ଉପକୂଳ ଓଡିଶା

ସାମୁଦ୍ରିକ ପ୍ରଦୂଷଣ ରୋକିବାକୁ ମକ୍‌ଡ୍ରିଲ

ସାମୁଦ୍ରିକ ପ୍ରଦୂଷଣ ରୋକିବାକୁ ମକ୍‌ଡ୍ରିଲ

ପାରାଦୀପ,୨୫।୧୨(ସ୍ବ.ପ୍ର.)
ସମୁଦ୍ରକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀ ଓଡ଼ିଶା ମୁଖ୍ୟାଳୟ-୭ ପକ୍ଷରୁ ଏକ ସଚେତନତା ମୂଳକ ମକ୍‌ଡ୍ରିଲ କରାଯାଇଛି। ପାରାଦୀପ ନିକଟ ସମୁଦ୍ରରେ ହେଉଥିବା ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଜିଲା ପ୍ରଶାସନ, ଡିଜାଷ୍ଟର ମ୍ୟାନେଜମେଣ୍ଟ, ପାରାଦୀପ ପୋର୍ଟ ଓ ବନ୍ଦର ବ୍ୟବହାରକାରୀ ସଂସ୍ଥାର ପ୍ରତିନିଧିମାନେ ସାମିଲ ହୋଇଥିଲେ। ସମୁଦ୍ରରେ ଜାହାଜ ଚଳାଚଳ ଯୋଗୁ ଅଧିକାଂଶ ସମୟରେ ସେଥିରୁ ତେଲ ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ବାହାରି ସମୁଦ୍ର ପାଣିରେ ମିଶିଥାଏ। ସେହି ତୈଳାକ୍ତ ଆସ୍ତରଣକୁ କିପରି ନଷ୍ଟ କରାଯିବ ତା’ର ଡେମୋ ଦେଖାଇଥିଲା କୋଷ୍ଟଗାର୍ଡ। ଯେତେ ସମ୍ଭବ ଅଧିକ ଜାହାଜର କ୍ୟାପ୍‌ଟେନ, ନାବିକ, ପୋର୍ଟରେ କାମ କରୁଥିବା ଲୋକ ଏ ସମ୍ପର୍କରେ ସଚେତନ ହେବାକୁ କୁହାଯାଇଥିଲା। କୋର୍ଷ୍ଟଗାର୍ଡ ଡିଆଇଜି ରାଜେଶ ମାକଓ୍ବାନ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ। ଏକପ୍ରକାର କେମିକାଲ ସମୁଦ୍ର ପାଣିରେ ସିଞ୍ଚନ କଲେ ତୈଳାକ୍ତ ଅଂଶ ସଫା କରିହେଉଛି। ସେହି କେମିକାଲ ବ୍ୟବହକାର କରିବା ସହ ସାମୁଦ୍ରିକ ଜଳଜୀବ ସୁରକ୍ଷା ପାଇଁ ଆହ୍ବାନ ଦିଆଯାଇଥିଲା। କାର୍ଯ୍ୟକ୍ରମକୁ ସମୁଦ୍ର ପ୍ରଭାରୀ ନାମରେ ନାମିତ କରାଯାଇଛି।

All Right Reserved By

ଉପକୂଳ ଓଡିଶା

ଦୋକାନ ଭଙ୍ଗାରୁଜାକୁ ବର୍ଷେ ବିତିଲା : ଚାର୍ଜସିଟ୍‌ ଦାଖଲ କରୁନି ପୋଲିସ

ଦୋକାନ ଭଙ୍ଗାରୁଜାକୁ ବର୍ଷେ ବିତିଲା : ଚାର୍ଜସିଟ୍‌ ଦାଖଲ କରୁନି ପୋଲିସ

ନାଉଗଁା,୧୮ା୭(ସ୍ବ.ପ୍ର.): ନାଉଗଁା ବ୍ଲକ ଅବଦଲପୁରସ୍ଥିତ ଥାନା ଛକରେ ୧୭ ଜୁଲାଇ ୧୦୧୭ରେ ହୋଇଥିବା ଦୋକାନ ପୋଡ଼ି ଘଟଣାକୁ ଇତିମଧ୍ୟରେ ୧ବର୍ଷ ବିତିଲାଣି। ଏହି ଘଟଣାକୁ ନେଇ ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୋଲିସ ଅଦ୍ୟାବଧି ଚାର୍ଜସିଟ୍‌ ଦାଖଲ କରିନାହିଁ। ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଜଳ ନିଷ୍କାସନ ପାଇଁ ନିର୍ବାହୀ ଯନ୍ତ୍ରୀଙ୍କୁ ଦାବିପତ୍ର

ଜଳ ନିଷ୍କାସନ ପାଇଁ ନିର୍ବାହୀ ଯନ୍ତ୍ରୀଙ୍କୁ ଦାବିପତ୍ର

ବାଲିକୁଦା,୧୮ା୭(ସ୍ବ.ପ୍ର.): ଲଗାଣ ବର୍ଷା ଯୋଗୁ ବାଲିକୁଦା ବ୍ଲକର ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି। ଡ୍ରେନ୍‌ଗୁଡିକରେ ଜଳ ନିଷ୍କାସନ ଠିକ୍‌ ଭାବେ ହୋଇପାରୁ ନ ଥିବାରୁ ବହୁ ଅସୁବିଧା ହେଉଛି। ତେଣୁ ଜଳ ନିଷ୍କାସନ ସୁବିଧା କରିବା ପାଇଁ ଅଳକା ବୁଡ଼ି ଅଞ୍ଚଳ କୃଷକ ସଂଗ୍ରାମ ସମିତି ପକ୍ଷରୁ ଜଳ ସମ୍ପଦ ବିଭାଗ ଓ ଜଳ ନିଷ୍କାସନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ବିଦ୍ୟାଳୟ ଛାତରୁ ଖସୁଛି ପ୍ଲାଷ୍ଟର : ପୋସ୍କୋ କୋଠାରେ ପଢ଼ିଲେ ପିଲା

ବିଦ୍ୟାଳୟ ଛାତରୁ ଖସୁଛି ପ୍ଲାଷ୍ଟର : ପୋସ୍କୋ କୋଠାରେ ପଢ଼ିଲେ ପିଲା

ପାରାଦୀପ, ୧୮ା୭(ସ୍ବ.ପ୍ର.): ପାରାଦୀପ ପୌରାଞ୍ଚଳର ୧୭ ନଂ. ଓ୍ବାର୍ଡ ଷଣ୍ଢକୁଦରେ ୧୯୭୬ରୁ ଚାଲିଛି ନୋଳିଆ ସାହି ପ୍ରାଥମିକ ବିଦ୍ୟାଳୟ। ଉକ୍ତ ବିଦ୍ୟାଳୟର ଛାତ ୨୦୧୩ ଫାଇଲିନ୍‌ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିଲା। ସେବେଠାରୁ ତାହା ମରାମତି ଚାଲିଛି। ଅନ୍ୟପକ୍ଷରେ ଗତ ସପ୍ତାହେ ହେଲା ଛାତରୁ ପ୍ଲାଷ୍ଟର ଖସୁଛି। ୨ କକ୍ଷ ବିଶିଷ୍ଟ ଉକ୍ତ ଛାତର ପ୍ଲାଷ୍ଟର ଖସିବା ଯୋଗୁ ଛାତ୍ରୀଛାତ୍ର ପାଠ ପଢ଼ିବା ପାଇଁ ହଇରାଣ ହେଉଥିଲେ।

୩ ଶିକ୍ଷୟିତ୍ରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ : ଟିସି ନେଲା ପରେ ବି ବିଦ୍ୟାଳୟରେ ଉପସ୍ଥାନ ଗଡୁଛି

୩ ଶିକ୍ଷୟିତ୍ରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ : ଟିସି ନେଲା ପରେ ବି ବିଦ୍ୟାଳୟରେ ଉପସ୍ଥାନ ଗଡୁଛି

ଜଗତ୍‌ସିଂହପୁର ଅଫିସ,୧୮ା୭: ମୋତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡ଼ା କାଠ। ଜଗତ୍‌ସିଂହପୁର ଜିଲାର ବିଭିନ୍ନ ସରକାରୀ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକମାନେ ଏହି ନ୍ୟାୟରେ କାମ କରିଚାଲିଛନ୍ତି। ଅର୍ଥାତ୍‌ ସରକାର ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ଯେତେ କାର୍ଯ୍ୟାନୁଷ୍ଠାନ ନେଲେ ମଧ୍ୟ ଏହି ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କ ଉପରେ ତାହାର କାଣିଚାଏ ପ୍ରଭାବ ପଡୁନାହିଁ।

 ଉତ୍ତରକୁ ଢଳିଲେ ସିଦ୍ଧେଶ୍ୱର ମହାଦେବ: ଅପୂର୍ବ ଦୃଶ୍ୟ ଦର୍ଶନ କଲେ ଶତାଧିକ ଶ୍ରଦ୍ଧାଳୁ

ଉତ୍ତରକୁ ଢଳିଲେ ସିଦ୍ଧେଶ୍ୱର ମହାଦେବ: ଅପୂର୍ବ ଦୃଶ୍ୟ ଦର୍ଶନ କଲେ ଶତାଧିକ ଶ୍ରଦ୍ଧାଳୁ

ଖଣ୍ଡପଡା,୧୭।୭(ସ୍ବ.ପ୍ର.)-କଣ୍ଟିଲୋ ଶ୍ରୀ ନୀଳମାଧବ ଜୀଉଙ୍କ ପାର୍ଶ୍ୱଠାକୁର ଭାବେ ବିରାଜିତ ସିଦ୍ଧେଶ୍ୱର ମହାଦେବ ମଙ୍ଗଳବାର କର୍କଟ ସଂକ୍ରାନ୍ତିରେ ଉତ୍ତରକୁ ଢ଼ଳିଛନ୍ତି। ଶତାଧିକ ଶ୍ରଦ୍ଧାଳୁ ନୀଳମାଧବ ଜୀଉଙ୍କ ପୀଠରେ ମହାଦେବଙ୍କ ଏହି ଅପୂର୍ବ ଦୃଶ୍ୟ ଦର୍ଶନ କରିଥିଲେ ।

ଜୀବିକା ପାଇଁ ବାଜି ଲାଗୁଛି ଜୀବନ

କେନ୍ଦ୍ରାପଡା ଅଫିସ, ୧୭। ୭- କେନ୍ଦ୍ରାପଡ଼ା ଜିଲାର ଉପାନ୍ତ ଅଞ୍ଚଳ ମତ୍ସଜୀବୀଙ୍କ ବାସସ୍ଥାନ। ମାଛ, କଙ୍କଡା ଧରି ବିକ୍ରି କରି ଏମାନେ ପରିବାର ଚଳାନ୍ତି। ସମୁଦ୍ରର ଜୁଆର ଛାଡିଲେ ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟ ଦେଇ ବହି ଯାଇଥିବା ନଦୀ, ନାଳରୁ ଛୋଟ ଛୋଟ ଚିଙ୍ଗୁଡି ସଂଗ୍ରହ କରି ବଜାରରେ ବିକିବା ଏମାନଙ୍କ କାମ। ତେବେ ଛୋଟ ଚିଙ୍ଗୁଡି ସଂଗ୍ରହରେ ପୁରୁଷଙ୍କ ଅପେକ୍ଷା ବେଶି ମହିଳା ଓ କିଶୋରୀଙ୍କୁ ଦେଖିବାକୁ ମିଳୁଛି। ଅପରପକ୍ଷରେ ବନ ବିଭାଗର ରିପୋର୍ଟ ଅନୁଯାୟୀ ଗତ ୧୦ ବର୍ଷ ମଧ୍ୟରେ କୁମ୍ଭୀର ଆକ୍ରମଣରେ ମାତ୍ର ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାସ୍ତବରେ ୪୦ରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଥିବା ଆକଳନ କରାଯାଉଛି।

କଳିଙ୍ଗନଗର ୪୦ ବିସ୍ଥାପିତଙ୍କ ଅତିରିକ୍ତ ଜିଲାପାଳଙ୍କୁ ଦାବୀପତ୍ର ପ୍ରଦାନ

କଳିଙ୍ଗନଗର ୪୦ ବିସ୍ଥାପିତଙ୍କ ଅତିରିକ୍ତ ଜିଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ଯାଜପୁର ରୋଡ଼,୧୭।୭(ନି.ପ୍ର.): କଳିଙ୍ଗନଗର ଶିଳ୍ପାଞ୍ଚଳର ଖୁରୁଣ୍ଟି, ମଳିକସାହିର ୪୦ ପରିବାର ୧୯୯୨ ମସିହାରେ ନିଳାଚଳ ଇସ୍ପାତ ନିଗମରୁ ବିସ୍ଥାପିତ ହୋଇଥିଲେ। ୨୦୧୧ରେ ସେମାନଙ୍କୁ ବିସ୍ଥାପିତ ପରିଚୟ ପତ୍ର ମିଳିଥିଲା।

ମଦ ନିଶା: ଡ୍ରେନରୁ ଯୁବକ ଉଦ୍ଧାର

ଓଡ଼ଗାଁ, ୧୭।୭(ସ୍ବ.ପ୍ର.): ସ୍ଥାନୀୟ ରେଞ୍ଜ ଅଫିସ ସାମନା ଡ୍ରେନରୁ ମଙ୍ଗଳବାର ସକାଳେ ଜଣେ ଯୁବକଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଛନ୍ତି। ସେ ମାତାଲ ଅସ୍ଥାରେ ସକାଳୁ ଡ୍ରେନ୍‌ ଭିତରେ ପଡିଥିବା ଲୋକମାନେ ଦେଖି ଦମକଳ କେନ୍ଦ୍ରକୁ ଜଣାଇଥିଲେ।

ରାଜପଥ ପାଲଟିଛି ମରଣଯନ୍ତା

ମାର୍ଶାଘାଇ,୧୭।୭(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳ ଦେଇ ଯାଇଥିବା ନଂ. ୫(କ) ଜାତୀୟ ରାଜପଥର ମାର୍ଶାଘାଇ କ୍ରସିଂଠାରୁ ଲୁଣା ବ୍ରିଜ୍‌ ପର୍ଯ୍ୟନ୍ତ ପ୍ରାୟ ୪ କି.ମି. ରାଜପଥ ବିପଦସଙ୍କୁଳ ଅବସ୍ଥାରେ ରହିଛି। ବିଭିନ୍ନ ସ୍ଥାନରେ ରାସ୍ତା ନିର୍ମାଣ ଓ ମରାମତି ଜନିତ ତ୍ରୁଟି ଯୋଗୁ ଏପରି ହୋଇଛି।

ଓଲଟିଲା ସାର ବୋଝେଇ ଟ୍ରକ: ଡ୍ରାଇଭର ମୃତ

ଓଲଟିଲା ସାର ବୋଝେଇ ଟ୍ରକ: ଡ୍ରାଇଭର ମୃତ

ସାଲେପୁର,୧୭।୭(ଡି.ଏନ୍‌.ଏ.): କଟକ-ଚାନ୍ଦବାଲି ରାସ୍ତାର ନାନ୍ଦୋଳଗଡ଼ା ଭାତପଡ଼ା ଛକ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ସାର ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି। ଫଳରେ ଘଟଣାସ୍ଥଳରେ ଡ୍ରାଇଭର ପ୍ରଶାନ୍ତ କୁମାର ରାଉତଙ୍କ ମୃତ୍ୟୁ ହୋଇଛି।

ଗାଁ କଲ୍ୟାଣ ସମିତି ଅର୍ଥରେ ହେଉନି ଗାଁର ଉନ୍ନତି

ଖଣ୍ଡପଡ଼ା,୧୭।୭(ସ୍ବ.ପ୍ର.)- ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ପରିମଳ ସେବା ଯୋଗାଇ ଦେବାର ଲକ୍ଷ୍ୟ ରଖି ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ଜରିଆରେ ପ୍ରତ୍ୟେକ ରାଜସ୍ବ ଗାଁରେ ଗାଁ କଲ୍ୟାଣ ସମିତି ଗଠନ କରାଯାଇଛି। ଏହି ସମିତିରେ ଗାଁର ୱାର୍ଡ ସଭ୍ୟାସଭ୍ୟ, ଅଙ୍ଗନୱାଡି କର୍ମୀ, ରାଜସ୍ବ ଗ୍ରାମର ଆଶାକର୍ମୀ, ଗ୍ରାମ୍ୟ ଜଳଯୋଗାଣ ସଂସ୍ଥାର ସ୍ବାବଲମ୍ବୀ କାରିଗର, ସର୍ବାଧିକ ସଞ୍ଚୟ ଥିବା ୩ଟି ମହିଳା ସ୍ବୟଂ ସହାୟକ ଦଳର ପ୍ରତିନିଧିଙ୍କୁ ସାମିଲ କରାଯାଇଛି।

ଅଭିନବ ରଥଯାତ୍ରା, ନୌକାରେ ବିଜେ ଜଗନ୍ନାଥ

ଅଭିନବ ରଥଯାତ୍ରା, ନୌକାରେ ବିଜେ ଜଗନ୍ନାଥ

ଟାଙ୍ଗୀ (ଖୋର୍ଦ୍ଧା), ୧୭।୭ (ଡି.ଏନ.ଏ.)- ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ୍‌ ନଇରୀର ଅନତି ଦୂରରେ ଥିବା ପ୍ରଭୁ ଜଗନ୍ନାଥଙ୍କ ଗୋପନସ୍ଥଳୀ କାଙ୍କଣଶିଖରୀରେ ଚଳିତବର୍ଷ ଅଭିନବ ଉପାୟରେ ରଥଯାତ୍ରା ପାଳିତ ହୋଇଯାଇଛି। ନନ୍ଦିଘୋଷ ନୌକାରେ ପ୍ରଭୁଙ୍କୁ ବିଜେ କରାଇ କାଙ୍କଣଶିଖରୀର ଚତୁଃପାର୍ଶ୍ୱରେ ନୌବିହାର କରାଯାଇଥିଲା।

Model This Week

ରୂପେଶ