Dharitri News
ବାଲେଶ୍ୱର

ଚର୍ଚ୍ଚରେ ସାମୂହିକ ପ୍ରାର୍ଥନା

ଚର୍ଚ୍ଚରେ ସାମୂହିକ ପ୍ରାର୍ଥନା ବାରିପଦା ଅଫିସ,୨୫।୧୨- ବଡ ଦିନ ଅବସରରେ ସୋମବାର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି। ସେହିପରି ମୟୂରଭଞ୍ଜ ଜିଲାରେ ଥିବା ବିଭିନ୍ନ ଚର୍ଚମାନଙ୍କରେ ମଧ୍ୟ ଏହି ଉତ୍ସବ ବେଶ ଜାକ ଜମକରେ ପାଳିତ ହୋଇଛି। ଜିଲାର ନଙ୍ଗଳକଟାରେ ଥିବା ଏସଏସପିଟର ଆଣ୍ଡ କ୍ୟାଥେଲଟିକ ଚର୍ଚ୍ଚ ଶହେ ବର୍ଷରୁ ଅଧିକ ପୁରୁଣା। ସୋମବାର ଏଠାରେ ବେଶ୍‌ ଜାକଜମକରେ ବଡ ଦିନ ପାଳିତ ହୋଇଥିବା ବେଳେ ବହୁ ଗହଳି ପରିଲକ୍ଷିତ ହୋଇଥିଲା। ବଡ଼ଦିନ ଅବସରରେ ଏଠାରେ ସାମୂହିକ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ପ୍ରାର୍ଥନା ଗୃହକୁ ନୂଆ ରଙ୍ଗ କରାଯିବା ସହିତ ପରିବେଶକୁ ସବୁଜ ସୁନ୍ଦର ଭାବେ ସଜାଯାଇଛି। ଏହାଛଡା ବାରିପଦା ସହରରେ ଥିବା ୟୁନିୟନ ଚର୍ଚରେ ମଧ୍ୟ ଉତ୍ସାହ ଦେଖାଦେଇଛି। ଚାରିଆଡେ ଲାଲ ଚକମକ କାଗଜ ଫୁଲରେ ସଜାଯାଇଛି। ବଡ଼ଦିନକୁ ଆଖି ଆଗରେ ରଖି ବିଭିନ୍ନ ଚର୍ଚ ଓ ଗୀର୍ଜା ଘରମାନଙ୍କରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି। ମୟୂରଭଞ୍ଜ ଜିଲାର ପ୍ରାୟ ଶହେରୁ ଅଧିକ ଛୋଟବଡ ଚର୍ଚ ରହିଛି। ୨୪ତାରିଖ ମଧ୍ୟ ରାତ୍ରୀରେ ପ୍ରଭୁ ଯୀଶୁଙ୍କ ଜନ୍ମ ଉତ୍ସବ ପାଳିତ ହୋଇଥିଲା। ମୟୂରଭଞ୍ଜ ଜିଲାରେ ଥିବା ଠାକୁରମୁଣ୍ଡା, ଉଦଳା, ରାଇରଙ୍ଗପୁର, କରଞ୍ଜିଆ ଆଦି ବିଭିନ୍ନ ସ୍ଥାନଙ୍କରେ ଥିବା ଚର୍ଚରେ ମଧ୍ୟ ଏହା ପାଳିତ ହୋଇଛି।

ବାଲେଶ୍ୱର

ଅନଶନରେ ବସିଲେ ମା’, ଝିଅ

ଅନଶନରେ ବସିଲେ ମା’, ଝିଅ

କେନ୍ଦୁଝର,୧୭।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ନଦୀବନ୍ଧ ଥାନା ଅଧୀନ କଳିଗାଁର ଏକ ପରିବାରର ଜଣେ ଅସହାୟ ମହିଳା ଶାନ୍ତିଲତା ସେଠୀ ତାଙ୍କ ଝିଅ ସହ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନରେ ବସିଛନ୍ତି।

ଦୁର୍ଘଟଣାରେ ଭାଲୁ ମୃତ

ଦୁର୍ଘଟଣାରେ ଭାଲୁ ମୃତ

କେନ୍ଦୁଝର,୧୭।୧(ସ୍ବ.ପ୍ର.): କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ନେକଡାଘର ନିକଟ ଏନ୍‌ଏଚ୍‌ ୨୦ରେ ଦୁର୍ଘଟଣାରେ ଏକ ଅଣ୍ଡିରା ଭାଲୁର ମୃତ୍ୟୁ ଘଟିଛି। ଭାଲୁଟିର ବୟସ ୧୫ବର୍ଷ ଏବଂ ଓଜନ ୭୦ କିଗ୍ରା ହେବ। ରାସ୍ତାପାରି ହେବାବେଳେ ଦୁର୍ଘଟଣା ଘଟିଥିବା କୁହାଯାଉଛି।

ରବି ଫସଲ ବନ୍ଦ ଆଶଙ୍କା

ଝୁମ୍ପୁରା, ୧୬।୧(ଡି.ଏନ୍‌.ଏ.)-ଜଳସେଚନ ବିଭାଗ କର୍ତ୍ତୃପକ୍ଷଙ୍କ ଖାମଖିଆଲି କାରଣରୁ ଚଳିତ ବର୍ଷ ରବି ଫଲଲ ବନ୍ଦ ଆଶଙ୍କା ଦେଖା ଦେଇଛି। ଫଳରେ ଚାଷୀକୁଳ ଚିନ୍ତାରେ ରହିଛନ୍ତି। କେନାଲ ମରାମତି ଆଳରେ ବିଭାଗ ପକ୍ଷରୁ ଚଳିତ ବର୍ଷ ରବି ଫସଲ ନିମନ୍ତେ କେନାଲରେ ପାଣି ଛଡ଼ା ଯିବ ନାହିଁ ବୋଲି ନୋଟିସ ଜାରି ହୋଇଛି।

ନିଆଁ ଲାଗିଲେ ନାହିଁ ବଞ୍ଚିବାର ବାଟ

କେନ୍ଦୁଝର, ୧୬।୧(ସ୍ବ.ପ୍ର.)-କେନ୍ଦୁଝର ସହରରେ ବିଭିନ୍ନ ସପିଂମଲ୍‌, ମାର୍କେଟ କମ୍ପ୍ଲେକ୍ସ, ହୋଟେଲ, ଲଜ୍‌, କଲ୍ୟାଣମଣ୍ଡପ, ନର୍ସିଂହୋମ, କେତକ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସିନେମା ହଲ୍‌, ବେସରକାରୀ କଲେଜ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥାଇ ଚାଲୁଥିବା ଅଭିଯୋଗ ହେଉଛି।

କଳାକାରଙ୍କ ସାଂସ୍କୃତିକ ଶୋଭାଯାତ୍ରା

କଳାକାରଙ୍କ ସାଂସ୍କୃତିକ ଶୋଭାଯାତ୍ରା

ଭଦ୍ରକ ଅଫିସ,୧୬। ୧-ଭଦ୍ରକ ସହରାଞ୍ଚଳରେ କଳାକାରଙ୍କୁ ନେଇ ନଗରକଳା ସଂସ୍କୃତି ସଂଘ ଗଠିତ ହୋଇଛି। ମଙ୍ଗଳବାର ଶହୀଦସ୍ମୃତିଭବନ ପରିସରରେ ଏହି ସଂଘର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ତ୍ରୁଟିପୂର୍ଣ୍ଣ ମାପ ଓଜନ ମେଶିନ ବଦଳାଇବା ପାଇଁ ନିର୍ଦ୍ଦେଶ

ଭଦ୍ରକ ଅଫିସ,୧୬ା୧- ଭଦ୍ରକ ବ୍ଳକ ଅନ୍ତର୍ଗତ କୋରକୋରା ସେବାସମବାୟ ସମିତିରେ ଡିଜିଟାଲ ୱେଟ ମେଶିନ ମାଧ୍ୟମରେ ଚାଷୀଙ୍କୁ ଠକେଇ କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା।

ସେବା ସମବାୟ ସମିତିରେ ତାଲା ପକାଇଲେ ଚାଷୀ

ସେବା ସମବାୟ ସମିତିରେ ତାଲା ପକାଇଲେ ଚାଷୀ

ବାହାନଗା,୧୬।୧(ଡି.ଏନ.ଏ.)-ବିଭିନ୍ନ ଦାବି ନେଇ ମଙ୍ଗଳବାର ବାହାନଗା ବ୍ଳକ ଆଳଦା ସେବା ସମବାୟ ସମିତିରେ ଚାଷୀମାନେ ତାଲା ପକାଇ ଧାରଣାରେ ବସିଥିଲେ। ଏସିଏସଓ (ଅତିରିକ୍ତ ସିଭିଲି୍‌ ସପ୍ଲାୟର)ମଣି ଚରଣ ପାତ୍ର ଙ୍କ ପ୍ରତିଶ୍ରୁତି ପରେ ଚାଷୀମାନେ ଧାରଣା ହଟିବା ସହ ତାଲା ଖୋଲିଥିଲେ।

ନିଅଁ।ରେ ପୋଡ଼ି ସ୍ତ୍ରୀ ଅର୍ଦ୍ଧଦଗ୍ଧ, ସ୍ବାମୀ ଗୁରୁତର

ସଜନାଗଡ଼,୧୬।୧(ଡି.ଏନ.ଏ.)-ନୀଳଗିରି ଥାନା ଅଯୋଧ୍ୟା ଗ୍ରାମର ରିଣ୍ଟୁ ମୁଖି (୨୨) ଓ ତାଙ୍କ ସ୍ତ୍ରୀ ତପସ୍ବିନୀ ମଙ୍ଗଳବାର ନିଅଁ।ରେ ପୋଡି ଗୁରୁତର ହୋଇଛନ୍ତି।

୩ ବର୍ଷ ହେଲା ପାଦରେ ଶିକୁଳି

୩ ବର୍ଷ ହେଲା ପାଦରେ ଶିକୁଳି

ଖଇରା, ୧୪। ୧(ଉତ୍କଳ ବନ୍ଧୁ ପଣ୍ଡା)-ବାଲେଶ୍ୱର ଜିଲା ଖଇରା ବ୍ଲକ ନହଙ୍ଗ ପଞ୍ଚାୟତ ରୁସ୍ତମପୁର ଗାଁରେ ରୁହନ୍ତି ପୂର୍ଣ୍ଣଚନ୍ଦ୍ରଙ୍କ ପରିବାର। ପରିବାର କହିଲେ ସ୍ତ୍ରୀ, ୨ ପୁଅ, ଗୋଟିଏ ଝିଅକୁ ବୁଝାଏ।

ଭୀମକୁଣ୍ଡ ମହୋତ୍ସବ ଉଦ୍‌ଯାପିତ

ଭୀମକୁଣ୍ଡ ମହୋତ୍ସବ ଉଦ୍‌ଯାପିତ

ଠାକୁରମୁଣ୍ଡା,୧୬। ୧(ଡି.ଏନ.ଏ.)- ଠାକୁରମୁଣ୍ଡା ବ୍ଲକର ପର୍ଯ୍ୟଟନୀସ୍ଥଳୀ ଭୀମକୁଣ୍ଡଠାରେ ମକର ସଂକ୍ରାନ୍ତିଠାରୁ ଆରମ୍ଭ ହୋଇ ୩ଦିନ ଧରି ଚାଲିଥିବା ଭୀମକୁଣ୍ଡ ମହୋତ୍ସବ ମଙ୍ଗଳବାର ଉଦ୍‌ଯାପିତ ହୋଇଛି ।

ପୋଡି ହୋଇ ମହିଳା ଗୁରୁତର

ବାରିପଦା ଅଫିସ,୧୬।୧- ବାରିପଦା ବାଘଡାରୋଡ ଅଞ୍ଚଳର ଜଣେ ମହିଳା ମଙ୍ଗଳବାର ନିଅଁାରେ ପୋଡି ହୋଇ ଗୁରୁତର ହୋଇଛନ୍ତି। ଗୁରୁତର ମହିଳାଜଣଙ୍କ ହେଉଛନ୍ତି କୁନ୍ଦଲତା ମିଶ୍ର ।

ତୀର ମାଡରେ ମହିଳା ଗୁରୁତର

ବାରିପଦା ଅଫିସ,୧୬।୧- ମୟୂରଭଞ୍ଜ ଜିଲା ଜାମଦା ଥାନା ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ତୀରମାଡରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆହତ ମହିଳାଜଣଙ୍କ ହେଉଛନ୍ତି ମାଳତୀ କଳା(୫୦)। ତାଙ୍କୁ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି।