Dharitri News
ବାଣିଜ୍ୟ |

ଏସ୍‌ଏଫ୍‌ଆଇଓ ନଜରରେ ୬୩ ଚିଟଫଣ୍ଡ ସଂସ୍ଥା

ଏସ୍‌ଏଫ୍‌ଆଇଓ ନଜରରେ ୬୩ ଚିଟଫଣ୍ଡ ସଂସ୍ଥା ନୂଆଦିଲ୍ଲୀ,୨୫-୧୨,(ପି.ଟି)- ଯଘନ୍ୟ ଅପରାଧ ତଦନ୍ତ କାର୍ଯ୍ୟାଳୟ (ଏସଏଫଆଇଓ) ଚଳିତ ଆର୍ଥତ୍କ ବର୍ଷ ୬୩ କମ୍ପାନୀର ତଦନ୍ତ ଭାର ହାତକୁ ନେଇଛି। ଏହି କମ୍ପାନୀଗୁଡିକ ବେଆଇନ ଭାବରେ ଅର୍ଥ କାରବାରରେ ଜଡିତ ଥିବାର ଅଭିଯୋଗ ଆସିଛି। ଡିସେମ୍ବର ୨୦୧୮ ସୁଦ୍ଧା ମାସିକ ହାରାହାରି ୭ କମ୍ପାନୀର ତଦନ୍ତ ହେବ ବୋଲି ଜଣା ଯାଇଛି। ଗତ ତିନି ବର୍ଷରେ ଏହି ଭଳି କମ୍ପାନୀଗୁଡିକର ଅଧିକ ସଂଖ୍ୟାରେ ତଦନ୍ତ ହୋଇଥିବା ଜଣା ଯାଇଛି କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଛି। ଏହି କମ୍ପାନୀଗୁଡିକ ଚିଟଫଣ୍ଡ, ମଲ୍ଟି ଲେବଲ ମାର୍କେଟିଂ(ଏମଏଲଏମ୍‌) ଭଳି କାର୍ଯ୍ୟକଳାପରେ ଜଡିତ ରହିଥିବାର ଜଣା ଯାଇଛି। ଚଳିତ ଆର୍ଥତ୍କ ବର୍ଷ ଶେଷ ହେବାକୁ ଆଉ ମାତ୍ର ୩ ମାସ ବାକି ଥିବା ବେଳେ ଏହି ଭଳି ଅଧିକ କମ୍ପାନୀ ତଦନ୍ତ ଘେରକୁ ଆସୁଛନ୍ତି। ୨୦୧୬-୧୭ରେ ଏସଏଫଆଇଓ ତଦନ୍ତ ପରିସରକୁ ୨୭ କମ୍ପାନୀ ଆସିଥିବା ବେଳେ ୨୦୧୫-୧୬ରେ ଏହା ୪୭ ରହିଥିଲା। ଏସଏଫଆଇଓ ପ୍ରଦାନ କରିଥିବା ତଥ୍ୟ ମୁତାବକ ଅଧିକାଂଶ କମ୍ପାନୀ ଚିଟଫଣ୍ଡ କାରବାରେ ସମ୍ପୃକ୍ତ ଅଛନ୍ତି। ଲୋକମାନଙ୍କୁ ସ୍ବଳ୍ପ ସମୟ ମଧ୍ୟରେ ଅଧିକ ରିଟର୍ନ ଲୋଭ ଦେଖାଇ କମ୍ପାନୀଗୁଡିକ ବେଆଇନ୍‌ ଭାବରେ ଅର୍ଥ କାରବାର କରୁଥିବା ଜଣାଯାଇଛି।ଉଭୟ କେନ୍ଦ୍ର ତଥା ରାଜ୍ୟଗୁଡିକ ସ୍ତରରେ ବିଭିନ୍ନ ଏଜେନ୍ସି ଏହି ଭଳି କାରବାର ଉପରେ ରୋକ ଲଗାଇବା ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି।

ବାଣିଜ୍ୟ |

ବଢ଼ୁଛି ଆୟ ତାରତମ୍ୟ ହାର

ବଢ଼ୁଛି ଆୟ ତାରତମ୍ୟ ହାର

ଡାଭୋସ୍‌,୨୨-୧(ପି.ଟି.) ଦେଶର ସାମଗ୍ରିକ ଉନ୍ନତି ପାଇଁ କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଥିବା ବିଭିନ୍ନ ସମୟରେ କହି ଆସୁଛନ୍ତି। ପ୍ରତ୍ୟେକ ନାଗରିକଙ୍କ ଆର୍ଥିକ ବିକାଶ ଘଟୁଛି ଏବଂ ଧନୀ, ଦରିଦ୍ର ସମସ୍ତେ ଅଭିବୃଦ୍ଧିର ସ୍ରୋତରେ ଆଗକୁ ବଢ଼ୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର କହୁଛନ୍ତି। କିନ୍ତୁ ଦୁଇଟି ରିପୋର୍ଟକୁ ଦୃଷ୍ଟି ଦେଲେ ଭାରତକୁ ନେଇ ସେ ପ୍ରଦାନ କରିଥିବା ଗୋଲାପୀ ଚିତ୍ର ଉପରେ ସନ୍ଦେହ ସୃଷ୍ଟି ହୋଇଛି।

ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହେବ ଭାରତ

ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହେବ ଭାରତ

ନୂଆଦିଲ୍ଲୀ,୨୧-୧ ୨୦୧୮ରେ ଭାରତ ଚାଇନାକୁ ଟପି ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହେବ। ଘରୋଇ ବଜାରର ପୁଞ୍ଜି ବଜାର ବିଶ୍ୱର ପଞ୍ଚମ ବୃହତ୍ତ ବଜାର ହେବ ବୋଲି ସାଙ୍କଟମ୍‌ ଓ୍ବେଲଥ୍‌ ମ୍ୟାନେଜମେଣ୍ଟ ରିପୋର୍ଟରେ ଏହା ପ୍ରକାଶ ପାଇଛି। ସେହିଭଳି ବିଶ୍ୱର ଅନ୍ୟାନ୍ୟ ପ୍ରମୁଖ ଅର୍ଥନୀତିଗୁଡିକରେ ଅଭିବୃଦ୍ଧି ଧାରା ଏତେଟା ଉନ୍ନତ ହେବ ନାହିଁ। ମାତ୍ର ଭାରତ ଏକ ସଂସ୍କାରମୂଳକ ଅର୍ଥନୀତି ହେବା ସହ ଅଭିବୃଦ୍ଧି ଧାରା ବଜାୟ ରହିବ ବୋଲି ସାଙ୍କଟମ୍‌ ଏହାର ରିପୋର୍ଟରେ ପ୍ରକାଶ କରିଛି।

ଏନ୍‌ପିଏ ସମ୍ପତ୍ତି ବିକ୍ରି ଲାଗି ଅନ୍‌ଲାଇନ ବ୍ୟବସ୍ଥା ଆସୁ: ଆଚାର୍ଯ୍ୟ

ଏନ୍‌ପିଏ ସମ୍ପତ୍ତି ବିକ୍ରି ଲାଗି ଅନ୍‌ଲାଇନ ବ୍ୟବସ୍ଥା ଆସୁ: ଆଚାର୍ଯ୍ୟ

ନୂଆଦିଲ୍ଲୀ,୨୧-୧ ଘରୋଇ ବଜାରରେ ଏନ୍‌ପିଏ ଯୋଗୁ ବର୍ତ୍ତମାନ ବ୍ୟାଙ୍କଗୁଡିକ ବିଭିନ୍ନ ଅସୁବିଧା ଦେଇ ଗତିକରୁଛନ୍ତି। ଏନ୍‌ପିଏ ସମ୍ପତ୍ତିଗୁଡିକର ବିକ୍ରି ଲାଗି ଘରୋଇ ବଜାରରେ ଆମେରିକା ଭଳି ଅନ୍‌ଲାଇନ ଟ୍ରେଡିଂ ପ୍ଲାଟଫର୍ମ ଆସିବା ଉଚିତ୍‌। ଏହା ଆସିଲେ ଏନ୍‌ପିଏ ସମ୍ପତ୍ତି ବିକ୍ରି ପ୍ରକ୍ରିୟା ସହଜ ହେବା ସହ ଉନ୍ନତ ମୂଲ୍ୟ ଦ୍ୱାରା ପୁଞ୍ଜି ସଂଗ୍ରହ ହୋଇପାରିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଡେପୁଟି ଗଭର୍ନର ଭିରାଲ ଆଚାର୍ଯ୍ୟ ଗୁରୁତ୍ୱାରୋପ କରିଛନ୍ତି।

ହ୍ରାସ ହୋଇପାରେ ଟିକସ ସ୍ଲାବ

ହ୍ରାସ ହୋଇପାରେ ଟିକସ ସ୍ଲାବ

ନୂଆଦିଲ୍ଲୀ,୨୧-୧ ଆଗାମୀ ବଜେଟରେ ସରକାର ଟିକସ ସ୍ଲାବକୁ ହ୍ରାସ କରି ପାରନ୍ତି। ଏହା ହେଲେ ଲୋକଙ୍କ ଉପରେ ଟିକସ ବୋଝ ସାମାନ୍ୟ ହ୍ରାସ ହେବ ବୋଲି ଟିକସ କନସଲଣ୍ଟାଣ୍ଟ ଇଓ୍ବାଇ ପକ୍ଷରୁ ହୋଇଥିବା ଏକ ପ୍ରାକ୍‌ ବଜେଟ ସର୍ଭେରେ ଏହା ପ୍ରକାଶ ପାଇଛି।

ମାରୁତି ଆଣିବ ୪ ନୂଆ ମଡେଲ

ମାରୁତି ଆଣିବ ୪ ନୂଆ ମଡେଲ

ନୂଆଦିଲ୍ଲୀ,୨୧-୧ ପ୍ରମୁଖ ୪ ଚକିଆ ଯାନ ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଆଗାମୀ ୧୨-୧୮ ମାସ ମଧ୍ୟରେ ୪ ନୂଆ ମଡେଲ ଆଣିବ। ଆଗାମୀ ଦିନରେ ଘରୋଇ ବଜାରରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ଧାରାକୁ ବଜାୟ ରଖିବାକୁ ଏହି ଭଳି ପଦକ୍ଷେପ ନିଆଯାଉଥିବା କମ୍ପାନୀ ପ୍ରକାଶ କରିଛି।

ତ୍ୱରିତ ହେବ କମ୍ପାନୀ ପଞ୍ଜୀକରଣ ଧାରା

ତ୍ୱରିତ ହେବ କମ୍ପାନୀ ପଞ୍ଜୀକରଣ ଧାରା

ନୂଆଦିଲ୍ଲୀ,୨୧-୧ କମ୍ପାନୀ ପଞ୍ଜୀକରଣ ଧାରାକୁ ତ୍ୱରାନ୍ବିତ କରିବାକୁ ସରକାର ଯୋଜନା କରୁଛନ୍ତି। ନୂତନ କମ୍ପାନୀଙ୍କ ପଞ୍ଜିକରଣ ଧାରାରେ କିଛିଟା ପରିବର୍ତ୍ତନ କରିବାକୁ ଯୋଜନା ରହିଛି।

୨୦୧୯ ବିତ୍ତୀୟ ନିୟଣ୍ଟ ୩.୫% ଛଇଁପାରେ

୨୦୧୯ ବିତ୍ତୀୟ ନିୟଣ୍ଟ ୩.୫% ଛଇଁପାରେ

ନୂଆଦିଲ୍ଲୀ,୨୧-୧ ୨୦୧୮-୧୯ ଆର୍ଥତ୍କ ବର୍ଷରେ ବିତ୍ତିୟ ନିୟଣ୍ଟ ମୋଟ ଘରୋଇ ଉତ୍ପାଦ(ଜିଡିପି)ର ୩.୫% ଛୁଇଁପାରେ। ମାତ୍ର ଏହା ଦେଶରେ ମୌଳିକ ସଂରଚନା ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ବିଶ୍ୱସ୍ତରୀୟ ଆର୍ଥତ୍କ ସେବା ପ୍ରଦାନକାରୀ ମୋର୍ଗାନ ଷ୍ଟାନଲି ଏହାର ରିପୋର୍ଟରେ ଉଲ୍ଲେଖ କରିଛି।

୮ ଖଣିଜ ବ୍ଲକର ନିଲାମ ହେବ

୮ ଖଣିଜ ବ୍ଲକର ନିଲାମ ହେବ

ନୂଆଦିଲ୍ଲୀ,୨୧-୧ ୮ ନୂଆ ଖଣିଜ ବ୍ଲକକୁ ନିଲାମ ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ବ୍ଲକଗୁଡିକରେ ପ୍ରାୟ ୧,୧୩୩ ନିୟୁତ ଟନ୍‌ ଖଣିଜ ପଦାର୍ଥ ଗଚ୍ଛିତ ହୋଇ ରହିଛି। ବ୍ଲକଗୁଡିକ ରାଜସ୍ଥାନ, ଛତିଶଗଡ, ଝାଡଖଣ୍ଡ ଭଳି ରାଜ୍ୟଗୁଡିକରେ ରହିଛି।

ଟୋଲ୍‌ ପ୍ଲାଜାରେ ଖୋଲିବ ହାଇଓ୍ବେ ନେଷ୍ଟ

ଟୋଲ୍‌ ପ୍ଲାଜାରେ ଖୋଲିବ ହାଇଓ୍ବେ ନେଷ୍ଟ

ନୂଆଦିଲ୍ଲୀ,୨୧-୧-ଟୋଲ୍‌ ପ୍ଲାଜା ଗୁଡିକରେ ଲୋକମାନଙ୍କ ସୁବିଧା ପାଇଁ ପାନୀୟ ଜଳ, ଚା’, କଫି, ପ୍ୟାକେଜ୍‌ଡ୍‌ ଫୁଡ୍‌ ମିଳିବ। ଏଥିପାଇଁ ‘ହାଇଓ୍ବେ ନେଷ୍ଟ୍‌’ ନାମରେ ଛୋଟ ଦୋକାନ ପରି ବ୍ୟବସ୍ଥା କରାଯିବ।

 କଲ୍‌ ଡ୍ରପ୍‌ ଆଧାରରେ ଖସିବ ରେଟିଂ

କଲ୍‌ ଡ୍ରପ୍‌ ଆଧାରରେ ଖସିବ ରେଟିଂ

ନୂଆଦିଲ୍ଲୀ, ୨୧।୧- ଟେଲିକମ୍‌ ଅପରେଟରଙ୍କ ପାଇଁ ର଼୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କରାଯିବ। ଏହା ଦ୍ୱାରା ଉପଭୋକ୍ତାମାନେ କମ୍ପାନୀଗୁଡିକୁ ରେଟିଂ ପ୍ରଦାନ କରିପାରିବେ।

ବିଜିୟୁରେ ଲୋକ ସମ୍ପର୍କ ସମ୍ମିଳନୀ

ବିଜିୟୁରେ ଲୋକ ସମ୍ପର୍କ ସମ୍ମିଳନୀ

ଭୁବନେଶ୍ୱର, ୨୧।୧- ବିର୍ଲା ଗ୍ଲୋବାଲ୍‌ ୟୁନିଭର୍ସିଟି(ବିଜିୟୁ) ଏବଂ ପବ୍ଲିକ୍‌ ରିଲେସନ କାଉନ୍‌ସିଲ ଅଫ୍‌ ଇଣ୍ଡିଆ(ପିଆର୍‌ସିଆଇ) ପକ୍ଷରୁ ‘ଲୋକ ସମ୍ପର୍କ: ଉତ୍ତମ ସାଶନ ପାଇଁ ଏକ ପ୍ରଭାବଶାଳୀ ମାଧ୍ୟମ’ ଶୀର୍ଷ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

୨୪ରୁ ବିଗବଜାରରେ ସବ୍‌ସେ ଶସ୍ତେ ୫ଦିନ୍‌ ଅଫର

୨୪ରୁ ବିଗବଜାରରେ ସବ୍‌ସେ ଶସ୍ତେ ୫ଦିନ୍‌ ଅଫର

ପୁରୀ ଅଫିସ,(୨୧।୧):ଦେଶର ଅଗ୍ରଣୀ ହାଇପର ମାର୍କେଟ ବିଗ୍‌ବଜାର ଆସନ୍ତା ୨୪ରୁ ୨୮ ପର୍ଯ୍ୟନ୍ତ ପାଳନ କରିବାକୁ ଯାଉଛି ‘ସବସେ ଶସ୍ତେ ୫ ଦିନ୍‌’ ଅଫର ।