ରାୟଗଡା

ମୋଷ୍ଟ ଓ୍ବାଣ୍ଟେଡ ମାଓବାଦୀ ଦମ୍ପତିଙ୍କ ଆତ୍ମସମର୍ପଣ

ମୋଷ୍ଟ ଓ୍ବାଣ୍ଟେଡ ମାଓବାଦୀ ଦମ୍ପତିଙ୍କ ଆତ୍ମସମର୍ପଣ
ଭୁବନେଶ୍ୱର(ବ୍ୟୁରୋ)/ ମାଲକାନଗିରି (ଡି.ଏନ.ଏ.) ୨୫।୧୨ ଆନ୍ଧ୍ର-ଓଡିଶା ବର୍ଡର ସ୍ପେଶାଲ ଜୋନାଲ କମିଟିର ମୋଷ୍ଟ ଓ୍ବାଣ୍ଟେଡ କମାଣ୍ଡର ଜିନୁଗୁ ନରସିଂହା ରେଡ୍ଡୀ ଓରଫ ଜାମ୍ପାନା(୫୭) ଓ ତାଙ୍କ ପତ୍ନୀ ରିଜିଥା(୩୭) ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସିପିଆଇ ମାଓବାଦୀ ସଂଗଠନର ହାତ ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ପରେ ମାଓବାଦୀ ସଂଗଠନକୁ ଏକ ଶକ୍ତ ଝଟକା ଲାଗିଛି। ଜାମ୍ପାନା ୩୦ ବର୍ଷରୁ ଅଧିକ ସମୟ ଧରି ମାଓବାଦୀ କାର୍ଯ୍ୟକଳାପରେ ଜଡିତ ଥିଲେ। ଜାମ୍ପାନାଙ୍କୁ ଧରିବା ଲାଗି ତେଲେଙ୍ଗାନା ସରକାରଙ୍କ ତରଫରୁ ୨୫ଲକ୍ଷ ଓ ତାଙ୍କ ପତ୍ନୀ ରିଜିଥାଙ୍କୁ ଧରାଇଦେବା ଲାଗି ୨୦ ଲକ୍ଷ ଟଙ୍କା ସମେତ ଦୁହିଁଙ୍କ ଉପରେ ପ୍ରାୟ ମୋଟ ୧କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଏ ନେଇ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି ଯେ ଆନ୍ଧ୍ର,ଛତିଶଗଡ, ତେଲେଙ୍ଗାନା ସମେତ ଓଡିଶାର ଅନେକ ଜିଲାରେ ହିଂସା ଓ ବର୍ବରତା କାଣ୍ଡ ଘଟାଇଥିବାରୁ ସ୍ବତନ୍ତ୍ର ଗୁଇନ୍ଦା ବିଭାଗର ପୋଲିସ ଟିମ ଏସପିଙ୍କ ନେତୃତ୍ୱରେ ହାଇଦ୍ରାବାଦ ପଠାଯିବ। ମୋଷ୍ଟ ଓ୍ବାଣ୍ଟେଡ ଜାମ୍ପାନା ଓ ତାଙ୍କ ପତ୍ନୀଙ୍କୁ ଭେଟିବା ସହ ରାଜ୍ୟର ବିଭିନ୍ନ ଜିଲାରେ ମାଓବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତି ନେଇ ପଚରାଉଚରା କରାଯିବ। ଯାହା ଦ୍ୱାରା ମାଓବାଦୀଙ୍କ ଗତିବିଧି ଓ ଯୋଜନା ଉପରେ ଅଧିକ ତଥ୍ୟ ହାସଲ ହୋଇ ପାରିବ। ଯାହାକି ମାଓବାଦୀ କାର୍ଯ୍ୟକଳାପକୁ ରୋକିବାରେ ଅନେକ ମାତ୍ରାରେ ସହାୟକ ହୋଇ ପାରିବ। ଓଡିଶାରେ ଅନେକ ହିଂସା ଘଟାଇବା ସହ ୨୦୧୭ ବାଲିଗୁଡା ଆକ୍ରମଣରେ ଜାମ୍ପାନାଙ୍କ ସଂପୃକ୍ତି ରହିଥିଲା। ଯବାନଙ୍କ ପକ୍ଷରୁ ଗୁଳି ଚାଳନାରେ ଜଣେ ମହିଳା ମାଓବାଦୀ ପ୍ରାଣ ହରାଇବା ସହ ଅନେକ ଆହତ ହୋଇ ଜଙ୍ଗଲରେ ଫେରାର ହୋଇଯାଇଥିଲେ। ଯାହାକି ଜାମ୍ପାନା ଓ ତାଙ୍କ ଦଳ ଓଡିଶା ଛାଡିବା ପାଇଁ ବାଧ୍ୟ ହୋଇଥିଲେ। ଆବଶ୍ୟକ ପଡିଲେ ଜାମ୍ପାନାଙ୍କୁ ଓଡିଶା ପୋଲିସ ରିମାଣ୍ଡରେ ଆଣିବ ବୋଲି ପୋଲିସ ଡିଜି ଆରପି ଶର୍ମା କହିଛନ୍ତି। ସେହିପରି ମାଲକାନଗିରି ଏସପି ଜଗମୋହନ ମୀନ୍ନା କହିଛନ୍ତି ଯେ, ଜାମ୍ପାନା ଜିଲାରେ କୌଣସି ମାଓବାଦୀ ହିଂସାକାଣ୍ଡରେ ସଂପୃକ୍ତ ନଥିଲେ ମଧ୍ୟ ସଂଗଠନକୁ ସୁଦୃଢ କରିବା ପାଇଁ ଜାମ୍ପାନା ମାଲକାନଗିରି ଜିଲା ଦେଇ ଯାତାୟାତ କରୁଥିଲେ। ସୂଚନା ମୁତାବକ ଓଡିଶାରେ ମାଲକାନଗିରି, କୋରାପୁଟ, କନ୍ଧମାଳ, ବୌଦ୍ଧ ଓ ନୟାଗଡରେ ୮ରୁ ୧୦ ବର୍ଷ ଦାୟିତ୍ୱରେ ରହିବା ସହିତ ଛତିଶଗଡ,ଆନ୍ଧ୍ର ଓ ତେଲେଙ୍ଗାନାରେ ଅନେକ ହିଂସାକାଣ୍ଡରେ ତାଙ୍କର ସଂପୃକ୍ତି ରହିଛି। ୨୦୦୪ରେ କୋରାପୁଟ ଅସ୍ତ୍ରାଗାର ଆକ୍ରମଣ, ୨୦୦୮ରେ ନୟାଗଡ ଅସ୍ତ୍ରାଗାର ଲୁଟ, ଜି. ଉଦୟଗିରି ଥାନା ଆକ୍ରମଣ ଓ ଶେଷରେ ୨୦୧୭ରେ ବାଲିଗୁଡା ଏସଓଜି ଯବାନଙ୍କୁ ଆକ୍ରମଣ ଭଳି ଅନେକ ବଡ଼ଧରଣର ହିଂସାରେ ସେ ସାମିଲ ଥିଲେ। ଜାମ୍ପାନା ଓ ତାଙ୍କ ପତ୍ନୀଙ୍କ ଆତ୍ମସମର୍ପଣ ପରେ ଓଡିଶା ମାଓବାଦୀ ସଂଗଠନକୁ ଏକ ବଡ ଧକ୍କା ଲାଗିଛି। ଶୁଣିବାକୁ ମିଳିଛି ଓ୍ବାରଙ୍ଗଲ ଜିଲାର ଜଣେ ଟିଆରଏସ ନେତା ତାଙ୍କର ଆତ୍ମସମର୍ପଣ ନେଇ ମଧ୍ୟସ୍ଥି କରିଥିଲେ। ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଅନୁମତି ପରେ ଟିଆରଏସ ନେତା ଉଭୟଙ୍କ ଆତ୍ମସମର୍ପଣ ବ୍ୟବସ୍ଥା କରାଇଥିଲେ। ମାତ୍ର ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଉଭୟ ଦମ୍ପତ୍ତି ଆତ୍ମସମର୍ପଣ କରିଥିଲେ ବୋଲି ଜଣାଇଛନ୍ତି। ସରକାରଙ୍କ ଆତ୍ମସମର୍ପଣ ନୀତି ଅନୁଯାୟୀ ସେମାନଙ୍କୁ ୨୪ଲକ୍ଷ ଟଙ୍କା ଯୋଗାଇ ଦିଆଯିବ। ଏହି ଅର୍ଥରେ ସେମାନେ ବ୍ୟବସାୟ କରି ତାଙ୍କ ନୂଆ ଜୀବନ ଆରମ୍ଭ କରିବେ ବୋଲି ପୋଲିସ କହିଛି। ୧୯୮୪ ପିପୁଲସ ଓ୍ବାର ଗ୍ରୁପରେ ଜାମ୍ପାନା ସାମିଲ ହୋଇ ଗୋଟିଏ ପରେ ଗୋଟିଏ ଦାୟିତ୍ୱ ତୁଲାଇଥିଲେ। ଜାମ୍ପାନା ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି । ସେ ମାଟ୍ରିକ ପାସ୍‌ ପରେ ଆଇଟିଆଇ କରିଥିବାବେଳେ ଓସମାନିଆ ବିଶ୍ୱବି୍ୟାଳୟରୁ ଗଣିତରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ଉଭୟ ସଙ୍ଗଠନ ଛାଡିବା ପୋଲିସ ପାଇଁ ଏକ ବଡ ସଫଳତା ହୋଇଥିବା ବେଳେ ମାଓବାଦୀମାନେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତକୁ ଫେରିବା ପାଇଁ ଜମ୍ପାନା ଓ ତାଙ୍କ ପତ୍ନୀ ଆହ୍ବାନ ଦେଇଛନ୍ତି।
All Right Reserved By

ରାୟଗଡା

ବେକକାଟି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ବେକକାଟି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ନନ୍ଦପୁର, ୧୫।୧୦(ଡି.ଏନ୍‌.ଏ.)-କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ କସନ୍ଧି ଗ୍ରାମପଞ୍ଚାୟତ ଅନ୍ତଗର୍ର୍ତ ଆଡ୍ରା ଗ୍ରାମର ରଘୁ ହନ୍ତାଳଙ୍କ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କରିଛି ନନ୍ଦପୁର ପୋଲିସ।

ଗଛ ସହ ପିଟି ହୋଇ ବ୍ରିଜ ତଳକୁ ଖସିଲା ବସ୍‌ : ୩୦ ଆହତ

ଗଛ ସହ ପିଟି ହୋଇ ବ୍ରିଜ ତଳକୁ ଖସିଲା ବସ୍‌ : ୩୦ ଆହତ

ମାଥିଲି,୧୫।୧୦(ଡି.ଏନ୍‌.ଏ)-ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ଗୋବିନ୍ଦପାଲି ଫାଣ୍ତି ନିକଟ ବ୍ରିଜରେ ଭାରସାମ୍ୟ ହରାଇ ସୋମବାର ଏକ ଘରୋଇ ବସ୍‌ ବ୍ରିଜର ଏକ ପାଶର୍‌ବ ଗଛକୁ ପିଟି ହୋଇ ବସ୍‌ ତଳକୁ ଖସିପଡିଛି। ଫଳରେ ବସ୍‌ରେ ଥିବା ୩୦ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ଏବଂ ଦମକଳ ବାହିନୀ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଆହତମାନଙ୍କୁ ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଗୋବିନ୍ଦପାଲି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଆହତମାନଙ୍କ ମଧ୍ୟରେ ଅଧିକାଂଶ ଶିଶୁ ରହିଥିବା ସୂଚନା ମିଳିଛି ।

 ଜୟପୁରରେ କାର୍ଯ୍ୟକ୍ଷମ ହେଲା ଜିଲା ଚିକିତ୍ସାଳୟ

ଜୟପୁରରେ କାର୍ଯ୍ୟକ୍ଷମ ହେଲା ଜିଲା ଚିକିତ୍ସାଳୟ

ଜୟପୁର,୧୫।୧୦(ନି.ପ୍ର.)-ଜୟପୁରରେ ଜିଲା ଚିକିତ୍ସାଳୟ ସୋମବାରଠାରୁ ଆରମ୍ଭ ହୋଇଛି । ଜୟପୁର ନିକଟସ୍ଥ ଫୁଲବାଡ଼ଠାରେ ୨୭ ଏକର ଜମିରେ ଏହି ଜିଲା ଚିକିତ୍ସାଳୟ ନିର୍ମିତ ହୋଇଛି । କୋରାପୁଟରେ ଥିବା ଜିଲା ଚିକିତ୍ସାଳୟ ଜୟପୁରକୁ ସ୍ଥାନାନ୍ତର କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଘୋଷଣାର ୧୫ ମାସ ପରେ ସୋମବାର କାର୍ଯ୍ୟକ୍ଷମ ହୋଇଛି । ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି। ଏଠାରେ ନୂତନ ଯନ୍ତ୍ରପାତି ଲାଗିଥିବା ବେଲେ ଲିଫ୍ଟ ମଧ୍ୟ ଲାଗିଛି ।

ପଲିଥିନ୍‌ ବର୍ଜନ ପାଇଁ ଶପଥ ନେଲେ ଛାତ୍ରୀଛାତ୍ର

ପଲିଥିନ୍‌ ବର୍ଜନ ପାଇଁ ଶପଥ ନେଲେ ଛାତ୍ରୀଛାତ୍ର

ମାଲକାନଗିରି,୧୫।୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ବ୍ଲକ ପଦ୍ମଗିରି ମଙ୍ଗଳ ବିଭାଗ ଉଚ୍ଚ ବିଦ୍ୟାଳୟର ୮୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପଲିଥିନି ବର୍ଜନ ପାଇଁ ରବିବାର ସପଥ ନେଇଛନ୍ତିା

ବିପଦପୂର୍ଣ୍ଣ ଅବସ୍ଥାରେ ପଞ୍ଚାଳି ରାସ୍ତା

ଟିକିରି, ୧୫।୧୦(ଡି.ଏନ୍‌.ଏ.)-ରାୟଗଡା ଜିଲା କାଶୀପୁର ବ୍ଲକ ଶଙ୍କରଡା ପଞ୍ଚାୟତ ପଞ୍ଚାଳି, କପାଡାଙ୍ଗ କେବିଡି କି ଅନେକ ଗ୍ରାମକୁ ସଂଯୋଗ ହୋଇଥିବା ରାସ୍ତା ବର୍ତ୍ତମାନ ମରଣଯନ୍ତା ପାଲଟଛି। ଏହି ରାସ୍ତା ଉପରେ ବିଭିନ୍ନ ଗ୍ରାମର ଲୋକେ ନିର୍ଭର କରୁଥିବା ବେଳେ   ବର୍ତ୍ତମାନ ଏହା ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି। ଫଳରେ ଲୋକେ ଉକ୍ତ ରାସ୍ତାରେ ଯା’ଆସ କରିବାକୁ  ହଇରାଣ ହେଉଛନ୍ତି।

କ୍ଷୁଦ୍ର ଚଳଚ୍ଚିତ୍ର ‘ଚେଙ୍କ’ ଉନ୍ମୋଚିତ

ନବରଙ୍ଗପୁର,୧୫।୧୦(ବି.ପ୍ର.)-ଚେଙ୍କ ନୁହେଁ , ଚିକିତ୍ସା ା ନବରଙ୍ଗପୁର ଜିଲାରେ ସଚେତନତା ଅଭାବ ଲାଗି ଗ୍ରାମାଞ୍ଚଳମାନଙ୍କରେ ଶିଶୁମାନଙ୍କୁ ଚେଙ୍କ ଦିଆଯାଉଛି ା ଏହା ଦ୍ୱାରା ଅନେକ କୋମଳମତି ଶିଶୁଙ୍କ ପ୍ରାଣହାନୀ ଘଟୁଛି। ଚେଙ୍କ ଚିକିତ୍ସା କିଭଳି ରୋକାଯାଇ ପାରିବ, ସେ ନେଇ ଚେତନା ଗ୍ରୁପ ପକ୍ଷରୁ ପ୍ରୟାସ କରାଯାଇଛି ା 

ବିଦ୍ୟୁତ, ପାଣି ଯୋଗାଣ ଦାବିରେ ରାସ୍ତାରୋକୋ

ବିଦ୍ୟୁତ, ପାଣି ଯୋଗାଣ ଦାବିରେ ରାସ୍ତାରୋକୋ

ପାରଳାଖେମୁଣ୍ଡି, ୧୪।୧୦(ସ୍ବ.ପ୍ର.)-ବାତ୍ୟା ତିତ୍‌ଲି ଯୋଗୁ  ପାରଳାଖେମୁଣ୍ଡି ବିଶେଷ ଭାବେ ପ୍ରଭାବିତ ହୋଇଛି। ତିତ୍‌ଲିର ୪ ଦିନ ପରେ ମଧ୍ୟ ଅନ୍ଧାରରେ ପାରଳାଖେମୁଣ୍ଡି ସହର। ଏଥିସହ ପିଇବା ପାଣି ମଧ୍ୟ ମିଳୁନି। ଜଳ ଓ ବିଦ୍ୟୁତ ସମସ୍ୟାର ତୁରନ୍ତ ସମାଧାନ ପାଇଁ ରବିବାର ସନ୍ଧ୍ୟାରେ ସହରର ଗାନ୍ଧୀ ଛକରେ ଅଞ୍ଚଳବାସୀ  ରାସ୍ତାରୋକୋ କରିଛନ୍ତି। ବିଦ୍ୟୁତ୍‌ ନ ଥିବା ଯୋଗୁ ଅନ୍ଧାରରେ ରହୁଛୁ। ବର୍ଷା ଛାଡିଥିବାରୁ ବିଷାକ୍ତ ସାପ ଓ ଜନ୍ତୁଙ୍କ ଭୟ ରହୁଛି ବୋଲି ଅଞ୍ଚଳବାସୀ କହିଛନ୍ତି।

ଗଙ୍ଗାବାଡରେ ପାହଡ ଧସିବା ଘଟଣା: ଉଦ୍ଧାର ହେଲେ ୧୩ ମୃତଦେହ

ରାୟଗଡ (ଗଜପତି), ୧୪।୧୦(ଡି.ଏନ୍‌.ଏ.)- ଗଜପତି ଜିଲା ରାୟଗଡ ବ୍ଲକରେ ତିତ୍‌ଲି ବାତ୍ୟା ପରବର୍ତ୍ତୀ ଦୁର୍ଦ୍ଦଶା ବଢିବାରେ ଲାଗିଛି। ବାତ୍ୟାର ଚାରିଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ କଇଁପୁର,ଲକ୍ଷ୍ମୀପୁର, ଏଙ୍ଗାରସିଂ ପଞ୍ଚାୟତରେ ପହଞ୍ଚିବାକୁ ସକ୍ଷମହୋଇ ନଥିବା ବେଳେ ବିପନ୍ନଙ୍କ ଅବସ୍ଥା ଅତି ଶୋଚନୀୟ ହୋଇପଡିଛି। ଗଙ୍ଗାବାଡ ପଞ୍ଚାୟତ ବାରଘର ଗ୍ରାମରେ ପାହାଡ  ଧସିବା ଘଟଣାରେ  ଶନିବାର ଏକ ଡାକ୍ତରୀ ଟିମ୍‌ ସେଠାରେ ପହଞ୍ଚି ୧୩ ମୃତଦେହ ଉଦ୍ଧାର ସହ ବ୍ୟବଚ୍ଛେଦ କରାଯାଇଛି।  ସେହିଭଳି ପଥର ତଳେ ଚାପି ହୋଇ ରହିଥିବା ଅନ୍ୟ ୪ଜଣଙ୍କୁ  ଏଯାବତ୍‌ ଉଦ୍ଧାର କରଯାଇ ପାରିନାହିଁ। 

ଧାନ ଗଛରେ ମାଟିଆଗୁଣ୍ଡି ପୋକ,ଚିନ୍ତାରେ ଚାଷୀ

ଧାନ ଗଛରେ ମାଟିଆଗୁଣ୍ଡି ପୋକ,ଚିନ୍ତାରେ ଚାଷୀ

ଟିକିରି,୧୪।୮(ଡ଼ି.ଏନ.ଏ)-ରାୟଗଡ଼ା ଜିଲା କାଶୀପୁର ବ୍ଲକ ବିଭିନ୍ନ ଗ୍ରାମରେ  ଧାନ ଫସଲରେ ପୋକ ଲାଗିଥିବା ଦେଖିବାକୁ ଲାଗିଛି। ଏହାକୁ ନେଇ ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି । ବିଶେଷ କରି ଧାନଫସଲରେ ପତ୍ରପୋଡ଼ା ରୋଗ ହେବା ସହ ମାଟିଆଗୁଣ୍ଡି ପୋକ ଲାଗିଛି । ଏନେଇ ଚାଷୀମାନେ କୃଷି ଅଧିକାରୀଙ୍କୁ ଜଣାଇଥିଲେ। ହେଲେ  ସେ କ୍ଷେତ୍ର ପରିଦର୍ଶନ କରୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

ବର୍ଷେରୁ ଊର୍ଦ୍ଧ୍ୱ ହେଲାଣିଅନ୍ଧାରରେ ୩ ଗ୍ରାମର ଲୋକେ

ଟିକିରି, ୧୪।୧୦ (ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତର ବିଭିନ୍ନ ଗ୍ରାମରେ ରାଜୀବ ଗାନ୍ଧୀ ଗ୍ରାମୀଣ ବିଦ୍ୟୁତ୍‌କରଣ ଯୋଜନାରେ  ଗରିବ ଲୋକଙ୍କୁ ବିଦ୍ୟୁତ୍‌ ଯୋଗାଇ ଦିଆଯାଇଥିଲା। ସେଥିମଧ୍ୟରୁ ଖଟାପଦର, କୁକୁଡାପଦା ଓ ଡି. ସୁରକା ଗ୍ରାମରେ ମଧ୍ୟ ତିନି ବର୍ଷ ତଳେ ବିଦ୍ୟୁତ୍‌ ସଂଯୋଗ କରାଯାଇଥିଲା। ଗ୍ରାମରେ ବିଦ୍ୟୁତ୍‌ ଦେଖି ଲୋକେ ଖୁସି ହେବା ସହ ବେଶ୍‌ ଉପକୃତ ମଧ୍ୟ ହୋଇଥିଲେ। ହେଲେ ବର୍ଷେ ହେବ ଗ୍ରାମବାସୀ ବିଦ୍ୟୁତ୍‌ ସେବାରୁ ବଞ୍ଚତ୍ତ ହୋଇଛନ୍ତି।

ବିକାଶଠାରୁ ଦୂରରେ ମଙ୍ଗରଯୋଡ଼ି ଗାଁ

ବିକାଶଠାରୁ ଦୂରରେ ମଙ୍ଗରଯୋଡ଼ି ଗାଁ

ବାଲିମେଳା,୧୪।୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ପାର୍କନମାଲା ପଞ୍ଚାୟତର ମଙ୍ଗରଯୋଡି ଗ୍ରାମ।  ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ଏଠାରେ ଗ୍ରାମବାସୀଙ୍କ ନିକଟରେ ଏଯାଏ ପହଞ୍ଚତ୍ନାହିଁ। ସବୁ କ୍ଷେତ୍ରରେ ଅବହେଳିତ ହୋଇ ରହିଛନ୍ତି ଗ୍ରାମବାସୀ। ୧୨ କିମି ଚାଲି ଚାଲି ଗଲେ ଏଠି ପିଲାଙ୍କୁ ମିଳେ ପାଠପଢିବା ସୁବିଧା। ଗ୍ରାମକୁ ଯିବାକୁ ଲୋକଙ୍କୁ ତିଆରି କରିବାକୁ ପଡୁଛି ରାସ୍ତା। ଏଥିରୁ ଗ୍ରାମରେ ବିକାଶ ଚିତ୍ର କିପରି ଥିବ ସହଜରେ ଅନୁମେୟ। 

ଗୁରୁଣ୍ଡି ଗୁରୁଣ୍ଡି ସ୍କୁଲ ଆସନ୍ତି ଭୂମିକା

ଗୁରୁଣ୍ଡି ଗୁରୁଣ୍ଡି ସ୍କୁଲ ଆସନ୍ତି ଭୂମିକା

ଜେକେପୁର, ୧୪।୧୦(ଡି.ଏନ୍‌.ଏ.): ମୋ ନାମ ଭୂମିକା, ବୟସ ୭ବର୍ଷ।  ପାଠ ପଢିବାକୁ ମୋତେ ଯେତିକି ଇଚ୍ଛା  ଖେଳିବାକୁ ତାଠାରୁ ଅଧିକ ଇଚ୍ଛା। ଛାଟ ବେଳେ ମୁଁ ନିଆଁରେ ପଡି ଯିବାରୁ ମୋର ଦୁଇଟି ଗୋଡ ପୋଡିଗଲା। ସେଦିନ ଠାରୁ ମୁଁ ଆଉ ଚାଲିପାରୁନାହିଁ କି ଦୌଡି ପାରୁନାହିଁ।  ସାଙ୍ଗମାନେ ଖେଳୁଥିବା ଦେଖି ମୋତେ ବେଶୀ କାନ୍ଦ ଲାଗେ ବୋଲି ଦୁଃଖରେ କହିଛନ୍ତି ରାୟଗଡା ଜିଲା କୋଲନରା ବ୍ଳକ ଭୋଇମଡା ପଞ୍ଚାୟତ ସଦର ଗ୍ରାମର   ମୋହନ ମାଣ୍ଡାଙ୍ଗିଙ୍କ ଝିଅ ଝିଅ ଭୂମିକା।