Dharitri News
ରାୟଗଡା

ଧୁମ୍‌ଧାମରେ ପାଳନ ହେଲା ବଡ଼ଦିନ

ଧୁମ୍‌ଧାମରେ ପାଳନ ହେଲା ବଡ଼ଦିନ କୋରାପୁଟ,୨୫।୧୨(ସ୍ବ.ପ୍ର.)-କୋରାପୁଟ ସହରର ବିଭିନ୍ନ ଚର୍ଚ୍ଚରେ ସୋମବାର ବଡଦିନ ପର୍ବ ପାଳିତ ହୋଇଯାଇଛି । ଏହି ଅବସରରେ କୋରାପୁଟ ଜେଇଏଲସି ଚର୍ଚ୍ଚ, ଭବାନୀ ନଗରସ୍ଥିତ ଚର୍ଚ୍ଚ, ମସ୍ତିପୁଟ ନିକଟ ଚର୍ଚ୍ଚ, ଚିନ୍ଦ୍ରି ଚର୍ଚ୍ଚ ଗୁଡିକରେ ଯିଶୁଖ୍ରୀଷ୍ଟଙ୍କ ଧରାବତରଣ ଉତ୍ସବରେ ଖ୍ରୀଷ୍ଟ ପ୍ରେମୀମାନଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଖେଳିଯାଇଥିଲା। ଚର୍ଚ୍ଚଗୁଡିକରେ ପୁର୍ବାହ୍ନରୁ ସମୁହ ପ୍ରାର୍ଥନା, ମୁଖ୍ୟ ଉପାସନା, ବିଭିନ୍ନ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ରବିବାର ମଧ୍ୟରାତିରେ କୋରାପୁଟ ଜେଇଏଲସି ଚର୍ଚ୍ଚ ମଧ୍ୟରେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ସହିତ ଯୀଶୁଙ୍କ ଧରାଅବତରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିରେ ଶତାଧିକ ଲୋକେ ସାନ୍ତାକ୍ଲଜ ପୋଷାକ ସହିତ ଯୀଶୁଙ୍କ ଶାନ୍ତିର ବାଣୀ ପ୍ରଚାର ସହ ଖ୍ରୀଷ୍ଟଜନ୍ମ ଦିନର ଶୁଭେଛା ଜଣାଇଥିଲେ । ଏହି ଅବସରରେ ଜେଇଏଲସି ଖ୍ରୀଷ୍ଟୀୟ ଗ୍ରାମପଞ୍ଚାୟତର ସଭାପତି ସୁନୀଲ ଚାନ୍ଦ ଖୋସ୍ଲାଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ସ୍ଥାନୀୟ ମଣ୍ଡଳୀର ପରିଚାଳକ ପ୍ରଶାନ୍ତ କୁମାର ଖୋସ୍ଲା, ସହରପାଳକ ତୁଷାର ପାଣି, ରବୀନ୍ଦ୍ର ଚେଟ୍ଟି, ଖ୍ରୀଷ୍ଟୀୟ ଗ୍ରାମପଞ୍ଚାୟତର ଉପସଭାପତି ଅମିତ ଖୋସ୍ଲା, ସମ୍ପାଦକ ଅବିନାଶ ହିଆଲ, କୋଷାଧକ୍ଷ ଅମୀର ଚେଟ୍ଟି, ପ୍ରଫୁଲ୍ଲ ବାଘଙ୍କ ସମେତ ସ୍ତ୍ରୀ ସମାଜର ସଦସ୍ୟା, ବରିଷ୍ଠ ଖ୍ରୀଷ୍ଟ ସଂଘ, ଯୁବ ବର୍ଗ ଓ ଛାତ୍ରୀଛାତ୍ରମାନେ ଏଥିରେ ସାମିଲ ହୋଇ ଲୋକଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ସୂଚନା ଥାଉକି ଯେ, ବଡଦିନ ଓ ନୁତନ ବର୍ଷ ପାଳନ ନେଇ ଖ୍ରୀଷ୍ଟୀୟ ଗ୍ରାମପଞ୍ଚାୟତ ପକ୍ଷରୁ ଜାନୁଆରୀ ୨ ତାରିଖ ଯାଏ କୋରାପୁଟ ଜିଲାର ସର୍ବ ପୁରାତନ ଗିର୍ଜାଗୃହଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ସ୍ଥିର କରାଯାଇଛି। ଏହି ଅବସରରେ କୋରାପୁଟ ଜିଲା ମଣ୍ଡଳକାରାଗାରରେ ଥିବା ଅନ୍ତେବାସୀମାନଙ୍କୁ କୋରାପୁଟ ଖ୍ରୀଷ୍ଟୀୟ ଆସୋସିଏସନ ପକ୍ଷରୁ ଫଳ ଓ ମିଷ୍ଟାନ୍ନ ପ୍ରଦାନ କରାଯାଇଥିଲା । ସେହିପରି ଖ୍ରୀଷ୍ଟୀୟ ସଂପ୍ରଦାୟର ଘରେ ଘରେ ବିଭିନ୍ନ ପ୍ରକାର ପିଠା ଓ କେକ ପ୍ରସ୍ତୁତ କରାଯାଇ ଘରକୁ ଆସୁଥିବା ସମସ୍ତ ବନ୍ଧୁ ବାନ୍ଧବଙ୍କୁ ପ୍ରଦାନ କରାଯାଉଥିବା ଦେଖିବାକୁ ମିଳିଛି ।

ରାୟଗଡା

ନାବାଳିକା ବିବାହ ରୋକିଲା ଚାଇଲ୍ଡ ଲାଇନ

କାଲିମେଳା,୨୩।୧(ଡି.ଏନ.ଏ.)- କାଲିମେଳା ବ୍ଲକ ଅର୍ନ୍ତଗତ ମାଲାଭରମ ପଞ୍ଚାୟତର ଏମପିଭି-୮୩ ଗ୍ରାମରେ ଜଣେ ନାବାଳିକା ଝିଅକୁ ବିବାହ କରାଯାଉଥିବାବେଳେ ମଙ୍ଗଳବାର ଉଦ୍ଧାର କରାଯାଇଥିବା ଜଣାପଡ଼ିଛି ।

୧୫କୁଇଣ୍ଟାଲ ଗଞ୍ଜେଇ ସମେତ ଟ୍ରକ୍‌ ଜବତ, ୨ ଗିରଫ

୧୫କୁଇଣ୍ଟାଲ ଗଞ୍ଜେଇ ସମେତ ଟ୍ରକ୍‌ ଜବତ, ୨ ଗିରଫ

ନବରଙ୍ଗପୁର,୨୩।୧(ବି.ପ୍ର.)- ନବରଙ୍ଗପୁର ଥାନା ପୋଲିସ୍‌ ଚିକିଲି ନଦୀ ନିକଟରେ ମଙ୍ଗଳବାର ଏକ ଟ୍ରକରେ ବେଆଇନ ଚାଲାଣ ହେଉଥିବା ଗଞ୍ଜେଇ ସହ ଗାଡ଼ିଟିକୁ ଜବତ କରି ୨ଜଣଙ୍କୁ ଗରିଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ଚିତ୍ରକୋଣ୍ଡା ଥାନା ଅଧିନ ରଶିଆଗୁଡ଼ା ଗାଁର ଟ୍ରକ୍‌ ଡ୍ରାଇଭର ମାଧବ ହନ୍ତାଳ ଏବଂ ହେଲପର ଡମ୍ବରୁ ସୁୁନା ବଶିଆ।

ରାସ୍ତା କାମରେ ଶିଶୁ ଶ୍ରମିକ

କୋରାପୁଟ,୨୩।୧(ଡି.ଏନ.ଏ.)-କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ପିଣ୍ଡାପଦର ପଞ୍ଚାୟତରେ ଚାଲିଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଚାଲିଥିବା ରାସ୍ତା କାମରେ ଶିଶୁ ଶ୍ରମିକମାନଙ୍କୁ ନିୟୋଜିତ କରାଯାଉଥିବା ଦେଖିବାକୁ ମିଳିଛି ।

ଖୁଲମଖୁଲା ଚାଲିଛି କୁକୁଡାଗାଲି, ଖୁଡୁଖୁଡି

ଖୁଲମଖୁଲା ଚାଲିଛି କୁକୁଡାଗାଲି, ଖୁଡୁଖୁଡି

ନବରଙ୍ଗପୁର,୨୩।୧(ବି.ପ୍ର.)- ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଡାବୁଗାଁ ଥାନା ଧାମନାଗୁଡା ପଞ୍ଚାୟତ ଅଧିନ ଟୁଟିଗୁଡା, ଚାଟିଗୁଡା ଠାରେ ଖୁଲମଖୁଲା ଚାଲିଛି କୁକୁଡାଗାଲି, ଖୁଡୁଖୁଡି, ଜୁଆ ଖେଳ। ୫ କି.ମି ଦୂରତା ମଧ୍ୟରେ ୨ଟି ସ୍ଥାନରେ ଚାଲିଛି ଏଭଳି ବେଆଇନ ଖେଳ।

କାମରେ ଲାଗୁନି ଫଳବଜାର କେନ୍ଦ୍ର

କାମରେ ଲାଗୁନି ଫଳବଜାର କେନ୍ଦ୍ର

ରାୟଗଡ, ୨୩।୧(ଡି.ଏନ.ଏ.)-ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ପାଇଁ ସରକାର ନାନା ଯୋଜନା କରୁଛନ୍ତି। କୋଟି କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଉଛି। ଏପରିକି କିଛିଦିନ ତଳେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ ହୋଇଛି।

ରାସ୍ତା କଡ଼ରେ ବେଆଇନ ପେଟ୍ରୋଲ ବିକ୍ରି , ପ୍ରଶାସନ ନୀରବ

ରାସ୍ତା କଡ଼ରେ ବେଆଇନ ପେଟ୍ରୋଲ ବିକ୍ରି , ପ୍ରଶାସନ ନୀରବ

ମାଲକାନଗିରି, ୨୩।୧(ଡି.ଏନ୍‌.ଏ.)- ନୋ ହେଲ୍‌ମେଟ୍‌ ନୋ ପେଟ୍ରୋଲ ନିୟମରେ ଲୋକଙ୍କୁ ସଚେତନ କରୁଛି ପୋଲିସ। କିନ୍ତୁ ଜିଲାର ବିଭିନ୍ନ ଅଞ୍ଚଳର ରାସ୍ତା କଡରେ ଖୁଚୁରା ବେପାରୀମାନେ ଖୁଲମ୍‌ଖୁଲା ପେଟ୍ରୋଲ ବିକ୍ରି କରୁଛନ୍ତି।

କୁନ୍ଦୁଲି ପୀଡ଼ିତାଙ୍କ ମୃତଦେହ ରଖି ରାସ୍ତା ଅବରୋଧ

କୁନ୍ଦୁଲି ପୀଡ଼ିତାଙ୍କ ମୃତଦେହ ରଖି ରାସ୍ତା ଅବରୋଧ

ପଟ୍ଟାଙ୍ଗୀ,୨୩।୧(ଡି.ଏନ୍‌.ଏ.): କୁନ୍ଦୁଲି ପୀଡ଼ିତାଙ୍କ ମୃତଦେହ ରଖି ମଙ୍ଗଳବାର ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି। ପରିବାର ଲୋକଙ୍କ ସମେତ କଂଗ୍ରେସ ନେତୃତ୍ୱରେ ଏହି ରାସ୍ତାରୋକୋ କରାଯାଇଛି।

ବୋଟ୍‌ ଚାଳକଙ୍କ ଦିନିକିଆ ଧର୍ମଘଟ

ବୋଟ୍‌ ଚାଳକଙ୍କ ଦିନିକିଆ ଧର୍ମଘଟ

ମାଲକାନଗିରି,୨୨।୧(ଡି.ଏନ୍‌.ଏ): ମାଲକାନଗିରି ଜିଲା ଚିତ୍ରକୋଣ୍ଡାରେ ବୋଟ୍‌ ଚାଳକମାନେ ସୋମବାର ଦିନିକିଆ ଧର୍ମଘଟ କରିଛନ୍ତି। ଫଳରେ ବିଛିନ୍ନାଞ୍ଚଳର ସମସ୍ତ ଅଞ୍ଚଳକୁ ବୋଟ୍‌ ସେବା ବାଧାପ୍ରାପ୍ତ ହୋଇଛି।

ଟ୍ରେନ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଗୁଣପୁର,୨୧।୧(ଡି.ଏନ.ଏ)- ଦାଦନ ଖଟିବାକୁ ଯାଇଥିବା ରାୟଗଡା ଜିଲା ଗୁଣପୁର ବ୍ଲକ ପୁଟାସିଂ ପଞ୍ଚାୟତ ପୁଟା ଗ୍ରାମର ଜଣେ ଯୁବକଙ୍କ ବିଶାଖାପାଟଣା ଷ୍ଟେଶନଠାରେ ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଛି ।

ଜିଲାପାଳଙ୍କ ଅଚାନକ ଡାକ୍ତରଖାନା ପରିଦର୍ଶନ

ଜିଲାପାଳଙ୍କ ଅଚାନକ ଡାକ୍ତରଖାନା ପରିଦର୍ଶନ

ନବରଙ୍ଗପୁର,୨୧।୧ (ବି.ପ୍ର.)- ବିଷାକ୍ତ ଖାଦ୍ୟ ଖାଇ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ମେଦନା ପଞ୍ଚାୟତ ଅଧିନ ମାଳିଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ଆଶ୍ରମ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ର ଗୁରୁବନ୍ଧୁ ଭତ୍ରାଙ୍କ ମୃତ୍ୟ ସହ ୧୪ ଛାତ୍ରୀଛାତ୍ର ଗୁରୁତର ହୋଇଥିଲେ ।

ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା, ଜଣେ ମୃତ

ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା, ଜଣେ ମୃତ

ନବରଙ୍ଗପୁର,୨୧।୧ (ଡି.ଏନ.ଏ.)- ନବରଙ୍ଗପୁର ଜିଲା ମାଝିଗୁଡା ଛକ ପେଟ୍ରୋଲ ପମ୍ପ ନିକଟରେ ମୋଟର ସାଇକଲ ଓ ସ୍କୁଟି ମୁହାମୁହିଁ ଧକ୍କା ହୋଇ ବାଇକ ଚାଳକର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି ।

୮ ଏକର ଜମିରେ ଗଞ୍ଜେଇ ଚାଷ ପୋଡ଼ାଗଲା

୮ ଏକର ଜମିରେ ଗଞ୍ଜେଇ ଚାଷ ପୋଡ଼ାଗଲା

ମାଲକାନଗିରି,୨୧।୧(ଡି.ଏନ୍‌.ଏ.) -ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଆର.ଏସ୍‌.ଇ-୪, ବଡ଼ପୁଟ ଓ ଡାଇକ-୨ ଗ୍ରାମରେ ଚାଷ କରାଯାଇଥିବା ପ୍ରାୟ ୧୮ ହଜାର ଗଞ୍ଜେଇ ଗଛ ରବିବାର ନଷ୍ଟ କରାଯାଇଛି।