ସମ୍ପାଦକୀୟ |

ରାମସେତୁର ସତ୍ୟାସତ୍ୟ

ରାମସେତୁର ସତ୍ୟାସତ୍ୟ
ଡା. ସୁରେନ୍ଦ୍ରନାଥ ପତି ତ୍ରେତୟାଯୁଗରେ ବନବାସୀ ରାମଚନ୍ଦ୍ରଙ୍କ ପତ୍ନୀ ସୀତାଙ୍କୁ ଲଙ୍କାର ରାଜା ରାବଣ ହରଣ କରିନେଇଥିଲେ। ରାମ ବହୁତ ମନସ୍ତାପରେ ଭ୍ରମଣ କରି କିସ୍କିନ୍ଧ୍ୟାରେ ସୁଗ୍ରୀବଙ୍କ ସହ ମିତ୍ରତା କଲେ। ତାଙ୍କର ଦୂତ ହନୁମାନ ଆକାଶମାର୍ଗରେ ଉଡିଯାଇ ସୀତାଙ୍କୁ ଅଶୋକବନରେ ଠାବ କଲେ। କିନ୍ତୁ ସୈନ୍ୟସାମନ୍ତ ସହ ବିଶାଳ ସମୁଦ୍ର ପାରି ହୋଇ ଲଙ୍କା ଯାଇ ସୀତାଙ୍କୁ ଉଦ୍ଧାର କରାଯିବ କେମିତି? ଶେଷକୁ ବାନରମାନେ ଭାସମାନ ପଥର ଖଣ୍ଡମାନ ବୋହି ସମୁଦ୍ର ଉପରେ ରାସ୍ତା ନିର୍ମାଣ କଲେ, ତା’ର ନାମ ‘ରାମସେତୁ’ ବା ସେତୁବନ୍ଧ। ଏକଥା ରାମାୟଣରେ ବର୍ଣ୍ଣିତ। ରାମାୟଣର ସମୟ ହେଉଛି ୭୦୦୦ ବର୍ଷରୁ ଅଧିକ ପୂର୍ବବର୍ତ୍ତୀ। ବର୍ତ୍ତମାନ ଦେଖାଯାଏ, ତାମିଲନାଡୁର ରାମେଶ୍ୱରମ୍‌ ଦ୍ୱୀପ (ଅନ୍ୟ ନାମ ପମ୍ବନ ଦ୍ୱୀପ) ଭାରତର, ସେପଟେ ଶ୍ରୀଲଙ୍କାର ମାନ୍ନାର ଦ୍ୱୀପ। ଏହି ଦୁଇଟି ଦ୍ୱୀପକୁ ସଂଯୋଗ କରୁଥିଲା ପୌରାଣିକ ରାମସେତୁ। ଏହାକୁ ବ୍ରିଟିଶମାନେ କହୁଥିଲେ ଆଡାମ୍‌ ବ୍ରିଜ, ଲମ୍ବ ପ୍ରାୟ ୫୦ କି.ମି.। କେତେକ ଐତିହାସିକ କହନ୍ତି, ରାମଚନ୍ଦ୍ର ତାହା ଭାଙ୍ଗିଦେଇ ଆସିଥିଲେ। ଏବେ ସେ ବନ୍ଧ ଲୁପ୍ତ ପ୍ରାୟ। ପୁଣି କୁହାଯାଉଛି ଖ୍ରୀଷ୍ଟାବ୍ଦ ୧୪୮୦ ବେଳକୁ ପ୍ରବଳ ସାମୁଦ୍ରିକ ଝଡ଼ତୋଫାନ (ସୁନାମି ହୋଇପାରେ)ରେ ଏହା ଭାଙ୍ଗି ଲୋପ ପାଇଯାଇଥିଲା। ବ୍ରିଟିଶ ସରକାର ଖ୍ରୀଷ୍ଟାବ୍ଦ ୧୯୧୪ରେ ତାମିଲନାଡୁର ମଣ୍ଡପମ୍‌ଠାରୁ ଧନୁଷକୋଡ଼ି ପର୍ଯ୍ୟନ୍ତ ରେଳପଥ ନିର୍ମାଣ କରିଥିଲେ, ଏହାର ଲମ୍ବ ସମୁଦ୍ରବକ୍ଷରେ ଦୁଇ କି.ମି.। ଏବେ ରେଳପଥ ପାର୍ଶ୍ୱରେ ଜାତୀୟ ରାଜପଥ ବି ନିର୍ମିତ ହୋଇଛି। ତଥ୍ୟ ଅଛି ସେ କାଳରେ ମାଡ୍ରାସରୁ ଗୋଟିଏ ଟିକେଟ କରି ଟ୍ରେନ୍‌, ବୋଟ୍‌ ଦେଇ ସିଲୋନ୍‌ ଦେଶରେ ଜଣେ ପ୍ରବେଶ କରିପାରୁଥିଲା। ଏବେ ରାମେଶ୍ୱରମ୍‌ରୁ ବୋଟ ତଲାଇମାନ୍ନାର ଯାଏ। ସେତୁବନ୍ଧ ନିର୍ମାଣ ସମ୍ବନ୍ଧରେ ଗବେଷକମାନେ ଭିନ୍ନ ଭିନ୍ନ ମତ ଦିଅନ୍ତି। ଭାରତ ଓ ଶ୍ରୀଲଙ୍କା ଗୋଟିଏ ଭୂଖଣ୍ଡ ଥିଲା। ଲକ୍ଷାଧିକ ବର୍ଷ ପୂର୍ବେ ଦ୍ୱିଖଣ୍ଡିତ ହେବା ପରେ ମଧ୍ୟଭାଗ କ୍ଷୟ ହୋଇ ଦନ୍ତୁରିତ ଆକାରରେ ଖଣ୍ଡିତ ହୋଇ ରହିଛି। ଅନ୍ୟ ମତରେ ଏହି ଅଞ୍ଚଳର ସମୁଦ୍ରର ପ୍ରାକୃତିକ ପ୍ରକ୍ରିୟା ଯୋଗୁ ଚୂନପଥର (ଲାଇମ୍‌ଷ୍ଟୋନ୍‌)ମାନ ସୃଷ୍ଟି ହୋଇ ହଜାର ହଜାର ବର୍ଷ ଧରି ତା’ ଉପରେ କୋରାଲ ରିଫ୍‌, ଶୈବାଳ, ସାମୁଦ୍ରିକ ବୃକ୍ଷଲତାମାନ ବୃଦ୍ଧି ପାଇ ବନ୍ଧ ଆକାର ଧାରଣ କରିଛି। କିଛିବର୍ଷ ପୂର୍ବେ ତତ୍କାଳୀନ ଭାରତ ସରକାର ସେତୁସମୁଦ୍ରମ୍‌ ପ୍ରକଳ୍ପ ଗଠନ କରିଥିଲେ। ଜଣେ ନେତା କହିଲେ ରାମାୟଣ ଏକ କାଳ୍ପନିକ କାବ୍ୟ, ରାମ କ’ଣ ଇଞ୍ଜିନିୟର ଥିଲେ ଯେ ସେ ବନ୍ଧ ନିର୍ମାଣ କରିଥିଲେ? ସେତୁବନ୍ଧ ଏକ ପ୍ରାକୃତିକ ପ୍ରକ୍ରିୟାରୁ ସୃଷ୍ଟି ହୋଇଛି। ପାକ୍‌ ପ୍ରଣାଳୀ ଅଗଭୀର, ଏହାକୁ ଡ୍ରେଜିଙ୍ଗ କରି ଖୋଳି ଗଭୀର କରାଯିବ। ପଶ୍ଚିମ ଦିଗରୁ ଆସୁଥିବା ଜାହାଜମାନ ୩୬ଘଣ୍ଟା କମ୍‌ ସମୟରେ ଏହି ସାମୁଦ୍ରିକ ପଥ ଦେଇ ଦକ୍ଷିଣ-ପୂର୍ବ ଏସିଆକୁ ଯାତ୍ରା କରିବେ। ଭାରତକୁ ପ୍ରଚୁର ଅର୍ଥ ଟିକସ ଆକାରରେ ମିଳିବ। କେତେକ ରାଜନୈତିକ ଦଳର ଏହି ଯୋଜନା ପ୍ରତି ସମର୍ଥନ ଥିଲା। ଏହି ପ୍ରକ୍ରିୟା କୋଟି କୋଟି ଭାରତୀୟଙ୍କ ଧାର୍ମିକ ଭାବନାକୁ ପ୍ରଚଣ୍ଡ ଆଘାତ ଦେଲା। ସେତେବେଳେ ବିରୋଧୀ ଦଳ ଆସନରେ ଥିବା ସଭ୍ୟମାନେ ପାର୍ଲାମେଣ୍ଟରେ, ସଭାସମିତିରେ ପ୍ରତିବାଦ, ବିକ୍ଷୋଭ କଲେ। ଅବତାର ଶ୍ରୀରାମ, ଗ୍ରନ୍ଥ ରାମାୟଣ, ରାମସେତୁ ଆଦି କଦାପି କପୋଳକଳ୍ପିତ ହୋଇ ନ ପାରେ। ସୁପ୍ରିମ୍‌କୋର୍ଟରେ ମାମଲା ରୁଜୁ ହେଲା, ନ୍ୟାୟାଳୟର ହସ୍ତକ୍ଷେପ ଯୋଗୁ ସ୍ଥଗିତ ରହିଲା ସମୁଦ୍ର ଖନନ। ଆଜିର ବୈଜ୍ଞାନିକ ଯୁଗରେ ଅତ୍ୟାଧୁନିକ ଉପକରଣ ବିନିଯୋଗ କରି ସରକାରୀ ସଂସ୍ଥା ଇସ୍ରୋ ମତ ଦେଇଛନ୍ତି ଆଡାମ୍‌ ବ୍ରିଜ୍‌ରେ ୧୦୩ଟି କ୍ଷୁଦ୍ର ପ୍ୟାଚ୍‌ରିଫ୍‌ ଧାଡି ହୋଇ ଅଛନ୍ତି। ଜିଓଲଜିକାଲ ସର୍ଭେ ଅଫ୍‌ ଇଣ୍ଡିଆଙ୍କ ତଥ୍ୟ ଅନୁଯାୟୀ- ରେଡିଓ କାର୍ବନ ଡେଟିଙ୍ଗ ଅଫ୍‌ ସାମ୍ପଲରୁ ତଥ୍ୟ ମିଳୁଛି ଯେ ଆଡାମ୍‌ ବ୍ରିଜ୍‌ ଅଞ୍ଚଳ ୧୮,୦୦୦ରୁ ୭,୦୦୦ ବର୍ଷ ପୂର୍ବେ ସୃଷ୍ଟି ହୋଇଛି। ନିକଟରେ ଉତ୍ତର ଆମେରିକାର ତିନିଗୋଟି ପ୍ରଖ୍ୟାତ ବିଶ୍ୱବିଦ୍ୟାଳୟର କେତେଜଣ ଗବେଷକଙ୍କ ଟିମ୍‌ ନାସାର ସାଟେଲାଇଟ୍‌ ସାହାଯ୍ୟରେ ମିଳିିଥିବା ସୂଚନାକୁ ବିଶ୍ଳେଷଣ କରି ସାଇନ୍ସ ଚାନେଲରେ ତଥ୍ୟ ପ୍ରସାରଣ କରିଛନ୍ତି। ତାହାର ସାରାଂଶ ହେଲା- ଆଡାମ୍‌ ବ୍ରିଜ୍‌ ପ୍ରାକୃତିକ ପ୍ରକ୍ରିୟାରେ ଗଠିତ ହୋଇନାହିଁ। ମନୁଷ୍ୟ ଏହାକୁ ନିର୍ମାଣ କରିଥିଲା। ସମୁଦ୍ର ତଳେ ଥିବା ବାଲିର ସ୍ତର ୪୦୦୦ ବର୍ଷ ପୂର୍ବେ ସୃଷ୍ଟି ହୋଇଥିଲା। ତା’ଉପରେ ଯେଉଁ ପ୍ରସ୍ତର ଖଣ୍ଡମାନ ରହି ରାସ୍ତା ହୋଇଛି ସେଗୁଡିକର ସୃଷ୍ଟି ୭୦୦୦ବର୍ଷ ପୂର୍ବରୁ ହୋଇଥିଲା। ଏଥିରୁ ଜଣାପଡିଲା ପଥରଖଣ୍ଡ ମାନ ଅନ୍ୟ ସ୍ଥାନରୁ ଆନୀତ ହୋଇଛି। ପୂର୍ବରୁ ସେଠାରେ ନ ଥିଲା। ଏବେ ସମସ୍ତେ ସହମତ ହେବେ- ଶ୍ରୀରାମଙ୍କ ବାନରସେନା ଅନ୍ୟ ସ୍ଥାନରୁ ପାହାଡ ଭାଙ୍ଗି ପଥର ଆଣିଛନ୍ତି। ନଳ ଚରିତ୍ରର କଳ୍ପନା କରାଯାଇ ତାଙ୍କ ସ୍ପର୍ଶଦ୍ୱାରା ସେଗୁଡିକ ଜଳରେ ଭାସୁଛନ୍ତି। ଏବେ ସେହି ପ୍ରସ୍ତରଖଣ୍ଡକୁ ପରୀକ୍ଷା କରିବା ଦ୍ୱାରା ଜଣାପଡିଛି, ତାହା ଚୂନପଥର ଜାତୀୟ (ଲାଇମ୍‌ଷ୍ଟୋନ୍‌)। ତେଣୁ ହାଲୁକା ଥିଲା। ସୁତରାଂ ରାମାୟଣ ମହାକାବ୍ୟକୁ ଅବିଶ୍ୱାସ କରିବାର ପ୍ରଶ୍ନ ଉଠୁଛି କୁଆଡୁ? ରେଣୁକା ଏନ୍‌କ୍ଲେଭ, ପୁରୀ, ମୋ-୯୪୩୭୪୯୪୭୭୬
All Right Reserved By

ସମ୍ପାଦକୀୟ |

ଆଧୁନିକ ଶିକ୍ଷା ଓ ସମାଜ

ଆଧୁନିକ ଶିକ୍ଷା ଓ ସମାଜ

ଲଲାଟ କେଶରୀ ନାୟକ

ସ୍ବାମୀ ବିବେକାନନ୍ଦ ତାଙ୍କର ଶିକାଗୋ ଅଭିଭାଷଣରେ କହିଥିଲେ, କୋଟି କୋଟି ଅଦୃଶ୍ୟ ଶିଶିରବିନ୍ଦୁ ଯେମିତି ରାଶି ରାଶି ଗୋଲାପ କଢ଼ିକୁ ପ୍ରସ୍ଫୁଟିତ କରେ, ଠିକ୍‌ ସେହିଭଳି ଜଣେ ବ୍ୟକ୍ତିର ମାନସିକତା ଏକ ସୁସ୍ଥ ଏବଂ ବିକାଶଶୀଳ ରାଷ୍ଟ୍ର ଗଠନର ମୂଳମନ୍ତ୍ର ହୋଇଥାଏ। ଆଇନଶୃଙ୍ଖଳାରେ ଯେତେ ବି ପରିବର୍ତ୍ତନ ହେଉ ନା କାହିଁକି ବା ଶାସନ ଖସଡା ଯେତେ କଠୋର ହେଉ ନା କାହିଁକି, ଯଦି ବ୍ୟକ୍ତିର ମାନସିକତାରେ ପରିବର୍ତ୍ତନ ନ ହୋଇଛି ତେବେ ବିକାଶଶୀଳ ରାଷ୍ଟ୍ର ଗଠନ ଅସମ୍ଭବ। ..

ଏଇ ଭାରତରେ

ଏଇ ଭାରତରେ

ଭାଇ ଭଉଣୀ ମଧ୍ୟରେ ସାଧାରଣତଃ ସ୍ନେହ ମମତା ଅତୁଟ ଥାଏ। ଗୋଟିଏ ମା’ର ସନ୍ତାନ ହୋଇଥିବାରୁ ଦୁହିଁଙ୍କ ମନୋଭାବ ମଧ୍ୟ ପ୍ରାୟତଃ ଏକାପ୍ରକାର ହୋଇଥାଏ। କିନ୍ତୁ ଏକ ଘଟକ୍ରମରେ ଭାଇ ଭଉଣୀ ଗୋଟିଏ ଘରେ ଏକତ୍ର ମୃତ୍ୟୁବରଣ କରିବା ଘଟଣା ସ୍ଥାନୀୟ ଅଞ୍ଚଳ ଲୋକଙ୍କୁ ଚକିତ କରିଛି। ଏପରି ଏକ ଘଟଣା ଘଟିଛି ନାଗପୁରର ତାନ୍ତ୍ୟା ଟୋପେ ନଗର ଅଞ୍ଚଳରେ। ମୋହନ ଓଟଓ୍ବାନି ଏବଂ ..

ସମ୍ପାଦକୀୟ/ସେହି ପୁରୁଣା ଖେଳ

ସମ୍ପାଦକୀୟ/ସେହି ପୁରୁଣା ଖେଳ

ଗତ ଶତାବ୍ଦୀର ଷାଠିଏ-ସତୁରି ଦଶକରେ ଭାରତୀୟ ରାଜନୀତିରେ ‘ଆୟାରାମ ଗୟାରାମ’ ପରିସ୍ଥିତି ଦେଖାଦେଇଥିଲା। କୌଣସି ନିର୍ବାଚିତ ସରକାରକୁ ଗଡ଼ାଇବା ପାଇଁ ଘୋଡ଼ାବେପାର ପ୍ରମୁଖ ଅସ୍ତ୍ର ଭାବେ ବ୍ୟବହାର କରାଯାଉଥିଲା। ଧୀରେ ଧୀରେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ସେହି ମାନସିକତା ଲୋପ ପାଇଆସୁଥିଲା। ଭାଜପା ଜାତୀୟ ଦଳ ହୋଇ ମଧ୍ୟ ଏହାକୁ ଏବେ ପୁନର୍ଜନ୍ମ ଦେବା ଭଳି ମନେହେଉଛି। ଏହାର ସଦ୍ୟ ଦୃଷ୍ଟାନ୍ତ କର୍ନାଟକରେ ଦେଖିବାକୁ ମିଳିଛି। ଏଚ୍‌.ଡି. କୁମାରସ୍ବାମୀଙ୍କ ନେତୃତ୍ୱାଧୀନ ୭ ମାସ ପୁରୁଣା ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌)-କଂଗ୍ରେସ ମେଣ୍ଟ ସରକାର ପ୍ରତି ବିପଦ ସୃଷ୍ଟି ହୋଇଛି। ୧୫ ଜାନୁୟାରୀ ୨୦୧୯ରେ ୨ ଜଣ ସ୍ବାଧୀନ ବିଧାୟକ ସରକାରରୁ ସମର୍ଥନ ପ୍ରତ୍ୟାହାର କରି ଭାଜପା ଆଡ଼କୁ ଢଳିଛନ୍ତି। ୨୨୪ ସଂଖ୍ୟା ବିଶିଷ୍ଟ କର୍ନାଟକ ..

 ବାର୍ଦ୍ଧକ୍ୟର ବିଭାବନା

ବାର୍ଦ୍ଧକ୍ୟର ବିଭାବନା

ଅରୁଣ କୁମାର ପଣ୍ଡା

ପରିବର୍ତ୍ତନ ହିଁ ସଂସାରର ଅପରିବର୍ତ୍ତନୀୟ ନିୟମ। ପ୍ରତ୍ୟେକ ଜୀବ ଏବଂ ବସ୍ତୁ ଧୀରେ ଧୀରେ ପୁରୁଣା ହୁଅନ୍ତି। ବୟସ ବଢ଼ିବା ସଙ୍ଗେ ସଙ୍ଗେ ମଣିଷ ଦେହରେ ଏହାର ଭିନ୍ନ ଭିନ୍ନ ଚିହ୍ନ ଦେଖାଯାଏ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯେପରି ଆୟୁ ବୃଦ୍ଧି ହୁଏ ସେହି ଅନୁସାରେ ବାଲ୍ୟାବସ୍ଥା, ଯୁବାବସ୍ଥା, ବୃଦ୍ଧାବସ୍ଥା ଇତ୍ୟାଦିର ଲକ୍ଷଣ ପ୍ରକଟ ହୁଏ। ବୃଦ୍ଧାବସ୍ଥାରେ ଏପରି ଏକ ଦିନ ଆସେ ଯେତେବେଳେ ଶରୀର ଦୁର୍ବଳ, ଅଙ୍ଗ ଶିଥିଳ ଏବଂ ମନ ଉତ୍ସାହହୀନ ହୋଇଯାଏ ତଥା ମନୁଷ୍ୟ ଥୁଣ୍ଟା ବରଗଛ ପରି ପଡ଼ି ରହେ। ନିଜ ସମୟର ଖୁ..

ଭାରତୀୟ ଜନଜୀବନ ଓ ବିଳମ୍ବ

ଭାରତୀୟ ଜନଜୀବନ ଓ ବିଳମ୍ବ

ରୁଦ୍ର ପ୍ରସନ୍ନ ରଥ

ପିଲାଦିନେ ଗୁରୁଜନମାନେ ଆମକୁ ଉପଦେଶ ଦେଲାବେଳେ ସବୁବେଳେ କର୍ମଠ ଆଉ ସମୟାନୁବର୍ତ୍ତୀ ହେବାକୁ କହିଥାନ୍ତି। ବଡ଼ ହେଲା ପରେ ଅଫିସ୍‌ରେ ମଧ୍ୟ ଆମକୁ ଆମ ଅଫିସର ଠିକ୍‌ ସମୟରେ ଆସିବା ପାଇଁ ତାଗିଦ କରିଥାନ୍ତି। ମାତ୍ର ଏହି ସାମାନ୍ୟ ସମୟାନୁବର୍ତ୍ତିତା ଗୁଣର ଅଭାବ ଯୋଗୁ ଆମେ ଅନେକ ସମୟରେ ହଇରାଣରେ ପଡିଥାଉ। କେତେବେଳେ ଆମେ ଶ୍ରେଣୀ..

ଏଇ ଭାରତରେ

ଏଇ ଭାରତରେ

ଦୁନିଆରେ ଅନେକ ବିସ୍ମୟ ସୃଷ୍ଟିକାରୀ ବ୍ୟକ୍ତି ଅଛନ୍ତି। ସେମାନେ କିଛି ଅସାଧାରଣ କାର୍ଯ୍ୟ କରି ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଉଦାହରଣ ପାଲଟିଯାଆନ୍ତି। ଏପରି ଜଣେ ବିରଳ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି ମଧ୍ୟପ୍ରଦେଶର ମୈନା ଗଁାର କୈଳାସ। ସଭିଏଁ ତାଙ୍କୁ ବିଷପୁରୁଷ ବୋଲି ସମ୍ବୋଧନ କରିଥାଆନ୍ତି। କୈଳାସ ପ୍ରତିଦିନ ୧୦ଟି ଝିଟିପିଟି ଖାଆନ୍ତି। ଅନ୍ୟମାନଙ୍କ ପାଇଁ ଏହା ଏକ ଘୃଣାର ବିଷୟ ହୋଇପାରେ। କିନ୍ତୁ ସେ ଏଗୁଡିକୁ ଆନନ୍ଦରେ ଭକ୍ଷଣ କରିଥାଆନ୍ତି। ଏହା ତାଙ୍କର ଅଭ୍ୟାସରେ ପରିଣତ ହୋଇଗଲାଣି। ଘରେ ବାହାରେ ଯେଉଁଠି ହେଲେ ମଧ୍ୟ ଝିଟିପିଟି ଦେଖିଲେ ସେ ଏହାକୁ ଧରି ଅତି ଆନନ୍ଦରେ ଖାଇଥାଆନ୍ତି। ଗତ ୨୦ବର୍ଷ ଧରି ସେ ଏହି ଅଭ୍ୟାସ ଜାରି ରଖିଆସିଛନ୍ତି। ସେ ଇତିମଧ୍ୟରେ ୬୦ରୁ ଅଧିକ ପ୍ରଜାତିର ବିଷାକ୍ତ ପ୍ରାଣୀଙ୍କୁ ଖାଇ ସାରିଲେଣି। ଯେଉଁଦିନ ସେ କୌଣସି ବିଷାକ୍ତ ଜୀବ ନ ଖାଆନ୍ତି ତାଙ୍କ ମନରେ ଏକ ଅଦ୍ଭୁତ ଅନୁଭବ ସୃଷ୍ଟି ହୋଇଥାଏ ବୋଲି କୈଳାସ କହିଥାଆନ୍ତି। ଗଁାରେ କାହାକୁ ସାପ କାମୁଡ଼ିଲେ ଏଥିପାଇଁ ଚିନ୍ତା ନ ଥାଏ। କୈଳାସକୁ ତୁରନ୍ତ ଡକାଯାଏ। କାମୁଡା ଅଂଶରେ ସେ ପାଟି ଲଗାଇ ବିଷ ଶୋଷି ବାହାର କରିଥାଆନ୍ତି। ଏଥିପାଇଁ ଗଁା ଲୋକେ କୈଳାସଙ୍କ ଏପରି ଅଭ୍ୟାସକୁ ନିନ୍ଦା ନ କରି ବରଂ ପସନ୍ଦ କରିଥାଆନ୍ତି। ବାସ୍ତବରେ କୈଳାସ ବିରଳ ବ୍ୟକ୍ତିମାନଙ୍କ ମଧ୍ୟରୁ ଅନ୍ୟତମ।


ସିକ୍ରି ବିକ୍ରି

ସିକ୍ରି ବିକ୍ରି

ସମ୍ପାଦକୀୟ/ତଥାଗତ ସତପଥୀ

ଗତବର୍ଷ ଜାନୁୟାରୀ ୧୨ରେ ସୁପ୍ରିମକୋର୍ଟର ୪ଜଣ ବରିଷ୍ଠ ବିଚାରପତି ତତ୍କାଳୀନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଥିଲେ। ସେହି ଅଭିଯୋଗକାରୀଙ୍କ ମଧ୍ୟରେ ଆଜିର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଥିଲେ ଅନ୍ୟତମ। ଦେଶର ସର୍ବୋଚ୍ଚ ନ୍ୟାୟ ବ୍ୟବସ୍ଥାରେ ଖୋଲାଖୋଲି ବିଦ୍ରୋହକୁ ନେଇ ସେତେବେଳେ ଦେଶବ୍ୟାପୀ ଚହଳ ପଡ଼ିଯାଇଥିଲା। ଏହାର ଠିକ୍‌ ବର୍ଷେ ପରେ ଅର୍ଥାତ୍‌ ୧୩ ଜାନୁୟାରୀ ୨୦୧୯ରେ ନ୍ୟାୟପାଳିକାର ଚରିତ୍ର ଉପରେ ପୁଣି ପ୍ରଶ୍ନ ଉଠିଛି। ସୁପ୍ରିମକୋର୍ଟ ବିଚାରପତି ଅର୍ଜନ କୁମାର ସିକ୍ରିଙ୍କୁ କମନ୍‌ଓ୍ବେଲ୍‌ଥ ସେକ୍ରେଟାରିଏଟ୍‌ ଆର୍ବିଟ୍ରାରି ଟ୍ରିବ୍ୟୁନାଲ (ସିଏସ୍‌ଏଟି)କୁ ..

ଆମ ଭିଆଇପି ସଂସ୍କୃତି

ଆମ ଭିଆଇପି ସଂସ୍କୃତି

ବୈକୁଣ୍ଠ ନାଥ ମିଶ୍ର

ଭାରତ ସ୍ବାଧୀନ ହେବା ସହ ଏ ଦେଶରୁ ରାଜତନ୍ତ୍ରର ବିଲୋପ ଘଟି ଗଣତନ୍ତ୍ର ପ୍ରତିଷ୍ଠିତ ହୋଇଛି। ୧୯୫୦ ଜାନୁୟାରୀ ୨୬ ତାରିଖଠାରୁ ଏଯାବତ୍‌ ସାତ ଦଶନ୍ଧି ଧରି ଭାରତୀୟ ଜନତା ଗଣତନ୍ତ୍ରକୁ ପ୍ରତ୍ୟକ୍ଷ କରି ଆସୁଛନ୍ତି। କିନ୍ତୁ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ଭାରତୀୟ ଜନଗଣଙ୍କୁ ବିସ୍ମିତ କରିଛି ଯେ ଏ କ’ଣ ସେହି ଶାସନ ବ୍ୟବସ୍ଥା, ଯାହାର ପ୍ରାପ୍ତି ପାଇଁ ଏତେ ସଂଗ୍ରାମ ଓ ରକ୍ତଦାନ କରିବାକୁ ପଡିଥିଲା? କାରାଗାରର ଅନ୍ଧକାରାଚ୍ଛନ୍ନ କୋଠରିରେ ଜିଅନ୍ତା ଶବର ଅନୁଭୂତି ନେଇ ବିଦେଶୀ ..

ଭାଷା ବଞ୍ଚିବ ବ୍ୟବହାରରେ

ଭାଷା ବଞ୍ଚିବ ବ୍ୟବହାରରେ

ଅରୁଣ ଦାସ

କଥାରେ ଅଛି- ସମସ୍ତେ କାନ୍ଦୁଛନ୍ତି, ହେଲେ କାହା ଆଖିରେ ଲୁହ ନାହିଁ। ସେହିପରି କିଛି ଶିକ୍ଷିତ ଓଡ଼ିଆ ମାତୃଭାଷା ସୁରକ୍ଷା, ଭାଷା ବଞ୍ଚାଅ ପରି ଅଭିଯାନ ଚଳାଇଛନ୍ତି। ସଭାସମିତିରେ ଆବେଗପୂର୍ଣ୍ଣ ଭାଷଣ ଦେଇ ଗଳା ଫଟାଉଛନ୍ତି। ହେଲେ ଅସଲରେ ‘କହି ଦେଉଥାଏ ପରକୁ, ବୁଦ୍ଧି ନ ଦିଶଇ ଘରକୁ’ ଭଳି ଆମ ନିଜ ଘରେ ହିଁ ସବୁଯାକ ଅଶୁଦ୍ଧି। ଅଧିକାଂଶ ଘରେ ପିଲା ବାପା, ବୋଉ ବଦଳରେ ଡାଡି, ମମି ବା ଡାଡ୍‌, ମମ୍‌ ଶବ୍ଦ ଉଚ୍ଚାରଣ କରୁଛନ୍ତି। ମଉସା, ମାଉସୀ, ମାମୁ, ମାଈଁ, କକା, ଖୁଡ଼ୀ ଆଦି ଶବ୍ଦର ସ୍ଥାନ ..

ଏଇ ଭାରତରେ

ଏଇ ଭାରତରେ

ଚିତାବାଘ ଏକ ମାଂସାଶୀ ଓ ଶିକାରୀ ପ୍ରାଣୀ। ଏହା କୁକୁର ଭଳି ନିରୀହ ପ୍ରାଣୀଙ୍କୁ ମାରି ଖାଏ। କିନ୍ତୁ ଉଭୟ ପ୍ରାଣୀ ମଧ୍ୟରେ ଖାଦ୍ୟ-ଖାଦକ ସମ୍ପର୍କ ଥିଲେ ବି ବିପଦରେ ପଡିଲେ ଖାଦକ ପ୍ରାଣୀ ଆଉ ଶିକାର ନ କରି ଦୟାବାନ୍‌ ପାଲଟିଯାଏ। ଏପରି ଏକ ଉଦାହରଣ ..

ପ୍ରତିଶ୍ରୁତି ରକ୍ଷାକାରୀ

ପ୍ରତିଶ୍ରୁତି ରକ୍ଷାକାରୀ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜଣେ ଅତି ଜିଦ୍‌ଖୋର ବ୍ୟକ୍ତି ବୋଲି ବାରମ୍ବାର ପ୍ରମାଣିତ ହେଉଛି। ତାଙ୍କର କଠୋର ମନୋଭାବ ଯୋଗୁ ଆମେରିକାର ବୋମା ବର୍ଷଣ ଘଟିବାରୁ ଇସ୍‌ଲାମିକ ଷ୍ଟେଟ(ଆଇଏସ୍‌) ଏବେ ଦୁର୍ବଳ ହେବାରେ ଲାଗିଛି। ସେହିଭଳି ତାଙ୍କ ଜିଦି ଯୋଗୁ ଉତ୍ତରକୋରିଆ ନେତା କିମ୍‌ ଜଙ୍ଗ୍‌ ଉନ୍‌ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେଲେ। କେବଳ ବହିର୍ବ୍ୟାପାର ପ୍ରସଙ୍ଗ ନୁହେଁ, ଆଭ୍ୟନ୍ତରୀଣ କାର୍ଯ୍ୟରେ ମଧ୍ୟ ଟ୍ରମ୍ପଙ୍କ ଏକଜିଦିଆ ନିଷ୍ପତ୍ତି ଆମେରିକୀୟମାନଙ୍କୁ ନୂତନ ପରିସ୍ଥିତିରେ ପକାଉଛି। ଭାରତରେ ରହି ଆମେରିକାର ଭିତିିରି ପରିସ୍ଥିତି ସମ୍ପର୍କରେ ମତ ଦେବା କଷ୍ଟକର ହୋଇଥାଏ। 

ସନ୍ତୁଳିତ ଜନସଂଖ୍ୟା ଓ ବିକାଶ

ସନ୍ତୁଳିତ ଜନସଂଖ୍ୟା ଓ ବିକାଶ

ନାରାୟଣ ପଣ୍ଡା

ଜନବଳ ଗୋଟିଏ ଦେଶର ସମ୍ପତ୍ତି। ପ୍ରାଚୀନ ଭାରତର ରାଜନୀତିବିଜ୍ଞାନୀ ଓ ଦାର୍ଶନିକ ଚାଣକ୍ୟ ଜନବଳକୁ ରାଜ୍ୟର ରାଜନୀତି, ଅର୍ଥନୀତି ଓ ସାମାଜିକ ଶକ୍ତିର ଉତ୍ସ ଭାବୁଥିଲେ। ତାଙ୍କ ସମୟରେ ବିଧବା ବିବାହକୁ ମଧ୍ୟ ପ୍ରୋତ୍ସାହନ ଦିଆଯାଉଥିଲା। ଗ୍ରୀକ୍‌ ଦାର୍ଶନିକ ପ୍ଲାଟୋ ଓ ଆରିଷ୍ଟଟଲ ନଗରରାଜ୍ୟ ପାଇଁ ବିପୁଳ ଜନସଂଖ୍ୟାର ଆବଶ୍ୟକତା ସ୍ବୀକାର କରିଛନ୍ତି।