ବାଣିଜ୍ୟ |

୨୦୧୫-୧୬ରେ ଆୟକର ଦେଇଛନ୍ତି ମାତ୍ର ୧.୭%

୨୦୧୫-୧୬ରେ ଆୟକର ଦେଇଛନ୍ତି ମାତ୍ର ୧.୭%
ନୂଆଦିଲ୍ଲୀ,୨୫-୧୨,(ପି.ଟି)- ଘରୋଇ ବଜାରରେ ମାତ୍ର ୨ କୋଟି ଲୋକ (୧.୭) ଆୟକର ପ୍ରଦାନ କରୁଛନ୍ତି। ଆୟକର ବିଭାଗର ୨୦୧୫-୧୬ ହିସାବ ବର୍ଷ(ଆସେସମେଣ୍ଟ ବର୍ଷ) ତଥ୍ୟରୁ ଏହା ସାମ୍ନାକୁ ଆସିଛି। ୨୦୧୪-୧୫ ଆର୍ଥତ୍କ ବର୍ଷ(୨୦୧୫-୧୬ ଆସେସମେଣ୍ଟ ବର୍ଷ) ରେ ଆୟକର ଭରୁଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି ଘଟି ୪.୦୭ ଛୁଇଁଛି। ଏହା ୨୦୧୩-୧୪ ଆର୍ଥତ୍କ ବର୍ଷରେ ୩.୬୫ କୋଟି ରହିଥିଲା। ଯଦି ପ୍ରକୃତ ପକ୍ଷେ ବିଚାର କରାଯାଏ ତେବେ ମୋଟ ଆଇଟି ରିଟର୍ନ ଭରୁଥିବା ସବୁଲୋକ ଟିକସ ପ୍ରଦାନ କରୁ ନାହାନ୍ତି। ମୋଟ ୪.୦୭ କୋଟି ଲୋକଙ୍କ ମଧ୍ୟରୁ ୨.୦୬ କୋଟି ପ୍ରକୃତ ପକ୍ଷେ ଟିକସ ଭରୁଥିବା ବେଳେ ଅନ୍ୟମାନେ ଟିକସ ପ୍ରଦାନ ସୀମା ଠାରୁ ଆୟ କମ୍‌ ବୋଲି ଦେଖାଉଛନ୍ତି। ଆସେସମେଣ୍ଟ ବର୍ଷ ୨୦୧୪-୧୫ରେ ୩.୬୫ କୋଟି ଲୋକ ରିଟର୍ନ ଫାଇଲ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧.୯୧ କୋଟି ଆୟକର ପ୍ରଦାନ କରିଛନ୍ତି। ମାତ୍ର ୨୦୧୪-୧୫ ଆସେସମେଣ୍ଟ ବର୍ଷ କଥା ବିଚାରକୁ ନେଲେ ମୋଟ୍‌ ୧.୯୧ ଲକ୍ଷ କୋଟି ଟଙ୍କା ଆୟକର ପ୍ରଦାନ କରାଯାଇଛି। ୨୦୧୫-୧୬ ଆସେସମେଣ୍ଟ ବର୍ଷରେ ଏହା ଏହା ୧.୮୮ ଲକ୍ଷ କୋଟି ଟଙ୍କା ରହିଛି। ଅର୍ଥାତ ୨୦୧୫-୧୬ ଆସେସମେଣ୍ଟ ବର୍ଷରେ ଏଥିରେ ହ୍ରାସ ଘଟିଥିବା ଜଣା ଯାଇଛି। ବିଭାଗ ପ୍ରଦାନ କରିଥିବା ତଥ୍ୟ ମୁତାବକ ଦେଶର ମୋଟ ୧୨୦ କୋଟି ଲୋକଙ୍କ ମଧ୍ୟରୁ ମାତ୍ର ୩ % ରିଟର୍ନ ଫାଇଲ କରୁଛନ୍ତି। ଏମାନଙ୍କ ମଧ୍ୟରୁ ୨.୦୧ କୋଟି ଲୋକ କୌଣସି ଆୟକର ପୈଠ କରୁ ନାହାନ୍ତି।ଅପର ପକ୍ଷରେ ୯୬୯୦ ଟିକସଦାତା ୧ କୋଟିରୁ ଅଧିକ ଟଙ୍କା ଟିକସ ପୈଠ କରୁଛନ୍ତି। ମାତ୍ର ଜଣେ ଟିକସଦାତା ୧୦୦ କୋଟି ଟଙ୍କାରୁ ଅଧିକ (୨୩୮ କୋଟି) ଟିକସ ପୈଠ କରୁଛନ୍ତି। ୨.୮୦ କୋଟି ଟିକସଦାତା ୧୯,୯୩୧ କୋଟି ଟିସକ ପୈଠ କରିଛନ୍ତି। ଏମାନେ ବ୍ୟକ୍ତିଗତ ଭାବେ ୫.୫ ଲକ୍ଷ ଟଙ୍କାରୁ ୯.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ପୈଠ କରିଛନ୍ତି। ହାରାହାରି ୨୪୦୦୦ ହିସାବରେ ଏବଂ ୧.୫ ଲକ୍ଷ ଟଙ୍କାରୁ କମ୍‌ ମୂଲ୍ୟର ଆୟ ଲାଗି ୧.୮୪ କୋଟି ରିଟର୍ନ ଫାଇଲ ହୋଇଛି। ୨୦୧୫-୧୬ ଆସେସମେଣ୍ଟ ବର୍ଷରେ ମୋଟ ୪.୦୭ କୋଟି ରିଟର୍ନ ଫାଇଲ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୮୨ ଲକ୍ଷ ଲୋକଙ୍କ ଦ୍ୱାରା ଫାଇଲ ହୋଇଥିବା ରିଟର୍ନ ଶୂନ କିମ୍ବା ୨.୫ ଲକ୍ଷ ଠାରୁ ନିମ୍ନରେ ବୋଲି ଦର୍ଶାଯାଇଛି। ୨୦୧୪-୧୫ ଆସେସମେଣ୍ଟ ବର୍ଷ କଥା ବିଚାର କଲେ ଯଣାଯିବ ଯେ, ୩.୬୫ କୋଟି ରିଟର୍ନ ଫାଇଲ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧.୩୭ କୋଟି ଆୟ ଶୂନ କିମ୍ବା ୨.୫ ଲକ୍ଷ ଟଙ୍କାରୁ କମ୍‌ ବୋଲି ଦର୍ଶାଇଛନ୍ତି। ୨୦୧୫-୧୬ ଆସେସମେଣ୍ଟ ବର୍ଷରେ ଆୟକର ପ୍ରଦାନ କରୁଥିବା ଲୋକଙ୍କ ମୋଟ ଆୟ ୨୧.୨୭ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ଘଟିଛି। ଏହା ପୂର୍ବ ବର୍ଷ ୧୮.୪୧ ଲକ୍ଷ କୋଟି ଟଙ୍କା ରହିଥିଲା। ୨୦୧୫-୧୬ରେ ସର୍ବାଧିକ ୧.୩୩ କୋଟି ଲୋକ ୨.୫ ଲକ୍ଷ ଠାରୁ ୩.୫ ଲକ୍ଷ ଆୟକାରୀ ବର୍ଗର ବୋଲି ଜଣାଯାଇଛି। ୨୦୧୫-୧୬ରେ ଆୟକର ରିଟର୍ନ ପୈଠ କରିଥିବା ୪.୩୫ କୋଟି ବ୍ୟକ୍ତି ସେମାନଙ୍କ ମୋଟ ଆୟ ୩୩.୬୨ ଲକ୍ଷ କୋଟି ବୋଲି ଘୋଷଣା କରିଛନ୍ତି। ଏହା ପୂର୍ବ ବର୍ଷ ୩.୯୧ କୋଟି ରିଟର୍ନ ଫାଇଲ ହୋଇଥିବା ବେଳେ ଲୋକମାନଙ୍କର ମୋଟ ଆୟ ଏହି ସମୟରେ ୨୬.୯୩ ଲକ୍ଷ କୋଟି ଟଙ୍କା ରହିଥିଲା। କମ୍ପାନୀ ଗୁଡିକ ୭.୧୯ ଲକ୍ଷ କୋଟି ରିଟର୍ନ ଫାଇଲ କରିଛନ୍ତି। ଏମାନଙ୍କର ମୋଟ ଆୟ ୧୦.୭୧ ଲକ୍ଷ କୋଟି ଟଙ୍କା ରହିଛି।
All Right Reserved By

ବାଣିଜ୍ୟ |

ଜେଟ୍‌ ଏୟାରଓ୍ବେଜ ଛାଡ଼ିଲେ କର୍ଦାସିସ୍‌

ଜେଟ୍‌ ଏୟାରଓ୍ବେଜ ଛାଡ଼ିଲେ କର୍ଦାସିସ୍‌

ନୂଆଦିଲ୍ଲୀ,୧୭-୧୨:  ଜେଟ୍‌ ଏୟାରଓ୍ବେଜର ସଙ୍କଟ ଟାଳିବା ଲାଗି କମ୍ପାନୀରେ ଯୋଗ ଦେଇଥିବା ପୂର୍ବତନ ସିିଇଓ ନିକୋସ କର୍ଦାସିସ୍‌ ପୁନର୍ବାର କମ୍ପାନୀ ଛାଡ଼ିଛନ୍ତି। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ତାଙ୍କର କମ୍ପାନୀ ଛାଡ଼ିବା  ପ୍ରମୋଟର ତଥା ଅଧ୍ୟକ୍ଷ ନରେଶ ଗୋଏଲଙ୍କ ପାଇଁ ଏକ ଶକ୍ତ ଧକ୍କା ହୋଇଛି। 

୩୬୯ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣରେ ବିଳମ୍ବ;ଖର୍ଚ୍ଚ ୩.୫୮ ଲକ୍ଷ କୋଟି ବୃଦ୍ଧି

୩୬୯ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣରେ ବିଳମ୍ବ;ଖର୍ଚ୍ଚ ୩.୫୮ ଲକ୍ଷ କୋଟି ବୃଦ୍ଧି

ନୂଆଦିଲ୍ଲୀ,୧୭-୧୨:  ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ୧୫୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ୩୬୯ ପ୍ରକଳ୍ପ ନିର୍ମାଣରେ ବିଳମ୍ବ ହୋଇଚାଲିଛି। ଫଳରେ ପ୍ରକଳ୍ପ କ୍ରିୟାନ୍ବୟନରେ ୩.୫୮ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ବୃଦ୍ଧି ପାଇଛି।

ଜିଏସ୍‌ଟି ଯୋଗୁ ମାସକୁ ସଞ୍ଚୟ ହେଉଛି ୩୨୦ ଟଙ୍କା

ଜିଏସ୍‌ଟି ଯୋଗୁ ମାସକୁ ସଞ୍ଚୟ ହେଉଛି ୩୨୦ ଟଙ୍କା

ନୂଆଦିଲ୍ଲୀ,୧୭-୧୨:  ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ଲାଗୁ ହେବା ପରେ ଭାରତୀୟ ପରିବାରରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ କିଣାରେ ମାସକୁ ୩୨୦ ଟଙ୍କା ସଞ୍ଚୟ ହେଉଛି। ଉପଭୋକ୍ତା ଖର୍ଚ୍ଚ ତଥ୍ୟକୁ ବିଶ୍ଲେଷଣ କରିବା ପରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ କରାଯାଇଛି। 

ବିଦେଶୀ ସର୍ଭରରୁ ହଟିବ ଭାରତୀୟଙ୍କ ଡାଟା;ହ୍ରାସ ପାଇବ  ମାଷ୍ଟରକାର୍ଡର ସୁରକ୍ଷା

ବିଦେଶୀ ସର୍ଭରରୁ ହଟିବ ଭାରତୀୟଙ୍କ ଡାଟା;ହ୍ରାସ ପାଇବ ମାଷ୍ଟରକାର୍ଡର ସୁରକ୍ଷା

ନୂଆଦିଲ୍ଲୀ,୧୭-୧୨:  ବିଶ୍ୱର ଅଗ୍ରଣୀ କାର୍ଡ ପେମେଣ୍ଟ କମ୍ପାନୀ ମାଷ୍ଟରକାର୍ଡ ଡାଟା ହଟାଇବାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)କୁ ପ୍ରତିଶ୍ରୁତି ଦେଇଛି। ଏହା ବିଦେଶରେ ଥିବା ନିଜର ସର୍ଭରରୁ ଭାରତୀୟଙ୍କ ତଥ୍ୟ ହଟାଇ ଦେବ ବୋଲି କହିଛି। 

ରିଜର୍ଭ ବ୍ୟାଙ୍କର କଞ୍ଜ୍ୟୁମର କନଫିଡେନ୍ସ ସର୍ବେକ୍ଷଣ; ଉପଭୋକ୍ତାଙ୍କୁ ଆଜିର ଚିନ୍ତା, ଭବିଷ୍ୟତ ନେଇ ଆଶ୍ୱସ୍ତ

ରିଜର୍ଭ ବ୍ୟାଙ୍କର କଞ୍ଜ୍ୟୁମର କନଫିଡେନ୍ସ ସର୍ବେକ୍ଷଣ; ଉପଭୋକ୍ତାଙ୍କୁ ଆଜିର ଚିନ୍ତା, ଭବିଷ୍ୟତ ନେଇ ଆଶ୍ୱସ୍ତ

ନୂଆଦିଲ୍ଲୀ,୧୭-୧୨: ଭାରତୀୟ ଉପଭୋକ୍ତା ନିଜ ସମ୍ପର୍କରେ ଆଜି କ’ଣ ଭାବୁଛନ୍ତି, ତାହାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ଏକ ତାଜା ସର୍ବେକ୍ଷଣ କରାଯାଇଥିଲା। ନିଯୁକ୍ତି ଓ ଅର୍ଥନୀତିର ବର୍ତ୍ତମାନ ସ୍ଥିତିକୁ ନେଇ ଲୋକଙ୍କ ଭିତରେ ଆଶଙ୍କା ରହିଥିବା ବେଳେ ଅଧିକାଂଶଙ୍କ ମତରେ ଭବିଷ୍ୟତରେ ଏହି ସ୍ଥିତିରେ ସୁଧାର ଆସିବ। 

କାରଖାନାକୁ ବନ୍ଦର ସହ ଯୋଡିବ ରେଳ;୫୨ ପ୍ରକଳ୍ପ ମଧ୍ୟରୁ ୧୮ ଶେଷ

କାରଖାନାକୁ ବନ୍ଦର ସହ ଯୋଡିବ ରେଳ;୫୨ ପ୍ରକଳ୍ପ ମଧ୍ୟରୁ ୧୮ ଶେଷ

ନୂଆଦିଲ୍ଲୀ,୧୭-୧୨:  ଦେଶର କାରଖାନାଗୁଡିକୁ ବନ୍ଦର ସହ ଯୋଡିବା ଲାଗି ୫୨ଟି ରେଳ ପ୍ରକଳ୍ପ ନିର୍ମାଣ ଦ୍ରୁତଗତିରେ ଆଗେଇ ଚାଲିଛି। ଏଥିପାଇଁ ପ୍ରାୟ ୪୪,୬୦୫ କୋଟି ଟଙ୍କାର ବ୍ୟୟ ଅଟକଳ ଧାର୍ଯ୍ୟ ହୋଇଛି ବୋଲି ଜଣେ ଅଧିକାରୀ ରବିବାର ପ୍ରକାଶ କରିଛନ୍ତି। 

ସରକାରଙ୍କୁ ଅଟୋ ଉଦ୍ୟୋଗର ପ୍ରସ୍ତାବ ;ପୁରୁଣା ଗାଡ଼ି ବଦଳରେ ଦିଆଯାଉ ପ୍ରୋତ୍ସାହନ

ସରକାରଙ୍କୁ ଅଟୋ ଉଦ୍ୟୋଗର ପ୍ରସ୍ତାବ ;ପୁରୁଣା ଗାଡ଼ି ବଦଳରେ ଦିଆଯାଉ ପ୍ରୋତ୍ସାହନ

ନୂଆଦିଲ୍ଲୀ,୧୭-୧୨:  ଅଟୋ ଉଦ୍ୟୋଗ ୨୦୦୦ ମସିହା ପୂର୍ବରୁ ପଞ୍ଜୀକୃତ ଗାଡ଼ିକୁ ବଦଳାଇ ନୂଆ ଗାଡ଼ି ନେବାକୁ ଚାହୁଁଥିବା ମାଲିକଙ୍କୁ ଏକକାଳୀନ ପ୍ରୋତ୍ସାହନ ଦିଆଯାଉ। ସେମାନଙ୍କୁ ଟିକସ ଛାଡ଼ ରୂପରେ ଏହି ପ୍ରୋତ୍ସାହନ ମିଳିବା ଉଚିତ୍‌ ବୋଲି ଭାରି ଉଦ୍ୟୋଗ ମନ୍ତ୍ରଣାଳୟ ସହ ପ୍ରାକ୍‌ ବଜେଟ ବୈଠକରେ ଉଦ୍ୟୋଗ ପକ୍ଷରୁ ଏହି ପ୍ରସ୍ତାବ ଦିଆଯାଇଛି। 

ବିଦେଶରେ ଥିବା ସର୍ଭରରୁ ଭାରତୀୟଙ୍କ ଡାଟା ହଟାଇବ ମାଷ୍ଟରକାର୍ଡ

ବିଦେଶରେ ଥିବା ସର୍ଭରରୁ ଭାରତୀୟଙ୍କ ଡାଟା ହଟାଇବ ମାଷ୍ଟରକାର୍ଡ

ନୂଆଦିଲ୍ଲୀ,୧୬-୧୨:  ବିଶ୍ୱର ଅଗ୍ରଣୀ କାର୍ଡ ପେମେଣ୍ଟ କମ୍ପାନୀ ମାଷ୍ଟରକାର୍ଡ ଡାଟା ହଟାଇବାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)କୁ ପ୍ରତିଶ୍ରୁତି ଦେଇଛି। ଏହା ବିଦେଶରେ ଥିବା ନିଜର ସର୍ଭରରୁ ଭାରତୀୟଙ୍କ ତଥ୍ୟ ହଟାଇ ଦେବ ବୋଲି କହିଛି। ତେବେ କିଛି ସମୟ ପରେ ଏହି କାର୍ଡର ସୁରକ୍ଷା ହ୍ରାସ ପାଇବ ବୋଲି କମ୍ପାନୀ ପକ୍ଷରୁ ଚେତାବନୀ ଦିଆଯାଇଛି। 

ହୋଣ୍ଡା ଜଏ କ୍ଳବରେ ୨ ଲକ୍ଷରୁ ଉର୍ଦ୍ଧ୍ୱ ସଦସ୍ୟ

ହୋଣ୍ଡା ଜଏ କ୍ଳବରେ ୨ ଲକ୍ଷରୁ ଉର୍ଦ୍ଧ୍ୱ ସଦସ୍ୟ

ଭୁବନେଶ୍ୱର ,୧୬-୧୨: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ପକ୍ଷରୁ ଆରମ୍ଭ ହୋଇଥିବା ଏହାର କଷ୍ଟମର ଲୟାଲଟି କାର୍ଯ୍ୟକ୍ରମ ହୋଣ୍ଡା ଜଏ କ୍ଲବର ପଞ୍ଜୀକରଣ ୨ ଲକ୍ଷ ଟପିଛି। ଏହା ଚଳିତ ବର୍ଷ ଅକ୍ଟୋବରରେ ଆରମ୍ଭ ହୋଇଥିଲା। 

ଏସ୍‌ବିଆଇ-ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ବୁଝାମଣା

ଏସ୍‌ବିଆଇ-ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ବୁଝାମଣା

ଭୁବନେଶ୍ୱର ,୧୬-୧୨: ପେନଶନ ପ୍ରଦାନ ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାୟ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।

କକ୍ସ ଆଣ୍ଡ କିଙ୍ଗ୍‌ସର ‘ଡିଲ୍‌ ଉତ୍ସବ’

କକ୍ସ ଆଣ୍ଡ କିଙ୍ଗ୍‌ସର ‘ଡିଲ୍‌ ଉତ୍ସବ’

ଭୁବନେଶ୍ୱର ,୧୬-୧୨: ପ୍ରମୁଖ ଟ୍ରାଭେଲ୍‌ କମ୍ପାନୀ କକ୍ସ ଆଣ୍ଡ କିଙ୍ଗ୍‌ସ ପକ୍ଷରୁ ଭୁବନେଶ୍ୱରରେ ରବିବାର ‘ଡିଲ୍‌ ଉତ୍ସବ’ ଅନୁଷ୍ଠିତ ହେଉଛି। ଏହା ସ୍ଥାନୀୟ ଏଚ୍‌ଏଚ୍‌ଆଇ ହୋଟେଲଠାରେ ଆୟୋଜନ କରାଯାଉଛି। ଏହା ସକାଳ ୧୦ଟାଠାରୁ ସଂଧ୍ୟା ୬ ଟା ଯାଏ ଚାଲିବ। 

ଆସନ୍ତା ମାର୍ଚ୍ଚରୁ ବଦଳିବ ପର୍ସନାଲ ଫାଇନାନ୍ସର ନିୟମ

ଆସନ୍ତା ମାର୍ଚ୍ଚରୁ ବଦଳିବ ପର୍ସନାଲ ଫାଇନାନ୍ସର ନିୟମ

ନୂଆଦିଲ୍ଲୀ,୧୬-୧୨:  ଆସନ୍ତା ବର୍ଷ ମାର୍ଚ୍ଚ ୩୧ ପରେ ପର୍ସନାଲ ଫାଇନାନ୍ସ କ୍ଷେତ୍ରରେ କେତେକ ନିୟମ ବଦଳିଯିବ। ଏଣୁ ଏହାପୂର୍ବରୁ ସେଗୁଡିକର ସମାଧାନ କରିନେବା ଜରୁରୀ।