Dharitri News
ବାଲେଶ୍ୱର

ତାଳସାରୀ-ଉଦୟପୁର-ଦୀଘାରେ ଲକ୍ଷାଧିକ ପର୍ଯ୍ୟଟକ

ତାଳସାରୀ-ଉଦୟପୁର-ଦୀଘାରେ ଲକ୍ଷାଧିକ ପର୍ଯ୍ୟଟକ ଭୋଗରାଇ,୨୫।୧୨(ଡି.ଏନ.ଏ.)-ବଡଦିନ ଅବସରରେ ସୋମବାର ତାଳସାରୀ-ଉଦୟପୁର-ଦୀଘା, ଶଙ୍କରପୁର-ତାଜପୁର ଓ ମନ୍ଦାରମଣି ସମୁଦ୍ରକୂଳରେ ହଜାର ହଜାର ପର୍ଯ୍ୟଟକଙ୍କ ସମାଗମ ହୋଇଥିଲା। ପର୍ଯ୍ୟଟକମାନେ ସମୁଦ୍ରକୁ ସ୍ନାନ କରିବାର ମଜା ଉଠାଇଥିଲେ। ତାଳସାରୀ ଓଟିଡ଼ିସିରେ ପର୍ଯ୍ୟଟକଙ୍କ ରହିବା ପାଇଁ ସୁବିଧା ନ ମିଳିବାରୁ ସେମାନେ ଦୀଘା ଫେରିଯାଇଥିଲେ। ବଡ଼ଦିନରେ ଦୀଘାରେ ଦେଢ଼ହଜାରରୁ ଊର୍ଦ୍ଧ୍ୱ ହୋଟେଲ ଓ ଲଜ୍‌ରେ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ରଙ୍ଗବେରଙ୍ଗର ବିଦ୍ୟୁତ୍‌ ଆଲୋକ ସଜ୍ଜିତ କରାଯାଇଛି। ତାଳସାରୀ ବେଳାଭୂମିରେ ଥିବା ୨ଟି ହାଇମାଷ୍ଟ ଲାଇଟ୍‌ ଜଳୁ ନ ଥିବାରୁ ପର୍ଯ୍ୟଟକମାନେ ସନ୍ଧ୍ୟା ପୂର୍ବରୁ ଦୀଘା ମୁହାଁ ହେଉଛନ୍ତି। ତାଳସାରୀ ସମୁଦ୍ର୍ର ବେଳାଭୂମିରୁ ଦୀଘା-ଶଙ୍କରପୁର ବେଳାଭୂମି ମଧ୍ୟରେ ଥିବା ଝାଉଁ ଜଙ୍ଗଲରେ ବହୁ ଦୂରଦୂରାନ୍ତରୁ ଆସିଥିବା ପର୍ଯ୍ୟଟକମାନେ ପିକନିକ୍‌ ପାର୍ଟିର ଭୋଜିଭାତ ସହ ସଙ୍ଗୀତର ଆସର ଜମାଇଥିଲେ। ଦୀଘାରେ ବିଜ୍ଞାନକେନ୍ଦ୍ର, ଅମରାବତୀ ପାର୍କ, ମେରାଇନ୍‌ ଆକ୍ୟୁରିୟମ୍‌ ଆଦି ସ୍ଥାନରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଲାଗିଛି। ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ଜୀଉଙ୍କଠାରେ ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଚନ୍ଦନେଶ୍ୱର-ତାଳସାରୀ, ଚନ୍ଦନେଶ୍ୱର-ଉଦୟପୁର ଓ ଦୀଘା ରାସ୍ତାରେ ଚାରିଚକିଆ ଯାନର ଲମ୍ବା ଲାଇନ୍‌ ଲାଗିଛି। ୩ ଦିନ ସରକାରୀ ଛୁଟି ଥିବାରୁ ଏହି ପର୍ଯ୍ୟଟନ ସ୍ଥଳରେ ନାହଁି ନ ଥିବା ଭିଡ଼ ଲାଗିଥିବାରୁ ପୋଲିସକୁ ନାକେଦମ୍‌ ହେବାକୁ ପଡ଼ିଛି। ପ୍ରଚଣ୍ଡ ଶୀତ ସତ୍ତ୍ୱେ ପର୍ଯ୍ୟଟକମାନେ ସୋମବାର ଭୋର୍‌ରୁ ସୂର୍ଯ୍ୟୋଦୟ ଓ ଅପରାହ୍ନରେ ସୂର୍ଯ୍ୟାସ୍ତର ଅପୂୂର୍ବ ମନୋରମ ଦୃଶ୍ୟ ଉପଭୋଗ କରିଛନ୍ତି।

ବାଲେଶ୍ୱର

କେନାଲକୁ ଓଲଟିଲା ପିକ୍‌ଅପ୍‌ ଭ୍ୟାନ,୧୬ ଶ୍ରମିକ ଗୁରୁତର

କେନାଲକୁ ଓଲଟିଲା ପିକ୍‌ଅପ୍‌ ଭ୍ୟାନ,୧୬ ଶ୍ରମିକ ଗୁରୁତର

ବାସୁଦେବପୁର,୨୦।୧(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଆରୁହା-ବେତଡା କେନାଲର ନଇଛଣପୁରଠାରେ ଶନିବାର ପୂର୍ବାହ୍ନରେ ଏକ ପିକ୍‌ଅପ୍‌ ଭ୍ୟାନ ଭାରସାମ୍ୟ ହରାଇ କେନାଲ ମଧ୍ୟକୁ ଖସିପଡ଼ିଥିବା ସୂଚନା ମିଳିଛି। ଫଳରେ ଗାଡିରେ ଥିବା ୧୬ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି।

ଅଗ୍ନିକାଣ୍ଡରେ ୭୫ ବଖରା ଧ୍ୱଂସ

ଅଗ୍ନିକାଣ୍ଡରେ ୭୫ ବଖରା ଧ୍ୱଂସ

ଭଦ୍ରକ ଅଫିସ, ୨୦।୧: ଭଦ୍ରକ ଜିଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ଖଡିମାହାରା ଭାରତୀ ସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୭୫ ବଖରା ପୋଡି ପାଉଁଶ ହୋଇଯାଇଛି। ଫଳରେ ୨୮ଟି ପରିବାର ସର୍ବସ୍ବାନ୍ତ ହୋଇଛନ୍ତି।

ବରିଷ୍ଠ ଆଇନଜୀବୀ ବିମାନଙ୍କ ପରଲୋକ

ଭଦ୍ରକ ଅଫିସ,୧୯।୧-ଭଦ୍ରକର ବରିଷ୍ଠ ଦେୱାନୀ ଆଇନଜୀବୀ ବିମାନ ଚନ୍ଦ୍ର ରାୟ(୭୨)ଙ୍କ ପରଲୋକ ଘଟିଛି। ଗତ କିଛି ଧରି ସେ ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ।

ତେଜିଲା ମଦ ବିରୋଧୀ ଆନ୍ଦୋଳନ

ଚାନ୍ଦବାଲି,୧୯।୧(ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ଅଞ୍ଚଳରେ ଦିନକୁ ଦିନ ଚୋରାମଦ କାରବାର ବଢି ଚାଲିଛି।

ନିଶା ସାହିତ୍ୟ, ପେଶା ଚା’ ଦୋକାନ

ନିଶା ସାହିତ୍ୟ, ପେଶା ଚା’ ଦୋକାନ

ଭଦ୍ରକ ଅଫିସ,୧୯।୧-ନିଶାରେ ଜଣେ ସାହିତ୍ୟ ସାଧକ, ହେଲେ ପେଶା ଚା’ ଦୋକାନ। ଜୀବନ ଜୀବିକା ପାଇଁ ସକାଳ ୫ରୁ ରାତି ୧୧ଟା ପର୍ଯ୍ୟନ୍ତ ଚା’ ଦୋକାନରେ ଗ୍ରାହକଙ୍କ ସହ ସେ ସମୟ ବିତାଇଥାନ୍ତି। କେବେ କେମିତି ଅବସର ପାଇଲେ ସେ ସାହିତ୍ୟର ଆକର୍ଷଣରେ ବାନ୍ଧି ହୋଇଯାଆନ୍ତି।

ପୂରଣ ହେଉନି ରାଜସ୍ବ ଆଦାୟ ଲକ୍ଷ୍ୟ

ଭଦ୍ରକ ଅଫିସ,୧୯।୧ -ଭଦ୍ରକ ଜିଲାରେ ଥିବା ତହସିଲଗୁଡ଼ିକରୁ ଲକ୍ଷ୍ୟ ଧାର୍ଯ୍ୟ ମୁତାବକ ରାଜସ୍ବ ଆଦାୟ କରାଯାଇପାରୁନାହିଁ। ଆଗାମୀ ମାଚ୍ଚ ସୁଦ୍ଧା ୨୯କୋଟି ରାଜସ୍ବ ଲକ୍ଷ୍ୟଧାର୍ଯ୍ୟ ରଖାଯାଇଥିବା ବେଳେ ଗତ ଡିସେମ୍ବର ସୁଦ୍ଧା ମାତ୍ର ୯କୋଟି ରାଜସ୍ବ ସଂଗ୍ରହ ହୋଇଛି। ଏହାକୁ ନେଇ ପ୍ରଶାସନିକ ମହଲରେ ତନାଘନା ଆରମ୍ଭ ହୋଇଛି।

ହେମନ୍ତଙ୍କୁ ଭେଟିଲେ ରାଜସ୍ବ ନିରୀକ୍ଷକ

ଖଇରା, ୧୯।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ନହଙ୍ଗ ପଞ୍ଚାୟତ ଅଧିନ ରୁସ୍ତମପୁର ଗ୍ରାମରେ ୩ବର୍ଷ ଧରି ଶିକୁଳିରେ ବନ୍ଧା ହୋଇଥିବା ହେମନ୍ତ କୁମାର ସେଠୀଙ୍କୁ ଡୁଙ୍ଗୁରା ରାଜସ୍ବ ନିରୀକ୍ଷକ ବସନ୍ତ କୁମାର ବେଜ ଭେଟିଛନ୍ତି।

ଭୋଟ ଗଣତି ଦାବିକୁ ନେଇ ଗଣ୍ଡଗୋଳ

ଭୋଟ ଗଣତି ଦାବିକୁ ନେଇ ଗଣ୍ଡଗୋଳ

ଉଦଳା, ୧୯।୧(ଡି.ଏନ.ଏ.) -ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଅଧୀନ କୋଚିଳାଡିହା ପଞ୍ଚାୟତର ୨ ନଂ ୱାର୍ଡ ଓ ରାଢୋ ପଞ୍ଚାୟତର ୧୨ ନଂ ୱାର୍ଡରେ ଶୁକ୍ରବାର ୱାର୍ଡ ସଭ୍ୟ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଉଭୟ ଓ୍ବାର୍ଡରେ ନିର୍ବାଚନ ଶାନ୍ତିଶୃଙ୍ଖଳାରେ ଶେଷ ହୋଇଥିବା ବେଳେ ୨ ନଂ ଓ୍ବାର୍ଡବାସୀ କିନ୍ତୁ ସଙ୍ଗେ ସଙ୍ଗେ ଗଣତି କରିବାକୁ ଦାବି କରିଥିଲେ।

ପରିତ୍ୟକ୍ତ କୂଅରେ ପଡି ଶିଶୁ ମୃତ

ଖଇରା,୧୯।୧(ଡି.ଏନ.ଏ.)-ଖଇରା ଥାନା ଗୁଆପାଳ ଗ୍ରାମର ବଂଶୀଧର ଓଝାଙ୍କର ପୁଅ ରାଜା ଓଝା (୬) ଖେଳୁଥିବା ବେଳେ ଗ୍ରାମର ଏକ ପରିତ୍ୟକ୍ତ କୂଅ ଭିତରେ ପଡିଯାଇଥିଲେ।

ମଧ୍ୟାହ୍ନଭୋଜନ ଆତ୍ମସାତ

ନୀଳଗିରି, ୧୯।୧(ଡି.ଏନ.ଏ.)-ନୀଳଗିରି ବ୍ଲକ ହଳଦୀ ପାଟଣା ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଆତ୍ମସାତ୍‌ କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ଶୁକ୍ରବାର ଔପଦା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ବିଆରସିସି ବଂଶୀଧର ଜେନା ଓ ଦକ୍ଷିଣ ନରସିଂହପୁର ସିଆରସିସି ଈଶ୍ୱର ଚନ୍ଦ୍ର ରଥ ଉକ୍ତ ବିଦ୍ୟାଳୟକୁ ଯାଇ ପରିଦର୍ଶନ କରି ଫେରିଯାଇଛନ୍ତି।

ନିମ୍ବ କାଠ ଜବତ କଲା ବନବିଭାଗ

ନିମ୍ବ କାଠ ଜବତ କଲା ବନବିଭାଗ

ରୂପ୍‌ସା,୧୯।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ରେଞ୍ଜ ଅଫିସର ପ୍ରଫୁଲ କୁମାର ମଲିକଙ୍କ ତତ୍ତ୍ୱାବଧାନରେ ଶୁକ୍ରବାର ବସ୍ତା ଥାନା ଅନ୍ତର୍ଗତ ବାହାର୍ଦ୍ଦା ଗ୍ରାମରେ ଅଚାନକ ଚଢ଼ାଉ କରାଯାଇଛି।

ନୂତନ ଜିଲାପାଳଙ୍କୁ ଦିବ୍ୟାଙ୍ଗ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧନା

ନୂତନ ଜିଲାପାଳଙ୍କୁ ଦିବ୍ୟାଙ୍ଗ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧନା

ବାଲେଶ୍ୱର ଅଫିସ, ୧୯।୧-ବାଲେଶ୍ୱରରେ ନବନିଯୁକ୍ତ ଜିଲାପାଳ ରମେଶ ଚନ୍ଦ୍ର ରାଉତଙ୍କୁ ଦିବ୍ୟାଙ୍ଗ ସଙ୍ଗଠନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ସଙ୍ଗଠନ ସଭାପତି ଭିନ୍ନକ୍ଷମ ଜାତୀୟ କ୍ରୀଡ଼ାବିତ୍‌ ସୁଧାକର ସେଠୀ, କର୍ମକର୍ତ୍ତା ଜ୍ୟୋତିର୍ମୟୀ ଶତପଥି, ନିରଞ୍ଜନ ଜେନା, ସୁରେନ୍ଦ୍ର ଦାସ, ଉପଦେଷ୍ଟା ଉଷାରାଣୀ ଦାସ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ବାଗତ କରିଥିଲେ।