Dharitri News
ବାଲେଶ୍ୱର

ଚରମ୍ପା ବ୍ଲାଷ୍ଟର୍ସ ଚାମ୍ପିୟନ

ଚରମ୍ପା ବ୍ଲାଷ୍ଟର୍ସ ଚାମ୍ପିୟନ ଭଦ୍ରକ ଅଫିସ,୨୫।୧୨-ଭଦ୍ରକ ଚରମ୍ପାସ୍ଥିତ ପଥରକାଳୀ ରେଲୱେ ଗ୍ରାଉଣ୍ଡରେ ଆୟୋଜିତ ଭଦ୍ରକ ପ୍ରମିୟର ଲିଗ୍‌(ବି.ପି.ଏଲ.)ର ତୃତୀୟ ସଂସ୍କରଣରରେ ଚରମ୍ପା ବ୍ଲାଷ୍ଟର୍ସ ଚାମ୍ପିୟନ ହୋଇଛି। ବିପିଏଲ ତୃତୀୟ ସଂସ୍କରଣର ଫାଇନାଲ ମ୍ୟାଚ ମହାବୀର ୱାରିୟର୍ସ ଓ ଚରମ୍ପା ବ୍ଲାଷ୍ଟର୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଚରମ୍ପା ବ୍ଲାଷ୍ଟର୍ସ ଟସହାରି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୧୬୦ରନ ସଂଗ୍ରହ କରିଥିଲା। ଏହାର ଜବାବରେ ମହାବୀର ୱାରିୟର୍ସ ନିର୍ଦ୍ଧାରିତ ଓଭରରେ ୮ ଉଇକେଟ ହରାଇ ୧୪୪ରନ କରି ପରାଜୟ ବରଣ କରିଥିଲା। ଉକ୍ତ ମ୍ୟାଚକୁ ଶରତ ସାହୁ, ପି.ଆର.ଭି. ସିଂ ପରିଚାଳନା କରିଥିଲେ। ଓଡ଼ିଶା କ୍ରିକେଟ ଆସୋସିଏସନର ସଭାପତି ଧିରେନ ପଲେଇ ଅତିଥି ଭାବେ ଯୋଗଦେଇ ବିଜୟୀ ଦଳଙ୍କୁ ଟ୍ରଫି ଓ ଅର୍ଥରାଶି ପ୍ରଦାନ କରଥିଲେ। ଜିତେନ୍ଦ୍ର ଶେଖର ଭୋଇ ମ୍ୟାନ ଅଫ ଦ ମ୍ୟାଚ ଓ ମ୍ୟାନ ଅଫ ଦି ସିରିଜ ଭାବେ ରାକେଶ ପଟ୍ଟନାୟକଙ୍କୁ ପୁରସ୍କୃତ କରାଯାଇଥିଲା। ଉଦଯାପନୀ ଉତ୍ସବରେ ବିପିଏଲ କମିଟିର ସଭାପତି ରଞ୍ଜନ ଦାସ, ଅଧ୍ୟକ୍ଷ ବୁଲୁ ମହାନ୍ତି, ସମ୍ପାଦକ ଇଂ.ଶ୍ରୀଧର ରାଉତ, ଟେକନିକାଲ ହେଡ଼ କେଭି ପ୍ରସାଦ, ମୁଖ୍ୟ ସଂଯୋଜକ ଶ୍ରୀଧର ଉପାଧ୍ୟାୟ, ଉପାଧ୍ୟକ୍ଷ ଦିଲ୍ଲୀପ ଦାସ, ସହ ସମ୍ପାଦକ ଶ୍ରୀଧର ମିଶ୍ର, କୋଷାଧ୍ୟକ୍ଷ ଶୁଭେନ୍ଦୁ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ବାଲେଶ୍ୱର

ଚୋରା ବାଇକ ଜବତ : ଯୁବକ ଗିରଫ

ବନ୍ତ,୨୨।୧ : ବନ୍ତ ପୋଲିସ ପୂର୍ବରୁ ଚୋରି ଯାଇଥିବା ଏକ ବାଇକକୁ ସୋମବାର ଜବତ କରିବା ସହ ଏଥିରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି।

୨ ବଖରା ଜଳିଗଲା

ଭଦ୍ରକ ଅଫିସ,୨୨।୧-ବାସୁଦେବପୁର ବ୍ଲକ ଜଗନ୍ନାଥ ପ୍ରସାଦ ପଞ୍ଚାୟତର ମିଶ୍ରପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ହରେକୃଷ୍ଣ ଦତ୍ତଙ୍କ ୨ବଖରା ଘର ଜଳିଯାଇଛି।

ଯୋଜନାରେ ଅଟକିଯାଉଛି ପ୍ରକଳ୍ପ

ଯୋଜନାରେ ଅଟକିଯାଉଛି ପ୍ରକଳ୍ପ

ଭଦ୍ରକ ଅଫିସ, ୨୨।୧-ଭଦ୍ରକ ସ୍ବତନ୍ତ୍ର ଜିଲାର ମାନ୍ୟତା ପାଇବାର ୨୫ବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏ ଜିଲା ପ୍ରଶାସନ ପକ୍ଷରୁ ସେଭଳି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ। ନିକଟରେ ଜିଲାପାଳଙ୍କ ନୂତନ କାର୍ଯ୍ୟାଳୟ ଗୃହ ଉଦ୍‌ଘାଟନ ହୋଇ ସ୍ଥାନାନ୍ତର ହୋଇଛି। ଏହାକୁ ବାଦ୍‌ ଦେଲେ ସେମିତି ବଡ଼ ପ୍ରକଳ୍ପ କାର୍ଯ୍ୟକାରୀ ହୋଇନାହିଁ। ନୂତନ ପ୍ରକଳ୍ପ ପାଇଁ ଯୋଜନା କରାଯାଉଛି ସତ, କାର୍ଯ୍ୟକାରୀ କରାଯାଉନାହିଁ।

ସ୍ବମ୍ପପମ୍ପ ଲଗାଇ ବାଲି ଉତ୍ତୋଳନ: ସ୍କୁଲ ଛାତରୁ ପ୍ଲାଷ୍ଟର ଖସିଲା

ସ୍ବମ୍ପପମ୍ପ ଲଗାଇ ବାଲି ଉତ୍ତୋଳନ: ସ୍କୁଲ ଛାତରୁ ପ୍ଲାଷ୍ଟର ଖସିଲା

ଜଳେଶ୍ୱର, ୨୨।୧(ଡି.ଏନ.ଏ./ସ୍ବ.ପ୍ର.)-ସୁବର୍ଣ୍ଣରେଖା ନଦୀପଠାରୁ ସ୍ବମ୍ପପମ୍ପ ଲଗାଇ ବେଆଇନ ଭାବେ ବାଲି ଉତ୍ତୋଳନ ଉପକୂଳବାସୀଙ୍କ ପାଇଁ ବିପଦ ସାଜିଛି। ସୋମବାର ନଦୀକୂଳରୁ ୪ଶହ ମିଟର ଦୂରରେ ଥିବା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ମାକିଡ଼ିଆ ପଞ୍ଚାୟତ କୁଅଁରପୁର ଗ୍ରାମ ବିଶ୍ୱେଶ୍ୱର ନୋଡାଲ ୟୁପି ସ୍କୁଲର ଛାତରୁ ହଠାତ୍‌ ପ୍ଲାଷ୍ଟର ଖସିପଡ଼ିଥିଲା।

ଟ୍ରାକ୍ଟର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା: ମୃତଦେହ ରଖି ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ଟ୍ରାକ୍ଟର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା: ମୃତଦେହ ରଖି ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ବାଲିଆପାଳ, ୨୨।୧(ଡି.ଏନ.ଏ.)-ରବିବାର ସନ୍ଧ୍ୟାରେ ବାଲିଆପାଳ ବ୍ଲକ ସୁନାରୁଇ-ଲଙ୍ଗଳେଶ୍ୱର ରାସ୍ତାର ସୁନାରୁଇ ପୀରପୋଖରୀ ନିକଟରେ ଟ୍ରାକ୍ଟର ଧକ୍କାରେ ସ୍ଥାନୀୟ ଗ୍ରାମର ଚିନ୍ମୟ ଜେନାଙ୍କ ମୃତ୍ୟୁ ହୋଇଥିଲା। ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ସୋମବାର ଶତାଧିକ ଗ୍ରାମବାସୀ ବାଲିଆପାଳ-ବସ୍ତା ରାସ୍ତାର ଇଡକୋ ଛକଠାରେ ମୃତଦେହ ରଖି ଅବରୋଧ କରିଥିଲେ। ଦ୍ୱିତୀୟ ଦିନରେ ମଧ୍ୟ ଶବ ବ୍ୟବଚ୍ଛେଦ ହୋଇପାରି ନ ଥିବା ବେଳେ ଯାନବାହନ ଚଳାଚଳ ଠପ୍‌ ହୋଇଯାଇଛି।

ମା’ ସରସ୍ବତୀଙ୍କ ମନ୍ଦିରରେ ବିଦ୍ୟାରମ୍ଭ

ଉଦଳା, ୨୨।୧(ଡି.ଏନ.ଏ.) - ମୟୂରଭଞ୍ଜ ଜିଲା କପ୍ତିପଦା ଉପଖଣ୍ଡର ସଦର ମହକୁମା ଉଦଳା ସହରାଞ୍ଚଳରେ ବିଦ୍ୟାଦାୟିନୀ ମା’ ସରସ୍ବତୀଙ୍କ ମନ୍ଦିରରେ ସରସ୍ବତୀ ପୂଜା ବେଶ ଜାକଜମକରେ ପାଳିତ ହୋଇଛି। ଏହି ଅବସରରେ ୧୭୭ ନୂତନ ବିଦ୍ୟାର୍ଥୀ ବିଦ୍ୟା ଆରମ୍ଭ କରିଛନ୍ତି।

ଜବରଦଖଲ ଉଚ୍ଛେଦ ନ ହେଲେ ଧାରଣା

ବଡସାହି,୨୨।୧(ସ୍ବ.ପ୍ର)- ବଡସାହି ବ୍ଲକ ଅଧୀନ ଶାଆଁଳପୁର ଗ୍ରାମର ସରକାରୀ ଗୋଚର ଜମି ଜବରଦଖଲକୁ ନେଇ ଗ୍ରାମ ସୁରକ୍ଷା କମିଟି ପକ୍ଷରୁ ଆସନ୍ତା ୨୪ତାରିଖରେ ବଡସାହି ତହସିଲ ସମ୍ମୁଖରେ ଧାରଣା ଦେବା ପାଇଁ ଚେତାବନୀ ଦିଆଯାଇଛି।

ବାଣୀପୀଠ ପୁରସ୍କାର ପାଇବେ ଡକ୍ଟର ଫନୀ ମହାନ୍ତି

ଗୋପବନ୍ଧୁନଗର, ୨୨।୧(ଡି.ଏନ୍‌.ଏ)- ବଡସାହିସ୍ଥିତ ବିବେକାନନ୍ଦ ବିହାରଠାରେ ୩୮ତମ ବାଣୀପୀଠ ମହୋତ୍ସବ ଆଗାମୀ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଚାଲୁରହିବ। ପ୍ରଥମ ଦିନରେ ଆମ ସୁନାଚାନ୍ଦ ଜାତୀୟ ଶିଶୁ ସାହିତ୍ୟ ସଂସ୍ଥାନ ତରଫରୁ ରାଜ୍ୟସ୍ତରୀୟ ଶିଶୁ କିଶୋର ପ୍ରତିଭା ମେଳା ଅନୁଷ୍ଠିତ ହେବ। ଦ୍ୱିତୀୟ ଦିନରେ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ୧୮ତମ ବାର୍ଷିକ ଉତ୍ସବ ଓ ଅଭିଭାବକ ସମ୍ମେଳନ ଅନୁଷ୍ଠିତ ହେବ।

ଅଗ୍ନିକାଣ୍ଡରେ ୩ ମୃତ

ଯଶିପୁର,୨୨।୧(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ନିକଟବର୍ତ୍ତୀ ଲୁଣିଆଗୋଡା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ଅଘଟଣ ଘଟିଛି। ଅସହ୍ୟ ଶୀତରୁ ରକ୍ଷା ପାଇବାକୁ କୁଡିଆ ଘରର ଗୋଟିଏ କୋଣରେ ଲଗା ଯାଇଥିବା ନିଅଁ। ବ୍ୟାପୀ ଜେଜେମା, ଓ ନାତି ଜୀବନ୍ତ ଦଗ୍ଧ ହୋଇଛନ୍ତି।

ବାଇକ ଦୁର୍ଘଟଣାରେ ଜଣେ ମୃତ

ବାସୁଦେବପୁର,୨୨।୧(ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର-ଜାମୁଝାଡି ରାସ୍ତାର ଅସ୍ତିଆ ନିକଟରେ ସୋମବାର ସନ୍ଧ୍ୟାରେ ଏକ ବାଇକ ଦୁର୍ଘଟଣାରେ ନିରଞ୍ଜନ ବେହେରା(୩୬)ଙ୍କର ମୃତ୍ୟୁ ହୋଇଥିବାବେଳେ ନିରଞ୍ଜନ ବେହେରା (୨୨) ନାମକ ଅନ୍ୟଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି।

ଚାଷୀଙ୍କ କାମରେ ଲାଗୁନି ଓଜନକଣ୍ଟା

ଚାଷୀଙ୍କ କାମରେ ଲାଗୁନି ଓଜନକଣ୍ଟା

ଭଦ୍ରକ ଅଫିସ,୨୨।୧-ବାସୁଦେବପୁର ବ୍ଲକ ଅନ୍ତର୍ଗତ ପଦ୍ମପୁର ସେବା ସମିତିରେ ଆରଏମସି ତରଫରୁ ନିର୍ମିତ ଓଜନକଣ୍ଟା ଚାଷୀଙ୍କ କାମରେ ଲାଗୁନି।

ରଥ ପାଇଁ କାଠ ଅନୁକୂଳ

ରଥ ପାଇଁ କାଠ ଅନୁକୂଳ

ବାରିପଦା ଅଫିସ,୨୨।୧- ପବିତ୍ର ଶ୍ରୀପଞ୍ଚମି ଅବସରରେ ସୋମବାର ପରମ୍ପରା ଅନୁଯାୟୀ ବାରିପଦା ଜଗନ୍ନାଥ ମନ୍ଦିର ପକ୍ଷରୁ ରଥ ପାଇଁ କାଠ ଅନୁକୂଳ କରାଯାଇଛି।