ସମ୍ବଲପୁର

ଚିତ୍ରରେ ସମ୍ବଲପୁରୀ ସଂସ୍କୃତି ଓ ପରମ୍ପରା

ଚିତ୍ରରେ ସମ୍ବଲପୁରୀ ସଂସ୍କୃତି ଓ ପରମ୍ପରା
ସମ୍ବଲପୁର, ୨୫। ୧୨- ସମ୍ବଲପୁରୀ ଲୋକ ସଂସ୍କୃତି ଓ ପରମ୍ପରାର ଝଲକ ସୋମବାର କାନଭାସରେ ଦେଖିବାକୁ ମିଳିଛି । ସହରର ବିଭିନ୍ନ ଅଞ୍ଚଳର ପ୍ରାୟ ୪ଶହରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ର ସମ୍ବଲପୁର ଲୋକ ମହୋତ୍ସବ ଆୟୋଜିତ ଚିତ୍ରାଙ୍କନରେ ଭାଗ ନେଇଥିଲେ । ସୁକ୍ଷ୍ମ ତୁଳି ଓ ବିଭିନ୍ନ ରଙ୍ଗର ସ୍ପର୍ଷରେ କାନଭାସ ଜୀବନ୍ତ ହୋଇ ଉଠିଥିଲା । ନର୍ସରୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ଗଣପର୍ବ ନୂଆଁଖାଇ, ଦୁଲଦୁଲି ବଜା, ଡାଳଖାଇ ନୃତ୍ୟ, ପୁଷପୁନୀର ମଡାପିଠା, ଶୀତଳଷଷ୍ଠୀ ଯାତ୍ରା, ପୁଅଜିଉଁତିଆ, ଭାଇଜିଉଁତିଆ, ସମଲେଇ ମନ୍ଦିର ସମ୍ମୁଖରେ ଦୁଲଦୁଲି ପ୍ରଭୃତି ଚିତ୍ର ଆଙ୍କିଥିଲେ । ସମସ୍ତ ଚିତ୍ର ଗୁଡିକ ଆସନ୍ତା ଜାନୁୟାରୀ ୫ ରୁ ୬ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସମ୍ବଲପୁର ଲୋକମହୋତ୍ସବ ପ୍ରଦର୍ଶନୀରେ ପ୍ରଦର୍ଶିତ ହେବ । ପ୍ରଦର୍ଶନୀ ଆବାହକ ସୁଶାନ୍ତ କୁମାର ବଢ଼େଇଙ୍କ ପରିଚାଳନାରେ କାର୍ଯ୍ୟକ୍ରମ ହୋଇଥିଲା । ଉପ ଜିଲାପାଳ ପ୍ରଦୀପ କୁମାର ସାହୁ, ଲୋକ ମହୋତ୍ସବ ମୁଖ୍ୟ ସଂଯୋଜକ ଡ. ଦ୍ୱାରିକାନାଥ ନାୟକ, ପ୍ରଦର୍ଶନୀ ସଭ୍ୟ ଅରୁଣ ତରିଆ, ମହେଶ୍ୱର ଷଣ୍ଢ, ମନୋଲିସା ଭଗତ, ଚନ୍ଦ୍ରକାନ୍ତ ଭୋଇ, ସରୋଜ କୁମାର ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
All Right Reserved By

ସମ୍ବଲପୁର

ବଦଳୁନି ପାତାଳି ଶ୍ରୀକ୍ଷେତ୍ର ରାସ୍ତାର ଅବସ୍ଥା

ବଦଳୁନି ପାତାଳି ଶ୍ରୀକ୍ଷେତ୍ର ରାସ୍ତାର ଅବସ୍ଥା

ସୋନପୁର,୨୨।୧୦(ନି.ପ୍ର.)
ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଳକର ପ୍ରସିଦ୍ଧ ପୀଠ ପାତାଳି ଶ୍ରୀକ୍ଷେତ୍ର ଓ ଠେଙ୍ଗୋ ଡ୍ୟାମକୁ ରାସ୍ତା ମରଣଯନ୍ତା ପାଲଟିଛି। ମରାମତି ଅଭାବରୁ ଧର୍ମଶାଳା ଛକରୁ ପୀଠକୁ ଯାଇଥିବା ୨୭କିଲୋମିଟର ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଛି। ରାସ୍ତାରୁ ମେଟାଲ, ପିଚୁ ଉଠି ଗଲାଣି। ପର୍ଯ୍ୟଟକଙ୍କ ଗାଡି ରାସ୍ତାରେ ଫସି ରହୁଛି। ଶ୍ରଦ୍ଧାଳୁମାନେ ଦୁରଦୂରାନ୍ତରୁ ଶ୍ରୀଜୀଉଙ୍କୁ ଦର୍ଶନ କରିବାକୁ ଆସି ହୀନସ୍ତା ହେଉଛନ୍ତି। 

ଶହୀଦଙ୍କ ସ୍ମୃତିଚାରଣ, ଶ୍ରଦ୍ଧାଞ୍ଜଳି

ଶହୀଦଙ୍କ ସ୍ମୃତିଚାରଣ, ଶ୍ରଦ୍ଧାଞ୍ଜଳି

ସୋନପୁର,୨୧।୧୦(ନି.ପ୍ର.): ସୋନପୁର ଆର୍ମଡ ରିଜର୍ଭ ପୋଲିସ ପଡିଆରେ ରବିବାର ୫୯ତମ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି। ସୁବର୍ଣ୍ଣପୁର ଏସ୍‌ପି ଦେବୀ ପ୍ରସାଦ ଦାଶ ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପୋଲିସ ପତାକା ଉତ୍ତୋଳନ କରିବା ସହିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଶହୀଦ ଦିବସରେ ଦେଶର ସେବା ପାଇଁ ନୂତନ ପ୍ରେରଣା ମିଳେ ବୋଲି ଏସ୍‌ପି ଦାଶ କହିଥିଲେ। 

ଉତ୍କଳଶ୍ରୀ-୧୯:  ଭାଗନେବେ ୩ଶହ ପ୍ରତିଯୋଗୀ

ଉତ୍କଳଶ୍ରୀ-୧୯: ଭାଗନେବେ ୩ଶହ ପ୍ରତିଯୋଗୀ

ବଲାଙ୍ଗୀର ଅଫିସ, ୨୧ା୧୦: ବଲାଙ୍ଗୀର ଆମେଚୁଅର ବଡିବିଲ୍‌ଡିଂ ସଂଘ ଆନୁକୂଲ୍ୟରେ ବଲାଙ୍ଗୀରଠାରେ ଆଗାମୀ ଜାନୁଆରୀ ୧୨ ଓ ୧୩ ତାରିଖ ଦିନ ରାଜ୍ୟସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଉତ୍କଳଶ୍ରୀ-୨୦୧୯ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏନେଇ ସର୍କିଟ୍‌ ହାଉସଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଆୟୋଜନ କମିଟି ସମ୍ପାଦକ ସଞ୍ଜୟ କୁମାର ଶତପଥୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ଆୟୋଜନ କମିଟି ଚେୟାରମେନ୍‌ ଯୁବନେତା ଅର୍କେଶ ନାରାୟଣ ସିଂଦେଓ ଓ ସଭାପତି ଲଳିତ କୁମାର ନାୟକ ଯୋଗଦାନ କରିଥିଲେ। 

ଗ୍ୟାସ ସିଲିଣ୍ଡର ଫାଟି ରୋଷେଇଘର ଛାତ ଉଡ଼ିଲା

ଗ୍ୟାସ ସିଲିଣ୍ଡର ଫାଟି ରୋଷେଇଘର ଛାତ ଉଡ଼ିଲା

ବଲାଙ୍ଗୀର ଅଫିସ,୨୧।୧୦-ବଲାଙ୍ଗୀର ଟାଉନ ଥାନା ମାଲପଡ଼ା ରାମମନ୍ଦିର ନିକଟରେ ଶନିବାର ମଧ୍ୟ ରାତ୍ରିରେ ଘଟିଛି ଅଘଟଣ। ରାମମନ୍ଦିର ନିକଟ ହିମାଂଶୁ ପଣ୍ଡାଙ୍କ ଘରେ ଗ୍ୟାସ ସିଲିଣ୍ଡର ଫାଟିଯାଇଛି। ସିଲିଣ୍ଡର ଫାଟି ରୋଷେଇ ଘରର ଛାତ ଉଡ଼ିଯାଇଛି। ଦୁଇଟି ଗ୍ୟାସ୍‌ ସିଲିଣ୍ଡର ଲିକ୍‌ ହେବା ଯୋଗୁ ଫାଟିଯାଇଥିଲା। ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ୩ ସଦସ୍ୟ।

ଭବାନୀପାଟଣାଠାରେ ପୋଲିସ ଶହୀଦ ଦିବସ ପାଳିତ

ଭବାନୀପାଟଣାଠାରେ ପୋଲିସ ଶହୀଦ ଦିବସ ପାଳିତ

ଭବାନୀପାଟଣା, ୨୧।୧ଠ (ଡି.ଏନ୍‌.ଏ.)-ରବିବାର ଦେଶର ପୋଲିସ ବାହିନୀ ତାହାର ୫୯ତମ ଶହୀଦ ଦିବସ ପାଳନ କରୁଥିଲାବେଳେ ଏହି ଉପଲକ୍ଷେ କଳାହାଣ୍ଡି ଜିଲା ସଦର ଭବାନୀପାଟଣା ଠାରେ ଥିବା ରିଜର୍ଭ ପୋଲିସ ପଡ଼ିଆ ଠାରେ ଜିଲା ପ୍ରଶାସନ ପକ୍ଷରୁ ଏହି ଦିବସ ପାଳିତ ହୋଇଥିଲା । ପୂର୍ବାହ୍ନ ୮ ଟାରେ ରିଜର୍ଭ ପୋଲିିସ ପଡ଼ିଆଠାରେ ଜିଲା ଆରକ୍ଷୀ ଅଧିକ୍ଷକ ବି.ଗଙ୍ଗାଧର ରିଜର୍ଭ ପୋଲିସ କାର୍ଯ୍ୟାଳୟ ପରିସରରେ ଥିବା ପୋଲିସ ଶହୀଦ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରି ସ୍ବର୍ଗତ ଆତ୍ମା 

ପ୍ରସିଦ୍ଧ ରାବଣପୋଡି ସହ ଶେଷ ହେଲା ଦଶହରା:  ମଞ୍ଚରେ ଦେଶପ୍ରେମର ବାର୍ତ୍ତା

ପ୍ରସିଦ୍ଧ ରାବଣପୋଡି ସହ ଶେଷ ହେଲା ଦଶହରା: ମଞ୍ଚରେ ଦେଶପ୍ରେମର ବାର୍ତ୍ତା

ନୂଆପଡା ଅଫିସ, ୨୧।୧୦- ଆଜକୁ ଦଶଦିନ ଧରି ନୂଆପଡା ଜିଲାର ପୁରପଲ୍ଲୀରେ ଦଶହରା ପର୍ବ ପାଳିତ ହୋଇଥିଲା। ଶେଷ ଦିନରେ ବିଭିନ୍ନ ଜାଗାରେ ରାବଣ ପୋଡି, ଆତସବାଜୀ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ ଥିଲା। ତନ୍ମଧ୍ୟରୁ ଜିଲା ସଦର ମହକୁମାର ରାବଣ ଦହନ କାର୍ଯ୍ୟକ୍ରମ ନିଆରା ଥିଲା         ଜିଲା ସଦର ମହକୁମାରେ ୭ଟି ଜାଗାରେ ଅର୍ଥାତ ସାର୍ବଜନୀନ ପୂଜା, ଦୁର୍ଗା ମନ୍ଦିର, ତେଲିପଡା, ଶ୍ରୀରାମ କମ୍ପ୍ଲେକ୍ସ, ପୋଲିସ ପଡିଆ, ସିର୍ତୋଲ ଏବଂ ନୀଳଶୈଳ ନଗର ପଡାରେ ପୂଜା ହୋଇଥିଲା। ଏସବୁ 

ଦୁଇ ବାଇକ ମୁହଁ।ମୁହିଁ ଧକ୍କା: ୧ ମୃତ, ଜଣେ ଗୁରୁତର

ଦୁଇ ବାଇକ ମୁହଁ।ମୁହିଁ ଧକ୍କା: ୧ ମୃତ, ଜଣେ ଗୁରୁତର

ବେଦବ୍ୟାସ, ୨୧।୧୦ (ଡି.ଏନ.ଏ)- ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗା ଫାଣ୍ଡିର ଡିସ୍କ ଛକ ସ୍ଥିତ ସନ୍ଧ୍ୟା ସାଢ଼େ ୫ଟାରେ ଦୁଇ ବାଇକ ମୁହଁାମୁହିଁ ଧକ୍କା ହୋଇଛି। ଫଳରେ ଜଣେ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ଜଣାପଡ଼ିଛି। ଖଇରବନ୍ଧ ପାର୍ଶ୍ୱରୁ ବଡମାରେନ ଆଡକୁ ଯାଉଥିବା ଟିଭିଏସ ବାଇକ ନଂ. ଓଡି ୧୪ ଡି- ୧୩୫୮ ସହ ବିପରିତ ପାର୍ଶ୍ୱରୁ ଆସୁଥିବା ହିରୋହୋଣ୍ଡା ବାଇକ ନଂ. ଓଡି ୧୪ ଡି- 

ଶାରଦୀୟ ଜାତୀୟ ସେବା ଯୋଜନା ଶିବିର ଉଦ୍‌ଯାପିତ

ଶାରଦୀୟ ଜାତୀୟ ସେବା ଯୋଜନା ଶିବିର ଉଦ୍‌ଯାପିତ

ବିଜେପୁର, ୨୧।୧୦ (ଡି.ଏନ.ଏ)- ବରଗଡ ଜିଲା ବିଜେପୁର ବ୍ଲକ କଲଙ୍ଗାପାଲିରେ ଶାରଦୀୟ ଜାତୀୟ ସେବା ଯୋଜନା ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ଚେୟାରମେନ ପରିତୋଷ ସୁନା ଏହାକୁ ଉଦ୍‌ଘାଟନ କରିଥିଲେ। ପଲିଥିନ ବର୍ଜନ, ଶୌଚାଳୟ ବ୍ୟବହାର, ଗ୍ରାମ ସଫେଇ, ଠୁଙ୍ଗା ପ୍ରସ୍ତୁତି କରି ସ୍ବାବଲମ୍ବି ହେବା, ଟୀକାକରଣ ବିଷୟରେ ବିଭିନ୍ନ ଦିବସରେ ଶିବିରାର୍ଥୀଗଣ ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ। ଉଦ୍‌ଯାପନୀ ସମାରୋହରେ ଡିଗ୍ରୀ କଲେଜ ଅଧ୍ୟକ୍ଷ ପ୍ରଦୀପ କୁମାର 

ସୋହେଲା ଦୁର୍ଗାପୂଜା: ସରିଲା ରାବଣପୋଡି, ଭସାଣି

ସୋହେଲା ଦୁର୍ଗାପୂଜା: ସରିଲା ରାବଣପୋଡି, ଭସାଣି

ସୋହେଲା,୨୧।୧୦ (ଡି.ଏନ.ଏ)-ବରଗଡ ଜିଲା ସୋହେଲାଠାରେ ଲକ୍ଷାଧିକ ଦର୍ଶକଙ୍କ ସମାଗମରେ ଶାନ୍ତିଶୃଙ୍ଖଳାର ସହିତ ପଶ୍ଚିମ ଓଡିଶାର ଖ୍ୟାତିଲାଭ କରିଥିବା ସୋହେଲାର ପ୍ରସିଦ୍ଧ ରାବଣପୋଡି ଶନିବାର ସନ୍ଧ୍ୟାରେ ସ୍ଥାନୀୟ ମିନି ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ପୂଜାର ପ୍ଲାଟିନମ ଜୁବୁଲି ପାଳନ କରାଯାଇଥିବାରୁ ପୂଜା କମିଟି ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସୀମାନ୍ତ ପଡୋଶୀ ରାଜ୍ୟ ସମେତ ଦୂର ଦୂରାନ୍ତରରୁ ଲୋକେ ଏହି ପୂଜା 

ଚାକିରି ଦେବାକୁ କହି ୨୦ ଲକ୍ଷ ଠକେଇ

ଚାକିରି ଦେବାକୁ କହି ୨୦ ଲକ୍ଷ ଠକେଇ

ରାଉରକେଲା ଅଫିସ,୨୧।୧୦- ଝିରପାଣି ଥାନା ଝିରପାଣି ପୁନର୍ବସତି କଲୋନୀରେ ରହୁଥିବା ଜଣେ ଯୁବତୀ କେତେକ ବେକାର ଯୁବକଙ୍କୁ ଚାକିରି ଦେବା ଆଳରେ ୨୦ଲକ୍ଷରୁ ଅଧିକ ଟଙ୍କା ଠକିଥିବା ଅଭିଯୋଗ ହୋଇଛି। ଏ ନେଇ ଶନିବାର ମଧ୍ୟାହ୍ନରେ କିଛି ଯୁବକ ଥାନାରେ ଅଭିଯୋଗ କରିବାକୁ ପହଞ୍ଚି ଥିଲେ। ହେଲେ ଠକେଇ କରିଥିବା ଯୁବତୀ ଜଣକ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ଦେଖାଯାଇଥିଲା। ‘ମୁଁ ସୁବିଧା ଅନୁସାରେ ଟଙ୍କା ଫେରାଇ ଦେବି। ଆପଣମାନେ

ଧାନ ସଂଗ୍ରହ ଆରମ୍ଭ ହୋଇନି: ଚାଲିଛି ଅଣ୍ଡରରେଟ୍‌ ମସୁଧା

ଧାନ ସଂଗ୍ରହ ଆରମ୍ଭ ହୋଇନି: ଚାଲିଛି ଅଣ୍ଡରରେଟ୍‌ ମସୁଧା

ବରଗଡ଼ ଅଫିସ୍‌,୨୧।୧୦
ବରଗଡ଼ ଜିଲାରେ ଆଉ ୨ସପ୍ତାହ ପରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ନଭେମ୍ବର ୫ତାରିଖରୁ ଜିଲାରେ ଧାନ କିଣାବିକା ଚାଲିବ । ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତି ଚାଲିଛି। ଚାଷୀ ପଞ୍ଜୀକରଣ ପ୍ରକ୍ରିୟାଠାରୁ ଆରମ୍ଭ କରି ଆକାଉଣ୍ଟ ଯାଞ୍ଚ ଏବଂ ଅନ୍ୟ ଆବଶ୍ୟକ କାଗଜାତ୍‌ ପ୍ରସ୍ତୁତିରେ ବିଭାଗୀୟ ଅଧିକାରୀମାନେ ଲାଗି ପଡ଼ିଛନ୍ତି। ଅନ୍ୟପଟେ ଅଣ୍ଡରରେଟ୍‌ରେ ଧାନ କିଣିବା ପାଇଁ ବେପାରୀଙ୍କ ମସୁଧା ମଧ୍ୟ ପଛରେ ପଡ଼ିନାହିଁ । ଧାନ ସଂଗ୍ରହ ପ୍ରକ୍ରିୟାର ଅବ୍ୟବହିତ ପୂର୍ବରୁ ଗ୍ରାମାଞ୍ଚଳରେ ବେପାରୀମାନେ

ଚୋରି ସନ୍ଦେହରେ ଥାନାରେ ଅଟକ ଯୁବକଙ୍କୁ ବାହାର ଯୁବକ ମାଡ଼ ମାରିବା ନେଇ ଉତ୍ତେଜନା: ଶତାଧିକ ଲୋକଙ୍କ ଥାନାରେ ପାଟିତୁଣ୍ଡ

ଚୋରି ସନ୍ଦେହରେ ଥାନାରେ ଅଟକ ଯୁବକଙ୍କୁ ବାହାର ଯୁବକ ମାଡ଼ ମାରିବା ନେଇ ଉତ୍ତେଜନା: ଶତାଧିକ ଲୋକଙ୍କ ଥାନାରେ ପାଟିତୁଣ୍ଡ

ବଡ଼ଗାଁ, ୨୧।୧୦ (ଡି.ଏନ.ଏ)-  ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅଞ୍ଚଳରେ ଚୋରି ସନ୍ଦେହରେ ଥାନାରେ ଅଟକ ଥିବା ଦୁଇ ଯୁବକଙ୍କ ମଧ୍ୟରୁ ଜଣଙ୍କୁ ବାହାରର କେତେକ ଯୁବକ ମାଡ଼ମାରିଥିବା ଅଭିଯୋଗ ହୋଇଛି। ଥାନା ଭିତରେ ପଶି ଅଟକ ଥିବା ଯୁବକଙ୍କୁ ମାଡ଼ମାରିଥିବା ବାହାରର ଯୁବକମାନଙ୍କ ଗିରଫ ଦାବିକରି ବଡ଼ଗାଁରେ ଶନିବାର ସନ୍ଧ୍ୟାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଚୋରି ସନ୍ଦେହରେ ଅଟକ ଯୁବକଙ୍କ ସମ୍ପର୍କୀୟ, ସମର୍ଥକ କୁହାଯାଉଥିବା ଶତାଧିକ ମହିଳା, ପୁରୁଷ ଥାନାକୁ ଆସି ପାଟିତୁଣ୍ଡ