ଉପକୂଳ ଓଡିଶା

ଯାଜପୁର ଜିଲାରେ ପିଡିଏସ କିରୋସିନ ବାଟବଣା

ଯାଜପୁର ଜିଲାରେ ପିଡିଏସ କିରୋସିନ ବାଟବଣା

ଯାଜପୁର ଅଫିସ,୨୫।୧୨- ପାରାଦୀପ ଓ ଧାମରା ବନ୍ଦରରେ ମାଛମରା ପାଇଁ ଚାଲିଥିବା ଟ୍ରଲର ପାଇଁ ଦୀର୍ଘ ଦିନ ଧରି କିରୋସିନ କଳାବଜାରି ଚାଲିଛି। ଏଥିପ୍ରତି ଯୋଗାଣ ବିଭାଗର ନଜର ନ ପଡ଼ିବା ବିଡ଼ମ୍ବନା ଛଡ଼ା ଅନ୍ୟ କିଛି ନୁହେଁ ବୋଲି ମତପ୍ରକାଶ ପାଇଛି। ଏଥିଯୋଗୁ ହୋଲ୍‌ସେଲର ଓ ଡିଲରଙ୍କ ଦୁର୍ନୀତି ଦିନକୁ ଦିନ ବଢି ଚାଲିଛି। ଯୋଗାଣ ବିଭାଗର କେତେକ ଅସାଧୁ କର୍ମଚାରୀ ଓ କଳାବଜାରିଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ଗରିବ ଖଟିଖିଆ ଲୋକମାନେ ଲଣ୍ଠନ ଜାଳିବା ପାଇଁ କିରୋସିନି ବୁନ୍ଦେ ଠିକ୍‌ରେ ପାଇ ପାରୁ ନାହାନ୍ତି। ରାତିର ଜହ୍ନ ଆଲୁଅ ସେମାନଙ୍କ ପାଇଁ ସାହାରା ପାଲଟିଛି। ବିଜୁଳି ଆଲୁଅ ପାଉ ନ ଥିବା ଗାଁର ଅଧିବାସୀଙ୍କ ଘରେ ଲଣ୍ଠନ ସଲିତା ଶୁଖିଲା ରହୁଥିବାବେଳେ ହଜାର ହଜାର ଲିଟର କିରୋସିନି ଟ୍ରକ, ଟ୍ରାକ୍ଟର, ବସ୍‌ ଆଦି ଯାନବାହାନରେ ବ୍ୟବହୃତ ହେଉଥିବା ଅଭିଯୋଗ ହେଉଛି। ଏହି କାରବାରରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପୃକ୍ତ ଥିବାରୁ ସାଧାରଣ ହିତାଧିକାରୀ ମୁହଁ ଖୋଲିବାକୁ ଭୟ କରୁଛନ୍ତି। ଆଉ ଯେଉଁମାନେ ବି ଅଭିଯୋଗ କରୁଛନ୍ତି ସେମାନେ ନିଜର ପରିଚୟ ଦେବାକୁ ପଛଘୁଞ୍ଚା ଦେଉଛନ୍ତି। ଯାଜପୁର ଜିଲାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜିଲାର ୭ଜଣ ହୋଲସେଲରଙ୍କୁ ସମୁଦାୟ ୯୨୪ କିଲୋଲିଟର କିରୋସିନ ଆବଣ୍ଟିତ ହେଉଛି। ତେବେ ଏହା ପୂର୍ବ ବର୍ଷ ଅପେକ୍ଷା ପ୍ରାୟ ୩ ଲକ୍ଷ ଲିଟର କିରୋସିନ ହ୍ରାସ ପାଇଛି । ଏଥିରେ ଭାରତୀୟ ତୈଳ ନିଗମରୁ ଜୟ ଯବାନ କିରୋସିନ ଯୋଗାଣକୁ ୯୬କିଲୋଲିଟର, ବିଜୟ କିରୋ ଡିପୋକୁ ୧୬୮କିଲୋଲିଟର, ଚଣ୍ଡିଖୋଲ କିରୋସିନ ଡିପୋକୁ ୧୨୦ କିଲୋଲିଟର ଓ କୁଆଖିଆ ସିଟି କିରୋସିନ ଡିପୋକୁ ୯୬କିଲୋଲିଟର କିରୋସିନ ଆବଣ୍ଟିତ ହୋଇଛି। ସେହିପରି ହିନ୍ଦୁସ୍ଥାନ ପେଟ୍ରୋଲିୟମ ନିଗମରୁ ମା’ ଶାରଳା ଡିଷ୍ଟ୍ରିବ୍ୟୁଟରକୁ ୧୨୦କିଲୋଲିଟର, ଭାରତୀୟ ପେଟ୍ରୋଲ ନିଗମରୁ ଲୋକାଲ ଡିଷ୍ଟ୍ରିବ୍ୟୁଟରକୁ ୧୫୬ କିଲୋଲିଟର ଓ ଏକ୍ସପ୍ରେସ ସର୍ଭିସ ଷ୍ଟେଶନକୁ ୧୬୮କିଲୋଲିଟର କିରୋସିନ ଆବଣ୍ଟିତ ହେଉଛି।
ଯାଜପୁର ଜିଲାରେ ପ୍ରାୟ ୧୯ଲକ୍ଷ ଲୋକ ବସବାସ କରୁଛନ୍ତି। ୯୧୫ ଟି କିରୋସିନ ବଣ୍ଟନ କେନ୍ଦ୍ର ରହିଛି। ଏଥିରେ ୩,୫୮,୬୨୩ ପରିବାରର ୧୪,୪୯,୬୦୩ ଜଣଙ୍କୁ କିରୋସିନ ବଣ୍ଟନ କରାଯାଉଛି। ମୁଣ୍ଡପିଛା ୬୪୦ମିଲିଲିଟର ଅନୁଯାୟୀ ୯୨୭.୭୭୨ କିଲୋଲିଟରର କିରୋସିନ ଆବଶ୍ୟକତା ରହିଛି । ଗତ ନଭେମ୍ବର ମାସରେ ୯.୦୧୫ କିଲୋଲିଟର କିରୋସିନ ବଣ୍ଟନ ହୋଇପାରି ନ ଥିଲା। ଚଳିତ ଡିସେମ୍ବର ମାସରେ ୯୨୪ କିଲୋଲିଟର କିରୋସିନ ଆବଣ୍ଟିତ ହୋଇଥିଲା। ଆଜିର ଯୁଗରେ ଲୋକଙ୍କ ପାଇଁ ସେତେଟା କିରୋସିନର ଆବଶ୍ୟକତା ରହୁନାହିଁ। କେବଳ ଯେଉଁ ଗ୍ରାମରେ ବିଦ୍ୟୁତ ସଂଯୋଗ ହୋଇନାହିଁ ସେଠାକାର ଲୋକେ କିରୋସିନ ଉପରେ ଅଧିକ ନିର୍ଭରଶୀଳ। ଏହି ପରିପ୍ରେକ୍ଷୀରେ ହୋଲସେଲରମାନେ ଲିଟରପିଛା ୨୪ଟଙ୍କା ଦରରେ ରିଟେଲରଙ୍କୁ କିରୋସିନ ଦେଉଛନ୍ତି । ମୁଣ୍ଡପିଛା ଆକାରରେ ୬୪୦ ମିଲିଲିଟର କିରୋସିନ ସ୍ଥଳେ ମାତ୍ର ୫୦୦ ମିଲିଲିଟର କିରୋସିନି ବଣ୍ଟନ କରାଯାଉଛି। ଫଳରେ ଅଧିକାଂଶ ହିତାଧିକାରୀ କିରୋସିନ ନେବାକୁ ଆସୁ ନାହାନ୍ତି ା ସେମାନଙ୍କ କିରୋସିନ ଓ ହିତାଧିକାରୀଙ୍କ ବଳକା କିରୋସିନକୁ ମିଶାଇ ବାହାର ଜିଲାକୁ ଚୋରାଚାଲାଣ କରାଯାଉଛି। ଯଦ୍ୱାରା ଗୋଟେପଟେ ହୋଲସେଲରମାନେ ମାଲାମାଲ ହେଉଥିବାବେଳେ ଅପରପକ୍ଷରେ କିରୋସିନ ନିହାତି ଆବଶ୍ୟକ କରୁଥିବା ହିତାଧିକାରୀ ଅନ୍ଧାରରେ ରହୁଛନ୍ତି। ପୂର୍ବରୁ ୧୨ଲକ୍ଷ ୬୦ହଜାର ଲିଟର କିରୋସିନ ଜିଲାକୁ ଆସୁଥିଲା। କିରୋସିନ ବଣ୍ଟନ ପାଇଁ ଜିଲାରେ ୭ଜଣ ହୋଲ୍‌ସେଲର ଓ ୪୭ଜଣ ସବ୍‌ହୋଲସେଲର ନିଯୁକ୍ତି ହୋଇଥିଲେ। ସେହି ସମୟରେ ବହୁ କିରୋସିନ କଳାବଜାରୀ ହେଉଥିବା ଅଭିଯୋଗ ହେବାପରେ ସରକାର ନୂତନ ନିୟମ ଲାଗୁ କରିଥିଲେ। ସେତେବେଳେ କଳାବଜାରୀ ଚାଲିଥିଲେ ମଧ୍ୟ କେତେକାଂଶରେ ହିତାଧିକାରୀମାନେ ଆବଶ୍ୟକତା ଅନୁସାରେ କିରୋସିନ ପାଉଥିଲେ। ମାତ୍ର ସରକାରଙ୍କ ନୂଆ ନିୟମ ଅନୁଯାୟୀ ଯେଉଁମାନେ ଖାଦ୍ୟ ସୁରକ୍ଷା ଯୋଜନାରେ ରାଶନକାର୍ଡ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି କିମ୍ବା ଅନ୍ତୋଦୟ ଯୋଜନାରେ ସାମିଲ ନାହାନ୍ତି ସେମାନେ କିରୋସିନ ପାଉ ନାହାନ୍ତି। ଜିଲାରେ ରାଶନକାର୍ଡ ବଣ୍ଟନରେ ଅନିୟମିତତା ଯୋଗୁ ଅନେକ ଗରିବ ଲୋକ କିରୋସିନ ପାଇବାରୁ ବଞ୍ଚତ୍ତ ରହିଛନ୍ତି। ହିତାଧିକାରୀଙ୍କ ହକରୁ କାଢି ବଜାରରେ ଚଢା ଦରରେ କିରୋସିନ ବିକ୍ରି କରି ହୋଲ୍‌ସେଲର ଓ ରିଟେଲରମାନେ ବିଭାଗୀୟ ଅଧିକାରୀଙ୍କୁ ନିଜ କବଜାରେ ରଖିଛନ୍ତି। ପ୍ରତ୍ୟେକ ସେଣ୍ଟରରେ ପ୍ରଭାବଶାଳୀ, ସ୍ବାର୍ଥ୍ୟନ୍ବେଷୀ ଏବଂ ରାଜନୈତିକ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କୁ ହୋଲ୍‌ସେଲର ଓ ଡିଲରଭାବେ ନିଯୁକ୍ତି ଦିଆଯାଇଛି। ଯଦ୍ୱାରା ଜିଲାରୁ ଯେତେ କିରୋସିନ କଳାବଜାର ହେଉଥିଲେ ହେଁ ଧରପଗଡ଼ ହେବାର ଦୃଷ୍ଟିଗୋଚର ହେଉନାହିଁ। ଏସଂକ୍ରାନ୍ତରେ ଏସିଏସ୍‌ଓ ବିଶ୍ୱଜିତ ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି ସରକାରଙ୍କ ନିର୍ଦ୍ଦେଶମତେ ଲୋକଙ୍କୁ କିରୋସିନ ବଣ୍ଟନ କରାଯାଉଛି। ସେଭଳି କିଛି ଅଭିଯୋଗ ହୋଇ ନାହିଁ । ପ୍ରମାଣ ମିଳିଲେ ସଂପୃକ୍ତ ହୋଲସେଲର କିମ୍ବା ରିଟେଲରଙ୍କ ନାମରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

All Right Reserved By

ଉପକୂଳ ଓଡିଶା

ସୁକିନ୍ଦା ମାଇନ୍ସ ଶ୍ରମିକଙ୍କ ଛଟେଇ ଆଦେଶ ଖାରଜ

ସୁକିନ୍ଦା ମାଇନ୍ସ ଶ୍ରମିକଙ୍କ ଛଟେଇ ଆଦେଶ ଖାରଜ

ଯାଜପୁର ରୋଡ୍‌, ୧୮।୭- ସୁକିନ୍ଦା ଅଞ୍ଚଳର ସାରୁଆବିଲ କ୍ରୋମାଇଟ୍‌ ଖଣିରେ କାମ କରୁଥିବା ଶ୍ରମିକମାନଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ଅନ୍ୟାୟ ଭାବେ ଛଟେଇ କରିବା ପ୍ରତିବାଦରେ ଶ୍ରମିକମାନେ କରିଥିବା କେସ୍‌ର ରାୟ ଜୁଲାଇ ୧୭ ତାରିଖରେ ପ୍ରକାଶ ପାଇଛି। କେନ୍ଦ୍ରୀୟ ଶିଳ୍ପ ଟ୍ରିବ୍ୟୁନାଲ ଏହାର ବିଚାର କରି ରାୟ ଶୁଣାଇଛନ୍ତି। ଏଥିରେ ଦର୍ଶାଯାଇଛି ଯେ, ଶ୍ରମିକମାନଙ୍କୁ କମ୍ପାନୀ ଛଟେଇ କରିବା ସମ୍ପୂର୍ଣ୍ଣ ଭାବେ ବେଆଇନ। ଏଥିସହ ଛଟେଇ ସମୟରେ କମ୍ପାନୀ କର୍ତ୍ତୃପକ୍ଷ ଶ୍ରମିକମାନଙ୍କୁ ୧୯ ମାସ ୧୫ ଦିନର ଦରମା, ପିଏଫ୍‌, ଗ୍ରାଚ୍ୟୁଇଟି, ପେନ୍‌ସନ୍‌ ଆଦି ସୁବିଧା ଯୋଗାଇ ଦେବାକୁ କୋର୍ଟ ଆଦେଶ ଦେଇଛନ୍ତି।

ଏଟିଏମ୍‌ ଲୁଟ୍‌ ଘଟଣା, ଆଉ ୨ ଗିରଫ

ଏଟିଏମ୍‌ ଲୁଟ୍‌ ଘଟଣା, ଆଉ ୨ ଗିରଫ

ନିଶ୍ଚିନ୍ତକୋଇଲି, ୧୮।୭ (ସ୍ବ.ପ୍ର.)-ନିଶ୍ଚିନ୍ତକୋଇଲି ଥାନା ଅଧୀନ କଟିକଟା ବଜାରଠାରେ ଥିବା ଏକ ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ କରିଥିବା ଆଉ୨ଜଣଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସ ଗିରଫ କରିଛି। ଏଥିସହ ପୋଲିସ ସେମାନଙ୍କର ୨ ବାଇକ୍‌ (ନଂ.- ଓଡି-୨୯-ଇ-୫୭୧୪ ଓ ଓଡି-୦୫-ଏଏଫ୍‌-୯୬୯୯)କୁ ମଧ୍ୟ ଜବତ କରିଛି। ଏଥିସହ ଲୁଟ ବେଳେ ବ୍ୟବହୃତ ଗ୍ୟାସ କଟର, ଶାବଳ, ଓ କିଛି ଯନ୍ତ୍ରାଂଶ ପୋଲିସ ହାତରେ ଲାଗିଛି।

ଏଲ୍‌ଇଡି ଆଲୋକୀକରଣ ଶୁଭାରମ୍ଭ

ଏଲ୍‌ଇଡି ଆଲୋକୀକରଣ ଶୁଭାରମ୍ଭ

ଜଗତସିଂହପୁର ଅଫିସ, ୧୮।୭-ଜଗତ୍‌ସିଂହପୁର ପୌର ପରିଷଦରେ ଏଲ୍‌ଇଡି ଆଲୋକୀକରଣ ବୁଧବାର ଶୁଭାରମ୍ଭ ହୋଇଛି। ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ ଏହାର ଉଦ୍‌ଘାଟନ କରିଛନ୍ତି।

ଖଡିଅଣ୍ଟା ହାଇସ୍କୁଲରେ ବନ ମହୋତ୍ସବ

ଖଡିଅଣ୍ଟା ହାଇସ୍କୁଲରେ ବନ ମହୋତ୍ସବ

ରାଜନଗର, ୧୮।୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ୬୯ତମ ବନ ମହୋତ୍ସବ ବୁଧବାର ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ଖଡିଅଣ୍ଟା ଜି.ପି. ହାଇସ୍କୁଲ ପରିସରରେ ପାଳିତ ହୋଇଯାଇଛି।

ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଧାରଣା

ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଧାରଣା

ଯାଜପୁର ଅଫିସ, ୧୮।୭: ଯାଜପୁରରୋଡ ମାଲଗୋଦାମରେ ଟ୍ରକ ଚାପାରେ ମଙ୍ଗଳବାର ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ପରିବାରକୁ କ୍ଷତି ପୂରଣ ତଥା ଅନ୍ୟାନ୍ୟ ଦାବିରେ ଯାଜପୁର-କେନ୍ଦୁଝର ରୋଡ ରେଳ ଷ୍ଟେଶନକୁ ଲାଗିଥିବା ମାଲଗୋଦାମ ସମ୍ମୁଖରେ ଶ୍ରମିକମାନେ ବୁଧବାର ସକାଳେ ଧାରଣା ଦେଇଛନ୍ତି।

ଅଙ୍ଗନୱାଡ଼ି କର୍ମୀଙ୍କ ଜିଲାପାଳଙ୍କୁ ଦାବିପତ୍ର

ଅଙ୍ଗନୱାଡ଼ି କର୍ମୀଙ୍କ ଜିଲାପାଳଙ୍କୁ ଦାବିପତ୍ର

ନୟାଗଡ଼ ଅଫିସ,୧୮ା୭- ଜିଲାର ଅଙ୍ଗନୱାଡ଼ି କର୍ମୀମାନେ ସୋମବାର ଜିଲାପାଳଙ୍କୁ ବିଭିନ୍ନ ସମସ୍ୟା ନେଇ ଦାବିପତ୍ର ପ୍ରଦାନ କରିଛନ୍ତି। ଅଙ୍ଗନୱାଡ଼ିରେ ଏସ୍‌ଏନପି ଓ ଟିଏଚ୍‌ଆର ଖାଦ୍ୟ ବିବରଣୀରେ ପରିବର୍ତ୍ତନ ସାଙ୍ଗକୁ ବଜାର ଦରବୃଦ୍ଧି ହେତୁ ଆବଶ୍ୟକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି କରାଯିବା , ଅଙ୍ଗନୱାଡ଼ି କାର୍ଯ୍ୟ ବାହାରେ ଥିବା ୬ଟି କାର୍ଯ୍ୟକ୍ରମକୁୂ ବାଦ୍‌ ଦେବା ନିମନ୍ତେ ଦାବିପତ୍ର ପ୍ରଦାନ କରିଥିଲେ।

 ଜଳ ନିଷ୍କାସନକୁ କେନ୍ଦ୍ର କରି ଗୁଳିକାଣ୍ଡ: ତିନିଦିନ ହେଲାଣି ବଧିସାହି ଗ୍ରାମ ପୁରୁଷଶୂନ୍ୟ

ଜଳ ନିଷ୍କାସନକୁ କେନ୍ଦ୍ର କରି ଗୁଳିକାଣ୍ଡ: ତିନିଦିନ ହେଲାଣି ବଧିସାହି ଗ୍ରାମ ପୁରୁଷଶୂନ୍ୟ

ନୟାଗଡ଼ ଅଫିସ,୧୮ା୭-ନୟାଗଡ଼ ଜିଲା ଶରଣକୁଳ ଥାନା ଖିଲାରପାଟଣା ମଶାଣିଠାରେ ଶନିବାର ଜଳ ନିଷ୍କାସନକୁ କେନ୍ଦ୍ର କରି ହୋଇଥିବା ଗୁଳିକାଣ୍ଡରେ ମଙ୍ଗଳବାର ପୋଲିସ ୭ ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ବଧିସାହିର ପ୍ରଭାତ ପ୍ରଧାନ, ଉଲ୍ଲାସ ପାତ୍ର, ଭଦ୍ର ଓରଫ ବଳଭଦ୍ର ସାହୁ, ପ୍ରମୋଦ ସାହୁ, ବୃନ୍ଦାବନ ପ୍ରଧାନ, ଅକ୍ରୂର ସ୍ବାଇଁ, ମଦନ ମହାପାତ୍ର । ସେହିଭଳି ଏଥିରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଶରଣକୁଳ ଏସ୍‌ଡିପିଓ ନାରାୟଣ ବାରିକ ପ୍ରକାଶ କରିଛନ୍ତି।

ଶରଣକୁଳରୁ ୧୭  ନାଗସାପ ଛୁଆ  ଉଦ୍ଧାର

ଶରଣକୁଳରୁ ୧୭ ନାଗସାପ ଛୁଆ ଉଦ୍ଧାର

ନୟାଗଡ଼ ଅଫିସ,୧୮ା୭- ନୟାଗଡ଼ ଜିଲା ଶରଣକୁଳ ଭଞ୍ଜସାହିରେ ଥିବା ଏକ କୂଅରୁ ମଙ୍ଗଳବାର ୧୭ଟି ନାଗସାପ ଛୁଆ ଉଦ୍ଧାର କରାଯାଇଛି। ତେବେ ମା’ ସାପ ଉଦ୍ଧାର ହୋଇପାରି ନ ଥିବାରୁ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି।

 ଯୁବ ବୈଜ୍ଞାନିକଙ୍କ ଭିନ୍ନ ପରିକଳ୍ପନା ଗାଁ ହାଟ

ଯୁବ ବୈଜ୍ଞାନିକଙ୍କ ଭିନ୍ନ ପରିକଳ୍ପନା ଗାଁ ହାଟ

ନୟାଗଡ଼ ଅଫିସ,୧୮ା୭(ରଞ୍ଜନ କୁମାର ପ୍ରଧାନ)-ରୋଜଗାର ଲକ୍ଷ୍ୟରେ ପ୍ରତିଦିନ ଗ୍ରାମରୁ ଲୋକମାନେ ସହରାଭିିମୁଖୀ ହେଉଛନ୍ତି। ଏହାଦ୍ୱାରା ସହରରେ ଲୋକଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି। ଏହାସହିତ ତାଳଦେଇ ସହରରେ ଦେଖାଦେଉଛି ବିଭିନ୍ନ ସମସ୍ୟା। ସେହିଭଳି ଗ୍ରାମରେ ଲୋକ ଅଭାବରୁ ଜମିଗୁଡ଼ିକ ପଡ଼ିଆ ହୋଇ ପଡ଼ି ରହୁଛି।

ପୋଲିସର ହସ୍ତକ୍ଷେପ ପରେ ଏକାଠି ହେଲେ ପ୍ରେମୀ ଯୁଗଳ

ପୋଲିସର ହସ୍ତକ୍ଷେପ ପରେ ଏକାଠି ହେଲେ ପ୍ରେମୀ ଯୁଗଳ

ରାଜନଗର, ୧୮।୭ (ଡି.ଏନ୍‌.ଏ.):ପ୍ରେମିକଠାରୁ ପ୍ରତାରିତ ହେବା ପରେ ପୋଲିସର ଆଶ୍ରୟ ନେଇଛନ୍ତି ଜଣେ ଯୁବତୀ। ଏହି ଘଟଣା ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନା ଅଞ୍ଚଳରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି।

ବିପ୍ଳବୀ କବି ଆନନ୍ଦ ଚନ୍ଦ୍ର ଜେନାଙ୍କ ଜୟନ୍ତୀ ପାଳିତ

ବିପ୍ଳବୀ କବି ଆନନ୍ଦ ଚନ୍ଦ୍ର ଜେନାଙ୍କ ଜୟନ୍ତୀ ପାଳିତ

କେନ୍ଦ୍ରାପଡ଼ା ଅଫିସ,୧୮ା୭:କନିକା ରାଜାଙ୍କ ଅତ୍ୟାଚାର ବଢି ଚାଲିଥିବା ବେଳେ ଆଶୁ କବିତା ମାଧ୍ୟମରେ କବି ଆନନ୍ଦ ଚନ୍ଦ୍ର ଜେନା ବିପ୍ଲବର ସେତୁ ବାନ୍ଧିଥିଲେ ା ଏହା ମାଧ୍ୟମରେ ଜନସାଧାରଣଙ୍କୁ ଏକାଠି କରିବା, ବ୍ରିଟିଶ ସାମ୍ରାଜ୍ୟ ବିରୋଧରେ ପ୍ରତିବାଦର ସ୍ବର ଉଠାଇବା, ଜେଲ ବରଣ କରିବା ବିପ୍ଲବୀ କବିଙ୍କ ଜୀବନର ଅଙ୍ଗ ହୋଇଥିଲା ବୋଲି ୧୩୪ତମ ଜୟନ୍ତୀ ଅବସରରେ ଅତିଥିମାନେ ମଙ୍ଗଳବାର ମତପ୍ରକାଶ କରିଛନ୍ତି ା

ଜିଲାପାଳଙ୍କ ଗରଦପୁର ଗସ୍ତ

ଜିଲାପାଳଙ୍କ ଗରଦପୁର ଗସ୍ତ

ପାଟକୁରା, ୧୮।୭ (ଡି.ଏନ୍‌.ଏ.):କେନ୍ଦ୍ରାପଡ଼ା ଜିଲାପାଳ ରେଘୁ ଜୀ. ମଙ୍ଗଳବାର ଗରଦପୁର ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲାପାଳ ବେଡାରୀ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚତ୍ ଉନ୍ନୟନ କାର୍ଯ୍ୟ ପାଇଁ ଆସୁଥିବା ଅନୁଦାନ ଅର୍ଥ ଓ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ ହେଉଛି କି ନାହିଁ ସେ ନେଇ ରେକର୍ଡପତ୍ର ଯାଞ୍ଚ କରିଥିଲେ।

Model This Week

ରୂପେଶ