ବାଣିଜ୍ୟ |

୯୦୦ ବିମାନ ସଂଯୋଗ କରିବେ ଘରୋଇ ବିମାନ କମ୍ପାନୀ

୯୦୦ ବିମାନ ସଂଯୋଗ କରିବେ ଘରୋଇ ବିମାନ କମ୍ପାନୀ
ନୂଆଦିଲ୍ଲୀ,୨୫-୧୨,(ପି.ଟି)- ଘରୋଇ ବଜାରରେ କାର୍ଯ୍ୟ କରୁଥିବା ବିମାନ କମ୍ପାନୀଗୁଡିକ ଆଗାମୀ ଦିନ ମାନଙ୍କରେ ୯୦୦ ବିମାନ ସଂଯୋଗ କରିବେ ବୋଲି ଜଣା ଯାଇଛି। ପ୍ରମୁଖ ବିମାନ କମ୍ପାନୀ ଇଣ୍ଡିଗୋ କେବଳ ୪୪୮ ବିମାନ ଯୋଡିବ ବୋଲି ଜଣାଯାଇଛି। ଘରୋଇ ବିମାନ ସେବା ବଜାର ଦ୍ରୁତ ହାରରେ ପରିବର୍ତ୍ତନ ହେଉଥିବାରୁ ପ୍ରମୁଖ କମ୍ପାନୀ ଗୁଡିକ ନିଜର ସଂପ୍ରସାରଣ ଯୋଜନା ରଖିଛନ୍ତି। ବିଶେଷ କରି ଆଞ୍ଚଳିକ ରୁଟ୍‌ ଗୁଡିକରେ ବିମାନ ସେବାକୁ ଦୃଢୀରକରଣ ଦିଗରେ କମ୍ପାନୀଗୁଡିକ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତଥ୍ୟ ମୁତାବକ ଇଣ୍ଡିଗୋ, ସ୍ପାଇସ ଜେଟ, ଗୋ ଏୟାର, ଏୟାର ଏସିଆ ଭଳି କମ୍ପାନୀଗୁଡିକ ବିଶେଷ ଭାବେ ସେମାନଙ୍କ ସେବାର ସମ୍ପ୍ରସାରଣ ନେଇ ଯୋଜନା ରଖିଛନ୍ତି।
All Right Reserved By

ବାଣିଜ୍ୟ |

ପେମେଣ୍ଟସ ରେଗୁଲେଟୋରି ବୋର୍ଡ ଗଠନ;କେନ୍ଦ୍ରକୁ ଖୋଲାଖୋଲି ବିରୋଧ କଲା ରିଜର୍ଭ ବ୍ୟାଙ୍କ

ପେମେଣ୍ଟସ ରେଗୁଲେଟୋରି ବୋର୍ଡ ଗଠନ;କେନ୍ଦ୍ରକୁ ଖୋଲାଖୋଲି ବିରୋଧ କଲା ରିଜର୍ଭ ବ୍ୟାଙ୍କ

ମୁମ୍ବାଇ/ନୂଆଦିଲ୍ଲୀ,୨୧-୧୦: କେନ୍ଦ୍ର ସରକାର ଦେୟ ପ୍ରଦାନ ଏବଂ ସମାଧାନ ବ୍ୟବସ୍ଥା ଆଇନ ୨୦୦୭ରେ ସଂଶୋଧନ ଆଣିବାକୁ ଚାହୁଁଛନ୍ତି। ଏଥିପାଇଁ ସୁପାରିସ କରିବାକୁ ଆର୍ଥିକ ବ୍ୟାପାର ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। ଏଥିରେ ଆର୍‌ବିଆଇର ଏକଜିକ୍ୟୁଟିଭ ଡାଇରେକ୍ଟର ଗଣେଶ କୁମାର ସଦସ୍ୟ ରହିଥିଲେ। ଦେୟ ପ୍ରଦାନ ବ୍ୟବସ୍ଥାକୁ ନିୟନ୍ତ୍ରଣ ପାଇଁ ଏକ ସ୍ବତନ୍ତ୍ର ପେମେଣ୍ଟସ ରେଗୁଲେଟୋରି ବୋର୍ଡ ଗଠନ କରିବାକୁ ଏହି କମିଟି ସରକାରଙ୍କୁ ସୁପାରିସ କରିଥିଲେ।

ବର୍ଷକ ମଧ୍ୟରେ ୭୩୦୦ ବିତ୍ତଶାଳୀ ସୃଷ୍ଟି

ବର୍ଷକ ମଧ୍ୟରେ ୭୩୦୦ ବିତ୍ତଶାଳୀ ସୃଷ୍ଟି

ନୂଆଦିଲ୍ଲୀ,୨୧-୧୦: ଦେଶରେ ଧନୀ-ଗରିବଙ୍କ ମଧ୍ୟରେ ଅସମାନତା ବୃଦ୍ଧି ପାଉଥିବା ନେଇ ବିଶେଷଜ୍ଞମାନେ ଚିନ୍ତାବ୍ୟକ୍ତ କରୁଛନ୍ତି। ଅଥଚ କ୍ରେଡିଟ ସୁଇସ୍‌ର ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ମଧ୍ୟଭାଗ ସୁଦ୍ଧା ବର୍ଷକ ମଧ୍ୟରେ ଦେଶରେ ୭୩୦୦ ବିତ୍ତଶାଳୀ ସୃଷ୍ଟି ହୋଇଛନ୍ତି।

ଏୟାର ଇଣ୍ଡିଆର ମିଶ୍ରଣ, ୧୧୧ ବିମାନ କିଣା;ପୂର୍ବତନ ମନ୍ତ୍ରୀ,ଅଧିକାରୀଙ୍କ ଉପରେ ଇଡିର ନଜର

ଏୟାର ଇଣ୍ଡିଆର ମିଶ୍ରଣ, ୧୧୧ ବିମାନ କିଣା;ପୂର୍ବତନ ମନ୍ତ୍ରୀ,ଅଧିକାରୀଙ୍କ ଉପରେ ଇଡିର ନଜର

ନୂଆଦିଲ୍ଲୀ,୨୧-୧୦: ଉପା ସରକାର ସମୟରେ ଏୟାର ଇଣ୍ଡିଆ ସହ ଇଣ୍ଡିଆନ ଏୟାରଲାଇନ୍ସର ମିଶ୍ରଣ ଏବଂ ୧୧୧ଟି ବିମାନ କିଣାରେ ମନିଲଣ୍ଡରିଂ ହୋଇଛି କି ନା ଜାଣିବା ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏବେ ଖୋଳତାଡ ଆରମ୍ଭ କରିଛି।

ବେଙ୍ଗାଲୁରୁରେ ପ୍ରଥମ ବିଟ୍‌କଏନ ଏଟିଏମ୍‌

ବେଙ୍ଗାଲୁରୁରେ ପ୍ରଥମ ବିଟ୍‌କଏନ ଏଟିଏମ୍‌

ନୂଆଦିଲ୍ଲୀ,୨୧-୧୦: ସମସ୍ତ ପ୍ରକାର ଭର୍ଚୁଆଲ କରେନ୍ସି ବା ଇଲେକ୍ଟ୍ରୋନିକ ମୁଦ୍ରା କାରବାରକୁ ରିଜର୍ଭ ବ୍ୟାଙ୍କ ବ୍ୟାନ୍‌ କରିଥିବା ବେଳେ କ୍ରିପ୍ଟୋକରେନ୍ସି ଏକ୍ଚଚେଞ୍ଜ ୟୁନୋକଏନ ପକ୍ଷରୁ ବେଙ୍ଗାଲୁରୁରେ ଦେଶର ପ୍ରଥମ ବିଟ୍‌କଏନ ଏଟିଏମ୍‌ ପ୍ରତିଷ୍ଠା କରାଯାଇଛି।

ହୋଣ୍ଡା ଆକ୍ଟିଭା ବିକ୍ରି ୨ କୋଟି ଛୁଇଁଲା

ହୋଣ୍ଡା ଆକ୍ଟିଭା ବିକ୍ରି ୨ କୋଟି ଛୁଇଁଲା

ଭୁବନେଶ୍ୱର,୨୧-୧୦: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆର ଲୋକପ୍ରିୟ ସ୍କୁଟର ମଡେଲ ଆକ୍ଟିଭାର ବିକ୍ରି ୨ କୋଟି ମାଇଲ୍‌ ଖୁଣ୍ଟ ଅତିକ୍ରମ କରିଛି। ଉତ୍ସବ ଋତୁର ମଧ୍ୟଭାଗରେ କମ୍ପାନୀ ଏହି ସଫଳତା ହାସଲ କରିଛି।

ୟୁକେ କୋର୍ଟଙ୍କ ଅନୁମତି;ମାଲ୍ୟାଙ୍କ ୬ ଦାମୀ କାର୍‌ ବିକ୍ରି ହେବ

ୟୁକେ କୋର୍ଟଙ୍କ ଅନୁମତି;ମାଲ୍ୟାଙ୍କ ୬ ଦାମୀ କାର୍‌ ବିକ୍ରି ହେବ

ନୂଆଦିଲ୍ଲୀ,୨୧-୧୦: ଏକାଧିକ ଭାରତୀୟ ବ୍ୟାଙ୍କରୁ ପ୍ରାୟ ୯ ହଜାର କୋଟି ଟଙ୍କାର ଋଣ ନେଇ ଲଣ୍ଡନ ପଳାଇ ଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ୬ଟି ଦାମୀ କାର୍‌ ବିକ୍ରି ଲାଗି ୟୁକେ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। 

ୟୁବିଆଇ ଏମ୍‌ଡିଙ୍କ ଓଡିଶା ଗସ୍ତ

ୟୁବିଆଇ ଏମ୍‌ଡିଙ୍କ ଓଡିଶା ଗସ୍ତ

ଭୁବନେଶ୍ୱର,୨୧-୧୦: ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ୟୁବିଆଇ) ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଅଶୋକ କୁମାର ପ୍ରଧାନ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ୬୦ରୁ ଉର୍ଦ୍ଧ୍ୱ ଶାଖା ପରିଚାଳକଙ୍କୁ ଭେଟିଛନ୍ତି।

ତେଲ ଦର ପୁଣି କମିଲା

ତେଲ ଦର ପୁଣି କମିଲା

ନୂଆଦିଲ୍ଲୀ,୨୧-୧୦: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର କମିବା ଯୋଗୁ ଶନିବାର ଦେଶରେ ପେଟ୍ରୋଲ ଓ ଡିଜେଲ ଦର ପୁନର୍ବାର କମିଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୧.୯୯ ଟଙ୍କା ରହିଛି, ଯାହାକି ଶୁକ୍ରବାର ଦର ଠାରୁ ୩୯ ପଇସା କମ୍‌।

ସାମସଙ୍ଗ ପକ୍ଷରୁ ରିହାତି

ସାମସଙ୍ଗ ପକ୍ଷରୁ ରିହାତି

ଭୁବନେଶ୍ୱର,୨୧-୧୦:ପ୍ରମୁଖ କଞ୍ଜ୍ୟୁମର ଇଲେକଟ୍ରୋନିକ୍ସ ବ୍ରାଣ୍ଡ ସାମସଙ୍ଗ ପକ୍ଷରୁ ନେଭର ବିଫୋର ଅଫର ସମ୍ପର୍କରେ ଘୋଷଣା ହୋଇଛି। ଏହି ଅଫର ମାଧ୍ୟମରେ କମ୍ପାନି ଏହାର ବିଭିନ୍ନ ରେଞ୍ଜର ପ୍ରଡକ୍ଟ ଉପରେ ରିହାତି ପ୍ରଦାନ କରୁଛି। ଫେଷ୍ଟିଭ ଅଫର ଅନ୍ତର୍ଗତ ନଭେମ୍ବର ୧୧ ଯାଏ ଗ୍ରାହକମାନେ ୨୫% ପର୍ଯ୍ୟନ୍ତ ତ୍ୱରିତ କ୍ୟାଶବ୍ୟାକ୍‌ ସୁବିଧା ପାଇବେ।

କୋହଳ ହେଲା ଆର୍‌ବିଆଇ ନିୟମ;ଏନ୍‌ବିଏଫ୍‌ସିକୁ ମିଳିବ ୫୦ହଜାର କୋଟି ଋଣ

କୋହଳ ହେଲା ଆର୍‌ବିଆଇ ନିୟମ;ଏନ୍‌ବିଏଫ୍‌ସିକୁ ମିଳିବ ୫୦ହଜାର କୋଟି ଋଣ

ନୂଆଦିଲ୍ଲୀ,୨୧-୧୦: ଗଭୀର ଅର୍ଥସଙ୍କଟର ସମ୍ମୁଖୀନ ହେଉଥିବା ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା(ଏନ୍‌ବିଏଫ୍‌ସି) ଗୁଡିକୁ ଏଣିକି ସହଜରେ ଋଣ ମିଳିଯିବ। ବ୍ୟାଙ୍କିଙ୍ଗ ସେକ୍ଟରକୁ ନିୟନ୍ତ୍ରଣ କରୁଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ବ୍ୟାଙ୍କମାନଙ୍କ ଲାଗି ଋଣ ଦେବା ନିୟମକୁ କିଛି ମାତ୍ରାରେ କୋହଳ କରିଛି।

ହୋଣ୍ଡା ଟୁହ୍ବିଲର୍ସ ଇଣ୍ଡିଆ ପକ୍ଷରୁ ମହା ଜଏ ଲକି ଡ୍ର

ହୋଣ୍ଡା ଟୁହ୍ବିଲର୍ସ ଇଣ୍ଡିଆ ପକ୍ଷରୁ ମହା ଜଏ ଲକି ଡ୍ର

ଭୁବନେଶ୍ୱର,୨୧-୧୦: ହୋଣ୍ଡା ଟୁହ୍ବିଲର୍ସ ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ଓ୍ବିଙ୍ଗସ ଅଫ୍‌ ଜଏ ଅଫର ଅନ୍ତର୍ଗତ ମହା ଜଏ ଲକି ଡ୍ର ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଦୁଇ ଜଣ ବିଜେତାଙ୍କ ନାମ ଘୋଷଣା କରାଯାଇଛି। 

ବଜାରରେ ଅନର ୮ ଏକ୍ସ

ବଜାରରେ ଅନର ୮ ଏକ୍ସ

ନୂଆଦିଲ୍ଲୀ,୨୦-୧୦: ହାଓ୍ବାଇର ସବ୍‌ ବ୍ରାଣ୍ଡ ଅନର ପକ୍ଷରୁ ବଜାରକୁ ଆସିଛି ନୂଆ ୮ ଏକ୍ସ।