ବ୍ରହ୍ମପୁର

ଆକୃଷ୍ଟ କରୁଛି ପରିବେଶ ପର୍ଯ୍ୟଟନସ୍ଥଳ

ଆକୃଷ୍ଟ କରୁଛି ପରିବେଶ ପର୍ଯ୍ୟଟନସ୍ଥଳ

ଭଞ୍ଜନଗର,୨୫।୧୨(ଡି.ଏନ.ଏ.)-ଭଞ୍ଜନଗର ଅଞ୍ଚଳର ବିଭିନ୍ନ ପରିବେଶ ପର୍ଯ୍ୟଟନସ୍ଥଳୀ (ଇକୋ ଟୁରିଜିମ୍‌), ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ, ବେଲେଶ୍ୱର ପୀଠ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରୁଛି। ଦୈନନ୍ଦିନ ହଜାର ହଜାର ପର୍ଯ୍ୟଟକ ଏସବୁ ଅଞ୍ଚଳରେ ଭିଡ଼ ଜମାଉଛନ୍ତି। ବନ ବିଭାଗ ଅଧୀନରେ ଥିବା ପରିବେଶ ପର୍ଯ୍ୟଟନସ୍ଥଳୀ ଗୁଡ଼ିକ ହେଲା ଭଞ୍ଜନଗର ବନ ବିହାର, ଶାଳୁଆପଲ୍ଲୀ ଏବଂ କାଳିଆମ୍ବା। ଏଠାରେ ପର୍ଯ୍ୟଟକମାନଙ୍କ ଲାଗି ଖାଦ୍ୟ ଏବଂ ରାତ୍ର ରହଣୀ ବ୍ୟବସ୍ଥା ଅଛି । ପର୍ଯ୍ୟଟକମାନେ ଇକୋ ଟୁର୍‌ ଓଡ଼ିଶା ସାଇଟ୍‌କୁ ଯାଇ ଅନ୍‌ ଲାଇନ୍‌ରେ ରୁମ୍‌ ବୁକ୍‌ କରି ପାରୁଛନ୍ତି। ଭଞ୍ଜନଗର ଜଳଭଣ୍ଡାରକୁ ଲାଗି ବନ ବିହାର (ଇକୋ ଟୁରିଜିମ୍‌) ରହିଥିବା ଯୋଗୁ ପ୍ରକୃତିର ମନୋରମ ଦୃଶ୍ୟକୁ ଉପଭୋଗ କରିବା ପାଇଁ ଏହା ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ହୋଇଛି । ବନ ବିହାରରେ ରହିବା ପାଇଁ ତମ୍ବୁ ଓ କାଠରେ ଘର ତିଆରି ହୋଇଛି। ଦୂରଦୁରାନ୍ତରୁ ଲୋକେ ଆସି ବନ ବିହାରରେ ଭୋଜି କରୁଛନ୍ତି। ସେହିପରି ଶାଳୁଆପଲ୍ଲୀ ଏବଂ କାଳିଆମ୍ବାରେ ଘଞ୍ଚ ଜଙ୍ଗଲର ଦୃଶ୍ୟ ଦେଖିବା ସହ ସାଇକେଲରେ ବୁଲିବା ପାଇଁ ବନ ବିଭାଗ ପକ୍ଷରୁ ବ୍ୟବସ୍ଥା ହୋଇଛି। ଏଠାକୁ ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକମାନେ ଆସି ଶୀତତାପ ନିୟନ୍ତ୍ରୀତ ତମ୍ବୁ ଘର ଓ ଗଛ ଉପରେ ହୋଇଥିବା କାଠ ଘରେ ରହି ମନୋରମ ପରିବେଶକୁ ଉପଭୋଗ କରିପାରୁଛନ୍ତି। ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ରାଜ୍ୟର ଏକ ପ୍ରମୁଖ ପାର୍କ। ପର୍ଯ୍ୟଟନ ଋତୁ ଚାଲିଥିବା ଯୋଗୁ ଦୈନନ୍ଦିନ ଏଠାକୁ ୧୦ ହଜାରରୁ ଉର୍ଦ୍ଧ୍ୱ ପର୍ଯ୍ୟଟକ ଆସୁଛନ୍ତି। ପାର୍କରେ ଶିଶୁଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନୋରଞ୍ଜନ ପାଇଁ ବ୍ୟବସ୍ଥା ଅଛି। ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ପାର୍କ ଖୋଲା ରହୁଛି। ଏହି ସମୟରେ ପାର୍କରେ ପ୍ରବଳ ଭିଡ଼ ହେଉଛି। ସୋମବାର ପାର୍କ ବନ୍ଦ ରହୁଛି। ନୂତନ ବର୍ଷ ସୋମବାର ପଡ଼ୁଥିଲେ ମଧ୍ୟ ପାର୍କ ଖୋଲା ରହିବ ବୋଲି ପାର୍କ କର୍ତ୍ତୃପକ୍ଷ କହିଛନ୍ତି । ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମା ବେଲେଶ୍ୱର ପୀଠରେ ସ୍ଥାପିତ ହୋଇଛି । ତେଣୁ ଏଠାକୁ ମଧ୍ୟ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି ।

All Right Reserved By

Model This Week

ନିକିତା

ବ୍ରହ୍ମପୁର

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ବ୍ରହ୍ମପୁର ଅଫିସ,୨୪।୪: ସ୍ଥାନୀୟ ଗୋପାଳପୁର ଥାନା ଅନ୍ତର୍ଗତ ପକୁଡ଼ିଆବନ୍ଧ ନିକଟରେ ଏକ ହୋଟେଲରେ ସୋମବାର ରାତିରେ ଶୋଇଥିବା ଜଣେ ଟ୍ରକ ଡ୍ରାଇଭରଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ମୃତକ ହେଲେ ରମ୍ଭା ଥାନା ଡିଆଁଡେଇଁ ଗ୍ରାମର ସମୀର ନାହକ।

ଆର୍‌ଡିସିଙ୍କୁ ଆଉଟସୋର୍ସିଂ କର୍ମଚାରୀଙ୍କ ଦାବିପତ୍ର ପ୍ରଦାନ

ଆର୍‌ଡିସିଙ୍କୁ ଆଉଟସୋର୍ସିଂ କର୍ମଚାରୀଙ୍କ ଦାବିପତ୍ର ପ୍ରଦାନ

ବ୍ରହ୍ମପୁର ଅଫିସ,୨୪।୪: ମେଡିକାଲ ଆଉଟସୋର୍ସିଂ କର୍ମଚାରୀମାନେ ଦୀର୍ଘ ୭ ବର୍ଷ ଧରି ନିରବଛିନ୍ନ ଭାବେ ବ୍ରହ୍ମପୁର ବଡ ମେଡିକାଲରେ କାର୍ଯ୍ୟ କରୁଛନ୍ତି। ମାତ୍ର ସେମାନଙ୍କୁ ସ୍ବଳ୍ପ ଦରମାରେ ନିୟୋଜିତ କରାଯାଇଛି। ଏହାର ପ୍ରତିବାଦରେ ସେମାନେ ମଙ୍ଗଳବାର ଆର୍‌ଡିସିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।

ସଡ଼କ ସୁରକ୍ଷା ସପ୍ତାହ ପାଳନ

ସଡ଼କ ସୁରକ୍ଷା ସପ୍ତାହ ପାଳନ

ଭଞ୍ଜନଗର, ୨୪।୪(ଡି.ଏନ୍‌.ଏ.): କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ଯୁବ ରେଡକ୍ରସ ପକ୍ଷରୁ ମଙ୍ଗଳବାର ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି।

ଅସ୍ଥାୟୀ ପୀଠରେ ଦୁଇ ଭଉଣୀ

ଅସ୍ଥାୟୀ ପୀଠରେ ଦୁଇ ଭଉଣୀ

ବ୍ରହ୍ମପୁର ଅଫିସ,୨୪ା୪ ସ୍ଥାନୀୟ ଶିଳ୍ପାଞ୍ଚଳ ଆଙ୍କୋଲିର ପ୍ରସିଦ୍ଧ କନକ ଦୁର୍ଗା ମାତାଙ୍କ ଦ୍ୱିବାର୍ଷିକ ଯାତ୍ରା ସୋମବାରରୁ ଆରମ୍ଭ ହୋଇଛି। ଏହା ୧୨ ଦିନ ଚାଲିବ ଏବଂ ଆସନ୍ତା ମେ ୪ ତାରିଖ ରାତିରେ ଉଦ୍‌ଯାପନ ହେବାର କାର୍ଯ୍ୟକ୍ରମ ରହିଛି। ଯାତ୍ରା ପରିଚାଳନା କମିଟି ସଭାପତି ରଜନୀକାନ୍ତ ମଣ୍ଡଳ ଏହି ସୂଚନା ଦେଇଛନ୍ତି। ସୋମବାର ସନ୍ଧ୍ୟାରେ ଆଙ୍କୋଲିବାସୀ ଏକ ଶୋଭାଯାତ୍ରାରେ କନକଦୁର୍ଗାଙ୍କ ନିଜସ୍ବ ମନ୍ଦିରକୁ ଯାଇଥିଲେ। ଗାଁ ଦାଣ୍ଡକୁ ବିଜେ କରିବା ପାଇଁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରାଯାଇଥିଲା। ମନ୍ଦିରରେ ମା’ଙ୍କୁ ଆବାହନ ପାଇଁ ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା ସହ ହୋମଯଜ୍ଞ କରାଯାଇଥିଲା। ଦୁଇ ଭଉଣୀଙ୍କ ବିଗ୍ରହ ମସ୍ତକରେ ସ୍ଥାପିତ ଫୁଲମାଳ ଆପେ ଖସିବା ପରେ ଅସ୍ଥାୟୀ ପୀଠକୁ ବିଜେ କରିବାର ସଂକେତ ମିଳିଥିଲା। ରାତିରେ ବାଦ୍ୟବାଜଣା, ଶଙ୍ଖ ମହୁରୀ ନାଦ, ନାଚଗୀତ ମଧ୍ୟରେ ଏବଂ ଅସଂଖ୍ୟ ମହିଳା ଓ ପୁରୁଷଙ୍କ ଶୋଭାଯାତ୍ରାରେ କନକଦୁର୍ଗାଙ୍କୁ ଅଣାଯାଇଥିଲା। ଅସ୍ଥାୟୀ ପୀଠରେ ପୁଣି ପୂଜାର୍ଚ୍ଚନା ସହ ସ୍ଥାପନ କରାଯାଇଥିଲା।

ସରକାରୀ ଆୟୁର୍ବେଦ କଲେଜ ଅବହେଳିତ

ବ୍ରହ୍ମପୁର ଅଫିିସ,୨୪ା୪ଦକ୍ଷିଣ ଓଡ଼ିଶାର ଏକମାତ୍ର ବ୍ରହ୍ମପୁର ମହାନଗର ନିକଟ ଆଙ୍କୁଶପୁରସ୍ଥ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ସରକାରୀ ଆୟୁର୍ବେଦ କଲେଜ ଅବହେଳିତ ହୋଇ ରହିଛି। ଏହାର ଭିତ୍ତିଭୂମି ବିକାଶ କରାଯାଉ ନ ଥିବା ବେଳେ ଦୀର୍ଘବର୍ଷରୁ ଅନେକ ଅଧ୍ୟାପକ ଓ କର୍ମଚାରୀ ପଦବୀ ଖାଲି ପଡ଼ିଛି। ସାମାଜିକ ଅନୁଷ୍ଠାନ ମାନବ ଅଧିକାର ସୁରକ୍ଷା ମଞ୍ଚ ଏହି ଅଭିଯୋଗ କରିଛି। ତୁରନ୍ତ ସମସ୍ୟା ସମାଧାନ ଲାଗି ଦାବି କରାଯାଇଛି। ନଚେତ ଏହାକୁ ପ୍ରସଙ୍ଗ କରି ମଞ୍ଚ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ଚେତାବନୀ ଦିଆଯାଇଛି। ବ୍ରହ୍ମପୁରରେ ସୋମବାର ଅନୁଷ୍ଠିତ ଗଞ୍ଜାମ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ବେଳେ ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ଟ୍ରାଫିକ୍‌ ନିୟମ ମାନିଲେ ଦୁର୍ଘଟଣା କମିବ

ଟ୍ରାଫିକ୍‌ ନିୟମ ମାନିଲେ ଦୁର୍ଘଟଣା କମିବ

ଛତ୍ରପୁର,୨୪।୪(ଡି.ଏନ.ଏ.)ଗଞ୍ଜାମ ଜିଲାରେ ଦିନକୁ ଦିନ ଦୁର୍ଘଟଣା ବଢୁଛି। ଏଥିସହ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଗଞ୍ଜାମ ଜିଲା ସଡକ ସୁରକ୍ଷା କମିଟି ବୈଠକରେ ଏନେଇ ଚିନ୍ତା ପ୍ରକଟ କରାଯାଉଛି। ଏହାକୁ ସୁଧାରିବାକୁ ପଦକ୍ଷେପ ନିଆଯାଉଛି। ମାତ୍ର ସ୍ଥିତିରେ ସେମିତି କିଛି ଫରକ ଆସୁନି। ଟ୍ରାଫିକ ନିୟମ ନ ମାନିବା, ସିଟ୍‌ ବେଲ୍‌ଟ ଓ ହେଲମେଟ ନ ପିନ୍ଧିବାରୁ ଏପରି ଦୁର୍ଘଟଣା ଘଟିବାରେ ଲାଗିଛି। ଏଥିରେ ସଚେତନତା ଆଣିବାକୁ ଗଞ୍ଜାମ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଅଭିନବ ଉପାୟ ଅବଲମ୍ବନ ଆରମ୍ଭ ହୋଇଛି। ସୋମବାରଠାରୁ ସୁରକ୍ଷିତ ସଡକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହା ୭ ଦିନ ଧରି ଜିଲାର ବିଭିନ୍ନ ସ୍ଥାନରେ ଆୟୋଜନ ହେବ। ଛତ୍ରପୁରରେ ରାହଗିରି ଭଳି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

  ଚାରୁ ଓ କାରୁକଳା କଲେଜ: ଅପପ୍ରଚାରକୁ ବିରୋଧ କଲେ ପୁରାତନ ଛାତ୍ରୀଛାତ୍ର

ଚାରୁ ଓ କାରୁକଳା କଲେଜ: ଅପପ୍ରଚାରକୁ ବିରୋଧ କଲେ ପୁରାତନ ଛାତ୍ରୀଛାତ୍ର

ଖଲ୍ଲିକୋଟ,୨୩।୪ (ଡି.ଏନ୍‌.ଏ.)ଖଲ୍ଲିକୋଟସ୍ଥିତ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଜୁନିୟର ଛାତୀଛାତ୍ରଙ୍କୁ ର଼୍ୟାଙ୍ଗି କରାଯାଉଥିବା, ବିଭିନ୍ନ ବିଭାଗର ଦାମୀ ଉପକରଣ ଚୋରିଯିବା ଆଦି ଅପପ୍ରଚାର କରାଯାଉଛି। ବରିଷ୍ଠ ଓ କନିଷ୍ଠ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଏପରି କରାଯାଉଛି। ଏଥିରେ ପୋଲିସ ପ୍ରଶାସନର ସହଯୋଗ ନ ଲୋଡ଼ି ସିଧାସଳଖ ସଂସ୍କୃତି ବିଭାଗ ନିକଟରେ ମିଥ୍ୟା ଅଭିଯୋଗ କରାଯାଉଛି। ଏହାଦ୍ୱାରା କଲେଜର ଗୌରବ କ୍ଷୁର୍ଣ୍ଣ ହେଉଛି। ଚଳିତବର୍ଷ ନିଯୁକ୍ତି ପାଇଥିବା କେତେଜଣ ଅଧ୍ୟାପକ ନିଜର ସ୍ବାର୍ଥ ହାସଲ ପାଇଁ ଛାତ୍ରୀଛାତ୍ରଙ୍କୁ ପ୍ରଲୋଭିତ ଓ ଭୟଭୀତ କରି ରିତିମତ ଏପରି ଅପ୍ରୀତିକର ଘଟଣା ଘଟେଇ ଆସୁଛନ୍ତି ବୋଲି ପୁରାତନ ଛାତ୍ରୀଛାତ୍ରଙ୍କ ପକ୍ଷରୁ କୁହାଯାଇଛି।

 ନୀଳକଣ୍ଠେଶ୍ୱର ମନ୍ଦିର ପରିଚାଳନାକୁ ନେଇ  ବିବାଦ

ନୀଳକଣ୍ଠେଶ୍ୱର ମନ୍ଦିର ପରିଚାଳନାକୁ ନେଇ ବିବାଦ

ପାତ୍ରପୁର,୨୩।୪ (ଡି.ଏନ୍‌.ଏ.) ପାତ୍ରପୁର ବ୍ଲକ ବାଦପୁର ପଞ୍ଚାୟତ ଜିଲୁଣ୍ଡା ଭୈରବୀ ଚାଞ୍ଚଡ଼ା ପାହାଡ଼ ଉପରେ ଥିବା ନୀଳକଣ୍ଠେଶ୍ୱର ମନ୍ଦିରର ମାଲିକାନା ଓ ପରିଚାଳନା କମିଟିକୁ ନେଇ ବିବାଦ ଘନଉଛି ା ଜରଡ଼ା ଗଡ଼ର ରାଜା ଦୀପକ ଚନ୍ଦ୍ର ଦେଓ ଉକ୍ତ ମନ୍ଦିରକୁ ନିଜ ପିତୃପୁରୁଷ ନିର୍ମାଣ କରିଛନ୍ତି ବୋଲି ଦାବି କରିବା ସହ ମନ୍ଦିର ପରିଚାଳନା କମିଟି ଗଠନକୁ ବେଆଇନ ଦର୍ଶାଇଛନ୍ତି। ଏ ନେଇ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ବିବାହ ପୂର୍ବ ଦିନ ଯୁବକଙ୍କ ମୃତ୍ୟୁ

ହିଞ୍ଜିଳିକାଟୁ୨୩ ।୪(ଡି.ଏନ୍‌.ଏ) ହିଞ୍ଜିଳିକାଟୁ ବ୍ଲକ ତଥା ପୁରୁଷୋତ୍ତମପୁର ଥାନା ପୁଟିଆପଦର ଗ୍ରାମରେ ସୋମବାର ଏକ ଦୁତ୍ଖଦ ଘଟଣା ଘଟିଛି। ମଙ୍ଗଳବାର ବିବାହ ହେବାକୁ ଥିବା ଜଣେ ଯୁବକଙ୍କର ସୋମବାର ମୃତ୍ୟୁ ଘଟିଛି। ସେ ହେଲେ ବଡ଼ସାହି ମିଟିକ ପରିଡ଼ାଙ୍କ ସାନ ପୁଅ ଶଙ୍କର। ମଙ୍ଗଳବାର ବାହାଘର ଥିବାରୁ ବନ୍ଧୁବାନ୍ଧବ ଘରକୁ ଆସିଯାଇଥିଲେ। ସୋମବାର ସକାଳ ପ୍ରାୟ ୮ଟାରେ ଶଙ୍କର ଗ୍ରାମର ଏକ ବଗିଚାରୁ କଦଳୀ କାନ୍ଦି କିଣି ଘରକୁ ଫେରୁଥିଲେ। ଘରଠାରୁ କିଛି ଦୂରରେ କଦଳୀ କାନ୍ଦି ଧରିଥିବା ଅବସ୍ଥାରେ ସେ ହଠାତ ତଳେ ପଡ଼ିଯାଇଥିଲେ ।

ନୀଳକଣ୍ଠେଶ୍ୱର ମନ୍ଦିର ପରିଚାଳନାକୁ ନେଇ ଥମୁନି ବିବାଦ

ପାତ୍ରପୁର,୨୩ ।୪ (ଡି.ଏନ୍‌.ଏ.) ପାତ୍ରପୁର ବ୍ଲକ ବାଦପୁର ପଞ୍ଚାୟତ ଜିଲୁଣ୍ଡା ଭୈରବୀ ଚାଞ୍ଚଡ଼ା ପାହାଡ଼ ଉପରେ ଥିବା ନୀଳକଣ୍ଠେଶ୍ୱର ମନ୍ଦିରର ମାଲିକାନା ଓ ପରିଚାଳନା କମିଟିକୁ ନେଇ ବିବାଦ ଘନଉଛି । ଜରଡ଼ା ଗଡ଼ର ରାଜା ଦୀପକ ଚନ୍ଦ୍ର ଦେଓ ଉକ୍ତ ମନ୍ଦିରକୁ ନିଜ ପିତୃପୁରୁଷ ନିର୍ମାଣ କରିଛନ୍ତି ବୋଲି ଦାବି କରିବା ସହ ମନ୍ଦିର ପରିଚାଳନା କମିଟି ଗଠନକୁ ବେଆଇନ ଦର୍ଶାଇଛନ୍ତି।

ପୂର୍ବତଟ ରେଳ ଶ୍ରମିକ କଂଗ୍ରେସ କର୍ମଚାରୀଙ୍କ ଧାରଣା

ପୂର୍ବତଟ ରେଳ ଶ୍ରମିକ କଂଗ୍ରେସ କର୍ମଚାରୀଙ୍କ ଧାରଣା

ବ୍ରହ୍ମପୁର ଅଫିସ,୨୩।୪-ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସ ବ୍ରହ୍ମପୁର ଶାଖା ପକ୍ଷରୁ ୧୮ ଦଫା ଦାବି ନେଇ ବ୍ରହ୍ମପୁର ରେଳଷ୍ଟେଶନ ମୁଖ୍ୟଫାଟକ ନିକଟରେ ଧାରଣା ଦିଆଯାଇଥିଲା। ଦାବିଗୁଡିକ ମଧ୍ୟରେ ୨୦୦୪ରୁ ରେଳ କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ କରାଯାଇଥିବା ଜାତୀୟ ପେନସନ ବ୍ୟବସ୍ଥାକୁ ଉଠାଇ ପୁରାତନ ପେନସନ ବ୍ୟବସ୍ଥା ଲାଗୁ କରାଯିବା, ରେଳ ବିଭାଗରେ ଘରୋଇକରଣ ଓ ଆଉଟସୋର୍ସିଂ ବନ୍ଦ କରିବା, ରେଳ ବିଭାଗରେ ଖାଲିଥିବା ପଦବୀ ପୂରଣ କରିବା, ଗ୍ରେଡ-୨ ଓ ଗ୍ରେଡ-୧ ଟେକ୍ନିସିଆନ ପଦବୀକୁ ମିଶ୍ରଣ କରିବା, ଷଷ୍ଠ ସେଣ୍ଟ୍ରାଲ ପେ କମିଶନରେ ଲାଗୁ ହୋଇଥିବା ଗ୍ରେଡ ପେ ବୃଦ୍ଧି କରିବା, ଗ୍ରୁପ-ସି କର୍ମଚାରୀଙ୍କୁ ପଦୋନ୍ନତି ପ୍ରଦାନ କରି ଗ୍ରୁପ-ବି ପଦବୀରେ ଅବସ୍ଥାପିତ କରିବା ପ୍ରଭୃତି ରହିଛି।

ଭାଜପାର ଦାବିପତ୍ର

ବାଲିଗୁଡା,୨୩।୪(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ବାଲିଗୁଡା ଭାଜପା ପକ୍ଷରୁ ସୋମବାର ହକ୍‌ର ଲଢେଇ ପାଇଁ ଲଟ୍‌କା ଜାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବାଲିଗୁଡ଼ା ପୂର୍ତ୍ତ ବିଭାଗ ଛକଠାରେ ଭାଜପା କର୍ମୀମାନେ ଏକାଠି ହୋଇ ଏକ ଶୋଭାଯାତ୍ରାରେ ଏନଏସି କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ର୍ରଦାନ କରାଯାଇଛି।