ବ୍ରହ୍ମପୁର

ଗୋପାଳପୁର ବେଳାଭୂମି ମହୋତ୍ସବ: ହିମେଶ୍‌ଙ୍କ ସ୍ବରରେ ଝୁମିଲେ ଦର୍ଶକ

ଗୋପାଳପୁର ବେଳାଭୂମି ମହୋତ୍ସବ: ହିମେଶ୍‌ଙ୍କ ସ୍ବରରେ ଝୁମିଲେ ଦର୍ଶକ

ବ୍ରହ୍ମପୁର ଅଫିସ,୨୫।୧୨-ଗୋପାଳପୁର ବେଳାଭୂମି ମହୋତ୍ସବର ସୋମବାର ଥିଲା ଦ୍ୱିତୀୟ ସନ୍ଧ୍ୟା। ଶୀତୁଆ ସନ୍ଧ୍ୟାରେ ପରିବେଶକୁ ଗରମାଗରମ୍‌ କରିଦେଇଥିଲେ ପ୍ରସିଦ୍ଧ ଗାୟକ ତଥା ସଂଗୀତଜ୍ଞ ହିମେଶ୍‌ ରେସମିୟା। ହିମେଶଙ୍କ ସ୍ବର ଯେମିତି ଦର୍ଶକଙ୍କୁ ମତୁଆଲା କରିଦେଇଥିଲା। ସେ ଗୋଟିଏ ପରେ ଗୋଟିଏ ହିନ୍ଦୀ ଗୀତ ପରିବେଷଣ କରିଥିଲେ। ବିଶେଷ କରି ‘ତେରା...ତେରା...ସୁରୁର୍‌, ତେରା ପ୍ୟାର୍‌ ପ୍ୟାର୍‌ ହୁକା ବାର୍‌, ଝୁମେକି ରାତ୍‌ ହେ, ତେରି ଚୁନେରିଆ ଦିଲ୍‌ ଲେ ଗୟୀ ଆଦି ସଂଗୀତ ଦର୍ଶକଙ୍କ ତାଳିମାଡ଼ ସାଉଁଟିଥିଲା। ହିମେଶ୍‌ଙ୍କୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଦର୍ଶକଙ୍କ ସମାଗମ ହୋଇଥିଲା। ସେହିଭଳି ସନ୍ଧ୍ୟାରେ ବଲିଉଡ଼୍‌ ଗାୟକ ମୋନା ଭଟ୍ଟ ଏବଂ ଆଲମ୍‌ଗିରି ଖାନ୍‌ ସଂଗୀତ ପରିବେଷଣ କରିଥିଲେ। ଅନ୍ୟପଟେ ସନ୍ଧ୍ୟାରେ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଭାରତୀୟ ସେନାର ଲ୍ୟୁଟ୍‌ନାଣ୍ଟ ଚିଫ୍‌ ଜେନେରାଲ ଏ.ପି. ସିଂ। ଯେଉଁ ଆକର୍ଷଣ ଓଡ଼ିଆ ସଂସ୍କୃତିରେ ରହିଛି, ତାହା ଅନ୍ୟ ସଂସ୍କୃତିରେ ନାହିଁ। ସେଥିପାଇଁ ଓଡ଼ିଆ ସଂସ୍କୃତି ସ୍ବତନ୍ତ୍ର ବୋଲି ସେ କହିଥିଲେ। ଗୋପାଳପୁର ବେଳାଭୂମି ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଉପରୋକ୍ତ ବକ୍ତବ୍ୟ ପ୍ରଦାନ କରିଥିଲେ। ସୋମବାର ସନ୍ଧ୍ୟାରେ ଅତିଥି ଭାବେ ଯୋଜନା କମିଟିର ସଦସ୍ୟ ରାମଚନ୍ଦ୍ର ପଣ୍ଡା, ଛତ୍ରପୁର ବିଧାୟକ ପ୍ରିୟାଂଶୁ ପ୍ରଧାନ, ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀ, ଜିଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ, ଗୋପାଳପୁର ପୋର୍ଟର ଏମ୍‌ଡ଼ି ମନୋହନ ମହାରଣା ଏବଂ ସିଇଓ ଏସ. ଅଗ୍ରୱାଲ୍‌, ଗୋପାଳପୁର ଏନ୍‌ଏସି ଅଧ୍ୟକ୍ଷା ଏ. ମହାଲକ୍ଷ୍ମୀ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌. ଧନଞ୍ଜୟ ରେଡ୍ଡୀ, ବ୍ରହ୍ମପୁର ଡେପୁଟି ମେୟର ଜ୍ୟୋତ୍ସ୍ନା ନାୟକ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଜୟନ୍ତ କୁମାର ମହାପାତ୍ର, କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ. ମନ୍ମଥ ପାଢ଼ୀ, ଓଡ଼ିଶା ଚାପ୍‌ଟର୍‌ର ପୂର୍ବତନ ସଭାପତି ପ୍ରଫେସର ପି.ସି. ସାହୁ ଏବଂ ଏନ୍‌.ସି. ପାଢ଼ୀ, ଗୋପାଳପୁର ବେଳାଭୂମି ମହୋତ୍ସବ ଆୟୋଜନ କମିଟିର ସଂଯୋଜକ କୈଳାସ ରଣା, କେ.ସି. ନିଶାଙ୍କ, ରାଜ୍ୟ ଏକାଡ଼େମୀ ପୁରସ୍କାର ବିଜେତା ରାଜୁ ରେଡ୍ଡୀ ଏବଂ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ ପ୍ରମୁଖ ଯୋଗଦେଇଥିଲେ।
ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକ ବେଶ୍‌ ଆକର୍ଷଣୀୟ ହୋଇଥିଲା। କଣମୁଣା ୟୁପି ସ୍କୁଲର ଛାତ୍ରୀଛାତ୍ର ‘ଆମେ ପଢ଼ିବୁ, ଗଢ଼ିବୁ’ ନାଟ୍ୟ ପରିବେଷଣ କରିଥିଲେ। ସେହିଭଳି ରେଡ଼ିଏନ୍ସର ଡ୍ୟାନ୍ସ ଏକାଡ଼େମୀ ତରଫରୁ ଶ୍ରୀଶ୍ରୀ ଲକ୍ଷ୍ମୀ ନୃସିଂହ ଯୁଗଳ ତରଫରୁ ଯୋଡ଼ି ଶଙ୍ଖ, ଆଇକନିକ୍‌ ଡ୍ୟାନ୍ସ ଗ୍ରୁପ ତରଫରୁ ଆଧୁନିକ ନୃତ୍ୟ, ବ୍ରହ୍ମପୁର କିନ୍ନରଙ୍କ ତରଫରୁ ସମ୍ବଲପୁରୀ ନୃତ୍ୟ, ଅନ୍ବେଷା କଳାକେନ୍ଦ୍ର ତରଫରୁ ଆଧୁନିକ ନୃତ୍ୟ, ଓମ୍‌ ଶ୍ରୀଶ୍ରୀ ଦକ୍ଷିଣକାଳୀ ଦଳ ତରଫରୁ ଲୋକ ନୃତ୍ୟ, କନ୍ଧମାଳ ଜିଲା ସଂସ୍କୃତି ପରିଷଦ, ବୁଗୁଡ଼ା ରୟାଲ୍‌ ଡ୍ୟାନ୍ସ ଏକାଡ଼େମୀ ଏବଂ ରିଏଲ୍‌ ଷ୍ଟାର୍‌ ଡ୍ୟାନ୍ସ ଏକାଡ଼େମୀ ତରଫରୁ ଆଧୁନିକ ନୃତ୍ୟ, ଗୁରୁ କେଳୁଚରଣ କଳା ତୀର୍ଥ ତରଫରୁ ଓଡ଼ିଶୀ ଏବଂ ଭଞ୍ଜବିହାର ଭଞ୍ଜକଳା ନିକେତନ ତରଫରୁ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା।

All Right Reserved By

Model This Week

Model This Week

ବ୍ରହ୍ମପୁର

ଚନ୍ଦ୍ରଗିରି ପଞ୍ଚାୟତରେ ଆମ ଗଁ। ଆମ ବିକାଶ କାର୍ଯ୍ୟକ୍ରମ

ଚନ୍ଦ୍ରଗିରି ପଞ୍ଚାୟତରେ ଆମ ଗଁ। ଆମ ବିକାଶ କାର୍ଯ୍ୟକ୍ରମ

ଚନ୍ଦ୍ରଗିରି,୨୫।୪(ଡି.ଏନ୍‌.ଏ.)- ଗଜପତି ଜିଲା ମୋହନା ବ୍ଲକ ଚନ୍ଦ୍ରଗିରି ପଞ୍ଚାୟତରେ ଆମ ଗଁା ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚନ୍ଦ୍ରଗିରି ପଞ୍ଚାୟତର ସମସ୍ତ ଜନପ୍ରତିନିଧି ଏବଂ ଜନସାଧାରଣଙ୍କ ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ।

ରାଜସ୍ବ ସମୀକ୍ଷା ବୈଠକ

ରାଜସ୍ବ ସମୀକ୍ଷା ବୈଠକ

ଛତ୍ରପୁର,୨୫।୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ରାଜସ୍ବ ସମୀକ୍ଷା ବୈଠକ ବୁଧବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ ଅଧ୍ୟକ୍ଷତା କରିଥିଲେ। ରାଜସ୍ବ ଲକ୍ଷ୍ୟ ପୂରଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ଅଟୋ ଧକ୍କାରେ ବାଇକ ଚାଳକ ଗୁରୁତର

ଦିଗପହଣ୍ଡି,୨୫।୪(ଡି.ଏନ୍‌.ଏ.)- ପୋଡାମାରି ମୁଖ୍ୟରାସ୍ତାର ଧର୍ମପୁର ଗ୍ରାମ ନିକଟରେ ବୁଧବାର ସକାଳ ପ୍ରାୟ ୭ଟାରେ ଅଟୋ ଧକ୍କାରେ ଜଣେ ବାଇକ ଚାଳକ ଗୁରୁତର ହୋଇଛନ୍ତି। ସେ ହେଲେ ପୋଡାମାରି ଗ୍ରାମ ଜମୁନା ନଗରର କୈଳାସ ଚନ୍ଦ୍ର ନାୟକ। ଗୁରୁତର ଆହତ କୈଳାସଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଚୋରି, ଆକ୍ରମଣ ମାମଲା: ୨ ଅଭିଯୁକ୍ତଙ୍କୁ ୫ ବର୍ଷ ଲେଖାଏ ଜେଲ

ଚୋରି, ଆକ୍ରମଣ ମାମଲା: ୨ ଅଭିଯୁକ୍ତଙ୍କୁ ୫ ବର୍ଷ ଲେଖାଏ ଜେଲ

ଫୁଲବାଣୀ ଅଫିସ,୨୫।୪-ଏକ ଚୋରି ଓ ଆକ୍ରମଣ ମାମଲାର ବିଚାର କରି ବୁଧବାର କନ୍ଧମାଳ ଜିଲା ଚିଫ୍‌ ଜୁଡିସିଆଲ ମାଜିଷ୍ଟ୍ରେଟ୍‌ (ସିଜେଏମ୍‌ )ରଶ୍ମିତା ଦଳାଇ ୨ ଜଣ ଅଭିଯୁକ୍ତଙ୍କୁ ୫ ବର୍ଷ ଲେଖାଏ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୨ ହଜାର ଲେଖାଏ ଟଙ୍କା ଜରିମାନା କରିଛନ୍ତି। ଏହା ଅନାଦାୟ ହେଲେ ପ୍ରତ୍ୟେକ ଅଧିକ ୧ବର୍ଷ ଜେଲ ଭୋଗିବା ପାଇଁ ରାୟରେ ଉଲ୍ଲେଖ କରିଛନ୍ତି । ଅଭିଯୁକ୍ତ ଦ୍ୱୟ ହେଲେ ଫୁଲବାଣୀ ପିଅନପଡାର ରାଜେଶ କୁମାର ଦାସ ଓ ଫିରିଙ୍ଗିଆ ପବିଙ୍ଗିଆର ରାଜ୍‌ କୁମାର ଦିଗାଲ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ

ହିଞ୍ଜିଳିକାଟୁ,୨୫।୪(ଡି.ଏନ୍‌.ଏ.): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହିଞ୍ଜିଳିକାଟୁ ବ୍ଲକ କଲୋନୀସ୍ଥିତ ଯୁଧିଷ୍ଠିର ଦଳାଇଙ୍କ ବାସଭବନରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ବୁଧବାର ଭୋର ୫ଟାରେ ଚଢ଼ାଉ କରାଯାଇଛି। ସେ ଧରାକୋଟ ବିଇଓ(ଗୋଷ୍ଠୀ ଶିକ୍ଷାଧିକାରୀ) ଭାବେ କାର୍ଯ୍ୟରତ ଅଛନ୍ତି।

ଅଜଣା ଗାଡି ଧକ୍କାରେ ବୃଦ୍ଧ ଗୁରୁତର

ଅଜଣା ଗାଡି ଧକ୍କାରେ ବୃଦ୍ଧ ଗୁରୁତର

ଦିଗପହଣ୍ଡି,୨୫।୪(ଡି.ଏନ୍‌.ଏ.): ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକ ନିକଟରେ ବୁଧବାର ସକାଳେ ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ କରପଡା ଗ୍ରାମ କୁମ୍ଭାର ସାହିର ଖଲି ବେହେରା।

ଗାଈ ଚରାଇ ଫେରିବା ବେଳେ ୩ ଭାଲୁଙ୍କ ଆକ୍ରମଣ, ମା’ ପୁଅ ଗୁରୁତର

ଗାଈ ଚରାଇ ଫେରିବା ବେଳେ ୩ ଭାଲୁଙ୍କ ଆକ୍ରମଣ, ମା’ ପୁଅ ଗୁରୁତର

ଦିଗପହଣ୍ଡି,୨୫।୪(ଡି.ଏନ୍‌.ଏ.): ଗଜପତି ଜିଲା ମହେନ୍ଦ୍ରଗଡ଼ ନିକଟ ଭିତର ତମ୍ପା ଗ୍ରାମର ଦୁଇଜଣ ଭାଲୁ କାମୁଡାରେ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଗ୍ରାମର ଲକ୍ଷ୍ମୀ ଶବର ଏବଂ ତାଙ୍କ ପୁଅ ସୀମାଞ୍ଚଳ ଶବର। ବୁଧବାର ଉଭୟଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ବଜ୍ରପାତରେ ୩ ଦିନ ଧରି ଗଛ ଜଳୁଛି

ବଜ୍ରପାତରେ ୩ ଦିନ ଧରି ଗଛ ଜଳୁଛି

ଭଞ୍ଜନଗର,୨୫।୪(ଡି.ଏନ୍‌.ଏ.): ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ରାସ୍ତାରେ ଜଳସମ୍ପଦ ବିଭାଗ କ୍ୱାର୍ଟର ପରିସରରେ ଥିବା ଏକ ବିରାଟ ଶାଳ ଗଛ ବିଗତ ୩ ଦିନ ଧରି ଜଳୁଛି। ସୋମବାର ରାତିରେ ବଜ୍ରପାତ ଘଟି ଉକ୍ତ ଗଛଟିରେ ନିଆଁ ଲାଗିଯାଇଥିଲା।

ନାବାଳିକା ବିବାହ ବନ୍ଦ କଲା ଚାଇଲ୍ଡ ଲାଇନ

ଫୁଲବାଣୀ ଅପିସ,୨୫।୪- ଗୋଚ୍ଛାପଡା ଥାନା ଅଞ୍ଚଳରେ ଚାଲିଥିବା ୨ ନାବାଳିକାଙ୍କ ବିବାହକୁ ଚାଇଲ୍ଡ ଲାଇନ ବନ୍ଦ କରିଛି। ଉଭୟ ନାବାଳିକାଙ୍କୁ ଉଦ୍ଧାର କରାଯାଇ ଶିଶୁ ମଙ୍ଗଳ କମିଟିରେ ହାଜର କରାଯାଇଛି। ଜଣେ ନାବାଳିକା ୯ମ ଶ୍ରେଣୀ ପାସ୍‌ କରି ୧୦ ମ ଶ୍ରେଣୀରେ ପଢ଼ିଥାନ୍ତେ। ହେଲେ ତାଙ୍କ ଘର ଲୋକେ ତାଙ୍କ ବିବାହ କରୁଥିଲେ। ସେହିପରି ଅନ୍ୟ ଜଣେ ନାବାଳିକାଙ୍କ ବୟସ ୧୭ବର୍ଷ। ଟୋଲ ଫି ନଂରୁ ଫୋନ କଲ ପାଇ ଚାଇଲ୍ଡ ଲାଇନ କର୍ମକର୍ତ୍ତା ପୋଲିସ ସହାୟତାରେ ଉଭୟ ନାବାଳିକାଙ୍କ ଘରକୁ ଯାଇ ବିବାହ ବନ୍ଦ କରିବା ସହ ସେମାନଙ୍କ ପରିବାର ଲୋକଙ୍କୁ ବାଲ୍ୟ ବିବାହ ଆଇନ ଉପରେ ବୁଝାଇଥିଲେ।

ସରପଞ୍ଚ ପଦ ଅସିଦ୍ଧ ଘୋଷଣା କଲେ ଅଦାଲତ

ବୁଗୁଡ଼ା,୨୫। ୪(ଡି.ଏନ.ଏ.):ବୁଗୁଡ଼ା ବ୍ଲକ ବି.କରଡ଼ାବାଡ଼ି ପଞ୍ଚାୟତ ସରପଞ୍ଚ ପଦବୀକୁ ସୋମବାର ବୁଗୁଡ଼ା ପ୍ରଥମଶ୍ରେଣୀ ଅଦାଲତ ବିଚାରପତି ଦେବାଶିଷ ବିଷୋୟୀ ଅସିଦ୍ଧ ଘୋଷଣା କରିଛନ୍ତି। ଫଳରେ ଏହି ପଞ୍ଚାୟତ ସରପଞ୍ଚ ସୀମାଞ୍ଚଳ ପ୍ରଧାନ ନିଜ ପଦବୀ ହରାଇଛନ୍ତି। ଅନ୍ୟପକ୍ଷରେ ଅଧିକ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିବା ବିଷ୍ଣୁପ୍ରିୟା ନାୟକଙ୍କୁ ସରପଞ୍ଚ ପଦବୀ ଦେବା ପାଇଁ ୧୫ ଦିନ ମଧ୍ୟରେ କାର୍ଯ୍ୟପନ୍ଥା ଅବଲମ୍ବନ କରିବାକୁ ଅଦାଲତ ସ୍ଥାନୀୟ ବିଡିଓ ତଥା ନିର୍ବାଚନ ଅଧିକାରୀଙ୍କୁ ଆଦେଶ ଦେଇଛନ୍ତି। ପ୍ରକାଶ ଯେ, ଫେବୃୟାରୀ, ୨୦୧୭ରେ ବି.କରଡ଼ାବାଡ଼ି ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ନିର୍ବାଚନ ହୋଇଥିଲା।

ପୋତାଗଡ଼ ବିକାଶ ନେଇ ୨.୫କୋଟିର ପ୍ରସ୍ତାବ

ପୋତାଗଡ଼ ବିକାଶ ନେଇ ୨.୫କୋଟିର ପ୍ରସ୍ତାବ

ଛତ୍ରପୁର,୨୫।୪(ଡି.ଏନ୍‌.ଏ.):ଗଞ୍ଜାମ ଏନ୍‌ଏସି ଉପକଣ୍ଠରେ ଥିବା ପୋତାଗଡର ବିକାଶ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏ ସମ୍ବନ୍ଧୀୟ ଏକ ବୈଠକ ମଙ୍ଗଳବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ରାମଚନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିରେ ଏହା ଉପରେ ଆଲୋଚନା ହୋଇଥିଲା। ଏବେ ପୋତାଗଡ଼ର ସଂରକ୍ଷଣ ଓ ରାସାୟନିକ ପ୍ରଲେପ କାମ ଚାଲିଛି। ଏହି କାର୍ଯ୍ୟ ପାଇଁ ୮୫ କୋଟି ୬୦ ହଜାର ୯୦୦ ଟଙ୍କା ଆସିଥିଲା। ବର୍ତ୍ତମାନ ସୁଦ୍ଧା ୧୭ ଲକ୍ଷ ୨୫ ହଜାର ୮୮୮ ଟଙ୍କା ଖର୍ଚ୍ଚ ହୋଇଛି। ଏହି କାର୍ଯ୍ୟରେ ୪୬ ଜଣ ଶ୍ରମିକ ଲାଗିଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି କାମ ସାରିବାକୁ ଜିଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ ନିର୍ଦ୍ଦେଶ ଦେଇଛନ୍ତି। ଇନ୍‌ଟାକ୍‌ ସଂସ୍ଥା ଏହି କାମ କରୁଛି। ଏହାପରେ ପୋତାଗଡର ସୌନ୍ଦର୍ଯ୍ୟକରଣ ଓ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧାସୁଯୋଗ କାର୍ଯ୍ୟ କରାଯିବ। ଏଣୁ ଏଷ୍ଟିମେଟ ପ୍ରସ୍ତୁତ ଚାଲିଛି।

ରାସ୍ତା ନ ଥିବାରୁ ହେଲାନି ପ୍ରଧାନମନ୍ତ୍ରୀ ଆବାସ

ରାସ୍ତା ନ ଥିବାରୁ ହେଲାନି ପ୍ରଧାନମନ୍ତ୍ରୀ ଆବାସ

ରାଇକିଆ,୨୫।୪(ଡ଼ି.ଏନ.ଏ.):ପକ୍କାଘର ନ ଥିବା ସମସ୍ତ ଗରିବ ହିତାଧିକାରୀଙ୍କୁ ବାସଗୃହ ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ବାସଗୃହ ଯୋଗାଇ ଦିଆଯାଉଛି। ଏ ସବୁ ସତ୍ତ୍ୱେ କନ୍ଧମାଳ ଜିଲା ରାଇକିଆ ବ୍ଲକ ମାଣିକେଶ୍ୱର ପଞ୍ଚାୟତ ଡ଼ାଙ୍ଗାସି ଓ ବାନ୍ଦାଙ୍ଗିଗାଁ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ କରିପାରୁନାହାନ୍ତି। ଗୃହ ପାଇବା ପାଇଁ ପ୍ରାଥମିକତା ଭିତ୍ତିରେ ମନୋନୀତ ହୋଇଥିଲେ ମଧ୍ୟ ଏମାନଙ୍କ ପାଇଁ ରାସ୍ତା ପ୍ରତିବନ୍ଧକ ସାଜିଛି। ରାଇକିଆରୁ ସିକବାଡ଼ି ଓ କୁମ୍ଭାରଖାଡ଼ି ପର୍ଯ୍ୟନ୍ତ ୧୫ କିମି ରାସ୍ତା। ଏହି ଦୁଇ ଗ୍ରାମ ପର୍ଯ୍ୟନ୍ତ ଅଟୋ ଚଳାଚଳ ହୁଏ। ସେଠାରୁ ଆଗକୁ ଗଲାପରେ ଡ଼ାଙ୍ଗାସିଛକ।