ସମ୍ପାଦକୀୟ |

ସୋସିଆଲ୍‌ ମିଡିଆ ଓ ଗ୍ରିଭାନ୍ସ ସେଲ୍‌

ସୋସିଆଲ୍‌ ମିଡିଆ ଓ ଗ୍ରିଭାନ୍ସ ସେଲ୍‌

ସହଦେବ ସାହୁ
ମୁଖ୍ୟମନ୍ତ୍ରୀଙ୍କ ସୋସିଆଲ୍‌ ମିଡିଆ ପରିଚାଳନା କରୁଥିବା ଅଧିକାରୀମାନେ ଏବେ ଲୋକଙ୍କ ଦୁଃଖ ଓ ଅଭିଯୋଗ ସୋସିଆଲ୍‌ ମିଡିଆ ଜରିଆରେ ଶୁଣିବେ- ଏହି ମର୍ମରେ ୱେବ୍‌ ପୋର୍ଟାଲ୍‌ ତଥା ମୋବାଇଲ୍‌ ଆପ୍ଲିକେଶନ୍‌ ଅନ୍ତର୍ଭୁକ୍ତ କରି ସୂଚନା-ପ୍ରଯୁକ୍ତି ବିଦ୍ୟାର ଏକ ନୂଆ ଆୟୁଧ ରୂପେ ଲୋକଙ୍କର ଅଭିଯୋଗ ଦୂର କରିବାର ଉପାୟ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ଶୁଣି ଆମେ ଖୁସି ହେବା କଥା, କିନ୍ତୁ ଏହାଦ୍ୱାରା କେତେ ଲୋକ ଉପକୃତ ହେବେ ତାହାର ଆଲୋଚନା ଆବଶ୍ୟକ। ମିଡିଆ ହେଉଛି ମିଡ଼ିୟମ୍‌ (ମାଧ୍ୟମ)ର ବହୁବଚନ, ଯୋଗାଯୋଗର ସବୁ ପ୍ରକାର ମଞ୍ଚ ବା ପ୍ଲାଟ୍‌ଫର୍ମକୁ ବୁଝାଏ, ତାହା ହାତଲେଖା ହେଉ କି ଛାପା ଲେଖା, ତାରରେ ପ୍ରବାହିତ ହେଉ କି ବେତାରରେ, ଦୃଶ୍ୟ-ଶ୍ରାବ୍ୟ-ପାଠ୍ୟରୁ ଏକ ବା ଏକାଧିକ ଶ୍ରେଣୀର ହେଉ। ଏବେ ପରିବେଷଣର ମାଧ୍ୟମ ଇଲେକ୍ଟ୍ରନ୍‌ ହୋଇଥିବାରୁ ନୂଆ ସେବାକୁ ଇଲେକ୍ଟ୍ରନିକ୍‌ ସେବା ବା ଇ-ସେବା କୁହାଯାଉଛି। ସୋସିଆଲ୍‌ ମିଡିଆ ସାମୂହିକ ଇ-ସେବା ଯୋଗାଏ। ଆପତ୍ତି ବା ଗ୍ରିଭାନ୍ସ ଜଣାଉଥିବା ଲୋକ ଓ ତାକୁ ପାଇବା ତଥା ତା’ର ସମାଧାନ କରିବାର ଅଧିକାରୀ ଭିତରେ ଯୋଗାଯୋଗ ତ ଦ୍ୱିପାକ୍ଷିକ, ତାକୁ କିପରି ସୋସିଆଲ୍‌ ମିଡିଆ ଭିତରେ ଗଣିବା? ସରକାରରେ ନ ଥିବା ଲୋକ ପବ୍ଲିକ୍‌ ବୋଲି କ’ଣ ବ୍ୟକ୍ତିର ଆପତ୍ତିକୁ ପବ୍ଲିକ୍‌ ଗ୍ରିଭାନ୍ସ କହିବା? ତା’ ପୁଣି ସୋସିଆଲ୍‌ ମିଡ଼ିଆରେ? ସୋସିଆଲ୍‌ ମିଡ଼ିଆ ମାଗଣାରେ ମିଳେ, ତା’ ଭିତରେ ବହୁତ ପ୍ଲାଟ୍‌ଫର୍ମ ଅଛି। ତହିଁରୁ କେତେକ ଉଲ୍ଲେଖନୀୟ ଉଦାହରଣ ହେଉଛି: ୧. ଫେସ୍‌ବୁକ୍‌- ତାଲିକାଭୁକ୍ତ ହେବାକୁ ପଡ଼େ, ସାଙ୍ଗସାଥୀ ଓ ପରିବାର ସହିତ ସମ୍ପର୍କ ରଖିବାର ମାଧ୍ୟମ। ୨. ଟୁଇଟର୍‌- ମାଇକ୍ରୋବ୍ଲଗିଂ ଅର୍ଥାତ୍‌ ସଂକ୍ଷେପରେ ପ୍ରବନ୍ଧ ଲେଖା। ଏଥିରେ ତାଲିକାଭୁକ୍ତ ହୋଇଥିବା ଲୋକେ କମ୍‌ ଶବ୍ଦ ଭିତରେ ମତପ୍ରକାଶ କରିବେ, ଅଧିକା ଥିଲେ ସଂଯୋଗ (ଆଟାଚ୍‌) କରିବେ। ୩. ଗୁଗୁଲ୍‌ ପ୍ଲସ୍‌- ନିଜେ ଇଣ୍ଟର୍‌ନେଟ୍‌ ସଂଯୋଗ ନ ନେଇଥିଲେ ବି ଏଥିରେ ସମ୍ପର୍କ ରଖିହେବ। ୪. ଲିଙ୍କ୍‌ଡ଼ଇନ୍‌- ସାଧାରଣ ବ୍ୟବସାୟୀ ବା ବୃତ୍ତିଧାରୀ ଗୋଷ୍ଠୀ ମଧ୍ୟରେ ସମ୍ପର୍କ ରଖେ। ୫. ରିଡିଟ- ଏଥିରେ ତାଲିକାଭୁକ୍ତ ସଭ୍ୟମାନେ ଗଳ୍ପ ବିନିମୟ କରନ୍ତି- ରିଡିଟ୍‌ ଅଧୀନରେ ସବ୍‌-ରିଡିଟ୍‌ ଅଛି- ଭିନ୍ନ ଭିନ୍ନ ବିଷୟରେ, ଯଥା ଟେକ୍ନୋଲୋଜି, ପଲିଟିକ୍‌ସ ବା ମ୍ୟୁଜିକ୍‌। ୬. ପିନ୍‌ଟରେଷ୍ଟ- ଅନ୍‌ଲାଇନ୍‌ରେ ମିଳୁଥିବା ବିଭିନ୍ନ ଚିତ୍ର ଓ ଛବିକୁ ସଭ୍ୟମାନଙ୍କୁ ଯୋଗାଇବାର ମିଡ଼ିୟମ। ତା’ଛଡା ଅଛି ହ୍ବାଟ୍‌ସଆପ୍‌, କ୍ୟୁକ୍ୟୁ, ଇନ୍‌ଷ୍ଟାଗ୍ରାମ୍‌, ଟମ୍ବଲର, ସ୍କାଇପେ, ଭାଇବର୍‌, ଲାଇନ୍‌, ପ୍ରିଣ୍ଟରେଷ୍ଟ ଇତ୍ୟାଦି।
ସୋସିଆଲ୍‌ ମିଡିୟମ୍‌ର ଆରମ୍ଭ ହେଲା ‘ଗ୍ରାହକ ଚିନ୍ତା’ (କଷ୍ଟମର୍‌ କେଆର୍‌) ନାମରେ ବିଭିନ୍ନ କମ୍ପାନୀ ବା ବ୍ୟବସାୟୀମାନଙ୍କ ବ୍ୟବହାର ଲାଗି ଏକ ସାମାଜିକ ସମ୍ପର୍କରୁ। ଗ୍ରାହକମାନଙ୍କର ଅଭିଯୋଗ ଶୁଣି ଦୋକାନୀ ବା କମ୍ପାନୀ ନିଜର ତଥା କର୍ମଚାରୀଙ୍କ ଆଚରଣ ବଦଳାଏ ବା ସାମଗ୍ରୀର ଗୁଣ ଓ ମାନ ବଢାଇଥାଏ। କମ୍ପାନୀ ତରଫରୁ କଷ୍ଟମର୍‌ ରିଲେଶନ୍‌ଶିପ୍‌ ମ୍ୟାନେଜର ଏ କାମ କରେ। ସରକାରଙ୍କ ତରଫରୁ ଜିଲାପାଳ ବା ସଚିବ ସେହିଭଳି କାମ କରିବେ ବୋଲି ନବୀନ ପଟ୍ଟନାୟକ ଆଶା କରୁଛନ୍ତି। ସୋସିଆଲ୍‌ ମିଡିଆର କେଉଁ ମଞ୍ଚ ଅଭିଯୋଗ ସଂଗ୍ରହର ଏକ ମାଧ୍ୟମ ହେବ ତାହା ମିଡିୟମ୍‌କୁ ଚଳାଉଥିବା ଅଧିକାରୀ ବା ଆଡ୍‌ମିନିଷ୍ଟ୍ରେଟର ଠିକ୍‌ କରି ଏକ ଗ୍ରୁପ୍‌ ବା ଗୋଷ୍ଠୀ ତିଆରି କରନ୍ତି, ଗୋଷ୍ଠୀର ତାଲିକାଭୁକ୍ତ ହୋଇଥିବା ଲୋକଙ୍କ ଭିତରୁ ପ୍ରତ୍ୟେକ ଅନ୍ୟର ସନ୍ଦେଶ ପଢିପାରିବେ, ଆଡ୍‌ମିନିଷ୍ଟ୍ରେଟର ତରଫରୁ ଆସୁଥିବା ଉତ୍ତର ବି ଗୋଷ୍ଠୀର ସମସ୍ତେ ଜାଣିପାରିବେ। ସନ୍ଦେଶଟି ବ୍ୟକ୍ତିଗତ ହୋଇ ନ ରହିଲେ, ଆପତ୍ତିକାରୀ ତାହାର ସବୁ କଥା ପଦାରେ ପଡିଯିବ ବୋଲି ଜାଣିଲେ, ଆପତ୍ତିକାରୀ ଦୋଷୀ ବ୍ୟକ୍ତିର ନାଁ ନେବାକୁ କୁଣ୍ଠିତ ହେବ, ଏପରିକି କେତେକ କଥା ବା ଘଟଣାକୁ ଲୁଚାଇ ରଖିବ। ସୋସିଆଲ୍‌ ମିଡିଆ ଆତ୍ମଶ୍ଳାଘା ପ୍ରଚାରର ମାଧ୍ୟମ ହୋଇପାରେ ସିନା ବ୍ୟକ୍ତିଗତ ଆପତ୍ତିର ମାଧ୍ୟମ ହୋଇପାରିବ ନାହିଁ, ଯଦି ହେବ ତାହା ଦ୍ୱିପାକ୍ଷିକ ଇଣ୍ଟର୍‌ନେଟ୍‌ ସେବା ହେବ। ତହିଁରେ ସୋସିଆଲ୍‌ ମିଡିଆ ବ୍ୟବହାର ହେଲା ବୋଲି କହିପାରିବା ନାହିଁ।
ସରକାରୀ ସେବାରୁ ବଞ୍ଚିତ ହୋଇଥିବା ବା ହେଉଥିବା ଲୋକେ ହିଁ ଅଭିଯୋଗ ଆଣନ୍ତି, ଏଥିଲାଗି ତ ସରକାର ଜନସେବା ଅଧିକାର ଆଇନ ୨୦୧୨ରେ ପ୍ରଣୟନ କରିଛନ୍ତି, ୨୦୧୩ ଆରମ୍ଭରୁ ଲାଗୁ କରିଛନ୍ତି। କେଉଁ କେଉଁ ବିଷୟରେ ନାଗରିକର ଆପତ୍ତି କେତେ ଦିନ ଭିତରେ ସମାଧାନ ହେବ ତାହାର କଣ୍ଟ କରାଯାଇଛି, ବିଳମ୍ବ କରୁଥିବା ଅଧିକାରୀଙ୍କୁ ଜରିମାନା ଦଣ୍ଡ ଦିଆଯିବ। ୫ ବର୍ଷ ପୂରିଲାଣି, କେତେ ଲୋକ ଠିକ୍‌ ସମୟରେ ସେବା ପାଇଲେଣି, କେତେ ଅଧିକାରୀ ତାଙ୍କ ଦରମାରୁ ଜରିମାନା ଦେଲେଣି- ଯଦି ଏ ପ୍ରଶ୍ନଗୁଡିକର ଉତ୍ତର ଶୂନ୍ୟ ହୁଏ ତେବେ ସୋସିଆଲ୍‌ ମିଡିଆ ଜରିଆରେ ଗ୍ରିଭାନ୍ସ ରିଡ୍ରେସାଲ୍‌ (ଅଭିଯୋଗ ସମାଧାନ) କିପରି ସହଜ ଓ ସହଳ ହେବ ଭାବିବା କଥା। ମନିଟରିଂ ବା କାର୍ଯ୍ୟକାରିତାର ସମୀକ୍ଷା ବ୍ୟବସ୍ଥା ନ ରହିଲେ ସରକାରୀ କାମ ଢିଲା ହୋଇଯାଏ।
ଉପସ୍ଥିତ ବ୍ୟବସ୍ଥା ଯାହା ତହିଁରେ ସାଧାରଣ ଇଣ୍ଟର୍‌ନେଟ୍‌ ସେବା ଦ୍ୱାରା ହିଁ ଆପତ୍ତି ଶୁଣାଣି ହେବ, ସୋସିଆଲ୍‌ ମିଡିଆ ଜରିଆରେ ନୁହେଁ। ଅର୍ଥାତ୍‌ ଆପତ୍ତିକାରୀ ପଇସା ଖର୍ଚ୍ଚ କରି ଇଣ୍ଟର୍‌ନେଟ୍‌ ସେବା ନେବ। ଇଂଲିଶରେ ଲେଖିବ। କଚେରିରେ ରାଇଟର୍‌ ଯେପରି ଦଲିଲ ଲେଖନ୍ତି, କମ୍ପୁଟରରେ ଇଂଲିଶରେ ଲେଖିବା ପାଇଁ ସେମିତି ଜଣେ ରାଇଟର୍‌ ଖୋଜିବ। ସ୍ମାର୍ଟ ଫୋନ୍‌ ଥିଲେ ବି ବ୍ରଡ୍‌ବ୍ୟାଣ୍ଡ ବେତାର ସେବା ନ ଥିଲେ ସୋସିଆଲ୍‌ ମିଡିଆ ତ ଦୂରର କଥା ଇଣ୍ଟରନେଟ୍‌ ସେବା ମିଳିବ ନାହିଁ। ତିନି ବର୍ଷରେ ଦେଶର ୬ ଲକ୍ଷ ଗାଁରେ ବ୍ରଡ୍‌ବ୍ୟାଣ୍ଡ ସେବା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ସେ ଯାଏ ଅପେକ୍ଷା କରିବାକୁ ପଡିବ। ଥିଲାବାଲାଙ୍କ ତ ଗ୍ରିଭାନ୍ସ ନ ଥାଏ, ସେମାନେ ଧରାଧରି କରି କାମ ହାସଲ କରିନିଅନ୍ତି। ଅଭାବୀ ଓ ଗରିବମାନଙ୍କ ଗ୍ରିଭାନ୍ସ ହିଁ ଅଭିଯୋଗ କକ୍ଷକୁ ଆସିଥାଏ। କିନ୍ତୁ ଆମ ରାଜ୍ୟରେ ଶତକଡା ୪୦ ଭାଗ ଲୋକଙ୍କର ମୋବାଇଲ୍‌ ଫୋନ୍‌ ନାହିଁ। ନିରକ୍ଷର କଥା ଛାଡ, ଦରଖାସ୍ତ ଲେଖିବା ସାମର୍ଥ୍ୟର ପାଠ ନ ଥିବା ସାକ୍ଷରଟିଏ ବିନା ମଧ୍ୟସ୍ଥରେ ଇ-ସେବା କିପରି ପାଇବ? ପେନ୍‌ସନ୍‌ ପାଇଁ ଲଢୁଥିବା ବୁଢ଼ା, ବୁଢ଼ୀ ଓ ବିଧବା ବା ମାତୃତ୍ୱ ସାହାଯ୍ୟ ଅପେକ୍ଷାରେ ଥିବା ପ୍ରସୂତି ଅଥବା ଇନ୍ଦିରା ଆବାସ ପାଇ ନ ଥିବା ଅସହାୟଟି କିମ୍ବା କ୍ଷତିପୂରଣ ଅପେକ୍ଷାରେ ଥିବା ବାସ୍ତୁହରାଟିଏ, ଦାଖଲଖାରଜ ମାମଲା ସରୁନଥିବା ଲୋକଟିଏ ଇ-ସେବା ବ୍ୟବହାର କରିପାରିବ କି?
ସେମାନଙ୍କୁ ୪ଜି (୪ର୍ଥ ପିଢିର) ସ୍ମାର୍ଟ ଫୋନ୍‌ ଦିଅ, ସେମାନଙ୍କ ଗାଁ ବା ସାହିକୁ ମାଗଣା ବ୍ରଡ୍‌ବ୍ୟାଣ୍ଡ ଦିଅ, ସ୍ମାର୍ଟ ଫୋନ୍‌ରେ ତା’ କଥା ଅର୍ଥାତ୍‌ ଶ୍ରୁତଲିଖନ ନେବାର ପାଠ (ସଫ୍ଟଓ୍ବେର୍‌) ଦିଅ, ତାହା ଓଡିଆରେ ବା ଫୋନେଟିକ୍‌ ଇଂଲିଶ୍‌ରେ ଯେପରି ଲେଖିହେଉଥିବ କିମ୍ବା ଭିଡ଼ିଓ ଚାଟ୍‌ କରିବାର ଓ ତାହା ଅଧିକାରୀଙ୍କ ଫୋନ୍‌ରେ ଲେଖି ହୋଇ ରହିବାର ସୁବିଧା ଦିଅ, ତେବେ ଯାଇ ସୋସିଆଲ୍‌ ମିଡ଼ିଆରେ ଗ୍ରିଭାନ୍ସ ଜଣାଇବା ଓ ସମାଧାନ ସମ୍ଭବ ହେବ। ତାହା ନ ହେବା ଯାଏ ଘୋଷିତ ଇ-ସେବା କେବଳ ଥିଲାବାଲାଙ୍କ କାମରେ ଆସିବ। ଗ୍ରିଭାନ୍ସ ଶୁଣିବାରେ ଯେଉଁ ପ୍ରତ୍ୟକ୍ଷ ସମ୍ପର୍କ ଦରକାର ତା’ ଇ-ସେବାରେ ମାଡ ଖାଇଯାଏ। ଥରକରେ ଗ୍ରିଭାନ୍ସ ନ ତୁଟିଲେ ଆଉ ଥରେ ଇ-ଗ୍ରିଭାନ୍ସ ଫର୍ମ ପୂରଣ କରିବାର କଷ୍ଟ ନିଜେ ସଚିବ ଦେଖନ୍ତୁ- ପାଠୁଆ ଲୋକ ତ ହଇରାଣ ହେବେ, ଅପାଠୁଆଙ୍କ କଥା କ’ଣ କହିବା।
ଇମେଲ୍‌: sahadevas@yahoo.com

All Right Reserved By

ସମ୍ପାଦକୀୟ |

ଭୋଟ ବିଭାଜନ ହିଁ ନିର୍ଣ୍ଣାୟକ

ଭୋଟ ବିଭାଜନ ହିଁ ନିର୍ଣ୍ଣାୟକ

ସହଦେବ ସାହୁ: ୨୦୧୯ ନିର୍ବାଚନ ବହୁତ ଡେରି ଅଛି, କିନ୍ତୁ ରାଜନୈତିକ ଦଳମାନେ ସଜବାଜ ହେଲେଣି। ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଯେତେ ନୁହେଁ, ଦଳର କୁହାଳିଆ ବା ନିର୍ବାଚନ ମଣ୍ଡଳୀରେ ପତିଆରା ଥିବା ଲୋକଙ୍କୁ ଥଇଥାନ କରିବା ଲକ୍ଷ୍ୟ। ନ ହେଲେ ସେହିମାନେ ସୁପ୍ରିମୋ (ଦଳର ମୁଖିଆ) ବାଛିଥିବା ପ୍ରାର୍ଥୀଙ୍କୁ ହରାଇବାର ଚେଷ୍ଟା କରିବେ। ଏହି କାରଣ ନ ଥିଲେ ୨୦୧୫ ଆରମ୍ଭରେ ରାଜ୍ୟର ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଣିଥିବା ୪୯ ସଦସ୍ୟବିଶିଷ୍ଟ ବିଧାନ ପରିଷଦ (ଲେଜିସ୍ଲେଟିଭ୍‌ କାଉନ୍ସିଲ୍‌) ପ୍ରତିଷ୍ଠା ପ୍ରସ୍ତାବ ୩ ବର୍ଷ ଶୀତଳଭଣ୍ଡାରରେ ପଡ଼ିଲା ପରେ ୨୦୧୮ ଜୁଲାଇରେ କାହିଁକି ସରଗରମ ହୋଇ ଉଠନ୍ତା! ୫ ଜଣିଆ କମିଟିରୁ କଂଗ୍ରେସ ଓ ଭାଜପା ଓହରିଯାଇଛନ୍ତି।...

ପୁରୁଣାରେ ଖୁସି

ପୁରୁଣାରେ ଖୁସି

ନିକଟରେ ବିଶ୍ୱ ବ୍ୟାଙ୍କ ରିପୋର୍ଟ ୨୦୧୭ରେ ପ୍ରକାଶ ପାଇଥିଲା ଯେ ମୋଟ ଘରୋଇ ଉତ୍ପାଦ(ଜିଡିପି) ଦୃଷ୍ଟିକୋଣରୁ ଫ୍ରାନ୍ସକୁ ଅତିକ୍ରମ କରି ଭାରତ ବିଶ୍ୱର ଷଷ୍ଠ ବୃହତ୍‌ ଅର୍ଥନୀତିର ମାନ୍ୟତା ଲାଭ କରିଛି। ଏହା ଶୁଣିବା ପରେ ଅନେକ ଅପରିପକ୍ୱ ଭାରତୀୟ ଆନନ୍ଦିତ ହୋଇଥିବେ। କିନ୍ତୁ ବାସ୍ତବତା ଯେ କେତେ ଭିନ୍ନ, ତାହା ଅର୍ଥନୈତିକ ବ୍ୟବସ୍ଥାରେ ଦେଖାଦେଉଥିବା ଅବ୍ୟବସ୍ଥାରୁ ବୁଝାପଡ଼ୁଛି। ୧୬ ଜୁଲାଇ ୨୦୧୮ରେ ଏହି ସ୍ତମ୍ଭରେ ‘ହିସାବରେ ଅତିକ୍ରମ’ ଶୀର୍ଷକ ଲେଖାରେ ଏ ସଂକ୍ରାନ୍ତରେ ଉଲ୍ଲେଖ କରିଥିଲୁ। ବର୍ତ୍ତମାନର କେନ୍ଦ୍ର ନେତୃତ୍ୱ କହିଚାଲିଛନ୍ତି ଯେ, ଭାରତ ଦ୍ରୁତତମ ଅର୍ଥନୀତି ଭାବେ ଆଗେଇ ଚାଲିଛି।...

ଜାତୀୟ ବେତାର ପ୍ରସାରଣ ଦିବସ ଉପଲକ୍ଷେ: ଜନସେବାରେ ରେଡିଓ

ଜାତୀୟ ବେତାର ପ୍ରସାରଣ ଦିବସ ଉପଲକ୍ଷେ: ଜନସେବାରେ ରେଡିଓ

ଡ. କିଶୋର ମହାନ୍ତି: ଭାରତରେ ରେଡିଓ ପ୍ରସାରଣ ସେବା ସ୍ବାଧୀନତାପ୍ରାପ୍ତିର ବହୁ ପୂର୍ବରୁ ଆରମ୍ଭ ହୋଇଛି। କିନ୍ତୁ ବିଧିବଦ୍ଧ ଭାବେ ୧୯୩୪ ମସିହାରୁ ଏହାର ପ୍ରସାରଣ ସମ୍ଭବ ହୋଇଛି। ୧୯୩୨ ମସିହାରେ ବିବିସି ତରଫରୁ ଭାରତରେ ରହିଥିବା ଇଂରେଜମାନଙ୍କ ପାଇଁ ଏକ ନୂତନ କାର୍ଯ୍ୟକ୍ରମ ଆରମ୍ଭ କରାଗଲା। ୧୯୩୬ ମସିହାରେ ଦିଲ୍ଲୀଠାରେ ଜାନୁୟାରୀ ପହିଲାରେ ପ୍ରତିଷ୍ଠା ହେଲା ବେତାର କେନ୍ଦ୍ର। ୧୯୪୦ ମସିହା ମଧ୍ୟରେ ବ୍ରିଟିଶ ଶାସନାଧୀନ ଭାରତରେ ବେତାର ପ୍ରସାରଣ ପାଇଁ ଅଲ୍‌ ଇଣ୍ଡିଆ ରେଡିଓର ନାମକରଣ ସହିତ ତା’ର ପ୍ରାଶାସନିକ ସ୍ବରୂପ ଠିକଣା ହେଲା। ଓଡିଶାରେ ମଧ୍ୟ ପ୍ରସାରଣ ପାଇଁ ତଦନୁରୂପ ବ୍ୟବସ୍ଥା କରାଗଲା। ଭାରତରେ ବେତାର ପ୍ରସାରଣ ପାଇଁ ଫିଲ୍‌ଡେନଙ୍କ ଭୂମିକା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ।...

ଏଇ ଭାରତରେ

ଏଇ ଭାରତରେ

ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ। ୫୯ବର୍ଷ ବୟସରେ ଜଣେ ଭାଜପା ବିଧାୟକ ବିଏ ପରୀକ୍ଷା ଦେଉଛନ୍ତି। ଫୁଲ୍‌ ସିଂ ମିନା ୨୦୧୭ରେ ଗ୍ରାଜୁଏଶନ୍‌ (ସ୍ନାତକ) କୋର୍ସରେ ନାମ ଲେଖାଇଛନ୍ତି। କାରଣ ତାଙ୍କ ବାପା ମରିଯିବା ପରେ ସେ ଅଧାରୁ ପାଠପଢ଼ା ଛାଡି ଦେଇଥିଲେ। ରାଜସ୍ଥାନର ଉଦୟପୁର ରୁରାଲ୍‌ ବିଧାୟକ ୪ଟି କନ୍ୟାସନ୍ତାନର ପିତା। ସେମାନେ ତାଙ୍କୁ ଏ ବୟସରେ ପାଠ ପଢ଼ିବା ପାଇଁ ଉତ୍ସାହିତ କରିଛନ୍ତି।...

ନିଷ୍ଫଳ ଅନାସ୍ଥା

ନିଷ୍ଫଳ ଅନାସ୍ଥା

ଆକାର ପଟେଲ ମୋଦିଙ୍କ ବିରୋଧରେ ବିରୋଧୀଙ୍କ ଦ୍ୱାରା ଆଗତ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୧୨୬ ଓ ବିପକ୍ଷରେ ୩୨୫ଟି ଭୋଟ ପଡ଼ିବା ବାସ୍ତବରେ ବିରୋଧୀ ଦଳଗୁଡ଼ିକ ପ୍ରତି ଅନାସ୍ଥା ପ୍ରକଟ କରୁଛି। ଏହି ସଂଖ୍ୟାକୁ ଦେଖିଲେ ଏ ଅନାସ୍ଥା ପ୍ରସ୍ତାବରୁ ବିରୋଧୀଙ୍କୁ କି ଲାଭ ମିଳିଲା ଓ ପ୍ରସଙ୍ଗ କୁଆଡ଼କୁ ଗଲା କିଛି ସ୍ପଷ୍ଟ ହେଉ ନାହିଁ। ଭୋଟ୍‌ର ଫଳାଫଳକୁ ଦେଖି ବାସ୍ତବରେ କେହି ବିସ୍ମିତ ନୁହନ୍ତି। କେବଳ ଶିବସେନାର କାର୍ଯ୍ୟ ବ୍ୟତୀତ (ଏହାର ଉଦ୍ଦେଶ୍ୟ କ’ଣ ପରେ ଆମେ ଆଲୋଚନା କରିବା) ଗୃହରେ ଏପରି କିଛି ଘଟଣା ଘଟିଲା ...

ପର୍ବତ ଗୁମ୍ଫାରେ ସତର ଦିନ

ପର୍ବତ ଗୁମ୍ଫାରେ ସତର ଦିନ

ପ୍ରକାଶ ତ୍ରିପାଠୀ ସମ୍ପ୍ରତି ଥାଇଲାଣ୍ଡର ପ୍ରଖ୍ୟାତ କାର୍ଟୁନିଷ୍ଟ ସିସିଡିଆଙ୍କର ଗୋଟିଏ କାର୍ଟୁନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ଦେଖାଯାଇଛି, ୧୨ଟି ବଣୁଆ ବାର୍‌ହା ଛୁଆ, ଗୋଟିଏ ବଡ଼ ବାର୍‌ହା ଓ କିଛି ଅନ୍ୟ ଜୀବଜନ୍ତୁ ଏକ ଜଳଭର୍ତ୍ତି ଅଣଓସାରିଆ ସୁଡ଼ଙ୍ଗ ବାଟ ଦେଇ ପହଁରି ପହଁରି ଯାଉଛନ୍ତି। ସୂଚନାଯୋଗ୍ୟ ଯେ, କାର୍ଟୁନିଷ୍ଟ ସିସିଡିଆ ଏହି କାର୍ଟୁନ ମାଧ୍ୟମରେ ଥାଇଲାଣ୍ଡର ଥାମ୍‌ ଲୁଆଙ୍ଗ ପର୍ବତ ଗୁମ୍ଫାରେ ୧୭ଦିନ ଧରି ଫସି ରହିଥିବା ଥାଇଲାଣ୍ଡର ଏକ ଜୁନିୟର ଫୁଟବଲ ଟିମ୍‌ (ଓ୍ବାଇଲ୍‌ଡ ବୋର୍ସ)ର ୧୨ଜଣ ସ୍କୁଲ ...

ସେଲିବ୍ରିଟି ଉଦ୍ୟୋଗୀ

ସେଲିବ୍ରିଟି ଉଦ୍ୟୋଗୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର ସମୟ ବଦଳିବା ସହ ଯୁବପିଢ଼ିର ରୁଚିରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ପ୍ରଗତିଶୀଳ ଚିନ୍ତାଧାରା ପୋଷଣ କରୁଥିବା କେତେକ ଯୁବତୀଯୁବକ ଚାକିରି ଅପେକ୍ଷା ଉଦ୍ୟୋଗୀ ହେବାକୁ ପସନ୍ଦ କରୁଛନ୍ତି ଓ ସ୍ଥଳବିଶେଷରେ ସଫଳ ହେଉଛନ୍ତି। ପୂର୍ବରୁ ନିର୍ଦ୍ଦିଷ୍ଟ କେତୋଟି କ୍ଷେତ୍ର ଉପରେ ଆଧାରିତ ବ୍ୟବସାୟିକ ଚିନ୍ତାଧାରା ନେଇ ଜଣେ ଉଦ୍ୟୋଗୀ ହେଉଥିଲେ। ଏବେ ଏହାର ପରିସର ...

ଏଇ ଭାରତରେ

ଏଇ ଭାରତରେ

ସ୍କୁଲ୍‌ଛାତ୍ରଙ୍କୁ ସର୍ବସମ୍ମୁଖରେ ଅପମାନଜନକ ଦଣ୍ଡଦେବା ଭଳି ଘଟଣା ଜଣେ ଶିକ୍ଷକଙ୍କ ପାଇଁ ମହଙ୍ଗା ପଡ଼ିଛି। ଫଳ ସ୍ବରୂପ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ପୁଣେସ୍ଥିତ ବିଶ୍ରାନ୍ତଓ୍ବାଡି ପୁଣେ ଇଣ୍ଟରନ୍ୟାଶନାଲ୍‌ ସ୍କୁଲ୍‌ରେ ଜୁଲାଇ ୧୭ରେ ଏପରି ଏକ ଘଟଣା ଘଟିଛି। ଆର୍ଯ୍ୟନ୍‌ ଅମିତ୍‌ ଓ୍ବଘ୍‌ମେୟାର ନାମକ ୧୦ବର୍ଷର ବାଳକ ଷଷ୍ଠ ଶ୍ରେଣୀରେ ପଢ଼ନ୍ତି। ଶିକ୍ଷକ ଶ୍ୱେତ ଗୁପ୍ତା ଛାତ୍ରମାନଙ୍କ ସମ୍ମୁଖରେ ତାଙ୍କୁ ଦଣ୍ଡଦେଇଥିଲେ। ଛାତ୍ରର ମା’ ଅଦିତିଙ୍କ କହିବାନୁଯାୟୀ, ଶିକ୍ଷକ ଜଣକ ଗୋଟିଏ କଇଁଚି ଧରି ଆର୍ଯ୍ୟନ୍‌ଙ୍କ ମୁଣ୍ଡବାଳ ସମ୍ମୁଖ ଭାଗରୁ କା...

ଅସହଯୋଗର ଦୁଃଖ

ଅସହଯୋଗର ଦୁଃଖ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଦେଶର ସର୍ବୋଚ୍ଚ ଖାଉଟି ସମବାୟ ସଂସ୍ଥା ବୋର୍ଡ ଅଫ୍‌ ନ୍ୟାଶ୍‌ନାଲ କୋଅପରେଟିଭ୍ସ କଞ୍ଜ୍ୟୁମର୍ସ ଫେଡ଼େରେଶନ୍‌ (ଏନ୍‌ସିସିଏଫ୍‌ ବୋର୍ଡ)ର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି)ଙ୍କୁ ନିଯୁକ୍ତି ଦେବା କାହାର ଅଧିକାରଭୁକ୍ତ ଏ ନେଇ ଉକ୍ତ ସଂସ୍ଥା ଏବଂ ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ମଧ୍ୟରେ ମତପାର୍ଥକ୍ୟ ଦେଖାଦେଇଛି। ମନ୍ତ୍ରଣାଳୟ ଜଣେ ଯୁଗ୍ମ ସଚିବ ଅନିଲ ବହୁଗୁଣାଙ୍କୁ ଏମ୍‌ଡି ଭାବେ ନିଯୁକ୍ତି ଦେବାବେଳେ ଏହି ମତଭେଦ ପଦାକୁ ଆସିଛି। ବିଶିଷ୍ଟ ସମବାୟ ନେତା ତଥା ପୂର୍ବତନ ବିଧାୟକ ବିଜେନ୍ଦର ...

ଗୁଜବର ବ୍ୟାପକତା

ଗୁଜବର ବ୍ୟାପକତା

ଶିବରାମ ଶତପଥୀ ପ୍ରାୟ ଷାଠିଏ ବର୍ଷ ପୂର୍ବର କଥା। ଲୋକେ ପଦବ୍ରଜରେ ଯିବା ଆସିବା କରୁଥିଲେ। ଦିନେ ମୁଁ ପଦିଆ ମାମୁଙ୍କୁ ପଚାରିଲି- ତୁମେ ପରା ଆଜି ଅମୁକ ଗାଁକୁ ଯିବାର ଥିଲା, ଯାଉନ। ସେ କହିଲେ ଖଙ୍ଗାର ମାତିଛି ପରା, ଏକୁଟିଆ କେମିତି ଯିବି? ପିଲାଙ୍କୁ ତାଗିଦ କରାଯାଉଥିଲା, ଏକା ଏକା ଦେଖିଲେ ପିଲାଙ୍କୁ ଖଙ୍ଗାର ବସ୍ତାରେ ପୂରାଇ ନେଇଯିବ। ଅମୁକଠାରେ ପୋଲ ତିଆରି ହେଉଛି ତ, ତା ନିଅଁରେ ପକାଇବା ପାଇଁ ପିଲାଙ୍କୁ ଧରି ନିଆଯାଉଛି। ପୋଲର ସ୍ଥାୟିତ୍ୱ ପାଇଁ ନରବଳି ଆବଶ୍ୟକ। ଏହା ଅବଶ୍ୟ ଏକ ଅନ୍ଧବିଶ୍ୱାସ।...

ଭକ୍ତ ଓ ଭଗବାନଙ୍କ ମହାମିଳନ

ଭକ୍ତ ଓ ଭଗବାନଙ୍କ ମହାମିଳନ

ବିମଳ ପ୍ରସନ୍ନ ଦାସ ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଯୁଗେ ଯୁଗେ ଅନୁପମ ଓ ଅଲୌକିକ। ସେଥିପାଇଁ ଦାସିଆ ବାଉରିଙ୍କ ଅଧିକାର ଓ ଅଭିମାନ ଯୁଗ ଯୁଗକୁ ଅତୁଟ ରହିଛି ଓ ରହିଥିବ। କାରଣ ଲୀଳାମୟ, କାଳିଆ ସାଆନ୍ତ, ମହାବାହୁ ରାଜାଧିରାଜ ମଣିଷର ଠାକୁର। ଭକ୍ତର ଭାବରେ ବନ୍ଧା। ତା’ର ଜୀବନ ଧନ-ଅନ୍ଧ ଲଉଡି। କେତେ ବିଶ୍ୱାସ ଓ ନିର୍ଭରତା ଭକ୍ତର। ସାମାନ୍ୟ ଭରତିଆ ପକ୍ଷୀଟିର ଉଦାହରଣ ଯଥେଷ୍ଟ। କୁରୁକ୍ଷେତ୍ର ଯୁଦ୍ଧ ପ୍ରାରମ୍ଭରେ ପକ୍ଷୀଟି ବ୍ୟାକୁଳ ପ୍ରାର୍ଥନା କରିଛି ତା’ର ଅଣ୍ଡା ଦୁଇଟିକୁ ରକ୍ଷା କରିବାକୁ। ଭକ୍ତ ବଳରାମଙ୍କ କାଳଜ...

ଏଇ ଭାରତରେ

ଏଇ ଭାରତରେ

ନୀଚକୁଳରେ ଜନ୍ମ ହୋଇଥିବାରୁ ଜଣେ ମହିଳାଙ୍କ ହାତରନ୍ଧା ଖାଇବାକୁ କେତେକେ ନାକ ଟେକିଛନ୍ତି। ପରିଣାମ ସ୍ବରୂପ ଉକ୍ତ ମହିଳାଙ୍କୁ ସ୍କୁଲ୍‌ରୁ ହଟାଇ ଦେବାପାଇଁ ଉଚ୍ଚଜାତିର ଲୋକମାନେ ଦାବି ଉଠାଇଥିଲେ। ତାମିଲନାଡୁର ଏକ ସ୍କୁଲ୍‌ରେ ମଧ୍ୟାହ୍ନଭୋଜନ ରୋଷେଇ କରିବାରୁ ଉକ୍ତ ଦଳିତ ମହିଳାଙ୍କୁ ବଞ୍ଚତ୍ତ କରାଯାଇଛି। ତିରୁପୁର ଜିଲାର ଓକାମ୍‌ପଲାୟମ୍‌ ଗାଅଁାରେ ପି. ପାପଲ୍‌ ନାମ୍ନୀ ଏହି ମହିଳା ଗତ ୨ବର୍ଷ ହେଲା ମଧ୍ୟାହ୍ନଭୋଜନ ପାଚିକା ଭାବରେ ନିଯୁକ୍ତି ପାଇଥିଲେ। ସପ୍ତାହକ ତଳେ ନିଜ ଅନୁରୋଧ କ୍ରମେ ...

Watch Live Broadcast of Rath Yatra Puri, Odisha Here

Model This Week

ଚିଣ୍ଟୁ