ଉପକୂଳ ଓଡିଶା

ଧାନର ଅଭାବୀ ବିକ୍ରି

ଧାନର ଅଭାବୀ ବିକ୍ରି
କେନ୍ଦ୍ରାପଡ଼ା ଅଫିସ, ୨୫।୧୨ କେନ୍ଦ୍ରାପଡ଼ା ଜିଲାର ୧୧୪ ପ୍ୟାକ୍ସ ମାଧ୍ୟମରେ ଖରିଫ ଧାନ କ୍ରୟ ହେବ। ଏଥିପାଇଁ ସରକାରୀ ଭାବେ ଜିଲାରେ ଗତ ୧୫ ତାରିଖରୁ ମଣ୍ଡି ଖୋଲାଯାଇଛି। ଇତିମଧ୍ୟରେ ୧୦ ଦିନ ବିତି ଥିବା ବେଳେ ଜିଲାର କେତେକ ଅଞ୍ଚଳରେ ଧାନ ଅଭାବୀ ବିକ୍ରି ଆରମ୍ଭ ହୋଇଥିବା ଦେଖାଯାଇଛି। ନଦୀନାଳଘେରା ଅଗମ୍ୟ ଅଞ୍ଚଳରେ ରାସ୍ତାଘାଟର ଅସୁବିଧା ଯୋଗୁ ଚାଷୀମାନେ ପ୍ରତିବର୍ଷ ଏଭଳି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ବୋଲି ବହୁ ଚାଷୀ ଅଭିଯୋଗ କରିଛନ୍ତି। ନଦୀ ଆରପଟେ ମଣ୍ଡି ଖୋଲିଥିବାରୁ ଡଙ୍ଗାରେ ଧାନ ବୋଝେଇ କରି ନେବା କାଠିକର ପାଠ। ତେଣୁ ଚାଷୀମାନେ ଅନ୍ୟ ଉପାୟ ନପାଇ ସହଳ ଅମଳ କରିଥିବା ଧାନକୁ ବେପାରୀକୁ ବିକ୍ରି କରୁଛନ୍ତି ବୋଲି ମହାକାଳପଡ଼ା ବ୍ଲକ କଜଳପାତିଆର ଚାଷୀ ରାମହରି ମଣ୍ଡଳ କହିଛନ୍ତି। ସେହିପରି ଖରିନାସୀ ଗ୍ରାମର ଚାଷୀଙ୍କ ପାଇଁ ବେଣାକନ୍ଦାଠାରେ ମଣ୍ଡି ଖୋଲିଛି। ତେବେ ସେତୁ ନିର୍ମାଣ ହୋଇ ନଥିବାରୁ ଡ଼ଙ୍ଗାରେ ଧାନ ବୋଝେଇ କରି ନେଇ ମଣ୍ଡିରେ ଦେବା ଅପେକ୍ଷା ବେପାରୀଙ୍କୁ ଦେବା ସହଜ ହେଉଛି। ତେଣୁ ସେ ୬ କୁଇଣ୍ଟାଲ ଧାନ ବେପାରୀଙ୍କୁ ବିକ୍ରି କରିଥିବା ଚାଷୀ ରାମହରି ସୂଚନା ଦେଇଛନ୍ତି। ଏଥିସହ କେନ୍ଦ୍ରାପଡ଼ା ଜିଲାର ନଦୀନାଳ ଘେରା ଅଞ୍ଚଳକୁ ଗମନାଗମନ ପାଇଁ ଉପଯୁକ୍ତ ରାସ୍ତା ନଥିବାରୁ ବହୁ ସମୟରେ ଉନ୍ନୟନ କାର୍ଯ୍ୟ ପଡିରହିବା ସହିତ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଯୋଗାଣ ପରି ମୌଳିକ ଆବଶ୍ୟକତା ପୂରଣ ହୋଇ ପାରୁ ନଥିବା ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି। ବଡଟୁବିର ରମେଶ ଚନ୍ଦ୍ର ବାରିକ ପ୍ରକାଶ କରିଛନ୍ତି ଯେ, କଜଳପାଟିଆ ସହିତ ଜମ୍ବୁ, ସୁନୀତି, କଂସାର ବଡଦାଣ୍ଡୁଆ, ବତିଘର, ବଡ଼ଟୁବି, ସାନଟୁବି ଆଦି ଗ୍ରାମରେ ପ୍ରତିବର୍ଷ ଚାଷୀମାନେ ଧାନ ଅଭାବୀ ବିକ୍ରିର ସମ୍ମୁଖୀନ ହୁଅନ୍ତି। ଏଠାରେ ନଦୀନାଳ ଉପରେ ସେତୁ ନିର୍ମାଣ ହେଉ ନଥିବା ଓ ରାସ୍ତା ନଥିବା କାରଣରୁ ଜନଜୀବନ ଦେଶୀ ଡଙ୍ଗା ଉପରେ ନିର୍ଭର କରିଥାଏ। ତେବେ ଖରିନାସୀ ଉପରେ ଏକ ସେତୁ ନିର୍ମାଣ ହୋଇ ପାରିଲେ, ରାମନଗର ପ୍ୟାକ୍ସରେ ଧାନ ବିକ୍ରି ହୋଇ ପାରନ୍ତା। ସେହିପରି ଆଳି ବ୍ଲକ ପଦନୀପାଳ ଗ୍ରାମର ଚାଷୀ ଉମେଶ ଚନ୍ଦ୍ର ସାହୁ କୁହନ୍ତି, ନଦୀରେ ସବୁବେଳେ କୁମ୍ଭୀର ଆତଯାତ ହେଉଛନ୍ତି। ଏପରି ଅବସ୍ଥାରେ ଧାନ ବସ୍ତାକୁ ମଣ୍ଡି ନିକଟରେ ପହଞ୍ଚାଇବା ପାଇଁ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ବେପାରୀମାନେ ଗାଁକୁ ଆସି ଚାଷୀଙ୍କଠାରୁ ଧାନ କ୍ରୟ କରି ଗୋଟିଏ ସ୍ଥାନରେ ଏକାଠି କରିବା ପରେ ଏକକାଳୀନ ଡ଼ଙ୍ଗା, ଭୁଟୁଭୁଟି ସାହାଯ୍ୟରେ ନଦୀ ଆରପାଟକୁ ଧାନ ନେଇଥାନ୍ତି। ଏପରି ଅଗମ୍ୟ ସ୍ଥାନରେ ସରକାରୀ ବ୍ୟବସ୍ଥାରେ ଧାନ କ୍ରୟ କଲେ ଚାଷୀ ଉପକୃତ ହୋଇ ପାରନ୍ତେ। ଧାନର ସରକାରୀ ମୂଲ୍ୟ ୧୫୫୦ରୁ ୧୫୯୦ ଥିବା ବେଳେ ମାତ୍ର ୭୦୦ରୁ ୮୦୦ ଟଙ୍କା କୁଇଣ୍ଟାଲ ପିଛା ବିକ୍ରି କରୁଥିବା ଚାଷୀ ସାହୁ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜିଲା ଯୋଗାଣ ବିଭାଗ ଅଧିକାରୀ ରାମନାଥ ସାହୁଙ୍କୁ ପଚାରିବାରେ ଜିଲାରେ ସରକାରୀ ଭାବେ ୧୧୪ ଧାନ ମଣ୍ଡି ଖୋଲାଯାଇଛି। ଏହି ସ୍ଥାନକୁ ଚାଷୀ ଧାନ ଆଣିଲେ ପ୍ୟାକ୍ସ ମାଧ୍ୟମରେ କିଣାଯାଉଛି। ଜିଲାର କେତେକ ଅଗମ୍ୟ ଗଁାରେ ମଣ୍ଡି ଖୋଲିବା ପାଇଁ ପ୍ରଶାସନ ପକ୍ଷରୁ କୌଣସି ପ୍ରକ୍ରିୟା ଆରମ୍ଭ ହୋଇନାହିଁ ବୋଲି ସୂଚନା ଦେଇଛନ୍ତି।
All Right Reserved By

ଉପକୂଳ ଓଡିଶା

ବାର୍ଡ ଫ୍ଲୁ: ମଧ୍ୟାହ୍ନ ଭୋଜନରୁ ଅଣ୍ଡା ବାଦ : ସମସ୍ତ ଫାର୍ମରୁ କୁକୁଡ଼ା ମାରିବା ପାଇଁ ନିର୍ଦ୍ଦେଶ

ବାର୍ଡ ଫ୍ଲୁ: ମଧ୍ୟାହ୍ନ ଭୋଜନରୁ ଅଣ୍ଡା ବାଦ : ସମସ୍ତ ଫାର୍ମରୁ କୁକୁଡ଼ା ମାରିବା ପାଇଁ ନିର୍ଦ୍ଦେଶ

କୃଷ୍ଣପ୍ରସାଦ,୧୩ା୧୨(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ୍‌ରେ ଗତ ୧ ସପ୍ତାହ ମଧ୍ୟରେ ଶହ ଶହ କୁକୁଡ଼ା ମରିପଡ଼ିଥିବା ଦେଖାଯାଇଛି। ‘ଧରିିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ କୁକୁଡ଼ା ରକ୍ତ ନମୁନା ପରୀକ୍ଷା  କରିବା  ପରେ ବାର୍ଡ ଫ୍ଲୁ’ପଜିଟିଭ୍‌ ସୂଚନା ମିଳିଛି। ଏହାପରେ ଜିଲା ପ୍ରଶାସନ ପକ୍ଷରୁ ବିଶେଷ ସତର୍କତା ଅବଲମ୍ବନ କରାଯାଇଛି। ବ୍ଲକର ମାଲୁଦ, ପଥରଗଞ୍ଜ ଓ ସାନସାହିରେ ଥିବା କୁକୁଡ଼ା ଫାର୍ମରୁ ନମୁନା ସଂଗ୍ରହ କରାଯାଇଥିଲା। 

ପିଠା ଯୋଜନା କାର୍ଯ୍ୟକାରିତା ପ୍ରସ୍ତୁତି ବୈଠକ

ପିଠା ଯୋଜନା କାର୍ଯ୍ୟକାରିତା ପ୍ରସ୍ତୁତି ବୈଠକ

ମାର୍ଶାଘାଇ, ୧୩।୧୨ (ଡି.ଏନ୍‌.ଏ.)- ମାର୍ଶାଘାଇ ବ୍ଲକ ସମ୍ମଳନୀ କକ୍ଷରେ ରାଜ୍ୟ ସରକାରଙ୍କ ପିଠା ଯୋଜନାର କାର୍ଯ୍ୟକାରିତା ନିମନ୍ତେ ଗୁରୁବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। 

ଆଶ୍ରୟସ୍ଥଳ ରକ୍ଷଣାବେକ୍ଷଣ ସମ୍ପର୍କିତ ସଚେତନତା

ଆଶ୍ରୟସ୍ଥଳ ରକ୍ଷଣାବେକ୍ଷଣ ସମ୍ପର୍କିତ ସଚେତନତା

ମହାକାଳପଡ଼ା, ୧୩।୧୨ (ଡି.ଏନ୍‌.ଏ.)- ମହାକାଳପଡ଼ା ବ୍ଲକ ମହାକାଳପଡ଼ା ପଞ୍ଚାୟତସ୍ଥିତ ଜଅଁରା ଗ୍ରାମସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳଠାରେ ଆଶ୍ରୟସ୍ଥଳ ରକ୍ଷଣାବେକ୍ଷଣ ସମ୍ପର୍କିତ ପଥପ୍ରାନ୍ତ ନାଟକ କଳାଯାଥା ଗୁରୁବାର ଅନୁଷ୍ଠିତ ହୋଇଥିଲା। 

ବସ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ

ବସ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ

ଯାଜପୁର ଅଫିସ, ୧୩।୧୨: ଯାଜପୁର ଜିଲା ୨୦ ନମ୍ବର ଜାତୀୟ ରାଜପଥର ଜହ୍ନାଛକ ନିକଟରେ ଗୁରବାର ଅପରାହ୍ନ ୧ଟା ସମୟରେ ଏକ ଯାତ୍ରୀବାହୀ ବସ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। 

ଛେଳି ଚୋରକୁ କାବୁ କରି ନିର୍ଧୁମ ଛେଚିଲେ ଗ୍ରାମବାସୀ

ଛେଳି ଚୋରକୁ କାବୁ କରି ନିର୍ଧୁମ ଛେଚିଲେ ଗ୍ରାମବାସୀ

ନିଶ୍ଚିନ୍ତକୋଇଲି,୧୩।୧୨(ସ୍ବ.ପ୍ର.): ନିଶ୍ଚିନ୍ତକୋଇଲି ଥାନା ଅଧୀନ ବୁହାଳ ଗ୍ରାମରେ ବୁଧବାର ଛେଳି ଚୋରି କରିବାକୁ ଉଦ୍ୟମ କରୁଥିବା ଜଣେ ଯୁବକଙ୍କୁ ଗ୍ରାମବାସୀ କାବୁ କରିଥିଲେ। ପରେ ତାଙ୍କୁ ଏକ ଆମ୍ବ ଗଛରେ ବାନ୍ଧି ମାଡ଼ ମାରିଥିବା ଜଣାପଡ଼ିଛି। ଯୁବକଜଣଙ୍କ ହେଲେ କେନ୍ଦ୍ରାପଡ଼ାର ମିଟୁ ଦାସ(୨୮)। ବୁଧବାର ସକାଳେ ମିଟୁଙ୍କୁ ଥାନାକୁ ହସ୍ତାନ୍ତର କରାଯାଇଛି।

ରାଜନଗରରେ ଗଡ଼ିଲା ନିଯୁକ୍ତି ରଥ

ରାଜନଗରରେ ଗଡ଼ିଲା ନିଯୁକ୍ତି ରଥ

ରାଜନଗର,୧୩।୧୨(ଡି.ଏନ୍‌.ଏ.): ରାଜନଗର ବ୍ଲକରେ ଆସନ୍ତା ୧୫ ତାରିଖ ଶନିବାର ନିଯୁକ୍ତି ମେଳା ଅନୁଷ୍ଠିତ ହେବ। ଏଥିରେ ଅଞ୍ଚଳର ବେକାରୀ ଯୁବତୀଯୁବକ ଅଂଶଗ୍ରହଣ କରି ବିଭିନ୍ନ ରାଷ୍ଟ୍ରାୟତ୍ତ କମ୍ପାନୀରେ ଯୋଗଦେଇପାରିବେ।

ଟ୍ରାନ୍ସଫର୍ମର ଫାଟି ୩ ଗୁରୁତର

ଟ୍ରାନ୍ସଫର୍ମର ଫାଟି ୩ ଗୁରୁତର

ଯାଜପୁର ଅଫିସ, ୧୩।୧୨: ଯାଜପୁର ରୋଡ ଦଳାଛକସ୍ଥିତ ଏକ ୩୩ କେଭି ଟ୍ରାନ୍ସଫର୍ମର ଗୁରୁବାର ପୂର୍ବାହ୍ନ ୯ଟାରେ ଫାଟିଯିବାରୁ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

ବରିଷ୍ଠ ନାଗରିକଙ୍କୁ କମ୍ବଳ ବଣ୍ଟନ

ବରିଷ୍ଠ ନାଗରିକଙ୍କୁ କମ୍ବଳ ବଣ୍ଟନ

ବୋଲଗଡ଼,୧୩ା୧୨(ଡି.ଏନ.ଏ.)-ବୋଲଗଡ଼ ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥ ଦେଉଳିଠାରେ ବୁଧବାର ୧୦୫ ବରିଷ୍ଠ ନାଗରିକଙ୍କୁ କ୍ଲବ ରେଡ୍‌ରୋଜ୍‌ ସୌଜନ୍ୟରୁ କମ୍ବଳ ବଣ୍ଟନ କରାଯାଇଛି।

ରାସ୍ତା ଅବସ୍ଥା ଶୋଚନୀୟ, ମରାମତି ଦାବି

ରାସ୍ତା ଅବସ୍ଥା ଶୋଚନୀୟ, ମରାମତି ଦାବି

ବୋଲଗଡ଼,୧୩ା୧୨(ଡି.ଏନ.ଏ.)-ବୋଲଗଡ଼ ବ୍ଲକ ଅସରଳା ଦଳ ପଞ୍ଚାୟତସ୍ଥ ପୁଆଣିଆ ଗ୍ରାମର ଦାସସାହିକୁ ପ୍ରବେଶ କରିଥିବା ରାସ୍ତାଟି ଶୋଚନୀୟ ହୋଇପଡିଛି । ସାହି ମୁଣ୍ଡରେ ଥିବା ଡ୍ରେନ ଉପରେ ସମ୍ପୂର୍ଣ୍ଣ ଢାଙ୍କୁଣି ବ୍ୟବସ୍ଥା ନାହଁି। 

ଛାତ୍ରୀମାନଙ୍କ ଆମତ୍ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ଛାତ୍ରୀମାନଙ୍କ ଆମତ୍ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ରଣପୁର,୧୩ା୧୨(ସ୍ବ.ପ୍ର.)-ନୟାଗଡ଼ ଜିଲା ରଣପୁର ବ୍ଲକ ମୟୁରଝାଲିଆ ପଞ୍ଚାୟତସ୍ଥ ଅର୍ଜ୍ଜୁନ ରାଉତ ସ୍ମାରକୀ ମହାବିଦ୍ୟାଳୟରେ ଚାଲିଥିବା ଛାତ୍ରୀମାନଙ୍କ ପାଇଁ ଆମତ୍ସୁରକ୍ଷା ତାଲିମ ଶିବିର ବୁଧବାର ଉଦ୍‌ଯାପିତ ହୋଇଯାଇଛି।

୧୪ରୁ ଧନୁପୂଜା ମହୋତ୍ସବ,ଲାଖବିନ୍ଧା ପ୍ରତିଯୋଗିତା

୧୪ରୁ ଧନୁପୂଜା ମହୋତ୍ସବ,ଲାଖବିନ୍ଧା ପ୍ରତିଯୋଗିତା

ଖଣ୍ଡପଡ଼ା,୧୩ା୧୨(ସ୍ବ.ପ୍ର.)-ଶ୍ରୀନୀଳମାଧବ ଜୀଉଙ୍କ ଆଦ୍ୟ ସେବକ ଶବର ରାଜା ବିଶ୍ୱାବସୁଙ୍କ ଗଡ଼ ଭାବେ ଭାପୁର ବ୍ଲକ୍‌ ଅନ୍ତର୍ଗତ କାଳିଆପଲ୍ଲୀ ଗ୍ରାମ ପରିଚିତ। ଧାନଚେଙ୍ଗଡ଼ା ପଞ୍ଚାୟତସ୍ଥ ଏହି ଗ୍ରାମରେ ପ୍ରତିବର୍ଷ ଧନୁ ସଂକ୍ରାନ୍ତିରେ ଧନୁପୂଜା ମହୋତ୍ସବ ପାଳନ କରାଯାଉଛି। 

ମରି ପଡ଼ୁଛନ୍ତି କାଉ, କୁକୁଡା : ରକ୍ତ ନମୁନା ସଂଗ୍ରହ

ମରି ପଡ଼ୁଛନ୍ତି କାଉ, କୁକୁଡା : ରକ୍ତ ନମୁନା ସଂଗ୍ରହ

କୃଷ୍ଣପ୍ରସାଦ,୧୨ା୧୨(ଡି.ଏନ.ଏ.)-କୃଷ୍ଣପ୍ରସାଦ ବ୍ଲକ୍‌ରେ ବର୍ତ୍ତମାନ ଶହ ଶହ କାଉ ଓ କୁକୁଡ଼ାଙ୍କ ମୃତ୍ୟୁ ଘଟୁଥିବା ଜଣାପଡ଼ିଛି। ଏକ ସପ୍ତାହ ଧରି ଏଠାରେ କୁକୁଡାଗୁଡ଼ିକ ମରି ପଡ଼ୁଥିବା ଯୋଗୁ ବ୍ୟବସାୟୀମାନେ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି।