Dharitri News
ରାଜ୍ୟ |

ବିପୁଳ ଜନସମର୍ଥନ ହିଁ ସମଦୂରତ୍ୱ ନୀତିର ସଫଳତା: ମୁଖ୍ୟମନ୍ତ୍ରୀ

ବିପୁଳ ଜନସମର୍ଥନ ହିଁ ସମଦୂରତ୍ୱ ନୀତିର ସଫଳତା: ମୁଖ୍ୟମନ୍ତ୍ରୀ ରାଜ୍ୟରେ ଦୀର୍ଘ ୧୮ ବର୍ଷ ଧରି କ୍ଷମତାରେ ରହିଆସିଛି ବିଜୁ ଜନତା ଦଳ(ବିଜେଡି)। ଗତ ୪ଟି ନିର୍ବାଚନରେ ବିଜୟୀ ହୋଇ ମୁଖ୍ୟମନ୍ତ୍ରୀ ରହିଆସିଛନ୍ତି ବିଜେଡିର ସଭାପତି ନବୀନ ପଟ୍ଟନାୟକ। ମଙ୍ଗଳବାର ବିଜେଡି ପାଳନ କରିବାକୁ ଯାଉଛି ତା’ର ବିଂଶତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତିଙ୍କ ସହ ହୋଇଥିବା ସଂକ୍ଷିପ୍ତ ଆଳାପ। -ବିଜୁ ଜନତା ଦଳ ଉଭୟ କଂଗ୍ରେସ ନେତୃତ୍ୱାଧୀନ ଉପା ଏବଂ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏଠାରୁ ସମଦୂରତା ଅବଲମ୍ବନ କରିଆସିଛି। ଏହାର ସୁଫଳ ଓଡ଼ିଶାକୁ କିପରି ମିଳିଛି? କଂଗ୍ରେସ ହେଉ ଅବା ଭାଜପା ଓଡ଼ିଶା ସବୁବେଳେ ଜାତୀୟ ଦଳଙ୍କ ଅବହେଳାର ଶିକାର ହୋଇଆସିଛି। ଜାତୀୟ ଦଳଗୁଡିକ ଓଡ଼ିଶାର ସ୍ବାର୍ଥ ରକ୍ଷା କ୍ଷେତ୍ରରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ମହାନଦୀ କ୍ଷେତ୍ରରେ ଭାଜପାର ଭୂମିକା ଏବଂ ପୋଲାଭରମ କ୍ଷେତ୍ରରେ କଂଗ୍ରେସର ଭୂମିକା ସମସ୍ତେ ଜାଣନ୍ତି। ତେଣୁ ଜାତୀୟ ଦଳ ବିରୋଧରେ ଓଡିଶାରେ ପ୍ରବଳ ଜନଅସନ୍ତୋଷ ରହିଛି। ସେମାନଙ୍କର ରାଜନୈତିକ ପ୍ରାଥମିକତା ଭିନ୍ନ। ବିଜେଡି ଉଭୟ କଂଗ୍ରେସ ଓ ଭାଜପାଠାରୁ ସମଦୂରତ୍ୱ ରକ୍ଷାକରି ରାଜ୍ୟର ବିକାଶ ଉପରେ ହିଁ ସର୍ବାଧିକ ଗୁରୁତ୍ୱ ଦେଇଆସିଛି ଓ ଓଡ଼ିଶାର ସ୍ବାର୍ଥ ସାଧନ ପାଇଁ ଲଢେଇ କରିଆସିଛି। ତେଣୁ ଓଡ଼ିଶାରେ ବିଜେଡି ପ୍ରତି ବିପୁଳ ଜନସମର୍ଥନ ହିଁ ଆମର ସମଦୂରତ୍ୱ ନୀତିର ସଫଳତାକୁ ପ୍ରତିପାଦିତ କରୁଛି। -ଆପଣଙ୍କ ଦଳର ଅନେକ ନେତା ତ୍ରୁଟିପୂର୍ଣ୍ଣ କାର୍ଯ୍ୟ କରି ଏବଂ ବିବାଦୀୟ ମନ୍ତବ୍ୟ ଦେଇ ଆପଣଙ୍କ ଭାବମୂର୍ତ୍ତି ଉପରେ କ୍ଷତି ପହଞ୍ଚାଇଛନ୍ତି। ଏହା ବିରୋଧରେ ଆପଣ ମଧ୍ୟ ପଦକ୍ଷେପ ନେଉଛନ୍ତି। ଏହା ଦ୍ୱାରା ଦଳକୁ କିପରି ସୁଫଳ ମିଳୁଛି ବୋଲି ଭାବୁଛନ୍ତି? ଉ. ଯେକୌଣସି ସଙ୍ଗଠନ ପାଇଁ ଶୃଙ୍ଖଳା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। -୨୦୧୪ ସାଧାରଣ ନିର୍ବାଚନରେ ଭାଜପା କେନ୍ଦ୍ରୀୟସ୍ତରରେ ସର୍ବୋଚ୍ଚ ସ୍ଥାନ ପାଇପାରିଥିଲା। ପରବର୍ତ୍ତୀ ସମୟରେ ଦିଲ୍ଲୀ ଏବଂ ବିହାର ନିର୍ବାଚନରେ ଦଳକୁ ସୁଫଳ ମିଳି ନ ଥିଲେ ମଧ୍ୟ ଅନ୍ୟ ଯେତେ ସ୍ଥାନରେ ନିର୍ବାଚନ ହୋଇଛି, ସେଠାରେ ଭାଜପାକୁ ସଫଳତା ମିଳିଛି। ଗୁଜରାଟ ନିର୍ବାଚନରେ ଏହି ଦଳ ପ୍ରଥମ କରି ଆଶାନୁରୂପକ ସଫଳତା ପାଇନାହିଁ। ଦେଶର ଅଧିକାଂଶ ରାଜ୍ୟ ଭାଜପା କବଳକୁ ଚାଲିଗଲାଣି। ୨୦୧୯ରେ ଓଡ଼ିଶାର ସ୍ଥିତି କ’ଣ ହେବ ବୋଲି ଭାବୁଛନ୍ତି ? ଓଡ଼ିଶାରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଓ ବିକାଶ ଯୋଜନା ସଫଳତାର ସହ କାର୍ଯ୍ୟକାରୀ ହେଉଛି। ତେଣୁ ଓଡ଼ିଶାରେ ସରକାର ବିରୋଧୀ ସ୍ଥିତି ନାହିଁ। ମୋର ଦୃଢ଼ ବିଶ୍ୱାସ, ଓଡ଼ିଶାବାସୀଙ୍କ ଆଶୀର୍ବାଦ ବିଜୁ ଜନତା ଦଳ ପ୍ରତି ରହିଛି ଓ ରହିବ। -ଆପଣ ଅନେକ ସମୟରେ ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ପ୍ରସଙ୍ଗ ଉଠାଇଛନ୍ତି। ବାରମ୍ବାର ଏ ନେଇ କେନ୍ଦ୍ରକୁ ଚିଠି ଲେଖିଛନ୍ତି। ମହାନଦୀ ପ୍ରସଙ୍ଗ ହେଉ କିମ୍ବା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ପ୍ରସଙ୍ଗ, କେନ୍ଦ୍ର ସରକାର ଏ କ୍ଷେତ୍ରରେ କୌଣସି ପଦକ୍ଷେପ ନେଉନାହାନ୍ତି। ସଙ୍ଘୀୟ ବ୍ୟବସ୍ଥାରେ ଏହା ଏକ ସ୍ବାଭାବିକ ପ୍ରକ୍ରିୟା। ଏହାକୁ ସାମ୍ନା କରିବା ପାଇଁ ବିଜେଡି କେଉଁ ପ୍ରକାର ପଦକ୍ଷେପ ଭବିଷ୍ୟତରେ ନେବାକୁ ଯୋଜନା କରୁଛି? ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ବିଷୟରେ ଦ୍ୱିମତ ନାହିଁ। ଏକ ଆଞ୍ଚଳିକ ଦଳ ଭାବରେ ରାଜ୍ୟର ସ୍ବାର୍ଥ ରକ୍ଷା ପାଇଁ ଯାହା ଆବଶ୍ୟକ, ବିଜେଡି ତାହା କରି ଆସୁଛି ଏବଂ ସଂଘୀୟ ବ୍ୟବସ୍ଥା ମଧ୍ୟରେ ଯାହା କରାଯାଇପାରିବ ତାହା ନିଶ୍ଚିତ ଭାବରେ କରିବୁ। ଆମ ରାଜ୍ୟର ସ୍ବାର୍ଥ ରକ୍ଷା କରିବୁ। -ଗତ ୧୮ ବର୍ଷର ଶାସନ କାଳରେ ଓଡ଼ିଶାର କୌଣସି ଆଖିଦୃଶିଆ ପ୍ରଗତି ହୋଇନାହିଁ ବୋଲି ବିରୋଧୀ ଦଳଗୁଡ଼ିକ ବାରମ୍ବାର ଅଭିଯୋଗ କରୁଛନ୍ତି। ଏ ସମ୍ପର୍କରେ ଆପଣଙ୍କ ମତ କ’ଣ? ନା, ବିରୋଧୀଙ୍କ ଅଭିଯୋଗର ସତ୍ୟତା ନାହିଁ। ରାଜ୍ୟ ଧାନ ଉତ୍ପାଦନ କ୍ଷେତ୍ରରେ ବିଗତ ଦୁଇ ଦଶନ୍ଧିରେ ଢେର୍‌ ଅଗ୍ରଗତି କରିଛି। ପ୍ରାୟ ୮୦ ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖାରୁ ଊର୍ଦ୍ଧ୍ୱକୁ ଉଠାଯାଇଛି। ୫୦ ଲକ୍ଷ ମହିଳାଙ୍କୁ ସ୍ବୟଂ ସହାୟିକା ଗୋଷ୍ଠୀ(ଏସ୍‌ଏଚ୍‌ଜି) ମାଧ୍ୟମରେ ସ୍ବାବଲମ୍ବୀ କରାଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ରାଜ୍ୟକୁ ଆନ୍ତର୍ଜାତିକ ସମ୍ମାନ ଓ ସ୍ବୀକୃତି ମିଳିଛି। ଚାଷୀମାନଙ୍କର ମାସିକ ଆୟ ଦୁଇଗୁଣ ହୋଇଛି। ରାଜ୍ୟ ସରକାର ଏହିପରି ଏକାଧିକ ଜନକଲ୍ୟାଣକାରୀ ପଦକ୍ଷେପ ନେଉଛନ୍ତି। -ଆଗକୁ ବିଜେପୁର ଉପନିର୍ବାଚନ ଏବଂ ପୌର ନିର୍ବାଚନ। ଏଥିପାଇଁ ଦଳ ପକ୍ଷରୁ କିଭଳି ପ୍ରସ୍ତୁତି ନିଆଯାଇଛି? ମୁଁ ସବୁବେଳେ କହିଆସିଛି ଯେ, ବିଜୁ ଜନତା ଦଳ ସବୁ ସମୟରେ ଲୋକଙ୍କ ସହିତ ରହିଛି। ତେଣୁ ନିର୍ବାଚନ ପାଇଁ ଆମେ ସବୁବେଳେ ପ୍ରସ୍ତୁତ। ବିଜେପୁର ଉପନିର୍ବାଚନ ଓ ପୌର ନିର୍ବାଚନରେ ବିଜେଡି ଏକ ନମ୍ବର ହୋଇ ରହିବ। - ଚିଦାନନ୍ଦ ଜେନା ଫଟୋ: ମନୋରଞ୍ଜନ

ରାଜ୍ୟ |

ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ୱର,୨୩।୧(ବ୍ୟୁରୋ): କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣା ପ୍ରତିବାଦରେ ବୁଧବାର କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏ ନେଇ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମଙ୍ଗଳବାର ସୂଚନା ଦେଇଛନ୍ତି।

୧୨ ଘଣ୍ଟିଆ କୋରାପୁଟ ବନ୍ଦ ଡାକରା

ଭୁବନେଶ୍ୱର,୨୩।୧(ବ୍ୟୁରୋ): କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣା ପ୍ରତିବାଦରେ ବୁଧବାର ଭାଜପା ପକ୍ଷରୁ ୧୨ ଘଣ୍ଟିଆ ଅବିଭକ୍ତ କୋରାପୁଟ ଜିଲା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସା ୬ଟା ପର୍ଯ୍ୟନ୍ତ ଚକଅଖ, ଦୋକାନବଜାର, ସରକାରୀ ଅଫିସ ଓ ସ୍କୁଲ କଲେଜ ବନ୍ଦ ରଖିବାକୁ ଦଳ ଆହ୍ବାନ ଦେଇଛି।

ନବୀନ ନିବାସ ଘେରାଉ ପୂର୍ବରୁ ଭାଜପା କର୍ମୀ-ପୋଲିସ ମୁହାଁମୁହିଁ: ୪ ପୋଲିସଙ୍କ ମୁଣ୍ଡ ଫାଟିଲା

ନବୀନ ନିବାସ ଘେରାଉ ପୂର୍ବରୁ ଭାଜପା କର୍ମୀ-ପୋଲିସ ମୁହାଁମୁହିଁ: ୪ ପୋଲିସଙ୍କ ମୁଣ୍ଡ ଫାଟିଲା

ଭୁବନେଶ୍ୱର, ୨୩।୧(ବ୍ୟୁରୋ): ଭାଜପା କାର୍ଯ୍ୟାଳୟଠାରୁ ଶତାଧିକ ଭାଜପା କର୍ମୀ ନବୀନ ନିବାସ ଘେରାଉ କରିବାକୁ ରାଲି କରି ବାହାରିଥିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଛନ୍ତି। ସୂଚନା ଭବନ ଛକ ନିକଟରେ ପୋଲିସ କର୍ମୀମାନଙ୍କୁ ଅଟକାଇବାକୁ ଉଦ୍ୟମ କରୁଥିବା ସମୟରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏଥିରେ ୪ଜଣ ପୋଲିସ କର୍ମଚାରୀଙ୍କ ମୁଣ୍ଡ ଫାଟିଥିବା ଜଣାପଡିଛି। ପୋଲିସ ପକ୍ଷରୁ ଲାଠିଚାର୍ଜ କରାଯାଇଛି।

ମହାନଦୀ ଜଳ ବିବାଦ ମାମଲା: ଏକ ମାସ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ମହାନଦୀ ଜଳ ବିବାଦ ମାମଲା: ଏକ ମାସ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୩।୧(ବ୍ୟୁରୋ): ମହାନଦୀ ଜଳ ବିବାଦକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ବିଚାରପତି ଏସ୍‌ଏ ବବଦେ ଓ ଏଲ୍‌ ନାଗେଶ୍ୱରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏକ ମାସ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣା: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣା: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧(ବ୍ୟୁରୋ): ଦୀର୍ଘ ୪ ମାସରୁ ଊର୍ଦ୍ଧ୍ୱ ସମୟ ଧରି ନ୍ୟାୟପାଇଁ ଲଢ଼େଇ କରି କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ନେତାଜୀ ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ପତାକା ଉତ୍ତୋଳନ

ନେତାଜୀ ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ପତାକା ଉତ୍ତୋଳନ

କଟକ ଅଫିସ,୨୩।୧: ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟରେ ଆୟୋଜିତ ନେତାଜୀ ଜୟନ୍ତୀ ସମାରୋହରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପତାକା ଉତ୍ତୋଳନ କରିବାସହ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି।

କୁନ୍ଦୁଲି ପୀଡ଼ିତାଙ୍କ ମୃତଦେହ ରଖି ରାସ୍ତା ଅବରୋଧ

କୁନ୍ଦୁଲି ପୀଡ଼ିତାଙ୍କ ମୃତଦେହ ରଖି ରାସ୍ତା ଅବରୋଧ

ପଟ୍ଟାଙ୍ଗୀ,୨୩।୧(ଡି.ଏନ୍‌.ଏ.): କୁନ୍ଦୁଲି ପୀଡ଼ିତାଙ୍କ ମୃତଦେହ ରଖି ମଙ୍ଗଳବାର ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି। ପରିବାର ଲୋକଙ୍କ ସମେତ କଂଗ୍ରେସ ନେତୃତ୍ୱରେ ଏହି ରାସ୍ତାରୋକୋ କରାଯାଇଛି।

ହୋଟେଲ ଅନନ୍ୟାରେ ଅଗ୍ନିକାଣ୍ଡ

ହୋଟେଲ ଅନନ୍ୟାରେ ଅଗ୍ନିକାଣ୍ଡ

ପୁରୀ ଅଫିସ,୨୩।୧: ସ୍ଥାନୀୟ ଭିଆଇପି ରୋଡସ୍ଥିତ ହୋଟେଲ ପ୍ରାଇଡ଼୍‌ ଅନନ୍ୟାରେ ମଙ୍ଗଳବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟିଛି। ହୋଟେଲର ଚତୁର୍ଥ ମହଲାରେ ଥିବା ପ୍ୟାଣ୍ଟ୍ରି ଷ୍ଟୋରରେ କୌଣସି କାରଣରୁ ନିଆଁ ଲାଗିଯିବାରୁ ଏହି ଅଘଟଣ ଘଟିଛି।

ସନ୍ଦେହଘେରରେ ପୋଲିସ ଭୂମିକା

ସନ୍ଦେହଘେରରେ ପୋଲିସ ଭୂମିକା

ଭୁବନେଶ୍ୱର,୨୨ା୧(ବ୍ୟୁରୋ) : ଗଣବଳାତ୍କାର ୧୦୦ ଦିନ ପରେ କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ମିଳି ପାରିଲା ନାହିଁ। ପୋଲିସର ହେରଫେର ତଦନ୍ତ ରିପୋର୍ଟ ଏବଂ ଲୋକଲଜ୍ଜାକୁ ସହି ନ ପାରି ଶେଷରେ ଆମତ୍ହତ୍ୟା ଭଳି ଏକ କଠିନ ପନ୍ଥାକୁ ଆପଣାଇ ନେଲେ ପୀଡିତା।

 ପୀଡ଼ିତାଙ୍କ ଆତ୍ମହତ୍ୟା: ନ୍ୟାୟ ନ ପାଇ ଜୀବନ ହାରିଲେ

ପୀଡ଼ିତାଙ୍କ ଆତ୍ମହତ୍ୟା: ନ୍ୟାୟ ନ ପାଇ ଜୀବନ ହାରିଲେ

ପଟ୍ଟାଙ୍ଗୀ,୨୨।୧(ଡି.ଏନ.ଏ.): ୨୦୧୭ ଅକ୍ଟୋବର ୧୦ରୁ ୨୦୧୮ ଜାନୁୟାରୀ ୨୨। ୪ମାସରୁ ଉର୍ଦ୍ଧ୍ୱକାଳ ନ୍ୟାୟ ପାଇଁ ଲଢେଇ କରି ନିରାଶ କୁନ୍ଦୁଲି ନାବାଳିକା ଶେଷରେ ଆତ୍ମହତ୍ୟାର ପଥ ବାଛି ନେଲେ।

ଆପଣଙ୍କ ଭଲପାଇବା ମୋତେ ଋଣୀ କରିଛି: ମୁଖ୍ୟମନ୍ତ୍ରୀ

ଆପଣଙ୍କ ଭଲପାଇବା ମୋତେ ଋଣୀ କରିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨।୧(ବ୍ୟୁରୋ)- ପୁନେର ଏମ୍‌ଆଇଟି-ଡବ୍ଲ୍ୟୁପିୟୁ କ୍ୟାମ୍ପସ୍‌ରେ ୮ମ ଭାରତୀୟ ଛାତ୍ର ସଂସଦ ଅବସରରେ ରବିବାର ଦେଶର ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଫେରିଛନ୍ତି।

ନିର୍ବାଚନ କମିଶନଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପ୍ରଶ୍ନ: କାହିଁକି ପ୍ରକାଶ ପାଉନାହିଁ ବିଜେପୁର ଉପନିର୍ବାଚନ ବିଜ୍ଞପ୍ତି

ନିର୍ବାଚନ କମିଶନଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପ୍ରଶ୍ନ: କାହିଁକି ପ୍ରକାଶ ପାଉନାହିଁ ବିଜେପୁର ଉପନିର୍ବାଚନ ବିଜ୍ଞପ୍ତି

ନୂଆଦିଲ୍ଲୀ,୨୨।୧(ସ୍ବ.ପ୍ର.): ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ପାଇଁ ଏ ପର୍ଯ୍ୟନ୍ତ କାହିଁକି ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ଏହି ଉପନିର୍ବାଚନକୁ କାହିଁକି ବିଳମ୍ବିତ କରାଯାଉଛି ବୋଲି ସୋମବାର ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କରିଛନ୍ତି ଦିଲ୍ଲୀ ହାଇକୋର୍ଟ।