୁ ମୋବାଇଲ ଫୋନ ଜବତ କଲା ବେଳେ ସେମାନଙ୍କୁ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ସଂକ୍ରାନ୍ତରେ ସୂଚନା ଅଧିକାରୀ କହିଥିଲେ, ଯାହାଙ୍କଠାରୁ ଜବତ କରାଯାଉଛି ସେ ସ୍ବାଭାବିକ ଭାବେ ପ୍ରତିକ୍ରିୟାଶୀଳ ହୋଇପଡୁଛନ୍ତି। କାହାରିକୁ ଦୁର୍ବ୍ୟବହାର କରାଯାଉନାହିଁ। ଅନେକ ଭକ୍ତ ଧରାପଡିଲା ପରେ ମନ୍ଦିର ଭିତରକୁ ମୋବାଇଲ କଟକଣା ରହିଥିବା ଜାଣି ନ ଥିବା କହୁଛନ୍ତି। ଅନ୍ୟପକ୍ଷରେ ଝାଡଖଣ୍ଡରୁ ଆସିଥିବା ଭକ୍ତଙ୍କ ସମ୍ପର୍କରେ ସେବାୟତ ରବି ଦାସ କହିଛନ୍ତି, ସେମାନେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ବହୁ ଦୂରରୁ ଆସିଛନ୍ତି। ଯଦି ସେମାନେ ଭୁଲରେ ମୋବାଇଲ ଫୋନ ଭିତରକୁ ନେଇଥିଲେ ତେବେ ଫଟୋ ଉଠାଇଛନ୍ତି କି ନାହିଁ ଭଲ ଭାବେ ଯାଞ୍ଚ କରି ତାଙ୍କୁ ଛାଡିଦିଆଯିବା ଉଚିତ। କଟକଣା ସମ୍ପର୍କରେ ଜାଣିନାହାନ୍ତି ବୋଲି କହୁଛନ୍ତି। ପରିବାର ସହ ବସି କାନ୍ଦୁଛନ୍ତି, ଯାହାକି ଏକ ଦୁଃଖଦାୟକ ଘଟଣା। ସେମାନଙ୍କୁ ହଇରାଣ କରାଯିବା ଉଚିତ ନୁହେଁ।

ମେଟ୍ରୋ |

ନେତାଜୀ ଆଦର୍ଶ ହୋଇ ରହିଛନ୍ତି, ରହିବେ

ନେତାଜୀ ଆଦର୍ଶ ହୋଇ ରହିଛନ୍ତି, ରହିବେ

ପୁରୀ ଅଫିସ, ୨୩।୧: ପୁରୀ ଜିଲା ମାଖନଲାଲ ହାଲ୍‌ଦାର ସ୍ମୃତି ସମିତି ପକ୍ଷରୁ ଭିଆଇପି ରୋଡ ନେତାଜୀ ଛକଠାରେ ମଙ୍ଗଳବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲାପାଳ ବିଭୂତି ଭୂଷଣ ଦାଶ ଯୋଗଦେଇ ନେତାଜୀଙ୍କ ଆଦର୍ଶ ଓ ନୀତିକୁ ମନେରଖିବାକୁ ଛାତ୍ରୀଛାତ୍ରମାନଙ୍କୁ ପରାମର୍ଶ ଦେଇଥିଲେ।

ପୁରୀ ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ

ପୁରୀ ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ

ସାକ୍ଷୀଗୋପାଳ,୨୩।୧(ଡି.ଏନ୍‌.ଏ.): ପୁରୀ ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ମଙ୍ଗଳବାର ସାକ୍ଷୀଗୋପାଳ ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ମନ୍ତ୍ରୀ ପ୍ରଦୀପ ମହାରଥୀ ଯୋଗଦେଇ ଜଳସମ୍ପଦର ସୁବିନିଯୋଗ ପାଇଁ ଉପସ୍ଥିତ କୃଷକ ଓ ପାଣି ପଞ୍ଚାୟତ କର୍ମକର୍ତ୍ତାମାନଙ୍କୁ ଆହ୍ବାନ ଦେଇଥିଲେ।

ସଡ଼କ ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ

ସଡ଼କ ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ

ଚୌଦ୍ୱାର,୨୩।୧(ଡି.ଏନ୍‌.ଏ.): କଟକ ଚୌଦ୍ୱାର ଥାନା ଅନ୍ତର୍ଗତ କୁସ୍‌ପାଙ୍ଗୀ ନିକଟରେ ମଙ୍ଗଳବାର ଏକ ଟ୍ରକ୍‌ ଧକ୍କାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟଛି। ମୃତ ଶିକ୍ଷକ ହେଲେ ଜମ୍ବେଶ୍ୱର ଦାସ।

ନେତାଜୀ ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ପତାକା ଉତ୍ତୋଳନ

ନେତାଜୀ ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ପତାକା ଉତ୍ତୋଳନ

କଟକ ଅଫିସ,୨୩।୧: ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟରେ ଆୟୋଜିତ ନେତାଜୀ ଜୟନ୍ତୀ ସମାରୋହରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପତାକା ଉତ୍ତୋଳନ କରିବାସହ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି।

ନେତାଜୀ ମ୍ୟୁଜିୟମ ସମ୍ମୁଖରେ ବିକ୍ଷୋଭ

ନେତାଜୀ ମ୍ୟୁଜିୟମ ସମ୍ମୁଖରେ ବିକ୍ଷୋଭ

ପୁରୀ ଅଫିସ,୨୩।୧: ନେତାଜୀ ସୁଭାଷ ବୋଷ ମ୍ୟୁଜିୟମ ଖୋଲିବା ଦାବି ନେଇ ସ୍ଥାନୀୟ ଗୋପାଳବଲ୍ଲଭ ରେଡ୍‌ସ୍ଥିତ ନେତାଜୀ ସ୍ମୃତି ମ୍ୟୁଜିୟମ ସମ୍ମୁଖରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନେତାଜୀ ଜୟନ୍ତୀ କମିଟି ପକ୍ଷରୁ ମ୍ୟୁଜିୟମ ଫାଟକ ସମ୍ମୁଖରେ ଏହି ବିକ୍ଷୋଭ କରାଯିବା ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି।

ହୋଟେଲ ଅନନ୍ୟାରେ ଅଗ୍ନିକାଣ୍ଡ

ହୋଟେଲ ଅନନ୍ୟାରେ ଅଗ୍ନିକାଣ୍ଡ

ପୁରୀ ଅଫିସ,୨୩।୧: ସ୍ଥାନୀୟ ଭିଆଇପି ରୋଡସ୍ଥିତ ହୋଟେଲ ପ୍ରାଇଡ଼୍‌ ଅନନ୍ୟାରେ ମଙ୍ଗଳବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟିଛି। ହୋଟେଲର ଚତୁର୍ଥ ମହଲାରେ ଥିବା ପ୍ୟାଣ୍ଟ୍ରି ଷ୍ଟୋରରେ କୌଣସି କାରଣରୁ ନିଆଁ ଲାଗିଯିବାରୁ ଏହି ଅଘଟଣ ଘଟିଛି।

ମହାପ୍ରଭୁଙ୍କ ବେଣ୍ଟ ନୀତି ସମ୍ପନ୍ନ

ମହାପ୍ରଭୁଙ୍କ ବେଣ୍ଟ ନୀତି ସମ୍ପନ୍ନ

ପୁରୀ ଅଫିସ, ୨୨।୧: ଶ୍ରୀମନ୍ଦିରରେ ସୋମବାର ମହାପ୍ରଭୁଙ୍କ ଚାଚେରି ବେଶ ଓ ଭୋଗ ପରେ ଶ୍ରୀଦେବୀ, ଭୂଦେବୀ ଏବଂ ଦୋଳଗୋବିନ୍ଦ ଆଜ୍ଞାମାଳ ପାଇ ବେଣ୍ଟ(ଶିକାର) ନୀତି ନିମନ୍ତେ ବିମାନରେ ବିଜେ ହୋଇଥିଲେ।

ଛତିଶା ନିଯୋଗ ବୈଠକ: ଚନ୍ଦ୍ରଗ୍ରହଣ ନୀତି ଚୂଡ଼ାନ୍ତ

ଛତିଶା ନିଯୋଗ ବୈଠକ: ଚନ୍ଦ୍ରଗ୍ରହଣ ନୀତି ଚୂଡ଼ାନ୍ତ

ପୁରୀ ଅଫିସ, ୨୨।୧: ଆସନ୍ତା ୩୧ ତାରିଖରେ ମାଘ ପୂର୍ଣ୍ଣିମା। ଏହିଦିନ ମହାପ୍ରଭୁଙ୍କ ଗଜଉଦ୍ଧାରଣ ବେଶ ସାଙ୍ଗକୁ ରାହୁ ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ ମଧ୍ୟ ପଡୁଛି। ତେଣୁ ସୋମବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏହିଦିନର ନୀତି ନିର୍ଘଣ୍ଟ କରାଯାଇଛି।

ପଲିଥିନଜନିତ ପ୍ରଦୂଷଣକୁ ନେଇ ଏନ୍‌ଜିଟିଙ୍କ ଅସନ୍ତୋଷ

ପଲିଥିନଜନିତ ପ୍ରଦୂଷଣକୁ ନେଇ ଏନ୍‌ଜିଟିଙ୍କ ଅସନ୍ତୋଷ

ପୁରୀ ଅଫିସ, ୨୨।୧: ପୁରୀ ସହରରେ ପଲିଥିନ ଏବଂ ପ୍ରଦୂଷଣକୁ ନେଇ ଅସନ୍ତୋଷ ବ୍ୟକ୍ତି କରିଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି)। ପଲିଥିନ ବ୍ୟବହାର ରୋକିବା ସହ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ ପଦକ୍ଷେପ ନେବାକୁ ପୁରୀ ପୌରସଂସ୍ଥାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି।

ଆପଣଙ୍କ ଭଲପାଇବା ମୋତେ ଋଣୀ କରିଛି: ମୁଖ୍ୟମନ୍ତ୍ରୀ

ଆପଣଙ୍କ ଭଲପାଇବା ମୋତେ ଋଣୀ କରିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨।୧(ବ୍ୟୁରୋ)- ପୁନେର ଏମ୍‌ଆଇଟି-ଡବ୍ଲ୍ୟୁପିୟୁ କ୍ୟାମ୍ପସ୍‌ରେ ୮ମ ଭାରତୀୟ ଛାତ୍ର ସଂସଦ ଅବସରରେ ରବିବାର ଦେଶର ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଫେରିଛନ୍ତି।

ନିର୍ବାଚନ କମିଶନଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପ୍ରଶ୍ନ: କାହିଁକି ପ୍ରକାଶ ପାଉନାହିଁ ବିଜେପୁର ଉପନିର୍ବାଚନ ବିଜ୍ଞପ୍ତି

ନିର୍ବାଚନ କମିଶନଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପ୍ରଶ୍ନ: କାହିଁକି ପ୍ରକାଶ ପାଉନାହିଁ ବିଜେପୁର ଉପନିର୍ବାଚନ ବିଜ୍ଞପ୍ତି

ନୂଆଦିଲ୍ଲୀ,୨୨।୧(ସ୍ବ.ପ୍ର.): ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ପାଇଁ ଏ ପର୍ଯ୍ୟନ୍ତ କାହିଁକି ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ଏହି ଉପନିର୍ବାଚନକୁ କାହିଁକି ବିଳମ୍ବିତ କରାଯାଉଛି ବୋଲି ସୋମବାର ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କରିଛନ୍ତି ଦିଲ୍ଲୀ ହାଇକୋର୍ଟ।

କୋକେଇ ହଲିଲା, ଶୁଣାଗଲା କଥା: ୧୧ ଘଣ୍ଟା ପରେ ଆଖି ବୁଜିଲେ

କୋକେଇ ହଲିଲା, ଶୁଣାଗଲା କଥା: ୧୧ ଘଣ୍ଟା ପରେ ଆଖି ବୁଜିଲେ

କଟକ ଅଫିସ, ୨୨।୧- କୋକେଇ ବନ୍ଧା ସରିଥିଲା। ପରିଜନଙ୍କ ମଧ୍ୟରେ କାନ୍ଦ ବୋବାଳି ପଡ଼ିଯାଇଥିଲା। ହେଲେ ଶ୍ମଶାନ ଅଭିମୁଖେ କୋକେଇ ଉଠିଲା ବେଳକୁ ତାହା ହଲିବା ସହ କଥାସ୍ବର ଶୁଣାଯାଇଥିଲା।