ଉପକୂଳ ଓଡିଶା

ସିନ୍ଦୋଳ ଗୁଳିକାଣ୍ଡ :୩ କୋର୍ଟଚାଲାଣ

ସିନ୍ଦୋଳ ଗୁଳିକାଣ୍ଡ :୩ କୋର୍ଟଚାଲାଣ

ରାହାମା/ତିର୍ତ୍ତୋଲ,୨୫।୧୨(ଡି.ଏନ.ଏ.)

ତିର୍ତ୍ତୋଲ ଥାନା ଅନ୍ତର୍ଗତ ମଣିଜଙ୍ଗା ପଞ୍ଚାୟତ ସିନ୍ଦୋଳ ଗ୍ରାମରେ ଗତ ସୋମବାର ବିଳମ୍ବିତ ରାତିରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଅଟକ ୩ ଅଭିଯୁକ୍ତଙ୍କୁ ସୋମବାର ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଲକ୍ଷ୍ମୀଙ୍କ ସୁନାମୂର୍ତ୍ତି ଚୋରି କରିବା ଲୋଭରେ ଅଭିଯୁକ୍ତମାନେ ଏଭଳି ଘଟାଇଥିବା ପୋଲିସ ସୂଚନା ଦେଇଛି। ତେବେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଅନ୍ୟମାନଙ୍କୁ ଶୀଘ୍ର ଧରାଯିବ ବୋଲି ଆଇଆଇସି ବଳରାମ ନାୟକ କହିଛନ୍ତି ା ଗିରଫ ୩ ଅଭିଯୁକ୍ତ ହେଲେ କଉଡ଼ିଆବରେଇ ଗ୍ରାମର କିରଣ କୁମାର ସ୍ବାଇଁ ଓରଫ ଲିପୁନ, ଅବିନାଶ ବେଉରା ଓରଫ ଜିପୁନା, ଅଇବିଲ ଗ୍ରାମର ପ୍ରିୟବ୍ରତ ଖୁଣ୍ଟିଆ ଓରପ ରିଲୁ। ଲିପୁନଙ୍କଠାରୁ ଏକ ବନ୍ଧୁକ ଓ ଦୁଇ ରାଉଣ୍ଡ୍‌ ଗୁଳି ଜବତ କରାଯାଇଛି।
ସୂଚନା ଅନୁଯାୟୀ, ୧୮ତାରିଖ ବିଳମ୍ବିତ ରାତିରେ ଏରସମା-ମଣିଜଙ୍ଗା ରାସ୍ତା ପାଶର୍‌ବ ସିନ୍ଦୋଳ ଗ୍ରାମର ଧନେଶ୍ୱର ବରାଳଙ୍କ ବାଡିପଟ କବାଟ ଖୋଲି ୩ ଜଣ ଦୁର୍ବୃତ୍ତ ଘରେ ପଶିଥିଲେ। ଶବ୍ଦଶୁଣି ଧନେଶ୍ୱରଙ୍କ ବଡ଼ପୁଅ ଅନ୍ତର୍ଯ୍ୟାମି ଉଠିପଡ଼ିଥିଲେ। ସେ ଦୁବୁର୍ତ୍ତମାନଙ୍କୁ କାବୁ କରିବା ସମୟରେ ଧସ୍ତାଧସ୍ତି ହୋଇଥିଲା। ଜଣଙ୍କ ମୁହଁରୁ କଳାମୁଖା ଖୋଲିଯିବାରୁ ଧରାପଡ଼ିବା ଭୟରେ ସେମାନେ ଅନ୍ତର୍ଯ୍ୟାମୀଙ୍କୁ ଗୁଳି ମାରିଥିଲେ। ଏଥିରେ ଅନ୍ତର୍ଯ୍ୟାମୀଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ସାନଭାଇ ବିଶ୍ୱପ୍ରେମୀ ଓ ପୁତୁରା ପୁପୁନ ଆହତ ହୋଇଥିଲେ। ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ଆହତମାନଙ୍କୁ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଧନେଶ୍ୱରଙ୍କ ଘରୁ ଏକ ଜ୍ୟାକେଟ୍‌, ହଳେ ଚପଲ ଜବତ କରିଥିଲା। ଏଥିସହ ୩ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଥିଲା। ଦୀର୍ଘ ୭ଦିନ ତଦନ୍ତ କରିବା ପରେ ଅଭିଯୁକ୍ତମାନଙ୍କୁ ସୋମବାର କୋର୍ଟଚାଲାଣ କରାଯାଇଛି। ତେବେ ଏହି ଘଟଣାରେ ମୂଳ ଅପରାଧୀଙ୍କ ଚେର ତିର୍ତ୍ତୋଲ ଥାନା ଅନ୍ତର୍ଗତ ବଡ଼ିଲୋ ଗ୍ରାମରୁ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ଲମ୍ବିଥିବା ଜଣାପଡିଛି। ଏହାପୂର୍ବରୁ ଅଭିଯୁକ୍ତମାନେ ତିର୍ତ୍ତୋଲ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ରାହାଜାନି, ଡ଼କାୟତି କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଥାନା ପାଖରୁ ମାତ୍ର ୫ କିଲୋମିଟର ଭିତରେ ଅପରାଧି ଗ୍ୟାଙ୍ଗର ସଦସ୍ୟ ରହିବା ଓ ସେମାନଙ୍କଠାରୁ ବନ୍ଧୁକ ମିଳିବା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଉପଯୁକ୍ତ ପ୍ରମାଣ ପାଇଲା ପରେ ପୋଲିସ କେସ୍‌ (ନଂ.୩୮୩/୧୭) ରୁଜୁ କରି ଧାରା ୪୯୪, ୩୨୪, ୩୯୬ ଆଇପିସି ୨୫, ୨୭ ଆର୍ମସ୍‌ ଆକ୍ଟରେ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରିଛି।

All Right Reserved By

Model This Week

ନିକିତା

ଉପକୂଳ ଓଡିଶା

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଜଗତ୍‌ସିଂହପୁର, ଅଫିସ,୧୯ା୪- ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। କେହି ଅଜଣା ବ୍ୟକ୍ତି ଉକ୍ତ ଯୁବକଙ୍କର ମୃତଦେହକୁ ଆଣି ଡାକ୍ତରଖାନାରେ ଛାଡ଼ି ପଳାଇଛନ୍ତି। ତେବେ ଯୁବକଙ୍କର ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ମାନସିକ ବିକୃତ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ମେଡିକାଲ ଛାତରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ

ମାନସିକ ବିକୃତ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ମେଡିକାଲ ଛାତରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ

କେନ୍ଦ୍ରାପଡ଼ା ଅଫିସ,୧୯।୪: ଜିଲା ମୁଖ୍ୟ ଚିକିତ୍ସାଳୟ ଛାତ ଉପରେ ଚଢ଼ି ଜଣେ ମାନସିକ ବିକୃତ ଯୁବକ ଗୁରୁବାର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପୂର୍ବତନ କାଉନ୍‌ସିଲର ହିରଣ୍ୟ କୁମାର ପଣ୍ଡାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ତାଙ୍କୁ ଉଦ୍ଧାର କରାଯାଇ ପାରିଛି।

ବିଜୁଳି ବିଭ୍ରାଟ ପ୍ରତିବାଦରେ ଗଣଧାରଣା

ବିଜୁଳି ବିଭ୍ରାଟ ପ୍ରତିବାଦରେ ଗଣଧାରଣା

କେନ୍ଦ୍ରାପଡ଼ା ଅଫିସ,୧୯।୪: କେନ୍ଦ୍ରାପଡ଼ା ସହରର ୧୬ ନଂ. ଓ୍ବାର୍ଡ ଫକିରାବାଦର ୫୦୦ରୁ ଊର୍ଦ୍ଧ୍ୱ ଉପଭୋକ୍ତା ବିଜୁଳି ବିଭ୍ରାଟର ଶିକାର ହୋଇଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ପ୍ରତିବାଦ ସଭାରେ ପୂର୍ବତନ ପୌରାଧ୍ୟକ୍ଷ ବିଜୟକୃଷ୍ଣ ସାହୁ ଅଧ୍ୟକ୍ଷତା କରିଥିଲେ।

ରାଜ୍ୟସ୍ତରୀୟ ବାସ୍କେଟବଲ ଚାମ୍ପିୟନସିପ ପାଇଁ ଜଗତସିଂହପୁର ଦଳ

ଜଗତସିଂହପୁର ଅଫିସ, ୧୯।୪-କଟକର ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ୬୯ତମ ରାଜ୍ୟସ୍ତରୀୟ ବାସ୍କେଟବଲ୍‌ ଚାମ୍ପିୟନସିପ (କନିଷ୍ଠ) ପାଇଁ ଜଗତସିଂହପୁର ଜିଲା ଦଳ କଟକ ଯାତ୍ରା କରିଛି। ଏପ୍ରିଲ ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଚାମ୍ପିୟନଶିପ ପାଇଁ ଉଭୟ ବାଳିକା ଓ ବାଳକ ଦଳ ଚୟନ କରାଯାଇଥିଲା।

ଅଷ୍ଟଶମ୍ଭୁ ଫିଲିଂ ଷ୍ଟେଶନ ଉପରେ ଚଢ଼ାଉ

ଅଷ୍ଟଶମ୍ଭୁ ଫିଲିଂ ଷ୍ଟେଶନ ଉପରେ ଚଢ଼ାଉ

ଜଗତସିଂହପୁର ଅଫିସ, ୧୯।୪- ଗୁରୁବାର ବିରିଡି ବ୍ଲକ ଅନ୍ତର୍ଗତ ହାଜିପୁରଠାରେ ଥିବା ଅଷ୍ଟଶମ୍ଭୁ ଫିଲିଂ ଷ୍ଟେଶନ ଉପରେ ବିଡିଓ ପରେଶ କୁମାର ନାୟକ ଓ ଯୋଗାଣ ନିରୀକ୍ଷକ ମୋଟିରାମ ଦାସ ଚଢ଼ାଉ କରିଥିଲେ।

ଯୌତୁକ ଦାବିରେ ହତ୍ୟା ଉଦ୍ୟମ ଘଟଣା: ପୀଡ଼ିତା ମହିଳା କମିଶନଙ୍କ ଦ୍ୱାରସ୍ଥ

ଯୌତୁକ ଦାବିରେ ହତ୍ୟା ଉଦ୍ୟମ ଘଟଣା: ପୀଡ଼ିତା ମହିଳା କମିଶନଙ୍କ ଦ୍ୱାରସ୍ଥ

ଭୁବନେଶ୍ୱର,୧୯।୪(ବ୍ୟୁରୋ): ଯାଜପୁର ଜିଲା ପାଣିକୋଇଲି ଥାନା ଅନ୍ତର୍ଗତ ଓଚିନ୍ଦା ଗ୍ରାମର ବିମଳା ଭାରତୀ ନାମ୍ନୀ ଜଣେ ମହିଳାଙ୍କୁ ଅଧିକ ଯୌତୁକ ଦାବିକରି ପୋଡ଼ି ହତ୍ୟା ଉଦ୍ୟମ କରାଯିବା ନେଇ ପୀଡ଼ିତା ଗୁରୁବାର ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସମସ୍ୟା ନେଇ ଜିଲାପାଳଙ୍କୁ ଭେଟିଲେ ଟ୍ରକ୍‌ମାଲିକ ସଂଘ

ସମସ୍ୟା ନେଇ ଜିଲାପାଳଙ୍କୁ ଭେଟିଲେ ଟ୍ରକ୍‌ମାଲିକ ସଂଘ

ଯାଜପୁର ଅଫିସ,୧୯।୪: ଖଣିଜ ପଦାର୍ଥ ପରିବହନରେ ସମସ୍ୟା ନେଇ ଯାଜପୁର ଜିଲା ବ୍ରାହ୍ମଣୀ ବ୍ରିଜ୍‌ ଟ୍ରକ୍‌ମାଲିକ ସଂଘ ଗୁରୁବାର ଜିଲାପାଳଙ୍କୁ ଫେରାଦ ହୋଇଛି। ଜିଲାପାଳ ରଞ୍ଜନ କୁମାର ଦାସ ସମସ୍ୟାର ସମାଧାନ ଖୁବ୍‌ଶୀଘ୍ର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

ବାଣ ନିଆଁରେ ୮ ବଖରା ଭସ୍ମୀଭୂତ

ବାଣ ନିଆଁରେ ୮ ବଖରା ଭସ୍ମୀଭୂତ

ବାଲିକୁଦା,୧୯।୪(ସ୍ବ.ପ୍ର.): ବାଲିକୁଦା ତହସିଲ ଅଧୀନ ଆଇଳୋ ପଞ୍ଚାୟତ ଅରିଲୋ ଗ୍ରାମରେ ବରଯାତ୍ରୀ ପ୍ରସେଶନ ସମୟରେ ବାଣ ନିଆଁ ଲାଗି ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି।

ଖିଲାପି ଦୁଇ ଖଣିସଂସ୍ଥାକୁ ଏସ୍‌ପିସିବିର ଅନୁକମ୍ପା

ଖିଲାପି ଦୁଇ ଖଣିସଂସ୍ଥାକୁ ଏସ୍‌ପିସିବିର ଅନୁକମ୍ପା

ଯାଜପୁର ଅଫିସ,୧୯ା୪ ଯାଜପୁର ଜିଲା ସୁକିନ୍ଦା ତହସିଲ ଅନ୍ତର୍ଗତ ନିଜିଗଡସ୍ଥିତ ବାଲେଶ୍ୱର ଆଲଏଜ ଲିଃର ଫେରୋଆଲଏଜ ପ୍ରକଳ୍ପ ଏବଂ ଓଡ଼ିଶା ମାଇନିଂ କର୍ପୋରେଶନ(ଓଏମ୍‌ସି)ର ସୁକୁରୁଙ୍ଗି କ୍ରୋମାଇଟ ମାଇନ୍ସ ସମ୍ପ୍ରସାରଣ ପ୍ରସ୍ତାବ ରହିଛି। ଜନଶୁଣାଣି ପାଇଁ ଯାଜପୁର ଜିଲାପାଳଙ୍କୁ ତାରିଖ, ସମୟ ଓ ସ୍ଥାନ ନିର୍ଦ୍ଧାରଣ କରିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସପିସିବି) ପକ୍ଷରୁ ଅନୁରୋଧ କରାଯାଇଛି।

ବାଲି ମାଫିଆଙ୍କ କବ୍‌ଜାରେ ଖେଳପଡ଼ିଆ

ବାଲି ମାଫିଆଙ୍କ କବ୍‌ଜାରେ ଖେଳପଡ଼ିଆ

ଯାଜପୁର ଅଫିସ,୧୯ା୪ ନଦୀନାଳ ଭରା ଯାଜପୁର ଜିଲାରେ ବେଆଇନ ବାଲି କାରବାର ବୃଦ୍ଧି ପାଇବାରେ ଲାଗିଛି । ଗ୍ରୀନ ଟ୍ରିବ୍ୟୁନାଲର ନିର୍ଦ୍ଦେଶକୁ ବି ଅବମାନନା କରି ବିଭିନ୍ନ ବାଲିଘାଟରେ ମେଶିନ ଲଗାଇ ବାଲି ଉତ୍ତୋଳନ କରାଯାଉଛି। ଜିଲା ପ୍ରଶାସନର ଅପାରଗତା ଯୋଗୁ ଏହି କାରବାର ଏବେ ଅଣାୟତ୍ତ ହେବାରେ ଲାଗିଛି।

ଶ୍ରୀବଳଦେବଜୀଉଙ୍କ ଚନ୍ଦନ ଯାତ୍ରା ଆରମ୍ଭ

କେନ୍ଦ୍ରାପଡା ଅଫିସ,୧୮। ୪-ବୁଧବାର ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ଶ୍ରୀବଳଦେବଜୀଉଙ୍କର ଚନ୍ଦନଯାତ୍ରା ଓ ଚାପ ଖେଳ ପାରମ୍ପରିକ ଭାବେ ଆରମ୍ଭ ହୋଇଛି । ଏହି ଚାପଖେଳ ଆସନ୍ତା ୨୧ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ପୋଖରୀରେ ବୁଡ଼ି ୩ ସ୍କୁଲଛାତ୍ରୀ ମୃତ

ପୋଖରୀରେ ବୁଡ଼ି ୩ ସ୍କୁଲଛାତ୍ରୀ ମୃତ

ବାଲୁଗଁ। ,୧୮। ୪ (ଡି.ଏନ୍‌.ଏ.)- ବାଲୁଗାଁ ଥାନା ନିମିକ୍ଷେତା ପଞ୍ଚାୟତ ଅଧୀନ ବୋରିଆ ସାହି ଗ୍ରାମ ପୋଖରୀରେ ବୁଧବାର ପୂର୍ବାହ୍ନରେ ୩ଜଣ ସ୍କୁଲ ଛାତ୍ରୀ ବୁଡିଯାଇ ପ୍ରାଣ ହରାଇଛନ୍ତି । ମୃତ ଛାତ୍ରୀମାନେ ହେଲେ ସ୍ଥାନୀୟ ଖଡିକାପଲ୍ଲୀ ଗ୍ରାମର ସନ୍ତୋଷ ସ୍ବାଇଁଙ୍କ ଝିଅ ରାଣୀ ସ୍ବାଇଁ (୬), ଲମ୍ବୋଧରପୁର ଗ୍ରାମର କବି ସିଂଙ୍କ ଝିଅ ରୁବି ସିଂ (୭) ଓ ବୋରିଆ ସାହି ଗ୍ରାମର ଗଣେଶ ବିଶ୍ୱାଳଙ୍କ ଝିଅ ଅର୍ଚ୍ଚିତା ବିଶ୍ୱାଳ (୮) ।