ମନୋରଞ୍ଜନ |

୫୨ ବର୍ଷରେ ସଲମାନ୍‌

୫୨ ବର୍ଷରେ ସଲମାନ୍‌

ବମ୍ବେ,୨୫।୧୨: ଲକ୍ଷେ ତରୁଣୀଙ୍କ ଦିଲ୍‌ କି ଧଡକନ୍‌। ବିଟାଉନ୍‌ର ମୋଷ୍ଟ ଇଲିଜିବଲ୍‌ ବ୍ୟାଚଲର୍‌ ସଲ୍‌ମାନ୍‌ ଖାନ୍‌। ୫୨ ବର୍ଷରେ ପାଦ ଦେଇ ବି ସେ କିମିଆ କରୁଛନ୍ତି ଦର୍ଶକଙ୍କୁ। ୨୭ ଡିସେମ୍ବର ୧୯୬୫ରେ ଜନ୍ମ ନେଇଥିବା ସଲମାନ ନିଜର ଅଭିନୟ ସହ କିଛି ଭିନ୍ନ ଅନ୍ଦାଜରେ ରୂପେଲି ପରଦାର ସୁପରଷ୍ଟାର ଭାବେ ନିଜ ପାଇଁ ତିଆରି କରିଛନ୍ତି ଏକ ଭିନ୍ନ ପରିଚୟ। ୧୯୮୮ରେ ‘ବିବି ହୋ ତୋ ୟେସି’ ମାଧ୍ୟମରେ ବଲିଉଡ ଦୁନିଆରେ ପାଦ ରଖିଥିଲେ ସଲମାନ। ‘ମେନେ ପ୍ୟାର କିୟା’ ଫିଲ୍ମରୁ ସେ ଆସିଥିଲେ ଲିଡ୍‌ ରୋଲରେ। ଏହାପରେ ଆଉ ପଛକୁ ନ ଫେରି ସଲମାନ୍‌ ଗୋଟିଏ ପରେ ଗୋଟିଏ ହିଟ୍‌ ମୁଭି ଭେଟି ଦେଲେ ବଡ ପରଦାର ଦର୍ଶକଙ୍କୁ। କିଛି ବିବାଦ ମଧ୍ୟରେ ବି ଗତି କରିଛନ୍ତି ଏହି ସୁପରଷ୍ଟାର। ଯାହାକୁ ନେଇ ସେ ଆଇନର ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି। ଅନ୍‌ସ୍କ୍ରିନ୍‌ ପ୍ରେମ କାହାଣୀ ଅପେକ୍ଷା ତାଙ୍କ ପର୍ସନାଲ ପ୍ରେମ କାହାଣୀକୁ ନେଇ ସେ ହେଲେ ଚର୍ଚ୍ଚିତ ନାୟକ। ଐଶ୍ୱର୍ଯ୍ୟା ରାୟ ବଚ୍ଚନ ହୁଅନ୍ତୁ ଅବା କ୍ୟାଟ୍ରିନା କେଫ୍‌ କିଛି ନାୟିକାଙ୍କ ସହ ତାଙ୍କ ପ୍ରେମ କାହାଣୀକୁ ନେଇ ଅନେକ ସମୟରେ ହୋଇଛି ଗସିପ୍‌। ଦେଶୀ ହୁଅନ୍ତୁ ଅବା ବିଦେଶୀ କିଛି ନାୟିକାଙ୍କ ପ୍ରେମରେ ପଡିଛନ୍ତି ସଲମାନ୍‌। ହେଲେ ନିଜ ସ୍ବପ୍ନର ତାଜମହଲ ଗଢିବାକୁ ଏପର୍ଯ୍ୟନ୍ତ ସମର୍ଥ ହୋଇ ନାହାନ୍ତି ବଡ ପରଦାର ଏହି ସୁପରଷ୍ଟାର। ଏଥର ଜନ୍ମଦିନରେ ସଲମାନ ସୁଟିଙ୍ଗରେ ବ୍ୟସ୍ତ ରହିବେ ବୋଲି ଜଣାପଡିଛି।

All Right Reserved By

Model This Week

ନିକିତା

ମନୋରଞ୍ଜନ |

ରିଲିଜ୍‌ ହେବ ଓଡ଼ିଆ, ହିନ୍ଦୀ, ଇଂଲିଶରେ ଏକାଧିକ ଫିଲ୍ମ

ରିଲିଜ୍‌ ହେବ ଓଡ଼ିଆ, ହିନ୍ଦୀ, ଇଂଲିଶରେ ଏକାଧିକ ଫିଲ୍ମ

ଭୁବନେଶ୍ୱର,୨୦।୪(ବ୍ୟୁରୋ)-ଏଥର ଫେଣ୍ଟାଫେଣ୍ଟି ଫିଲ୍ମକୁ ନେଇ ଆସିଛି ଫ୍ରାଇଡେ’ ରିଲିଜ୍‌। ଶୁକ୍ରବାର ରିଲିଜ୍‌ରେ ଓଡ଼ିଆ, ହିନ୍ଦୀ ଓ ଇଂଲିଶର ଏକାଧିକ ଭିନ୍ନସ୍ବାଦର ଫିଲ୍ମ ମୁକ୍ତିଲାଭ କରିବାକୁ ଯାଉଛି। ବହୁ ପ୍ରତୀକ୍ଷିତ ହିନ୍ଦୀ ଫିଲ୍ମ ‘ବିୟଣ୍ଡ ଦ କ୍ଲାଉଡ୍‌ସ’ ସହ ଆଉ ଏକ ହିନ୍ଦୀ ଫିଲ୍ମ ‘ନାନୁ କି ଜାନୁ’, ଇଂଲିଶ ଫିଲ୍ମ ‘ଟ୍ରୁଥ୍‌ ଅର୍‌ ଡେୟାର’ ଏବଂ ଓଡ଼ିଆ ଫିଲ୍ମ ‘ଯୋଗୀ’ ମୁକ୍ତିଲାଭ କରିବ।

କଠଓ୍ବା ବଳାତ୍କାର ମାମଲାରେ ପ୍ରତିକ୍ରିୟା ରଖିଲେ ବିଗ୍‌ ବି

କଠଓ୍ବା ବଳାତ୍କାର ମାମଲାରେ ପ୍ରତିକ୍ରିୟା ରଖିଲେ ବିଗ୍‌ ବି

ବମ୍ବେ,୧୯।୪: କଠଓ୍ବା ବଳାତ୍କାର ମାମଲା ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ ଏହା ଉପରେ ମତ ରଖିବାକୁ ନିଜକୁ ଲଜ୍ୟାବୋଧ କରିଥିବା କହିଛନ୍ତି ମହାନାୟକ ଅଭିତାଭ ବଚ୍ଚନ।

ମ୍ୟାଡାମେ ତୁଷାଡସ୍‌ରେ କରନ୍‌

ମ୍ୟାଡାମେ ତୁଷାଡସ୍‌ରେ କରନ୍‌

ନୂଆଦିଲ୍ଲୀ,୧୯।୪: ବଲିଉଡ୍‌ର ପ୍ରଥମ ଭାରତୀୟ ଫିଲ୍ମମେକର ଭାବେ ମ୍ୟାଡାମେ ତୁଷାଡସ୍‌ ମ୍ୟୁଜିୟମରେ କରନ୍‌ ଜୋହରଙ୍କୁ ସ୍ଥାନ ମିଳିଛି। କରନ୍‌ ତାଙ୍କ ଟୁଇଟର ପେଜରେ ଏହାକୁ ନେଇ ଖୁସି ପ୍ରକାଶ କରିବା ସହ ମ୍ୟାଡାମେ ତୁଷାଡସ୍‌ ଭଳି ମର୍ଯ୍ୟାଦାସମ୍ପନ୍ନ ମ୍ୟୁଜିୟମରେ ସ୍ଥାନ ପାଇଥିବାରୁ ଏଥିରେ ସମ୍ପୃକ୍ତ ଥିବା ଲଣ୍ଡନର ସମ୍ପୂର୍ଣ୍ଣ ଟିମକୁ ଧନ୍ୟବାଦ ଜଣାଇଛନ୍ତି।

ଆଲିଆଙ୍କ ଆକ୍ରୋଶ

ଆଲିଆଙ୍କ ଆକ୍ରୋଶ

ବମ୍ବେ: କଠୁଆ, ଉନ୍ନାଓ ଏବଂ ସୁରଟ୍‌ ବଳାତ୍କାର ମାମଲାରେ ଦେଶବ୍ୟାପୀ ଉଦ୍‌ବେଗ ପ୍ରକାଶ ପାଇଥିବାବେଳେ ବଲିଉଡ୍‌ ଜଗତରୁ ମଧ୍ୟ ଏହାର ତୀବ୍ର ନିନ୍ଦା କରାଯିବା ସହ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ହେଉଛି। ଏହି ବିରୋଧ ସ୍ବରରେ ସାମିଲ ହୋଇଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ।

ମ୍ୟାରେଜ  ପାଇଁ  ପ୍ରସ୍ତୁତି

ମ୍ୟାରେଜ ପାଇଁ ପ୍ରସ୍ତୁତି

ଅନିଲ ତନୟା ସୋନମ କପୁରଙ୍କ ମନ ଆଉ କେଉଁଠି ଲାଗୁନାହିଁ। କେମିତି ମ୍ୟାରେଜ ଡେଟ୍‌ ଆସିବ। ଆଉ ତା’ପୂର୍ବରୁ ପ୍ରସ୍ତୁତିକୁ ନେଇ ବ୍ୟସ୍ତ ଅଛନ୍ତି ସେ। ସୋନମଙ୍କ ସଂଗୀତରେ କୋରିଓଗ୍ରାଫି ଦାୟିତ୍ୱ ତୁଲାଉଛନ୍ତି ବଲିଉଡ୍‌ର ବିଶିଷ୍ଟ କୋରିଓଗ୍ରାଫର ଫରହା ଖଁ। ।

ଆକ୍ସନ ମାଷ୍ଟରଙ୍କ ସଜବାଜ

ଆକ୍ସନ ମାଷ୍ଟରଙ୍କ ସଜବାଜ

ଜଲିଉଡ୍‌ର ଆକ୍ସନ ମାଷ୍ଟର ବାପି ପଣ୍ଡା ଏବେଠାରୁ ସଜବାଜ ହେଲେଣି। କାରଣ ଗତ କିଛିବର୍ଷ ହେବ ସେ ବାଘାଯତୀନ ଲୋକନାଟ୍ୟରେ ଅଭିନୟ କ୍ୟାରିୟର ଜାରି ରଖିଛନ୍ତି। ଚଳିତ ଯାତ୍ରା ସିଜନରେ ଲେଖକ-ନିର୍ଦ୍ଦେଶକ ଗଣେଶ-ଗୁରୁ ଯୋଡିଙ୍କର ‘କାହାଣୀ କାନ୍ଦୁଛି ଆଖି ଲୁଚେଇ’ ଏବଂ ନିହାର ମହାନ୍ତି-ତାପସ ସ୍ବାଇଁଙ୍କ ‘ପାକିସ୍ତାନୀ ଝିଅ ଭାରତ କେ ଲିୟେ ସହିଦ’ ସୁପର ଡୁପର ହିଟ୍‌ ହୋଇସାରିଛି।

୮୨ ବର୍ଷର ସ୍ମୃତି ‘ସୀତା ବିବାହ’

୮୨ ବର୍ଷର ସ୍ମୃତି ‘ସୀତା ବିବାହ’

ରାସ ସ୍ରଷ୍ଟା ସେ। ସେ ଥିଲେ ଜଣେ ଆଧ୍ୟାତ୍ମିକ ପୁରୁଷ। ଓଡ଼ିଆ ଭାଷାରେ ସର୍ବପ୍ରଥମ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ସେ ନିର୍ମାଣ କରିଥିଲେ। ତାହା ଥିଲା ‘ସୀତା ବିବାହ’। ତେଣୁ ଓଡ଼ିଆ ସିନେମା ଜଗତ ପାଇଁ ସେ ଜଣେ ପ୍ରାତଃ ସ୍ମରଣୀୟ ବ୍ୟକ୍ତିତ୍ୱ।

ପରଦାରେ ‘ଯୋଗୀ’

ପରଦାରେ ‘ଯୋଗୀ’

ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷକୁ ଓଡ଼ିଆ ସିନେମା ‘ଯୋଗୀ’ ପରଦା ଉପରକୁ ଆସୁଛି। ଚଳିତ ମାସ ୨୦ରେ ଏହା ମୁକ୍ତିଲାଭ କରିବ ବୋଲି ସୂଚନା ଦେଇଛନ୍ତି ଏହାର ପ୍ରଯୋଜକ ଶ୍ରୀଧର ମାର୍ଥା। ରେଞ୍ଜ ରୟାଲ ସିନେ ଲ୍ୟାବ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ପାଖାପାଖି ୭୦ କଳାକାର ଅଭିନୟ କରିଛନ୍ତି।

ବେଡ୍‌ ରେଷ୍ଟରେ ସୋନାକ୍ଷୀ

ବେଡ୍‌ ରେଷ୍ଟରେ ସୋନାକ୍ଷୀ

‘ଦବଙ୍ଗ ଗର୍ଲ’ ସୋନାକ୍ଷୀ ଏବେ ଘରେ ରହୁଛନ୍ତି। ପାଖାପାଖି ଦୁଇ ସପ୍ତାହ ରେଷ୍ଟ ନେବା ପରେ ପୁଣି ଥରେ ମଇଦାନକୁ ଓହ୍ଲାଇବେ। ହେଲେ ଘରେ ରହି ସେ ଆଉ ଏକ କାମରେ ବ୍ୟସ୍ତ ରହିବେ। ଏହି ସୀମିତ ସମୟ ଭିତରେ ସେ ନୂଆ ନୂଆ ରେସିପି ଶିଖିବେ।

କରଣଙ୍କ ‘କଳଙ୍କ’

କରଣଙ୍କ ‘କଳଙ୍କ’

ବମ୍ବେ: ଆସୁଛି କରଣ ଜୋହରଙ୍କ ଆଗାମୀ ମଲ୍ଟି ଷ୍ଟାରର୍‌ ଫିଲ୍ମ ‘କଳଙ୍କ’। ଏଥିରେ ସଞ୍ଜୟ ଦତ୍ତ, ବରୁଣ ଧାଓ୍ବନ, ଆଲିୟା ଭଟ୍ଟ, ସୋନାକ୍ଷୀ ସିହ୍ନା, ଆଦିତ୍ୟ ରାୟ କପୁର ଏବଂ ମାଧୁରୀ ଦୀକ୍ଷିତ୍‌ଙ୍କୁ ପ୍ରମୂଖ ଭୂମିକାରେ ଦେଖିବାକୁ ମିଳିବ।

 ସଲ୍‌ମାନ ଆଶ୍ୱସ୍ତ

ସଲ୍‌ମାନ ଆଶ୍ୱସ୍ତ

ଯୋଧପୁର: ବିଦେଶ ଯାତ୍ରା ପାଇଁ ବଲିଉଡ୍‌ ସୁପର୍‌ଷ୍ଟାର୍‌ ସଲ୍‌ମାନ ଖାନ୍‌ଙ୍କୁ ମଙ୍ଗଳବାର ଅନୁମତି ମିଳିଛି। ୪ଟି ଦେଶକୁ ଯାତ୍ରା କରିବା ଲାଗି ସଲ୍‌ମାନ ରାଜସ୍ଥାନର ଯୋଧପୁର ଜିଲା ଓ ଜୌରା ଜଜ୍‌ଙ୍କ ନିକଟରେ ଆବେଦନ କରିଥିଲେ। ତାଙ୍କର ଆବେଦନ ଗ୍ରହଣ କରି ଏ ନେଇ ଅନୁମତି ଦେଇଛନ୍ତି ଅଦାଲତ। ୧୯୯୮ କୃଷ୍ଣସାର ମୃଗ ଶିକାର ମାମଲାରେ ଏପ୍ରିଲ ୫ରେ ସଲ୍‌ମାନଙ୍କୁ ଦୋଷୀ ସାବ୍ୟସ୍ତକରି ୫ ବର୍ଷ ଦେଲ ଦଣ୍ଡାଦେଶ କରିଥିଲେ ଯୋଧପୁର ଚିଫ୍‌ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌।

କପିଲଙ୍କ ହାତ ଖାଲି, ସୁନୀଲଙ୍କ ହାତରେ ଜ୍ୟାକ୍‌ପଟ୍‌

କପିଲଙ୍କ ହାତ ଖାଲି, ସୁନୀଲଙ୍କ ହାତରେ ଜ୍ୟାକ୍‌ପଟ୍‌

ବମ୍ବେ,୧୭।୪: ଛୋଟ ପରଦାରେ ଦିନେ ରାଜ୍‌ କରୁଥିବା କମେଡି କିଙ୍ଗ କପିଲ ଶର୍ମା ଏବେ ଏକ ପ୍ରକାର ଚୁପ୍‌ ହୋଇ ଯାଇଛନ୍ତି। ପୂର୍ବରୁ ତାଙ୍କ ଶୋ’ର ମୁଖ୍ୟ ଆକର୍ଷଣ ସାଜିଥିବା ସୁନୀଲ ଗ୍ରୋଭରଙ୍କ ସହ କପିଲଙ୍କର ମନୋମାଳିନ୍ୟ ପରେ ସତେ ଯେମିତି ତାଙ୍କ କ୍ୟାରିୟରରେ କଳା ବାଦଲ ଛାଇ ଯାଇଛି।