Dharitri News
ଉପକୂଳ ଓଡିଶା

ବିପଦରେ ଅରଖପୁର-ଚଣ୍ଡିଆ ବଡ଼ଗେଙ୍ଗୁଟି ନଦୀବନ୍ଧ

ବିପଦରେ ଅରଖପୁର-ଚଣ୍ଡିଆ ବଡ଼ଗେଙ୍ଗୁଟି ନଦୀବନ୍ଧ ଚଣ୍ଡିଖୋଲ,୨୫।୧୨(ଡି.ଏନ୍‌.ଏ.)- ଜଳ ସମ୍ପଦ ବିଭାଗ ମହାନଦୀ ନର୍ଥ ଡିଭିଜନ ଅଧୀନରେ ରହିଛି ବଡ଼ଗେଙ୍ଗୁଟି ନଦୀବନ୍ଧ। ୧୪ କୋଟି ବ୍ୟୟରେ ଏହି ନଦୀବନ୍ଧ ନିର୍ମାଣ କାର୍ଯ୍ୟ କରାଯାଇଥିଲା। ୨୦୧୪ ମସିହାରୁ ଆରମ୍ଭ ହୋଇଥିବା ଏହି ନଦୀବନ୍ଧ କାର୍ଯ୍ୟ ୨୦୧୬ ନଭେମ୍ବରରେ ଶେଷ ହୋଇଥିଲା। ବନ୍ଧ ନିର୍ମାଣବେଳେ ଏହାର ସ୍ଥାୟୀତ୍ୱ ନେଇ ପାଖ ଅଞ୍ଚଳର ଗ୍ରାମବାସୀ ପ୍ରଶ୍ନ ଉଠାଇବା ସହ ଆନ୍ଦୋଳନ କରିଥିଲେ। ତେବେ ଏହି ନଦୀବନ୍ଧ ବିଭିନ୍ନ ସ୍ଥାନରେ ଦବିଯିବା ସହ ଗଡ଼ଜିତ ନିକଟରେ ଭୁଷୁଡ଼ି ପଡ଼ିଥିଲା। ଯାହାକୁ ନେଇ ତଦନ୍ତ ଆରମ୍ଭ ହୋଇଥିଲେ ମଧ୍ୟ କୌଣସି ଫଳ ମିଳି ନ ଥିଲା। ଓଡ଼ିଶା କନଷ୍ଟ୍ରକସନ କମ୍ପାନୀ (ଓ.ସି.ସି) ଏହି କାର୍ଯ୍ୟ କରିଥିଲାବେଳେ ଏଥିରେ ବ୍ୟାପକ ହରିଲୁଟ ହୋଇଥିବା ଅଭିଯୋଗ ହୋଇଥିଲା। ସେଥିପାଇଁ ନଦୀବନ୍ଧର ହରିପୁର, ଖଡ଼ଇଙ୍ଗ, ଦକ୍ଷିଣକୂଳ, ଅଚ୍ୟୁତବସନ୍ତ ଓ ମଝିପଡ଼ା ନିକଟରେ ବନ୍ଧ ଦବି ଯାଇଥିଲା। ୧୪ କୋଟି ବ୍ୟୟରେ ନିର୍ମିତ ନଦୀବନ୍ଧ ରାସ୍ତା ବର୍ତ୍ତମାନ ସୁଧା ଯାତାୟାତ ଅନୁପଯୋଗୀ। ଏହି ରାସ୍ତାର ଗଡ଼ଜିତ ନିକଟରେ ଭୁଷୁଡ଼ି ନଦୀକୁ ଗଳିପଡ଼ିଲା ପରେ ପୁନର୍ବାର ୫୦ ଲକ୍ଷ ଟଙ୍କା ବ୍ୟୟରେ ପଥର ପ୍ୟାଚିଂ କରାଯାଇଅଛି। ତେବେ ପଥର ପ୍ୟାଚିଂ କାମ ସରିବାର ୧୫ ଦିନ ନ ହେଉଣୁ ଏଥିରେ ଫାଟ ସୃଷ୍ଟି ହୋଇଛି। ଯାହାକି ଭବିଷ୍ୟତ ପାଇଁ ବିପଦ ସୃଷ୍ଟି କରିବ ବୋଲି ଜଣାପଡ଼ିଛି। ଜଳ ସମ୍ପଦ ବିଭାଗ ଦ୍ୱାରା କରାଯାଇଥିବା ଏହି କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିଲାବେଳେ ପୁନର୍ବାର ୫୦ ଲକ୍ଷ ଟଙ୍କା ବ୍ୟୟ ହେବା ନେଇ ବିଭାଗର କାର୍ଯ୍ୟକାରିତା ଉପରେ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ବର୍ଷା ଦିନେ ନଦୀବଢି ଆସିଲେ ପୁନର୍ବାର ନଦୀବନ୍ଧ ଭୁଷୁଡ଼ିଯିବାର ଆଶଙ୍କା ସୃଷ୍ଟି ହୋଇଛି। ସରକାରଙ୍କ ଦ୍ୱାରା କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ରାସ୍ତା ନିର୍ମାଣ କରାଯାଉଥିବା ବେଳେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଏଥିରୁ ଲାଭ ଉଠାଇ ନିମ୍ନମାନର କାର୍ଯ୍ୟ କରୁଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗ ମହାନଦୀ ନର୍ଥ ଡିଭିଜନର ନିର୍ବାହୀ ଯନ୍ତ୍ରୀ ସାଗର କୁମାର ମହାନ୍ତିଙ୍କୁ ପଚାରିବାରେ ନଦୀବନ୍ଧ ଭୁଷୁଡ଼ିଲା ପରେ ଏହାର ପୁନରୁଦ୍ଧାର ପାଇଁ ପଥର ପ୍ୟାଚିଂ କରାଯାଇଛି। ପଥର ପ୍ୟାଚିଂ ପରେ ଆଉ ଭୁଷୁଡ଼ିବ ନାହିଁ। ଯଦି କୌଣସି ସ୍ଥାନରେ ଫାଟ ସୃଷ୍ଟି ହୋଇଥାଏ ତେବେ ମରାମତି କରାଯିବ ବୋଲି କହିଛନ୍ତି।

ଉପକୂଳ ଓଡିଶା

ଧାର୍ଯ୍ୟ ଲକ୍ଷ୍ୟ ସ୍ଥିର ନେଇ ପ୍ରଶ୍ନବାଚୀ

ଧାର୍ଯ୍ୟ ଲକ୍ଷ୍ୟ ସ୍ଥିର ନେଇ ପ୍ରଶ୍ନବାଚୀ

ଯାଜପୁର ଅଫିସ,୧୮।୧ ସମଗ୍ର ରାଜ୍ୟରେ ଯାଜପୁର ଜିଲା ଚଣ୍ଡିଖୋଲ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ରାଜସ୍ବ ଆଦାୟ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସୁଛି। ଏହି କାର୍ଯ୍ୟାଳୟରୁ ୨୦୧୭-୧୮ ଆର୍ଥିକ ବର୍ଷରେ ୫୬ କୋଟି ୩୩ ଲକ୍ଷ ଟଙ୍କା ଆଦାୟ ଧାର୍ଯ୍ୟଲକ୍ଷ୍ୟ କରାଯାଇଛି । ତେବେ ଜିଲାରେ ଡାଲା ସଂପ୍ରସାରଣ କରି ଓଭରଲୋଡିଂ ଗାଡି ଚଳାଚଳ ସଂଖ୍ୟା ଅନୁପାତରେ ଧାର୍ଯ୍ୟଲକ୍ଷ୍ୟ ଅତି କମ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଧାର୍ଯ୍ୟଲକ୍ଷ୍ୟକୁ ଆଖିଆଗରେ ରଖି ରାଜସ୍ବ ଆଦାୟ ପରେ ବିଭାଗୀୟ ଅଧିକାରୀମାନେ ମାଲାମାଲ ହେଉଛନ୍ତି। କେଉଁ ଆଧାରରେ ଧାର୍ଯ୍ୟଲକ୍ଷ୍ୟ ସ୍ଥିର କରାଯାଉଛି ସେ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

ନୂତନ ଛାତ୍ରୀନିବାସରେ ମିଳୁନି ଖାଦ୍ୟ

ନୂତନ ଛାତ୍ରୀନିବାସରେ ମିଳୁନି ଖାଦ୍ୟ

ବିରଜାକ୍ଷେତ୍ର,୧୮।୧(ଡି.ଏନ୍‌.ଏ) ଯାଜପୁରର ସର୍ବପୁରାତନ ନରସିଂହ ଚୌଧୁରୀ ସ୍ବୟଂଶାସିତ ମହାବିଦ୍ୟାଳୟର ନୂତନ ଛାତ୍ରୀ ନିବାସରେ ଛାତ୍ରୀଙ୍କୁ ଖାଦ୍ୟ ଦିଆଯାଉ ନ ଥିବା ନେଇ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଛି। ଏହି ମହାବିଦ୍ୟାଳୟରେ ଦୁଇଟି ଛାତ୍ରୀ ନିବାସ ରହିଛି। ଗୋଟିଏ ପୁରାତନ ହୋଇଥିବାବେଳେ ନୂତନ ଛାତ୍ରୀ ନିବାସଟି ୨୦୧୭ ମସିହାରେ ଖୋଲାଯାଇଛି। ଏହି ନୂତନ ଛାତ୍ରୀ ନିବାସରେ ୬୮ ଛାତ୍ରୀ ରହୁଛନ୍ତି। ଏହା କାର୍ଯ୍ୟକ୍ଷମ ହେବା ଦିନଠାରୁ ବିଭିନ୍ନ ସମସ୍ୟା ଘେରରେ ଛାତ୍ରୀମାନେ ରହୁଥିବା କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଭାବକମାନେ ଅଭିଯୋଗ କରିଆସୁଛନ୍ତି। ଏହା ସତ୍ତ୍ୱେ ମଧ୍ୟ କଲେଜ କର୍ତ୍ତୃପକ୍ଷ ସମସ୍ୟାର ସମାଧାନ କରୁ ନ ଥିବା ଅଭିଭାବକମାନେ ଅଭିଯୋଗ କରୁଛନ୍ତି। ଏହିସବୁ ସମସ୍ୟା ଭିତରେ ନୂତନ ଛାତ୍ରୀ ନିବାସରେ ଛାତ୍ରୀଙ୍କୁ ଖାଇବାକୁ ଦିଆ ନ ଯାଇ ଖାଦ୍ୟର ଅର୍ଥ ନିଆଯାଉଛି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି।

ରଙ୍ଗ ପ୍ରସ୍ତୁତ କାରଖାନାକୁ କାରଣ ଦର୍ଶାଅ ନୋଟିସ

ରଙ୍ଗ ପ୍ରସ୍ତୁତ କାରଖାନାକୁ କାରଣ ଦର୍ଶାଅ ନୋଟିସ

ଯାଜପୁର ଅଫିସ,୧୮।୧ ଶିଳ୍ପ କାରଖାନା ପରିସର ବାହାରେ ଜଳ ଓ ବାୟୁ ପ୍ରଦୂଷଣ କରୁଥିବା ଅଭିଯୋଗରେ ଯାଜପୁର ଜିଲା କୋରେଇ ଥାନା ଅର୍ନ୍ତଗତ ପତରଙ୍ଗସ୍ଥିତ ଏରିଜ ମିନେରାଲ୍ସ ନାମକ ଏକ ରଙ୍ଗ ପ୍ରସ୍ତୁତକାରୀ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି ।

 ପୁଣି ଏକ ଅଭିଯୋଗ କଲେ ପୀଡ଼ିତା

ପୁଣି ଏକ ଅଭିଯୋଗ କଲେ ପୀଡ଼ିତା

ଦଶରଥପୁର,୧୮।୧(ଡିଏନ୍‌ଏ)- ବିଜୁ ପକ୍କାଘର ଏବଂ ୨ଲକ୍ଷ ଟଙ୍କାର ଆର୍ଥତ୍କ ସହାୟତା ଦେବାକୁ ଡାକି ଜଣେ ସ୍ବାମୀ ପରିତ୍ୟକ୍ତାଙ୍କୁ ବିଜେଡି କାର୍ଯ୍ୟାଳୟରେ ବଳାକତ୍ାର ହୋଇଥିବା ନେଇ ସୋମବାର ମଙ୍ଗଳପୁର ଥାନାରେ ଅଭିଯୋଗ ହୋଇଥିଲା। ବିଜେଡି ଜିଲା ସଭାପତିଙ୍କ ସମ୍ପର୍କୀୟ ଭାଇ ଦଶରଥପୁର ଗ୍ରାମର ଚନ୍ଦ୍ରକାନ୍ତ ମହାପାତ୍ର ଏହି ବଳକତ୍ାର କରିଥିବା ନେଇ ପୀଡିତା ଏତାଲାରେ ଦର୍ଶାଇଥିଲେ। ପୋଲିସ ଏ ନେଇ ମାମଲା ରୁଜୁକରି ପୀଡିତାଙ୍କର ଡାକ୍ତରୀ ମାଇନା କରାଇବା ସହ ଏସ୍‌ଡିଜେଏମ୍‌ଙ୍କ ଇଜିଲାସ୍‌ରେ ବୟାନ ରେକର୍ଡ କରାଇ ସାରିଛି। ତେବେ ଘଟଣାକୁ ଇତିମଧ୍ୟରେ ୩ଦିନ ବିତିସାରିଥିଲେ ମଧ୍ୟ ପୋଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରିପାରି ନାହଁି । ତେବେ ବୁଧବାର ପୁଣିଥରେ ଭାଜପାର ୭ନଂ ଜୋନ୍‌ସଭ୍ୟା ମାମିନା ମଲ୍ଲିକଙ୍କ ସହ ପୀଡିତା ମଙ୍ଗଳପୁର ଥାନାକୁ ଆସି ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଆଉ ଏକ ଲିଖିତ ଅଭିଯୋଗ କରିଛନ୍ତି। ସେ ମାମଲା ପ୍ରତ୍ୟାହାର ନ କଲେ ତାଙ୍କ ପିଲାଙ୍କୁ ଉଠାଇ ନିଆଯିବ ବୋଲି ଧମକ ଦିଆଯାଉଥିବା ସେ ତାଙ୍କ ଦ୍ୱିତୀୟ ଏତଲାରେ ଦର୍ଶାଇଛନ୍ତି। ଏହା ସହିତ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ପୋଲିସ୍‌ ସୁରକ୍ଷା ଯୋଗାଇ ଦେବାକୁ ସେ ନିବେଦନ କରିଥିଲେ। ତେବେ ଥାନା ଆଇଆଇସି ପୀଡିତାଙ୍କୁ କିଏ ଧମକ ଦେଇଛି ଓ ତାଙ୍କ ଫୋନ ନମ୍ବର ଦେବାକୁ ପାଲଟା ପ୍ରଶ୍ନ କରିବାରୁ ପୀଡ଼ିତା ଏହି କଥାକୁ ସମ୍ପୂର୍ଣ୍ଣ ଏଡ଼ାଇ ଯାଇ ତାଙ୍କୁ ଡିଲର ରାଶନ ଦେବାକୁ ମନା କରୁଛନ୍ତି ବୋଲି ଆଉ ଏକ ଅଭିଯୋଗ କରିଥିଲେ।

ନିମ୍ନମାନର ଚାଉଳ ଯୋଗାଣ ଉପରେ ତଦନ୍ତ ଆରମ୍ଭ

ନିମ୍ନମାନର ଚାଉଳ ଯୋଗାଣ ଉପରେ ତଦନ୍ତ ଆରମ୍ଭ

ବିରଜାକ୍ଷେତ୍ର,୧୮।୧(ଡି.ଏନ୍‌.ଏ) କେନ୍ଦ୍ର ଓ ରାଜ୍ୟ ସରକାର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରି ଚାଉଳ ଯୋଗାଇ ଦେଉଛନ୍ତି। ଉନ୍ନତମାନର ଚାଉଳ ହିତାଧିକାରୀଙ୍କୁ ଯୋଗାଇ ଦେବାକୁ ରାଜ୍ୟ ସରକାର ଜିଲାପାଳଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ଏହି ନିର୍ଦ୍ଦେଶ ଯାଜପୁର ଜିଲାରେ ପାଳନ ହେଉ ନ ଥିବା ଅଭିଯୋଗ ହେଉଛି। ଜିଲାର ବିଭିନ୍ନ ଅଞ୍ଚଳରେ ନିମ୍ନମାନର ଚାଉଳ ହିତାଧିକାରୀଙ୍କୁ ଯୋଗାଇ ଦିଆଯାଉଛି ବୋଲି ଜିଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଆସୁଛି। ଅଭିଯୋଗ ଅନୁଯାୟୀ, ଜିଲା ପ୍ରଶାସନ ଚାଉଳ ଯୋଗାଣ ଦାୟିତ୍ୱରେ ଥିବା ଅଫିସରଙ୍କ ଉପରେ ଚଢ଼ାଉ କରିବା ଓ କଡ଼ା ନିର୍ଦ୍ଦେଶ ଦେବା ଭଳି ଘଟଣା ନଜିର ଅଛି । ଜିଲା ପ୍ରଶାସନ ଏସବୁ କରୁଥିଲେ ମଧ୍ୟ ଯୋଗାଣ ବିଭାଗର କିଛି ଅସାଧୁ ଅଫିସର ଏହି ଘଟଣାର ପୁନରାବୃତ୍ତି କରୁଛନ୍ତି ।ଚଳିତମାସ ଏହି ଘଟଣାର ପୁନରାବୃତ୍ତି ହୋଇଥିବା ଅଭିଯୋଗ ହୋଇଛି ।

ଯବାନଙ୍କ ସ୍ତ୍ରୀଙ୍କୁ ମାଡ଼ ମାରି ବିସ୍ଥାପନ ଉଦ୍ୟମ

କଳିଙ୍ଗନଗର,୧୮।୧(ଡି.ଏନ୍‌.ଏ)- କାରଖାନା ସଂପ୍ରସାରଣ ପାଇଁ ଟାଟା କର୍ମଚାରୀ ଜଣେ ମହିଳାଙ୍କୁ ତାଙ୍କ ଭିଟାମାଟିରୁ ଜବରଦସ୍ତ ମାଡ଼ ମାରି ତଡ଼ିଦେବା ଭଳି ଅଭାବନୀୟ ଘଟଣା ସୋମବାର ଯାଜପୁର ଜିଲା କଳିଙ୍ଗନଗରରେ ଦେଖିବାକୁ ମିଳିଛି। ଅପରପକ୍ଷରେ ଏହି ଘଟଣାରେ ଭାଙ୍ଗି ପଡ଼ିଛନ୍ତି ସମ୍ପୃକ୍ତା ମହିଳା। ନ୍ୟାୟ ଦେଇ ନ ପାରିଲେ ସରକାର ଫାଶୀ ଦିଅନ୍ତୁ ବୋଲି ମହିଳା ଜଣକ କୋହଭରା କଣ୍ଠରେ କହିଛନ୍ତି।

ଛାତ୍ରୀଛାତ୍ରଙ୍କ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଛାତ୍ରୀଛାତ୍ରଙ୍କ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଯାଜପୁର ରୋଡ , ୧୭।୧ (ନି.ପ୍ର.)- ଯାଜପୁର ରୋଡସ୍ଥିତ ଦଳାଛକଠାରେ ଛାତ୍ରୀଛାତ୍ରଙ୍କ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହେଇଥିଲା।

ଫୋପଡ଼ା ହେଇଛି ଏକ୍ସପାଏରି ଡେଟ୍‌ ଯାଇ ନଥିବା ମେଡିସିନ୍‌

ଫୋପଡ଼ା ହେଇଛି ଏକ୍ସପାଏରି ଡେଟ୍‌ ଯାଇ ନଥିବା ମେଡିସିନ୍‌

ମହାକାଳପଡ଼ା, ୧୭।୧ (ଡି.ଏନ୍‌.ଏ.)- ମହାକାଳପଡ଼ା ବ୍ଲକ ଅଧୀନ କୋରଟାପଙ୍ଗ ପୋଲ ନିକଟରେ ଏକ୍ସପାଏରି ଡେଟ୍‌ ଯାଇ ନଥିବା ବହୁ ଔଷଧ ଫୋପଡ଼ା ଯାଇଥିବା ବୁଧବାର ଦେଖିବାକୁ ମିଳିଛି।

ନିମ୍ବ ଗଛରୁ ବାହାରୁଛି କ୍ଷୀର: ଚାଲିଛି ପୂଜାର୍ଚ୍ଚନା

ନିମ୍ବ ଗଛରୁ ବାହାରୁଛି କ୍ଷୀର: ଚାଲିଛି ପୂଜାର୍ଚ୍ଚନା

ମହାକାଳପଡ଼ା, ୧୭।୧(ଡି.ଏନ୍‌.ଏ.): ମହାକାଳପଡ଼ା ବ୍ଲକ ଅଧୀନ ଲୁଣିମାଠିଆ ଆଦିବାସୀ ପଡ଼ା ଗ୍ରାମର ସୁକୁଲ ମାଝିଙ୍କ ବାଡ଼ିରେ ଥିବା ଏକ ନିମ୍ବ ଗଛରୁ କ୍ଷୀର ବାହାରୁଛି।

ପାରାଦୀପ ପୌର ଉପନିର୍ବାଚନ: ବିଜେଡି ପ୍ରାର୍ଥିନୀ ବିଜୟୀ

ପାରାଦୀପ ପୌର ଉପନିର୍ବାଚନ: ବିଜେଡି ପ୍ରାର୍ଥିନୀ ବିଜୟୀ

ପାରାଦୀପ, ୧୭।୧(ସ୍ବ.ପ୍ର.): ପାରାଦୀପ ପୌର ପରିଷଦର ୬ ନମ୍ବର ଓ୍ବାର୍ଡ ପାଇଁ ମଙ୍ଗଳବାର ହୋଇଥିବା ଉପନିର୍ବାଚନର ଫଳାଫଳ ବୁଧବାର ଘୋଷଣା ହୋଇଛି।

ଷ୍ଟିଭେଡର୍ସ ଶ୍ରମିକଙ୍କ କାର୍ଯବନ୍ଦ ଆନ୍ଦୋଳନ

ଷ୍ଟିଭେଡର୍ସ ଶ୍ରମିକଙ୍କ କାର୍ଯବନ୍ଦ ଆନ୍ଦୋଳନ

ପାରାଦୀପ,୧୭।୧(ସ୍ବ.ପ୍ର.): ପାରାଦୀପ ବନ୍ଦରରେ କାର୍ଯ୍ୟରତ ଷ୍ଟିଭେଡର୍ସ ଶ୍ରମିକମାନେ ବୁଧବାର ପୂର୍ବାହ୍ନରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଦୈନିକ କାର୍ଯ୍ୟ ସମୟ ୮ଘଣ୍ଟା କରିବା ଦାବି ନେଇ ଶ୍ରମିକମାନେ ବନ୍ଦରର ୩ ନମ୍ବର ଗେଟ୍‌ ସମ୍ମୁଖ ପଡ଼ିଆରେ ଧାରଣାରେ ବସିଛନ୍ତି।

ମତ ବଦଳାଉଛନ୍ତି ପୀଡ଼ିତା

ମତ ବଦଳାଉଛନ୍ତି ପୀଡ଼ିତା

ଦଶରଥପୁର,୧୬।୧(ଡିଏନ୍‌ଏ) ବିଜୁ ପକ୍କାଘର ଏବଂ ଭତ୍ତା ବାବଦକୁ ୨ଲକ୍ଷ ଟଙ୍କାର ଆର୍ଥତ୍କ ସହାୟତା ଦେବାକୁ ଡାକି ଜଣେ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ବିଜେଡି କାର୍ଯ୍ୟାଳୟରେ ବଳାତ୍କାର ହୋଇଥିବା ନେଇ ସୋମବାର ମଙ୍ଗଳପୁର ଥାନାରେ ଅଭିଯୋଗ ହୋଇଥିଲା। ବିଜେଡି ଜିଲା ସଭାପତିଙ୍କ ସାନଭାଇ ଚନ୍ଦ୍ରକାନ୍ତ ମହାପାତ୍ର ସମ୍ପୃକ୍ତା ମହିଳାଙ୍କୁ ବଳାତ୍କାର କରିଥିବା ଏତଲାରେ ଦର୍ଶାଯାଇଥିଲା। ଏତଲା ପାଇବାର କିଛି ସମୟ ମଧ୍ୟରେ ପୋଲିସ ମାମଲା ରୁଜୁ କରିଥିଲା ବେଳେ ମଙ୍ଗଳବାର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଗୋପାଳକୃଷ୍ଣ ପଟ୍ଟନାୟକ ଓ ଏସ୍‌ଡିପିଓ ପ୍ରଶାନ୍ତ କୁମାର ମଲ୍ଲ ଘଟଣାସ୍ଥଳ ପରିଦର୍ଶନ କରି ପୀଡିତାଙ୍କ ବୟାନ ରେକର୍ଡ କରିଥିବା ଜଣାପଡ଼ିଛି।